spot_img
Home Blog Page 2008

ବିରୋଧୀଙ୍କ ନବୀନଙ୍କ ଜବାବ; କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି

ଭୁବନେଶ୍ବର: ଅପପ୍ରଚାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜବାବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ।

ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ସେ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି, ରାଜ୍ଯସାରା ବୁଲି ପ୍ରଚାର କରୁଛି ।

ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଏହା ଏକ ଶକ୍ତ ଜବାବ । ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ବିଜେପି ନେତାମାନେ ଅପପ୍ରଚାର କରୁଛନ୍ତି । ଆଜି ନିଜେ ମୁଖ୍ଯମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।

ମିଡିଆ ଗାଡିରେ ଟଙ୍କା ବାଣ୍ଟୁଥିଲେ ବିଜେପି କର୍ମୀ, ପ୍ରତିବାଦ କରିବାରୁ ଉତ୍ତେଜନା

ରେଙ୍ଗାଲି: ଟଙ୍କା ବାଣ୍ଟି ଭୋଟ କିଣିବାକୁ ବିଜେପିର ହୀନ ଉଦ୍ୟମ । ତାହା ପୁଣି ଏକ ଗଣମାଧ୍ୟମ ଗାଡିରେ । ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନିର୍ଦ୍ଦିଷ୍ଟ ମିଡିଆ ଗାଡିରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ । ଠେଲକୋଲି ଅଞ୍ଚଳରେ ମିଡିଆ ଗାଡିରେ ବିଜେପି ପାଇଁ ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି କାରରେ ଯାଇ ଟଙ୍କା ବାଣ୍ଟିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ସହ କାରରେ ବିଜେପିର କିଛି ମହିଳା କର୍ମୀ ଥିଲେ । ଟଙ୍କା ଦେଇ ଭୋଟ କିଣିବାକୁ ଏମିତି ଉଦ୍ୟମକୁ ଗ୍ରାମବାସୀ ବିରୋଧ କରିବା ସହ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ମିଡିଆ ଗାଡି ଘଟଣା ସ୍ଥଳରୁ ଖସି ପଳାଇଛି । ପରେ ଏନେଇ ଗ୍ରାମବାସୀ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।

ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ୧୦ମ ପରୀକ୍ଷା ଫଳ । ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ରବିବାର ୧୦ ଟା ୩୦ ରେ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଚଳିତବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ।

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି

ଭୁବନେଶ୍ବର: ଓଡ଼ିଶାରେ ବଡ଼ ବ୍ୟବଧାନରେ ସରକାର କରିବ ବିଜେଡି। ବିଧାନସଭା ଫଳାଫଳ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରତିକ୍ରିୟା ରଖି ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ। ଓଡ଼ିଶାରେ ବିଜେପି ୩୦ରୁ କମ୍ ଆସନ ପାଇବେ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନଙ୍କ ହେବ ବଡ଼ ବିଜୟ। ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ଼ ସଫଳତା ମିଳିବ।

ଓଡ଼ିଶା ରୂପାନ୍ତରଣ ଆଣିଛି ବଡ଼ ପରିବର୍ତ୍ତନ। ସ୍କୁଲ, କଲେଜଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ରୂପାନ୍ତରଣ ହୋଇଛି । ସବୁକ୍ଷେତ୍ରରେ ଓଡିଶାର ପରିବର୍ତ୍ତନ ହୋଇଛି କିନ୍ତୁ ସରକାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ  । ବିରୋଧୀ ଯେତେ ପରିବର୍ତ୍ତନର ନାରା ଦେଲେ ବି ରାଜ୍ୟରେ ସରକାର ପରିବର୍ତ୍ତନର କୌଣସି ସୁଯୋଗ ନାହିଁ  ।  ବିଜେଡି ବୃହତ ବ୍ୟବଧାନରେ ସରକାର ଗଢ଼ିବ ବିଜୁ ଜନତା ଦଳ

ଅଧାରେ ରହିଲା ବୈଷ୍ଣୋ ଦେବୀ ଦର୍ଶନ, ଅଧବାଟରେ ଗୋଟିଏ ପରିବାରର ୭ଜଣଙ୍କୁ ନେଇଗଲା ଯମ

ଚଣ୍ଡିଗଡ: ହରିଆଣା ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଗୋଟିଏ ପରିବାର ୭ ଜଣଙ୍କ ମୃତ୍ଯୁ। ଟ୍ରକକୁ ମିନି ବସକୁ ପଛରୁ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ଯୁ ଘଟିଛି। ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଅମ୍ବାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ-ଜାମୁ ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ଆଜି ଭୋର ସକାଳୁ ଘଟିଥିଲା ଏ ଦୁର୍ଘଟଣା। ଆଗରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବାକୁ ପଛରୁ ଆସୁଥିବା ମିନିବସ ଟ୍ରକକୁ ଧକ୍କା ଦେଇଥିଲା। ମିନିବସରେ ବସିଥିବା ଯାତ୍ରୀଙ୍କ ମୃତ୍ଯୁ ଘଟିଥିଲା। ୟୁପିର ବୁଲନ୍ଦସହରରୁ  ଏହି ମିନି ବସରେ ଜାମୁ ବୈଷ୍ଣୌ ଦେବୀ ଦର୍ଶନ ପାଇଁ ଯାଉଥିଲେ ଲୋକେ।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ଯୁ ହୋଇଥିବବେଳେ ଅନ୍ଯ ୪ ଜଣଙ୍କ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଥିଲା। ଦୁର୍ଘଟଣାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। କିଛି ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ଲାଗି ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ମାମଲାର ତଦନ୍ତ କରୁଛି ହରିଆଣା ପୋଲିସ

ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ: ଆଇପିଏଲରେ ଆଜି ଖେଳାଯିବ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇରେ ସଂଧ୍ଯା ୭ଟା ୩୦ରେ ଖେଳାଯିବ ମ୍ଯାଚ । ଏଲିମିନେଟରରେ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ହରାଇ କ୍ବାଲିଫାଇ କରିଛି ରାଜସ୍ଥାନ ।

ବୁଧବାର ଖେଳାଯାଇଥିବା ଏଲିମିନେଟରରେ ୪ ୱିକେଟରେ ହରାଇ ଆରସିବିର ଆଇପିଏଲ କପ ଆଶାକୁ ଧୂଳିସାତ କରିଛି ରାଜସ୍ଥାନ । ପ୍ରଥମ କ୍ଲାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ଆଜିର ମ୍ଯାଚରେ ବିଜୟୀ ଦଳ ସହ ରବିବାର ଚେନ୍ନାଇରେ କୋଲକାତାକୁ ଭେଟିବ ।

କାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ଲଘୁଚାପ, ରବିବାର ଠାରୁ ରାଜ୍ୟରେ ବର୍ଷା

ଭୁବନେଶ୍ବର: ବଳ ଗୋଟାଉଛି ଲଘୁଚାପ । ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ପରେ ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ ତୀବ୍ରତା ବଢିବା ସହ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଗତି କରିବା ସହ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସମୁଦ୍ର ମଧ୍ୟରେ ପହଞ୍ଚିବା ସମ୍ଭାବନା ରହିଛି ।

ରାଜ୍ଯରେ ଏହାର ବିଶେଷ ପ୍ରଭାବ ନଥିଲେ ସୁଦ୍ଧା ରବିବାର ଠାରୁ ଆରମ୍ଭ ହେବ ବର୍ଷା । ସାମୁଦ୍ରିକ ଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ବିଶେଷକରି ବାଲେଶ୍ୱର ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଛି । ଆଜି ଓ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ। ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଆସନ୍ତାକାଲି ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ, ସୁରକ୍ଷା ଦାୟିତ୍ବରେ ୧୨୧ କମ୍ପାନୀ CAPF ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ।

ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ । ଏହି ପର୍ଯ୍ୟାୟରେ ୨୧ ପ୍ରତିଶତ ଯୁବ ଭୋଟର ଥିବାବେଳେ ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରୁ ମତଦାନ କରିଛନ୍ତି । ୬୪ ଜଣ ସାଂସଦ ପ୍ରାର୍ଥୀ ରହିଥିବାବେଳେ ୩୮୩ ବିଧାୟକ ପ୍ରାର୍ଥୀ ମୈଦାନରେ ପରସ୍ପରକୁ ଟକ୍କର ଦେଉଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ । ୨ ହଜାର ମଡେଲ ବୁଥ ରହିଛି । ସୁରକ୍ଷା ପାଇଁ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବା କ୍ଷଣି ସବୁ ହୋଟେଲ, ଗେଷ୍ଟ ହାଉସ ଯାଞ୍ଚ ହେବ। ଯେଭଳି କେହି ବାହାର ଲୋକ ରହିବନି । ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି ସିଇଓ କହିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

୬ ସଂସଦୀୟ କ୍ଷେତ୍ର ଓ ତତସଂଲଗ୍ନ ବିଧାନସଭା କ୍ଷେତ୍ରରୁ ମୋଟ ୨୬୩.୫୫ କୋଟି ଟଙ୍କାର ସିଜ ହୋଇଛି । ସେହିପରି କେବଳ ୬ଟି ସଂସଦୀୟ କ୍ଷେତ୍ରରୁ ମୋଟ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ୧୨ କୋଟି ୮୩ ଲକ୍ଷ ଟଙ୍କାର ମଦ ଜବତ ହୋଇଥିବାବେଳେ ରାଜ୍ଯରେ ମୋଟ ୮୭ କୋଟି ଜବତ ହୋଇଛି । ଭୁବନେଶ୍ୱରରୁ ୯.୬୬କୋଟି ଟଙ୍କା ଜବତ ହୋଇଥିବାବେଳେ ପୁରୀରୁ ୨.୮୨ ଲକ୍ଷ ଟଙ୍କା ଜବତ ହୋଇଛି ।

ଆଜି ୪ଟି ନିର୍ବାଚନମଣ୍ଡଳିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବାରିପଦା: ଆଜି ତିନି ଲୋକସଭା କ୍ଷେତ୍ରରେ ହେବ ନବୀନ ଶୋ । ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସକାଳ ସାଢେ ୧୧ଟାରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାଇରଙ୍ଗପୁରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବାରିପଦା ନିର୍ବାଚନମଣ୍ଡଳିରେ କ୍ଯାମ୍ପେନ କରିବେ । ଏହାପରେ ବାଲେଶ୍ବର ଓ ଶେଷରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ନିର୍ବାଚନମଣ୍ଡଳିରେ ଭୋଟ ଭିକ୍ଷା କରିବେ ।

ଚତୁର୍ଥ ପର୍ଯ୍ୟାରେ ରାଜ୍ଯର ଏହି ଲୋକସଭା କ୍ଷେତ୍ର ଗୁଡ଼ିକରେ ଜୁନ ଏକ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନବୀନଙ୍କ ଗସ୍ତକୁ ନେଇ ସବୁଠୁ ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପି ପ୍ରଚାରପତ୍ର ଓ ଖେଳ ସାମଗ୍ରୀ ଜବତ ଘଟଣା, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରଚାରପତ୍ର ସହ ଖେଳ ସାମଗ୍ରୀ ଜବତ ଘଟଣା । ସିଇଓଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, କିଶୋର ନଗର ବ୍ଲକ ପରଶୁମାଳ ଗାଁରେ ଅଚ୍ଯୁତାନନ୍ଦ ସାହୁଙ୍କ ଘରେ ଦୁଇଟି ବ୍ଯାଗକୁ ଲୋକ ଠାବ କରିଥିଲେ । ଅଚ୍ଯୁତାନନ୍ଦ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଅତ୍ଯନ୍ତ ଘନିଷ୍ଠ । ଦୁଇଟି ବ୍ଯାଗରୁ ଗୋଟିଏ ବ୍ଯାଗକୁ ପୋଲିସ ଜବତ କରିଛି । ସେଥିରେ ଖେଳ ସାମଗ୍ରୀ ରହିଥିଲା । ଏହାକୁ ଯୁବକଙ୍କୁ ବାଣ୍ଟି ବିଜେପିକୁ ଭୋଟ ହାସଲ କରିବାକୁ ଉଦ୍ଯମ କରୁଥିଲା । ଅନ୍ଯ ଗୋଟିଏ ବ୍ଯାଗ ଜବତ ହୋଇପାରନି ।  ସେଥିରେ ବିପୁଳ ଟଙ୍କା ଥିବା ସନ୍ଦେହ କରାଯାଉଛି । ଏଣୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।