ନନ୍ଦିଘୋଷ ବ୍ୟୁରୋ: କେରଳରେ ଆଶ୍ୱସ୍ତି, ଓଡ଼ିଶାରେ ତାତି । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଚି ଆଗକୁ ଅଗ୍ରସର ହେବା ପାଇଁ। ସ୍ୱାଭାବିକ ସମୟରୁ ଦୁଇ ଦିନ ଆଗୁଆ କେରଳ ଆସିଚି ମୌସୁମୀ। ଗତବର୍ଷ ୨୦୨୩ ରେ ଜୁନ୍ ୮ ତାରିଖରେ ମୌସୁମୀ କେରଳ ଆସିଥିବାବେଳେ ଚଳିତବର୍ଷ ଆଗୁଆ ପ୍ରବେଶ କରିଚି। ଏହାସହ ଉତ୍ତର ପୂର୍ବ ଭାରତର କିଛି ଅଞ୍ଚାଲରେ ପ୍ରବେଶ କରିବା ସହ ଆଗକୁ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଚି। ତେବେ ଓଡ଼ିଶାକୁ ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ଦ୍ଵିତୀୟ ସପ୍ତାହ ରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ହେଲେ ଏ ଯାଏଁ ସ୍ପଷ୍ଟ ହୋଇନି। ।ଆଗାମୀ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମପ୍ରବାହ ରହିବ। ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ରେ ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଚି। ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ରେ ହିଟ୍ ୱେବ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୧ ଓ ୧ ରେ ମଧ୍ୟ ଗ୍ରୀଷ୍ମପ୍ରବାହ ରହିବା ସହ ଆସନ୍ତା ୫ ଦିନ ଯାଏଁ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତା ୨ ଓ ୩ କାଳବୈଶାଖୀ ବର୍ଷା ହେବ। ଝଡ ପବନ ସହ ବର୍ଷା ସମ୍ଭାବନା ମଧ୍ୟ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସାଂସଦ ଓ ବିଧାୟକ ପାଇଁ ମୋ ୪୬୦ ପ୍ରାର୍ଥୀ
ଭୁବନେଶ୍ୱର: ଜୁନ ୧ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ଭୋଟିଂ ନେଇ ସିଇଓଙ୍କ ସୂଚନା । ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ ଥିବାବେଳେ ମହିଳା ଭୋଟର ୪୮.୭୨ ଲକ୍ଷ ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦% ଆଦର୍ଶ ବୁଥ ରହିଛି। ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ଚଳିତଥର ଚତୁର୍ଥ ପର୍ଯ୍ୟାୟରେ ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ ୧୨୫ କମ୍ପାନୀ CAPF ମୃତୟନ ହୋଇଛନ୍ତି । ଯାଜପୁର ୨୦, ବାଲେଶ୍ୱର ୨୨, କେନ୍ଦ୍ରାପଡ଼ା ୧୮, ଭଦ୍ରକ ୧୬, ଜଗତସିଂହପୁର ୧୨, ମୟୂରଭଞ୍ଜ ୧୮, କଟକ ୧୨, ପୁରୀରେ ୭ କମ୍ପାନୀ CAPF ମୁତୟନ କରାଯାଇଛି । PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା ରହିଛି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଡିଙ୍ଗ ଅଫିସର ମୋବାଇଲ ନେଇପାରିବେ। ୨୦୧୯ରେ ଏହି ୬ ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା | ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।
ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
ବାଲେଶ୍ଵର: ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ଯାମ୍ପେନ୍ କରିଛନ୍ତି। ସେ କହିଛନ୍ତି, ସିମୁଳିଆ ଓ ଖଇରାକୁ ଏନଏସି କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ବାବୁ ଆପଣଙ୍କ ଲାଗି ବହୁତ କାମ କରିଛନ୍ତି। ସିମୁଳିଆର ବିକାଶ ଲାଗି ଯାହା ଆବେଦନ ଦେଇଥିଲେ ସେଥି ମଧ୍ୟରୁ ୮୦ ପ୍ରତିଶତ କାମ ହୋଇଯାଇଛି। ଯାହା ବି ଅଭିଯୋଗ ଅଛି ପୁଣି ଆସି ଅଭିଯୋଗ ଗ୍ରହଣ କରିବି ବୋଲି କହିଛନ୍ତି ପାଣ୍ଡିଆନ।
ସିମୁଳିଆରେ ଜଳସେଚନ ବ୍ଯବସ୍ଥା ଲାଗି ଅନେକ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଆଶୀର୍ବାଦ ଓ ଆପଣଙ୍କ ଆଶୀର୍ବାଦରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ଲାଗି ଶପଥ ନେବେ। ୯ ତାରିଖରେ ମାଗଣା ବିଜୁଳି ବିଲ୍ ଉପରେ ପ୍ରଥମ ଦସ୍ତଖତ କରିବେ। ୨ ନମ୍ବର ଦସ୍ତଖତ ହେବ ପ୍ରାୟ ସମସ୍ତ ରାଜ୍ୟବାସୀଙ୍କ ଲାଗି ବିଏସକେୱାଇ କାର୍ଡ। ମିଶନ ଶକ୍ତି ମହିଳାମାନେ ୬୦ ବର୍ଷ ପରେ ପେନସନ ପାଇବେ। କଲେଜ ଛାତ୍ରଙ୍କୁ ୧୨ ହଜାର ଓ ଛାତ୍ରୀଙ୍କ ଲାଗି ଥିବା ଛାତ୍ରବୃତ୍ତି ୧୪ ହଜାରକୁ ବୃଦ୍ଧି କରିବେ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଆପଣମାନେ ସୁଯୋଗ ପାଉଛନ୍ତି। ଶଙ୍ଖ ଚିହ୍ନରେ ବିପୁଳ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇବାକୁ ଜୋରସୋରରେ ଲାଗି ପଡନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି। ସଶକ୍ତ ସିମୁଳିଆ ସଶକ୍ତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି। ସିମୁଳିଆ, ଓଡ଼ିଶାର ଉନ୍ନତି ଲାଗି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ଲାଗି ଦିନରାତି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

