ଯାଜପୁର: ଯାଜପୁର ପୌରପାଳିକାରେ ପ୍ରଚାର ଆରମ୍ଭ କଲା ବିଜେଡି। ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଲେ ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଜାତା ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରକୁ ପାଥେୟ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ବିଜେଡି ପ୍ରାର୍ଥୀନି ସୁଜାତାଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀ ସମ୍ମିଳନୀରେ ଜନ ସାଧାରଣଙ୍କୁ ଆହ୍ବାନ ଦିଆଯାଇଛି। ୧୮ନମ୍ବର ୱାର୍ଡ ର ଶତାଧିକ ମହିଳା, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା କୁ ଟାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଲାଗି ଘୋଷଣାପତ୍ର ଜାରି। ବିଜେପିର ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଇସ୍ତାହାରରେ ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ ରହିଛି। ବିଜେପି ଏଥର ଘୋଷଣା ପତ୍ରରେ ମୋଦିଙ୍କ ଗ୍ଯାରେଣ୍ଟି ଉପରେ ଫୋକସ କରିଛି। ଏଥିରେ ମହିଳା ଯୁବ, ଗରିବ, କୃଷକଙ୍କୁ ଗୁରୁତ୍ଵ ଦେଇ ସବକା ସାଥ ସବକା ବିଶ୍ଵାସ କଥା କହିଛି। ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନରଙ୍କୁ ସାମିଲ କରିବାକୁ ଘୋଷଣାପତ୍ରରେ ଉଲ୍ଲେଖ କରିଛି। ଏହାସହ ୭୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ଯୋଜନାରେ ସାମିଲ ହେବେ। ଆସନ୍ତା ୫ ବର୍ଷ ସେବା, ସୁଶାସନ ଏବଂ ଗରିବ କଲ୍ଯାଣର ଗ୍ଯାରେଣ୍ଟି ଦେଇଛି ବିଜେପି। ଏଥି ମଧ୍ୟରେ ରହିଛି ଆସନ୍ତା ୫ ବର୍ଷ ଯାଏଁ ଜାରି ରହିବ ମାଗଣା ରାସନ ପ୍ରଦାନ ଯୋଜନା। ପାଣି, ଗ୍ଯାସ ଏବଂ ପିଏମ ସୂର୍ଯ୍ୟଘର ଯୋଜନାରେ ଜିରୋ ବିଜୁଳି ବିଲ୍ ସ୍କିମ ଜାରି ରହିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଜନା ଜାରି ରହିବ। ମଧ୍ୟମ ବର୍ଗର ପରିବାର ଲାଗି ପକ୍କା ଘର ସରହ ସ୍ଵାସ୍ଥ୍ୟ ସେବା ବିସ୍ତାର କରାଯିବ। ନ୍ଯାସନାଲ ଏଜୁକେସନ ପଲିସି ଲାଗୁ ହେବ। ପର୍ରତି ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ। ୨୦୩୬ ଭାରତ ଅଲିମ୍ପିକ୍ ଆଯୋଜନ କରିବାକୁ ଯୋଜନା ରଖିଛି। ଯୁବକଙ୍କ ଲାଗି ଭିତ୍ତିଭୂମି, ନିବେଶ, ଉତ୍ପାଦ ଶିଳ୍ପ, ହାଇ ଭାଲ୍ଯୁ ସର୍ଭିସେସ୍ ଷ୍ଟାର୍ଟଅପ୍, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ରୋଜଗାର ସୁଯୋଗ ମିଳିବ। ନାରୀ ତୁ ନାରାୟଣୀ ଯୋଜନାରେ ୩ କୋଟି ଲକ୍ଷପତି ଦିଦି ପ୍ରସ୍ତୁତ କରିବାକୁ ଯୋଜନା । ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସେବା କ୍ଷେତ୍ରରେ ସାମିଲ କରି ରୋଜଗାରର ନୂଆ ସୁଯୋଗ ମିଲିବ। ମହିଳାଙ୍କ ଲାଗି ସାର୍ବଜନିକ ସ୍ଥାନରେ ପ୍ରସ୍ତୁତ ହେବ ଶୌଚାଳୟ। ନାରୀ ବନ୍ଦନ ଅଧିନିୟମ ଲାଗୁ କରାଯିବ। କୃଷକଙ୍କ ଆୟ ବଢାଇବାକୁ ହେବ ପ୍ରୟାସ।
ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ
ଭୁବନେଶ୍ବର: ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ ।ପୁତ୍ର ହେବା ଆଶୀର୍ବାଦ ବାହାନା ରେ ନବ ବଧୂକୁ ଦୁର୍ବ୍ୟବହାର ଅଭିଯୋଗ। ଖଣ୍ଡଗିରି ଅଞ୍ଚଳରୁ ୩ଜଣ ଭଣ୍ଡ ବାବାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ରବୀନ୍ଦ୍ର ରଣା, ସୁଶାନ୍ତ ମହାପାତ୍ର, କଣ୍ଡୁରୀ ମହାପାତ୍ର । ମା ମଙ୍ଗଳାଙ୍କ ମୂର୍ତ୍ତି ଧରି ନିଜକୁ ମା କାଳସୀ ପରିଚୟ ଦେଇ ବୁଲନ୍ତି ଏହି ୩ ଭଣ୍ଡ ବାବା। ଆଶୀର୍ବାଦ ଦେବା ବାହାନାରେ ଲୋକଙ୍କ ଠାରୁ ନିଅନ୍ତି ଟଙ୍କା।

