spot_img
Home Blog Page 1979

ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ପିକଅପଭ୍ୟାନ ସହ ଡ୍ରାଇଭର ଓ ସହଯୋଗୀ ଗିରଫ୍ । ପାଟଣାଗଡ଼ ପୋଲିସ ସୁନାମୁଦି ଛକ ଠାରେ ଚେକିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଗାଡ଼ିରେ ବିଦେଶୀ ମଦ ଥିବା ପୋଲିସ ଜାଣିବାକୁ ପାଇଥିଲା । ଗାଡ଼ି ମଧ୍ୟରୁ ୨୫୪ ଲିଟର ବିଦେଶୀ ମଦ ସହ ଗାଡିକୁ ଜବତ କରିଥିଲା ପୋଲିସ । ଏହାସହ ସଂପୃକ୍ତ ଡ୍ରାଇଭର ଓ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଡ୍ରାଇଭର ଚୁଳା ଚକ୍ରବର୍ତ୍ତୀ କାଣ୍ଡ ଓ ତାଙ୍କ ସହଯୋଗୀ ରବିନ୍ଦ୍ର କୁମାର ବାବୁ । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିବା ବେଳେ ଏକ ବିଦେଶୀ ମଦ ଦୋକାନରୁ ବିଦେଶୀ ମଦ ସୁନାମୁଦିର ଏକ ବେଆଇନ ମଦ ବେପାରୀ ପାଖକୁ ନେଉଥିବା ସ୍ବୀକାର କରିଥିଲେ ଅଭିଯୁକ୍ତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଜୋରଦାର ଚାଲିଛି ରଥ ନିର୍ମାଣ କାମ

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ରଥଯାତ୍ରା । ସେଥିପାଇଁ ପୁରୀ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଆଜି ୩ ରଥର ୪୨ ଟି ଚକ ମଧ୍ୟରୁ ୩୩ ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଅଖ ନିର୍ମାଣ ଓ ଗୁଜ ନିର୍ମାଣ ସହ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଆଗେଇ ଚାଲିଛି ।

୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା । ଜୁଲାଇ ୧୨ରେ ଦକ୍ଷିଣ ମୋଡ । ଜୁଲାଇ ୧୪ ତାରିଖରେ ସଂଧ୍ୟା ଦର୍ଶନ । ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା । ଜୁଲାଇ ୧୭ ତାରିଖରେ ସୁନା ବେଶ ଓ ୧୮ ତାରିଖରେ ହେବ ଅଧରପଣା ନୀତି । ସେଥିପାଇଁ ପୁରୀ ରଥଖଳାରେ ଜୋରସୋର ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥତ୍ରୟର ଚକ, ଅଖ, ଗୁଜ ତିଆରିରେ ବ୍ୟସ୍ତ କାରିଗର । ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼େଇ ଚକ ତିଆରିରେ ବିଶ୍ବକର୍ମାଙ୍କୁ କରୁଛନ୍ତି ସହଯୋଗ । ୩ ରଥର ପ୍ରାୟ ୩୩ ଚକ ଶେଷ ହୋଇଛି । ସାନ ଉଛୁଳା ବ୍ରେକ ଅଖ ତିଆରି ଶେଷ ପର୍ଯ୍ଯାୟରେ ଥିବାବେଳେ ସରିଛି ମୁହାଁଟ କାମ । ତାଳଧ୍ଵଜର ୫ଟି ଯୋକା ନିର୍ମାଣ ହୋଇଥିବା କହିଛନ୍ତି ମହାରଣା ସେବକ।

ତିନି ରଥରେ ସମନ୍ବୟ ରଖ୍ କାର୍ଯ୍ୟ କରାଯାଉଛି । ନନ୍ଦିଘୋଷ ଓ ତାଳଧ୍ଵଜର ୧୬ ଲେଖାଯୋଖା ସଂଖ୍ୟା l ଦେବଦଳନ ରଥରେ ୧୨ଟି ଯୋଖା ସଂଖ୍ୟା । ରଥ କୋଣ ମାନଙ୍କରେ ଏହି ଯୋଖା ସ୍ଥାପନ କରାଯାଏ । ତାଳଧ୍ବଜ ରଥର ४ ଟି କୋଣରେ ୪ଟି କରି ୧୬ଟି ଗୁଜ ଓ ସେହି ଅନୁସାରେ ଯୋଖା ଲାଗିବାକୁ ଥିବାବେଳେ ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋଖା ଲାଗିଥାଏ । ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି ଯୋଖା ଲଗାଯିବ। ଚକ ଶେଷ ହେବାକୁ ପହିକୁ ଅପେକ୍ଷା। କିଛି ପହି କାଠ ଉପୋଯୋଗୀ ନହେବାରୁ କରତକଳରୁ ଆସିବା ପରେ କରାଯିବ । ଶୀତଳଷଷ୍ଠୀ ସୁଦ୍ଧା ସବୁ ଚକ ତିଆରି ସରିବ ବୋଲି କହିଛନ୍ତି କାରିଗର।

ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ମାତ୍ର ଦୁଇଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ହେଲା କେହି ଆକ୍ରାନ୍ତ ହୋଇ ଚିକିତ୍ସା ହେଵା ପାଇଁ ଆସି ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ଅନୁଷ୍ଠିତ ହେଵା ସହ ଘୋଳଦହି ଵଣ୍ଟନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପକ୍ଷା କରାଯାଇଥିବାବେଳେ ସେପଟେ ଘଟଣାର ତଦନ୍ତ ଜାରି ରଖିଛନ୍ତି ୬ ଜଣିଆ ଟିମ୍ ।

ବଦଳୁଛି ସ୍ଥିତି, ବଦଳୁଛି ପାଣିପାଗର ମିଜାଜ୍ । ସୁନ୍ଦରଗଡ଼ ଜିଲ୍ଲାରେ ଅଂଶୁଘାତ ସ୍ଥିତିରେ ଆସୁଛି ସୁଧାର । ଦୁଇଦିନ ହେଲା ଆସିନାହାନ୍ତି କୌଣସି ଆକ୍ରାନ୍ତ । ରାଉରକେଲା ଡାକ୍ତରଖାନାରେ ଅଛନ୍ତି ମାତ୍ର ଦୁଇଜଣ । ସ୍ଥିତି ବଦଳିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ସଚେତନତା ଜାରି ରହିଛି । ସହରର ଛେଣ୍ଡ କଲୋନୀ ଓ ନାଲା ରୋଡରେ ଶିବିର ଆୟୋଜନ କରାଯାଇ ଶ୍ରମିକମାନଙ୍କୁ ଘୋଳଦହି ଓ ଲିଫଲେଟ ଵଣ୍ଟନ କରାଯାଇଛି । ଗତ ୩୦ ତାରିଖ ଠାରୁ ୪ ଦିନ ମଧ୍ୟରେ ମୃତ୍ଯୁ ସଂଖ୍ଯା ବଢିବା ପରେ ବଢିଥିଲା ସନ୍ଦେହ । ୩୫ ମୃତକଙ୍କ ମଧ୍ୟରୁ ୨୪ ଟିର ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୪ ଟି ମୃତଦେହ ପରିବାର ଲୋକେ ବ୍ୟବଚ୍ଛେଦ ନକରି ନେଇ ଯାଇଛନ୍ତି । ୧୫ ଟି ମୃତଦେହର ନିର୍ଦ୍ଧିଷ୍ଟ କାରଣ ନ ମିଳିବାରୁ ଭିସେରା ରିପୋର୍ଟ ପାଇଁ ପଠାଯାଇଛି । ୩ ଟି ମୃତଦେହ ଅଂଶୁଘାତରେ ନୁହେଁ ବୋଲି ଜଣାପଡ଼ିଛି । ଅନ୍ଯ ୭ଟି ମୃତଦେହର ରିପୋର୍ଟ ଆସିଲେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ।

ମୃତ୍ୟୁର କାରଣ ଓ ପ୍ରତିକାର ନେଇ ଅନୁଧ୍ଯାନ କରୁଛନ୍ତି ୬ ଜଣିଆ ଟିମ । ଵୁର୍ଲା ମେଡିସିନ ଵିଭାଗର ପ୍ରଫେସର ଡକ୍ଟର ବି ପ୍ରଧାନ, ସ୍ବାସ୍ଥ୍ୟ ଵିଭାଗର ଷ୍ଟେଟ ସରଭିଲାନସ ଅଫିସର ଡକ୍ଟର ଅଶୋକ ପାଇକରାୟ ଓ ସ୍ଵାସ୍ଥ୍ୟ ଵିଭାଗ ଯୁଗ୍ମ ନିର୍ଦ୍ଦେଶକ  ଡକ୍ଟର ଅର୍ଘ୍ୟ ପ୍ରଧାନ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଚିକିତ୍ସିତ ହେଉଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ନିଜ ନିଜର ଘରକୁ ଫେରିଥିବା କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ।

ଅଂଶୁଘାତରୂ ରକ୍ଷା କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକମାନେ କାର୍ଯ୍ୟ ନକରିଵା ପାଇଁ ସମସ୍ତ ଠିକା ସଂସ୍ଥା ଓ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି : ବିଶ୍ୱରଞ୍ଜନ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଏକଜିଟ ପୋଲ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ଅଧ୍ଯକ୍ଷ ବିଶ୍ୱରଂଜନ ମହାନ୍ତି କହିଛନ୍ତି ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି । ଅନ୍ୟ ଏକ ମାହୋଲ ବନେଇବା ପାଇଁ ଚେଷ୍ଟା କରାଯାଉଛି । ଏହା  ସରକାରୀ ମ୍ୟାନେଜମେଣ୍ଟ ଏକଜିଟ ପୋଲ । ୨୦୦୪ ମସିହାରେ ମଧ୍ୟ ସରକାରୀ ମ୍ୟାନେଜମେଣ୍ଟ ଏକଜିଟ ପୋଲ କହୁଥିଲା ପୁନର୍ବାର ବାଜପେୟୀ ସରକାର ଆସିବ । କିନ୍ତୁ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଦେଶରେ ସରକାର କରିଥିଲା । ଏହି ଘଟଣାରୁ ଜଣାପଡୁଛି ଯେ, ସରକାର କେଉଁଭଳି ମ୍ୟାନେଜମେଣ୍ଟ ପୋଲ କରନ୍ତି । କିନ୍ତୁ ୨୦୨୪ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସଂଖ୍ୟା ଗରିଷ୍ଠତା ପାଇବ ଏବଂ ସରକାର କରିବ । ତୃଣମୂଳରୁ ଯାହା ରିପୋର୍ଟ ଆସୁଛି ତାହା ମଧ୍ୟ ଇଣ୍ଡିଆ ମେଣ୍ଟ ସପକ୍ଷରେ ଆସୁଛି । ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଶ୍ବରଂଜନ ।

 

ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା

ନନ୍ଦିଘୋଷ ବ୍ୟୁରୋ: ଜଣେ ଦିବ୍ୟାଙ୍ଗ । ସେ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ । ଅନ୍ୟ ଜଣେ  ଅନାଥ ଆଦିବାସୀ ଛାତ୍ର।  ଜଣେ ଚଳିତ ପ୍ରକାଶିତ ମାଟ୍ରିକ୍ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ପାସ ହୋଇ ଉଦାହରଣ ସୃଷ୍ଟି କରିଥିବା ବେଳେ  ଅନ୍ୟ ଜଣେ ମାଟ୍ରିକ ପରୀକ୍ଷାରେ ବାପା ମାଆଙ୍କୁ ହରାଇ ମଧ୍ଯ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇ ଜଣ ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ଯ ରଖିଥିବା ବେଳେ ଅର୍ଥ ସାଜିଛି ବାଧକ।

ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା ଏବଂ ଅଭାବ। ଏଭଳି ଦୁଇଟି ଭିନ୍ନ ଭିନ୍ନ ଚିତ୍ର ଆସିଛି ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟା ଏବଂ କଲ୍ୟାଣି ସିଙ୍ଗପୁର ସିରିପୁର ଅଞ୍ଚଳରୁ। ସିରିପୁର ଗାଁର କମେଶ କାଡ୍ରାକା । ବାପା ଲଛପତି କାଡ୍ରାକା ଗତ ଛଅ ବର୍ଷ ପୂର୍ବେ ହୃଦଘାତରେ ଆରପାରିକୁ ଚାଲିଗଲେ। କାମେଶଙ୍କ ମା ଦିନମଜୁରୀ କରି ପୁଅକୁ କଷ୍ଟେ ମଷ୍ଟେ ପାଠ ପଢାଇଲେ। ପୁଅ କାମେଶ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ମାଆ ଚାରି ମାସ ପୂର୍ବେ ଆରପାରିକୁ ଚାଲିଗଲେ। ସମ୍ପର୍କୀୟ ମାମୁଁଙ୍କ ଘରେ ରହି ଦଶମ ପରୀକ୍ଷାରେ ଭଲ ନମ୍ବରରେ ଉତ୍ତିର୍ଣ୍ଣ ହୋଇଛନ୍ତି କାମେଶ ।

ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟାର ଶିବମ ତିୱାରି। ସେ ଜନ୍ମରୁ ଦିବ୍ୟାଙ୍ଗ। ଶିବମ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ। ତଥାପି ନିଜର ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା ଓ ଆର୍ଥୀକ ଅନଟନ। ମାଟ୍ରିକ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ। ବାପାଙ୍କ ମୃତ୍ୟୁ ପରେ ମାଆ କଷ୍ଟ କରି ଲୁଗା ଦୋକାନରୁ ଯାହା ଉପାର୍ଜନ କରନ୍ତି ସେଥିରେ ଦୋକାନ ଓ ଘର ଭଡା ଦେଇ ଘର ଚଳାଇବା କଷ୍ଟକର। ତେଣୁ ଦୁଇ ଜଣ ଶିକ୍ଷାର୍ଥୀ ଆର୍ଥିକ ସାହାଯ୍ୟ ଅପେକ୍ଷାରେ। ରାୟଗଡର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କିଛି ଆର୍ଥିକ ସହଯୋଗ ମିଳିଥିବା ବେଳେ ସେତିକି ଯଥେଷ୍ଟ ନୁହେଁ ।

 

ମନମୋହୁଛି ଆଦ୍ୟାଶାଙ୍କ ନିଖୁଣ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ସମୟର ସଦୁପଯୋଗ କରି ସଫଳ ଚିତ୍ରକର। ତାଙ୍କର ଚିତ୍ର, କେଉଁ  ପେସାଦାର ଚିତ୍ରକରଙ୍କ ଠାରୁ କମ ନୁହଁ। ନିଖୁଣ ଏବଂ ମର୍ଜିତ ଚିତ୍ର କରି ଚର୍ଚ୍ଚାରେ ବାସୁଦେବପୁର ଦେଉଳିର ଆଦ୍ଯାଶା ଦାସ । ପିଲାଦିନୁ ରହିଛି ଚିତ୍ରକଳା ପ୍ରତି ଦୁର୍ବଳତା। ବଜ ହେଲେ ଲୋକପ୍ରିୟ ଚତ୍ରକର ହେବାର ଲକ୍ଷ୍ଯ ।

ଦିନ  ଆଉ, ସାଙ୍ଗ ସାଥୀଙ୍କ ପାଖରେ ନୁହେଁ । ଦିନ ବିତୁଛି ଚିତ୍ରକଳାରେ। ଟିକିଏ ସମୟ ମିଳିଲେ, ରଙ୍ଗ ତୁଳୀ ପାଖରେ ଅଟକିଯାଏ ମନ। ପାଖରେ ଭଳିକି ଭଳି ତୁଳୀ ସହିତ ରଙ୍ଗ ବେରଙ୍ଗର ପେନସିଲ୍ ଓ ସ୍କେଚପେନ ରହିଛି । ସ୍ମାର୍ଟ ଫୋନରୁ ଫଟୋ ଦେଖି ନିଖୁଣ ଭାବେ ଆଙ୍କି  ଚିତ୍ର ଆଙ୍କି ଚାଲିଛନ୍ତି ବାସୁଦେବପୁର ଦେଉଳିର ଆଦ୍ଯାଶା ଦାସ। ସେ ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ। ନୀରଜ ଚୋପ୍ରା, ସୁବାସ ଚନ୍ଦ୍ର ବୋଷ, ଭଗତ ସିଂହ, ଚନ୍ଦ୍ର ଶେଖର ଆଜାଦ, ୟୁଟୁବର  କେରି ମିନାଟୀ ଙ୍କ ସହ ପଶୁ ପକ୍ଷୀ ଓ ପରିବେଶକୁ ନେଇ ମଧ୍ଯ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ପ୍ରତିଦିନ ଆର୍ଟ କରି ସେ ୟୁଟୁବ୍ ରେ ଅପଲୋଡ  କରୁଛନ୍ତି।

ଆଦ୍ଯାଶାଙ୍କ ବାପା ବସନ୍ତ କୁମାର ଦାସ ଜଣେ ଅଧ୍ୟାପକ। ବିଦ୍ୟାଳୟର ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ କୃତ୍ତିତ୍ଵ ହାସଲ କରିଛନ୍ତି ଆଦ୍ଯାଶା। ଛୋଟ ବେଳୁ ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ତା ସହିତ ସମୟ ପାଇଲେ ମନକୁ ହାଲୁକା କରିବାକୁ ପିଆନୋ ମଧ୍ଯ ବଜାନ୍ତି। ଝିଅର ଆଗ୍ରହ ଦେଖି ସମସ୍ତ ଚିତ୍ର ସାମଗ୍ରୀ ଯୋଗାଇ ଦେଇଛନ୍ତି ବାପାମାଆ।  ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି ଆଦ୍ଯାଶା।

 

ଛତୁଆରୁ ମିଳୁଛି ଭଲ ରୋଜଗାର, ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ

ନନ୍ଦିଘୋଷ ବ୍ୟୁରୋ: ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ। ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ର ତୁକୁଲା ଗାଁରେ ଜଗନ୍ନାଥ ଏସଏଚଜି ଗ୍ରୁପ ର ମହିଳା ମାନେ ଛତୁଆ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି। ୨୦୦୭ ମସିହାରେ ଏସଏଚଜି ଗ୍ରୁପର ୧୦ଜଣ ମହିଳା ମିଶି କାମ ଆରମ୍ଭ କରିଥିଲେ। ଏବେ ମାସକୁ ହେଉଛି ଭଲ ରୋଜଗାର।

ସମୟ ଥିଲା ଘର ପାଇଁ ରୋଜଗାର କରୁଥିଲେ ବାପା ଭାଇ ଓ ସ୍ୱାମୀ। ଆଉ ମହିଳା କେବଳ ଗୃହ କାର୍ଯ୍ୟ। ଏବେ କିନ୍ତୁ ସମୟ ବଦଳିଛି। ମହିଳା ମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରି ରୋଜଗାରର ବାଟ ଦେଖାଇଛି ମିଶନ ଶକ୍ତି। ପ୍ରତି ଗାଁରେ ମହିଳା ଘରୁ ଗୋଡ କାଢି ଏସଏସଜି ଗ୍ରୁପ ମାଧ୍ୟମରେ ସରକାରଙ୍କ ଠାରୁ ଆର୍ଥିକ ସହଯୋଗ ଆରମ୍ଭ କରୁଛନ୍ତି ବ୍ଯବସାୟ। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ର ତୁକୁଲା ଗାଁରେ ଜଗନ୍ନାଥ ଏସଏଚଜି ଗ୍ରୁପ ର ମହିଳା ମାନେ ଛତୁଆ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି।

ମକା, ବାଦାମ, ବୁଟ ଆଦିରୁ ତିଆପି ହେଉଛି ଛତୁଆ। ପ୍ରୋଟିନ,ଫାଇବର ,କ୍ୟାଲସିୟମ, ଭଳି ପୋଷକତତ୍ତ୍ବରେ ଭରପୁର ଛତୁଆ ଘରେ ଘରେ ପ୍ରିୟ। ୨୦୦୭ ମସିହାରେ ଏସଏଚଜି ଗ୍ରୁପର ୧୦ଜଣ ମହିଳା କାମ ଆରମ୍ଭ  କରିଥିଲେ। ପ୍ରଥମେ ୫୦ହଜାର ଟଙ୍କା ଲୋନ ଆଣି ଛତୁଆ ପ୍ରସ୍ତୁତ କଲେ। ଛତୁଆ ପ୍ରସ୍ତୁତ କରିବା ସହ ସଫା ସୁତରା ପରିବେଶରେ ଏହାର ପ୍ଯାକିଂ ହେଉଛି। ଛତୁଆକୁ ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ଛତୁଆ ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳା। ସରକାରୀ ସହଯୋଗ ପାଇବା ପରେ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା। ଏନେଇ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ଯବାଦ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଭୋଟ ଗଣତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ସକାଳୁ ଆରମ୍ଭ ହେବ ଭୋଟ ଗଣତି । ଭୋଟ ଗଣତି ସମୟରେ କିଭଳି ରହିବ ଶାନ୍ତି ଶୃଙ୍ଖଳା ସେଥିପାଇଁ ପୋଲିସ କମିଶନର ବିଜେବି କଜେଜ ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ crpf ଯବାନ, ଡିସିପି ଭୁବନେଶ୍ବର ନେତୃତ୍ୱରେ ୮ ଜଣ adcp, ୧୪ acp, ୩୫ ଜଣ inspector, ୨୦୦ ଅଫିସର, ୩୮ ପ୍ଲାଟୁନ୍ ଆର୍ମ ପୋଲିସ ଫୋର୍ସ, ୫ କଂପାନୀ capf ନିୟୋଜିତ ହେବେ । ଭୋଟ ଗଣତି ସମୟରେ ଗଣତି କେନ୍ଦ୍ର ପାଖରେ ଭିଡ଼ ପାଇଁ ଟ୍ରାଫିକ ବ୍ୟବସ୍ଥା କରଯାଇଛି । ପାର୍ଟି ଅଫିସରେ ଗହଳି ପାଇଁ ପୋଲିସ ମୁତୟନ ହେବେ । ଭୋଟ ଗଣତି ପରେ ଉତ୍ତେଜନା ପାଇଁ ସମସ୍ତ ଥାନାର ଅଫିସର ଓ ଷ୍ଟାଟିକ ସର୍ଭିଲାନ୍ସ ଟିମ ଗଠନ ସେମାନଙ୍କୁ ଜଗିବେ । ଭୁବନେଶ୍ୱର କମିଶନରେଟ୍ ରେ ୫ ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ହେବ । ବିନା ଅନୁମତିରେ ବାଣ ଓ ଶୋଭାଯାତ୍ରା କରିପାରିବେ ନାହିଁ ।

ତାଜ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ତାଜ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ତୋଗଲକାବାଦ୍‌-ଓଖଲା ମଧ୍ୟରେ ଏହି ଘଟଣା ଘଟିଛି। ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି, ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଚାରିଟି କୋଚ୍‌ରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍‌ରେ ଆମେ ଏକ ଫୋନ୍ କଲ୍ ପାଇଥିଲୁ। ଏହା ପରେ ୮ଟି ଦମକଳ ଗାଡ଼ିକୁ ସେଠାକୁ ପଠାଯାଇଥିଲା।

ସିଇଓଙ୍କ ପ୍ରେସମିଟ୍, ୭୦ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି

ନନ୍ଦିଘୋଷ ବ୍ୟୁରୋ: ସରିଛି ନିର୍ବାଚନ, ମଙ୍ଗଳବାର ଆସିବ ଫଳାଫଳ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି । ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି । ପୁରୁଷ ୭୩.୩୭ ପ୍ରତିଶତ ଥିବାବେଳେ ମହିଳା ୭୫.୫୫ ଭୋଟିଂ ରହିଛି । ଚଳିତଥର ନିର୍ବାଚନରେ ଅଧିକ ମହିଳା ଭୋଟିଂ କରିଛନ୍ତି । ଅଢେଇ କୋଟିରୁ ଅଧିକ ଲୋକଙ୍କ ମତଗଣନା ହେବ । ୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।