କଟକ: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ୧୦ମ ପରୀକ୍ଷା ଫଳ । ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ରବିବାର ୧୦ ଟା ୩୦ ରେ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଚଳିତବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ।
ବିଜେପି ପ୍ରଚାରପତ୍ର ଓ ଖେଳ ସାମଗ୍ରୀ ଜବତ ଘଟଣା, ସିଇଓଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରଚାରପତ୍ର ସହ ଖେଳ ସାମଗ୍ରୀ ଜବତ ଘଟଣା । ସିଇଓଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, କିଶୋର ନଗର ବ୍ଲକ ପରଶୁମାଳ ଗାଁରେ ଅଚ୍ଯୁତାନନ୍ଦ ସାହୁଙ୍କ ଘରେ ଦୁଇଟି ବ୍ଯାଗକୁ ଲୋକ ଠାବ କରିଥିଲେ । ଅଚ୍ଯୁତାନନ୍ଦ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଅତ୍ଯନ୍ତ ଘନିଷ୍ଠ । ଦୁଇଟି ବ୍ଯାଗରୁ ଗୋଟିଏ ବ୍ଯାଗକୁ ପୋଲିସ ଜବତ କରିଛି । ସେଥିରେ ଖେଳ ସାମଗ୍ରୀ ରହିଥିଲା । ଏହାକୁ ଯୁବକଙ୍କୁ ବାଣ୍ଟି ବିଜେପିକୁ ଭୋଟ ହାସଲ କରିବାକୁ ଉଦ୍ଯମ କରୁଥିଲା । ଅନ୍ଯ ଗୋଟିଏ ବ୍ଯାଗ ଜବତ ହୋଇପାରନି । ସେଥିରେ ବିପୁଳ ଟଙ୍କା ଥିବା ସନ୍ଦେହ କରାଯାଉଛି । ଏଣୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।
ମହାନଦୀ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଧର୍ମେନ୍ଦ୍ରଙ୍କ ପାଟି ଖନି ମାରିଗଲା
ସମ୍ବଲପୁର: ମହାନଦୀ ଓଡ଼ିଶାର ଲାଇଫଲାଇନ । ହେଲେ ମହାନଦୀ ସମସ୍ଯାକୁ ବରାଦିଆ କହିଲେ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ଏଡାଇ ଚାଲିଗଲେ ।
ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅବସରରେ ମହାନଦୀ ପ୍ରସଙ୍ଗକୁ ନେଇ ସାମ୍ବାଦିକ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଧର୍ମେନ୍ଦ୍ର ଉତ୍ତର ଦେଇପାରି ନଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ ତାଙ୍କ ପାଟି ଖନି ମାରି ଯାଇଥିଲା । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜ୍ଯ ସରକାର ମହାନଦୀ ପ୍ରସଙ୍ଗରେ ନ୍ଯାୟ ପାଇବାକୁ ଖୁବ ଧାଁ ଧଉଡ କରିଛନ୍ତି । କିନ୍ତୁ ବିଜେପି କେବଳ ରାଜନୀତି ହିଁ କରିଆସିଛି । ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା । କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ । କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ଷଡ଼ଯନ୍ତ୍ର କରିଥିଲେ । ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁଁ ଓଡ଼ିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଛି । ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଡିଶା ନ୍ଯାୟ ପାଇବ ବୋଲି ଆଶା କରିଛି ।

