spot_img
Home Blog Page 2032

ପାଟଣାଗଡ଼ରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଦେଲେ ଆହ୍ବାନ

ପାଟଣାଗଡ଼: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା । ସାମିଲ ହେଲେ ହଜାର ହଜାର ଲୋକ । ମଞ୍ଚରୁ ବିରୋଧୀ ଦଳ ଓ ସେମାନଙ୍କ ମିଛ ପ୍ରତିଶ୍ରୁତିକୁ ଟାର୍ଗେଟ କରିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଜୟ ମା’ ସମଲେଈ ଓ ଜୟ ମା’ ପାଟଣେଶ୍ବରୀ କହି ସମ୍ବୋଧନ ଆରମ୍ଭ କରିଥିଲେ ପାଣ୍ଡିଆନ । ବିଜେଡି ସମର୍ଥନରେ ଜନ ସମୁଦ୍ର ଦେଖି ବିରୋଧୀ ରାଗୁଥିବା କହିଥିଲେ । ଏହାପରେ ନବୀନ ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ । କେନ୍ଦ୍ରୀୟ ନେତା ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାରକୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଛତିଶଗଡ଼, ଆସାମ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ବି ଘନ ଘନ ପ୍ରଚାର କରୁଛନ୍ତି । ନିର୍ବାଚନ ଆସିଥିବାରୁ ଏମାନଙ୍କ ଦେଖା ମିଳୁଛି । ନିର୍ବାଚନ ସରିଗଲେ, ଏମାନଙ୍କୁ ଆଉ ଦେଖିବାକୁ ମିଳିବନି । ଏହି ନେତାମାନେ ଓଡ଼ିଶା କେଉଁଠି ଜାଣନ୍ତି ନାହିଁ । ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଆନ୍ତି ଜାଣନ୍ତି ନାହିଁ । ନିର୍ବାଚନ ବେଳେ ବିରୋଧୀ ନେତା ଟୁରିଷ୍ଟ ଭଳି ଆସିବେ, ମିଛ ପ୍ରତିଶ୍ରୁତି ଦେବେ । ନିର୍ବାଚନ ସରିଯିବା ପରେ ଏମାନଙ୍କ ଆଉ ଦେଖା ମିଳିବ ନାହିଁ ।

ଆଗକୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବା କଥା ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଛି । ଏମାନେ ବି ମାଗଣା ବିଜୁଳି ଦେବେ କହୁଛନ୍ତି । କହୁଛନ୍ତି ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଅ, ତା’ପରେ ଯାଇ ମାଗଣାରେ ବିଜୁଳି ମିଳିବ । ଏମାନେ ଦିନରେ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି ।

ଦରଦାମ ଓ ଏମଏସପିକୁ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ୨୦୧୪ରେ କହିଥିଲେ ଚାଷୀ ଭାଇଙ୍କ ଏମଏସପିକୁ ଦୁଇଗୁଣା କରିବେ । ହେଲେ ଆଣିଯାଏଁ ହେଲାନି । କହିଥିଲେ, ଏଲପିଜି ଦର କମ ହେବ । ପେଟ୍ରୋଲ, ଜିଜେଲ ଦର କମିବ । ହେଲେ ଆପଣ ଚିନ୍ତା କରନ୍ତୁ, ଏସବୁ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ଏମାନଙ୍କ ପରି ମିଛ ପ୍ରତିଶ୍ରୁତି ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସେବା କରିବାକୁ ରାଜନୀତିକୁ ଆସିଛନ୍ତି, ତାଙ୍କୁ ଆଶୀର୍ବାଦ କରନ୍ତୁ ।’

ସେ କହିଥିଲେ, ‘୨୦୧୯ରେ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇଥିଲେ । ସେ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ବହୁତ କାମ କରିଛନ୍ତି । ଅଞ୍ଚଳରେ ପିଇବା ପାଣି ସୁବିଧା ହୋଇଛି, ଜଳସେଚନ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ବିଲ୍ଡିଂ କରାଉଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାମ କରୁଛନ୍ତି । ସେହିପରି ଏଥର ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ବି ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରାଇବେ । ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟ ଜିତିଲେ କାମ ଦୁଇଗୁଣା ହେବ, ଉନ୍ନତୀ ଦୁଇଗୁଣା ହେବ ।’

ଆଗକୁ ସେ କହିଛନ୍ତି, ‘ଅଞ୍ଚଳରେ ସମସ୍ତ ସ୍କୁଲର ରୂପାନ୍ତରଣ ହୋଇଛି । କଲେଜ ରୂପାନ୍ତରଣ ହୋଇଛି । ହରିଶଙ୍କର ମନ୍ଦିରର ରୂପାନ୍ତରଣ ହୋଇଛି । ପାଇପାସ୍ ରୋଡ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି । ବେଲପଡ଼ା ଏନଏସିରେ ପରିଣତ ହୋଇଛି । ଏସବୁ ନବୀନ ବାବୁ କରିଛନ୍ତି । ଏଥର ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ସାଂସଦ ଓ ବିଧାୟକ ଉଭୟଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରନ୍ତୁ ।’

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପଣମାନଙ୍କ ପାଇଁ ୩ଟି ଦସ୍ତଖତ କରିବେ ବୋଲି କହିଛନ୍ତି ପାଣ୍ଡିଆନ । ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ ଛାଡ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ । ପାଟଣାଗଡ଼ ଅଞ୍ଚଳର ୯୦ ପ୍ରତିଶତ ଲୋକଙ୍କୁ ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି ।

ନବୀନଙ୍କ ଦ୍ବିତୀୟ ଦସ୍ତଖତ ହେବ, ନବୀନ କାର୍ଡ । ବିଏସକେଓ୍ବାଇରୁ ବଞ୍ଚିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଦସ୍ତଖତ ଆଣିବ ଖୁସି । ବିଏସକେଓ୍ବାଇ କାର୍ଡ ନଥିବା ସମସ୍ତ ଲୋକ ନବୀନ କାର୍ଡରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି ଭାବିଥାନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନବୀନଙ୍କ ପ୍ରଥମ ପ୍ରାଥମିକତା ।

ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମାଆ ମାନଙ୍କ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଦସ୍ତଖତ ପରେ ମିଶନ ଶକ୍ତି ମାଆମାନଙ୍କୁ ଆଉ ବାର୍ଦ୍ଧକ୍ୟ କଥା ଚିନ୍ତା କରିବାକୁ ପଡ଼ିବନି । ମାଆମାନେ ପାଇବେ ପେନସନ୍ । ଆଉ ସେମାନଙ୍କୁ କହା ଉପରେ ନିର୍ଭର କରିବାକୁ ପଡିବନି । ଏହି ସବୁ ଦସ୍ତଖତ ଓଡ଼ିଶାକୁ ରୂପାନ୍ତର କରିବ ଓ ଆପଣଙ୍କ ମୁହଁରେ ହସ ଫୁଟାଇବ ବୋଲି କହିଛନ୍ତି ପାଣ୍ଡିଆନ ।

‘ଓଡ଼ିଶା ଉଜ୍ଜ୍ୱଳା ଦିଦିଙ୍କୁ ବିଜେପି କରୁଛି ଅଣଦେଖା’

କଟକ: ଓଡ଼ିଶା ଉଜ୍ଜ୍ୱଳା ଦିଦିଙ୍କୁ ବିଜେପି କରୁଛି ଅଣଦେଖା। ସାମ୍ୱାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ଉଜ୍ଜ୍ୱଳା ଦିଦି । ଓଡିଶା ଉଜ୍ଜ୍ୱଳା ଦିଦି ସଂଘର କଟକ ଶାଖା ପକ୍ଷରୁ ଗାନ୍ଧୀ ଭବନଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି। ଗତ ୨୦୧୯ ମସିହାରୁ ରାଜ୍ୟରେ ବିନା ପାଉଣାରେ କାମ କରିଆସୁଛନ୍ତି ୧୨ହଜାର ଉଜ୍ଜ୍ବଳା ଦିଦି। ବିନା ପାଉଣାରେ କାମ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ହତାଦର କରାଯାଉଥିବାର ଅଭିଯୋଗ ହୋଇଛି।

ଦୀର୍ଘ ୪ ବର୍ଷ ହେବ ଉଜ୍ଜ୍ୱଳା ଦିଦି ସବୁ କାମ କରି ଆସୁଥିଲେ ସୁଦ୍ଧା ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଡାଟିଆ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ଉଜ୍ବଳା ଦିଦି କହିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି ଉଜ୍ଜ୍ୱଳା ଦିଦି। ନବୀନ ସରକାର ମହିଳାଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି । ସେମାନଙ୍କ ପାଇଁ କିଛି ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଉଜ୍ଜ୍ୱଳା ଦିଦି।

ନବୀନଙ୍କ ପାଇଁ ଘରକୁ ଘର ଯାଇ ଆଶୀର୍ବାଦ ମାଗୁଛନ୍ତି କିଡ଼ନୀ ରୋଗୀ

ଭୁବନେଶ୍ୱର : ନବୀନଙ୍କ ପାଇଁ ସାଜିବି ସାରଥି । ସେତୁବନ୍ଧ ବାନ୍ଧିବା ବେଳେ ଗୁଣ୍ଡୁଚି ମୂଷାର ଭୁମିକା ନେବି । ସଂଜୀବନି ସାଜିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ। କଣ୍ଟାବାଞ୍ଜି ସହରର ସନ୍ତୋଷ ଦଣ୍ଡସେନା ଦୀର୍ଘ ବର୍ଷ ଧରି କିଡ଼ନୀ ରୋଗ ଶହ ପକ୍ଷଘାତ ରେ ପୀଡିତ ଥିଲେ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ଯାହା କିଛି ସଂଚୟ କରି ରଖିଥିଲେ ସବୁ ଚିକିତ୍ସା ରେ ଶେଷ ହୋଇଯାଇଥିଲା।ଭାଗ୍ୟ କୁ ଆଦରି ବସିଥିଲେ ଟଙ୍କା ନଥିବାରୁ ଚିକିତ୍ସା ହୋଇପାରୁନଥିଲା। ଏତିକି ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବରଦାନ ହୋଇଥିଲା ସନ୍ତୋଷ ଦଣ୍ଡସେନା ପାଇଁ ସେ ଏହି କାର୍ଡ ଦ୍ଵାରା ରାୟପୁର ଯାଇ ସେଠାରେ ଉତ୍ତମ ଚିକିତ୍ସା ପାଇ ଏବେ କିଛି ମାତ୍ରାରେ ଠିକ ଅଛନ୍ତି।

ତେଣୁ ସେ ଓ ତାଙ୍କ ସ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଶହ ୪୦ଡିଗ୍ରୀ ଖରା ରେ ଘର ଘରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ମୋ ପାଇଁ ଏତିକି କରିଛନ୍ତି ତାଙ୍କ ପାଇଁ ମୁଁ କିଛି କରି ପାରିବି ନାହିଁ । ହେଲେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛି ତାଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝାଉଛି ବୋଲି ସନ୍ତୋଷ ଦଣ୍ଡସେନା କହିଛନ୍ତି।

ବିଜେପିର ନିଦ ହଜାଇ ଦେଇଛି ବିଜେଡିର ଇସ୍ତାହାର: ଅମର ପଟ୍ଟନାୟକ

ଭୁବନେଶ୍ୱର: ଇସ୍ତାହାରରେ ନବୀନଙ୍କ ୨୪ ଗ୍ୟାରେଣ୍ଟି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିବା ଦଳୀୟ ଇସ୍ତାହାରରେ ପ୍ରଥମ ଗ୍ୟାରେଣ୍ଟି ରହିଛି ଯୁବ ଓଡ଼ିଶା ନବୀନ ଓଡ଼ିଶା। ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବକଙ୍କ ଦାୟିତ୍ୱ ଓ ଗୁରୁତ୍ୱ ରହିବ । ଦେଶରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଉଲ୍ଲେଖ ରହିଛି । ଆଗାମୀ ୧୦ ବର୍ଷ ପାଇଁ  ୧ ଲକ୍ଷ କୋଟି ବଜେଟ ଲକ୍ଷ୍ୟ ରଖାଯାଇଛି । କୌଣସି କେନ୍ଦ୍ର ସରକାର ଏହାକୁ କରିନାହାନ୍ତି । ବିଜେପି ଯୁବ ଦକ୍ଷତା କଥା କହେ । ହେଲେ ଇସ୍ତାହାରରେ ଏହା ଉଲ୍ଲେଖ କରିନାହିଁ । ଯୁବ ବଜେଟ ଵି କରି ନାହାନ୍ତି । କେବଳ ଭାଷଣରେ ସୀମିତି ରହିଛି ବିଜେପି ବୋଲି କହି ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଇସ୍ତାହାରରେ ଥିବା ଗ୍ୟାରେଣ୍ଟିକୁ ଦର୍ଶାଇଛନ୍ତି  ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ତେବେ ଯୁବକ ମାନେ ନିଜ ମତ ଦେଲା ପରେ ଯୁବ ବଜେଟ କାର୍ଯ୍ୟକାରୀ ହେବ । ନୀତି ନିର୍ଦ୍ଧାରଣରେ ଯୁବକ ଭାଗିଦାରୀ ରହିବେ ବୋଲି କହିଛି ବିଜେଡି।

ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ। ଏହାର ପରିସୀମା ବଢ଼ାଯିବ ଯେମିତି ସବୁ ଯୁବକ ଏହା ପାଇପାରିବେ। ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ। ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁଵିଧା ମିଳିବ । ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ନୂଆ ଓଡ଼ିଶା ବୃତ୍ତିରେ ଇଣ୍ଟର୍ଣ୍ଣସିପ ସୁବିଧା ସାମଗ୍ରିକ ବିକାଶ ପାଇଁ କରାଯିବ। ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି। ଏହାକୁ ସାଧନ ପାଇଁ ଲୋନ ଦରକାର। ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି।  ମଧ୍ୟବିତ୍ତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ । ନବୀନ ଓଡ଼ିଶା ପୋର୍ଟାଲ ସିଙ୍ଗଲ ପୋର୍ଟାଲ ଗାଇଡାନ୍ସ ମିଳିବ । ନୂଆ-ଓ ପ୍ରତିଯୋଗିତା ସବୁବେଳେ ଚାଲିବ । ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି କରାଯିବ । ନୂଆ-ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ । ବ୍ୟକ୍ତିତ୍ୱରେ ବିକାଶ ଆଣାଯିବ। ଗତ ବର୍ଷ ୭୮% ଚାକିରି ମିଳିଥିଲା । ନ୍ୟୁ ଏଜ ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ହେବ । ପ୍ରତି ଜିଲ୍ଲାରେ ଏହି ଟ୍ରେନିଂ ମିଳିବ । ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ଖୋଲିବ । ୨ ଲକ୍ଷ ସରକାରୀ ଚାକିରି ମିଳିବ । ନୂଆ ଇଣ୍ଡଷ୍ଟ୍ରି ଓଡ଼ିଶାରେ ଅଫିସ କଲେଣି। ସ୍ୱୟଂ ଲୋନ ଏକ ଲକ୍ଷରୁ ୨ ଲକ୍ଷ ହେବ। ଏହା ବିଜେପିକୁ ନିରୁତ୍ସାହିତ କରିଛି । ଷ୍ଟାର୍ଟ ଅପର ନୂଆ ଜ୍ଞାନ ଓଡ଼ିଶାକୁ ଆସିବ । ଯୁବକ ମାନଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡା ବିକାଶ ହେବ । କ୍ରୀଡା ବଜେଟ ୧୨ ଗୁଣ ବଢିବ। ଓଡ଼ିଶାର କ୍ରୀଡା ପରିଚୟ ଯାହା ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଛନ୍ତି, ତାହା ସଂସଦରେ ଵି ପ୍ରଶଂସା ପାଉଛି । କ୍ରୀଡା କୋଚିଂ ଭଲ ମିଳୁଛି । କ୍ରୀଡାରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ଫିଟନେସ ସେଣ୍ଟର ୫୦୦ ମଲ୍ଟିପରପସ ଷ୍ଟାଡିଅମ ହେଉଛି । ବିଜେପିର କୌଣସି ରାଜ୍ୟ କି କେନ୍ଦ୍ରର ଇସ୍ତାହାରରେ ସ୍ଥାନ ନାହିଁ । ଯୁବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାହାର ଯେବେ କାର୍ଯ୍ୟକାରୀ ହେବ, ତାକୁ ଜାତୀୟ ଦଳ ନିଶ୍ଚିତ ପରେ କରିବ ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ବିଜେପିର ନିଦ ହଜେଇ ଦେଇଛି । BSKY ନବୀନ କାର୍ଡ ମଧ୍ୟବିତ୍ତଙ୍କ ବାଧା ଦୂର କରିବ । ସରକାରୀ କର୍ମଚାରୀଙ୍କ ସହ ସମସ୍ତେ ଏହାର ଲାଭ ପାଇବେ । ମିଶନ ଶକ୍ତି ମାଆଙ୍କ ପାଇଁ ପେନସନ ସୁବିଧା ହେବ । ଏହି ସବୁ ଜୁନ ୯ରେ ଷଷ୍ଠ ଥର ସରକାର ଗଢି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୦ ବର୍ଷରେ ଓଡ଼ିଶାକୁ ଏକ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏଥିରେ ଯୁବକଙ୍କ ବଡ଼ ଭୂମିକା ରହିବ ଯାହା ଯୁବକମାନଙ୍କୁ ସଶକ୍ତ କରିବ ବୋଲି କହିଛି ବିଜେଡି।

ବିଜେଡିରେ ମିଶିଲେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସାମ୍ପାଦିକା ରୀତାଞ୍ଜଳି ପ୍ରଧାନ

ଭୁବନେଶ୍ୱର : ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଜେପି ନେତ୍ରୀ ଗୀତାଞ୍ଜଳି ପ୍ରଧାନ । ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦିକା ଥିଲେ ଗୀତାଞ୍ଜଳି । ବୋଲଗଡ଼ ବେଗୁନିଆ ପାଇଁ କାମ କରିଛନ୍ତି । ଗୀତାଞ୍ଜଳିଙ୍କୁ ଦଳକୁ ସ୍ୱାଗତ କରିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳିଙ୍କର ରହିଛି ୨୦ବର୍ଷର ଅଭିଜ୍ଞତା । ସୂଚନା ଅନୁଯାୟୀ ରିତାଞ୍ଜଳୀ ପ୍ରଧାନ ଥିଲେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦିକା । ଆଜି ସେ ବିଜେପି ଛାଡିଛନ୍ତି ସେ ବିଶ୍ୱ ଅର୍ଥନୈତିକ ଫୋରମ୍ ସଦସ୍ୟ ଓ ବୋଲଗଡ ବେଗୁନିଆ ବିକାଶ ପାଇଁ ସେ ସର୍ବଦା ଅାଗକୁ ଅାସିଛନ୍ତି । ଗତ ୨୦ବର୍ଷରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ କରିଛନ୍ତି । କୋଟପାଡ଼ରେ ଜମିହୀନଙ୍କୁ ସେ ପଟା ଯୋଗାଇବାରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ଏଭଳି ମହିଳାଙ୍କୁ ପାଇ ବିଜେଡି ଗର୍ବିତ ବୋଲି ସସ୍ମିତ କହିଲେ ।  ରିତାଞ୍ଜଳୀ ପ୍ରଧାନ କହିଲେ ମତେ ଖରାପ ଲାଗୁଛି କହିବାକୁ ଯେ ବିଜେପିରେ କାମ କରୁଥିଲି । ଦଳରେ ଯାହା ଅନୁଭବ ରହିଲା କଣ କହିବି । ଈଶ୍ୱରଙ୍କ କୃପା ଯୋଗୁଁ ବିଜେଡିକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ ମୋତେ ଦଳରେ ସ୍ଥାନ ଦେଇଥିବାରୁ । ବିଜେପିରୁ ବିଗତ ଦିନରୁ ବହୁ ମହିଳା ଆସିଛନ୍ତି ମୋର ସମାଜସେବା ଅଭିଜ୍ଞତା ନେଇ ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କାମ କରିବି । ରେକର୍ଡ କରିବୁ ବିଜେଡି ପାଇଁ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୋର ଶକ୍ତି ସାମର୍ଥ୍ୟ ଲଗାଇ କାମ କରିବାକୁ କହିଥିଲେ ରୀତାଞ୍ଜଳି ପ୍ରଧାନ ।

ବିଜେଡିକୁ ଫେରିଲେ ଦୁଇ ଦୁଇ ଥରର ବିଧାୟକ ରାଘବଚନ୍ଦ୍ର ସେଠୀ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଘରକୁ ଫେରିଲେ ଦୁଇ ଦୁଇ ଥରର ବିଧାୟକ ରାଘବଚନ୍ଦ୍ର ସେଠୀ । ବାଲିପାଟଣାର ପୂର୍ବତନ କଂଗ୍ରେସ ବିଧାୟକ । ଜୟଦେବରୁ ମଧ୍ୟ ବିଜେଡିରୁ ହୋଇଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ରାଜ୍ୟରେ ହୋଇଥିବା ବିକାଶକୁ କଲେ ପ୍ରଶଂସା । ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ପୂର୍ବତନ ବିଧାୟକ ରାଘବ ସେଠି ଥରେ କଂଗ୍ରେସରୁ ଓ ଥରେ ବିଜେଡି ଟିକେଟରୁ ବାଲିପାଟଣା ଏବଂ ଜୟଦେବରୁ ବିଧାୟକ ହୋଇଥିଲେ ।  ସେ ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେ ଜଣେ ଦକ୍ଷ ସଂଗଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସସ୍ମିତ ପାତ୍ର । ସସ୍ମିତ କହିଲେ, ସେ ଅର୍ବାନ କୋପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି । ଲମ୍ବା ରାଜନୈତିକ ଜୀବନରେ SC ST ଙ୍କ ପାଇଁ କାମ ସହ ସାମାଜିକ ସୁରକ୍ଷା ପାଇଁ ଅତୁଳନୀୟ ଅବଦାନ ରହିଛି । ତାଙ୍କ ମିଶ୍ରଣରେ ଜୟଦେବ ଓ ଭୁବନେଶ୍ୱର ଲୋକସଭାରେ ବିଜେଡି ଆହୁରି ସଶକ୍ତ ରହିବ ।

ଯାହା ଅନୁପ୍ରାଣିତ କରିବ ବିଜେଡିକୁ ଆଗେଇବା ପାଇଁ । ରାଘବ ସେଠି କହିଲେ, ଆଜି ମୋ ପାଇଁ ଶୁଭ ଦିନ । ବିଜେପିରେ କିଛି ସମୟ କାମ କରିବା ପରେ ମୋ ପୁରୁଣା ଘରକୁ ଫେରିଛି । ମୋ ଘରେ ହିଁ ଶାନ୍ତି ପାଇବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ ଚାଳିଶ କୋଟିରୁ ଗୋଟିଏ । ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି କାହ ସହ ତୁଳନା ହୋଇ ପାରିବ ନାହିଁ । ରାଜ୍ୟର ବିକାଶ ପାଇଁ ସାରା ପୃଥିବୀରେ ମହିଳା ବିକାଶରେ ଓଡ଼ିଶା ଉଦାହରଣ। ମହିଳାଙ୍କୁ ଗୁରୁତ୍ୱ ଦେଉଛି ଦେବତ୍ୱ କାମ । ମୁଁ ଗୁଣ୍ଡୁଚି ମୂଷା ପରି ବିକାଶ ପାଇଁ ଓ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବି । ମୁଁ ଅନୁଭବ କରୁଛି ବିଜେପି ଖରାପ । ବିଜେଡିର ନେତୃତ୍ୱ ସକ୍ଷମ ଏହା ଓଡ଼ିଶା ସମୃଦ୍ଧି ପାଇଁ ଜାରି କରିବି ବିଜେପି ଅତ୍ୟନ୍ତ ଭ୍ରଷ୍ଟ ।

ବିଜେଡିକୁ ଫେରିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର: ବିଜେଡିକୁ ଫେରିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ।  ସେ ଆଜି ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କଲେ ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସସ୍ମିତ ପାତ୍ର ।

ସଞ୍ଜୟ ଦାସବର୍ମା କହିଛନ୍ତି, ରମା ରଞ୍ଜନ ସତ୍ୟବାଦୀର ଲୋକପ୍ରିୟ ବିଧାୟକ ଥିଲେ ।

ଗଞ୍ଜାମ ପୋଲସରାରେ ଫୁଟିଲା ଗୁଳି, ଜଣେ ଆହତ

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି ଭାଙ୍ଗିଲା ବାଇକ୍ ।  ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ତୋଟାସାହିରେ ଗୁଳିକାଣ୍ଡ ଘଟଣାରେ ଜଣେ ଆହତ । ଆହତ ଜଣକ ହେଲେ ବିଜେଡି ସମର୍ଥକ ଗଣେଶ ଖଟେଇ । ଗୁଳିକାଣ୍ଡର କାରଣ  ଜଣାପଡ଼ିନାହିଁ। ଆଜି ସକାଳେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।

ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ, ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଣ୍ଡିଆନଙ୍କ ଶକ୍ତ ଜବାବ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦେବେ ବୋଲି ଆଶା କରିଛନ୍ତି ।

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି,ତା’ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଭିଡିଓ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପୁରୀରେ ମଠ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଥିଲେ। ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି ଯେ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି।

ମଙ୍ଗୁ ମଠର ଉଦାହରଣ ଦେଇ ପାଣ୍ଡିଆ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା । ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

କଳାପାହାଡରୁ ଖସି ଶ୍ରମିକ ମୃତ

ଯାଜପୁର: କଳାପାହାଡରୁ ଶ୍ରମିକ ଖସି ମୃତ। ସୂଚନା ଅନୁଯାଇ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଡଙ୍କାରୀ ପାହାଡ଼ରେ ଏକ ଖାଦାନରେ ଶ୍ରମିକ କାମ କରୁଥିବା ସମୟରେ ଅତଡା ଖସିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଥବା ସୂଚନା ମିଳିଛି। ତେବେ କେତେ ଜଣ ଶ୍ରମିକ ଚାପି ହୋଇ ରହିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

ତେବେ ସମ୍ପୃକ୍ତ ଖାଦାନ ଲିଜ ଖାଦାନ କି ନାହିଁ ସେନେଇ ଘଟଣା ସ୍ଥଳରେ ରାଜସ୍ୱ ନିରୀକ୍ଷକ ତଦନ୍ତ କରୁଛନ୍ତି।