spot_img
Home Blog Page 2086

ହରିୟାଣା ବର୍ଡରରେ ପୋଲିସ୍-କୃଷକ ମୁହାଁମୁହିଁ, ଜଣେ କୃଷକ ଆହତ

ଚଣ୍ଡିଗଡ଼: ଦିଲ୍ଲୀ ବିଜୟ ପାଇଁ ଚାଷୀଙ୍କ ରଣହୁଙ୍କାର। ପଞ୍ଜାବ-ହରିୟାଣା ସୀମାରେ ଗର୍ଜିଲେ ଚାଷୀ। ଆନ୍ଦୋଳନ ଭଣ୍ଡୁର କରିବାକୁ ଲୁହ ବୁହା ଗ୍ଯାସ ସହ ପାଣି ମାଡ଼ କଲା ପୋଲିସ। ବ୍ଯାରିକେଡ ଭାଙ୍ଗି ଦିଲ୍ଲୀ ମୁହାଁ ଯିବାକୁ ଚାଷୀଙ୍କ ପ୍ରୟାସ। ବ୍ଯାପକ ମାତ୍ରାରେ ଲୁହ ବୁହା ଗ୍ଯାସ ଛାଡିବା ପରେ ପଞ୍ଜାବ ଓ ହରିୟାଣାର ଚାଷୀ ମାନେ ଏଣେ ତେଣେ ପଳାଇଥିଲେ । ପୋଲିସ ସେମାନଙ୍କୁ ଜୋରଜବରଦସ୍ତି ନିଜ ନିଜ ରାଜ୍ଯକୁ ଫେରିଯିବା ପାଇଁ ବାଧ୍ୟ କରିଥିଲା। କଳା ଆଇନକୁ ନେଇ ଚାଷୀଙ୍କ ଜିଦ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଥିବା ବେଳେ ଏଥର ମଧ୍ଯ ନୂଆ ଦାବି ନେଇ ଚାଷୀ ଜୋରଦାର ଆନ୍ଦୋଳନ ଆରମ୍ଭ କରିଛନ୍ତି । ହେଲେ ଆନ୍ଦୋଳନ ଆରମ୍ଭରୁ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସିମେଣ୍ଟ ବ୍ୟାରିକେଡ୍ ଭାଙ୍ଗିଛନ୍ତି କୃଷକ । ପୋଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି । ଫଳରେ ପୋଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା । ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି । ଏହି ଆନ୍ଦୋଳନ ୬ ମାସ ଚାଲିବ ବୋଲି ଅନୁମାନ କରାଯାଉଛି । ୬ ମାସ ପର୍ଯ୍ୟନ୍ତ ଚାଷୀ ମାନେ ରାସନସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି ।
ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ । ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀ ମୁହାଁ ହୋଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମା ସିଲ୍ କରିଛି ପୋଲିସ ପ୍ରଶାସନ। ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ରାସ୍ତାରେ କଣ୍ଟାତାର ବିଛା ଯାଇଛି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ବି ବନ୍ଦ କରାଯାଇଛି। ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ପ୍ରଣୟନ କରିବାକୁ ଚାଷୀ ଦାବି କରିଛନ୍ତି ।

ଅନ୍ନଦାତାଙ୍କ ରଣ ହୁଙ୍କାର ଭିତରେ ଦିଲ୍ଲୀ ନୋଏଡା ରାସ୍ତାରେ ଟ୍ରାଫିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଭୀଷଣ ଟ୍ରାଫିକ ଜାମ ପରିସ୍ଥିତି ଉପୁଜିଛି । ୧ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ଲାଗୁଛି ୧ ଘଣ୍ଟାର ସମୟ । ଫଳରେ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘାଜିପୁର ଏବଂ ଚିଲା ବର୍ଡରରେ ମଧ୍ଯ ସ୍ଥିତି ସଂଗୀନ । ରାସ୍ତାରେ ଫସିରହିଛି ଅନେକ କାର । ଦିଲ୍ଲୀ ଗାଜିଆବାଦ ଏବଂ ନୋଏଡା ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ଦିଲ୍ଲୀର ଘାଜିପୁର,ସିଙ୍ଘୁ ଏବଂ ଟିକରି ରାସ୍ତା ଜାମ ରହିଛି । ଦିଲ୍ଲୀ ମଧ୍ଯକୁ ମାଲପରିବହନ ଗାଡି ଗୁଡିକର ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା । ପୋଲିସ ଅଭିନେତ୍ରୀଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । କାହିଁକି ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ଜଣା ପଡ଼ି ନଥିଲାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମଲ୍ଲିକାଙ୍କ ଆତ୍ମହତ୍ୟା ଖବରକୁ ତାଙ୍କ ଆତ୍ମୀୟସ୍ବଜନ ଏବଂ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ମଲ୍ଲିକା କଙ୍ଗନା ରାନାଓ୍ବତଙ୍କ ସହ କାମ କରିଛନ୍ତି । କଙ୍ଗନାଙ୍କ ଫିଲ୍ମ ‘ରିଭଲଭର୍ ରାନୀ’ରେ କାମ କରିଥିଲେ । ତାଙ୍କୁ କଣ୍ଠଶିଳ୍ପୀ ଶାନଙ୍କ ମ୍ୟୁଜିକ ଆଲବମରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ବିଭିନ୍ନ ସିରିଜ, ଶୋ’ ଏବଂ ଆଲବମରେ ମଧ୍ୟ କାମ କରିଛନ୍ତି ।

ମଲ୍ଲୀକା ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । କୁହାଯାଉଛି ଯେ, ତାଙ୍କ ପରିବାର ସହ କିଛି ବିବାଦ ଥିଲା । ଏଥିରେ ପୋଲିସ ମଧ୍ୟ ହସ୍ତକ୍ଷେପ କରି ମାମଲା ସମାଧାନ କରିଥିଲା । ଏହା ପରେ ତାଙ୍କର ଆତ୍ମହତ୍ୟା ପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି ।

ରିଲାଏନ୍ସ ହେଲା ଦେଶର ପ୍ରଥମ ୨୦ ଲକ୍ଷ କୋଟି ମାର୍କେଟ୍ କ୍ୟାପ୍ କମ୍ପାନୀ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍ ଇତିହାସ ରଚିଛି । ରିଲାଏନ୍ସ ଭାଲ୍ୟୁଏସନ୍ ଏବେ ୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହାର ଆଗରେ ରହିଛି ଟୟୋଟା । ଯାହାର ମାର୍କେଟ ଭାଲ୍ୟୁ ୩୧ ଲକ୍ଷ କୋଟିରୁ ଅଧିକା ।

ଆଜି ମାର୍କେଟ ଖୋଲିବା ପରେ ରିଲାଏନ୍ସ କମ୍ପାନୀର ସେୟାର ସବୁ ଲେବଲ ପାର୍ କରିଯାଇଥିଲା । ଏପରି ହେବ ବୋଲି ସମସ୍ତେ ଜାଣିଥିଲେ । ହେଲେ ଏହା ଏତେ ଶ୍ରୀଘ୍ର ହେବ ବୋଲି କେହି ଭାବି ନଥିଲେ । ଆଜିର ଦିନ ରିଲାଏନ୍ସ ପାଇଁ ସବୁଠୁ ବଡ଼ ଦିନ । କମ୍ପାନୀର ମୂଲ୍ୟ ୧.୮୮ ପ୍ରତିଶତ ବୃଦ୍ଧି ଘଟିଛି ଏବଂ କମ୍ପାନୀର ସେୟାର ୨୯୫୭.୮୦ ଟଙ୍କାରେ ପହଞ୍ଚିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶର ପ୍ରଥମ କମ୍ପାନୀ ଯାହାର ମୂଲ୍ୟ ୨୦ କୋଟି ଅତିକ୍ରମ କରିଛି ।

ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତି ଥିଲେ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟମନ୍ତ୍ରୀ, ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ।

ରାଜ୍ୟସଭାର ୩ ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ, ବିଜେଡି ଏବେ ସୁଦ୍ଧା ୨ ଜଣଙ୍କ ନାଁ ଘୋଷଣା କରିଛି। ଗତକାଲି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ। ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ । ଦେବାଶିଷ ୧୯୮୨ ମସିହାରେ ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ ।

ପ୍ରଥମେ ୨୦୦୦ ମସିହାରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବାରବାଟୀ କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଛାତ୍ର ରାଜନୀତିରୁ ରାଜ୍ୟସଭା ପାର୍ଥୀ ହୋଇଛନ୍ତି ଶୁଭାଶିଷ ଖୁଣ୍ଟିଆ। ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ଶୁଭାଶିଷ । ସେ ୨୦୦୭-୦୮ରେ ପୁରୀ ଜିଏମ ଲ କଲେଜ ସଭାପତି ଥିଲେ । ସେଠାରୁ ସେ ଆରମ୍ଭ କରିଥିଲେ ରାଜନୀତି । ପରବର୍ତ୍ତୀ ସମୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରହିଥିବା ବେଳେ ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି। ସେ ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାରର ସଂଯୋଜକ ଦାୟିତ୍ବରେ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ପଛରେ ତାଙ୍କର ବିଶେଷ ଅବଦାନ ରହିଛି ।

ଅଣାୟତ ହେଉଛି କୃଷକ ଆନ୍ଦୋଳନ; ଲୁହାବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

0

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଅନ୍ନଦାତା। ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ। ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍ କରାଯାଇଛି। ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ସମେତ ପାରାମିଲିଟାରୀ କର୍ମଚାରୀଙ୍କୁ ମଧ୍ୟ ସୀମାରେ ମୁତୟନ କରାଯାଇଛି।

ଡ୍ରୋନ୍ ସହାୟତାରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି। ସିଙ୍ଘୁ ସୀମାରେ ଥିବା ଫ୍ଲାଏ ଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ। ରାଲିରେ ପ୍ରାୟ ଦୁଇ ହଜାର ୫୦୦ ଟ୍ରାକ୍ଟର ସାମିଲ ହୋଇଛନ୍ତି। ଶସ୍ୟ ଲାଗି ଏମଏସପି ସକାଶେ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ କରିବା, ସ୍ବାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, ଚାଷୀ ଋଣ ଛାଡ଼ କରିବା, ପୋଲିସ ମୋକଦ୍ଦମା ପ୍ରତ୍ଯାହାର କରିବା, ଲଖିମପୁରୀ ଖେରି ହିଂସାରେ ପୀଡିତଙ୍କୁ ନ୍ୟାୟ ଦେବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଛି । ଚାଷାମାନେ ଲମ୍ବା ସମୟ ଧରି ଆନ୍ଦୋଳନ ପ୍ରସ୍ତୁତିରେ ଆସିଛନ୍ତି । ସାଙ୍ଗରେ ୬ ମାସର ଖାଦ୍ଯ ଶସ୍ଯ ମଧ୍ଯ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଥିବାବେଳେ ଟ୍ରାକ୍ଟର ଯେପରି ଆସିପାରିବ ନାହିଁ ସେଥିଲାଗି ଘାଗଲ ନଦୀ ଶଯ୍ଯାକୁ ଖୋଳି ଦିଆଯାଇଛି ।

ଶ୍ବଶୁରଙ୍କୁ ମୁଖାଗ୍ନି ଦେଲେ ବୋହୂ…

କାଶୀନଗର: ଶ୍ବଶୁରଙ୍କୁ ବୋହୂ ଦେଲେ ମୁଖାଗ୍ନି। ପୁଅ ଆସିଲାନି, ବୋହୂ ଦେଲେ ମୁଖାଗ୍ନି। ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ ନମ୍ବର ୱାର୍ଡର ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ରବିବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଥିଲା। ତାଙ୍କ ପତ୍ନୀ, ବୋହୂ ଓ ନାତି ପାଖରେ ରହୁଥିଲେ।

କିନ୍ତୁ ପୁଅ ଶାନ୍ତନୁ ବେହେରା ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରୁ ବାହାରକୁ ଚାଲିଯାଇଥିଲା। ପୁଅ ଶାନ୍ତନୁ ନଆସିବାରୁ ପ୍ରଥମ ବୋହୂ ଜୟନ୍ତୀ ନାୟକ ଓ ନାତି  ମୁଖାଗ୍ନି ଦେଇଛନ୍ତି। ଶ୍ମଶାନକୁ ବୋହୂ ଯିବା ଓ ମୁଖାଗ୍ନି ଦେବା ଘଟଣା ଅଞ୍ଚଳରେ ପ୍ରଥମ। ଏଥିପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂ ଜୟନ୍ତୀ ନେଇଥିବା ନିଷ୍ପତ୍ତିକୁ  ସମସ୍ତେ ପ୍ରଶଂସା କରିଛନ୍ତି।

ପାରାଦୀପ ଆଇଓସିଏଲରେ ଉତ୍ତେଜନା

0

ପାରାଦୀପ: ପାରାଦୀପ ଆଇଓସିଏଲରେ ଉତ୍ତେଜନା। ପାଇପ ଲାଇନ ଶ୍ରମିକ, ସେମାନଙ୍କ ପରିବାର ଲୋକ ଓ ସିଆଇଏସଏଫ୍ ମଧ୍ଯରେ ଠେଲାପେଲା ଏବଂ ଧସ୍ତାଧସ୍ତି ହୋଇଛି। ଏଥିରେ କିଛି କର୍ମଚାରୀ ଓ ତାଙ୍କ ପରିବାର ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୪୫ ଦିନ ହେଲା ପାଇପ ଲାଇନ ଶ୍ରମିକମାନେ ଧାରଣା ଦେଇଛନ୍ତି।

୮ ଦଫା ଦାବି ପୂରଣ ପାଇଁ ଆଇଓସିଏଲ ସାଉଥ ଗେଟରେ ଧାରଣା ଦିଆଯାଇଛି। ପନ୍ଦର ବର୍ଷ ହେଲା ପାଇପ ଲାଇନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବିଭିନ୍ନ ଦାବି ନେଇ ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିଛନ୍ତି। ଧାରଣାକୁ ୪୫ ଦିନ ପୂରିଥିଲେ ମଧ୍ୟ କମ୍ପାନୀ କିଛି ଶଣୁନାହିଁ। ପୂର୍ବରୁ ଶ୍ରମିକମାନଙ୍କ ସହିତ ବାରମ୍ବାର ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ଆଜି ସକାଳେ ଧାରଣାରତ ଶତାଧିକ ଶ୍ରମିକ ଓ ସେମାନଙ୍କ ପରିବାର ଲୋକ କମ୍ପାନୀ ଗେଟକୁ ବନ୍ଦ କରିଦେଇଥିଲେ l ପ୍ରକଳ୍ପ ମଧ୍ୟକୁ ଯାତାୟାତ ପ୍ରଭାବିତ ହୋଇଥିଲା।

କମ୍ପାନୀର କିଛି ଅଧିକାରୀ ଜୋର ଜବରଦସ୍ତ ଗେଟ୍ ଦେଇ ପ୍ରବେଶ କରିବାରୁ କମ୍ପାନୀର ସୁରକ୍ଷାକର୍ମୀ ଓ ଶ୍ରମିକଙ୍କ ପରିବାର ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଅଭୟଚାନ୍ଦପୁର ଥାନା ପୋଲିସ ପହଞ୍ଚି ଶ୍ରମିକଙ୍କ ସହିତ ଆଲୋଚନା ଜାରି ରଖିଛି। ତେବେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ୱର:ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତି ଥିଲେ।

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟମନ୍ତ୍ରୀ, ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ। ରାଜ୍ୟସଭାର ୩ ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ବିଜେଡି ଏବେ ସୁଦ୍ଧା ୨ ଜଣଙ୍କ ନାଁ ଘୋଷଣା କରିଛି। ଗତକାଲି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ।

୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ । ଦେବାଶିଷ ୧୯୮୨ ମସିହାରେ ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ । ପ୍ରଥମେ ୨୦୦୦ ମସିହାରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବାରବାଟୀ କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେହିପରି ଛାତ୍ର ରାଜନୀତିରୁ ରାଜ୍ୟସଭା ପାର୍ଥୀ ହୋଇଛନ୍ତି ଶୁଭାଶିଷ ଖୁଣ୍ଟିଆ। ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ଶୁଭାଶିଷ । ସେ ୨୦୦୭-୦୮ରେ ପୁରୀ ଜିଏମ ଲ କଲେଜ ସଭାପତି ଥିଲେ । ସେଠାରୁ ସେ ଆରମ୍ଭ କରିଥିଲେ ରାଜନୀତି । ପରବର୍ତ୍ତୀ ସମୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରହିଥିବା ବେଳେ ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି। ସେ ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାରର ସଂଯୋଜକ ଦାୟିତ୍ବରେ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ପଛରେ ତାଙ୍କର ବିଶେଷ ଅବଦାନ ରହିଛି।

ଛାତ୍ର-ଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ଏଣିକି ମିଳିବ ୯ ହଜାରରୁ ଉର୍ଦ୍ଧ୍ୱ ସ୍କଲାରସିପ୍

ଯାଜପୁର: ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।  ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା। ଜାଣନ୍ତୁ କାହା ପାଇଁ କେତେ…

+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍। ଛାତ୍ରଙ୍କୁ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସ୍କଲାରସିପ୍ ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ। ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ । ନୂଆ ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ । କୋ-କରିକୁଲାର ଆକ୍ଟିଭିଟିଜ୍ ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ । ଅଧିକ ପଏଣ୍ଟ ପାଇବେ ଅଧିକ ଟଙ୍କା ସ୍କଲାରସିପ୍ ମିଳିବ । ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ । ଏ ସବୁଥିରେ ଭାଗନଲେ ସ୍ଲଲାରସିପ ଟଙ୍କା ବଢି ଚାଲିବ । ଅଂଶଗ୍ରହଣ କଲେ ଅଧିକ ଇନସେଣ୍ଟିଭସ ମିଳିବ ।

ଛାତ୍ରମାନେ ୯ ହଜାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ। ସେହିଭଳି ଛାତ୍ରୀମାନେ ୧୦ ହଜାରରୁ ୧୫ ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ।

ତେବେ ସରକାରୀ କର୍ମଚାରୀଙ୍କ ପିଲା ପାଇବେନି ଏହି ସ୍କଲାରସିପ୍ । ଆୟକରଦାତାଙ୍କ ପିଲା ମଧ୍ୟ ପାଇବେନି ଏହି ସ୍କଲାରସିପ୍ । ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଏହି ନୂଆ-ଓ ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ୍, ଟ୍ରେନ ଓ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।

ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ୱାଇ-ଫାଇ ସୁବିଧା ଏହି କାର୍ଡରେ ମାଗଣାରେ ମିଳିପାରିବ। ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ। ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯେତେ ଅଧିକ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହୋଇ ଚାଲିବ। କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ବଢି ଚାଲିବ। ପଏଣ୍ଟ ଅଧିକା ବଢ଼ିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ସ୍କଲାରସିପ ମିଳିବ।

କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ଏହା ଚତୁର୍ଥ ମାମଲା…

କୋଟା: ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏହା ହେଉଛି ଚତୁର୍ଥ ମାମଲା। ସୂଚନା ଅନୁଯାୟୀ, ଉକ୍ତ ଛାତ୍ର ଜଣକ ଦ୍ୱାଦଶ ଶ୍ରେଣୀର ଛାତ୍ର ହୋଇଥିବା ବେଳେ JEE ପାଇଁ ପ୍ରସ୍ତୁତ ହେଉଥିଲେ। ସକାଳେ ପରିବାର ସଦସ୍ୟ ଛାତ୍ରଙ୍କୁ ଫୋନ କରିଥିଲେ ମଧ୍ୟ ସେ କଲ୍ ଉଠାଇ ନଥିଲେ। ଯାହାପରେ ଚିନ୍ତାରେ ପଡିଯାଇଥିଲେ ପରିବାର ବର୍ଗ ।

ପରବର୍ତ୍ତୀ ସମୟରେ ଛାତ୍ରଙ୍କ ପରିବାର ପକ୍ଷରୁ ହଷ୍ଟେଲ ୱାର୍ଡେନଙ୍କୁ ଯୋଗାଯୋଗ କରାଯାଇଥିଲା । ୱାର୍ଡେନ ରୁମରେ ପହଞ୍ଚି ଛାତ୍ରଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ୱାର୍ଡେନ ତୁରନ୍ତ ପୋଲିସ ଏବଂ ପରିବାର ସଦସ୍ୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ତଳକୁ ଓହ୍ଲାଇଥିଲେ ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନର କୋଟା ହେଉଛି ଇଞ୍ଜିନିୟରିଂ ଏବଂ ମେଡିକାଲ କୋଚିଂର ହବ୍ | ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଏଠାକୁ ଆସନ୍ତି | ଏଭଳି ପରିସ୍ଥିତିରେ ଅନେକ ଛାତ୍ର ସଫଳ ହୁଅନ୍ତି ଏବଂ ଅନେକ ଛାତ୍ରଙ୍କୁ ନିରାଶ ହେବାକୁ ପଡେ । ୨୦୨୪ ବର୍ଷରେ ହିଁ ଏଯାବତ୍ ୩ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।