spot_img
Home Blog Page 192

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଖୋଲିବ ମଣ୍ଡି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଧାନ କିଣାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପାଇଁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ସରକାର । ବାସ୍ତବରେ ସ୍ଥିତି କିନ୍ତୁ ଓଲଟା । ଚାଷୀ ଆଉ ମିଲରଙ୍କ ଭିତରେ ସଲା ସୁତୁରା ହୋଇ ଚାଲିଛି କଟନି ଛଟନି। ଚାଷୀ ନିଜ ଧାନକୁ ବିକ୍ରି କରିବା ପାଇଁ ମିଲରଙ୍କ ସହ ମସୁଧା କରୁଛନ୍ତି। ଧାନକିଣା ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମବାୟ ମନ୍ତ୍ରୀଙ୍କ କଟନି ଛଟନି ବୟାନକୁ ନେଇ ବର୍ଷିଛନ୍ତି । ଚାଷୀ ଆଜି ବି ରାଜରାସ୍ତାରେ ଆନ୍ଦୋଳନ କରୁଛି। ସରକାର କିପରି କମ୍ ଚାଷୀ ଧାନ ବିକ୍ରି କରିବେ ସେ ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ ଏପରି ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ଼ ବିରୋଧ କରିବ। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି କହିଛି ବିଜେଡି। ଅନ୍ୟପଟେ କାଲିଠାରୁ ଚାଷୀଙ୍କ ଠାରୁ ଧାନ କିଣିବେ ରାଜ୍ୟ ସରକାର। ଏଥିପାଇଁ ସବୁ ପ୍ରସ୍ତୁତି ହୋଇଛି। ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ଚତୁର୍ଥ ଦିନର ଖେଳ ଉପରେ ନଜର…

0

ନନ୍ଦିଘୋଷ ବ୍ୟୁରୋ: ଗୁଆହାଟି ଟେଷ୍ଟରେ ଭାରତ ଆଗରେ ବିଶାଳ ସ୍କୋର । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆଗରେ ବିଶାଳ ସ୍କୋର ଠିଆ କରିଛି ଭ୍ରମଣକାରୀ ଦଳ । ଟେଷ୍ଟରେ ଟସ ଜିତି ପ୍ରଥମ ବ୍ଯାଟିଂ କରି ଦଳ ୪୮୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବ୍ଯାଟିଂ କରି ଭାରତ ୨୦୧ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୫୮ ରନ କରିଥିବାବେଳେ ୱାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ ୬ଟି ୱିକେଟ ନେଇଥିଲେ । ଭାରତ ପ୍ରଥମ ଇଂନିସରେ ୨୦୧ ରନ କରି ଆଉଟ ହେବାପରେ ଦ୍ବିତୀୟ ଇଂନିସ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା । ଗତକାଲି ଦଳ କୌଣସି ୱିକେଟ ନ ହରାଇ ୨୬ ରନ ସଂଗ୍ରହ କରିଛି । ଫଳରେ ୩୧୪ ରନ ଆଗୁଆ ରହିଛି । ଆଜି ଖେଳର ଚତୁର୍ଥ ଦିନ ହୋଇଥିବାବେଳେ ପୁଣି ୧୬ ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।

ଅସୁସ୍ଥ ଥିବା ସତ୍ତ୍ଵେ ହ୍ୟୁମାନଙ୍କୁ ପ୍ରୋଗ୍ରାମ କରିବାକୁ ବାଧ୍ୟ କରାଯାଉଥିଲା କି ? ସାମ୍ନାକୁ ଆସିଲା ଭିଡିଓ

ଗୁରୁତର ଅସୁସ୍ଥ ଥିବା ସତ୍ତ୍ଵେ ହ୍ୟୁମାନ ସାଗରଙ୍କୁ ପ୍ରୋଗ୍ରାମ କରିବାକୁ ବାଧ୍ୟ କରାଯାଉଥିଲା କି। ତାଙ୍କ ମୃତ୍ୟୁ ପରେ ଏହି ଅଭିଯୋଗ ଅନେକ ଥର ଆସିଛି। ତାଙ୍କ ମାଆ ଖୋଲାଖୋଲି ଏପରି ଅଭିଯୋଗ କରିଥିଲେ। ସେପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓଟି ୨୦୨୩ ଆଠଗଡ଼ ମହୋତ୍ସବର। ଗୀତ ଗାଇବାକୁ ହ୍ୟୁମାନ ସାଗରଙ୍କୁ ଡକାଯାଇଥିଲା। ସେ କିନ୍ତୁ ଷ୍ଟେଜ ଉପରେ ହିଁ କହିଲେ ଯେ, ସେ ସୁସ୍ଥ ନାହାନ୍ତି। ଫିଜିକାଲି ଫିଟ ନାହାନ୍ତି। ହାଇ ବ୍ଲଡ ପ୍ରେସର ହୋଇଗଲା, ହଠାତ ପଡ଼ିଗଲି। ଗୀତ ଗାଇ ପାରିବି ନାହିଁ କହି ସେ ଦର୍ଶକଙ୍କୁ କ୍ଷମା ମାଗିଥିଲେ। କେବଳ ପପୁ ଓ ଦିନେଶଙ୍କ ପାଇଁ ଆଠଗଡ଼ ଆସିଥିବା ଷ୍ଟେଜ ଉପରେ କହିଥିଲେ ହ୍ୟୁମାନ ସାଗର। ସେ କହିଥିଲେ, ଆପଣମାନେ ଡାକିବାରୁ ଆସିଛି। ଷ୍ଟେଜରେ ଠିଆ ହୋଇ ଗୀତ ଗାଇବା ଅବସ୍ଥାରେ ନ ଥିଲେ ହ୍ୟୁମାନ। ଉପସ୍ଥାପିକାଙ୍କ ଅନୁରୋଧ ସତ୍ତ୍ଵେ ସେ ଗୀତ ଗାଇ ପାରିବେ ନାହିଁ ବୋଲି କହିଥିଲେ। କେବଳ ଗୋଟିଏ ଗୀତର ମୁଖଡ଼ା ଗାଇଥିଲେ ହ୍ୟୁମାନ। ଏକଥା ଆଠଗଡ଼ ମହୋତ୍ସବର ଆୟୋଜକ ବି ସ୍ପଷ୍ଟ କରିଛନ୍ତି। ୨୦୨୩ରେ ଆଠଗଡ଼ ମହୋତ୍ସବରେ ବେଳେ ଦେହ ଖରାପ ହେବାରୁ କେମିତି ସେ ଗୀତ ଗାଇ ପାରିନଥିଲେ ତାହା ମନେ ପକାଇଛନ୍ତି ଆଠଗଡ଼ ମହୋତ୍ସବର ଆୟୋଜକ। ୨୦୨୨,୨୦୨୩ ଓ ୨୦୨୫ ରେ ଏମିତି ୩ ଥର ଆଠଗଡ଼ ମହୋତ୍ସବକୁ ଆସିଥିଲେ ହ୍ୟୁମାନ ସାଗର। ୨୦୨୩ରେ ଗୋଟିଏ ଗୀତ ଗାଇବା ପରେ ସେ ଆଉ ଗୀତ ଗାଇପାରିନଥିଲେ। ଦେହ ଏତେ ଅସୁସ୍ଥ ଥିଲା ଯେ କମିଟି ପକ୍ଷରୁ ଡାକ୍ତର ଡକାଇ ତାଙ୍କର ଚିିିକିତ୍ସା କରାଯାଇଥିଲା। ସେତେବେଳର କଥାକୁ ନେଇ ମହୋତ୍ସବର ସଂଯୋଜକ କଣ କହୁଛନ୍ତି, ଆସନ୍ତୁ ଶୁଣିବା।

ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍: ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ଲୋକେ

ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍। ବସଷ୍ଟାଣ୍ଡ ନିର୍ମାଣ ସରିଛି। ହେଲେ ୨ ବର୍ଷ ହେଲାଣି କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଚମ୍ପୁଆ ବ୍ଲକର ଜାଲି ପଞ୍ଚାୟତକୁ ଗଡୁନି ବସ୍ l ଗମନାଗମନ ସୁବିଧା ପାଇଁ ପଞ୍ଚାୟତ ମୁଖ୍ୟାଳୟରେ ପୂର୍ବ ସରକାର ଲକ୍ଷ୍ମୀ ବସଷ୍ଟାଣ୍ଡ ସହିତ ଲକ୍ଷ୍ମୀ ବସ ଯେlଗାଇଦେଇଥିଲେ l ସରକାର ବଦଳିବା ପରେ ଆଉ ଅଧିକାଂଶ ପଞ୍ଚାୟତକୁ ଯାଉନି ବସ୍। ବ୍ଲକ ମୁଖ୍ୟାଳୟରୁ ବସ୍ ଜାଲି ପାଇଁ ବାହାରୁଛି ମାତ୍ର ଦିନକ ପାଇଁ ବସ୍ ଆସୁନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ଲୋକେ। ଯାହାକୁ ନେଇ ପଞ୍ଚାୟତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ବ୍ଲକ ମୁଖ୍ୟାଳୟ କିମ୍ବା ଜିଲ୍ଲା ମୁଖ୍ୟାଳୟ ଯିବାକୁ ହେଲେ ପାଞ୍ଚ କିଲୋମିଟର ଦୂର ଭୂଇଁପୁର କିମ୍ବା ଜଜପଶି ପଞ୍ଚାୟତ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ l ଏପରିକି ପଞ୍ଚାୟତର କଲେଜ ଛାତ୍ରଛାତ୍ରୀ ବସ ସେବା ପାଇଁ ପାଠପଢାରୁ ବଞ୍ଚିତ ହେଉଛନ୍ତି। ବସ ସେବା ଯୋଗାଇଦେବାକୁ ବହୁବାର ପାଟଣା ବିଧାୟକଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କେହି ଗୁରୁତ୍ୱ ଦେଉନଥିବା କ୍ଷେlଭର ସହ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କୁ ସୁବିଧାରେ ବସ ସେବା ଯେlଗାଇଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା । ୫ ଟଙ୍କାରେ ଯାତାୟାତ କରୁଥିଲେ ଲୋକେ। ମାତ୍ର ସରକାର ବଦଳିବା ପରେ ଏହି ଯେlଜନାରୁ ବଞ୍ଚିତ ରହିଛନ୍ତି ଜାଲି ପଞ୍ଚାୟତ ବାସୀ ।

ଚାଲିଛି ପିକନିକ ଋତୁ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମା’ ବାୟାଣୀଙ୍କ ପୀଠ

ଅନୁଗୋଳ ପାତ୍ରପଡା ଗାଁରେ ପୂଜା ପାଉଛନ୍ତି ମା’ ବାୟାଣୀ l ପ୍ରାକୃତିକ ପରିବେଶ ଓ ମାଙ୍କର ମହିମା ପର୍ଯ୍ୟଟକଙ୍କୁ ପୀଠ ସ୍ଥଳକୁ ଆକୃଷ୍ଟ କରିଥାଏ l ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଝରଣାର ମଜା ନେଇଥାନ୍ତି ପର୍ଯ୍ୟଟକ। ପରିବାର ଲୋକଙ୍କୁ ନେଇ ଶହ ଶହ ପିକନିକ ପାର୍ଟି ଏଠାରେ ବଣଭୋଜି କରିଥାନ୍ତି। ଜଗନ୍ନାଥ ମନ୍ଦିର, ମଠ, ବାଘଦରି ଗୁମ୍ପା, କୁତ୍ରିମ ଜଳ ପ୍ରପାତ ସହିତ ଫୁଲ ବଗିଚା ଓ ଶିଶୁ ଉଦ୍ୟାନରେ କିଛି ସମୟ ବିତାଇବା ପାଇଁ ପର୍ଯ୍ୟଟକ ଛୁଟିଆସନ୍ତି ଏଠାକୁ। ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମେତ ବହୁ ଛୋଟବଡ ବ୍ୟବସାୟୀ ଭଲ ରୋଜଗାର ଆଶାରେ ପସରାଇ ମଲାଇଥାନ୍ତି।

ଦଶହରା ଠାରୁ ମାଙ୍କ ବାର୍ଷିକ ଯାତ୍ରା ପାଇଁ ପ୍ରତ୍ୟକ ଦିନ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ମା ବାୟାଣୀ ପୀଠ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ବେଳେ ବ୍ଲକ ପ୍ରଶାସନ ଓ ଗ୍ରାମବାସୀଙ୍କ ଉଦ୍ୟମରେ ପୀଠର ବିକାଶ କାର୍ଯ୍ୟ ଜାରି ରହିଛି l ଭିଡ଼କୁ ଦୃଷ୍ଟିରେ ରଖି ବାଗଡ଼ିଆ ଥାନା ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ବେଚ୍ଛାସେବୀ ମୁତୟନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ପର୍ଯ୍ୟଟକ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି l ପର୍ଯ୍ୟଟକଙ୍କ ଭିଡ଼ଙ୍କୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଓସାରିଆ ରାସ୍ତା, ଶୌଚାଳୟ, ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ।

ମୌଳିକ ସୁବିଧାରୁ ବଞ୍ଚିତ ଲୋକେ: ନା ଗାଁକୁ ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ

ବିକାଶ ଏଠି ଅପହଞ୍ଚ । ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ । ମୌଳିକ ସୁବିଧାରୁ ବଞ୍ଚିତ ଗଞ୍ଜାମ ଧରାକୋଟ ବ୍ଲକ ନାକତିରି ଗ୍ରାମବାସୀ । ଏଠାରେ ମୋଟ ୩୦ଟି ପରିବାର ବସବାସ କରନ୍ତି । ଏହି ଗ୍ରାମକୁ ଯିବାକୁ ପାଞ୍ଚରୁ ସାତ କିଲୋମିଟର ଏକ ପାଦ ଚଲା ରାସ୍ତା l ଗାଁର ଚିତ୍ର ଦେଖିଲେ ବୁଝିହେଉଛି ଏଠି ମଣିଷ କିଭଳି ଅଭିଶପ୍ତ ଜୀବନ କଟାଉଛି । କାହାର ସ୍ବାସ୍ଥ୍ୟ ଗୁରୁତର ହେଲେ ଲୋକେ ଖଟିଆରେ ବୋହିଥାନ୍ତି । ରାସ୍ତା ନଥିବାରୁ ପହଞ୍ଚିପାରେନି ଆମ୍ବୁଲାନ୍ସ । ବହୁ ସମୟରେ ଚିକିତ୍ସାଳୟ ଯିବା ପୂର୍ବରୁ ରାସ୍ତାରେ ହିଁ ଜୀବନ ହାରିଥାନ୍ତି ଲୋକେ। ଗର୍ଭବତୀଙ୍କୁ ମେଡିକାଲ ନେବାରେ ସମ୍ଭବ ହେଉ ନଥିବାରୁ ଅନେକ ସମୟରେ ମା ଓ ଛୁଆ ମୃତ୍ୟୁବରଣ କରିଥାନ୍ତି । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ। ମୋବାଇଲ ନେଟୱର୍କ ନଥିବାରୁ କାହା ସହ ଯୋଗାଯୋଗ କରି ପାରନ୍ତି ନାହିଁ ଲୋକେ।

ପାଣି ପାଇଁ ନିଇତି ସଂଘର୍ଷ କରନ୍ତି ନାକତିରି ବାସିନ୍ଦା। ବର୍ଷ ବର୍ଷ ଧରି ଝରଣାର ଅପରିଷ୍କାର ପାଣିକୁ ବ୍ୟବହାର କରନ୍ତି । ଗାଁ ରୁ ଆଠ କିଲୋମିଟର ଏକ ଝରଣାର ପାଣିକୁ ପାଇପ ପକାଇ କୁଣ୍ଡରେ ରଖିଥାନ୍ତି। ସେହି କୁଣ୍ଡରୁ ବାଣ୍ଟି କୁଣ୍ଟି ପାଣି ନିଏ ପୂରା ଗାଁ। ଅପରିଷ୍କାର ପାଣି ପିଇ ଲୋକେ ନାନା ରୋଗର ଶିକାର ହେଉଛନ୍ତି। । ଏମାନେ ସତେ ଯେପରି ନିର୍ବାସିତ। ସରକାରୀ ଭତ୍ତା ହେଉ କି ଚାଉଳ ବଣ ପାହାଡ଼ ଡେଇଁ ସାଆବା ପଞ୍ଚାୟତକୁ ଯିବାକୁ ହୁଏ। ମୌଳିକ ସମସ୍ୟା ନେଇ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ ହୋଇଛି। ସେପଟେ ଏ ନେଇ ସ୍ଥାନୀୟ ବିଧାୟକଙ୍କ ଦୁଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ଗଣଧର୍ଷଣର ଶିକାର ନାବାଳିକାଙ୍କୁ ଭେଟିଲେ ବିଜେଡି ଟିମ

ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ଗଣଧର୍ଷଣର ଶିକାର ନାବାଳିକାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଟିମ । ସେମାନେ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲର ସଖୀ ୱାର୍ଡରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିଲେ. ପୀଡିତାଙ୍କୁ ଧର୍ଷଣ ପରେ ଅତ୍ୟାଚାର କରାଯାଇଥିବାରୁ ଦେହ ସାରା ମାଡ଼ର ଦାଗ ଦେଖିବାକୁ ପାଇଥିଲେ ବିଜେଡି ଟିମ. ଅଭିଯୁକ୍ତଙ୍କ ମଧ୍ୟରୁ ଜଣାଙ୍କୁ ପୀଡିତା ଚିହିଁ ଥିବା ନେଇ ପୋଲିସକୁ ଜଣାଇଥିଲେ. ହେଲେ ସେହି ବ୍ୟକ୍ତି ଭଲ ଲୋକ କହି ପୀଡିତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି. ପୋଲିସ ତଦନ୍ତ ବଦଳରେ ଅଭିଯୁକ୍ତଙ୍କୁ କିପରି ସାର୍ଟିଫିକେଟ ଦେଲେ ବୋଲି ବିଜେଡି ପ୍ରଶ୍ନ କରିଛି. ବିଜେପି ସରକାରରେ ମହିଳା, ଶିଶୁ, ଦଳିତ ଅସୁରକ୍ଷିତ ହୋଇ ପଡିଲେଣି. ପୀଡିତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷିକଙ୍କ ସହ ବିଜେଡି ଆଲୋଚନା କରିଛି. ସେପଟେ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତ ଧରା ନ ପଡିଲେ ରାଜରାସ୍ତାକୁ ଆସିବାର ଚେତାବନୀ ଦେଇଛି ବିଜୁ ଜନତା ଦଳ

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଧର୍ମେନ୍ଦ୍ରଙ୍କ ବିୟୋଗ ବଲିଉଡ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ।

ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ପାଖରେ ରହିଛି କେତେ ସମ୍ପତ୍ତି ?

ନନ୍ଦିଘୋଷ ବ୍ୟୁରୋ: ପରଲୋକରେ ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ର । ସୋମବାର ତାଙ୍କର ଦେହାନ୍ତ ହୋଇଥିବାବେଳେ ଶେଷ ଦର୍ଶନ ଲାଗି ଶ୍ମଶାନରେ ଲାଗିଛି ସେଲିବ୍ରେଟୀଙ୍କ ଭିଡ଼ । ତଥାପି ଏଯାବତ ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ମାତ୍ର ଶ୍ମଶାନ ଅଭିମୁଖେ ତାଙ୍କ ମରଶରୀରକୁ ନିଆଯାଇଛି । ତେବେ ଆପଣ ଜାଣନ୍ତି କି, କେତେ ସମ୍ପତ୍ତିର ମାଲିକ ଅଟନ୍ତି ଧର୍ମେନ୍ଦ୍ର ।

2024 ମସିହାରେ ହେମା ମାଳିନୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପାଖରେ ୪୩ ଲକ୍ଷର ଅଧିକ ମୂଲ୍ୟର ନଗଦ ଟଙ୍କା ରହିଛି , ₹4.5 ମିଲିୟନରୁ ଅଧିକ ମୂଲ୍ୟର ସେୟାର ଏବଂ ୧ କୋଟିରୁ ଅଧିକ ମୂଲ୍ୟର ଅଳଙ୍କାର ଅଛି। ତେବେ ବର୍ଷେ ତଳେ ସେ ଏହି ତଥ୍ୟ ଦେଇଥିବାବେଳେ ଏବେ ଆହୁରି ବୃଦ୍ଧି ହୋଇଥିବ ବୋଲି କୁହାଯାଉଛି । ତେବେ ହୁଜୁରେ ୧୨୬ କୋଟି ଟଙ୍କାର ଏକ ବଙ୍ଗଳା ରହିଛି । ହେମା ମାଳିନୀଙ୍କ ତୁଳନାରେ ବହୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ଧର୍ମେନ୍ଦ୍ର ।

‘ଘରେ ବାହାଘର ଅଛି, ଚାରି ଦିନ ପରେ ଶବ ସତ୍କାର କରିବି’ ବୃଦ୍ଧାଶ୍ରମକୁ ଏମିତି ଉତ୍ତର ଦେଲେ ପୁଅ

ଉତ୍ତରପ୍ରଦେଶର ଗୋରଖପୁରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କଳିଯୁଗର ଜଣେ ପୁଅ ନିଜ ମା’ଙ୍କ ଶବ ନେବାକୁ ମନା କରିଦେଇଛନ୍ତି । ମା’ଙ୍କ ମୃତ୍ୟୁ ପରେ ତାଙ୍କର ଶବକୁ ଘରକୁ ଆଣିବାକୁ ବଡ଼ ପୁଅ ମନା କରିଦେଇଛନ୍ତି । କାରଣ ଘରେ ତାଙ୍କର ଝିଅର ବାହାଘର ଥିଲା । ମୃତଦେହକୁ ଘରକୁ ଆଣିଲେ ତାହା ଅଶୁଭ ସଙ୍କେତ ହେବ । ଝିଅର ବାହାଘରର ୪ ଦିନ ପରେ ଅନ୍ତିମ ସଂସ୍କାର କରିଦେବେ । ଏବେ ଶବକୁ ୪ ଦିନ ପାଇଁ ଫ୍ରିଜରରେ ରଖିଦିଅ ବୋଲି ପୁଅ କହିଥିଲେ । ତେବେ ମହିଳାଙ୍କ ପତି ନିଜ ପତ୍ନୀଙ୍କ ଶବକୁ ଗାଁକୁ ଯାଇ ସଂସ୍କାର କରିଦେଇଥିଲେ ।

ସୂଚନା ମୁତାବକ, ଗୋରଖପୁରର ବାସିନ୍ଦା ଭୁଆଲ ଗୁପ୍ତାଙ୍କ ପରିବାରରେ ତାଙ୍କ ପତ୍ନୀ ଶୋଭା ଦେବୀ, ୩ଟି ଝିଅ ଓ ୩ଟି ପୁଅ ଅଛନ୍ତି । ଶୋଭା ଓ ଭୁଆଲ ନିଜର ସବୁ ସନ୍ତାନଙ୍କ ବିବାହ କରିସାରିଛନ୍ତି । କିଛି ବର୍ଷ ମଧ୍ୟରେ ସେମାନଙ୍କର ନାତି-ନାତୁଣୀ ହେବା ସହ ଦୁହେଁ ଅଜା-ଆଈ ହୋଇଥିଲେ । ମାତ୍ର ୧ ବର୍ଷ ପୂବର୍ରୁ ଭୁଆଲ ଓ ଶୋଭାଙ୍କୁ ତାଙ୍କର ବଡ଼ପୁଅ ’ବୋଝ’ ବୋଲି କହିବା ସହ ଘରୁ ବାହାର କରିଦେଇଥିଲେ । ପୁଅର କଥାକୁ ସହ୍ୟ କରିନପାରି ବୃଦ୍ଧ ଦମ୍ପତ୍ତି ଘରୁ ବାହାରି ଯାଇଥିଲେ । ଏହାପରେ ସେମାନେ ଜୀବନ ହାରିବାକୁ ଯାଉଥିବା ବେଳେ ସେମାନଙ୍କୁ ଜଣେ ଯୁବକ ଅଟକାଇଥିଲେ । ଏହାପରେ ସେମାନେ ମଥୁରା ଯାଇଥିଲେ । ମାତ୍ର ସେଠାରେ ଖାଇବା, ରହିବାରେ ଅସୁବିଧା ହୋଇଥିଲା । ଏହାପରେ ସେମାନେ ଜୌନପୁରର ଏକ ବୃଦ୍ଧାଶ୍ରମର ଫୋନ ନମ୍ବର ପାଇ ଯୋଗାଯୋଗ କରିଥିଲେ । ଏହାପରେ ଦମ୍ପତ୍ତି ବୃଦ୍ଧାଶ୍ରମରେ ରହିଥିଲେ । ତେବେ ନିକଟରେ ଏକ ଦୁର୍ଘଟଣା ପରେ ଚିକିତ୍ସିତ ଅବସ୍ଥାରେ ଶୋଭାଙ୍କର ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ପତି ଭୁଆଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ।

ଏହାପରେ ବୃଦ୍ଧାଶ୍ରମର ମୁଖ୍ୟ ଭୁଆଲଙ୍କ ସାନ ପୁଅକୁ ଫୋନ କରି ମା’ଙ୍କ ବିୟୋଗ ବାବଦରେ କହିଥିଲେ । ଏହାପରେ ସାନ ପୁଅ ଫୋନ କରି କହିଥିଲେ, ବଡ଼ ଭାଇ କହିଛନ୍ତି ମା’ଙ୍କ ଶବକୁ ୪ ଦିନ ପାଇଁ ଫ୍ରିଜରରେ ରଖିଦିଅ । ଘରେ ଝିଅର ବିବାହ ସରିବା ପରେ ଅନ୍ତିମ ସଂସ୍କାର କରିବେ । ଏହା ଶୁଣି ଭୁଆଲଙ୍କ ପାଦ ତଳ ମାଟି ଖସିଯାଇଥିଲା । କ୍ରୋଧର ବଶବର୍ତ୍ତୀ ହୋଇ ସେ ପତ୍ନୀଙ୍କ ଶବକୁ ଜୌନପୁରରେ ଅନ୍ତିମ ସଂସ୍କାର କରାଇବାକୁ ଯାଇଥିଲେ । ଏହାପରେ ଦୁଇଝିଅ ଫୋନ କରି କହିଥିଲେ, ମା’ଙ୍କ ଶବକୁ ଗୋରଖପୁରରେ ଅନ୍ତିମ ସଂସ୍କାର କରିବେ । ମାତ୍ର ଭୁଆଲ ପତ୍ନୀଙ୍କ ଶବକୁ ନେଇ ଗୋରଖପୁରରେ ପହଞ୍ଚିବା ପରେ ବଡ଼ ପୁଅ ଶବକୁ ଘରେ ପୂରାଇବାକୁ ମନା କରିଦେଇଥିଲା । କହିଥିଲେ ଘରେ ବିବାହ ଅଛି । ଏହାପରେ ଭୁଆଲ ପତ୍ନୀଙ୍କ ଶବକୁ ଜବରଦସ୍ତି କ୍ୟାମ୍ପିୟରଗଞ୍ଜ ଘାଟ ନିକଟରେ ମାଟିରେ ପୋତି ଦେଇଥିଲେ । ଭୁଆଲ କହିଥିଲେ, ସେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରି ପାରିଲେନି । ୪ ଦିନ ପରେ ଶବରେ କୀଡ଼ା ଲାଗିଯିବେ । ଶବକୁ ମାଟିରେ ପୋତିବା ପରେ ତାକୁ ବାହାର କରି ଅନ୍ତିମ ସଂସ୍କାର କରିହେବନି ବୋଲି ପଣ୍ଡିତ କହିଥିଲେ ।