ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ crpf ଯବାନ, ଡିସିପି ଭୁବନେଶ୍ବର ନେତୃତ୍ୱରେ ୮ ଜଣ adcp, ୧୪ acp, ୩୫ ଜଣ inspector, ୨୦୦ ଅଫିସର, ୩୮ ପ୍ଲାଟୁନ୍ ଆର୍ମ ପୋଲିସ ଫୋର୍ସ, ୫ କଂପାନୀ capf ନିୟୋଜିତ ହୋଇଛନ୍ତି । ତେବେ ନିର୍ବାଚନ ସମ୍ପର୍କିତ ଅଧିକ ଖବର ଜାଣିବା ପାଇଁ ନନ୍ଦିଘୋଷ ଟିଭି ସହ ଯୋଡ଼ି ହୋଇ ରୁହନ୍ତୁ ।
କିଏ ଜିତିବ ? କିଏ ହାରିବ ?
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ୨୦୨୪, ମଙ୍ଗଳବାର ହେଉଛି ରେଜଲ୍ଟ ଡେ, ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବାବେଳେ ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର । କିଏ ସରକାର ଗଢ଼ିବ? କାହା ସରକାର ଭାଙ୍ଗିବ? ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚା’ ଖଟିରୁ ଅଫିସ ସବୁଠି ଗୋଟିଏ ଚର୍ଚ୍ଚା କିଏ ଏଥର କ୍ଷମତାକୁ ଆସୁଛି । ଏକଜିଟ୍ ପୋଲ ରିପୋର୍ଟରେ କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସୁଥିବାବେଳେ ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଭୁଲ ପ୍ରମାଣିତ ହେବ ବୋଲି ଯୁକ୍ତି ବାଢ଼ିଛି । ବିଜେପି ୪୦୦ ପାରର ନାରା ଦେଉଥିବାବେଳେ ମ୍ୟାଜିକ୍ ନମ୍ବରଠାରୁ ଅଧିକ ଆସନ ହାତେଇ ସରକାର ଗଢ଼ିବା ପାଇଁ ଦାବି କରିଛି ଇଣ୍ଡିଆ ମେଣ୍ଟ । ୨୯୫ ଆସନ ହାତେଇବା ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦାବି କରାଯାଇଛି । ୨୫ରୁ ଅଧିକ ଦଳ ଇଣ୍ଡିଆ ମେଣ୍ଟରେ ରହିଥିବାବେଳେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ବିଜେପି ପୁଣି ସରକାର ଗଢ଼ିବା ନେଇ ଯୁକ୍ତି ବାଢ଼ିଛି ।
ପୁରୀ ବାଣ ବିସ୍ଫୋରଣ ଘଟଣା, ୪ ବାଣ ବ୍ୟବସାୟୀ ଗିରଫ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ଅଘଟଣ ଘଟଣା । ୪ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ୪ ଜଣ ଅଭିଯୁକ୍ତ ହେଉଛନ୍ତି ଚାରିଛକ ଥାନା ଅନ୍ତର୍ଗତ ବ୍ରହକୁଣ୍ଡି ଗ୍ରାମର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ଜଗନ୍ନାଥ ରାଉତ ଓ ଓରପଟା ଗ୍ରାମର ବୁଦ୍ଧିଆ ଭୋଇ l ଏମାନଙ୍କ ଠାରୁ ୪୬ କେଜି ପୋଟାସିଅମ ନାଇଟ୍ରେଟ, ୮ କିଲୋ ଗନ ପାଉଡର, ୮୫ଟି ହାତଫୁଟା ବୋମା, ୬୩ଟି ହାବେଲି, ୩୦ଟି ସଟ, ଲଙ୍କା ବାଣ ବିପୁଳ ମାତ୍ରାରେ ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ଙ୍କୁ ୧୮୧ କେସ ନମ୍ବରରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ପିକଅପଭ୍ୟାନ ସହ ଡ୍ରାଇଭର ଓ ସହଯୋଗୀ ଗିରଫ୍ । ପାଟଣାଗଡ଼ ପୋଲିସ ସୁନାମୁଦି ଛକ ଠାରେ ଚେକିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଗାଡ଼ିରେ ବିଦେଶୀ ମଦ ଥିବା ପୋଲିସ ଜାଣିବାକୁ ପାଇଥିଲା । ଗାଡ଼ି ମଧ୍ୟରୁ ୨୫୪ ଲିଟର ବିଦେଶୀ ମଦ ସହ ଗାଡିକୁ ଜବତ କରିଥିଲା ପୋଲିସ । ଏହାସହ ସଂପୃକ୍ତ ଡ୍ରାଇଭର ଓ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଡ୍ରାଇଭର ଚୁଳା ଚକ୍ରବର୍ତ୍ତୀ କାଣ୍ଡ ଓ ତାଙ୍କ ସହଯୋଗୀ ରବିନ୍ଦ୍ର କୁମାର ବାବୁ । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିବା ବେଳେ ଏକ ବିଦେଶୀ ମଦ ଦୋକାନରୁ ବିଦେଶୀ ମଦ ସୁନାମୁଦିର ଏକ ବେଆଇନ ମଦ ବେପାରୀ ପାଖକୁ ନେଉଥିବା ସ୍ବୀକାର କରିଥିଲେ ଅଭିଯୁକ୍ତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ମାତ୍ର ଦୁଇଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ହେଲା କେହି ଆକ୍ରାନ୍ତ ହୋଇ ଚିକିତ୍ସା ହେଵା ପାଇଁ ଆସି ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ଅନୁଷ୍ଠିତ ହେଵା ସହ ଘୋଳଦହି ଵଣ୍ଟନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପକ୍ଷା କରାଯାଇଥିବାବେଳେ ସେପଟେ ଘଟଣାର ତଦନ୍ତ ଜାରି ରଖିଛନ୍ତି ୬ ଜଣିଆ ଟିମ୍ ।
ବଦଳୁଛି ସ୍ଥିତି, ବଦଳୁଛି ପାଣିପାଗର ମିଜାଜ୍ । ସୁନ୍ଦରଗଡ଼ ଜିଲ୍ଲାରେ ଅଂଶୁଘାତ ସ୍ଥିତିରେ ଆସୁଛି ସୁଧାର । ଦୁଇଦିନ ହେଲା ଆସିନାହାନ୍ତି କୌଣସି ଆକ୍ରାନ୍ତ । ରାଉରକେଲା ଡାକ୍ତରଖାନାରେ ଅଛନ୍ତି ମାତ୍ର ଦୁଇଜଣ । ସ୍ଥିତି ବଦଳିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ସଚେତନତା ଜାରି ରହିଛି । ସହରର ଛେଣ୍ଡ କଲୋନୀ ଓ ନାଲା ରୋଡରେ ଶିବିର ଆୟୋଜନ କରାଯାଇ ଶ୍ରମିକମାନଙ୍କୁ ଘୋଳଦହି ଓ ଲିଫଲେଟ ଵଣ୍ଟନ କରାଯାଇଛି । ଗତ ୩୦ ତାରିଖ ଠାରୁ ୪ ଦିନ ମଧ୍ୟରେ ମୃତ୍ଯୁ ସଂଖ୍ଯା ବଢିବା ପରେ ବଢିଥିଲା ସନ୍ଦେହ । ୩୫ ମୃତକଙ୍କ ମଧ୍ୟରୁ ୨୪ ଟିର ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୪ ଟି ମୃତଦେହ ପରିବାର ଲୋକେ ବ୍ୟବଚ୍ଛେଦ ନକରି ନେଇ ଯାଇଛନ୍ତି । ୧୫ ଟି ମୃତଦେହର ନିର୍ଦ୍ଧିଷ୍ଟ କାରଣ ନ ମିଳିବାରୁ ଭିସେରା ରିପୋର୍ଟ ପାଇଁ ପଠାଯାଇଛି । ୩ ଟି ମୃତଦେହ ଅଂଶୁଘାତରେ ନୁହେଁ ବୋଲି ଜଣାପଡ଼ିଛି । ଅନ୍ଯ ୭ଟି ମୃତଦେହର ରିପୋର୍ଟ ଆସିଲେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ।
ମୃତ୍ୟୁର କାରଣ ଓ ପ୍ରତିକାର ନେଇ ଅନୁଧ୍ଯାନ କରୁଛନ୍ତି ୬ ଜଣିଆ ଟିମ । ଵୁର୍ଲା ମେଡିସିନ ଵିଭାଗର ପ୍ରଫେସର ଡକ୍ଟର ବି ପ୍ରଧାନ, ସ୍ବାସ୍ଥ୍ୟ ଵିଭାଗର ଷ୍ଟେଟ ସରଭିଲାନସ ଅଫିସର ଡକ୍ଟର ଅଶୋକ ପାଇକରାୟ ଓ ସ୍ଵାସ୍ଥ୍ୟ ଵିଭାଗ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅର୍ଘ୍ୟ ପ୍ରଧାନ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଚିକିତ୍ସିତ ହେଉଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ନିଜ ନିଜର ଘରକୁ ଫେରିଥିବା କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ।
ଅଂଶୁଘାତରୂ ରକ୍ଷା କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକମାନେ କାର୍ଯ୍ୟ ନକରିଵା ପାଇଁ ସମସ୍ତ ଠିକା ସଂସ୍ଥା ଓ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

