କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଅନେକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ। କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରାଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ୨୦୨୪ରେ ରେକର୍ଡ ମାର୍ଜିନରେ ମୁଖ୍ୟମନ୍ତ୍ରୀ ଜୟଯୁକ୍ତ ହେବେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶ ହେବ ବୋଲି କହିଥିଲେ କର୍ମୀ ।
ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବହିଷ୍କାର କଲା ୟୁକ୍ରେନ
ନନ୍ଦିଘୋଷ ବ୍ୟୁରୋ : ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବହିଷ୍କାର କରିଛି ୟୁକ୍ରେନ । ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍ଜାଣ୍ଡାର କୁବ୍ରାକୋଭ୍ ଏବଂ କୃଷିମନ୍ତ୍ରୀ ମାଇକୋଲା ସୋଲସ୍କିଙ୍କ ବହିଷ୍କାରକୁ ଏମ୍ପିମାନେ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଏହା ସହିତ ଉପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।
ପୁନଃନିର୍ମାଣ କାର୍ଯ୍ୟକ୍ରମର ତଦାରଖ କରିବା ଏବଂ ରୁଷିଆ ଅବରୋଧ ମଧ୍ୟରେ ବ୍ଲାକ ସାଗର ଜାହାଜ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା ସହିତ କୁବ୍ରାକୋଭଙ୍କର ଅନେକ ଦାୟିତ୍ୱ ଥିଲା। କୁବ୍ରାକୋଭ କହିଛନ୍ତି, ତାଙ୍କ ବରଖାସ୍ତ ପୂର୍ବରୁ ତାଙ୍କ ସହ କୌଣସିି ଆଲୋଚନା ହୋଇନାହିଁ କିମ୍ବା ଏମ୍ପିରେ ତାଙ୍କ କାର୍ଯ୍ୟକାଳ ଉପସ୍ଥାପନ କରିବାକୁ ତାଙ୍କୁ କୌଣସି ସୁଯୋଗ ଦିଆଯାଇ ନାହିଁ।
କୃଷିମନ୍ତ୍ରୀ ସୋଲସ୍କିଙ୍କ ଇସ୍ତଫା ମଧ୍ୟ ସଂସଦ ଗ୍ରହଣ କରିଛି। ସରକାରୀ ଜମିକୁ ବେଆଇନ ଦଖଲ ପାଇଁ ତାଙ୍କ ବିରୋଧରେ ତଦନ୍ତ ଚାଲିଛି। ଏହି ଦୁଇ ମନ୍ତ୍ରୀଙ୍କୁ କିଏ ବଦଳାଇବ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍ସ୍କି ବ୍ରିଟେନର ରାଷ୍ଟ୍ରଦୂତ ଭାବରେ ଲୋକପ୍ରିୟ ପୂର୍ବତନ ସେନା ମୁଖ୍ୟ ଭାଲେରୀ ଜାଲୁଞ୍ଜୟୀଙ୍କୁ ନିଯୁକ୍ତ କରିଛନ୍ତି
ହୁ ହୁ ହୋଇ ଜଳିଲା ଜିମ୍ , ନିଆଁ ଲିଭାଇବା ପାଇଁ ୪ଟି ଅଗ୍ନିଶମ ଗାଡି ନିୟୋଜିତ
ପାଟନା : ହୁ ହୁ ହୋଇ ଜଳିଲା ଜିମ୍ । ବିହାର ରାଜଧାନୀ ପାଟନାର ସିପାରା ଅଞ୍ଚଳରେ ଏକ ଜିମରେ ବଡ଼ ଧରଣର ଅଗ୍ନିକାଣ୍ଡ । ସୂଚନା ଅନୁଯାୟୀ, କୋଠାର ଉପର ମହଲାରେ ଥିବା ହେଲଥ କ୍ଲବ ଜିମରେ ଭୀଷଣ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାଫଳରେ ସେହି ଅଞ୍ଚଳରେ ବିଦ୍ୟୁତ କାଟ କରାଯିବା ସହ ଟ୍ରାଫିକ ମଧ୍ୟ ବନ୍ଦ ରହିଛି।
ଖବର ପାଇ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭାଉଛି। ନିଆଁ ଲାଗିବା ପରେ ବିଲଡିଂରୁ ପ୍ରବଳ ଧୂଆଁ ମଧ୍ୟ ଉଠୁଥିଲା। ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ଚାରିଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଜିମ୍ ସମେତ ବିଲ୍ଡିଂରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କା ପାଉଁଶ ହୋଇଯାଇଛି।
ସାଇବର ସ୍କାମ୍ : ରାଶନ ଟଙ୍କା ନାଁରେ ପୋଛି ନେଲେ ୧.୬ କୋଟି ଟଙ୍କା
ନୂଆଦିଲ୍ଲୀ : ଦିନକୁ ଦିନ ଟଙ୍କା ହଡ଼ପ କରିବା ପାଇଁ ସାଇବର ଠକ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏବେ ସାଇବର ଠକ ରାଶନ ଟଙ୍କା ଆଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି । ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଠାରୁ ୧ କୋଟି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟ ଖାଲି ହୋଇଯାଇଛି । ରାଶନ ଟଙ୍କା ଏବଂ ପାର୍ସଲ ନାଁରେ ତାଙ୍କ ଟଙ୍କା ସବୁ ସାଇବର ଠକର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି ।
ସ୍କାମର୍ସମାନେ ନିଜକୁ ଏକ ଇଣ୍ଟରନ୍ୟାସନାଲ କୋରିୟର ସର୍ଭିସର କର୍ମଚାରୀ ପରିଚୟ ଦେଇ ସେହି ବ୍ୟକ୍ତିଙ୍କ ଠାରୁ ୧.୬ କୋଟି ଟଙ୍କା ଠକି ନେଇଥିବା ପୋଲିସ କହିଛି । ସେମାନେ କହିଥିଲେ କି ଆପଣଙ୍କ ନାଁରେ ଏକ ପାର୍ସଲ ରହିଛି ଯେଉଁଥିରେ ଔଷଧ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରହିଛି । ଏଥି ସହିତ ତାଙ୍କୁ ରାଶନ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ତଥ୍ୟ ନେଇ ଯାଇଥିଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା ଏପରି ଭାବେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି । ଘଟଣାକୁ ନେଇ ସାଇବର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଡାକ୍ତର ଶୁବ୍ରହମ୍ ପାଣିଙ୍କ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଡାକ୍ତର ଶୁବ୍ରହମ୍ ପାଣିଙ୍କ ଦ୍ୱାରା ଲିଖିତ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚନ ହୋଇଛି । ପ୍ରେମ, ମାନବିକତା, ଉତ୍ସାହ, ଦୁଃଖ ଓ ବ୍ଯକ୍ତିଗତ ବିକାଶ ବିଷୟକୁ ନେଇ ଏଥିରେ ବର୍ଣ୍ଣନା କରାଯାଇଛି । ଡାକ୍ତର ପାଣି କାହାଣୀର ମୁଖ୍ଯ ଚରିତ୍ର ରୋଜାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରି ଗଳ୍ପଟିକୁ ରୂପ ଦେବା ସହ ଏକ ଚେତନାଧର୍ମୀ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ।
ପୁସ୍ତକଟି ଅନଲାଇନ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟରେ ଉପଲବ୍ଧ ହୋଇ ସାରିଥିବାବେଳେ ଅଫଲାଇନରେ ଖୁବ୍ ଶୀଘ୍ର ବଜାରରେ ମଧ୍ୟ ଉପଲବ୍ଧ ହେବ। ଏହା ଛଡା ଏହି ପୁସ୍ତକର ଲାଭାଂଶ କକର୍ଟ ରୋଗୀଙ୍କ ଉପରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ଡାକ୍ତର ଶୁବ୍ରହମ୍ ସର୍ବଦା ତାଙ୍କ ଲେଖାରେ ଏକ ଉଚ୍ଚକୋଟୀର ସାହିତ୍ଯ ଛିଟା ଛାଡ଼ିଯିବାକୁ ପ୍ରୟାସ କରିଥାନ୍ତି , ଯାହାକି ତାଙ୍କର ଆଗାମୀ ପୁସ୍ତକ ‘ଟର୍ଣ୍ଣିଙ୍ଗ୍ ଦ ଟାଇଡ’ରେ ମଧ୍ୟ ପରିଲକ୍ଷିତ ହେବ । ଏହା ଏକ ସତ୍ଯ କାହାଣୀ ଉପରେ ଆଧାରିତ କୋଭିଡ୍ ସମୟରେ ରୋଗୀଙ୍କ ଦୁଃଖ, ଯନ୍ତ୍ରଣା ଓ ଡାକ୍ତରମାନଙ୍କର ବୀରତ୍ୱପୂର୍ଣ୍ଣ ଭୂମିକାକୁ ଅତି ନିଚ୍ଛକ ଭାବେ ସେ ବର୍ଣ୍ଣନା କରିଛନ୍ତି ।

