spot_img
Home Blog Page 1943

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ନନ୍ଦିଘୋଷ  ବ୍ୟୁରୋ: ରାଉରକେଲା ମହତାଵ ରୋଡ ଅଞ୍ଚଳରେ ଵିଜେଡିର ମିଶ୍ରଣ ପର୍ବ । ଏଥିରେ କଂଗ୍ରେସ ସହିତ ବିଭିନ୍ନ ଦଳର ଦୁଇଶହରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ଓ ବିକାଶ କାର୍ଯ୍ୟକୁ ଦେଖି ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଦେଶର ନମ୍ଵର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଵିଶ୍ବ ରେକର୍ଡ ସୃଷ୍ଟି କରିବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି ଡି.ଆର ପଟ୍ଟନାୟକ ଓ ବିଜୁ ଜନତା ଦଳ ଅପ୍ରଵାସୀ ସାମୁଖ୍ୟର ସୁନ୍ଦରଗଡ଼ ଜିଲ୍ଲା ଆବାହକ ସୁରେଶ ଶର୍ମା ଯୋଗ ଦେଇଥିଲେ ।

ବୈଜୟନ୍ତ ପଣ୍ଡାଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଟାକ୍ଷ। ଚକ୍ଷୁ ଅପରେସନ ପରେ ବୈଜୟନ୍ତଙ୍କ ବୁଦ୍ଧି ଭ୍ରମ ହୋଇଛି ବୋଲି ସନ୍ଦେହ ବ୍ଯକ୍ତ କରିଛନ୍ତି ସସ୍ମିତ। ତାଙ୍କ ବୌଦ୍ଧିକତାରେ କିଛି ଗଡ଼ବଡ଼ ଘଟିଛି ବୋଲି ସସ୍ମିତ କହିଛନ୍ତି। ସେ କହିଛନ୍ତି- ବୈଜୟନ୍ତ ଏବେ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର କୃତ୍ରିମ  କିମ୍ବା ବାସ୍ତବ ବୌଦ୍ଧିକତାରେ କିଛି ଗଡ଼ବଡ ହୋଇଛି ବୋଲି ସେ ଅନୁଭବ କରୁଛନ୍ତି। ଏହା ଛଡ଼ା ବୈଜୟନ୍ତଙ୍କ ଆରୋଗ୍ଯ କାମନା କରିଛନ୍ତି ସସ୍ମିତ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏକ ଅଶାଳୀନ ମନ୍ତବ୍ଯ ଦେଇଥିଲେ ବୈଜୟନ୍ତ। ଏହାକୁ ବିଭିନ୍ମ ମହଲରୁ କରାଯାଇଥିଲା ସମାଲୋଚନା।

ମାନବିକତା ଦେଖାଇଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ମାନବିକତା ଦେଖାଇଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ l ଦେବଗଡ଼ ଜିଲ୍ଲା ରିଆମାଲରେ ବିଜେଡିର ବୁଥସ୍ତରୀୟ ପ୍ରଶିକ୍ଷଣ ଶିବିର ଚାଲିଥିବା ପ୍ରବଳ ଭିଡ଼ ହେବାରୁ କିଛି  ମହିଳା ତଳେ ବସିଥିଲେ । ଏହା ଦେଖି  ଚଉକିରୁ ଉଠିଆସି ତଳେ ବସି ପଡ଼ିଥିଲେ ପ୍ରଣବ l  କର୍ମୀମାନେ କହିଥିଲେ ଯେ, ଆମେ ମହିଳାମାନଙ୍କ ପାଇଁ ବ୍ୟବସ୍ଥା କରୁଛୁ। କିନ୍ତୁ  ବିଳମ୍ବ ହେବାରୁ ନିଜେ ଚଉକିରୁ ଓହ୍ଲାଇ ତଳେ ବସିପଡ଼ିଥିଲେ ପ୍ରଣବ ପ୍ରକାଶ ଦାସ। ଏଥିପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବରଗଡ଼ରୁ ପୁଣି କେନ୍ଦ୍ରୀୟ ନେତାଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ରୁ ପୁଣି କେନ୍ଦ୍ରର ନେତାଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ। କୋଶଳୀ ଭାଷା, ମହାନଦୀରେ ଛତିଶଗଡ଼ର ବେଆଇନ ନିର୍ମାଣ ସହ ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓଡ଼ିଆ ବରପୁତ୍ରଙ୍କ ପ୍ରତି ଅବହେଳା କଥା କହି ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ ଏ ଜାତିର ପରିଚୟ ହେଉଛି କୋଶଳୀ ଭାଷା। ଶହ ଶହ ବର୍ଷ ଧରି ଲୋକେ ଏହି ଭାଷା କହି ଆସୁଛନ୍ତି। ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ରଖିବାକୁ ୫ ବର୍ଷ ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସରକାର। ହେଲେ ଭାଷା ପାଇଁ ଏତିକି ସମ୍ମାନ ଦେଲା ନାହିଁ କେନ୍ଦ୍ର। ଆଜି ଭୋଟ ପାଇ ଆସିଛନ୍ତି। ମହାନଦୀ ପ୍ରସଙ୍ଗରେ କହିଥିଲେ, ଏ ଅଂଚଳର ଜୀବନଧାରା ମହାନଦୀ।

ପୂର୍ବରୁ ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିଲା । ଏହି ସମୟରେ ଦୁଇ ଜଣ ମିଶିକି ବେଆଇନ ଭାବେ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ । ଏହି ଡ୍ଯାମକୁ ବନ୍ଦ କରିବାର ଭୂମିକା ହେଉଛି କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ କେନ୍ଦ୍ର ଜଳ କମିଶନ CWCର। ସିଡବ୍ଲୁସି ବିଲକୁଲ କାମ କଲେନାହିଁ। ଆଖି ବନ୍ଦ କରି  ଛତିଶଗଡ଼କୁ ସହଯୋଗ କଲେ। ଏଠାକାର ଥିବା କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ଛତିଶଗଡ଼କୁ ସମର୍ଥନ କଲେ। ରାଜ୍ଯ ସରକାର ମହାନଦୀକୁ ନେଇ ସୁପ୍ରିମକୋର୍ଟ ଗଲେ। ମହାନଦୀ ଟ୍ରିବୁନାଲ ଗଠନ କରାଗଲା। ତାପରେ ଯାଇ ଛତିଶଗଡ଼ର ଡ୍ଯାମ ନିର୍ମାଣ ବନ୍ଦ ହେଲା। ମୁଖ୍ୟମନ୍ତ୍ରୀ ନବୀନଙ୍କର  ଚେଷ୍ଟାରେ ଏହି ଟ୍ରିବ୍ଯୁନାଲ ଗଠନ ହେଲା। ହେଲେ କେନ୍ଦ୍ର ସରକାର ବରଗଡ଼, ସମ୍ବଲପୁର, ଅଂଚଳର ଜୀବନଧାରାକୁ ବଂଚାଇବାକୁ ଦେଲେନାହିଁ।

ଏଇ ମାଟି ହେଉଛି ମହାନ କବି ଗଙ୍ଗାଧର ମେହେରଙ୍କ ମାଟି। କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ ହେଲା ଅଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ମହାନ ଗଙ୍ଗାଧରଙ୍କ ପବିତ୍ର ମାଟି ଲାଗି କଣ କଲେ କି ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମ୍ୟୁଜିଅମଠାରୁ ଆରମ୍ଭ କରି ସ୍ମୃତିପୀଠ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର କରିଛନ୍ତି। କେନ୍ଦ୍ର ସରକାର ଗୋଟିଏ ଟଙ୍କା ବି ଖର୍ଚ୍ଚ କରିନାହାନ୍ତି। ବରଗଡ଼ରେ କ୍ଯାନସର ରୋଗର ଚିକିତ୍ସା ଏକ ପ୍ରମୁଖ ସମସ୍ଯା ଥିଲା। ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ କ୍ଯାନସର ହସ୍ପିଟାଲ କରିବି। ମୁଖ୍ୟମନ୍ତ୍ରୀ କ୍ଯାନସର ହସ୍ପିଟାଲ କରାଇଲେ ।

ଆଗକୁ ଆହୁରି ବଡ଼ ଆକାରରେ କରି ଓଡ଼ିଶାରେ ସବୁଠୁ ବଡ଼ କ୍ଯାନସର ହସ୍ପିଟାଲ କରିବାକୁ ଯୋଜନା ରହିଛି। ହେଲେ କେନ୍ଦ୍ର ବରଗଡ଼ରେ ସ୍ଵତନ୍ତ୍ର ଭାବେ କ୍ଯାନସର ଚିକିତ୍ସା ଲାଗି ବ୍ୟବସ୍ଥା କରିବ ବୋଲି କହିଥିଲା ।ଏବେ ସେମାନଙ୍କୁ ଖୋଜିଲେ ବି ପାଇବେନି। ବରପାଲି ଷ୍ଟେସନରୁ ଏକ୍ସପ୍ରେସ ଟ୍ରେନ ସହ ପଦମପୁରରୁ ଟ୍ରେନ ଚାଲିବ କହିଥିଲେ। ଉପନିର୍ବାଚନ ଆସିଲେ ବଡ଼ ବଡ଼ କଥା କୁହନ୍ତି, ହେଲେ ନିର୍ବାଚନ ସରିବା ପରେ କେହି ଦେଖା ଦିଅନ୍ତିନି ବୋଲି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସତ୍ୟବାଦୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ସତ୍ୟବାଦୀ ରାଜ୍ଯର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ଏଠାରେ ଭୋଟର ବେସ ସଚେତନ । ଆଗାମୀ ମେ ୨୫ ତାରିଖରେ ଭୋଟିଂ ହେବାକୁ ଥିବାବେଳେ ଅଞ୍ଚଳରେ ଜୋର ଧରିଛି ପ୍ରଚାର। ସତ୍ୟବାଦୀର ବିକାଶ ଓ ଉନ୍ନତି ଏଠାର ମୁଖ୍ଯ ମୁଦ୍ଦା ଥିବାବେଳେ ବିକାଶ ସପକ୍ଷରେ ମତ ଦେଇଛନ୍ତି ଭୋଟର।

ଦୁଲୁକୁଛି ସତ୍ଯବାଦୀ । ପ୍ରଚାର ପାଇଁ ସରଗରମ ମାହୋଲ । ୨୫ରେ ନେତା ନିର୍ବାଚନ କରିବେ ଜନତା । ବିକାଶ ଓ ଉନ୍ନତି ସାଜିଛି ମୁଖ୍ଯ ମୁଦ୍ଦା । ନିର୍ବାଚନ ଆସିଲେ ପୁରୀ ଜିଲ୍ଲାର ସତ୍ଯବାଦୀ ଥାଏ ଚର୍ଚ୍ଚାରେ । ଏଠାକାର ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭର କରନ୍ତି । ଚାଷ ଏଠାରେ ପ୍ରମୁଖ ପ୍ରସଙ୍ଗ ଥିବାବେଳେ ଚାଷୀଙ୍କୁ ସୁବିଧା ଯୋଗାଇ ଦେବାସହ ଅନେକ ବିକାଶ କାର୍ଯ୍ୟ କରିଛି ବିଜେଡି । ଓଡ଼ିଆ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ସଠିଘର, ଆଦର୍ଶ ବିଦ୍ୟାଳୟ ସ୍ଥାପନ ବିଜେଡିର ଅବଦାନ । ୨୦୧୯ରେ ଏଠାରୁ ବିଜେଡିର ଉମା ସାମନ୍ତରାୟ ବିଧାୟକ ଥିଲେ । ଚଳିତ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏଠାରୁ ମୈଦାନରେ । ତେଣୁ ବିକାଶ ସପକ୍ଷରେ ମତ ଦେଇଛନ୍ତି ଏଠାକାର ସଚେତନ ଜନତା ।

ସତ୍ୟବାଦୀ ଓ କଣାସ ବ୍ଲକକୁ ନେଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ । ଚଳିତମାସ ୨୫ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ସଭାସମିତି, ରୋଡଶୋ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ତେବେ ୩ ପ୍ରମୁଖ ଦଳ ସହ ସ୍ବାଧୀନ ପ୍ରାର୍ଥୀ ମଧ୍ଯ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚଳାଇଛନ୍ତି ଉଦ୍ଯମ । ତେବେ ବିକାଶ ହିଁ ଏଥର ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ହାତରେ ଆଉ କମ ଦିନ ଥିବାରୁ ଜୋର ଧରିଛି ପ୍ରଚାର । ତେବେ ସଚେତନ ଜନତା କାହା ସପକ୍ଷରେ ନିଜର ମତ ରଖିବେ ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ନିର୍ବାଚନକୁ ଶାନ୍ତି, ଅବାଧ ଓ ସ୍ଵଚ୍ଚ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ନିର୍ବାଚନ । କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ଭୋଟିଂ । ସୋମବାର ସକାଳ ୭ ଟାରୁ ନେତା ବାଛିବେ ଭୋଟର । ନିର୍ବାଚନକୁ ଶାନ୍ତି ଅବାଧ ଓ ସ୍ଵଚ୍ଚ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୪ ଯାଏଁ , କୋରାପୁଟ ଓ କୋଟପାଡ଼ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୫ ଟା, ଜୟପୁର ବିଧାନସଭାରେ ସକାଳ ୭ ଟା ରୁ ସଂଧ୍ୟା ୬ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଜିଲ୍ଲାରେ ୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ କୋରାପୁଟବାସୀ । ଜିଲ୍ଲାର ୪ ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି । ଜିଲ୍ଲାରେ ୧୧୭ ଟି ସଖି ବୁଥ ହୋଇଥିବା ବେଳେ ଏଠାରେ ମହିଳା ଅଧିକାରୀମାନେ ବୁଥ ପରିଚାଳନା କରିବେ । ଏଥିରେ ନିୟୋଜିତ ମହିଳା କର୍ମଚାରୀମାନଙ୍କ ମଧ୍ଯରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପି ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାରେ ବିଜେପି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡି ଏଭଳି ଅଭିଯୋଗ କରିଛି । କେତେବେଳେ କୋମଳମତି ଶିଶୁଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କରୁଛି।  ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକ ଦେଉଛନ୍ତି। ଏସବୁ ସମ୍ପର୍କରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅବଗତ କରିଛି। ଗତକାଲି ବିଜେପିର ଆସିକା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଫ୍ଲାଇଂ ସ୍କ୍ବାଡକୁ ନୂଆପାଲି ଛକରେ ଚେକିଂ କରିବାରେ ବାଧା ଦେବା ସହ ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଜେପି ନେତାଙ୍କୁ ଏପରି କାମରୁ ନିବୃତ୍ତ ରଖିବାରୁ ପଦକ୍ଷେପ ନେବା ପାଇଁ ବିଜେଡି ଦାବି କରିଛି।

ସାନଖେମୁଣ୍ଡିରେ କାହାକୁ ବାଛିବେ ଭୋଟର?

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର। ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଆସନ୍ତା ୨୦ ତାରିଖରେ ଏଠାରେ ମତଦାନ କରାଯିବ । ଏଠାକାର ଭୋଟର ବିକାଶକୁ ଫୋକସ କରିଛନ୍ତି । ଚଳିତ ନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେନେଇ ଚାଲିଛି ଜୋରଦାର କଳ୍ପନାଜଳ୍ପନା।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ୨୬ ପଞ୍ଚାୟତ ଓ ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ, ମୋଟ ୪୪ଟି ପଞ୍ଚାୟତକୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳି ଗଠିତ । ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସମୁଦାୟ  ୨ ଲକ୍ଷ ୨୭ ହଜାର ୮୬୫ ଜଣ ଭୋଟର ଅଛନ୍ତି। ପୁରୁଷ ଭୋଟର ୧ ଲକ୍ଷ ୧୮ ହଜାର ୬୪୧,  ମହିଳା ଭୋଟର ୧ ଲକ୍ଷ ୯ ହଜାର ୨୦୧  ଏବଂ  ୨୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ବିଜେଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେପିରୁ ଉତ୍ତମ କୁମାର ପାଣିଗ୍ରାହୀ ଓ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ୍ ମିଳିଛି। ତିନି ପ୍ରାର୍ଥୀ ଜୋରଦାର ପ୍ରଚାର କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି।

୨୦୧୯ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ଭୋଟିଂ ହାର ୬୮.୩୫% ଥିଲା। ୧ ଲକ୍ଷ ୪୭ ହଜାର ୮୪୫ ଜଣ ଭୋଟ ଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ୫୦.୭୫% ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ  ୩୪. ୬୯% ହାରରେ  ୫୧ ହଜାର ୨୯୪ ଭୋଟ ଓ ବିଜେପିର ବିଜୟ କୁମାର ସ୍ଵାଇଁଙ୍କୁ  ୧୦.୩୭% ହାରରେ  ୧୫ ହଜାର ୩୩୫ ଭୋଟ ମିଳିଥିଲା। ୨୩ ହଜାର ୭୨୭ ଭୋଟ ବ୍ୟବଧାନରେ କଂଗ୍ରେସରୁ ରମେଶ ଜେନା ବିଜୟୀ ହେଇଥିଲେ। ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୋଟ ହାର ମଧ୍ୟ ବୃଦ୍ଧି ପାଇବ ବୋଲି  ଅନୁମାନ କରାଯାଉଛି । ତେବେ ଲୋକମାନେ ଅଞ୍ଚଳର ବିକାଶ ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କୁ ଭୋଟ ଦେବେ ମତ ରଖିଛନ୍ତି l

 

ଭାଇରାଲ ହେବାରେ ଲାଗିଛି ରୋହିତ ଶର୍ମାଙ୍କ ଏହି ଫଟୋ, ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ କୋଲକାତା ଜିତିବା ସହ ଚଳିତ ବର୍ଷର ପ୍ରଥମ ଦଳଭାବେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରୁ ବାହାର ହୋଇଥିବାବେଳେ ରୋହିତ ଶର୍ମାଙ୍କୁ ନେଇ ଏକ ଚର୍ଚ୍ଚା ଏବେ ଦେଖିବାକୁ ମିଳୁଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା ଦଳ । ତେବେ ପ୍ରଥମରୁ ଉଭୟଙ୍କ ମଧ୍ୟରେ ଭଲ ପଡ଼ୁ ନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ରୋହିତ ଉମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରୋହିତ ଟିମ ମ୍ୟାନେଜମେଣ୍ଟ ସହ ଏସମ୍ପର୍କରେ କଥା ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଶନିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ତେବେ ଯେତେବେଳେ ବର୍ଷା ହୋଇଥିଲା ସେତେବେଳେ ରୋହିତ କୋଲକାତା ନାଇଟ୍ ରାଇଡର୍ସର ଡ୍ରେସିଂ ରୁମରେ ନଜର ଆସିଥିଲେ । ଟିମ ସଦସ୍ୟ ସହ ମ୍ୟାନେଜ ମେଣ୍ଟ ମଧ୍ୟ ସେ ଆଲୋଚନ କରିଥିବା ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମରେ ଥିବା ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କେକେଆର ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯାହାକୁ ନେଇ ଫ୍ୟାନ୍ସମାନେ ସେୟାର କରିବା ସହ ବହୁ ମଜାଳିଆ ମଜାଳିଆ କମେଣ୍ଟମାନେ ଦେଇଥିବା ଦେଖିବାକୁ ମିଳିଥିଲା । ଏପରିକି କୋଲକାତା ସାଇଟରେ ଅପଲୋଡ ହୋଇଥିବା ଭିଡିଓକୁ ଡିଲେଟ କରାଯାଇଛି ।

ଟିଟିଲାଗଡ଼ ସହରରେ ଟୁକୁନି ସାହୁଙ୍କ ପ୍ରଚାର

ଟିଟିଲାଗଡ଼: ନିର୍ବାଚନ ତାରିଖ ଯେତେ ପାଖଉଛି, ପ୍ରଚାର ସେତେ ସରଗରମ ହେଉଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ସହରର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର ଚଲାଇଛନ୍ତି । ସମର୍ଥକ ମାନେ ଏକ ବାଇକ ରାଲିରେ ଟୁକୁନିଙ୍କୁ ପାଛୋଟି ନେଇଥିଲେ ।

ଏହାପରେ ୧ ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି ଟୁକୁନି ସାହୁ । ଗତକାଲି ମ୍ୟୁନିସିପାଲଟିର ୧, ୨ ଓ ୩ ନମ୍ବର ୱାର୍ଡରେ ଘରକୁ ଘର ଓ ଛକ ଛକରେ ବୁଲି ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଟୁକୁନି ।

ସେ କହିଛନ୍ତି, ‘ଲୋକଙ୍କ ପାଇଁ ବିଜେଡି ସବୁ ବେଳେ ଅଛି ଓ ରହିବ। ଟିଟିଲାଗଡ ସହର ଓ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାମ କରାଯାଉଛି । ସରକାରଙ୍କ ତରଫରୁ ଲୋକଙ୍କ ସହାୟତା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଇଛି । BSKY କାର୍ଡ ଲୋକଙ୍କ ପାଇଁ ବରଦାନ ସାଜିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ହେଉଥିବା ବିକାଶ କାର୍ଯ୍ୟ କହୁଛି ଲୋକେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜୟଯୁକ୍ତ କରାଇବେ ।’