spot_img
Home Blog Page 2026

ଅଶାନ୍ତ ହେଲା ପାକିସ୍ତାନ ଆଫଗାନିସ୍ତାନ ସୀମା, ୬ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ପକ୍ତିକା ପ୍ରଦେଶର ଡୁରଣ୍ଡ ସୀମା ରେଖାରେ ପାକିସ୍ତାନ ସହ ତାଲିବାନର ସଂଘର୍ଷ  । ଏହି  ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଉଭୟ ପଟୁ ଏବେବି ଗୁଳି ବିନିମୟ ଚାଲିଛି।

ଆଫଗାନିସ୍ତାନ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ପକ୍ତିକା ପ୍ରଦେଶ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପାକିସ୍ତାନୀ ସେନା ନିକଟରେ ଅନେକ ଥର ଷ୍ଟ୍ରାଇକ୍ କରିଥିଲା।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଏହି ଲଢେଇ ପକ୍ତିକାର ଆର୍ଯ୍ୟୋବ ଜାଜି ଜିଲ୍ଲାରୁ ଆରମ୍ଭ ହୋଇ ଡାଣ୍ଡ-ଏ-ପାଟନରେ ପହଞ୍ଚିଛି।

ଗତ ତିନି ଦିନ ହେବ ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନ ବାହିନୀ ମଧ୍ୟରେ ଏହି ବିବାଦ ଚାଲିଛି। ଡୁରାଣ୍ଡ ଲାଇନରେ ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଟୋଲୋ ନ୍ୟୁଜ୍ ଅନୁଯାୟୀ, ପକ୍ତିକାର ବାସିନ୍ଦା କହିଛନ୍ତି ଯେ ପାକିସ୍ତାନ ପଟୁ ନିକ୍ଷେପ କରାଯାଇଥିବା ୧୨ରୁ ଊର୍ଦ୍ଧ୍ବ ମିସାଇଲ ଲୋକଙ୍କ ଘର ଉପରେ ପଡିଛି।

ବଡେ ମିୟାଁ ଛୋଟେ ମିୟାଁ ରିଲିଜ ପରେ ୭୦ ପ୍ରତିଶତ ଫିସ୍‌ କମ କରିବେ ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ବଡ ପରଦାରେ ଫ୍ଲପ ହୋଇଯାଇଛି। ଏହି ଫିଲ୍ମରେ ଟାଇଗର ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କ ସହ କାମ କରିଥିଲେ, କିନ୍ତୁ ବିଏମସିଏମ ଏହାର ଖର୍ଚ୍ଚ ମଧ୍ୟ ଉଠାଇ ପାରି ନଥିଲା। ୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବହୁ କଷ୍ଟରେ ୧୦୦ କୋଟି କ୍ଲବ ଅତିକ୍ରମ କରିଛି। ବଡେ ମିୟାଁ ଛୋଟେ ମିୟାଁର ଅସଫଳତା ବର୍ତ୍ତମାନ ଟାଇଗର ଶ୍ରଫଙ୍କ କ୍ୟାରିଅରକୁ ପ୍ରଭାବିତ କରୁଛି। ଏଥି ଯୋଗୁଁ ଅଭିନେତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ  ।

ବାସ୍ତବରେ, ଟାଇଗର ଶ୍ରଫଙ୍କ ହାତରେ ବର୍ତ୍ତମାନ କୌ ଣସି ପ୍ରୋଜେକ୍ଟ ନାହିଁ  । ଅଜୟ ଦେବଗନଙ୍କ ସିଙ୍ଗମ୍ ରେ ତାଙ୍କର ଏକ ଛୋଟ କୋମିଓ ଭୂମିକା ରହିଛି, କିନ୍ତୁ ତାଙ୍କର ହାତରେ ଏବେ କୌଣସି ଫିଲ୍ମ ନାହିଁ  । ବିଏମସିଏମ ପରେ ଟାଇଗରଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ମିତ ରାମ୍ବୋ ଫିଲ୍ମରେ ଦେଖିବାକୁ ମିଳଇବ। କିନ୍ତୁ ପରିସ୍ଥିତିକୁ ଦେଖି ସିଦ୍ଧାର୍ଥଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜିଓ ଷ୍ଟୁଡିଓ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଟାଇଗରଙ୍କ ସହ କୌ ଣସି ଦାମୀ ଫିଲ୍ମ ତିଆରି ହୋଇପାରିବ ନାହିଁ।

ବର୍ତ୍ତମାନ ଟାଇଗରଙ୍କ ହାତରେ ଆଉ କୌଣସି ଫିଲ୍ମ ନାହିଁ। କେବଳ ଏତିକି ନୁହେଁ, ଟାଇଗରଙ୍କ କ୍ୟାରିୟର ଗ୍ରାଫ୍ ଦେଖିବା ପ୍ରଯୋଜକମାନେ ତାଙ୍କୁ ତାଙ୍କ ଫି ହ୍ରାସ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ବ୍ୟାକ୍-ଟୁ-ବ୍ୟାକ୍ ଫ୍ଲପ୍ ଫିଲ୍ମ ଦେବା ହେତୁ ଅଭିନେତାଙ୍କ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଟାଇଗରଙ୍କ ୧୧ ବର୍ଷର କ୍ୟାରିଅରରେ ତାଙ୍କର ୬ଟି ଫିଲ୍ମ ଫ୍ଲପ୍ ହୋଇଛି  ।

କ୍ରମାଗତ ତିନିଟି ଫ୍ଲପ ଫିଲ୍ମ ଦେବା ପରେ ନିର୍ମାତାମାନେ ଟାଇଗରଙ୍କୁ ତାଙ୍କ ଫି ହ୍ରାସ କରିବାକୁ କହିଛନ୍ତି। ଜଣେ ବଡ ନିର୍ମାତା ଅଭିନେତାଙ୍କୁ ତାଙ୍କ ଫି ୭୦ ପ୍ରତିଶତ ହ୍ରାସ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଟାଇଗର ଏହି ସମୟରେ ଫି ଭାବରେ ମାତ୍ର ୯ କୋଟି ଟଙ୍କା ନେବା ଉଚିତ୍। ଯଦି ଏହା ଘଟେ ତେବେ ଟାଇଗରଙ୍କ ପାଇଁ ଏହା ଏକ ବଡ ଝଟକା ହେବ । କାରଣ ସେ ବଡେ ମିୟାଁ ଛୋଟେ ମିୟାଁଙ୍କ ପାଇଁ ୩୦ କୋଟି ଟଙ୍କା ସାଇନ କରିଥିଲେ।

ଭାରତ ଓ ମାଲଦ୍ବୀପ ବିବାଦରେ ୬ ମାସରୁ ମାଲାମାଲ ଏହି ଦେଶ

କଲମ୍ବୋ: ଭାରତ ଓ ମାଲଦ୍ବୀପ ବିବାଦରେ ତୃତୀୟ ଦେଶକୁ ମିଳୁଛି ଫାଇଦା  । ଭାରତୀୟ ପର୍ଯ୍ୟଟ ମାଲଦ୍ବୀପକୁ ବଏକଟ କରିବା ପରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କାର ରାଜସ୍ବ ବୃଦ୍ଧି ହୋଇଛି  । ଗତ ୨୦୨୨ ତୁଳନାରେ ୨୦୨୩ରେ ଶ୍ରୀଲଙ୍କାରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ବଢିଛି  । ମାଲଦ୍ବୀପ ସହ ସମ୍ପର୍କରେ ଫାଟ ପରେ ଶ୍ରୀଲଙ୍କା ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି  ।

ଏକ ରିପୋର୍ଟ ମୁତାବକ ଗତ ୨୦୨୩ରେ ୩ ଲକ୍ଷ ୨ ହଜାର ୮୪୪ ଭାରତୀୟ ପର୍ଯ୍ୟଟକ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥିଲେ  । ଗତ ୨୦୨୨ ତୁଳନାରେ ଏହା ଦୁଇଗୁଣ ଅଧିକ ଅଟେ  । ତେବେ ଟଳିତ ବର୍ଷ ପାଖାପାଖି ୬ ଲକ୍ଷ ପର୍ଯ୍ୟଟକ ଶ୍ରୀଲଙ୍କା ଯିବେ ବୋଲି ସେଠାକାର ସରକାର ଆଶା ପ୍ରକାଶ କରିଛନ୍ତି  । ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ଏକ ଖାସ ଅଭିଯାନ ଆରମ୍ଭ କରିଥିଲେ  । ମୁମ୍ବାଇ ଦିଲ୍ଲୀ ଭଳି ସହରରେ ରୋଡ ଶୋ କରି ଲୋକଙ୍କୁ ସଚେତନ କରିଥିଲେ  ।

ଶ୍ରୀଲଙ୍କାର ପର୍ଯ୍ୟଟନ ବିଭାଗ ମୁତାବକ ଗତ ୨୦୨୩ରେ ଏଠାକୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ  । ୩୦ ହଜାରରୁ ଊର୍ଦ୍ଧ୍ବ କେବଳ ସୋଲୋ (ଏକାକୀ) ପର୍ଯ୍ୟଟକ ଶ୍ରୀଲଙ୍କା ବୁଲିବାକୁ ଆଶିଥିଲେ  । ଗତ ଜୁଲାଇ ୨୦୨୩ ପର ଠାରୁ ଏହି ସଂଖ୍ୟା ଲଗାତାର ବଢି ଚାଲିଥିଲା  । ଜୁଲାଇରେ ୨୩ ହଜାର ୪୬୧ ଜଣ ପର୍ଯ୍ୟଟକ ଶ୍ରୀଲଙ୍କା ଆସିଥିବା ବେଳେ ଏହି ସଂଖ୍ୟା ଡିସେମ୍ବରରେ ୪୩ ହଜାର ୯୭୩ରେ ପହଞ୍ଚିଥିଲା  ।

ଆହୁରି ତିନି ଦିନ ଜାଳିବ, ସକାଳ ୮ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟରେ ତାତିରେ ବ୍ରେକ ଲାଗିଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ପୁଣି ଦିନ ତାପମାତ୍ରାରେ ୩ରୁ ୪° ସେଲସିୟସ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟକୁ ପଶ୍ଚିମ/ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ହେତୁ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବ।

ବିଶେଷକରି ଆସନ୍ତା ୪୮ ଘଣ୍ଟା ପରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା (ବଲାଙ୍ଗୀର, ନୂଆପଡା, ବରଗଡ଼, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ) ରେ ଦିନ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବା ସହ ଉକ୍ତ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ।

ସେପଟେ ୧୯ ତାରିଖ ବେଳକୁ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି।

ଆସନ୍ତା ୨୦ ତାରିଖ ପରେ ବଙ୍ଗୋପସାଗର ସକ୍ରିୟ ରହିବ। ୨୧ରୁ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪ ରୁ ୫ ଦିନରେ ଅଧିକ ଘନୀଭୂତ ହୋଇପାରେ। ତେବେ ଏହାର ଗତିପଥ, ତୀବ୍ରତା ଇତ୍ୟାଦି ଅସ୍ପଷ୍ଟ ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହି ସିଷ୍ଟମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ମେ ୨୦ରେ ଓଡିଶାର ୫ ଲୋକସଭା ଆସନ ପାଇଁ ମତଦାନ, ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାର ଶେଷ ଦିନ। ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ। ଏଥିଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର।

ଓଡ଼ିଶାର ଏହି ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ ଆସନରେ ଭୋଟଗ୍ରହଣ ହେବ। ମହାରାଷ୍ଟ୍ରର ମୋଟ ୪୮ ଆସନ ମଧ୍ୟରୁ ୧୩ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଭୋଟଗ୍ରହଣରେ ବିହାରର ୫ ଆସନ, ଝାଡଖଣ୍ଡର ୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଂଗର ୭ ଆସନରେ ଭୋଟ ନିଆଯିବ।

ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟଗ୍ରହଣ ହେବ। ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ସୁଦ୍ଧା ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିଲରେ ପୋଲିଂ ପାର୍ଟି। ପୋଲିସ ପକ୍ଷରୁ ନିର୍ବାଚନ ଲାଗି ବ୍ଯାପକ ବନ୍ଦୋବସ୍ତ କରାଯାଇଛି।

କହ୍ନେୟା କୁମାରଙ୍କୁ ଚାପୁଡା ମାରିଥିବା ଯୁବକ କିଏ ? ଭିଡିଓ ପଠାଇ କହିଲେ ଜବାବ ଦେଲୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଓସମାନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି  । ଏକ ନିର୍ବାଚନୀ ସଭାରେ ଦୁଇ ଜଣ ଯୁବକ ମାଳା ପିନ୍ଧାଇବା ବାହାନାରେ କହ୍ନେୟା କୁମାରଙ୍କ ନିକଟକୁ ଯାଇ ପ୍ରଥମେ କାଲି ଫିଙ୍ଗିବା ପରେ ଚାପୁଡ଼ା ମାରିଥିଲେ। ଆଶ୍ଚର୍ଯ୍ୟର କଥା, ଏହି ଘଟଣା ଘଟାଇଥିବା ଉଭୟ ଯୁବକ ଘଟଣା ପରେ ଏକ ଭିଡିଓ ଜାରି କରିଛନ୍ତି।

ଭିଡିଓରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ କୁହନ୍ତି, ‘‘ଜୟ ଶ୍ରୀ ରାମ, ଜୟ ଗୋ ମାତା । ଯେଉଁ କହ୍ନେୟା କୁମାର ‘ଭାରତ ତେରେ ଟୁକଡେ ହୋଙ୍ଗେ, ଆଫଜାଲ ତେରେ କାତିଲ ଜିନ୍ଦା ହେଁ, ଆମେ ଲଜ୍ଜିତ’ ଭଳି ସ୍ଲୋଗାନ ଦେଇଥିଲା ଆମେ ଦୁଇ ଭାଇ ତାଙ୍କୁ ଚାପୁଡ଼ା ମାରି ଏହାର ଉତ୍ତର ଦେଇଛୁ’’ ।

 

ଭିଡିଓରେ ଆହୁରି ଶୁଣିବାକୁ ମିଳୁଛି ଯେ ‘‘ଯେପର୍ଯ୍ୟନ୍ତ ଆମ ପରି ସନାତନୀ ସିଂହ ଜୀବିତ ଅଛନ୍ତି, ସେ ପର୍ଯ୍ୟନ୍ତ ଭାରତକୁ କେହି ଖଣ୍ଡ ଖଣ୍ଡ କରି ପାରିବେ ନାହିଁ’’। ତାଙ୍କ ଲୋକମାନେ ଆମକୁ ମାରି ମୁଣ୍ଡ ଫଟାଇ ଦେଇଛନ୍ତି।

ଏହି ଭାଇରାଲ ଭିଡିଓରେ ଅନ୍ୟ ଯୁବକ କୁହନ୍ତି, ‘କହ୍ନେୟା ଦେଶକୁ ଖଣ୍ଡଖଣ୍ଡ କରିବା କଥା କହୁଥିଲେ। ଆମେ ତାଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦେବୁ ନାହିଁ  । ଏହାର ଚିକିତ୍ସା କରାଯାଇଛି। ମୁଁ ଯାହା କହିଥିଲି ତାହା କରିସାରିଛି। ଭାରତ ମାତା କି ଜୟ, ଭାରତୀୟ ସେନା ଜିନ୍ଦବାଦ, ଗୋ ମାତା କି ଜୟ, ଜୟ ଶ୍ରୀ ରାମ ‘।

 

କଂଗ୍ରେସ ପ୍ରାର୍ଥୀ କହ୍ନେୟା ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମନୋଜ ତିୱାରୀଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଛି। ତାଙ୍କର ବର୍ତ୍ତମାନର ଲୋକପ୍ରିୟତାକୁ ନେଇ ବର୍ତ୍ତମାନର ସାଂସଦ ତିୱାରୀ ସଙ୍କଟରେ ଅଛନ୍ତି। ସେଥିପାଇଁ ସେମାନେ ଆକ୍ରମଣ କରିବା ପାଇଁ ଗୁଣ୍ଡ ପଠାଇଲେ  । ମେ ୨୫ ରେ ଭୋଟ୍ ଦେଇ ଜନସାଧାରଣ ହିଂସାର ଜବାବ ଦେବେ।

 

ଏହି କାରଣରୁ ପ୍ଲେ ଅଫ୍‌ ରେସ୍‌ରୁ ବାହାରିପାରେ ଚେନ୍ନାଇ ସୁପର କିଙ୍ଗସ୍‌

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ ପ୍ଲେ ଅଫ୍ ପାଇଁ ୩ଟି ଦଳ  କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜର ସ୍ଥାନ ହାସଲ କରିଛି। ଏବେ କେବଳ ଚତୁର୍ଥ ଟିମ ଚୟନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଜୋରଦାର ଫାଇଟ୍‌ ହେବ। ମେ ୧୮ ଶନିବାର ଦିନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ କ୍ରିକେଟର ଦୁଇ ବଡ ସୁପରଷ୍ଟାର ବିରାଟ କୋହଲି ଏବଂ ଏମଏସ ଧୋନି ମୁହାଁମୁହିଁ ହେବେ।

ଆରସିବିର ଯଦି ସମୀକରଣ ଠିକ୍‌ ରୁହେ ତେବେ ପ୍ଲେ ଅଫ୍‌ ରେସରୁ ବାହାରିପାରେ ଚେନ୍ନାଇ ସୁପର କିଙ୍ଗସ (CSK) । ବର୍ତ୍ତମାନ ସୁଦ୍ଧା ଚାମ୍ପିଅନ ଚେନ୍ନାଇ ଟିମ୍‌ ୧୭ଟି ମ୍ୟାଚରୁ ୭ଟି ମ୍ୟାଚ୍‌ ଜିତିଛି  । ସେପଟେ ଲଗାତାର ୬ଟି ମ୍ୟାଚ୍‌ରେ ହାରିବା ପରେ ବିରାଟ କୋହଲିଙ୍କ ଟିମ୍‌ ଜବରଦସ୍ତ କମ୍‌ବ୍ୟାକ କରିଛି  । ଗତ ୫ଟି ମ୍ୟାଚ୍‌ରେ ବିଜୟ ପରେ ଜିତିବା ଲକ୍ଷ୍ୟକୁ ଦୃଢ କରିବା ସହ ଚେନ୍ନାଇ ପାଇଁ ବିପଦ ସାଜିଛି ଆରସିବି ଟିମ୍‌  ।

ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ସହ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋରର ମୁକାବିଲା କର ବା ମରର ଲଢେଇ ହେବ  । ଯଦି ଟିମ୍‌କୁ ଏଠାରେ ୧୮ ରନ ବା ଏହାଠୁ ଅଧିକ ରନ୍‌ରେ ପରାଜୟ ମିଳେ ତେବେ ଟିମ୍‌ ପ୍ଲେ ଫରୁ ବାହାରିଯିବ  । ସେପଟେ ଲକ୍ଷ୍ୟର ପିଛା କରି ଯଦି ଆରସିବି ୧୮.୧ ଓଭରରେ ବିଜୟ ଲାଭ କରେ ତେବେ ଚେନ୍ନାଇ ଟିମ ରେସରୁ ବିଦା ହୋଇପାରେ  । ମହେନ୍ଦ୍ର ସିଂ ଧୋନିଙ୍କ ଟିମକୁ ବିଜୟ ମିଳିଲେ ତେବେ ୧୬ ଅଙ୍କ ସହ ସିଧାସଳଖ ଆଗାମୀ ପର୍ଯ୍ୟାୟରେ ପହଞ୍ଚିବାକୁ ସଫଳ ହେବ CSK  ।

 

ମଥୁରା ବୃନ୍ଦାବନରୁ ଫେରୁଥିଲେ ଶ୍ରଦ୍ଧାଳୁୁ, ଚଳନ୍ତା ବସରେ ଲାଗିଲା ନିଆଁ

ନୁହ: ହରିୟାଣାର ନୁହରେ ବଡ ଅଘଟଣ  । ପର୍ଯ୍ୟଟକ ବସରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ  । ୧୨ରୁ ଅଧିକ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି  । ଚଳନ୍ତା ବସରେ ନିଆଁ ଲାଗିଯିବା ପରେ ପୋଲିସ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି  ।

କୁଣ୍ଡଳୀ ମାନେସର ପଲୱଲ ଏକ୍ସପ୍ରେସ ୱେରେ ଏହି ଅଘଟଣ ଘଟିଛି  । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଗୁରୁତର ଆହତ ମାନେ ପଞ୍ଜାବ ଓ ଚଣ୍ଡିଗଡ ଅଞ୍ଚଳର ହୋଇଥିବା ଜଣାପଡିଛି  । ସେମାନେ ମଥୁରା ଓ ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ବେଳେ ହଠାତ୍‌ ବସରେ ନିଆଁ ଲାଗି ଯାଇଥିଲା  । ଶୁକ୍ରବାର ପଞ୍ଜାବର ଲୁଧିଆନା ହୋଶିଆରପୁର ଓ ଚଣ୍ଡିଗଡ ଅଞ୍ଚଳରୁ ୬୦ ଜଣ ପର୍ଯ୍ୟଟକ ବସ ଭଡା କରି ବନାରସ, ମଥୁରା ଓ ବୃନ୍ଦାବନ ଦର୍ଶନରେ ବାହାରିଥିଲେ  ।

ପାଖାପାଖି ରାତି ସାଢେ ୧ଟା ସମୟରେ ବସରେ ନିଆଁ ଲାଗି ଯାଇଥିଲା  ।

ଜେଲରୁ ବାହାରିବା ପରେ ମହାରାଷ୍ଟ୍ରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମେଗା ଶୋ’

ମୁମ୍ବାଇ: ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମେଗା ଶୋ। ମହାରାଷ୍ଟ୍ର ଭିବଣ୍ଡିରେ ଗର୍ଜନ କରିଛନ୍ତି କେଜରିୱାଲ। କହିଛନ୍ତି- ବିଜେପି କବଳରୁ ଦେଶକୁ ବଞ୍ଚାଇବାକୁ ପଡିବ। କେବଳ ତାଙ୍କୁ ନୁହେଁ, ଅନ୍ଯ ନେତାଙ୍କୁ ବି ଜେଲ ପଠାଇବାକୁ ଚକ୍ରାନ୍ତ ଚାଲିଛି। ଦିଲ୍ଲୀରେ ମହଲା କ୍ଲିନିକ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଛି। ଏପରିକି ଜେଲରେ ତାଙ୍କୁ ମେଡିସିନ ଦିଆଗଲା ନାହିଁ।

ବାଂଲାଦେଶରେ ସମସ୍ତ ବିରୋଧୀ ନେତାଙ୍କୁ ଜେଲରେ ରଖାଯାଇଛି। ପାକିସ୍ତାନରେ ବି ସେହି ଅବସ୍ଥା। ବିଜେପି ସମସ୍ତ ଶକ୍ତି ପ୍ରୟୋଗ କରି ଶିବସେନା, ଏନସିପିକୁ ଭାଗ ଭାଗ କରିଦେଲେ। ସମ୍ବିଧାନକୁ ଧ୍ବଂସ କରିବା ଲାଗି ଯୋଜନା କରାଯାଉଛି ବୋଲି ସେ କହିଛନ୍ତି। ମହା ବିକାଶ ଅଘାଡି ସମାବେଶର ଇଣ୍ଡିଆ ମେଣ୍ଟର ସଦସ୍ଯ ଯୋଗ ଦେଇଥିବାବେଳେ ଏନସିପିର ଶରଦ ପାୱାର ସାମିଲ ହୋଇଥିଲେ।

ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ

ଭୁବନେଶ୍ବର: ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ନିଜ ରାଜ୍ଯକଥା ଭାବନ୍ତୁ ବୋଲି ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ସେମାନେ କହୁଛନ୍ତି ଓଡ଼ିଶାକୁ ନମ୍ବର ୱାନ କରିବୁ । ଯେଉଁ ରାଜ୍ଯକୁ ଯାଉଛନ୍ତି ସେହି ରାଜ୍ଯକୁ ନମ୍ବର ୱାନ କରିବାକୁ ପ୍ରତିଶୃତି ଦେଉଛନ୍ତି । ଯାହାକି ହାସ୍ଯାସ୍ପଦ ।