ବାଲେଶ୍ବର: ବାଲେଶ୍ବରରେ ଜମୁଛି ନିର୍ବାଚନୀ ପ୍ରଚାର। ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ଓ ବିଜେପି। ପ୍ରଚାର ମଇଦାନରେ ପଛରେ ନାହିଁ କଂଗ୍ରେସ। ବାଲେଶ୍ବର ବିଜେଡି ବିଧାୟକ । ଯୋଡିଶଙ୍ଖରେ ଭୋଟଦେଇ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ କେନ୍ଦ୍ରୀୟ ଯୋଜନାକୁ ମୁଦ୍ଦା କରି ଲୋକଙ୍କ ନିକଟତର ହେଉଛନ୍ତି । ବିଜେପି ସରକାର ଆସିଲେ ଉନ୍ନୟନମୂଳକ କାମ କରିବାକୁ ପ୍ରତିଶୃତି ଦେଉଛନ୍ତି । ସେପଟେ କଂଗ୍ରେସ ମଧ୍ୟ ତାହାର ପ୍ରଚାରକୁ ଜୋରଦାର ଚଳାଇଛି। ବାଲେଶ୍ବର କଂଗ୍ରେସ ବିଧାୟକ ପ୍ରାର୍ଥୀ ମୋନାଲିସା ସାମଲ କଂଗ୍ରେସର ଗ୍ୟାରେଣ୍ଟି ସହ ଶ୍ବଶୁର ଓ ସ୍ବାମୀଙ୍କ ସମାଜସେବାକୁ ମୁଦ୍ଦା କରି ଭୋଟ ଭିକ୍ଷା କରୁଛନ୍ତି।
ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ
କଟକ : ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ। ଏସସିବି ଲିଭର ପ୍ରତିରୋପଣ ୟୁନିଟରେ ଓଡ଼ିଶାର ପ୍ରଥମ ଲିଭର ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଏନେଇ ଆଜି ଏସସିବି କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
କଟକ ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତି ୨ବର୍ଷ ହେଲା ଲିଭର ରୋଗରେ ପୀଡ଼ିତ ଥିଲେ। ଏକ ବର୍ଷ ହେଲା ଏସସିବିରେ ନିୟମିତ ଚିକିତ୍ସା ହେଉଥିଲେ। ତେବେ ତାଙ୍କ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ପ୍ରତିରୋପଣ ଆବଶ୍ୟକତା ପଡିଥିଲା। ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନିଷ୍ଟିଚ୍ୟୁଚ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡକ୍ଟର ଏପ୍ରିଲ ୩ରେ ଉକ୍ତ ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।
ପୁଣି ଅଡୁଆରେ ୟୁଟ୍ୟୁବର ଏଲଭିଶ ଯାଦବ, ମନି ଲଣ୍ଡ୍ରିଂରେ ମାମଲା ଦାୟର କଲା ଇଡି
ନୋଏଡ଼ା : ଦିନକୁ ଦିନ ବଢୁଛି ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ । ପୁଣି ଏଲଭିଶଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ଦାୟକ କଲା ଇଡି । ଇଡି ମୁଖ୍ୟାଳୟ ନିର୍ଦ୍ଦେଶାନୁଯାୟୀ ଲକ୍ଷ୍ନୌ ଜୋନ କାର୍ଯ୍ୟାଳୟରେ ଏହି ମାମଲା ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯିବ ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ନୋଏଡା ପୋଲିସ ଦ୍ୱାରା ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି ।
ତେବେ ପିପୁଲ୍ସ ଫର୍ ଅନିମଲ୍ସର ଅଧିକାରୀ ଗୌରବ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ ଗତବର୍ଷ ନଭେମ୍ୱର ୨ରେ ଏଲଭିଶ ଯାଦବଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଅନୁଯାୟୀ ପୋଲିସ ଏଲଭିଶଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲେ । । କିନ୍ତୁ ବର୍ତ୍ତମାନ ସମସ୍ତେ ଜାମିନରେ ବାହାରେ ଅଛନ୍ତି । ମାମଲାରେ ନୋଏଡା ପୋଲିସ ୧୨୦୦ ପେଜର ଚାର୍ଜସିଟ୍ ଦାଖଲ କରିସାରିଛି ।
ବର୍ତ୍ତମାନ ଇଡି ଏହି ମାମଲାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ପ୍ରାରମ୍ଭ ପର୍ଯ୍ୟାୟରେ ଏନସିଆରର ଜଣାଶୁଣା ହୋଟେଲ, କ୍ଲବ୍ , ରିସୋର୍ଟ ଏବଂ ଫାର୍ମହାଉସ ଆଦିର ପାର୍ଟିରେ ସାପ ବିଷ କାରବାର ହୋଉଥିବା ଜଣାପଡିଥିଲା । ଏଥି ସହିତ ଜଡିତ ସଂଚାଳକଙ୍କୁ ଖୋଜି ପୋଲିସ ପଚରାଉଚରା କରିବା ସହ ଏଲଭିଶଙ୍କ ପାଖରେ ଥିବା ଅନେକ ସୌଖିନୀ ଗାଡି ପଛର କାରଣ ଜାଣିବା ପାଇଁ ପଚରାଉଚରା କରିବ ପୋଲିସ ।
ଭାରୀ ପଡିଲା ସନାତନ ଧର୍ମକୁ ନେଇ ଟିପ୍ପଣୀ , ସ୍ୱାମୀ ପ୍ରସାଦଙ୍କ ଉପରକୁ ଜୋତା ମାଡ଼
ନୂଆଦିଲ୍ଲୀ : ଶୋଷିତ ସମାଜ ପାର୍ଟିଙ୍କ ରାଷ୍ଟୀୟ ଅଧ୍ୟକ୍ଷ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ଼ । ଆଗ୍ରା ଫତେହାବାଦର ଏକ ସଭାରେ ତାଙ୍କ ଭାଷଣ ଚାଲିଥିବ ବେଳେ ଜଣେ ଯୁବକ ତାଙ୍କ ଉପରକୁ ଜୋତା ମାଡ଼ କରିଥିବା ସୂଚନା ମିଳିଛି । ସେ ଫତେହାବାଦରେ ସତୀ ମନ୍ଦିରକୁ ନେ ନିଜ ଦଳୀୟ ପ୍ରାର୍ଥୀ ହୋତମ ସିଂହଙ୍କ ସପକ୍ଷରେ ଜନତାଙ୍କୁ ସମ୍ବୋଧିକ କରିବାକୁ ଆସିଥିଲେ । ସେଥିରେ ସେ ସତାତନ ଧର୍ମକୁ ନେଇ ଏକ ଟିପ୍ପଣୀ ଦେଇଥିଲେ । ଯାହାକୁ ଶୁଣି ଯୁବ ବିଗ୍ରେଡର ଜଣେ ସଦସ୍ୟ କ୍ରୋଧିତ ହୋଇ ତାଙ୍କ ଉପରୁ ଜୋତା ଫୋପାଡି ଥିଲେ । ଏହା ପରେ ପୋଲିସ ତୁରନ୍ତୁ ସେହି ବ୍ୟକ୍ତିକୁ ଗିରଫ କରି ନେଇଥିଲେ ।

