spot_img
Home Blog Page 194

ମହାନଦୀରେ ବନ୍ୟା ଆଶଙ୍କା, ୨୭ ସକାଳେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ

ନନ୍ଦିଘୋଷ ବ୍ୟୁରୋ : ମହାନଦୀରେ ବନ୍ୟା ଆଶଙ୍କା। ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ ମଧ୍ୟ ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି ।

ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଏବେ ୩ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ପାଣି ୬୨୯.୮୯ ଫୁଟରେ ରହିଛି । ୧୬ଟି ଗେଟରେ ପାଣି ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେଣୁ ୨୭ ତାରିଖ ସକାଳୁ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀରେ ପ୍ରବାହିତ ହେବ। ମୁଣ୍ଡଳୀରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏବେ ସେଠାରେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସଂପଦ ବିଭାଗ ।

ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ପାତ୍ରପଡ଼ା ହିଟ ଆଣ୍ଡ୍ ରନ୍ ମାମଲା : ଧରାପଡ଼ିଲା କିଲର ଥାର ମାଲିକ

ନନ୍ଦିଘୋଷ ବ୍ୟୁରୋ : ପାତ୍ରପଡ଼ା ହିଟ ଆଣ୍ଡ ରନ ଘଟଣା। ଧରାହେଲା କିଲର ଥାର ମାଲିକ। ନିଶାରୁ ହିଟ ଆଣ୍ଡ ରନ ହୋଇଥିବା ପୋଲିସର ସୂଚନା। ମୁଖ୍ୟ ଅଭିଯୁକ୍ତ ସୋମନାଥ ବେହେରା ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହେବା ପରେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାକୁ ସହଯୋଗ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ଲୁକ ଆଉଟ ନୋଟିସ ଓ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ଖଣ୍ଡଗିରି ପୋଲିସ। ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା ରାତିରେ ଘଟିଥିଲା ଦୁର୍ଘଟଣା। ସ୍କର୍ପିଓ ଏବଂ ଥାର ଗାଡିର ରେସିଂ ଚାଲୁଥିବା ବେଳେ, ଦୁର୍ଘଟଣା ଯୋଗୁଁ ୮ ବର୍ଷୀୟ ଝିଅ ରେଶମା ରାଉଳର ମୃତ୍ୟୁ ଘଟିଥିଲା। ପରେ ମା’ ରେବତୀ ରାଉଳ ମଧ୍ୟ ପ୍ରାଣ ହରାଇଥିଲେ। ଯାହାକୁ ନେଇ ପ୍ରବଳ ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ୱରୀ ବସ୍ତି ଲୋକେ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଥାରକୁ ପୂର୍ବରୁ ଜବତ କରାଯାଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଛି।

ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍

ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ଜଳ ଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି । ଖୁବ ଶୀଘ୍ର ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ତଳ ମୁଣ୍ଡକୁ ସତର୍କ ସୂଚନା ଜାରି କରାଯାଇଛି ।.

୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ । ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଭୂସ୍ଖଳନସ୍ଥଳରେ ପୁଣି ବଡ଼ ପଥର ଖସିବା ଚିନ୍ତା ବଢ଼ାଇଛି । ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୨ ତାରିଖ ଦିନ ବାଦଲଫଟା ବର୍ଷା ସାଙ୍ଗକୁ ବର୍ଷାପାଣି ମାଡ଼ିଆସିବା ଯୋଗୁ ପଥର ଖସିଛି । ସେପଟେ ପାହାଡ଼ ଶିଖରରୁ ପାଣିର ପ୍ରବଳ ସୁଅ ଆସୁଛି । ବର୍ଷା ସାଙ୍ଗକୁ ପଥର ଖସୁଥିବା କାରଣରୁ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କାମ ସ୍ୱଳ୍ପ ମାତ୍ରାରେ କରାଯାଉଛି । ଆଜି ସକାଳେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରାଥମିକସ୍ତରରେ ଅସ୍ଥାୟୀ ରାସ୍ତା ବାହାର କରି ୭ ଦିନ ଭିତରେ ହାଲୁକା ଯାନ ଯାତାୟାତ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ବର୍ଷା ଏଥିରେ ବାଧକ ସାଜିଛି । ଲଗାଣ ବର୍ଷା ଥିବା ଯୋଗୁଁ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରେ ରାସ୍ତା ଖୋଲା ଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ଉକ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିବା ବେଳେ ଆଜି ପୁଣିଥରେ କାମ ଆରମ୍ଭ କରାଯାଇଛି । କଳିଙ୍ଗା ଘାଟିର ପୁନଃନିର୍ମାଣ ଲାଗି ଜିଲ୍ଲା ପ୍ରଶାସନ ଯେତେ ଉଦ୍ୟମ କଲେ ମଧ୍ୟ ପ୍ରକୃତି ସେତେ ଦାଉ ସାଧୁଛି । ବର୍ଷା ହିଁ ରାସ୍ତା ମରାମତି କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି ।

ଭରା ନଦୀରେ ବାଜିରେ ଲାଗିଛି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ

ଭରା ନଦୀରେ ବାଜିରେ ଲାଗିଛି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ। ମୁଣ୍ଡା ସାହିକୁ ସମାକୋଇ ନଦୀ ଉପରେ ପୋଲ ନଥିବାରୁ ବର୍ଷା ଦିନରେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଲୋକ । ଏବେ ସ୍କୁଲରେ ପରିକ୍ଷା ଚାଲିଥିବାରୁ ବାଧ୍ୟହୋଇ ମୁଣ୍ଡା ସାହିରୁ କିଛି ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି । ତାଳପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ଭରା ନଦୀ ପାର ହୋଇ ଯାଉଛନ୍ତି । ଲଗାଣ ବର୍ଷା ଯୋଗୁଁ ସମାକୋଇ ନଦୀରେ ବର୍ଷା ଜଳ ପ୍ରଭାବିତ ହେଉଛି । ସାହିରେ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରିନାହିଁ । ଫଳରେ ନଦୀ ବଢ଼ିଲେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଗୁରୁତର ରୋଗୀ ମଧ୍ୟ ସମସ୍ୟାର ସମୁଖୀନ ହୋଇଥାନ୍ତି ।

ଏସିଆ କପ ସୁପର-୪ ମୁକାବିଲା: ଆଜି ଭାରତ-ବାଂଲାଦେଶ ଟକ୍କର

ଏସିଆ କପ ସୁପର-୪ ପର୍ଯ୍ୟାୟରେ ଆଜି ଭାରତର ବାଂଲାଦେଶ ସହ ହେବ ଟକ୍କର। ପାକିସ୍ତାନକୁ ହରାଇବା ପରେ ସୁପର-୪ରେ ଟିମ ଇଣ୍ଡିଆର ଏହା ଦ୍ଵିତୀୟ ମୁକାବିଲା। ବାଂଲାଦେଶ ଏହି ପର୍ଯ୍ୟାୟରେ ଶ୍ରୀଲଙ୍କା ସହ ଥିବା ନିଜର ପ୍ରଥମ ମ୍ୟାଚ ଜିତି ସାରିଛି। ଆଜି ଭାରତ-ବାଂଲାଦେଶ ମଧ୍ୟରେ ଯେଉଁ ଟିମ ଜିତିବ ସେ ଫାଇନାଲକୁ ଉନ୍ନୀତ ହୋଇଯିବ। ଏହି କାରଣରୁ ଆଜିର ମ୍ୟାଚରେ ବେଶ ରୋମାଂଚକର ମୁକାବିଲା ହେବା ସମ୍ଭାବନା ରହିଛି। ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଭାରତ ସହ ଯେବେବି ଆମନା ସାମନା ହୋଇଛି ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ବେଶ ରୋମାଞ୍ଚକର ହେବ ଆଜିର ମ୍ୟାଚ। ଟି-୨୦ କ୍ରିକେଟରେ ଭାରତ ବାଂଲାଦେଶ ଉପରେ ସବୁବେଳେ ଭାରି ପଡ଼ିଛି । ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୧୭ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏଥିରୁ ୧୬ ଟିରେ ଭାରତ ବିଜୟୀ ହୋଇଛି । ବାଂଲାଦେଶ କେବଳ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି ।ସେପଟେ ଭାରତୀୟ ଟିମ୍ ସେହି ୧୧ ଜଣ ଖେଳାଳିଙ୍କୁ ଧରି ପଡ଼ିଆକୁ ଓହ୍ଲାଇବ ସେଥିରେ ପ୍ରାୟ ପରିବର୍ତ୍ତନ ସମ୍ଭାବନା କମ ରହିଛି। ଯେଉଁ ଟିମ୍ ପାକିସ୍ତାନ ବିପକ୍ଷରେ ସୁପର ୪ ମୁକାବିଲାରେ ଖେଳିଥିଲେ ସେମାନେ ହିଁ ଆଜି ଖେଳିପାରନ୍ତି। ସେପଟେ ବାଂଲାଦେଶ ପ୍ଲେଇଙ୍ଗ-୧୧ ଟିମର କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଇଛି।

ସମ୍ବଲପୁରରେ କୃତ୍ରିମ ବନ୍ୟା ସୃଷ୍ଟି

ସମ୍ବଲପୁରରେ କୃତ୍ରିମ ବନ୍ୟା ସୃଷ୍ଟି । ଗତକାଲି ଠାରୁ ଲଗାଣ ବର୍ଷା ହେବା ଫଳରେ ସହରର ଜଗନ୍ନାଥ କଲୋନୀ, ପ୍ରଧାନ ପଡା, ବୁଢ଼ାରଜା, ଗୋପାଳ ମାଲ ଭଳି ସ୍ଥାନ ମାନଙ୍କରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅନବରତ ବର୍ଷା ଯୋଗୁଁ ପାଣି ଡ୍ରେନେଜ୍ ନହୋଇ ରାସ୍ତାରେ ଜମି ରହିବା ସହ ଘର ଭିତରରେ ମଧ୍ୟ ପଶିଛି । ଯାହାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ମାଆ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା

ଚଣ୍ଡୀପାଠରେ କମ୍ପୁଛି ଶକ୍ତି ପୀଠ । କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ନବପତ୍ରିକା ପୂଜା ସହ ହୋମ ଯଜ୍ଞରେ ଉତ୍ସବମୁଖର ହୋଇଛି ମାଆଙ୍କ ମନ୍ଦିର ପରିସର । ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ। ଆଜି ନବରାତ୍ରୀର ତୃତୀୟ ଦିନରେ କଟକ ଚଣ୍ଡୀ ଜଗଦ୍ଧାତ୍ରୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି ଗଡ଼ଚଣ୍ଡୀ। ଗତକାଲି ଦ୍ବିତୀୟ ଦିନରେ କଟକ ଚଣ୍ଡୀ ମାତଙ୍ଗୀ ରୂପ ଧାରଣ କରିଥିବାବେଳେ ବଗଳାମୁଖୀ ବେଶରେ ଦର୍ଶନ ଦେଇଥିଲେ ମାଆ ଗଡ଼ଚଣ୍ଡୀ । ନବରାତ୍ରୀର ପ୍ରଥମ ଦିନରେ ହରଚଣ୍ଡୀ ବେଶରେ ଦର୍ଶନ ଦେଇଥିଲେ କଟକ ଚଣ୍ଡୀ। ସେହିଦିନ ରାଜରାଜେଶ୍ଵରୀ ବେଶ ଧାରଣ କରିଥିଲେ ମାଆ ଗଡ଼ଚଣ୍ଡୀ।

ଆଜି ବି ବିଧାନସଭା ମୌସୁମୀ ଅଧିବେଶନ ବେଶ୍ ସରଗରମ ରହିବ

ଆଜି ବି ବିଧାନସଭା ମୌସୁମୀ ଅଧିବେଶନ ବେଶ୍ ସରଗରମ ରହିବ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ସାର, ପଞ୍ଚାୟତ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ୍ କରିବା ଆଦି ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ସେହିପରି ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ  । ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ  ।

ରାୟଗଡ଼ା ଏବଂ କଳାହାଣ୍ଡିରେ “ସୁସ୍ଥ ନାରୀ – ସଶକ୍ତ ପରିବାର” ଅଭିଯାନ ଅଧୀନରେ ବେଦାନ୍ତ ଆଲୁମିନିୟମ ମହିଳା ସ୍ୱାସ୍ଥ୍ୟ ସେବାକୁ ଆଗକୁ ବଢାଇଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ “ସୁସ୍ଥ ନାରୀ ସଶକ୍ତ ପରିବାର”  ଅଭିଯାନ ମାଧ୍ୟମରେ ଦୁର୍ଗମଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ କରୁଛି । ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ହେଉଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ନେତୃତ୍ୱରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଦେଶର ସର୍ବବୃହତ ସ୍ୱାସ୍ଥ୍ୟସେବା । ୧୭ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ମଧ୍ୟରେ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,  ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,  ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାରେ ୧୦ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।

ଏହି ଅଭିଯାନର ଅଂଶସ୍ୱରୂପ,  ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ନାକରୁଣ୍ଡିର ପିଏଚସି ଏବଂ ରାୟଗଡ଼ାର କାଶୀପୁରର ସିଏଚସିରେ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲା, ଏହାର ମୋବାଇଲ ହେଲଥୟୁନିଟ୍ (MHU) ସହିତ ଡାକ୍ତରୀ କର୍ମଚାରୀ, ରୋଗ ନିର୍ଣ୍ଣୟ ଏବଂ ଅତ୍ୟାବଶ୍ୟକ ଔଷଧ ନିୟୋଜିତ କରାଯାଇଥିଲା। ଶିବିରଗୁଡ଼ିକ ୪୬୮ମହିଳା ଏବଂ ୪୧୦ରୁ ଅଧିକ ପୁରୁଷ ଏବଂ ଶିଶୁଙ୍କୁ ଉପକୃତ କରିଥିଲା। ଏହି ପ୍ରଚାର ଉପରେ ଆଧାରିତ ହୋଇ, କମ୍ପାନୀ ରାମପୁର ଏବଂ ସୁଙ୍ଗେରରେ ହେବାକୁ ଥିବା ଆଗାମୀ ଶିବିର ଗୁଡ଼ିକୁ ମଧ୍ୟ ସମର୍ଥନ କରିବ।

ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ସୁସ୍ଥ ମହିଳାମାନେ ସୁସ୍ଥ ପରିବାର ଏବଂ ସଶକ୍ତ ସମ୍ପ୍ରଦାୟର ମୂଳଦୁଆ। ବେଦାନ୍ତ ଆଲୁମିନିୟମରେ, ଆମେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ କରିବାକୁ ପ୍ରତିବଦ୍ଧ, ବିଶେଷ କରି ଦୂରଦୂରାନ୍ତ ଅଞ୍ଚଳରେ। ସରକାରଙ୍କ “ସୁସ୍ଥନାରୀ – ସଶକ୍ତପରିବାର” ଅଭିଯାନକୁ ଆମର ସମର୍ଥନ ମାଧ୍ୟମରେ, ଆମେ ଗୁଣାତ୍ମକ ଚିକିତ୍ସା ସେବାକୁ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ମହିଳା ଏବଂ ଶିଶୁମାନଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ।ଏହି ପ୍ରୟାସ ଆମର ବ୍ୟାପକ ସମ୍ପ୍ରଦାୟ ବିକାଶ ପ୍ରୟାସର ଏକ ଅଂଶ।”

କାର୍ଯ୍ୟକ୍ରମରେ ସାମିଲ ଥିବା କାଶୀପୁରର କମ୍ୟୁନିଟି ହେଲଥ ସେଣ୍ଟରର ମୁଖ୍ୟ ଡକ୍ଟର ନେତ୍ରନନ୍ଦ ନାୟକ କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଅତିରିକ୍ତ ସହାୟତା ଆମକୁ ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସହିତ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ କରିଛି। ଏହି ସହ ଯୋଗ ଗ୍ରାମାଞ୍ଚଳର ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ପ୍ରକୃତ ପରିବର୍ତ୍ତନ ଆଣିଛି।”

ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ବୃଦ୍ଧି କରିବା, ଦୁର୍ବଳ ଜନସଂଖ୍ୟା ମଧ୍ୟରେ ସ୍ଥାୟୀ ସୁସ୍ଥତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସମ୍ବଳ ଏବଂ ବିଶେଷଜ୍ଞତାକୁ ବ୍ୟବହାର କରିବା ପାଇଁ ସମର୍ପିତ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ତୃଣମୂଳକ୍ରୀଡା ଏବଂ ସଂସ୍କୃତିକୁ ନେଇ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଓଡ଼ିଶାରେ ପରିବର୍ତ୍ତନ ଆଣିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଏହାର କାର୍ଯ୍ୟକ୍ଷେତ୍ରରେ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।