ଯାଜପୁର: ଯାଜପୁର ଜିଲ୍ଲାର ସମ୍ମାନଜନକ ଆସନ କୋରାଇ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ନାମାଙ୍କନ ଭରିଛନ୍ତି । ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା ପରେ ଶହ ଶହ ସମର୍ଥକଙ୍କ ସହ ଯାଜପୁରରେ ପହଂଚିଥିଲେ। ଯାଜପୁର ଉପଜିଲ୍ଲାପାଳଙ୍କ ପାଖରେ ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରାଇ ଆସନରୁ ରାଜ୍ୟର ସ୍ୱାଭିମାନି ପୁରୁଖା ନେତା ସ୍ବର୍ଗତ ଅଶୋକ ଦାସ ଲଗାତାର ପ୍ରତିନିଧିତ୍ଵ କରୁଥିଲେ। ଅଶୋକ ଦାସଙ୍କ ଗଡ଼ ବୋଲି କୁହାଯାଉଥିବା କୋରାଇରୁ ଏବେ ତାଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। କୋରାଇ ଆସନରେ ଦୁଇ ବିଜେପି ଆଶାୟୀ ପ୍ରାର୍ଥୀ ଏବଂ ଅନ୍ୟ ଦଳ ଓ ସଂଘଠନ ରୁ ଶହ ଶହ ବିଜେଡିର ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି। ନାମାଙ୍କନ ପୂର୍ବରୁ କୋରାଇ ର ଧନେଶ୍ୱର ଠାରେ ସମସ୍ତଙ୍କୁ ନେଇ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ ସଂଧ୍ୟାରାଣୀ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ମାଆ ହୋଇଥିବାରୁ ଏଠାରେ କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଛି।
ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନ, ଯୋଗଦେଲେ ହଜାର ହଜାର ଜନତା
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୁରୁବାର ପ୍ରଥମେ କନିଷି ଏବଂ ପରେ ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ । ଆପଣ ମୋତେ କୁହନ୍ତୁ ବିଏସକେୱାଇ ଯୋଜନା ଭଲ କି ନାହିଁ ? ମିଶନ ଶକ୍ତି .. ଭଲ କି ? ଲକ୍ଷ୍ମୀ ବସ ..ଭଲ କି ? ସ୍କଲାରସିପ୍ ଭଲ କି ?. କାଳିଆ ଯୋଜନା … ଭଲ କି ? ମଧୁବାବୁ ପେନସନ୍ ଯୋଜନା ଭଲ କି ? ପୁରୀ କାମ ଭଲ କି ?… ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜନତା ଏକ ସ୍ବରରେ ହଁ ମାରିଛନ୍ତି । ସେପଟେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳର ନେତା ମିଛ କହୁଛନ୍ତି । ବିରୋଧୀ ଦଳର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ଶଂଖରେ ଭୋଟ୍ ଦିଅନ୍ତୁ । ଏମପି ଓ ଏମଏଲ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ପରେ କାର୍ତ୍ତିକ ପାଣ୍ଡିଆନ ନିଜର ଉଦବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଇ ମାଟିରୁ ଜଣେ ମହାନ ଜନନାୟକଙ୍କ ଜନ୍ମ ହୋଇଛି । ଏହି ମହାନ ଜନନାୟକ କିଏ ? ଯେଉଁ ଯାତ୍ରା ଆସ୍କାରୁ ଆରମ୍ଭ ହୋଇଥିଲା ତାହା ବିକାଶର ଯାତ୍ରାରେ ପରିଣତ ହୋଇଛନ୍ତି । ମଂଚରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା ଅଛନ୍ତି । ଏମପି ପ୍ରାର୍ଥୀ ମଧ୍ୟ ମହିଳା । ଆମେ ମହିଳାଙ୍କୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମହିଳାଙ୍କୁ ଆଗକୁ ଆଣିବି ।ଆପଣ ଦେଖିଥିବେ କଂଗ୍ରେସ କିଛି ଦିନ ତଳେ ମେନିଫେଷ୍ଟୋ ଜାରି କରିଥିଲା । ତାଙ୍କ ନିଜ ଦଳ ଲୋକ ମଧ୍ୟ ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ମଧ୍ୟ ମେନିଫେଷ୍ଟୋ ମଧ୍ୟ ଜାରି କରିଛି । ୨୦୧୪ରେ ବିଜେପି ତା’ ମେନିଫେଷ୍ଟୋର ବହୁତ କିଛି ପ୍ରତିଶ୍ରୁତି ଦେଇଥିଲା. କିଛି ପୁରଣ କଲା କି ? ୨୦୧୯ରେ ମଧ୍ୟ ବିଜେପି ଗୋଟିଏ ମେନିଫେଷ୍ଟୋ ଜାରି କରିଥିଲା । ସେତେବେଳେ ମଧ୍ୟ ବହୁତ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ପୁରଣ ହେଲା କି ? ଆଜି ଆମ ମୁଖ୍ୟମନ୍ତ୍ରୀ ବିଜେଡିର ମେନିଫେଷ୍ଟୋ ଜାରି କରିବେ । ଆଜି ସଂଧ୍ୟାବେଳେ ମେନିଫେଷ୍ଟୋ ଜାରି କରିବେ,ଯାହା ବିଶେଷକରି ଛାତ୍ରାମାନଙ୍କ ପାଇଁ ଖୁସୀର ଖବର ହେବ ।
ଚାଷୀ,ଛାତ୍ର ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହି ମେନିଫେଷ୍ଟୋକୁ ନେଇ ଖୁସି ହେବେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ ପହଂଚାଇବା । ବିଜେପି ବାଲାଙ୍କ ଅପପ୍ରଚାରକୁ ରୋକିବା । ଓ଼ଡିଶାର ଭାଇଭଉଣୀଙ୍କ ମୁହଁରେ ହସ ଫୁଟାଇବା ।
ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା, ବୃଦ୍ଧି ପାଉଛି ମୁସଲମାନଙ୍କ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର । ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା । ହିନ୍ଦୁଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଛି । ତେବେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେବଳ ଭାରତ ନୁହେଁ ନେପାଳ ଏବଂ ମିଆଁମାରରେ ମଧ୍ୟ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ସେପଟେ ପାକିସ୍ତାନ ଏବଂ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବାଲାଂଦେଶରେ ୧୮ ପ୍ରତିଶତ ଏବଂ ପାକିସ୍ତାନରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଅଧ୍ୟୟନରୁ ଜଣାପଡ଼ିଛି କି, ଏହି ଅଧ୍ୟୟନ ୧୯୫୦ରୁ ୨୦୧୫ ପର୍ଯ୍ୟନ୍ତ ରହିଛି । ଭାରତରେ ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ , ଏବଂ ଶିଖଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୁସଲମାନଙ୍କ ସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୫.୩୮ ପ୍ରତିଶତ ଏବଂ ଶିଖଙ୍କ ସଂଖ୍ୟା ୬. ୫୮ ପ୍ରତିଶତ ବୃଦ୍ଧି ହୋଇଛି ।
ତେବେ ଏହି ଅଧ୍ୟୟନ ଅନୁଯାୟୀ, ୧୯୫୦ ମସିହାରେ ଭାରତରେ ୮୪.୬୮ ପ୍ରତିଶତ ହିନ୍ଦୁ ରହିଥିଲେ । ମାତ୍ର ୨୦୧୫ ମସିହାରେ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ୧୯୭୧ ମସିହାରେ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି ।
କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: ବିରୋଧୀଙ୍କୁ ପୁଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ। ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁନି ବୋଲି ସାଧାରଣ ଜନତାଙ୍କୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ସାଧାରଣ ସଭାରେ ଯୋଗ ଦେଇ ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାର କରଥିବା ଯୋଜନା ଗୁଡିକ କେମିତି ବୋଲି ଜନତାଙ୍କୁ ପଚାରିଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କ BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା ଭଲ କରି ବୋଲି ପଚାରିଥିଲେ। ଏହାସହ ଲକ୍ଷ୍ମୀ ବସ, ଫାଇଭ ଟି ସ୍କୁଲ, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ, ଚାଉଳ କାର୍ଡ ଓ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଆପଣମାନେ ଏତେ ଖରାରେ ବହୁ ଦୂରରେ ଆସଛନ୍ତି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆପଣମାନେ ଶଙ୍ଖ ଚିହ୍ନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ..ମୁଖ୍ୟମନ୍ତ୍ରୀଙ୍କ ପରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରି କହିଥଲେ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାନି। ବିଜୁ ଜନତା ଦଳର ଭଲ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆହୁରି ବଡ଼ ବଡ଼ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ଏ କାର୍ଯ୍ୟକ୍ରମ ଓ ସେହି କାର୍ଯ୍ୟକ୍ରମ ଭିତରେ ବହୁତ ଫରକ। ଆପଣଙ୍କ ଜୋସ ଓ ସମାଗମ ଭଲପାଇବା ଓ ସ୍ନେହ ବାର୍ତ୍ତା ଦେଉଛି । ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ଅଜସ୍ର ସଫଳତା ମିଳୁଛି। ଶତ ପ୍ରତିଶତ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଚୋରମାନେ କିଏ କିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ମୁହଁତୋଡ ଜବାବ ଦେବାର ଅଛି। ଆପଣଙ୍କ ଆୱାଜ ସାରା ଓଡ଼ିଶାରେ ପହଞ୍ଚାଇବାର ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।….
ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ: କାରରୁ ମିଳିଲା ମୃତଦେହ । ଗୋଟିଏ ପରିବାରର ବାପା, ମା’ ଏବଂ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବାଣିପାହାଡ଼ ଅଞ୍ଚଳରୁ ଆସିଛି ଏଭଳି ଖବର । ବାଣିପାହାଡ଼ ପଡିଆରେ ଏକ କାରରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି । ବୁଧବାର ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କ ପରିବାର ଲୋକେ। ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କ ମୃତଦେହ ଠାବ କରିଥିଲା ପୋଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତାଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସେମାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁରୁବାର ସକାଳୁ ଏସପିଙ୍କ ନେତୃତ୍ବରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।
୧୫ ସେକେଣ୍ଡ୍ ପାଇଁ ପୋଲିସ ହଟାଇ ଦିଅ,ବିଜେପି ନେତ୍ରୀଙ୍କ ବିବାଦୀୟ ବୟାନ
ନନ୍ଦିଘୋଷ ବ୍ୟୁରୋ: ଖୋଲାସଭା ବିଜେପି ନେତ୍ରୀଙ୍କ ବିବାଦୀୟ ବୟାନ । କହିଲେ ୧୫ ସେକେଣ୍ଡ ପାଇଁ ପୋଲିସ ହଟାଇ ଦିଅ । ବିଜେପି ସାଂସଦ ନବନିତା ରାଣା ଏଭଳି ଏକ ବିବାଦୀୟ ବୟାନ ଦେଇଥିବାବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ରାଜେନୖତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଇଇଏମ ଆଇଏମ ପ୍ରମୁଖ ଅସମୁଦ୍ଦିନଙ୍କ ହାଇଦ୍ରାବାଦ ଗଡ଼କୁ ହାତେଇବା ପାଇଁ ବିଜେପି ପକ୍ଷରୁ ପୁରା ରଣକୌଶଳ ପ୍ରସ୍ତୁତ ହୋଇଛି । ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ସମର୍ଥନରେ ବିଜେପିର ବହୁ ଷ୍ଟାର ପ୍ରଚାରକମାନେ ଯାଇ ପ୍ରଚାର କରୁଛନ୍ତି । ଏହି କ୍ରମରେ ତେଲେଙ୍ଗାନା ପାଇଁ ଷ୍ଟାର ପ୍ରଚାରକ ତଥା ମହାରାଷ୍ଟ୍ରର ଅମରାବତି ବିଜେପି ସାଂସଦ ନବନିତା ରାଣା ନାଁ ନନେଇ ଅସମୁଦ୍ଦିନଙ୍କୁ କଟାକ୍ଷ କରିଛନ୍ତି ।
15 सेकंद लगेगा @AkbarOwaisi_MIM @asadowaisi pic.twitter.com/TfEmWhvArX
— Navnit Ravi Rana (@navneetravirana) May 8, 2024
ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନଙ୍କ ବିବାଦିୟ ବୟାନ ଉପରେ ନବନିତା ରାଣା ଏହି ବୟାନ ରଖିଛନ୍ତି । ସେ କହିଛନ୍ତି କି, ଛୋଟୁ କହୁଛି କି ପୋଲିସକୁ ୧୫ ମିନିଟ ପାଇଁ ହଟାଇ ଦିଅ । ଦେଖିବେ ଆମେ କଣ କରିପାରିବୁ । ତେବେ ଛୋଟୁକୁ ମୁଁ କହୁଛି ୧୫ ସେକେଣ୍ଡ ପାଇଁ ପୋଲିସକୁ ହଟାଇ ଦିଅ ଛୋଟୁ ଏବଂ ବଡ଼କୁ ଜଣା ପଡ଼ିବ କି ଆମେ କେଉଁଠୁ ଆସିଛୁ ଏବଂ କେଉଁଆଡ଼େ ଯିବୁ । କହି ରଖୁଛୁ କି, ୨୦୧୨ ମସିହାରେ ଅକବରୁଦ୍ଦିନ କହିଥିଲେ କି, ୧୫ ମିନିଟ ପାଇଁ ପୋଲିସକୁ ହଟାଇ ଦିଅ ଜଣାପଡ଼ିବ କି, କାହାର କେତେ ଦମ । ତେବେ ଏହି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ପୁରୁଣା ଘଟଣାକୁ ନେଇ ପୁଣିଥରେ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ।
ପ୍ଲେଅଫ୍ ପୂର୍ବରୁ ଆଜି ପ୍ରଥମ ନକଆଉଟ୍ ମ୍ୟାଚ୍
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ରେ ସମସ୍ତ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେଉଛି । ସମସ୍ତ ଦଳ ୧୪ରୁ ୧୧ ଏବଂ ଅଧିକ ମ୍ୟାଚ ଖେଳି ସାରିଲେଣି ମାତ୍ର କୌଣସି ଦଳ ଏଯାବତ ପ୍ଲେଅଫରେ ସ୍ଥାନ ପକ୍କା କରିନାହାନ୍ତି । ପ୍ଲେଅଫ ରେସରେ ୯ ଟିମ ରହିଥିବାବେଳେ ଗୁରୁବାର ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ୪ଟି ଲେଖାଏଁ ବିଜୟୀ ହୋଇଛନ୍ତି । ଏମାନେ ପ୍ଲେଅଫ ରେସରେ ରହିଥିବାବେଳେ ଯେଉଁ ଦଳ ଆଜିର ମ୍ୟାଚ ହାରିବ ସେ ରେସରୁ ବାଦ୍ ପଡ଼ିବ । ପଞ୍ଜାବ ନିଜର ଶେଷ ମ୍ୟାଚ୍ ହାରିଥିବାବେଳେ ବାଙ୍ଗାଲୋର ଜିତିଛି । ସେପଟେ କେକେଆର ବିପକ୍ଷରେ ପଞ୍ଜାବ ୨୬୨ ରନର ଟାର୍ଗେଟକୁ ପୂରଣ କରି ଜିତିଛି । ଏଣୁ ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଛି ।
ପଞ୍ଜାବ ଏବଂ ବାଙ୍ଗାଲୋର ଏବେ ଦମଦାର ଫର୍ମରେ ରହିଥିବାବେଳେ ଆଜିର ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ । ବିରାଟ କୋହଲି ଅରେଞ୍ଜ କ୍ୟାପ ଲିଷ୍ଟର ଟପରେ ରହିଥିବାବେଳେ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବେଶ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରୁଛନ୍ତି । ସେପଟେ ବାଙ୍ଗାଲୋର ମଧ୍ୟ ଏବେ ଲଗାତାର ବିଜୟ ହାସଲ କରିଛି । ଯଦିଓ ପ୍ରଥମରୁ ବିଜୟ ପରେ ଲଗାତାର ପରାଜୟ ହୋଇଥିଲା । ତଥାପି ପରେ ବାଙ୍ଗାଲୋର ନିଜର ଶେଷ ତିନୋଟି ମ୍ୟାଚ ଜିତିଛି । ଏଣୁ ଉଭୟ ଦଳ ସମାନ ବିଜୟ ହାସଲ କରିଥିବାବେଳେ ଆଜିର ମ୍ୟାଚ ବେଶ ଗୁରୁତ୍ବବହନ କରୁଛି । କର ବା ମର ମ୍ୟାଚରେ ଯେଉଁ ଦଳ ଜିତିବ ପ୍ଲେଅଫ ଆଶା ଉଜ୍ଜିବିତ ରହିବ ।
ଆଜି ଗଞ୍ଜାମ ଓ କନ୍ଧମାଳ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଗଞ୍ଜାମ ଓ କନ୍ଧମାଳରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ କ୍ୟାମ୍ପେନ। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ କରିବେ ପ୍ରଚାର। ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ବ୍ରହ୍ମପୁର ନିକଟସ୍ଥ କନିଷିରେ ପ୍ରଚାର କରିବେ। ପରେ ସେ ଆସ୍କାରେ ପ୍ରଚାର କରିବେ। ଅପରାହ୍ଣରେ ମୁଖ୍ଯମନ୍ତ୍ରୀ ଫୁଲବାଣୀରେ ପ୍ରଚାର ଅଭିଯାନରେ ସାମିଲ ହେବେ। ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥା କଡା଼କଡି କରାଯାଇଛି। ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଓ ଏହି ଆସନ ଅନ୍ତର୍ଗତ ବିଧାନସଭାଗୁଡିକରେ ବି ନିର୍ବାଚନ ହେବ। ସେହିପରି ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଓ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ହେବ।
କଂଗ୍ରେସରୁ ଇସ୍ତଫା ଦେଲେ ଶାମ୍ ପିଟ୍ରୋଡା
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସର ଦରିଆପାରି ଶାଖା ମୁଖ୍ଯ ପଦରୁ ଶାମ୍ ପିଟ୍ରୋଡାଙ୍କ ଇସ୍ତଫା। ତାଙ୍କର ଇସ୍ତଫା ପତ୍ରକୁ ସେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠଇଛନ୍ତି। ନିର୍ବାଚନ ଚାଲିଥିବାବେଳେ ବାରମ୍ବାର ବିବାଦୀୟ ବୟାନ ଦେଇ କଂଗ୍ରେସ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ପିଟ୍ରୋଡା। ତାଙ୍କର ଇସ୍ତଫା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ଖଡଗେ। ଏକ ସାକ୍ଷାତକାରରେ ପିଟ୍ରୋଡା କହିଥିଲେ- ଭାରତ ଏକ ବିଭିନ୍ନତାରେ ଭରା ରାଜ୍ଯ। ଭାରତର ପୂର୍ବ ଦିଗର ଲୋକମାନେ ଚୀନଙ୍କ ପରି ଦେଖାଯାନ୍ତି। ପଶ୍ଚିମାଞ୍ଚଳର ଲୋକମାନେ ଆରବ, ଉତ୍ତରାଞ୍ଚଳର ଲୋକମାନେ ଶ୍ବେତବର୍ଣ୍ଣ ଦେଖାଯାନ୍ତି। ତେବେ ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାନ୍ତି। ପୂର୍ବରୁ ସମ୍ପତ୍ତିଗତ ଅଧିକାର ନେଇ ପିଟ୍ରୋଡା ଦେଇଥିବା ବୟାନ ସାରା ଦେଶରେ ବିବାଦ ସୃଷ୍ଟି କରିଥିଲା।
ଭୁବନେଶ୍ବର ବିମାନବନ୍ଦରରୁ ୩.୭୭କେଜି ସୁନା ଜବତ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରୁ ୩.୭୭କେଜି ସୁନା ଜବତ । ଜବତ ସୁନାର ମୂଲ୍ୟ ୨କୋଟି ୭୯ଲକ୍ଷ ଟଙ୍କା। ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ଯାତ୍ରୀଙ୍କୁ ସୁନା ସହ ଗିରଫ କରିଛି DRI। । ୧୨ଟି କ୍ୟାପସୁଲ ଜରିଆରେ ଚାଲାଣ ହେଉଥିଲା ସୁନା । କଷ୍ଟମ ଆକ୍ଟ ୧୯୬୨ ଜରିଆରେ ୪ଜଣଙ୍କୁ ଗିରଫ କରିଛି DRI । ଜେରା ବେଳେ ସୁନା ସ୍ମଗଲିଂ କରୁଥିବା ସ୍ପଷ୍ଟ କରିଛନ୍ତି ଅଭିଯୁକ୍ତ।

