spot_img
Home Blog Page 1963

ବିଳମ୍ବ ହେଉଛି ନୂଆ ସରକାର ଗଠନ, ୧୦ ନୁହେଁ ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ବିଳମ୍ବ ହେଉଛି ରାଜ୍ୟରେ ନୂଆ ସରକାର ଗଠନ । ଜୁନ ୧୦ ନୁହେଁ, ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ଜୁନ ୧୨ରେ ପାଳନ ହେବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ ହେଉଥିବାର କାରଣ ଜଣାପଡିନାହିଁ । କିନ୍ତୁ ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହେବା ସ୍ପଷ୍ଟ ହେଉଥିବାରୁ ଅନ୍ୟ ବିକଳ୍ପ ଉପରେ ବିଚାର ବିମର୍ଶ ଚାଲିଥିବା ସୂଚନା ରହିଛି । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶପଥ ଗ୍ରହଣ ଉତ୍ସବର ସଠିକ ପରିଚାଳନା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ।

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ | ଏହି ଦୁଇ ବରିଷ୍ଠ ନେତା ଶପଥ ଗ୍ରହଣ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ତଦାରଖ କରିବେ | ସେଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ବୈଠକ ବସିଛି ।

ପଞ୍ଚଭୂତରେ ଲୀନ ହେଲେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ

ନୂଆଦିଲ୍ଲୀ : ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ। ପଞ୍ଚଭୂତରେ ଲୀନ ହେଲା ମରଶରୀର। ଏହାସହ ଏକ ଯୁଗର ଅବସାନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇଥିଲା। ବହୁ ନେତା, ଅଭିନେତା ରାମୋଜୀ ରାଓଙ୍କ ଶେଷ ଦର୍ଶନ କରିଥିଲେ।

ଗତକାଲି ହାଇଦ୍ରାବାଦରେ ଭେଟେରାନ୍ ମିଡିଆ ବ୍ୟକ୍ତିତ୍ୱ ତଥା ରାମୋଜି ଗ୍ରୁପ୍ ଚେୟାରମ୍ୟାନ୍ ରାମୋଜି ରାଓଙ୍କ ଦେହାନ୍ତ ହୋଇଥିଲା। ରଜନୀକାନ୍ତ, ଚିରଞ୍ଜୀବୀ, ଏସଏସ ରାଜମୌଲି ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ। ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜମୌଲି ରାମୋଜି ରାଓଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଥିଲେ।

ସରିବ ଖରାଛୁଟି, ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର : ସରିବ ଖରାଛୁଟି, ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରାଯିବ ପ୍ରସ୍ତୁତି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ।

ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍ ସବୁକୁ ମଧ୍ଯ ସଫା କରାଯିବ। ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀ ଓ ଏକ୍ସପ୍ଯାରୀ ତାରିଖକୁ ଯାଞ୍ଚ କରାଯିବ । ସ୍ମାର୍ଟ କ୍ଳାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯିବ ।

ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲ ଆସି ମଧ୍ୟାହ୍ନ ଭୋଜନ ପାଇଁ ଥିବା ସାମଗ୍ରୀର ଯାଞ୍ଚ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା । ସ୍କୁଲ ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜନୀତିରୁ ଅବସର ନେଲେ ବିଜେଡି ନେତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ । ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ।

ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ , ବାଜି ମାରିଲେ ପୁଅ

ନୂଆଦିଲ୍ଲୀ : ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ। jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି। ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି। ୩୩୨ ନମ୍ବର ସହ ଦ୍ୱିଜା ଡି ପଟେଲ ମହିଳାଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ।

ଜେଇଇ ଆଡ଼ଭାନ୍ସଡ ରେଜଲ୍ଟ ଲିଙ୍କ ୨୦୨୪ ରୁ ସ୍କୋର କାର୍ଡ ମଧ୍ୟ ଡାଉନଲୋକଡ କରିପାରିବେ  । ଏହା ବ୍ୟତୀତ  IIT JEE ଟପ୍ପର ତାଲିକା 2024, IIT JEE କଟଅଫ୍ ମାର୍କ ସହିତ ପ୍ରତ୍ୟେକ ସୂଚନା ଏହି ଓ୍ୱେବସାଇଡରେ ଉପଲବ୍ଧ ହେବ । ଚଳିତ ବର୍ଷ ରେଜଲ୍ଟରେ ବାଜି ମାରିଛନ୍ତି ପୁଅ । ଟପ୍ ୧୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ହିଁ ଝିଅ ସ୍ଥାନ ପାଇଛି । IIT ବମ୍ବେ ଜୋନର ଦ୍ୱିଜା ଡି ପଟେଲ ରାଙ୍କ-୭ରେ ରହିଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ , ୪ ଆହତ

ଗଞ୍ଜାମ : ଦିଗପହଣ୍ଡି ଥାନା ଭୀଷ୍ମଗିରି ପ୍ରେମନଗରରେ ଗୋଷ୍ଠୀ ସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ମାରଣାସ୍ତ୍ରରେ ଆକ୍ରମଣରେ ଚାରି ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ସଂକଟାପନ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତେବେ ଭୀଷ୍ମଗିରି ଗାଁରେ ଗତ କିଛି ଦିନ ହେଲା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଏଭଳି ଗଣ୍ଡଗୋଳକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ

ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ। IMSME ବିଭାଗକୁ ପଠାଇଲେ ଇସ୍ତଫା ପତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨ ଥର ସଭାପତି ଦାୟିତ୍ୱରେ ଥିଲେ ସଂଗ୍ରାମ କେଶରୀ । ୩୧ ଅଗଷ୍ଟ ୨୦୧୯ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ। ଏହା ପରେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ଅମଳରେ ଖଦି ବୋର୍ଡ଼ର ଥିବା ଅନେକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭୀମପୁରୀ ୟୁଟିଲିଟି ମଲର କାମ ଆରମ୍ଭ ହୋଇଛି। ସେହି ସମୟରେ ୩ ହଜାରରୁ ଅଧିକ ଯୁବପୀଢ଼ିଙ୍କୁ ଗ୍ରାମଉଦ୍ୟୋଗ ଆରମ୍ଭ କରିବା ପାଇଁ ଲୋନ ଦିଆଯାଇଛି। ରାଜ୍ୟରେ ମହୁ ଚାଷର ପ୍ରଚାର ପ୍ରସାର ପାଇଁ ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି।

ଶପଥଗ୍ରହଣ ଉତ୍ସବ ଲାଗି ଦିଲ୍ଲୀରେ ହାଇସିକ୍ଯୁରିଟି ଆଲର୍ଟ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁଙ୍କ ପରେ ୩ଥର ପାଇଁ କ୍ରମାଗତ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ନରେନ୍ଦ୍ର ମୋଦୀ । ନବଗଠିତ ମନ୍ତ୍ରିମଣ୍ଡଳ ବି ଶପଥ ନେବ । ଉତ୍ସବରେ ସାମିଲ ହେବେ ୮ ହଜାରରୁ ଅଧିକ ଅତିଥି । ଶପଥ ଗ୍ରହଣ ସମାହାରରେ ବିଦେଶୀ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂସଦ ଭବନ , ରାଷ୍ଟ୍ରପତି ଭବନ ଏବଂ ଉତ୍ତର- ଦକ୍ଷିଣ ବ୍ଲକର ପ୍ରତ୍ୟେକ କୋଣ ଅନୁକୋଣରେ କମାଣ୍ଡା ଏବଂ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏହା ସହିତ ୧୪୪ ଧାରା ଲାଗୁ ହେବା ସହ ୫୦୦ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ସେପଟେ ଦିଲ୍ଲୀରେ ହାଇସିକ୍ଯୁରିଟି ବ୍ଯବସ୍ଥା କରାଯାଇଛି । ରାଜଧାନୀର ପ୍ରମୁଖ ହୋଟେଲ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲାରିଜସ, ଓବରୟକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଦିଲ୍ଲୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏନଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି ।

ଶପଥ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍

ନୂଆଦିଲ୍ଲୀ : ଆଜି ଏନଡିଏ ସଂସଦୀୟ ଦଳର ନେତା ତଥା ଲଗାତାର ୩ୟ ଥର ପ୍ରଧାନମନ୍ତ୍ରୀ ପଦବୀରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ଏହା ମଧ୍ୟରେ ନେତା ମାନଙ୍କୁ କ୍ୟାବିନେଟରେ ସାମିଲ ହେବାକୁ ଫୋନ କଲ୍ ଆସିବା ଆରମ୍ଭ ହୋଇ ଗଲାଣି । ସୂଚନା ଅନୁସାରେ ଅମିତ ଶାହ, ନୀତିନ ଗଡ଼କରୀଙ୍କୁ ଫୋନ କଲ୍ ଆସି ସାରିଛି । ରାଜନାଥ ସିଂ, ପ୍ରହଲ୍ଲାଦ ଯୋଶୀ, ଟିଡିପି ସାଂସଦ ରାମମୋହନ ନାଇଡୁ, ଜୀତନ ରାମ ମାଝୀ, ଜୟନ୍ତ ଚୌଧୁରୀ , ଅନୁପ୍ରିୟା ପଟେଲ, ପି ଚନ୍ଦ୍ରଶେଖର ସୁଦେଶ ମହତେ, ଏଚ୍ ଡି କୁମାର ସ୍ୱାମୀ ଆଦିଙ୍କୁ  କ୍ୟାବିନେଟରେ ଶପଥ ନେବାକୁ ଫୋନ କଲ୍ ଆସିଥିବା ସୂଚନା ମିଳିଛି ।

ସର୍ବାନନ୍ଦ ସୋନୱଲ,ଏସ୍ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଚିରାଗ ପାଶ୍ଵାନ, ଶିବରାଜ ସିଂହ ଚୌହାନ, ଚନ୍ଦ୍ରଶେଖର ପ୍ରେମାସାନି, ଲଲନ ସିଂହ, ରାମନାଥ ଠାକୁର ପ୍ରମୁଖଙ୍କୁ ଆଜି ପିଏମଓ ପକ୍ଷରୁ ଫୋନ୍ କଲ୍ ଆସିଥିଲା। ସମ୍ଭାବ୍ଯ କେନ୍ଦ୍ରମନ୍ତ୍ରୀମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକା ଯାଇଥିଲା। ସମସ୍ତଙ୍କୁ ଚା ପାନ ପାଇଁ ଡାକିଥିଲେ ମୋଦି। ମନ୍ତ୍ରିମଣ୍ଡଳରେ ଏମାନେ ସମସ୍ତେ ସାମିଲ ହେବାର ସମ୍ଭାବନା ଅଛି।

୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ , ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ୱର : ଓଡ଼ିଶା ଛୁଇଁଛି ମୌସୁମୀ । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀର ଓଡ଼ିଶା ପ୍ରବେଶ । ଗତକାଲି ମାଲକାନଗିରି ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆଗାମୀ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲାରେ ସକ୍ରିୟ ହେବାନେଇ ପାଗ ଅନୁକୁଳ ରହିଛି। ପର୍ଯ୍ୟାୟକ୍ରମେ ରାଜ୍ଯର ଅନ୍ୟ ଜିଲ୍ଲାକୁ ଏହା ଅଗ୍ରସର ହେବ ।

ଓଡ଼ିଶାରେ ମୌସୁମୀ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ୧୨ ତାରିଖ ରହିଥିବା ବେଳେ ୪ ଦିନ ପୂର୍ବରୁ ମୌସୁମୀ ଛୁଇଁଛି । ଯାହା ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି। ଦକ୍ଷିଣକୁ ମୌସୁମୀ ଛୁଇଁଥିବାବେଳେ ଜଳୁଛି ପଶ୍ଚିମ ଓଡ଼ିଶା । ବଲାଙ୍ଗିର, ବରଗଡ, ନୂ୍ଆପଡା, ସୋନପୁର, ବୌଦ୍ଧ ଜିଲ୍ଲାରେ ଜାରି ରହିଛି ହିଟ୍ ଓ୍ବେଭ୍ କଣ୍ଡିସନ୍ । ଏହି ସବୁ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେଉଛି ।

ସେହିଭଳି ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ଜାରି ରହିବ। ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଗରମ ଗୁଳିଗୁଳି ଭିତରେ କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି।