spot_img
Home Blog Page 197

ଅକ୍ଷୟ କୁମାର-ସୈଫଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା, ଏହି ଫିଲ୍ମରେ କରିବେ କମାଲ…

ନନ୍ଦିଘୋଷ ବ୍ୟୁରୋ: ଅକ୍ଷୟ କୁମାର । ବଲିଉଡର ଖିଲାଡ଼ିଷ୍ଟାରକୁ କିଏ ବା ନଜାଣେ । ଦମଦାର ଅଭିନୟ ହେଉ କି, କମେଡି ସବୁବେଳେ ଦର୍ଶକଙ୍କ ମନମୋହିଥିବା ଅକ୍ଷୟ କୁମାରଙ୍କ ଜଲି ଏଲଏଲବି-୩ ଏବେ ଭଲ ରୋଜଗାର କରୁଛି । ୨ ଦିନ ମଧ୍ୟରେ ଭଲ ରୋଜଗାର କରୁଥିବାବେଳେ ଯଦି ଏହି ସପ୍ତାହରେ ଏମିତି ଭଲ ରୋଜଗାର କରିବ ତାହେଲେ ବହୁତ ଶୀଘ୍ର ୧୦୦ କୋଟି ଟଙ୍କା ଶୀଘ୍ର ଆୟ କରିପାରିବ । ସେପଟେ ଏହି ଫିଲ୍ମ ସହ ଆଗାମୀ ଦିନରେ ଅକ୍ଷୟଙ୍କ ଆଉ ଏକ ହିଟ୍ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ୍ୖଫ ଅଲ୍ଲିଖାନ ମଧ୍ୟ ନଜର ଆସୁଛନ୍ତି । ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି ।

’ହେଓ୍ବାନ’ ଫିଲ୍ମର ଶୀର୍ଷକ ରହିଥିବାବେଳେ ପ୍ରିୟଦର୍ଶନଙ୍କ ଦ୍ବାରା ଏହା ନିର୍ଦ୍ଦେଶନା ଦିଆଯିବ । ତେବେ ଏହି ଫିଲ୍ମଟି ମାଲାୟଲମ ଫିଲ୍ମର ରିମେକ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଫିଲ୍ମରେ ମୋହନଲାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଖବର ମିଳିଛି । ୨୦୨୬ ମସିହାରେ ଏହି ଫିଲ୍ମଟି ରିଲିଜ ହେବାକୁ ଥିବାରବେଳେ ଏହା ବ୍ୟବସାୟୀକ ଦୃଷ୍ଟି କୋଣରୁ ଭଲ ରହିବ ବୋଲି ଆଶା କରାଯାଉଛି ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପର ସୁପର ୪ ମୁକାବିଲାର ସୁପର ସଣ୍ଡେରେ ସୁପର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଏସିଆ କପରେ ଦ୍ବିତୀୟ ଥର ଲାଗି ଭାରତ-ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି । ତେବେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ପ୍ରଥମ ମ୍ୟାଚରୁ ବିରୋଧ କରାଯାଉଛି । ଏପରିକି ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ମଧ୍ୟ ବିକ୍ରି ହୋଇନଥିଲା ।  ଏବେ ପୁଣିଥରେ ଭେଟାଭେଟି ହୋଇଥିବାବେଳେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମାସୁଦ । ସେ କହିଛନ୍ତି କି, ଏହା ଏକ ଜୁଆ ଖେଳ । ଟଙ୍କା ପାଇଁ ମ୍ୟାଚ ଖେଳାଯାଉଛି ।

ଅପରେସନ ସିନ୍ଦୂର ପରେ ଦ୍ବିତୀୟଥର ଲାଗି ଭେଟାଭେଟି ହେଉଛି ଭାରତ-ପାକିସ୍ତାନ । କ୍ରିକେଟ ମଇଦାନରେ ଲଢ଼େଇ ହେଉଥିଲେ ସୁଦ୍ଧା ଟଙ୍କା ଲାଗି ଏପରି କରାଯାଉଥିବା କହି ଟାର୍ଗେଟ କରିଛନ୍ତି । ଏହାସହ ସେ କହିଛନ୍ତି କି, ପହଲଗାମ ଆତଙ୍କବାଦୀ ଆକ୍ରମଣରେଯେଉଁମାନଙ୍କ କ୍ଷତି ହୋଇଛି ସେମାନେ କେତେ ଦୁଃଖରେ ରହିଛନ୍ତି ସେମାନେ ଜାଣିଛନ୍ତି । ପୁଣି କାହିଁ ମ୍ୟାଚ ଖେଳାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ

0

ନନ୍ଦିଘୋଷ ବ୍ୟୁରୋ: ସୋର ଥାନା ମଲିଚୁଆ ଗାଁରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ ମାଡ଼। ଯୁବକ, ସ୍ତ୍ରୀ ଓ ଭାଉଜକୁ ତିନି ଦିନ ବାନ୍ଧି ଗ୍ରାମବାସୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଯୁବକଙ୍କ ଗୋଡ଼ରେ ଜଞ୍ଜିରରେ ତାଲା ପକାଇବା ସହ ଅଟକ ରଖି ନିସ୍ତୁକ ମାଡ ମରାଯାଇଛି । ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ କାଠ ଗର ପକାଇ ଅଟକ ରଖିଥିଲେ ଗ୍ରାମବାସୀ। ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଯୁବକଙ୍କୁ ପୋଲିସ ଲୋକଙ୍କ କବଳରୁ ଉଦ୍ଧାର କରି ସୋର ଡାକ୍ତଖାନାରେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟର ମଲିଚୁଆ ଗାଁରେ ଭାଉଜ ଓ ପତ୍ନୀଙ୍କୁ ନେଇ ରୁହନ୍ତି ଚୈତା ସିଂ।

ଗାଁ ଅପେକ୍ଷା ଦେବଗିରି ପାହାଡ଼ ରହି ପକ୍ଷୀ ଓ ପଶୁଙ୍କର କଞ୍ଚା ମାଂସ ଖାଇ ଜୀବନ ବିତାଏ ଚୈତା। ଯେବେ ଗାଁକୁ ଫେରେ, ସେହିଦିନ ଗାଁରେ ଅଘଟଣ ଘଟିଥାଏ ବୋଲି ଅଭିଯୋଗ କରନ୍ତି ସ୍ଥାନୀୟ ବାସିନ୍ଦା। ଚୈତା ଗୁଣିକରି ଗାଁର କିଛି ଲୋକଙ୍କୁ ପାଗଳି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଦୁଇ ଶିଶୁଙ୍କୁ ମାରି ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ତିନି ଦିନ ତଳେ ଚୈତlକୁ ଗାଁ ଲୋକେ ଜଙ୍ଗଲରୁ ଧରି ନିସ୍ତୁକ ମାଡ ମାରି ତାଲା ପକାଇ ଅଟକ ରଖିଥିଲେ । ଆଜି ପୋଲିସ ଖବର ପାଇ ଚୈତାକୁ ଉଦ୍ଧାର ପାଇଁ ମଲିଚୁଆ ଗାଁକୁ ଯାଇଥିବା ବେଳେ, ଗ୍ରାମବାସୀ ପୋଲିସ ଗାଡିକୁ ଅଟକ ରଖିଥିଲେ । ପରେ ସ୍ଥାନୀୟ ଲୋକେ ମିଲିଚୁଆ ବାସୀଙ୍କୁ ବୁଝାସୁଝା କରିବାରୁ ଚୈତା ଓ ତାଙ୍କ ସ୍ତ୍ରୀ ଓ ଭାଉଜକୁ ଛାଡିଥିଲେ ଗ୍ରାମବାସୀ।

 

ନାମ ଫଳକକୁ ନେଇ ବିବାଦ, ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ

ନନ୍ଦିଘୋଷ ବ୍ୟୁରୋ: ନାମ ଫଳକକୁ ନେଇ ବିବାଦ। ଛୁଟି ଦିନରେ ନାମ ଫଳକ ଲଗାଇବାକୁ ନେଇ ଉତ୍ତେଜନା। ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର କୋଟପଲ୍ଲାରେ ଏହାକୁ ନେଇ ଗଣ୍ଡଗୋଳ। ପ୍ରଶାସନ ଆଜି ଉଭୟ ଗାଁ ନାମ ଲେଖି ଫଳକ ଲଗାଇବା ବେଳେ ଶହ ଶହ ସଂଖ୍ୟାରେ ମହିଳା ଏହାକୁ ବିରୋଧ କରିଥିଲେ। ଗତ ଅଗଷ୍ଟ ୮ତାରିଖ ରେ ଏହି ଗଣ୍ଡଗୋଳ ଲାଗିଥିଲା। ପ୍ରଶାସନ ୧୬୩ଧାରା ବିଏନ ଏସ୍ ଲାଗୁ କରିଥିଲା। ଦେଢ଼ ମାସ ଧରି  ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆଜି ଛୁଟି ଦିନ ରେ ପ୍ରଶାସନ ନାମ ଫଳକ ଲଗାଇବା ବେଳେ ଦେଖାଦେଇଥିଲା ଉତ୍ତେଜନା। ବର୍ତ୍ତମାନ ଉଭୟ ଗାଁ ବିବାଦ କୁ ନେଇ ହାଇକୋର୍ଟ ରେ କେଶ ମଧ୍ୟ ଚାଲୁଛି।। ଖବର ପାଇ ଖୋର୍ଦ୍ଧା, ବୋଲଗଡ, ବେଗୁନିଆ, ସଦର ପୋଲିସ ଅଧିକାରୀ ୨ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳ ରେ ପହଞ୍ଚିଥିଲେ। ବେଗୁନିଆ ତହସିଲ ଦାର୍, ଏସ ଡି ପି ଓ  ସମସ୍ତେ ପହଞ୍ଚି ଲୋକଙ୍କୁ ବୁଝି କରିଥିଲେ। ମହିଳାମାନେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି। ପ୍ରଶାସନ ନାମ ଫଳକ ନ ଲଗାଇ ଫେରି ଯାଇଛି। ପୋଲିସ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ସିସିଟିଭି ଲଗାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବିଏନଏସ୍ ଧାରା ୧୬୩ ଧାରା।  ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରହିଛି।

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାଯ୍ୟ : ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣି

ନନ୍ଦିଘୋଷ ବ୍ୟୁରୋ : ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଚାଲିଛି ଗୁଣି ଗାରେଡ଼ି । ରାତିରେ ଏକତରଫା ପ୍ରେମ କରୁଥିବା ଯୁବକ ଗାଁରେ ହଙ୍ଗାମା କରି ବନ୍ଧା ହୋଇଛି । ସଂପୃକ୍ତ ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି କରୁଛି । ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି ଗାରେଡି କରୁଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାର୍ଯ୍ୟ ନେଇଛି ଯୁବକ ।  ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ଏକତରଫା ପ୍ରେମ କରୁଥିବା ଯୁବକ ଶାନ୍ତନୁ ଶତପଥି ଏବଂ ତା ସହଯୋଗୀକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି ।

ଟାରିଫ୍ ପରେ ଏବେ ଭିଜା : ଟ୍ରମ୍ପ ବଢ଼ାଇଲେ H-1B ଭିଜା ଶୁଳ୍କ, ଭାରତୀୟଙ୍କୁ ବଡ଼ ଝଟକା !

ନନ୍ଦିଘୋଷ ବ୍ୟୁରୋ : ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା ଅନୁଯାୟୀ H-1B ଭିଜା ଆବେଦନ ଶୁଳ୍କକୁ ବାର୍ଷିକ ୧୦୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଭାରତୀୟ ମୁଦ୍ରାରେ ଏହା ନୂଆ ଆବେଦନ ପାଇଁ ପ୍ରତିବର୍ଷ ୮୮ ଲକ୍ଷ ଟଙ୍କା ଆଦାୟ କରିବ। ବର୍ତ୍ତମାନ H-1B ଭିଜା ଆବେଦନ ଶୁଳ୍କ ୧ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଅନେକ ପ୍ରଶ୍ନ ଉଠିଛି। ଯେପରିକି ନୂଆ H-1B ଭିଜା ଆବେଦନ ନିୟମ କ’ଣ? ଅମେରିକା କାହିଁକି ଏହି ନିଷ୍ପତ୍ତି ନେଇଛି? ଏହାର ସିଧା ପ୍ରଭାବ ଭାରତୀୟଙ୍କ ଉପରେ କାହିଁକି ପଡ଼ିବ? H-1B  ଭିଜା ଆବେଦନର ନୂଆ ନିୟମ କ’ଣ? ଆସନ୍ତୁ H-1B  ଭିଜା ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା।

H-୧B ଭିଜା ଆବେଦନର ନୂଆ ନିୟମ କ’ଣ?

ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ H-୧B ଭିଜା ପାଇଁ ଆବେଦନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଆବେଦନ ପ୍ରକ୍ରିୟା ପାଇଁ ପ୍ରତିବର୍ଷ ୧୦୦,୦୦୦ ଡଲାର (ଭାରତୀୟ ମୁଦ୍ରାରେ ୮୮ ଲକ୍ଷ ଟଙ୍କା) ଶୁଳ୍କ ଦେବାକୁ ପଡ଼ିବ।ଗୁରୁତ୍ୱପୂର୍ଣ୍ଣ ଯେ, ଏହି ନିୟମ ନୂଆ ଆବେଦନ ସହ ବର୍ତ୍ତମାନ ଚାଲୁଥିବା ଆବେଦନଗୁଡ଼ିକ ଉପରେ ମଧ୍ୟ ଲାଗୁ ହେବ। ଏହି ନୂଆ ଶୁଳ୍କ ବର୍ତ୍ତମାନର ଶୁଳ୍କର ଅତିରିକ୍ତ ହେବ, ଯାହାକି ବହୁତ କମ। ବର୍ତ୍ତମାନର H-1B  ଶୁଳ୍କରେ ବାର୍ଷିକ ଲଟେରୀ ପାଇଁ ୨୧୫ ଡଲାରର ପଞ୍ଜିକରଣ ଶୁଳ୍କ ଏବଂ ଅନ୍ୟ ଆବେଦନ ଶୁଳ୍କ ସାମିଲ ରହିଛି। H-୧B ଭିଜା ଧାରକମାନଙ୍କୁ ଭିଜା ପାଇଁ କରାଯାଇଥିବା ପେମେଣ୍ଟର ସାର୍ଟିଫିକେଟ ରଖିବାକୁ ପଡ଼ିବ। ଭିଜା ପ୍ରକ୍ରିୟା ସମୟରେ ରାଜ୍ୟ ସଚିବ ଏହା ନିଶ୍ଚିତ କରିବେ ଯେ ପେମେଣ୍ଟ ହୋଇଛି କି ନାହିଁ। ଯଦି ପେମେଣ୍ଟ ହୋଇ ନ ଥାଏ, ତେବେ ଯାଚିକାକୁ ରାଜ୍ୟ ବିଭାଗ କିମ୍ବା ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ (DHS) ଦ୍ୱାରା ପ୍ରତ୍ୟାଖ୍ୟାନ କରାଯିବ।

ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ଭାରତ ଅମେରିକାକୁ ସାମଗ୍ରୀ ଅପେକ୍ଷା ଅଧିକ ସ୍କିଲ୍ଡ ୱାର୍କର୍ସ ଏକ୍ସପୋର୍ଟ କରେ। ଅମେରିକାର ଆଧିକାରୀକ ଆକଳନ ଅନୁଯାୟୀ, H-୧B ଭିଜା ପାଇଥିବା ଲୋକମାନଙ୍କ ମଧ୍ୟରେ ୭୧% ଭାରତରୁ ଥିବା ବେଳେ ଯେତେବେଳେ ଚାଇନା ୧୧.୭% ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ କୁହାଯାଉଛି ଯେ ଟ୍ରମ୍ପଙ୍କ ନୂଆ ନିୟମର ସବୁଠାରୁ ଅଧିକ ପ୍ରଭାବ ଭାରତୀୟଙ୍କ ଉପରେ ପଡ଼ିବ। ଯେଉଁଠି H-1B ଭିଜା ପାଇଁ ଭାରତୀୟମାନେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ, ସେମାନେ ଏବେ ୮୮ ଲକ୍ଷ ଟଙ୍କା ଦେବେ।ଏହି ନୂଆ ପରିବର୍ତ୍ତନ ଯୋଗୁ ଇନ୍‌ଫୋସିସ, ଟିସିଏସ୍‌ ଏବଂ ୱିପ୍ରୋ ଭଳି ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଉପରେ ବଡ଼ ପ୍ରଭାବ ପଡ଼ିବ। ଏହି କମ୍ପାନୀଗୁଡ଼ିକ H-1B ଭିଜାର ବ୍ୟବହାର କରି ଜୁନିୟର୍‌ ଏବଂ ମିଡ-ଲେଭେଲ ଇଞ୍ଜିନିୟର୍ସମାନଙ୍କୁ ଅମେରିକୀୟ କ୍ଲାଏଣ୍ଟ ପ୍ରୋଜେକ୍ଟ ଏବଂ ସ୍କିଲ ଡେଭଲପ୍‌ମେଣ୍ଟ ପାଇଁ ଅମେରିକା ପଠାଇଥାଆନ୍ତି। ଏହି ନୂଆ ପରିବର୍ତ୍ତନରୁ ଭାରତୀୟ ପ୍ରୋଫେଶନାଲ୍‌ମାନେ ଅମେରିକା ବଦଳରେ ୟୁରୋପୀୟ ଦେଶଗୁଡ଼ିକରେ ଯାଇ କାମ କରିବାକୁ ଅଧିକ ପସନ୍ଦ କରିବେ।

କିଏ H-1B ଭିଜା ପାଇଁ ଆବେଦନ କରିପାରିବ?

H-୧B ଭିଜା ପାଇଁ ଯେକୌଣସି ସାଧାରଣ ବ୍ୟକ୍ତି ଆବେଦନ କରିପାରିବେ ନାହଁ, କାରଣ ଏହା କମ୍ପାନୀ ପକ୍ଷରୁ କରାଯାଏ। ଆବେଦନକାରୀଙ୍କର ୧୨ ବର୍ଷର କାର୍ଯ୍ୟ ଅନୁଭବ ଥିବା ଉଚିତ। କିଛି ସର୍ତ୍ତ ସହିତ ଏଥିରେ ଛାଡ଼ ମଧ୍ୟ ଦିଆଯାଏ।ଆବେଦନକାରୀ ଯେଉଁ କାମ ପାଇଁ ଡାକରା ପାଇଛନ୍ତି, ସେଥିରେ ଦକ୍ଷ ହେବା ଉଚିତ।ବେତନ ଅତି କମ ୪୦ ଲକ୍ଷ ଟଙ୍କା ବାର୍ଷିକ ହେବା ଉଚିତ। ଆବେଦନକାରୀଙ୍କର ଅମେରିକାର ବ୍ୟାଚଲର୍‌ ଡିଗ୍ରୀ କିମ୍ବା ବିଦେଶୀ ବିଶ୍ୱବିଦ୍ୟାଳୟରୁ ଯାହା ଅମେରିକାର ବ୍ୟାଚଲର୍‌ ଡିଗ୍ରୀର ସମକକ୍ଷ ରହିବା ଉଚିତ।

ଟ୍ରମ୍ପ ପ୍ରଶାସନ କ’ଣ ଯୁକ୍ତି ଦେଇଛି?

ଟ୍ରମ୍ପ ପ୍ରଶାସନ କହିଛି ଯେ ଏହି ପଦକ୍ଷେପର ଉଦ୍ଦେଶ୍ୟ ଦେଶକୁ ଅଣାଯାଉଥିବା ଲୋକମାନେ “ବାସ୍ତବରେ ଅତ୍ୟଧିକ ଦକ୍ଷ” ହେବା ଏବଂ ଅମେରିକୀୟ କର୍ମଚାରୀଙ୍କ ସ୍ଥାନ ନ ନେବା।ଟ୍ରମ୍ପଙ୍କ ଅଭିଯୋଗ ଅନୁଯାୟୀ, ଭାରତ ଏବଂ ଚାଇନାର ଲୋକମାନଙ୍କ କାରଣରୁ ଅମେରିକାବାସୀମାନେ ନିଜ ଦେଶରେ କାମ ପାଇପାରୁନାହାନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ସେ ନିର୍ବାଚନୀ ଅଭିଯାନରେ ମଧ୍ୟ ଏହି ବିଷୟକୁ ଉଠାଇଥିଲେ ଯେ ଯଦି ସେ ନିର୍ବାଚିତ ହୁଅନ୍ତି, ତେବେ ପ୍ରବାସୀଙ୍କ ଉପରେ ନିୟନ୍ତ୍ରଣ କରିବେ। ଟ୍ରମ୍ପ ଏବେ ତାହାହିଁ କରୁଛନ୍ତି। ଯଦିଓ ପ୍ରବାସୀଙ୍କ ଉପରେ ନିୟନ୍ତ୍ରଣ କରି ଟ୍ରମ୍ପ ନିଜେ ସାବାସୀ ଦେଉଥାନ୍ତି, କିନ୍ତୁ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ନିଷ୍ପତ୍ତିର ଅମେରିକୀୟ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ, ବିଶେଷକରି ସେହି ଉଦ୍ୟୋଗଗୁଡ଼ିକରେ ଯାହା ବିଶ୍ୱବ୍ୟାପୀ ପ୍ରତିଭା ଉପରେ ନିର୍ଭରଶୀଳ।

H-1B  ଭିଜାର ଇତିହାସ କ’ଣ?

ଏବେ H-1B ଭିଜାର ଇତିହାସ ବିଷୟରେ ଜାଣିବା। ଏହାର ଆରମ୍ଭ ୧୯୯୦ରେ ଅମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶଙ୍କ କାର୍ଯ୍ୟକାଳରେ ହୋଇଥିଲା। ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ ଅମେରିକୀୟ କମ୍ପାନୀଗୁଡ଼ିକରେ ବିଶ୍ୱର ସର୍ବୋତ୍ତମ ସ୍କିଲ୍ଡ ୱାର୍କର୍ସ କାମ କରନ୍ତୁ। ଏବେ କିନ୍ତୁ ଟ୍ରମ୍ପଙ୍କୁ ନୂଆ ନିଷ୍ପତ୍ତି ଟେକ୍‌ ଇଣ୍ଡଷ୍ଟ୍ରୀକୁ ବଡ଼ ଆଘାତ ପହଞ୍ଚାଇପାରେ, ଯାହା ଭାରତ ଏବଂ ଚାଇନାରୁ ଆସୁଥିବା କର୍ମୀଙ୍କ ଉପରେ ନିର୍ଭରଶୀଳ। ଏହା ଆଗକୁ ଆଇନଗତ ଚ୍ୟାଲେଞ୍ଜ ନଚେତ ବିରୋଧର ସାମ୍ନା କରିପାରେ।

 

 

 

 

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ଵରୀ…

ନନ୍ଦିଘୋଷ ବ୍ୟୁରୋ : ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ଵରୀ । ଫୁଲରେ ସଜେଇ ହୋଇଛି ମନ୍ଦିର ପରିସର । ସକାଳୁ ସକାଳୁ ଆରମ୍ଭ ହୋଇଛି ମାଆଙ୍କ ଧବଳମୁଖୀ ଦର୍ଶନ । ସକାଳ ୫ ଟା ରୁ ୧୧ଟା ୪୫ ପର୍ଯ୍ୟନ୍ତ ଦର୍ଶନ ପରେ ୧୨ଟା ୩୦ ଯାଏଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ପୁଣି ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ଵତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । କେବଳ ଶହେ ଟଙ୍କା ଦେଇ ସ୍ବତନ୍ତ୍ର ଲାଇନରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ସାଧାରଣ ଧାଡ଼ି ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଢେଇ ଦିନ ଧରି ମାଆ ସମଲେଶ୍ଵରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବିଶ୍ୱାସ ରହିଛି ମହାଳୟାରେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସହ ସମାନ ପୁଣ୍ୟ ମିଳିଥାଏ ।

ଆଜି ପବିତ୍ର ମହାଳୟା : ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ମହାଳୟା । ପିତୃପକ୍ଷର ଅନ୍ତିମ ଦିବସ । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ। ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି । ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।

 

ଭିଜିବ ଦଶହରା: ୨୩ ରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ

ଆସୁଛି ବଡ଼ ବର୍ଷା ।I ଫିକା ପଡିବ ପାର୍ବଣ । ସୃଷ୍ଟି ହୋଇପାରେ ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ । ବଙ୍ଗୋପସାଗରରେ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା  । ୨୩ ପରେ ନିର୍ଦ୍ଧୁମ ଛେଚିବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ  । ୨୩ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୨୩ ରୁ ବଢିବ ବର୍ଷାର ବିସ୍ତୃତି। ପୁଣି ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୨ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି କେନ୍ଦ୍ର ।

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୩ ରୁ ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଏପଟେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡିଶାର ୧୪ ଜିଲ୍ଲା ସୁନ୍ଦରଗଡ , ମୟୂରଭଞ୍ଜ ,କେନ୍ଦୁଝର, ଯାଜପୁର ,ଭଦ୍ରକ , ବାଲେଶ୍ୱର, କଟକ, କେନ୍ଦ୍ରାପଡା ଜଗତସିଂପୁର ନୟାଗଡ, ଖୋର୍ଦ୍ଧା, ପୁରୀ ,ଗଂଜାମ ଓ ଗଜପତିକୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା  । ତେବେ ୨୭ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା: ୩୦ ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା । ୩୦ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା । ଓଡ଼ିଶାର ବରିଷ୍ଠ ନେତାଙ୍କ ସହ ଏଆଇସିସି କରିବ ବୈଠକ । ଫୋକସରେ ତୃଣମୂଳ ସଂଗଠନ । ଓଡ଼ିଶାରେ ଶକ୍ତିଶାଳୀ ହେବ କଂଗ୍ରେସ । ଏଆଇସିସି ଫୋକସରେ ଓଡ଼ିଶା । ସଙ୍ଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଶେଷ ହେବା ପରେ ଓଡ଼ିଶା ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୩୦ ତାରିଖ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବା ନିଷ୍ପତ୍ତି ହୋଇଥିବାରୁ ଏହାପୂର୍ବରୁ ଓଡ଼ିଶାର ମଙ୍ଗୁଆଳ ସହ ବୈଠକ କରିବ ଏଆଇସିସି । ଆସନ୍ତା ୨୨ତାରିଖରେ ଏଆଇସିସି ଓଡ଼ିଶା ସଙ୍ଗଠନ ଉପରେ ଆଲୋଚନା କରିବ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ କରି କିପରି ଦଳ କ୍ଷମତାକୁ ଫେରିବ ତାହା ଉପରେ ଏଆଇସିସି ଫୋକସ କରିଛି ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ଦେଇଛନ୍ତି । ତାହା ଉପରେ ଚୂଡାନ୍ତ ମୋହର ବାଜିବ।

୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି କଂଗ୍ରେସ । ଦଳର ଭୋଟହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଛି । ସଂଗଠନ ଅଛି, ଏକତା ନଥିବାରୁ ଦଳ ଓଡ଼ିଶାରେ କ୍ଷମତାକୁ ଆସି ପାରୁନାହିଁ । ନିକଟରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓଡିଶାରେ ସଂଗଠନ ସୃଜନ ଅଭିଯାନର ସମୀକ୍ଷା କରିବା ସହ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଥଲେ । ଜିଲ୍ଲା ସଭାପତିମାନଙ୍କୁ ଅଧିକ ଶକ୍ତଶାଳୀ କରିବା ପାଇଁ ଏଆଇସିସିର ଏହି ବୈଠକ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ ଏଆଇସିସି । ଏହାପରେ ବ୍ଲକ ସଭାପତି, ନଗର ସଭାପତି ଚୂଡାନ୍ତ କରାଯିବ ।ଏଆଇସିସି ଓଡିଶାକୁ ଫୋକସ କରିଥିବାରୁ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ଓ ଏଆଇସିସିର ବରିଷ୍ଠ ନେତାମାନେ ବାରମ୍ବାର ଦିଲ୍ଲୀ ଡାକି ଆଲୋଚନା କରୁଛନ୍ତି ।