ଭୁବନେଶ୍ବର: ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଫେରାଦ ହେଲା ବିଜେଡ଼ି। ଟାଙ୍ଗୀ ବ୍ଲକର ଏମବିକେ ମହିଳାଙ୍କୁ ଧମକ ଚମକ ଦେଉଛନ୍ତି ପ୍ରଶାନ୍ତ । ଫୋନ ଯୋଗେ ଧମକ ଦେଉଛନ୍ତି ପ୍ରଶାନ୍ତ। ଗତକାଲି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ପରେ ବି ପ୍ରଶାନ୍ତ ଧମକେଇଛନ୍ତି। ବିଜେଡ଼ି ବାରମ୍ବାର ଅଭିଯୋଗ କଲେ ବି ପ୍ରଶାନ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିଜେପି ପ୍ରାର୍ଥୀଙ୍କ ଲାଗି ଅଲଗା ନିୟମ କି ବୋଲି ଅଭିଯୋଗ କରିଛି ବିଜେଡି। ପୂର୍ବରୁ ମଧ୍ୟ ସାମ୍ବାଦିକଙ୍କୁ ପ୍ରଶାନ୍ତ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ବି ପ୍ରଶାନ୍ତଙ୍କୁ ନୋଟିସ ବି ଦିଆଗଲା ନାହିଁ। ସେପଟେ ଏମବିକେ ମହିଳା ମା ମାନକୁ ଆଶ୍ଵସନା ଦେଇଛି ବିଜେଡ଼ି। ଆପଣ ମାନକ ସହିତ ବିଜେଡ଼ି ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଅଛନ୍ତି। ସେଥିପାଇଁ ଜଣେ ଗୁଣ୍ଡା କୁ ନ ଡରି ଜବାବ୍ ଦିଅନ୍ତୁ।
ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ରେଢ଼ାଖୋଲରୁ ଗଲା ରଥକାଠ
ସମ୍ୱଲପୁର : ରଥପାଇଁ ରେଢ଼ାଖୋଲରୁ ଗଲା ରଥକାଠ। ରେଢ଼ାଖୋଲରୁ ତୃତୀୟ ଥର ଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଯାଇଛି।ରେଢ଼ାଖୋଲ ବନଖଣ୍ଡରୁ ୧୭୩ ଖଣ୍ଡ ରଥକାଠ ପୁରୀ ଯାଇଛି। ଖୋଲଗଡ ଜଙ୍ଗଲରୁ ୪୦ ଫୁଟର ୩୫ ଖଣ୍ଡ, ଧଉରା ଓ ଅସନ କାଠ ଓ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ସଡ଼ଠାରୁ ୧୩୮ ଖଣ୍ଡ ୧୨ଫୁଟ ଓ ୩ ଫୁଟର କାଠ ଯାଇଛି। ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି କାଠ ପଠାଇଥିଲେ। ରଥକାଠ ଗଲାବେଳେ ରେଢ଼ାଖୋଲରେ ନାମ ସଂକୀର୍ତ୍ତନ ସହିତ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା
ସଙ୍କଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର
ନନ୍ଦିଘୋଷ ବ୍ୟୁରୋ :ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର। ୩ ସ୍ଵାଧୀନ ବିଧାୟକ ସରକାରଙ୍କ ସମର୍ଥନ ଛାଡିବା ପରେ ବଢିଲା ଅଡୁଆ।ସମର୍ଥନ ଛାଡିଥିବା ୩ ସ୍ଵାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ୩ ବିଧାୟକଙ୍କ ଏହି ଘୋଷଣା ପରେ ବିଜେପି ନେତୃତ୍ଵାଧୀନ ସରକାରର ସଂକଟ ବଢିଛି। ୩ ସ୍ଵାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର।
ହରିଆଣାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସି ହୁଡ୍ଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବିଜେପି ସଂଖ୍ୟାଲଘୁ ସରକାର ହୋଇଥିବା ଦାବି କରିଛନ୍ତି ହରିଆଣା କଂଗ୍ରେସ ମୁଖ୍ୟ ଉଦୟ ଭାନ। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବର୍ତ୍ତମାନ ୮୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର ୪୦ ବିଧାୟକ ରହିଛନ୍ତି। ବିଜେପି ସରକାରକୁ ପୂର୍ବରୁ ଜେଜେପି ଏବଂ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଥିଲା।
ପୂର୍ବରୁ ଜେଜେପି ସମର୍ଥନ ପ୍ରତ୍ଯାହାର କରିଥିବାବେଳେ ଏବେ ୩ ସ୍ଵାଧୀନ ବିଧାୟକ ସମର୍ଥନ ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ। ବିଜେପି ମୋଟ ୪୭ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। ଜଣେ HLP, 3 JJP ଏବଂ ୩ ସ୍ଵାଧୀନ ବିଧାୟକ ସରକାରକୁ ସମର୍ଥନ ଦେଇଥିଲେ।
ପୂର୍ବ ଭାରତୀୟଙ୍କୁ ଚାଇନିଜ୍, ଦକ୍ଷୀଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କଲେ ଶାମ୍ ପିତ୍ରୋଦା
ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା କଂଗ୍ରେସ ନେତା ଶାମ୍ ପିତ୍ରୋଦାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ । ଭିଡିଓରେ ଦେଇଥିବା ତାଙ୍କ ବିବାଦୀୟ ବୟାନ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେ କହିଛନ୍ତି ଯେ, ଭାରତ ଏକ ବିବିଧତାର ଦେଶ, ଯେଉଁଠି ପୂର୍ବ ଭାରତରେ ରହୁଥିବା ଲୋକ ଚୀନ ପରି, ପଶ୍ଚିମ ଭାରତର ବାସିନ୍ଦା ଆରବ ଭଳି, ଉତ୍ତରଭାରତରେ ରହୁଥିବା ଲୋକ ଶ୍ୱେତ ଏବଂ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । କିନ୍ତୁ ଏଥିରେ କିଛି ଫରକ ପଡେ ନାହିଁ । ଆମେ ସମସ୍ତେ ଭାଇ ଓ ଭଉଣୀ । ସେ ଆହୁରି କହିଛନ୍ତି , ଆମେ ବିଭିନ୍ନ ଭାଷା, ଧର୍ମ , ରୀତିନୀତିକୁ ସମ୍ମାନ ଦେଇଥାଉ। ଏ ହେଉଛି ସେହି ଦେଶ ଯେଉଁଠି ମୋର ଭରସା ଅଛି ଓ ଯେଉଁଠି ସମ୍ମାନ ଦିଆଯାଏ ଏବଂ ଆପୋଷ ବୁଝାବଣା ମଧ୍ୟ କରାଯାଏ ।ହେଲେ ତାଙ୍କର ଏପରି ବୟାନକୁ ଅନେକ ଲୋକ ସମାଲୋଚନା ମଧ୍ୟ କରୁଛନ୍ତି ।
“Sir aap kuchh din ke liye interviews mat dijiye if possible..”
Sam Pitroda: pic.twitter.com/oI4Z99bHzY
— Shiv Aroor (@ShivAroor) May 8, 2024
ବିଜେପି ଛାଡି ବିଜେଡିରେ ମିଶିଲେ ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ
ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ସମର୍ଥକଙ୍କ ମଧ୍ଯରେ ଅଛନ୍ତି ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଲେକ୍ସଜେଣ୍ଡର ଦାସ ଉଚ୍ଚଶିକ୍ଷିତ, ଯାଦବ ସମାଜକୁ ପ୍ରତିନିଧିତ୍ବ କରନ୍ତି । ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି । ଏମାନଙ୍କ ଯୋଗଦାନ ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ସଶକ୍ତ ହେଲା ବୋଲି ସସ୍ମିତ ପାତ୍ର କହିଛନ୍ତି ।
ନିର୍ବାଚନରେ କୋରେଇରେ ବିଜେଡିରେ ବହୁ ଭୋଟରେ ଜିତିବ ବୋଲି ଏହି ମିଶ୍ରଣ ଦ୍ୱାରା କୋରେଇକୁ ବାର୍ତ୍ତା ଯାଉଛି । ଯାଜପୁର ସଂସଦୀୟ କ୍ଷେତ୍ରରେ ଵି ବିଜେଡି ଜିତିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିନେ XIMBରେ ପାଠ ପଢାଇଥିବା ସାର ସସ୍ମିତ ପାତ୍ର ତାଙ୍କୁ ବିଜେଡିରେ ସାମିଲ କରିଥିବାରୁ ସେ ଏହାକୁ ସୌଭାଗ୍ଯ ବୋଲି କହିଛନ୍ତି ଆଲେକ୍ସଜେଣ୍ଡର ଦାସ ।
ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ବିଜେପିରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ବିଜେପି ପାଇଁ ୩୫ ବର୍ଷ କାମ କରିଥିବା ଲୋକଙ୍କୁ ଭୁଲି ଗଲା । ଯାଜପୁରରେ ବିଜେପି ଯାଦବ ସମ୍ପ୍ରଦାୟକୁ ଅଣଦେଖା କଲା । ରାତାରାତି ଆମଦାନୀ ନେତାଙ୍କୁ ଟିକେଟ ଦେଲା । ଶୃଙ୍ଖଳିତ କର୍ମୀ ଭାବେ କାମ କରିବା ସତ୍ତ୍ବେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ । ହଇରାଣ କଲେ । ଜଣେ ଅଭିନେତାଙ୍କୁ ଆଣି ଟିକେଟ ଦେଲା ବିଜେପି । ତେବେ କୋରେଇରେ ବହୁତ ଭୋଟରେ ବିଜେଡି ଜିତିବ । ଏହା ସତ୍ୟ ସନ୍ଧ୍ୟାରାଣୀ ଦାସ ଆମ ମାଆ । ତାଙ୍କୁ ବିଶାଳ ସମ୍ବର୍ଦ୍ଧନା ଦିଆଯାଉଛି । ସେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ଆଲେକ୍ସଜେଣ୍ଡର । ଯାଜପୁରକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ତ୍ୟାଗୀ ଓ ଯାଜପୁର ସମେତ ରାଜ୍ୟ ବିକାଶ ପାଇଁ କାମ କରୁଛନ୍ତି । କୋରେଇ ବିକାଶରେ ସେ ଗୁଣ୍ଡୁଚି ମୂଷା ପରି କାମ କରିବେ ବୋଲି କହିଛନ୍ତି ।

