spot_img
Home Blog Page 201

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଡିଲ କରିବାକୁ ଯାଉଥିଲା ବେଳେ ମାଡି ବସିଲା ପୋଲିସ । ୩ ପେସାଦାର ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ହୋଇଥିବା ୩ ମାଫିଆ ହେଲେ ସମୀର ଖାନ, ସେଖ ଇର୍ସାଦ ମହମ୍ମଦ ଏବଂ ମୁନା ଖାନ । ମାଫିଆମାନେ ୨ଟି ବାଇକରେ ବ୍ରାଉନସୁଗର ଧରି ଯାଉଥିବା ବେଳେ ଅଧାଵାଟରେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ମାଫିଆଙ୍କ ପାଖରୁ ଜବତ ହୋଇଛି ୩୭୦ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ୩ ଅଭିଯୁକ୍ତଙ୍କୁ ଜେରା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ବ୍ରାଉନସୁଗର ଡିଲ ପାଇଁ ଜିଲ୍ଲା ସ୍ତରୀୟ ରଖାଯାଇଛି ଏଜେଣ୍ଟ । କିଏ କେଉଁ ଜିଲ୍ଲାରେ ବ୍ରାଉନସୁଗର ବିକିବ କେତେ ପରିମାଣରେ ବିକିବ ସେନେଇ ହୋଇଥିଲା ହ୍ଵାଟ୍ସଆପ ଗ୍ରୁପ । ନିଶା ମାଫିଆଙ୍କ ଟାର୍ଗେଟରେ ଥିଲେ ଯୁବ ପିଢ଼ି । କଲିକତାରୁ ଜଳେଶ୍ଵର ଆଉ ଜଳେଶ୍ବରରୁ ଭୁବନେଶ୍ୱରରେ ପହଞ୍ଚୁଥିଲା ବ୍ରାଉନସୁଗାର । ରାଜଧାନୀରେ ପହଂଚିବା ପରେ ବିଭିନ୍ନ ଜିଲ୍ଲାକୁ ହେଉଥିଲା ଚାଲାଣ ।

ସେପଟେ ନଜର ପକାନ୍ତୁ ବିଧାନସଭାରେ ଅବକାରୀ ମନ୍ତ୍ରୀ ଦେଇଥିବା ରିପୋର୍ଟ ଉପରେ । ବ୍ରାଉନସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂପୁର । ୨୦୨୫ରୁ ଏବେ ସୁଦ୍ଧା ୪୦ କେଜି ୨୭୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଗିରଫ ହୋଇଛନ୍ତି ୪୮୧ ଜଣ । ସେହିଭଳି ୨୦୨୪ରେ ଜବତ ହୋଇଥିଲା ୨୮ କେଜି ୫୭୫ ଗ୍ରାମ ବ୍ରାଉନସୁଗର । ଏଥିରେ ଗିରଫ ହୋଇଥିଲେ ୩୬୧ ଜଣ । ସେହିଭଳି ୨୦୨୩ରେ ୩୪ କେଜି ୪୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଗିରଫ ହୋଇଥିଲେ ୪୪୮ ଜଣ। ୨୦୨୨ରେ ୩୨ କେଜି ୮୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩୮୨ ଜଣ ଗିରଫ ହୋଇଛନ୍ତି । ବ୍ରାଉନସୁଗର ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛି ପୋଲିସ | କେବଳ ଏଜେଣ୍ଟ ଏବଂ ମାଫିଆ ମାନଙ୍କୁ ଗିରଫ କରୁଥିବା ବେଳେ ବ୍ରାଉନସୁଗରର ଚେର ପର୍ଯ୍ୟନ୍ତ ପହଂଚି ପାରୁନି ପୋଲିସ ।

ଧସିଲା ଜୟପୁର ପଟରାଗୁଡା ମୁଖ୍ୟ କେନାଲ ବ୍ରିଜ

ଜୟପୁର ପଟରାଗୁଡା ମୁଖ୍ୟ କେନାଲ ବ୍ରିଜ ଉପରେ ନିର୍ଭର କରନ୍ତି ପ୍ରାୟ ୬ ଖଣ୍ଡର ଗ୍ରାମବାସୀ । ରାତି ପାହିଲେ ଏହି ବ୍ରିଜ ଦେଇ ହଜାର ହଜାର ଲୋକ ଜୟପୁରକୁ ଯାତାୟତ କରିଥାନ୍ତି । ଲୋକମାନଙ୍କ ଯାତୟାତର ମୁଖ୍ୟ ରାସ୍ତା ପାଲଟିଥିବା ଏହି ବ୍ରିଜଟି ହଠାତ ଭୁଷୁଡି ପଡିଛି । ଏହି ଅଘଟଣରେ କାହାର କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ପଟରାଗୁଡା , ଶୁଣ୍ଡିଗୁଡା, କଦମଗୁଡା ଡୁମୁରିଗୁଡା ମୌଳାଭଟ୍ଟା ସହ ୬ଟି ଗ୍ରାମବାସୀ ଏବେ ଚିନ୍ତାରେ ପଡିଛନ୍ତି । ପୋଲଟି ପୁରୁଣା ହୋଇଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡି ପଡିଛି । ଏତେ ବର୍ଷ ପୁରୁଣା ପୋଲକୁ କାହିଁକି ଜଳସେଚନ ବିଭାଗ ଅନୁଧ୍ୟାନ କରିନଥିଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଯଦି କିଛି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା ? ଜଳସେଚନ ବିଭାଗ ପୋଲ ଦୁର୍ବଳ ଥିବା ଜାଣିପାରିଲା ନାହିଁ କେମିତି ? ପୋଲଟି ବିପଦ ଶଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ଗ୍ରାମବାସୀଙ୍କୁ ସଚେତନ କରାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ପୋଲଟି ପୁରୁଣା ହୋଇଥିବାରୁ ପୋଲଟି ଧସିପଡିଛି । ତେଣୁ ସମସ୍ତ ପୁରୁଣା ପୋଲ ଗୁଡିକର ସ୍ଥାୟୀତ୍ବ ତଦନ୍ତ କରାଯିବ । ନୁତନ ପୋଲ ନିର୍ମାଣ କରିବା ଲାଗି ଡିପିଆର ପ୍ରସ୍ତୁତ କରିବାକୁ ଜଳସେଚନ ବିଭାଗକୁ ପ୍ରସ୍ତାବ ଦିଆଯିବ । ବର୍ତ୍ତମାନ ରବି ରୁତୁ ପାଇଁ ଜଳଭଣ୍ଡାରରୁ ପାଣି ଛଡା ଯାଇଛି । ପାଣି ବନ୍ଦ ହେଲେ ଜୟପୁର ପଟରାଗୁଡା ମୁଖ୍ୟ କେନାଲ ବ୍ରିଜ୍ କାର୍ଯ୍ୟ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ପୋଲଟି ଭୁସୁଡି ପଡିବା ପରେ କାହାର କିଛି କ୍ଷୟକ୍ଷତି ହୋଇନି ସତ । ହେଲେ ଭଙ୍ଗା ପୋଲର ମରାମତି ଓ ଅନ୍ୟ ପୋଲ ଗୁଡିକର ରକ୍ଷଣାବେକ୍ଷଣ ନକଲେ ଧନ ଜୀବନ ହାନି ଯେ ନହେବ ତାହା କିଏ କହିବ । ଏଥିପ୍ରତି ଜଳସେଚନ ବିଭାଗ ସତର୍କ ରହିବା ଆବଶ୍ୟକ ରହିଛି ।

ଉପାନ୍ତରେ ଶିକ୍ଷାର ଦୀପିକା: ନିରକ୍ଷର ଶିଶୁଙ୍କୁ ସ୍ଵାକ୍ଷର କରିବାକୁ ଅଣ୍ଟା ଭିଡ଼ିଛି ସ୍ଵେଚ୍ଛାସେବୀ ସଂଗଠନ

ଉପାନ୍ତରେ ଶିକ୍ଷାର ଦୀପିକା । ନିରକ୍ଷର ଶିଶୁଙ୍କୁ ସ୍ଵାକ୍ଷର କରିବାକୁ ଅଣ୍ଟା ଭିଡ଼ିଛି ସ୍ଵେଚ୍ଛାସେବୀ ସଂଗଠନ । ଗଛ ତଳେ ପାଠ ପଢାଉଛନ୍ତି ବିପଦର ବନ୍ଧୁ ଓଡ଼ିଶା ସଂଗଠନ । ଏ ହେଉଛି ଗଞ୍ଜାମ ଧରାକୋଟ ବ୍ଲକ ସାବା ପଞ୍ଚାୟତର ଉପାନ୍ତ ଗାଁ ଅଶୋକପୋଲି । ଗାଁରେ କୋଡିଏରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଛନ୍ତି । ହେଲେ ଗାଁରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା ସୁଯୋଗ । ଗାଁରେ ସ୍କୁଲ କି ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ । ଶିକ୍ଷା ଅଭାବରୁ ଏଠାକାର ପିଲାମାନେ ନିରକ୍ଷର ହୋଇ ରହିଯାଉଛନ୍ତି । ଯାହାକୁ ଦେଖି ଗାଁରେ ମୁକ୍ତ ପାଠଶାଳା ଖୋଲି ସମସ୍ତ ପିଲାଙ୍କୁ ଶିକ୍ଷା ଦେଉଛନ୍ତି ବିପଦର ବନ୍ଧୁ ଓଡ଼ିଶା ସଂଗଠନ ।

ସରକାରଙ୍କ ଯୋଜନା ଆଜି ବି ଉପାନ୍ତ ଗାଁ ଅଶୋକପୋଲି ପାଇଁ ଉପହାସ ପାଲଟିଛି । ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ହେଲେ ଗାଁର କୋଡିଏ ଛାତ୍ରଛାତ୍ରୀ ସେଠାକୁ ଯାଇପାରୁନାହାନ୍ତି । ଫଳରେ ପାଠ ପଢାରୁ ବଞ୍ଚିତ ଅଛନ୍ତି । ତାହା ସରକାରଙ୍କ ଦୃଷ୍ଟି ଏଯାଏ କିପରି ଆସିନି ତାହା ଏକ ବଡ଼ ପ୍ରଶ୍ନ ।

ହାତ ମାରିଦେଲେ ଉଠିଯାଉଛି ପିଚୁ: ନବନିର୍ମିତ ରାସ୍ତା ଚାରି ଦିନ ବି ଯାଉନି

ହାତ ମାରିଦେଲେ ଉଠିଯାଉଛି ପିଚୁ । ନବନିର୍ମିତ ରାସ୍ତା ଚାରି ଦିନ ବି ଯାଉନି । ଗୋଡ଼ ବାଜିଲେ ପିଚୁରୁ ଖସିଯାଉଛି ଗୋଡ଼ି । ନିମ୍ନମାନର ରାସ୍ତା କାମ ଦେଖି ତାତିଲେ ଗ୍ରାମବାସୀ । ବନ୍ଦ କଲେ ରାସ୍ତା କାମ ।  ଏ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ରୁ ଖଏର୍ଦ୍ଦା ରାସ୍ତା । ରାସ୍ତାଟି ଦୀର୍ଘ ଦିନ ହେଲା ଖାଲଖମା ଅବସ୍ଥାରେ ପଡି ରହିଥିଲା । ବହୁ ଦାବି ପରେ ରାସ୍ତା ମରାମତି ପାଇଁ ୩୩ ଲକ୍ଷ ୯୦ ହଜାର ୧୬୩ ଟଙ୍କା ବ୍ୟୟବରାଦ ହୋଇଥିଲା । ଗତ ୧୫ ଜାନୁଆରୀରୁ ରାସ୍ତା କାମ ଆରମ୍ଭ ବି ହୋଇଛି । ହେଲେ ଠିକାଦାର ନିମ୍ନମାନର କାମ କରି ରାସ୍ତା କାମ ସାରିଦେଉଛି । ଯାହାକୁ ବିରୋଧ କରି ଗ୍ରାମବାସୀ କାମ ବନ୍ଦ କରିଦେଇଛନ୍ତି ।

ଠିକାଦାର ନିମ୍ନମାନର କାମ କରୁଛନ୍ତି । ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ନିମ୍ନମାନର କାର୍ଯ୍ୟକୁ ପ୍ରଶୟ ଦେଉଛି କିଏ ? ରାସ୍ତା କାମ ଚାଲୁଥିବା ବେଳେ କାହିଁକି ଉପସ୍ଥିତ ରହୁନାହାନ୍ତି ବିଭାଗୀୟ ଅଧିକାରୀ ? କାହିଁକି ଯାଞ୍ଚ ହେଉନି କାମର ମାନ ? ଅନ୍ୟପଟେ କାମ ଠିକ ଅଛି କହି ଘଣ୍ଟ ଘୋଡ଼ାଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀଷଣ ଯନ୍ତ୍ରୀ । ଉନ୍ନୟନ କାମ ନାଁରେ ସରକାରୀ ଟଙ୍କା ହରିଲୁଟ ହେଉଛି । ତେଣୁ ବିଭାଗକୁ ଠକି ପକେଟ ଗରମ କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଦେଶରେ ୩୨ ବିଶ୍ବବିଦ୍ୟାଳୟ ନକଲି, ୟୁଜିସି ଜାରି କଲା ଲିଷ୍ଟ

ଦେଶରେ ୩୨ ବିଶ୍ବବିଦ୍ୟାଳୟ ନକଲି, ୟୁଜିସି ଜାରି କଲା ଲିଷ୍ଟ

ନନ୍ଦିଘୋଷ ବ୍ୟୁରୋ: ୟୁଜିସି ୨୦୨୬ ବର୍ଷ ପାଇଁ ପୂରା ଦେଶରେ ୩୨ଟି ନକଲି ବିଶ୍ବବିଦ୍ୟାଳୟର ଲିଷ୍ଟ ଜାରି କରିଛି । ଏହି ସଂସ୍ଥାଗୁଡିକ ବିନା ମାନ୍ୟତାରେ ଡିଗ୍ରୀ ଦେଉଥିବା ପ୍ରମାଣ ମିଳିଛି । ୟୁଜିସି ନିଜ ଓ୍ବେବସାଇଟରେ ଏହି ନକଲି ବିଶ୍ବବିଦ୍ୟାଳୟର ଲିଷ୍ଟ ଜାରି କରିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏମିତି ଶିକ୍ଷାନୁଷ୍ଠାନରେ ନାମ ନଲେଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଲିଷ୍ଟରେ ଦିଲ୍ଲୀରୁ ସର୍ବାଧିକ ବିଶ୍ବବିଦ୍ୟାଳୟ ରହିଛି । ଏଥିପାଇଁ ଦିଲ୍ଲୀରେ ରହି ପାଠପଢ଼ା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏମିତି ଡିଗ୍ରୀ ସରକାରୀ ଚାକିରି ପାଇବା ଯୋଗ୍ୟ ହୋଇ ନଥାଏ କି ଉଚ୍ଚଶିକ୍ଷା ପାଇଁ ଆବେଦନ ବେଳେ ଗ୍ରହଣୀୟ । ଗତ ଦୁଇ ବର୍ଷ ମଧ୍ୟରେ ନକଲି ବିଶ୍ବବିଦ୍ୟାଳୟ ସଂଖ୍ୟା ୨୦ରୁ ବଢ଼ି ୩୨ରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ହେଉଛି ନକଲି ଶିକ୍ଷାନୁଷ୍ଠାନଙ୍କ ସଂଖ୍ୟା ବଢ଼ିବା ସହ ଛାତ୍ୟଛାତ୍ରୀଙ୍କୁ ଭ୍ରମିତ କରାଯାଉଛି ।

ଦିଲ୍ଲୀରେ ସର୍ବାଧିକ ନକଲି ବିଶ୍ବବିଦ୍ୟାଳୟ

ପ୍ରତିଥର ସବୁଠାରୁ ଅଧିକ ନକଲି ସଂସ୍ଥା ତାଲିକାରେ ଉପରେ ଦିଲ୍ଲୀ ରହୁଛି । ରାଜଧାନୀରେ ୧୨ଟି ଶିକ୍ଷାନୁଷ୍ଠାନକୁ ନକଲି ଘୋଷିତ କରାଯାଇଛି । ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଆଣ୍ଡ ଫିଜିକାଲ ହେଲ୍ଥ ସାଇନ୍ସ, କମର୍ଶିଆଲ ୟୁନିଭର୍ସିଟି ଲିମିଟେଡ, ୟୁନାଇଟେଡ ନେଶନ୍ସ ୟୁନିଭର୍ସିଟି, ଭୋକେସନାଲ ୟୁନିଭର୍ସିଟି, ଏଡିଆର- ସେଣ୍ଟ୍ରାଲ ଜୁରିଡିକଲ ୟୁନିଭର୍ସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୂଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମ ଓପନ ୟୁନିଭର୍ସିଟି ଫର ସେଲ୍ଫ-ଏମ୍ପ୍ଲୟମେଣ୍ଟ, ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ, ଓ୍ବାଲ୍ଡ ପିସ ଅଫ ୟୁନାଇଟେଡ ନେସନ୍ସ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଂ, ମାଇଣ୍ଟେନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲଜି, ନେଶନାଲ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ସଲୁସନ ପରି ବିଶ୍ବବିଦ୍ୟାଳୟର ନାଁ ରହିଛି ।

ଅନ୍ୟ କେଉଁ ରାଜ୍ୟରୁ କେତେ ?

ତାଲିକାରେ ଉତ୍ତର ପ୍ରଦେଶର ୪, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଓ କର୍ଣ୍ଣାଟକରୁ ଦୁଇଟି ଲେଖାଏଁ ସଂସ୍ଥାର ନାଁ ରହିଛି । ଏହାବାଦ କେରଲା, ହରିୟାଣା, ରାଜସ୍ଥାନ, ଝାରଖଣ୍ଡ, ଅରୁଣାଚଳ ପ୍ରଦେଶରୁ ଗୋଟିଏ ଲେଖାଏଁ ସଂସ୍ଥା ରହିଛନ୍ତି । ଏମାନଙ୍କ ମଧ୍ୟରେ ଗାନ୍ଧି ହିନ୍ଦି ବିଦ୍ୟାବିଠ (ପୟାଗ), ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓପନ ୟୁନିଭର୍ସିଟି (ଅଲିଗଡ଼), ରାଜା ଅରେବିକ ୟୁନିଭର୍ସିଟି (ନାଗପୁର), ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟିଭ ମେଡିସନ (କୋଲକାତା) ପରି ସଂସ୍ଥା ରହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ

ୟୁଜିସି ସ୍ପଷ୍ଟ କରିଛି, ମାନ୍ୟତା ନଥିବା ସଂସ୍ଥାରୁ ମିଳିଥିବା ଡିଗ୍ରୀର ଆଇନଗତ ମହତ୍ବ ନାହିଁ । ଏମିତି ସ୍ଥିତିରେ ଛାତ୍ରଛାତ୍ରୀମାନେ କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ୟୁଜିସିର ଅଧିକାରିକ ଓ୍ବେବସାଇଟରେ ଉକ୍ତ ସଂସ୍ଥା ମାନ୍ୟତା ପ୍ରାପ୍ତ କି ନୁହେଁ ଯାଞ୍ଚ କରନ୍ତୁ । ସାମାନ୍ୟ ଅବହେଳା ଆପଣଙ୍କ ଭବିଷ୍ୟତ ଉପରେ ଭାରି ପଡିପାରେ, ଏଥିପାଇଁ ସତର୍କ ରୁହନ୍ତୁ ।

ସୁବର୍ଣ୍ଣପୁରରେ ଆଣ୍ଠେଇ ପଡ଼ିଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର

ସୁବର୍ଣ୍ଣପୁରରେ ଆଣ୍ଠେଇ ପଡ଼ିଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ପାଲଟିଛି ରେଫରାଲ ସେଣ୍ଟର ।… ରୋଗୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମେଡିକାଲ ଉପରେ ସୁବର୍ଣ୍ଣପୁର ଜିଲ୍ଲା ସହ ବୌଦ୍ଧ ଓ ବରଗଡ ଜିଲ୍ଲାର ଅନେକ ରୋଗୀ ନିର୍ଭର କରିଥାନ୍ତି । ହେଲେ ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ରୋଗୀଙ୍କୁ ବୁର୍ଲା ଓ ବଲାଙ୍ଗୀର ଡାକ୍ତରଖାନାକୁ ରେଫର କରିଦିଆଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କିଛି ଲାଭଖୋର ମନୋବୃତ୍ତିର ଡାକ୍ତରଙ୍କ ପାଇଁ ହଇରାଣ ହେଉଛନ୍ତି ରୋଗୀ । ଏମର୍ଜେନସିରେ ବସିଥିବା ଡାକ୍ତର ରୋଗୀଙ୍କୁ ସେବା ନଦେଇ ପରଦିନ ଦିନ ୯ ଟାରେ ଡାକ୍ତର ଆସିଲେ ଚିକିତ୍ସା କରିବେ ବୋଲି କହି ଚୁପ ବସିପଡୁଛନ୍ତି । ଆଉ ଏପଟେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ରୋଗୀଙ୍କ ସଂପର୍କୀୟ ଅଭିଯୋଗ କଲେ ଡାକ୍ତର ଚିକିତ୍ସା ନକରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆମ ପାଖରେ ଅଭିଯୋଗ ନାହିଁ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଗୁରୁତର ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁନାହାନ୍ତି କାହିଁକି ? ମନମାନି କରୁଥିବା ଡାକ୍ତରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ? ତାକୁ ହିଁ ଅପେକ୍ଷା ।

ସୁପ୍ରିମକୋର୍ଟ ବିଗାଡ଼ିଲେ ଟ୍ରମ୍ପଙ୍କ ଗଣିତ, ଏବେ ଆମେରିକା କରିବ ଟାରିଫ ରିଫଣ୍ଡ

ସୁପ୍ରିମକୋର୍ଟ ବିଗାଡ଼ିଲେ ଟ୍ରମ୍ପଙ୍କ ଗଣିତ, ଏବେ ଆମେରିକା କରିବ ଟାରିଫ ରିଫଣ୍ଡ

ନନ୍ଦିଘୋଷ ବ୍ୟୂରୋ: ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଦେବା ସହ ତାଙ୍କ ଦ୍ବାରା ଲଗା ଯାଇଥିବା ରିସିପ୍ରୋକଳ ଟାରିଫକୁ ବେଆଇନ କହି ରଦ୍ଦ କରିଦେଇଛନ୍ତି । ଏହାର ପ୍ରଭାବ ଅନ୍ୟ ଦେଶଙ୍କ ସମେତ ଆମେରିକାର ବ୍ୟବସାୟ ଓ ଦରଦାମ ଉପରେ ବି ଦେଖିବାକୁ ମିଳିବ । ତେବେ କୋର୍ଟଙ୍କ ରାୟ ପରେ ଟ୍ରମ୍ପ ରାଗରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫ ଲଗାଇ ଦେଇଛନ୍ତି । ହେଲେ ପୁରୁଣା ଟାରିଫ ରଦ୍ଦ ହେବା ଅନ୍ୟ ଦେଶଙ୍କ ପାଇଁ ଆଶ୍ବସ୍ତିର ଖବର । କାରଣ ଏହି ନୂଆ ଟାରିଫ ପୂର୍ବରୁ ଲାଗିଥିବା ରିସିପ୍ରୋକଲ ଟାରିଫର ସ୍ଥାନ ନେବ । ଏମିତିରେ ପ୍ରଶ୍ନ ଉଠୁଛି କି ଆମେରିକାକୁ ଏବେ ଟାରିଫ ରିଫଣ୍ଡ କରିବାକୁ ପଡିବ କି ? ଯଦି ହଁ ତେବେ କେମିତି ଓ କାହାକୁ ଆମେରିକା ଟାରିଫ ରିଫଣ୍ଡ କରିବ ?

ଜାପାନ, ଇୟୁ, କୋରିଆ ସମେତ ଭାରତ ଉପରେ ପ୍ରଭାବ

ଟ୍ରମ୍ପଙ୍କ ରିସିପ୍ରୋକାଲ ଟାରିଫ ସୁପ୍ରିମକୋର୍ଟ ରଦ୍ଦ କରିବାର ପ୍ରଭାବ କାନାଡା, ଚୀନ, ମେସ୍କିକୋ, ଭାରତ, ବ୍ରାଜିଲ ସମେତ ଅନ୍ୟ ଦେଶଙ୍କ ପାଇଁ ଆଶ୍ବସ୍ତି ଆଣିଛି । ଏହି ସବୁ ଦେଶଙ୍କୁ ହାଇ ଟାରିଫର ସାମ୍ନା କରିବାକୁ ପଡୁଥିଲା । ହ୍ବାଇଟ ହାଉସର ଅଧିକାରୀ ଶନିବାର ସ୍ପଷ୍ଟ କରିଛନ୍ତି, କୋର୍ଟଙ୍କ ଦ୍ବାରା ଟାରିଫ ରଦ୍ଦ ପରେ ଭାରତର ଟାରିଫ ଦର ୧୮ ପ୍ରତିଶତରୁ କମି ୧୦ ପ୍ରତିଶତ ହୋଇଯିବ ।

ଇଣ୍ଟରନ୍ୟାସନାଲ ଇମରଜେନ୍ସି ପାଓ୍ବାର ଆକ୍ଟ (IEEPA) ଅନୁସାରେ ପାରିପାର୍ଶ୍ବିକ ଟାରିଫ ବଦଳରେ ଧାରା ୧୨୨ ଅନୁସାରେ ନୂଆ ଟାରିଫ ଲାଗୁ ହେବ । ଯେପର୍ଯ୍ୟନ୍ତ ଅନ୍ୟ ପ୍ରାଧିକରଣ ଲାଗୁ ହୋଇନି ସେତେଦିନ ଯାଏଁ ୧୦ ପ୍ରତିଶତ ଟାରିଫ ରହିବ । ଏହାଦ୍ବାରା ଭାରତ, ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆ ଉପରେ ଲାଗିଥିବା ୧୫ ପ୍ରତିଶତ ଟାରିଫ କମି ୧୦ ପ୍ରତିଶତ ହେବ । ସେହିପରି ଭିଏତନାମ ଉପରେ ଲାଗିଥିବା ୨୦ ପ୍ରତିଶତ ଟାରିଫ କମି ୧୦ ପ୍ରତିଶତ ହୋଇଯିବ ।

ଆମେରିକା କେମିତି ଦେବ ଟାରିଫ ରିଫଣ୍ଡ ?

ଟାରିଫ ଜରିଆରେ ଡୋନାଲ୍ଡ ଟ୍ରମ୍ପ ଟ୍ରିଲିୟନ ଟ୍ରିଲିୟନ ରାଜସ୍ବ ପାଇବାକୁ ଗଣିତ ଲଗାଇଥିଲେ । ୨୦୨୫ରେ ହିଁ ଆମେରିକା ଟାରିଫ କାରଣରୁ ୨୦୦ ବିଲିୟନ ଡଲାର ରାଜସ୍ବ ପାଇଥିଲା । ହେଲେ ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଏହି ଗଣିତକୁ ବିଗାଡି ଦେଲେ । ଆମେରିକା ଚାମ୍ବର ଅଫ୍ କମର୍ସ ଶୁକ୍ରବାର ଟାରିଫ ରିଫଣ୍ଡକୁ ନେଇ କହିଛି, ସୁପ୍ରିମକୋର୍ଟ ଟ୍ରମ୍ପ ଟାରିଫ ରଦ୍ଦ କରିବା ପରେ ଭାରତ ଓ ବ୍ରାଜିଲରୁ ଆସୁଥିବା କିଛି ସାମଗ୍ରୀ ଉପରେ ଲାଗିଥିବା ଟାରିଫ ରିଫଣ୍ଡ କରାଯିବ । ବିଜନେସ ଚାମ୍ବର ଅନୁସାରେ, ଆମେରିକା ଆମଦାନୀକାରୀ ଯେଉଁମାନେ ସିଧାସଳଖ ଟାରିଫ ପ୍ରଦାନ କରିଛନ୍ତି କିମ୍ବା କଷ୍ଟମ୍ସ କ୍ଲିୟରାନ୍ସ ପରେ ସାମଗ୍ରୀର ମାଲିକାନା ହାସଲ କରିଛନ୍ତି, ସେମାନେ ଟାରିଫ ରିଫଣ୍ଡ ପାଇବାକୁ ଯୋଗ୍ୟ ।

କାହାକୁ ମିଳିବନି ରିଫଣ୍ଡ ?

ଚାମ୍ବର ପକ୍ଷରୁ ସ୍ପଷ୍ଟ କରାଯାଇଛି, ଯେଉଁ ବ୍ୟବସାୟୀମାନେ ଟାରିଫ ପ୍ରଦାନ କରିନାହାନ୍ତି, ସେମାନଙ୍କୁ ରିଫଣ୍ଡ ମିଳିବ ନାହିଁ । କାରଣ IEEPA ଅନୁସାରେ ଯାହା ଉପରେ ଟାରିଫ ଲାଗିଛି ସେଥିରେ ରିଫଣ୍ଡର ବ୍ୟବସ୍ଥା ରହିଛି ।

ସ୍କୁଟି ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା

ସ୍କୁଟି ଡିକି ଭାଙ୍ଗି ଲୁଟି ନେଲେ ଲୁଟେରା। ଆଖି ଆଗରେ ଲୁଟ ହୋଇଗଲା ୪୦ହଜାର ଟଙ୍କା। ଲୁଟ ବେଳର ସିସିଟିଭି ଫୁଟେଜ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ । ସ୍କୁଟି ମାଲିକ ମହମ୍ମଦ ଅସରଫଙ୍କ ଅଭିଯୋଗ ଅନୁସାରେ ସେ ବ୍ୟାଙ୍କରୁ ୪୦ହଜାର ଟଙ୍କା ଆଣି ସ୍କୁଟିରେ ରଖି ପୁନର୍ବାର କୌଣସି କାମରେ ବ୍ୟାଙ୍କକୁ ଯାଇଥିଲେ। ଆସି କି ଦେଖିଲାବେଳକୁ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଯାଇଛି। ତିନିଜଣ ଲୁଟେରା ଆସି ସର୍ବ ସମ୍ମୁଖରେ ଧଳା ସ୍କୁଟିରୁ ଡିକି ଭାଙ୍ଗି ଟଙ୍କା ନେଇଥିବା ଭିଜୁଆଲ ସିସିଟିଭିରେ କଲଦ ହୋଇଛି। ଅଭିଯୋଗ ପାଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି।

ବିଧାନସଭା ସୋମବାର ଯାଏ ମୁଲତବୀ

ବିଧାନସଭା ସୋମବାର ଯାଏ ମୁଲତବୀ । ଚାଷୀ ପ୍ରସଙ୍ଗରେ ଗୃହ ଅଚଳ । ସ୍ଥିତି ନ ସୁଧୁରିବାରୁ ମୁଲତବୀ । ଅପରାହ୍ନ ୪ଟା ପରେ ବି ହଙ୍ଗାମା । ଗୃହ ମଧ୍ୟଭାଗରେ ହଟ୍ଟଗୋଳ କଲେ ବିରୋଧୀ । ପ୍ରଥମେ ୪ଟା ଯାଏ ଗୃହ ହୋଇଥିଲା ମୁଲତବୀ । ଚାଷୀ ପ୍ରସଙ୍ଗରେ ବିରୋଧୀ କରିଥିଲେ ହଙ୍ଗାମା । ବିଧାନସଭା ବଜେଟ ଅଧିବେଶନ। ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ସରକାର ଚାଷୀଙ୍କଠାରୁ ଧାନ ନ କିଣିବା ଯାଏ ବିଧାନସଭାରେ ଗୃହ ଅଚଳ ରହିବ ବୋଲି କହୁଛନ୍ତି ବିରୋଧୀ। ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁ ଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହ ଅଚଳ ରହିଛି। ଅଧିବେଶନ ସମୟରେ ପଏଣ୍ଟ ଅଫ ଅର୍ଡର ମାଗିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଯେତେବେଳେ ଗୃହ ସ୍ୱାଭାବିକ ନଥାଏ, ଆଲୋଚନା କେମିତି ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ।

ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ାରେ ଲଜ୍ଜା। ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଘଟଣା। ଛାତ୍ରୀ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ, ସ୍କୁଲର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଏଥିରେ ଅତିଷ୍ଠ ହୋଇ, ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ, ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି।CWCର ତଦନ୍ତ ପରେ ପୋଲିସର ତଦନ୍ତ। ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚିବା ପରେ ତାଙ୍କ ବୟାନ ରେକର୍ଡ କରିଛନ୍ତି।

ଆଡିଶନାଲ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଚି। ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ୫ ଜଣଙ୍କ ନାମରେ ଅଭିଯୋଗ ଆସିଥିଲା, ସମସ୍ତଙ୍କୁ ଅଟକ ରଖାଯିବା ସହ ପଚାରଉଚରା କରୁଛି ପୋଲିସ। ପୋକସୋ ଆକ୍ଟ ରେ ହୋଇଛି ମାମଲା ରୁଜୁ। ଏପରିକି ସେ ନିଜେ ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି ଏସପି ସିଦ୍ଧାର୍ଥ କଟାରିଆ।