ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଲାଗି ଘୋଷଣାପତ୍ର ଜାରି। ବିଜେପିର ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଇସ୍ତାହାରରେ ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ ରହିଛି। ବିଜେପି ଏଥର ଘୋଷଣା ପତ୍ରରେ ମୋଦିଙ୍କ ଗ୍ଯାରେଣ୍ଟି ଉପରେ ଫୋକସ କରିଛି। ଏଥିରେ ମହିଳା ଯୁବ, ଗରିବ, କୃଷକଙ୍କୁ ଗୁରୁତ୍ଵ ଦେଇ ସବକା ସାଥ ସବକା ବିଶ୍ଵାସ କଥା କହିଛି। ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନରଙ୍କୁ ସାମିଲ କରିବାକୁ ଘୋଷଣାପତ୍ରରେ ଉଲ୍ଲେଖ କରିଛି। ଏହାସହ ୭୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ଯୋଜନାରେ ସାମିଲ ହେବେ। ଆସନ୍ତା ୫ ବର୍ଷ ସେବା, ସୁଶାସନ ଏବଂ ଗରିବ କଲ୍ଯାଣର ଗ୍ଯାରେଣ୍ଟି ଦେଇଛି ବିଜେପି। ଏଥି ମଧ୍ୟରେ ରହିଛି ଆସନ୍ତା ୫ ବର୍ଷ ଯାଏଁ ଜାରି ରହିବ ମାଗଣା ରାସନ ପ୍ରଦାନ ଯୋଜନା। ପାଣି, ଗ୍ଯାସ ଏବଂ ପିଏମ ସୂର୍ଯ୍ୟଘର ଯୋଜନାରେ ଜିରୋ ବିଜୁଳି ବିଲ୍ ସ୍କିମ ଜାରି ରହିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଜନା ଜାରି ରହିବ। ମଧ୍ୟମ ବର୍ଗର ପରିବାର ଲାଗି ପକ୍କା ଘର ସରହ ସ୍ଵାସ୍ଥ୍ୟ ସେବା ବିସ୍ତାର କରାଯିବ। ନ୍ଯାସନାଲ ଏଜୁକେସନ ପଲିସି ଲାଗୁ ହେବ। ପର୍ରତି ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ। ୨୦୩୬ ଭାରତ ଅଲିମ୍ପିକ୍ ଆଯୋଜନ କରିବାକୁ ଯୋଜନା ରଖିଛି। ଯୁବକଙ୍କ ଲାଗି ଭିତ୍ତିଭୂମି, ନିବେଶ, ଉତ୍ପାଦ ଶିଳ୍ପ, ହାଇ ଭାଲ୍ଯୁ ସର୍ଭିସେସ୍ ଷ୍ଟାର୍ଟଅପ୍, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ରୋଜଗାର ସୁଯୋଗ ମିଳିବ। ନାରୀ ତୁ ନାରାୟଣୀ ଯୋଜନାରେ ୩ କୋଟି ଲକ୍ଷପତି ଦିଦି ପ୍ରସ୍ତୁତ କରିବାକୁ ଯୋଜନା । ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସେବା କ୍ଷେତ୍ରରେ ସାମିଲ କରି ରୋଜଗାରର ନୂଆ ସୁଯୋଗ ମିଲିବ। ମହିଳାଙ୍କ ଲାଗି ସାର୍ବଜନିକ ସ୍ଥାନରେ ପ୍ରସ୍ତୁତ ହେବ ଶୌଚାଳୟ। ନାରୀ ବନ୍ଦନ ଅଧିନିୟମ ଲାଗୁ କରାଯିବ। କୃଷକଙ୍କ ଆୟ ବଢାଇବାକୁ ହେବ ପ୍ରୟାସ।
ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ
ଭୁବନେଶ୍ବର: ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ ।ପୁତ୍ର ହେବା ଆଶୀର୍ବାଦ ବାହାନା ରେ ନବ ବଧୂକୁ ଦୁର୍ବ୍ୟବହାର ଅଭିଯୋଗ। ଖଣ୍ଡଗିରି ଅଞ୍ଚଳରୁ ୩ଜଣ ଭଣ୍ଡ ବାବାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ରବୀନ୍ଦ୍ର ରଣା, ସୁଶାନ୍ତ ମହାପାତ୍ର, କଣ୍ଡୁରୀ ମହାପାତ୍ର । ମା ମଙ୍ଗଳାଙ୍କ ମୂର୍ତ୍ତି ଧରି ନିଜକୁ ମା କାଳସୀ ପରିଚୟ ଦେଇ ବୁଲନ୍ତି ଏହି ୩ ଭଣ୍ଡ ବାବା। ଆଶୀର୍ବାଦ ଦେବା ବାହାନାରେ ଲୋକଙ୍କ ଠାରୁ ନିଅନ୍ତି ଟଙ୍କା।
ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ସମ୍ବଲପୁର: ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଚଳିତ ବର୍ଷ ପ୍ରଶାସନର କଟକଣାକୁ ନଜରରେ ରଖି କେବଳ ବିଧିରକ୍ଷା ପାଇଁ ମନ୍ଦିର ମାନଙ୍କରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ଗତବର୍ଷ ହନୁମାନ ଜୟନ୍ତୀରେ ଅଶାନ୍ତ ହୋଇ ପଡିଥିଲା ସମ୍ବଲପୁର ସହର ।ଏହାକୁ ନଜରରେ ରଖି ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାଇକ ରାଲି ସହ ଶୋଭାଯାତ୍ରା ବାରଣ କରାଯାଇଛି। ହନୁମାନ ଜୟନ୍ତିରେ କୌଣସି ଶୋଭାଯାତ୍ରା ବାହାରିବ ନାହିଁ। ଅନ୍ୟ ବର୍ଷ ମାନଙ୍କରେ ସମ୍ବଲପୁରରେ ବାଇକ ରାଲି ସହ ସହରସାରା ଶୋଭାଯାତ୍ରା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିନାହିଁ।
ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍
ବରଗଡ଼: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ। ବରଗଡ଼ ପଦ୍ମପୁର ବୁଡେନ ଥାନା ସୁଲିଆ ଗାଁ ନିକଟରେ ଦୁର୍ଘଟଣା। ଛତିଶଗଡ଼ ବଲୋଦା ବଜ଼ାର ଗାଁରୁ ପ୍ରାୟ ୫୫ ତୀର୍ଥ ଯାତ୍ରୀ ପୁରୀ ଆସିଥିଲେ। ପୁରୀ ଦର୍ଶନ ସାରି ପଦ୍ମପୁର ପ୍ରଭୁ ନୃସିଂହନାଥ ମନ୍ଦିର ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା ଘଟିଛ। ଭୋର ୪ଟା ସମୟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ୍। ସମସ୍ତ ଆହତଙ୍କୁ ପଦ୍ମପୁର ମେଡିକାଲରେ ଭର୍ତି କରାଯାଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।
ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼
କେନ୍ଦୁଝର: ରବିବାର ହେଉଛି ମହାବିଷୁବ ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଉପଲକ୍ଷେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଠାରେ ଆଜି ବ୍ୟାପକ ଆୟୋଜନ କରାଯାଇଛି । ମା’ ତାରିଣୀଙ୍କ ୮୮ତମ ଚଇତି ପର୍ବର ଆଜି ଷଷ୍ଠ ଦିନ । ଭକ୍ତଙ୍କୁ ମା ସୁନାବେଶରେ ଦର୍ଶନ ଦେଉଛନ୍ତି। ଆଜି ମାଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭକ୍ତଙ୍କୁ ପାନୀୟ ଜଳ, ପଣା, ଅନ୍ନ ପ୍ରସାଦ ବଣ୍ଟନ କରାଯାଉଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର?
ଭୁବନେଶ୍ବର: ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର । ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଏଯାଏ ୧୭ ଆସନରେ ପ୍ରାର୍ଥୀ ଦେଇଛି । ଫଳରେ ୧୭ ଲୋକସଭା ଆସନରେ ତ୍ରିମୁଖି ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବଳେ ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେଉରୀ ପ୍ରାର୍ଥୀ ହୋଇଛନ୍ତି । କଳାହାଣ୍ଡିରେ ବିଜେଡିରୁ ଲମ୍ବୋଧର ନିଆଲ, ବିଜେପିରୁ ମାଳବିକା କେଶରୀ ଦେଓ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନବରଙ୍ଗପୁରରେ ବିଜେଡିର ପ୍ରଦୀପ ମାଝୀ, ବିଜେପିର ବଳଭଦ୍ର ମାଝୀ ଓ କଂଗ୍ରେସର ଭୂଜବଳ ମାଝୀଙ୍କ ମଧ୍ଯରେ କଡ଼ା ଟକ୍କର ହେବ ।
କନ୍ଧମାଳରେ ବିଜେଡିର ଅଚ୍ଯୁତ ସାମନ୍ତ, ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମିରଚାନ୍ଦ ନାୟକଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । କୋରାପୁଟରେ ବିଜେଡିର କୌଶଲ୍ଯା ହିକକା, ବିଜେପିର କାଳେରାମ ମାଝୀ ଓ କଂଗ୍ରେସର ସପ୍ତଗିରି ଉଲ୍ଲାକା ମୁହାଁମୁହିଁ ହେବେ । ଆସିକାରେ ବିଜେଡି ରଞ୍ଜିତା ସାହୁ, ବିଜେପି ଅନୀତା ଶୁଭଦର୍ଶିନୀଙ୍କୁ ପାର୍ଥି କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବ୍ରହ୍ମପୁରରେ ବିଜେଡିର ଭୃଗୁ ବକ୍ସିପାତ୍ର, ବିଜେପିର ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସର ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । ସେହିପରି ବଲାଙ୍ଗୀରରେ ବିଜେଡିର ସୁରେନ୍ଦ୍ର ସିଂ ଭୋଇ, ବିଜେପିର ସଂଗୀତା ସିଂହଦେଓ ଏବଂ କଂଗ୍ରେସର ମନୋଜ ମିଶ୍ର ଲଢେଇ କରିବେ ।
ବରଗଡ଼ରେ ବିଜେଡିର ପରିଣିତା ମିଶ୍ର, ବିଜେପିର ପ୍ରଦୀପ ପୁରୋହିତ ଏଭଂ କଂଗ୍ରେସର ସଞ୍ଜୟ ଭୋଇ ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁରରେ ଦେଖିବାକୁ ମିଳିବ ବିଗ୍ ଫାଇଟ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏଯାଏଁ ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ । ମୟୂରଭଞ୍ଜରେ ବିଜେଡି ତରଫରୁ ସୁଦାମ ମାର୍ଣ୍ଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ନବଚରଣ ସେଠୀ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏଠାରେ ବି ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି କେନ୍ଦୁଝରର ବିଜେଡିର ଧନୁର୍ଜୟ ସିଦ୍ଧୁ, ବିଜେପିର ଅନନ୍ତ ନାୟକ ଓ କଂଗ୍ରେସର ମୋହନ ହେମ୍ବ୍ରମଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । ଭଦ୍ରକରେ ବିଜେଡି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅଭିମନ୍ଯୁ ସେଠୀ ଓ କଂଗ୍ରେସ ଅନନ୍ତ ସେଠୀଙ୍କୁ ପ୍ରାର୍ଥୀ କରିଛି । ଯାଜପୁରରେ ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିର ରବିନାରାୟଣ ବେହେରା ଓ କଂଗ୍ରେସର ଅଞ୍ଚଳ ଦାସଙ୍କ ମଧ୍ଯରେ ଲଢେଇ ହେବ । କେନ୍ଦ୍ରାପଡ଼ାରେ ବିଜେଡିର ଅଂଶୁମାନ ମହାନ୍ତି, ବିଜେପିର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ସିଦ୍ଧାର୍ଥ ସ୍ବରୂପ ଦାସ ପ୍ରାର୍ଥୀ ହୋଇଛନ୍ତି । ଜଗସିଂହପୁରରେ ବିଜେଡି ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଭୂପ୍ରସାଦ ତରାଇ ଓ କଂଗ୍ରେସ ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଟକରେ ବିଜେଡି ସଂତୃପ୍ତ ମିଶ୍ର, ବିଜେପି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ବରରେ ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଲଢେଇ ହେବ । ପୁରୀରେ ବିଜେଡିର ଅରୂପ ପଟ୍ଟନାୟକ, ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଟକ୍କର ହେବ । ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ରନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ହେବ । ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର, ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ ।
ପଣାସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
ପୁରୀ: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ଜାଗା ଆଖଡ଼ା ମାନଙ୍କରେ ପୂଜା ପାଠ କରାଯିବାର ଵିଧି ରହିଛି l ଜାଗା ଅଖାଡାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି । ଏହି ଅବସରରେ ପଣା ଛତୁଆ ଭୋଗ କରାଯିବାର ପରମ୍ପରା ରହିଥିବାବେଳେ ଜାଗାମାନଙ୍କରେ ସକାଳୁ ପ୍ରବଳ ଗହଳି ଲାଗିରହିବ l ସେହିପରି ଶ୍ରୀମନ୍ଦିରରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀର ମନ୍ଦିରକୁ ଆଜ୍ଞାମାଳ ବିଜେର ପରମ୍ପରା ରହିଥିବାବେଳେ ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ ।
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ
ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତି । ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ଅବସରରେ ଆଜିଠୁ ଆରମ୍ଭ ଓଡିଆ ନବବର୍ଷ । ସ୍ୱତନ୍ତ୍ର ପୂଜା, ଭୋଗ, ହୋମରେ ମହକୁଛି ପରିବେଶ । ପାରମ୍ପରିକ ରୀତିନୀତି ଅନୁସାରେ ଓଡ଼ିଶାରେ ଘରେ ଘରେ ପଣା ଭୋଗର ମହକ । ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ମନ୍ଦିରରେ ପଣା ଭୋଗର ବିଧି ବି ହେଉଛି ପାଳନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ବି ହୋଇଥାଏ ପ୍ରଚଳନ । ବିଶ୍ବାସ ସହିଛି ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖିଲେ ମିଳିଥାଏ ଅଶେଷ ପୁଣ୍ୟ । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବି କୁହାଯାଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ବି ପାଳନ କରାଯାଏ ହନୁମାନ ଜୟନ୍ତୀ । ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ସଂକ୍ରାନ୍ତିର ଅନ୍ୟ ନାମ ବି ରହିଛି ଜଳ ସଂକ୍ରାନ୍ତି । କାଳ କାଳର ପରମ୍ପରା ଅନୁସାରେ ଆଜି ଉଦଯାପିତ ହୋଇଥାଏ ଝାମୁଯାତ୍ରା । ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ଯାତ୍ରାର ଅନ୍ତ ଭାବେ କଠୋର ତାପ ସହ୍ୟ କରିବାର ଶକ୍ତିର ଉଦାହରଣ ଦେଇଥାନ୍ତି ବ୍ରତଧାରୀ ।
ଟିକେଟ ଘୋଷଣା ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ
ରାୟଗଡ଼ା: ଚଳିତ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ ପରେ ରାୟଗଡା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଆଇସିସି ପର୍ଯ୍ୟବେକ୍ଷକ କୋରାପୁଟ ଲୋକସଭା ରବୀନ୍ଦ୍ର ଡାଲ୍ଭି ରାୟଗଡ଼ାରେ ପହଞ୍ଚି ଦଳକୁ ମଜବୁତ କରିବାକୁ ଚଳାଇଥିବା ଚେଷ୍ଠା ଫସର ଫାଟିଛି। ପ୍ରଥମେ ଏକ ହୋଟେଲ ଏବଂ ପରେ ଜିଲ୍ଲା କଂଗ୍ରେସ ଭବନରେ ଟିକଟ ନପାଇ ଅସନ୍ତୁଷ୍ଟ ଥିବା ବିଷମକଟକ ନିର୍ବାଚନ ମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ନିଳମାଧବ ଉଲ୍ଲାକା ଓ ଗୁଣୁପୁର ନିର୍ବାଚନ ମଣ୍ଡଳିର ଆଶାୟୀ ପ୍ରାର୍ଥୀ ଥିବା ଭାସ୍କର ଜାଗରାଙ୍ଗାଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଥିଲା । ସମସ୍ତ ନିର୍ବାଚନରେ ମିଳିମିଶି କଗ୍ରେଂସ ସହିତ କାମ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀ ଓ ତାଙ୍କ କର୍ମୀ ମାନେ ପ୍ରାର୍ଥୀ ବଦଳାଇବା ପାଇଁ ଜିଦ୍ ଧରିଥିଲେ । ଶେଷରେ କୌଣସି ନିସ୍କର୍ଷ ନବାହାରିବାରୁ ରବୀନ୍ଦ୍ର ଡାଲ୍ଭି ଏଆଇସିସିକୁ ଜଣାଇଦେବେ ବୋଲି କହିଥିଲେ । ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଟକରେ ବିଜେଡି ସଂତୃପ୍ତ ମିଶ୍ର, ବିଜେପି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ବରରେ ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଲଢେଇ ହେବ । ପୁରୀରେ ବିଜେଡିର ଅରୂପ ପଟ୍ଟନାୟକ, ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଟକ୍କର ହେବ। ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ରନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ହେବ । ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର, ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ।
୯ ଜଣିଆ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା କଂଗ୍ରେସର ପ୍ରାର୍ଥୀ ତାଲିକା । ୯ ଜଣିଆଁ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । eଜର ପକାନ୍ତୁ କାହାକୁ କେଉଁ ଆସନରୁ ମିଳିଲା ଟିକେଟ୍ ।
ବାଲେଶ୍ବର ଶ୍ରୀକାନ୍ତ ଜେନା
ଭୁବନେଶ୍ବର ୟାସିର ନଓ୍ବାଜ
ଭଦ୍ରକ ଅନନ୍ତ ଚରଣ ସେଠୀ
କେନ୍ଦ୍ରାପଡ଼ା ସିଦ୍ଧାର୍ଥ ସ୍ବରୂପ ଦାସ
ଜଗତସିଂହପୁର ରବୀନ୍ଦ୍ର କୁମାର ସେଠୀ
ଯାଜପୁର ଅଞ୍ଚଳ ଦାସ
ଢେଙ୍କାନାଳ ସସ୍ମିତା ବେହେରା
ପୁରୀ ସୁଚରିତା ମହାନ୍ତି
କେନ୍ଦୁଝର ମୋହନ ହେମ୍ବ୍ରମ୍

