spot_img
Home Blog Page 1918

ଭୁବନେଶ୍ୱରରେ ନିର୍ବାଚନୀ ମାହୋଲ, ପାର୍କ ଓ ଚା’ ଖଟିରେ ବିଜୁ ଜନତା ଦଳର ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ବାଚନୀ ମାହୋଲ। ପାର୍କ ଓ ଚା’ ଖଟିରେ ବିଜୁ ଜନତା ଦଳର ପ୍ରଚାର। ଲୋକଙ୍କ ସହିତ ମିଶି ବ୍ୟାୟମ କଲେ ନେତା। ଗଣ୍ଡମୁଣ୍ଡା ୱାର୍ଡ ନମ୍ବର ୬୩ ଚା’ ଖଟିରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାଶ। ଯୁବକ ଓ ବରିଷ୍ଠ ନାଗରିକ ମାନଙ୍କ ସହିତ ଚା’ ପିଇବା ସହିତ ଲୋକଙ୍କ ସହ କଥା ହୋଇଛନ୍ତି।

ବରିଷ୍ଠ ନାଗରିକ ମାନଙ୍କ ମତ ନେବା ସହ ଆର୍ଶୀବାଦ ନେଇଛନ୍ତି। ବିଜେଡ଼ି ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ହିଁ ବିଜେଡିର ବଳ। ଭୁବନେଶ୍ୱର ବାସିନ୍ଦାଙ୍କ ମନରେ ନବୀନ ପଟ୍ଟନାୟକ ଅଛନ୍ତି।

ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ

ବାଲେଶ୍ୱର: ଓଡିଶାର ଉତ୍ତର ସୀମାନ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହୁଗୁଳି ଠାରେ ବିରାଜିତ ଆଜି ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ। ୧୩ ଦିନ ଧରି ଚାଲିଥିବା ଚଡ଼କ ଯାତ୍ରାର ଉପବିତ ଧାରଣ କରିଥିବା ଭକ୍ତଙ୍କ ମଧ୍ୟରେ ଭାତୃତ୍ବ ଭାବ ସୃଷ୍ଟି ପାଇଁ ରହିଛି ନିଆରା ପରମ୍ପରା। ସକାଳୁ ଭକ୍ତ ମାନେ ନିଜ ନିଜ ମଧ୍ୟରେ ମାଳା ଚନ୍ଦନୀ ହେବା ସହିତ ଆଲିଙ୍ଗନ କରିଥାନ୍ତି। ସକାଳୁ ମାଳା ଚନ୍ଦନୀ ସମାପନ ପରେ ହାକାଣ୍ଡ ପୋଖରିରୁ ବୁଡ ଲଗାଇ ଭକ୍ତ ମାନେ ନିଜ ଦେହ, ଜିଭରେ କଣ୍ଟା ଧାରଣ କରି ବିରାଟ କାୟ ପୋଟୁଆଧରାରେ ବାଜା ତୁରି ବଜାଇ ଚନ୍ଦନେଶ୍ଵର ମନ୍ଦିରରେ ପହଞ୍ଚି ନିଜକୁ ବାବାଙ୍କ ପାଖରେ ସମର୍ପଣ କରିବେ। ସନ୍ଧ୍ୟାରେ ଶେଷ ଅର୍ଘ୍ୟ ପାଇ ସମସ୍ତେ ବ୍ରତ ସମାପନ କରିବେ।

ଏହି ଚଡ଼କ ଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରସାଶନ ଆକଳନ କରିଛି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରସାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା ଗ୍ରହଣ କରାଯାଇଛି।

ଓଡ଼ିଶା ରାଜନୀତିର ପରିଚିତ ଚେହେରା ଥିଲେ କମଳା ଦାସ

ବ୍ୟୁରୋ ରିପୋର୍ଟ:   ୧୬ ଅଗଷ୍ଟ ୧୯୪୫ ମସିହାରେ କମଳା ଦାସଙ୍କ ଜନ୍ମ। ଓଡ଼ିଶା ରାଜନୀତିର ଥିଲେ ଏକ ପରିଚିତ ଚେହେରା। ବିଜେଡିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ଵରେ ଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ। ଡାକ୍ତରୀ ଶିକ୍ଷାରେ ଏମବିବିଏସ ସହ ଏମସ ଡିଗ୍ରୀ ହାସଲ କରିଥିଲେ କମଳା ଦାସ। ୧୯୯୦ ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରଥମଥର ଲାଗି ବିଧାୟିକା ଭାବେ ହୋଇଥିଲେ ନିର୍ବାଚିତ। ଏହାପରେ ସେ ୧୯୯୫ରେ ପୁଣି ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜୁ ଜନତା ଦଳରୁ ୨୦୦୦ ମସିହାରେ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ଵାଦଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ରାଜ୍ଯ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥଲେ। ଏହାପରେ ୧୯୯୩ରୁ ୧୯୯୫ ଯାଏଁ ଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ। ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ବିଜୁ ଜନତା ଦଳର ଗଠନ ହେଲା ଏବଂ କମଳା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜୁ ଜନତା ଦଳରୁ ପୁଣିଥରେ ଭୋଗରାଇରୁ ବିଧାୟିକା ହୋଇଥିଲେ।

ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଦୁଇଟି ବିଭାଗର ମନ୍ତ୍ରୀ ଥିଲେ। କମଳା ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୨୦୦୦ରୁ ୨୦୦୧ ଯାଏଁ କାର୍ଯ୍ୟ କରିଥିଲେ। ଏହାପରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ରେ ସେ ପୁଣିଥରେ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ନିଦ୍ରାହୀନତା ସମସ୍ୟାକୁ ନେଇ ଚିନ୍ତିତ କି, ତେବେ ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ବ୍ୟୁରୋ ରିପୋର୍ଟ: ଖାଦ୍ୟ ଓ ପାନୀୟ ପରି ନିଦ ମଧ୍ୟ ମନୁଷ୍ୟ ଶରୀର ପାଇଁ ନିହାତି ଜରୁରୀ। କିନ୍ତୁ ଏବେ ଅଧିକାଂଶ ଲୋକ ନିଦ୍ରହୀନତାର ଶିକାର ହେଉଛନ୍ତି। ରାତିରେ ସଠିକ୍ ଭାବରେ ନଦ ହେଉନାହିଁ। ତେବେ ଆପଣଙ୍କୁ ଏମିତି ଏକ ସମାଧାନର ବାଟ କହିବୁ ଯାହା ଆପଣଙ୍କ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ଦେବାରେ ବେଶ ସହାୟକ ହେବ।

ନିଦ୍ରାହୀନତା ସମସ୍ୟା ବେଶୀ ଦିନ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ବଡ଼ ବିପଦ ଆଣିପାରେ । ତେବେ ଏମିତି କିଛି ଉପାୟ ଅଛି ଯାହାକୁ ପାଳନ କଲେ ଆପଣ ରାତିରେ ଗାଢ ନିଦରେ ଶୋଇପାରିବେ ।

ଶୋଇବା ପୂର୍ବରୁ କରୁଥିବା କାମ ଆପଣଙ୍କ ନିଦକୁ ପ୍ରଭାବିତ କରିଥାଏ। ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା, ନିଜ ତ୍ବଚାର ଯତ୍ନ ନେବା, ଶୋଇବା ପାଇଁ ଆରାମ ଦାୟକ ପରିବେଶ ତିଆରି କରିବା ଅର୍ଥାତ କୋଠାରୀର ତାପମାତ୍ରା ଠିକ ରଖିବା ଓ ବିଛଣା ସଜାଡିବା ପରି କାମ କରନ୍ତୁ। ଯାହା ଆପଣଙ୍କ ମସ୍ତିଷ୍କରେ ଶୋଇବା ପାଇଁ ଏକ ଅନୁକୂଳ ଭାବନା ଆଣିଥାଏ।

ମନୋବିଜ୍ଞାନୀଙ୍କ ଅନୁସାରେ, ମସ୍ତିକଷ୍କକୁ ଚିନ୍ତାଶୂନ୍ୟ ରଖିଲେ ଓ ଶରୀରକୁ ଆରାମ ଦେଲେ ନିଦ ଆପେ ଆପେ ଆସିଥାଏ । ରାତିରେ କିଛି ଜର୍ଣ୍ଣାଲ ଲେଖିବା କିମ୍ବା ଡାୟରୀରେ ଦିନସାରାର ଘଟଣାବଳୀ ଲେଖିବା ଦ୍ବାରା ଆପଣଙ୍କ ମସ୍ତିଷ୍କରୁ ଅନେକ ଚିନ୍ତାଧାରା ବାହାରିଯାଇଥାଏ । ଫଳରେ ଆପଣଙ୍କୁ ଜଲଦି ଭଲ ନିଦ ଆସିବାର ସମ୍ଭାବନା ରହିଛି ।

ରାତିରେ ହାଲକା ଖାଦ୍ୟ ଗ୍ରହଣ କରିବା ବେଶ ଉପଯୋଗୀ ହୋଇଥାଏ । ରାତିରେ ଚିନି, କାର୍ବୋହାଇଡ୍ରେଟ, ଫ୍ୟାଟ ଓ କ୍ୟାଫିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଶୋଇବା ପୂର୍ବରୁ କ୍ଷୀର କିମ୍ବା ପାଚିଲା କଦଳୀ ଗ୍ରହଣ କରିପାରିବେ । ଏଥିରେ ମହଜୁଦ ଥିବା ଟ୍ରିପ୍ଟୋଫେନ ନାମକ ରସାୟନ ଆପଣଙ୍କୁ ସୁଖନିଦ୍ରା ଦେଇଥାଏ ।

ଯଦି ଆପଣଙ୍କୁ ନିଦ ଆସୁନି ତେବେ ଆପଣ କିଛି ସମୟ ପାଇଁ ପ୍ରାଣାୟମ ମଧ୍ୟ କରିପରିବେ। ଶୋଇବା ସେଜରେ ନିଜ ଜିଭକୁ ବିଶ୍ରାମ ଦିଅନ୍ତୁ ଓ ତାକୁ ପାଟିର ତଳ ପାର୍ଶ୍ବରେ ସ୍ପର୍ଶ କରନ୍ତୁ। ସେହି ଅବସ୍ଥାରେ ୪ ସେକେଣ୍ଡ ପାଇଁ ଧୀରେ ଧୀରେ ନିଶ୍ବାସ ନିଅନ୍ତୁ। ପରେ ୭ ସେକେଣ୍ଡ ପାଇଁ ନିଶ୍ବାସକୁ ବନ୍ଦ କରି ପରବର୍ତ୍ତୀ ସମୟରେ ଛାଡ଼ନ୍ତୁ। ଏହି ପ୍ରାଣାୟମକୁ କିଛି ସମୟ ପାଇଁ କଲେ ଆପଣଙ୍କୁ ନିଦ ଆସିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପଣ ନିଜର ସ୍କ୍ରିନଟାଇମକୁ କମାନ୍ତୁ। ଅର୍ଥାତ ଶୋଇବାର ଏକ ଘଣ୍ଟା ପୂର୍ବରୁ କୈାଣସି ପ୍ରକାର ଉଜ୍ଜ୍ବଳ ସ୍କ୍ରିନଠାରୁ ଦୂରରେ ରୁହନ୍ତୁ। ମୋବାଇଲ ଓ ଟିଭି ଦେଖିବା ଦ୍ବାରା ସେଥିରୁ ଆସୁଥିବା ନୀଳ ଆଲୋକ ଶରୀରେ ନିଦ ଆଣୁଥିବା ମେଲାଟୋନିନ ହରମୋନ କ୍ଷରଣକୁ କମ କରିଥାଏ। ତେଣୁ ଆପଣଙ୍କୁ ଭଲ ନିଦ ହୋଇନଥାଏ। ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲକୁ ସାଇଲେଣ୍ଟ ମୋଡ କରି ନିଜଠାରୁ ଦୂରରେ ରଖନ୍ତୁ।

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମଳା ଦାସ । ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ କମଳା । ସେ ଦୀର୍ଘଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

କମଳା ଦାସ ୧୬ ଅଗଷ୍ଟ ୧୯୪୫  ମସିହାରେ ଜନ୍ମ ଗ୍ରହଣ କରିଥିଲେ । କମଳା ଦାସ ଓଡିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କମଳା ଦାସ ଭୋଗରାଇର ପୂର୍ବତନ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୦ ମସିହାରେ ପ୍ରଥମଥର ପାଇଁ ସେ ଜନତା ଦଳ ଟିକେଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ଏହାପରେ ସେ ୧୯୯୫-୨୦୦୦ ମସିହାରେ ମଧ୍ୟ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

କମଳା ଦାସ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କମଳା ଦାସ ନବୀନ ସରକାରରେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।

ଆଜିଠୁ ବଦଳିବ ପାଗ, ବଢିବ ତାତି ଉପରମୁହାଁ ହେବ ପାରଦ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗ। ବଢିବ ତାତି ଉପରମୁହାଁ ହେବ ପାରଦ। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ଣପ୍ରବାହ। ୧୪ ତାରିଖ ପରେ ରାଜ୍ୟରେ ପୁଣିଥରେ ଗ୍ରୀଷ୍ଣ ଅନୁଭୂତ ହେବ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ କଟକ, ନୟାଗଡ଼, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ଗ୍ରୀଷ୍ମପ୍ରବାହ ପାଇଁ ୧୫ ତାରିଖରେ କଟକ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ।

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି। ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ସଂସଦୀୟ କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପତ୍ର ଦାଖଲ। ଏପ୍ରିଲ ୨୦ ତାରିଖରେ ନୋମିନେଶନ ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିବ।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହେଲେ, ବିହାର, ଛତିଶଗଡ, ଦାଦ୍ରା ନଗର ହାଭେଳି ଓ ଡାମନ୍ ଡିୟୁ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ଗୋଆ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଏବଂ ପଶ୍ଚିମବଙ୍ଗ । ମେ ୭ ତାରିଖରେ ଏହି ସବୁ ରାଜ୍ୟରେ ମତଦାନ ହେବ। ଜୁନ ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ।

ଜୟନାରାୟଣ ମିଶ୍ରଙ୍କୁ ରୋହିତ ପୂଜାରୀଙ୍କ ସମାଲୋଚନା, କହିଲେ..

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ କାଉଣ୍ଟର କଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସନ୍ନ ଆଚାର୍ଯ୍ୟ ନାମ ଘୋଷଣା ହୋଇଛି । ହେଲେ  ଜୟ ନାରାୟଣ ମିଶ୍ର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବାହାର ଲୋକ ବୋଲି କହିବାରୁ ଜବାବ ରଖିଛନ୍ତି ରୋହିତ ପୂଜାରୀ । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ଚାଲୁଣୀ କହୁଛି ଛୁଞ୍ଚିକୁ ବୋଲି କହିଛନ୍ତି ରୋହିତ। ଜୟନାରାୟଣଙ୍କ ପାଖରେ କୌଣସି ମୁଦ୍ଦା ନାହିଁ । ପ୍ରସନ୍ନ ଆଚାର୍ଯ୍ୟ ସମ୍ୱଲପୁରରୁ ସଂସଦୀୟ କ୍ଷେତ୍ରରୁ ୩ ଥର ନିର୍ବାଚନ ଜିତିଛନ୍ତି । ରେଢ଼ାଖୋଲରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି। ତେଣୁ ସେ କିପରି ସମ୍ବଲପୁର ବାହାରର ନେତା ହେଲେ ବୋଲି ଓଲଟା ଜୟନାରାୟଣଙ୍କୁ ପ୍ରଶ୍ନ କରିଛନ୍ତି ରୋହିତ। ସେପଟେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଯିଏ ବିଜେପି ପ୍ରାର୍ଥୀ ହୋଇଛନ୍ତି ତାଙ୍କ ଠିକଣା କୋଉଠି  ବୋଲି ପ୍ରଶ୍ନ କରିଛନ୍ତି ରୋହିତ।

ଆକ୍ରମଣ, ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମୋବାଇଲ ଛଡାଇନେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ମାମଲା

ଖୋର୍ଦ୍ଧା: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ମାମଲା । ସାମ୍ବାଦିକଙ୍କୁ ଆକ୍ରମଣ, ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମୋବାଇଲ ଛଡାଇନେବା ଘଟଣାରେ ରୁଜୁ ହୋଇଛି ମାମଲା । ନିଜେ ସାମ୍ବାଦିକ ଥାନାରେ ଦେଇଛନ୍ତି ଏଫଆଇଆର । ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମବାସୀ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ତୀବ୍ର ବିରୋଧ କରିଥିଲେ । ଏହି ସମୟରେ ସାମ୍ବାଦିକ ପ୍ରକାଶ କୁମାର ହାତୀ ଖବର ସଂଗ୍ରହ ପାଇଁ ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ । ଏତିକି ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାମ୍ବାଦିକ ପ୍ରକାଶ କୁମାର ହାତୀଙ୍କୁ ଆକ୍ରମଣ କରିବା ସହ ଗାଳି ଗୁଲଜ କରିଥିଲେ । ସମ୍ବାଦିକ ଦେଖେଇ ହେଉଛୁ କହି ଧକ୍କା ମାରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ପରେ ପ୍ରକାଶଙ୍କ ହାତରୁ ମୋବାଇଲ ଛଡାଇ ନେଇ ଫୋପାଡି ଦେଇଥିବା ଏତଲାରେ ଅଭିଯୋଗ କରିଛନ୍ତି ପ୍ରକାଶ । ଏହି ଆକ୍ରମଣରେ ତାଙ୍କ ବେକ, ପିଠି ଓ ଡାହାଣ ଗୋଡରେ ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ଧମକ , ଆକ୍ରମଣ ଓ ମୋବାଇଲ ଟାଣି ଫୋପାଡି ଦେବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ । ଘଟଣାର ଉପଯୁକ୍ତ ତଦନ୍ତ ସହ ପ୍ରଶାନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରକାଶ। ୨୦୨୧ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ବିଜେପି କର୍ମୀଙ୍କୁ ଆକ୍ରମଣ ଓ କାର୍ଯ୍ୟରତ ସାମ୍ବାଦିକଙ୍କ ଠାରୁ ମୋବାଇଲ ଛଡାଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ଦଳରୁ ନିଲମ୍ବିତ ହୋଇଥିଲେ। ଏହି ମାମଲା ନ୍ୟାଳୟରେ ବିଚାରଧିନ ରହିଛି । ସେହିଭଳି ୨୦୨୨ ମାର୍ଚ୍ଚ ୧୨ ତାରିଖରେ ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ବିଧାୟକ ଜେଲଦଣ୍ଡ ଭୋଗିଥିଲେ । ଏହି ଘଟଣାରେ ରୁଜୁ ହୋଇଥିବା ମାମାଲା ମଧ୍ୟ ନ୍ୟାୟାଳୟରେ ବିଚାରଧିନ ରହିଛି ।

ଗାଁରୁ କଲେ ତଡିପାର, ଅପରାଜିତା ଏବଂ ପ୍ରଶାନ୍ତ ଜଗଦେବଙ୍କୁ ତୀବ୍ର ବିରୋଧ

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ । ଗାଁରୁ କଲେ ତଡିପାର । ଏପରି ଦୃଶ୍ଯ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ । ପ୍ରଚାରବେଳେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ  ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ । ପଚାରିଲେ ଅଞ୍ଚଳର ବିକାଶ ପାଇଁ ୫ ବର୍ଷ ଭିତରେ କରିଛ କଣ ? ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ କରି ପଳାଇଲେ ଅପରାଜିତା ଓ ପ୍ରଶାନ୍ତ । ଏପରିକି  ଅପମାନିତ ହେବା ପରେ ଦୃଶ୍ଯ ଭାଇରାଲ ହେବା ଭୟରେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଗଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୨୨ ମସିହାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। ଗାଡ଼ି ଧକ୍କାରେ ପୋଲିସଙ୍କ ସମେତ ୨୦ଜଣ ବିଜେପି ନେତା ଓ କର୍ମୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଅନ୍ଯପଟେ ଖୋର୍ଦ୍ଧାରେ ବିଧାନସଭା ଆସନ ପ୍ରାର୍ଥିତ୍ବ ହାସଲ ପାଇଁ ଗତ କିଛି ଦିନ ହେଲା ବିଜେପି ଦୁଇ ଫାଳ ହୋଇଯାଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ପ୍ରାର୍ଥୀ ଅପରାଜିତା ପ୍ରମୋଟ କରୁଥିବାରୁ ଏହାର ତୀବ୍ର ବିରୋଧ କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ।