spot_img
Home Blog Page 1906

ଜଗତସିଂହପୁରରେ ଅଧାରେ ଅଟକିଛି କେନ୍ଦ୍ରୀୟ ସ୍କୁଲ ନିର୍ମାଣ କାମ

ଜଗତସିଂହପୁର: ସାମ୍ନାକୁ ଆସିଲା କେନ୍ଦ୍ର ସରକାରଙ୍କ ଶିକ୍ଷାବିଭାଗର ଦାୟିତ୍ଵହୀନତା। ଜଗତସିଂହପୁରରେ ଅଧାରେ ଅଟକିଛି କେନ୍ଦ୍ରୀୟ ସ୍କୁଲ ନିର୍ମାଣ କାମ। ମନ୍ଥର ଗତିରେ ଚାଲିଛି ଗୃହ ନିର୍ମାଣ। ଅସ୍ଥାୟୀ ଭାବେ ଏକ ସରକାରୀ ହାଇସ୍କୁଲରେ, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଲିଛି ପାଠପଢା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ସରକାରୀ ସ୍କୁଲ୍ ରେ ସ୍ଥାନାଭାବ ଥିବା ବେଳେ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠପଢାଇବା କଷ୍ଟକର ହୋଇପଡିଛି ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। କେବେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ କୋଠା ତାକୁ ନେଇ ସନ୍ଦେହରେ ଅବିଭାବକ ଓ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ବିଦ୍ୟାଳୟରେ ପାଠ ପଢୁଛନ୍ତି ୪୫୦ ଜଣ ଛାତ୍ରଛାତ୍ରୀ।

ସେପଟେ କିନ୍ତୁ ତରିକୁନ୍ଦ ହାଇସ୍କୁଲ ଭିତରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ଅକ୍ତିଆର କରି ରଖିଛନ୍ତି। ଏହାଦ୍ୱାରା ତରିକୁନ୍ଦ ହାଇସ୍କୁଲର ପିଲାମାନେ ପାଠପଢିବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ତରିକୁନ୍ଦ ହାଇସ୍କୁଲର କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ଏକମାସ ମଧ୍ୟରେ ତରିକୁନ୍ଦ ହାଇସ୍କୁଲ ପରିସରରୁ କେନ୍ଦ୍ରୀୟ ବିଦ୍ୟାଳୟକୁ ଯଦି ଅଲଗା କରାନଯାଏ ତାହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ।

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ, ଏସଆରସିଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ

ଭୁବନେଶ୍ୱର: ଦିନ ୧୧ଟାରୁ ୩ଟା କାମ କରାଇବା ମନା ଶ୍ରମିକଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରାଇଲେ ଦଣ୍ଡ । ଏସଆରସିଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କଲେ ଏସଆରସି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଜାରି ହେଲା ନିର୍ଦ୍ଦେଶ ।

ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣି ପାଗ କେନ୍ଦ୍ର ସତର୍କ କରାଇଛି । ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

୧୫ତାରିଖ ପାଇଁ ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଟକ ସତର୍କତା ଜାରି କରାଯାଇଛି । ସେହିଭଳି ୧୬ ତାରିଖ ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେ଼ଙ୍କାନାଳ, ନୟାଗଡ଼ ଓ ୧୭ ତାରିଖ ପାଇଁ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ପାଇଁ ଆଲର୍ଟ ଜାରି କରାଯାଇଛି।

କଂଗ୍ରେସରୁ ୬ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ। ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ କଲେ ଏଆଇସିସି। ବର୍ତ୍ତମାନ ଜଟଣୀରୁ ବିଧାୟକ ଅଛନ୍ତି ସୁର । ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କଲେ ଏଆଇସିସି।

ଏଥରକୁ ମିଶାଇ ଜଟଣୀରୁ ୬ ଥରର ବିଧାୟକ ସୁର। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜାରି କରଯାଇଛି। ବହୁଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ କଂଗ୍ରେସରେ ଥିବା ବେଳେ ତାଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢୁଛନ୍ତି।

ସେ ଥରେ ଜନତା ଦଳ ଓ ୫ ଥର କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜଟଣୀ ବ୍ଲକ ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେ ଜାନକୀ ପଟ୍ଟନାୟକଙ୍କ ସରକାରରେ କ୍ରୀଡା ଓ ଅବକାରୀ ମନ୍ତ୍ରୀ ଥିଲେ। ଦୀର୍ଘ ଦିନ ଧରେ ସେ କଂଗ୍ରେସ ଜିଲ୍ଲା ସଭାପତି ଦାୟିତ୍ବ ତୁଲାଇ ଆସୁଥିଲେ। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜାରି କରଯାଇଛି। ବହୁଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ କଂଗ୍ରେସରେ ଥିବା ବେଳେ ତାଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢୁଛନ୍ତି। ସୁର ତାଙ୍କ ପାଇଁ ପ୍ରଚାର କରିବାକୁ ଅଡ଼ି ବସିଥିଲେ। ରାଜ୍ଯ ସାରା ସେ କଂଗ୍ରେସ ପାଇଁ ପ୍ରଚାର କରିବେ, କିନ୍ତୁ ଭୁବନେଶ୍ବରରେ ପୁଅ ପାଇଁ ପ୍ରଚାର କରିବାକୁ ଅଡ଼ି ବସିଥିଲେ ସୁର। ଦଳ ତାଙ୍କୁ ତଡ଼ିଦେଲେ ବି ସେ କଂଗ୍ରେସରେ ଅଛନ୍ତି ଓ ରହିବେ ବୋଲି ପୂର୍ବରୁ କହିଥିଲେ। ତାଙ୍କୁ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସୁର ତାହାର ଜବାବ ଦେଇଥିଲେ। ତାଙ୍କ ରକ୍ତ କଂଗ୍ରେସ ବୋଲି ସୁର କହିଥିଲେ।

ଜୁଏଲ ଓରାମଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିୟମ ଉଲ୍ଲଂଘନ କରୁଛନ୍ତି, ବାରଣ କଲେ ଆଇଆଇସିଙ୍କୁ ଧମକ ଦେଉଛନ୍ତି ବିଜେପିର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ। ଏନେଇ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ଅଭିଯୋଗ ଅନୁସାରେ ସୁନ୍ଦରଗଡ ବିଲେଇଗଡ଼ରେ ଜୁଏଲ ଓରାମ ଓ ନରସିଂହ ମିଞ୍ଜ ଏକ ସରକାରୀ ସ୍ଥାନରେ ଦଳୀୟ ସଭା କରୁଥିଲେ। ସ୍ଥାନୀୟ ଆଇଆଇସି ଆସି ବାରଣ କରିବାରୁ ଜୁଏଲ ତାଙ୍କୁ ଧମକ ଦେଇଥିଲେ। ବିଜେପି ସାଂସଦ ପ୍ରାର୍ଥୀଙ୍କ ଆଦର୍ଶ ଆଚରଣ ଉଲ୍ଲଂଘନ ବିରୋଧରେ ସାଂସଦ ଡ. ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି।

ବିଜେଡି କହିଛି ଯେ, ୨୦୨୪ ନିର୍ବାଚନରେ ଏକ ବିଚିତ୍ର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଭାରତୀୟ ଜନତା ପାର୍ଟି ଓଡିଶା ଶାଖାର ନେତାମାନେ ବିଭିନ୍ନ ସମୟରେ ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସର ମାନଙ୍କୁ ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ବଦଳି ଏବଂ ସସପେଣ୍ଡ କରିଦେବାର ଧମକ ଦେଉଛନ୍ତି। ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ମଧ୍ଯ ଏହି ପନ୍ଥା ଆପଣାଇଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ମିଳିଲାନି ଆଶ୍ଵସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ମିଳିଲାନି ଆଶ୍ଵସ୍ତି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଜି ଦିଲ୍ଲୀ ସିଏମ୍ କେଜରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହେଉଥିଲା।

ତେବେ ପୁଣିଥରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ। ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେପଟେ ଇଡିର ଗିରଫକୁ ଅସାମ୍ବିଧାନିକ ଦର୍ଶାଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ତେବେ ତୁରନ୍ତ ଶୁଣାଣି କରିବାକୁ ପୂର୍ବରୁ ମନା କରିଥିଲେ ସୁପ୍ରିମକୋର୍ଟ।

ଆସନ୍ତା ୨୯ରେ କେଜରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗିରଫକୁ ଚ୍ଯାଲେଂଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ତେବେ ଇଡିର ଗିରଫକୁ ସଠିକ ଦର୍ଶାଇଥିଲେ ଦିଲ୍ଲୀ ହାଇକୋର୍ଟ। ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ଯାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି କେଜରିୱାଲ। ସେପଟେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ।

ଚଳିତବର୍ଷ ଓଡ଼ିଶାରେ ହେବ ନିଅଣ୍ଟିଆ ବର୍ଷା; ଭାରତୀୟ ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶାରେ ହେବ ନିଅଣ୍ଟିଆ ବର୍ଷା। ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି କରାଯାଇଛି।

ଆଇଏମଡି ଅନୁସାରେ ଚଳତି ବର୍ଷ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି। ତେବେ ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ। ଖୁବଶୀଘ୍ର ସରିବ ଏଲନିନୋ କଣ୍ଡିସନ୍ । ମନସୁନ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲନିନୋ । ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ।

୧୯୫୪ ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି । ଏହି ସମୟରେ ୨ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୨ ବର୍ଷ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ସିଜନରେ ୨୨ ବର୍ଷ ଲାନିନା ସକ୍ରିୟ ରହିଛି। ସମସ୍ତ ୨୨ ବର୍ଷରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଚଳିତ ବର୍ଷ କେବେ ମୌସୁମୀ କେରଳ ଛୁଇଁବ ସେନେଇ ମେ ମାସରେ ଆକଳନ କରାଯିବ।

ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଜଳୁଛି ରାଜଧାନୀ। ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ଯର ସବୁଠୁ ତତଲା ସହର ହୋଇଛି ଭୁବନେଶ୍ବର। ଭୁବନେଶ୍ବରରେ ୪୧.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ସେହିପରି ୪ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି। ଚାନ୍ଦବାଲିରେ ୪୧.୧ ଡିଗ୍ରୀ ପାରଦ ରେକର୍ଡ ହୋଇଥିବାବେଳେ ଝାରସୁଗୁଡାରେ ୪୧, ବାଲେଶ୍ୱରରେ ୪୦, ହୀରାକୁଦରେ ୩୯.୫, ସମ୍ବଲପୁରରେ ୩୯.୪, ରାଉରକେଲାରେ ୩୯.୨, କେନ୍ଦୁଝରରେ ୩୮.୯, ଗୋପାଳପୁରରେ ୩୫.୫, ପାରାଦୀପରେ ୩୫.୨ ଓ ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ବଢିପାରେ।

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବ। ଖରା ସମୟରେ ନିର୍ବାଚନ ପ୍ରଚାର ଓ ରାଲିଠୁ ଦୂରେଇ ରହିବାକୁ ଆଲର୍ଟ ଜାରି କରାଯାଇଛି। ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଖରାର ପିକ ସମୟ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଚାଷୀମାନେ ପନିପରିବା ସହ ଗୃହପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରଖିବା ଆବଶ୍ୟକ।

ଲକଡାଉନରେ ପ୍ରେମ ଏବଂ ହୋଲିରେ ହୋଇଥିଲା ବିବାହ, ନବବଧୂର ମୃତ୍ୟୁ ପରେ ଏବେ ଚାଞ୍ଚଲ୍ଯ

କାମାକ୍ଷାନଗର: ଲକଡାଉନରେ ପ୍ରେମ, ହୋଲିରେ ବିବାହ । ହେଲେ ମାସଟିଏ ବି ତିଷ୍ଠି ପରିଲାନି ସାତ ଜନ୍ମର ବନ୍ଧନ। ବିବାହର ୨୦ ଦିନ ପରେ ହେଲା ପ୍ରେମର ଦି ଏଣ୍ଡ। ନବବଧୂର ମୃତ୍ୟୁ ପରେ ଏବେ ଚାଞ୍ଚଲ୍ଯ। ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଗାଁରେ ଅଭାବନୀୟ ଘଟଣା। ନବବଧୂର ମୃତ୍ୟୁ ପରେ ପରିବାର ଆଣିଲେ ହତ୍ଯା ଅଭିଯୋଗ। ମୃତକ ଜଣଙ୍କ ହେଉଛନ୍ତି ଲୋଧଣୀ ଗାଁର ୧୯ ବର୍ଷୀୟା ସୁପ୍ରିୟା ସାହୁ ଓରଫ ଶିଖା । ଶିଖା ନିଜ ଗାଁର ଦୁଃଶାସନ ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟେ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ବିବାହରେ ସମ୍ମତି ଦେଇନଥିଲେ। ହୋଲି ଦିନ ଘରୁ ଲୁଚି ପଳେଇଯାଇଥିଲେ ଏବଂ ବିବାହ କରିଥିଲେ। ମାତ୍ର ୨୦ଦିନର ବିବାହ ଭିତରେ ସାମ୍ନାକୁ ଆସିଛି ଯୌତୁକ ଜନିତ ନିର୍ଯାତନା ଏବଂ ନବବଧୂଙ୍କୁ ହତ୍ୟା ଅଭିଯୋଗ। ପରଜଙ୍ଗ ଥାନାରେ ଶିଖାଙ୍କ ବାପା ରଞ୍ଜନ ସାହୁଙ୍କ ଅଭିଯୋଗ ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଏବଂ ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସସ୍ପେନସ ଭିତରେ ରହିଛି।

ଜାନକୀଙ୍କ ପୁଅ ପୃଥ୍ବୀବଲ୍ଲଭଙ୍କ ପାଇଁ ପ୍ରଚାର କରିବେ ସୁର

ଜାନକୀଙ୍କ ପୁଅ ପୃଥ୍ବୀବଲ୍ଲଭଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କେବଳ ବେଗୁନିଆରେ ସେ ପ୍ରଚାର କରିବେ ବୋଲି କହିଛନ୍ତି। ଅନ୍ଯପଟେ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାରକୁ ଯିବେନାହିଁ ବୋଲି କହିଛନ୍ତି ସୁର । ଗତକାଲି ସେ ବେଗୁନିଆ ପ୍ରଚାର କରି କି ଆସିଛିନ୍ତି ବୋଲି କହିଛନ୍ତି। ପୂର୍ବତନ ମୁଖ୍ଯମନ୍ତ୍ରୀ ଜାନକୀ ପଟ୍ଟନାୟକ ତାଙ୍କ ଗୁରୁ ବୋଲି ସେ କହିବା ସହ ତାଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତିସ । ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସ ଲୋକ ହିଁ ଜଟଣୀ ନିର୍ବାଚନରେ ପାର୍ଥୀ ହେବେ। ବଡ ପୁଅ ସିଦ୍ଧାର୍ଥ ହେଉଛି ପେଣ୍ଡି ଗରାଖ । ସିଏ ହିଁ ସନ୍ତୋଷ ଜେନାଙ୍କୁ ଟିକେଟ କରାଇଛି । କିନ୍ତୁ ସିଏ ଜିତିବେ କି ନାହିଁ ତାହା କହିପାରିବେ ନାହିଁ ବୋଲି କହିଛନ୍ତି ସୁର। ବର୍ତ୍ତମାନ ଯେତିକି ପାର୍ଥୀଙ୍କ ନାଁ ଘୋଷଣା ହେଇଛି ତା ଭିତରୁ ୬୩ ଜଣ ବିଜୟୀ ହେବେ। ଏହାଶହ ୭ଟି ଲୋକସଭା ଆସନରେ ମଧ୍ୟ କଂଗ୍ରେସ ବିଜୟୀ ହେବ ବୋଲି ଅଙ୍କ କଷିଛନ୍ତି ସୁର।

ସିଜେଆଇଙ୍କୁ ଚିଠି ଲେଖିଲେ ୨୧ଜଣ ଅବସରପ୍ରାପ୍ତ ବିଚାରପତି

ନନ୍ଦିଘୋଷ ବ୍ୟୁରୋ: ସିଜେଆଇଙ୍କୁ ଚିଠି ଲେଖିଲେ ୨୧ଜଣ ଅବସରପ୍ରାପ୍ତ ବିଚାରପତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଲେଖିଲେ ଚିଠି। ସୁପ୍ରିମକୋର୍ଟର ୪ଜଣ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ୧୭ ଜଣ ଅବସରପ୍ରାପ୍ତ ବିଚାରପତି ଲେଖିଛନ୍ତି ମିଳିତ ଚିଠି।  କିଛି ବ୍ୟକ୍ତି ନିଜ ରାଜନୈତିକ ଓ ଅନ୍ୟାନ ସ୍ବାର୍ଥ ହାସଲ କରିବା ପାଇଁ ନ୍ୟାୟ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଉଛନ୍ତି । ଏଭଳି ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଅଙ୍କୁଶ ନଲଗାଇଲେ,ନ୍ୟାୟାଳୟର ଗାରିମା କ୍ଷୁର୍ଣ୍ଣ ହେବା ଆଶଙ୍କା ରହିଛି ।  କିଛି ଗୋଷ୍ଠୀଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ପ୍ରତିକ୍ରିୟା ମାଧ୍ୟମରେ ନ୍ୟାୟତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏ ସମସ୍ତ ଘଟଣାରେ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ପୂର୍ବତନ ବିଚାରପତି ମାନେ। ବିଚାର ପ୍ରକ୍ରିୟାରେ ଅବାଞ୍ଛିତ ହସ୍ତକ୍ଷେପ ଯୋଗୁ ନ୍ୟାୟାଳୟର ସ୍ବାଧିନତା ଓ ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।