ନନ୍ଦିଘୋଷ ବ୍ୟୁରୋ: କୋଇଲା ରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବିବୃତିର ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ତାଳଚେରରେ ଥିବା ମହାନଦୀ କୋଲ ଫିଲ୍ଡ ଗତବର୍ଷ ୨୭ହଜାର ୪୫୦ କୋଟି ଟଙ୍କା ଲାଭ କରିଛି। ସେଥିରୁ ଓଡିଶାର ରୟାଲ୍ଟି ଭାଗ ୩୫୦୦ କୋଟି ଓ ଡିଏମଏଫ ପାଣ୍ଠିରୁ ହଜାରେ କୋଟି ଏମତି ଓଡିଶା ପାଇଛି ୪୫୦୦ କୋଟି। ତାଳଚେର ପ୍ରଚାର ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ଓଡିଶାର ପାଣି, ପବନ ଓ ମାଟିରୁ ଏମସିଏଲ ୨୭ହଜାର ୪୫୦ କୋଟି ଲାଭ କରୁଛି । କିନ୍ତୁ ରାଜ୍ୟକୁ ମିଳୁଥିବା ଭାଗ ସନ୍ତୋଷଜନକ ନୁହେଁ। ଏ ଟଙ୍କା କୁଆଡେ ଯାଉଛି, କିଏ ନେଉଛି ସେ କଥା ସମସ୍ତେ ଜାଣନ୍ତି। ତେଣୁ ଏବାବଦରେ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ ରାଗିଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ଅଶାଳୀନ କଥା କହୁଛନ୍ତି। ବିଜେଡି କିନ୍ତୁ ତାଳଚେର ଓ ଅନୁଗୁଳର ହକ ପାଇଁ ଲଢେଇ କରିବ। ୨୦୦୪ରୁ କୋଇଲା ରୟାଲ୍ଟି ବଢିଥିଲେ ଓଡିଶା ଏଭିତରେ ୧୦ କୋଟି ରୟାଲ୍ଟି ଓ ଡିଏମଏମ ପାଣ୍ଠିରୁ ଆଉ ୨ହଜାର କୋଟି ମିଳିଥନ୍ତା।ବିଜେପି ନେତାମାନେ ଖାଲି ଦିନରେ ଲଣ୍ଠନ ଦେଖାଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ବି ସେହି ଲଣ୍ଠନ ନେତାଙ୍କ ସହ ସାମିଲ। ତାଙ୍କ ବଡବାବୁମାନେ ଯାହା କହିବେ ମୁଣ୍ଡିଆ ମାରି ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କଲେ ଭୋଟର
ନନ୍ଦିଘୋଷ ବ୍ୟୁରୋ: ଚଳିତ ନିର୍ବାଚନରେ ମାଓ ଅଞ୍ଚଳ ଉପରେ ଥିଲା ସମସ୍ତଙ୍କ ନଜର । ତେବେ ମାଓଗଡ଼ ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କରିଛନ୍ତି ଭୋଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ୩୪ଟି ଗାଁ ପାଇଁ ଦୁଇଟି ବୁଥ ହୋଇଥିଲା । ବୁଡୁଣି ୧୬ଟି ଗାଁର ଓ ପାର୍ସାଲିରେ ୧୮ଟି ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ ଦେଇଛନ୍ତି ଭୋଟ । ମାଓବାଦୀ ଅଞ୍ଚଳ ହୋଇଥିବାରୁ ପାହାଡ଼ ଚାରିପଟେ ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ପ୍ରଥମ ଥର ଭୋଟ୍ ଦେଇଛନ୍ତି ତୁଳସୀଘାଟି ଭୋଟର । ମାଓବାଦୀଙ୍କ ନାଲିଆଖି ଯୋଗୁ ଗଣତନ୍ତ୍ରର ପର୍ବରେ ସାମିଲ ହୋଇପାରୁ ନଥିଲେ । ଏବେ କିନ୍ତୁ ମାଓ ଭୟ ନଥିବାରୁ ନିଶ୍ଚିନ୍ତରେ ଭୋଟ୍ ଦେଇଛନ୍ତି । ସେପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ହନୁମାଳ ମାଓ ଅଞ୍ଚଳରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ଅଞ୍ଚଳବାସୀ । ଲମତାପୁଟ ବ୍ଲକର ୫୩ଟି ପୋଲିଙ୍ଗ ବୁଥରେ ଭୋଟ ଦେବାପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ସେହିପରି କୋରାପୁଟ ଜିଲ୍ଲାର କୋଟିଆରେ ଶାନ୍ତି ଶୃଙ୍ଖଳାର ସହ ସରିଛି ଭୋଟିଂ । କୋଟିଆ ,ତଳକାଣ୍ଟି, ଫଗୁଣସିନେରି, ମାଡକାର୍, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର, ରଣାସିଂ ଠାରେ ଭୋଟ ଗ୍ରହଣ ପାଇଁ ୯ଟି ବୁଥ କରାଯାଇଥିଲା । ତେବେ ସବୁଠାରୁ ଉତ୍ସାହ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ । ପ୍ରଥମଥର ପାଇଁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜ ଅଞ୍ଚଳରେ ଭୋଟ ଦେଇଥିଲେ ସ୍ବାଭିମାନ ଅଞ୍ଚଳବାସୀ । ମାଓବାଦୀଙ୍କ ଭୟରେ ନିର୍ବାଚନରୁ ଅନେକ ସମୟରେ ବଞ୍ଚିତ ଥିବା ଭୋଟର ନିଜ ଅଞ୍ଚଳରେ ଭୋଟ ଦେଇ ଖୁସି ପ୍ରକାଶ କରିଛନ୍ତି । ନୂଆ ଭୋଟରଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ମହିଳା ସଭିଏଁ ଲମ୍ବା ଧାଡ଼ିରେ ଯାଇ ମତାଧିକାର ସାବ୍ଯସ୍ତ କରିଥିଲେ ।
ବୈଶାଖ ମାସରେ ନୃସିଂହନାଥଙ୍କ ପୀଠରେ ଲାଗି ହେଉଛି ପଖାଳ ଭୋଗ
ନନ୍ଦିଘୋଷ ବ୍ୟୁରୋ: ସାରା ରାଜ୍ଯରେ ବଢ଼ିଚାଲିଛି ଗ୍ରୀଷ୍ମପ୍ରବାହ। ସେହି ଅନୁସାରେ ଜନସାଧାରଣ ଖାଦ୍ୟ ପାନୀୟ ପରିବର୍ତ୍ତନ କରୁଛନ୍ତି। ଏଥିରୁ ବିଭିନ୍ନ ଦେବାଦେବୀ ବାଦ ପଡ଼ିନାହାନ୍ତି। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି ।
ବରଗଡ ଜିଲ୍ଲାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତ । ପର୍ବତର ପାଦ ଦେଶରେ ଘଞ୍ଚ ବନାନୀ ଘେରା ପରିବେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ଯତମ ସ୍ବରୂପ ମାର୍ଜାରକେଶରୀ । ତେବେ ବୈଶାଖ ମାସର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ନୃସିଂହନାଥଙ୍କ ପୀଠରେ ହୋଇଛି ସ୍ଵତନ୍ତ୍ର ବ୍ଯବସ୍ଥା । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଓ ଚନ୍ଦନ ଲେପନ କରାଯିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ପଖାଳ ଭୋଗ ଲାଗି ହୋଇଥାଏ ।
ଦୀର୍ଘ ବର୍ଷ ଧରି ବୈଶାଖ ମାସରେ ନୃସିଂହନାଥଙ୍କ ପୀଠରେ ଲାଗି ଆସୁଛି ପଖାଳ ଭୋଗ । ସାତଦିନ ଧରି ଲାଗିହୋଇଥାଏ ପଖାଳ ଭୋଗ । ଅପରାହ୍ନରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ପଖାଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ମନ୍ଦିର କମିଟି ତରଫରୁ ପଖାଳ ଭୋଗ ମାଟି ନିର୍ମିତ ପାତ୍ରରେ ବିନା ମୂଲ୍ଯରେ ଭକ୍ତଙ୍କୁ ଦିଆଯାଉଛି । ତେବେ ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ପ୍ରସାଦ ପାଇ ନିଜକୁ ସୌଭାଗ୍ଯ ମନେ କରୁଛନ୍ତି ।
ବିଭିନ୍ନ ଦେବାଦେବୀଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାର ଭୋଗ ଲାଗୁଥିବାବେଳେ ବରଗଡ ଜିଲ୍ଲାର ପ୍ରସିଦ୍ଧ ଧର୍ମପୀଠ ନୃସିଂହନାଥଙ୍କ ଠାରେ ବୈଶାଖ ମାସରେ ଲାଗିଥାଏ ପଖାଳ ଭୋଗ । ଯାହାକୁ ପାଇବା ପାଇଁ ଭକ୍ତ ମାନେ ବହୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ନୃସିଂହନାଥ ପୀଠକୁ ।
ଅପହଞ୍ଚ ଅଞ୍ଚଳରେ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ
ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଦଲଦଲି ସାହି ଲୋକଙ୍କ ଦୁଃଖ ହେଲା ଦୂର । ଗାଁରେ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ । ସ୍ବେଚ୍ଛାସେବୀମାନେ ନିଜ ଖର୍ଚ୍ଚରେ ଗାଁରେ ନିର୍ମାଣ କରିଛନ୍ତି ରାସ୍ତା । ଏଥିରେ ସହଯୋଗର ହାତ ବଢ଼ାଇଥିଲେ ସମାଜସେବୀ। ଏନେଇ ଅଞ୍ଚଳବାସୀ ଖୁସି ବ୍ଯକ୍ତ କରିଛନ୍ତି ।
ଅପହଞ୍ଚ ଅଞ୍ଚଳରେ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ । ଏଣିକି ଗାଁକୁ ପଶିବ ଆମ୍ବୁଲାନ୍ସ । ଉପକୃତ ହେବେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ କପଣ୍ଡ ଗାଁର ଦଲଦଲି ସାହି ଲୋକ । ଏଠାରେ ବାସ କରନ୍ତି ୨୫ରୁ ଅଧିକ ପରିବାର । ୩୦ ବର୍ଷରୁ ଅଧିକ ବର୍ଷ ହେବ ସ୍ଥାପିତ ଏହି ସାହିରେ ଭଲ ରାସ୍ତା ନଥିବାରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଖଟିଆର ଆଶ୍ରା ନେବାକୁ ପଡୁଥିଲା । ଏହାକୁ ଦେଖି ଅଞ୍ଚଳର କିଛି ସ୍ଵେଚ୍ଛାସେବୀ ଯୁବକ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି । ଏବେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
ସ୍ଵେଚ୍ଛାସେବୀଙ୍କ ପକ୍ଷରୁ ଗାଁରେ ନିର୍ମାଣ ହୋଇଛି ରାସ୍ତା । ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ଭରତ ମହାନ୍ତି ଓ ତାଙ୍କ ସାଥି । ସମାଜସେବୀଙ୍କ ପକ୍ଷରୁ ରାସ୍ତାରେ ମାଟି ପକାଇ ଚଳପ୍ରଚଳ ଯୋଗ୍ଯ କରିବା ପରେ ଚିକିତ୍ସା ପାଇଁ ରୋଗୀଙ୍କୁ ମେଡିକାଲ ନେବାକୁ ଅସୁବିଧା ହେଉନାହିଁ ।
ପାଲଲହଡ଼ାରେ ଧର୍ମେନ୍ଦ୍ରଙ୍କୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ
ନନ୍ଦିଘୋଷ ବ୍ୟୁରୋ: ପାଲଲହଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର । ନିଜ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ କାର୍ତ୍ତିକ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ । କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ । କିନ୍ତୁ କଲେ ନାହିଁ I ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଗାଁ ସ୍କୁଲକୁ ଯାଇ 5T ରୂପାନ୍ତରଣ ଦେଖି ଆସନ୍ତୁ।
* ମାଗଣାରେ ଉଜ୍ଜଳା ଗ୍ଯାସ ମିଳିବ କହିଥିଲେ ହେଲେ ମିଳିଲା ନାହିଁ, ତେଲ ଦର କମିବ କହିଥିଲେ କିନ୍ତୁ କମିଲା ନାହିଁ।
* ଏ ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନ ଙ୍କୁ ଭୁଲି ଗଲେ କେନ୍ଦ୍ରମନ୍ତ୍ରୀ। ନବୀନ ସରକାର ପବିତ୍ର ମୋହନ ଙ୍କୁ ସମ୍ମାନ ଦେଇ ତାଙ୍କର ସ୍ମୃତି ପିଠ ନିର୍ମାଣ କରିବା ସହିତ ତାଳଚେର ମେଡିକାଲ କଲେଜ ଏବଂ ତାଳପଦା ସେତୁ କୁ ପବିତ୍ର ବାବୁ ଙ୍କ ନାମ ରେ ନାମିତ କରିଛନ୍ତି।
- ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ।
- ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ
- ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍ ଛାଡ ହେବ କିନ୍ତୁ ଏହି କଥା ଶୁଣି ବିରୋଧୀ ଦଳ କୁ କରେଣ୍ଟ ଲାଗୁଛି।
- ପାଲଲହଡା ରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା ପାଲଲହଡା ବାସୀଙ୍କୁ ବିକାଶ କାମର ହିସାବ ଦେଲେ।
* ଆଗାମୀ ୨୫ ତାରିଖ ରେ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ପଚାଶ ହଜାର ଭୋଟ ରେ ବିଜୟି କରିବେ।
କେକେଆରର ଏହି ଭୁଲ ନିଷ୍ପତ୍ତି ନେଇ ଗମ୍ଭୀର କଲେ ଖୁଲାସା
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ବେଶ ରୋମାଞ୍ଚକ ହେଉଛି । ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେଅଫରେ ପ୍ରବେଶ କରିଛି । ଏବେ ବାକି ୩ଟି ସ୍ଥାନ ପାଇଁ ୭ ଟିମ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ତେବେ କୋଲକାତା ଦମଦାର ପ୍ରଦର୍ଶନ କରୁଥିବାବେଳେ ଗମ୍ଭୀରଙ୍କୁ ମଧ୍ୟ ଶ୍ରେୟ ଯାଉଛି । ଗୌତମ ଗମ୍ଭୀର ଟିମର ମେଣ୍ଟର ରହିଥିବାବେଳେ ଦଳର ସଫଳତାକୁ ନେଇ ସେ ଅନେକ ଗୁମର କଥା କହିଛନ୍ତି ।
ଏହାସହ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ଏକ ଭୁଲ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ସୂର୍ଯ୍ୟକୁମାର ଯାଦବ ଏବେ ଦମଦାର ଫର୍ମରେ ରହିଛନ୍ତି । ଗମ୍ଭୀର ଅଧିନାୟକତ୍ବ ସମୟରେ ସେ କୋଲକାତା ନାଇଟ ରାଇଡର୍ସ ଦଳର ସଦସ୍ୟ ଥିଲେ । ମାତ୍ର ୨୦୧୭ରେ କୋଲକାତା ତାଙ୍କୁ ଛାଡ଼ି ଦେଇଥିଲା । ଆଉ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଥିବାବେଳେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏହା କେକେଆରର ଏକ ଭୁଲ ନିଷ୍ପତ୍ତି ବୋଲି ଗମ୍ଭୀର କହିଛନ୍ତି ।
ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏପଟେ ରାଜ୍ୟରେ ସୋମବାରଠୁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଦିନ ୩ଟା ସୁଦ୍ଧା ରାଜ୍ୟରେ ୫୨.୯୧ ପ୍ରତିଶତ ମତଦାନ ହୋଇଛି ।
ଗଜପତି ୪୫.୨୯%
ଗଞ୍ଜାମ ୪୪.୩୯%
ନୂଆପଡା ୫୮.୨୫ %
କଳାହାଣ୍ଡି ୫୭.୯୧%
କୋରାପୁଟ ୫୩.୨୭%
ମାଲକାନଗିରି ୫୩.୬୫ %
ନବରଙ୍ଗପୁର ୫୬.୭୬%
ରାୟଗଡା ୫୩.୬୦%
ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ, ଜାଣନ୍ତୁ କାହିଁକି ଏଭଳି କହିଲେ ରାହୁଲ ଗାନ୍ଧୀ
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ନିର୍ବାଚନୀ ପ୍ରଚାର । ସୋମବାର ଦେଶରେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ରାୟବରେଲିରେ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି । ସୋମବାର ରାୟବରେଲିରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ପହଞ୍ଚିଥିବାବେଳେ ସାଧାରଣ ସଭାରେ ସମ୍ବୋଧନ କରିବା ପାଇଁ ଯାଇ ରାହୁଲ କହିଛନ୍ତି କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ଏହାସହ ରାହୁଲ କହିଛନ୍ତି କି, କଂଗ୍ରେସ ସରକାର ଆସିବା ମାତ୍ରେ ଋଣ ଛାଡ଼ ପ୍ରଥମ କାମ ହେବ । ଦ୍ବିତୀୟରେ ଚାଷୀଙ୍କ ପାଇଁ ଆଇନଗତ ସହାୟତା ଆଣିବ । ଏହସହ ୩୦ଦିନ ମଧ୍ୟରେ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଯିବ ।
ଏଭଳି ସାଧାରଣ ସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ବିଜେପି ସରକାରକୁ ମଧ୍ୟ କଟାକ୍ଷ କରିଛନ୍ତି ରାହୁଲ । ଏ ଲଢ଼େଇ ହେଉଛି କୃଷକ ଏବଂ ଗରୀବଙ୍କ ପାଇଁ । ଏହାସହ କଂଗ୍ରେସ ସରକାର ଆସିଲେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି । ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେଇଥିବାବେଳେ କଂଗ୍ରେସ ସରକାର ଆସିଲେ ଅଗଷ୍ଟ ୧୫ ସୁଦ୍ଧା ଯୁବକ ଯୁବତୀମାନଙ୍କୁ ୩୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରାଯିବ । ସେପଟେ ସାଧାରଣ ସଭାରେ ରାହୁଲ ସମ୍ବୋଧନ କରିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାହିଁକି ବିବାହ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ ହସିବା ସହ କହିଥିଲେ କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ସେ ମଜାରେ ଏଭଳି କହିଥିବାବେଳେ ଏହି ସମୟର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ, ବିଧାୟକ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର
ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳିରେ ବିଜେପିର ଦାଦାଗିରି । ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଏକ ବୁଥ୍ ନିକଟରେ ଅଶାଳୀନ ବ୍ଯବହାର ଅଭିଯୋଗ । ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରିଥିଲେ ବିଜେପି କର୍ମୀ ।
ବିକ୍ରମ ପଣ୍ଡା ବୁଥ ଅନୁଧ୍ଯାନ ପାଇଁ ଯାଉଥିବାବେଳେ କିଛି ବିଜେପି କର୍ମୀ ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଓ କର୍ମୀଙ୍କୁ ଅଶାଳୀନ ବ୍ଯବହାର କରିଥିବା ଅଭିଯୋଗ ହୋଇଛି ।
ସେପଟେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ୩ ବିଜେଡି କର୍ମୀ ଫେରୁଥିବାବେଳେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ବିଜେଡି କର୍ମୀ ହେଲେ କେ. ସନ୍ତୋଷ ଦାସ, କେଦାର ବେହେରା ଓ ବିକି ବେହେରା । ସମସ୍ତେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବିଜେଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ବିଜେପି କର୍ମୀ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଚେନ ଓ ମୁଦି ଲୁଟ୍ କରିଛନ୍ତି ।
ଓଡିଶା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଫାଳ ହେବ
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ବିଜେଡି ୪ ଲୋକସଭା ଓ ୯୦ ପ୍ରତିଶତ ବିଧାୟକ ଆସନ ଜିତିବ । ଏହା ଜାଣିପାରି ବିଜେପି ନେତାଙ୍କ ମୁହଁ ଶୁଖି ଯାଇଥିବାବେଳେ ମନୋବଳ ମଧ୍ଯ ଭାଙ୍ଗିଯାଇଛି । ସେଥିପାଇଁ ବିଜେପିର ପାଞ୍ଚ ତୁଙ୍ଗ ନେତା ପ୍ରେସମିଟ କରି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ । କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନେ ଏହି ପ୍ରେସମିଟ କରିଥିଲେ । ତେବେ ଏହା ଫସର ଫାଟିଯାଇଥିଲା ।
ବିଜେଡି କହିଛି, ଶ୍ରୀମନ୍ଦିର ଓ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ଡ୍ରାମା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ । ଯାହା ରାଜ୍ୟବାସୀ କେବେ ଭୁଲିବେ ନାହିଁ । ଏଏସଆଇ, ଏନଏମଏ, ଜରିଆରେ ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ନିଜ ଅନୁଗତଙ୍କୁ ଲଗାଇ ସୁପ୍ରିମକୋର୍ଟ ଯାଇଥିଲେ । ଧର୍ମେନ୍ଦ୍ର ନିଜେ ଏହା ବିରୋଧ କରିବା କଥା କହିଥିଲେ । ବିଜେଡି ଏହାକୁ ବନ୍ଦ କରିବାକୁ ବିଜେପି ଇସ୍ତାହାରରେ ଲେଖିବାକୁ କହିଥିଲା । ସେତେବେଳେ କଥା ବଦଳାଇ ଦୋମୁହାଁ ନୀତି ଦେଖାଇଲେ । କିଭଳି ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ ଧର୍ମେନ୍ଦ୍ର ଅଣ୍ଡା ମାଡ଼ କରାଇଥିଲେ । ଯାହାକୁ ଓଡ଼ିଶାବାସୀ ପଂଚାୟତ ନିର୍ବାଚନରେ ଜବାବ ଦେଲେ ।
ବିଜେପୁର ଉପନିର୍ବାଚନରେ ଚପଲ ମାଡ଼ କଲେ । ଲୋକେ ଜବାବ ଦେଲେ । ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାହା ଟିପ୍ପଣୀ ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ସେମାନେ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖାନ କରିବେ । ମହାନଦୀ ରାଜନୀତି କରି ଛତିଶଗଡକୁ ସୁହାଇଲେ ଧର୍ମେନ୍ଦ୍ର । ଛତିଶଗଡ ମନ୍ତ୍ରୀଙ୍କୁ ଆଣି ଓଡ଼ିଶାରେ ପ୍ରଚାର ଚଳାଇଛନ୍ତି । ଧର୍ମେନ୍ଦ୍ର ଛତିଶଗଡ ପାଇଁ ଓକିଲାତି କରିଥିଲେ । ଓଡ଼ିଶାବାସୀଙ୍କୁ ଏବେ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ ।
ଅନ୍ଯପଟେ ବିଜେପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତା । ହେଲେ ଆଶାୟୀଙ୍କ ଭିତରେ ଏତେ ଯୁକ୍ତି ହେଲା ଯେ ଏହା ଶେଷରେ ବାତିଲ ହୋଇଥିଲା । ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ ବୋଲି ସେମାନେ ଜାଣିଛନ୍ତି । ବୋଧହୁଏ ମନମୋହନ ସାମଲଙ୍କ ଦଳରେ ସମ୍ମାନ ନାହିଁ । ଓଡ଼ିଶା ନିବାସ ଘଟଣା ପରେ ବୋଧେ ଆଉ ତାଙ୍କ ଗୁରୁତ୍ୱ ନାହିଁ । ମହିଳା ଭୋଟ ତାଙ୍କ ପାଇଁ କମୁଛି । ଦୟନୀୟ ସ୍ଥିତିରେ ଏପରି ଓଡ଼ିଶା ବିଜେପି ଅଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପାରୁ ନାହିଁ ବୋଲି କଟାକ୍ଷ କରିଛନ୍ତି ମୁଖପାତ୍ର ସୁଲତା ଦେଓ । ସେହିପରି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଶାଣିତ ଆକ୍ରମଣ କରିଛି ବିଜେଡି । ବୈଜୟନ୍ତ ପଣ୍ଡା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ତାଙ୍କ ଆଖି ଅପରେସନ ହୋଇଛି । ବୋଧହୁଏ ମୁଣ୍ଡରେ ଗୋଳମାଳ ହୋଇଯାଇଛି । ତେଣୁ ଅବାନ୍ତର, ଅବାସ୍ତବ କଥା କହୁଛନ୍ତି । ଦଳ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।

