ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ଭୋଟରଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପଦ୍ମଫୁଲ ଚିହ୍ନ ଥିବା ଘଣ୍ଟା ବାଣ୍ଟୁଥିବା ନେଇ ଅଭିଯୋଗ। ଉପହାର ଦେଇ ଭୋଟରଙ୍କ ମନଜିଣିବାକୁ ପ୍ରୟାସ। ପୁରୀ ଲୋକସଭାର ବିଜେପି ପାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି l ଘଣ୍ଟାରେ ସମ୍ବିତ ପାତ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ବିଜେପି ନିର୍ବାଚନ ସଙ୍କେତ ପଦ୍ମ ଫୁଲ ଚି଼ହ୍ନ ରହିଛି l ଘଣ୍ଟାର ପ୍ରଲୋଭନ ଦେଖାଇ ସମ୍ବିତ ପାତ୍ର ନିଜର ଓ ବିଜେପିର ପ୍ରଚାର ନିମନ୍ତେ ଏହି ଫର୍ମୁଲା ଆପଣେଇଛନ୍ତି ଯାହା ଆଇନ ବିରୋଧୀ l ନିର୍ବାଚନ ଆଚରଣ ଵିଧି ଲାଗିଥିବାବେଳେ ବିଜେପି ସାଂସଦ ପ୍ରାର୍ଥୀ ନିଜ ଫଟୋ ଥିବା ଘଣ୍ଟା କିପରି ବଣ୍ଟନ କରୁଛନ୍ତି ଯାହାକୁ ନେଇ ଏବେ ପୁରୀରେ ବିରୋଧ ଦେଖାଦେଇଛି l ଏ ଘଟଣା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପ୍ରଦାନ କରାଯାଇଛି l ସେପଟେ ଏ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ l ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବିଜେପି ସାଂସଦ ପ୍ରାର୍ଥୀ। ପୁରୀ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଭୁଁଆ ବୁଲାଉଛନ୍ତି। ଏହାର ଜବାବ ଚଳିତ ସାଧାରଣ ନିର୍ଵାଚନ ରେ ପୁରୀ ଜନସାଧାରଣ ଦେବେ ବୋଲି କହିଛନ୍ତି ଶୁଭାଶିଷ।
୬ ସ୍କୁଲ ପିଲାଙ୍କ ଜୀବନ ନେଇଥିବା ବସରେ କ’ଣ ସବୁ ତ୍ରୁଟି ଥିଲା ?
ବ୍ୟୁରୋ ରିପୋର୍ଟ: ହରିୟାଣାର ମହେନ୍ଦ୍ରଗଡରେ ଗତକାଲି ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସ୍କୁଲ କର୍ତ୍ତୁପକ୍ଷ ମଧ୍ୟ ସମାନ ଭାବରେ ଦାୟୀ ଅଛନ୍ତି। ଏଥିପାଇଁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏହି ମାମଲାରେ ସ୍କୁଲ କର୍ତ୍ତୁପକ୍ଷ ଗତକାଲି ଇଦ୍ରେ କାହିଁକି ସ୍କୁଲ ଖୋଲାରଖିଥିଲେ ? ଏବଂ ବସର ରୋଡ୍ ପରିମିଟ୍ ନଥିବା ବେଳେ କାହିଁକି ଚଳାଇବାକୁ ଅନୁମତି ଦିଆଯାଇଥିଲା ସେ ନେଇ କାରଣ ଦର୍ଶଅ ନୋଟିସ୍ ଜାରି ହୋଇଛି। କେବଳ ସେତିକି ନୁହେଁ ବସର ଅନେକ ତ୍ରୁଟି ମଧ୍ୟ ରହିଛି।
ପରିବହନ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସର ଫିଟନେସ୍ ସାର୍ଟିଫିକେଟର ଅବଧି ଛଅ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ରେ ଶେଷ ହୋଇଯାଇଥିଲା । ୧୦୧୭ ମସିହାରୁ ବସର ରୋଡ୍ ଟ୍ୟାକ୍ସ ମଧ୍ୟ ଦିଆଯାଇନାହିଁ। ବସଟିରେ ୱିଣ୍ଡୋ ଗ୍ରିଲ୍ ମଧ୍ୟ ନଥିଲା, ଯଦିଓ ସ୍କୁଲ ପିଲାମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ। ପ୍ରାଥମିକ ଚିକିତ୍ସା ପାଇଁ ବସ୍ ଭିତରେ କୌଣସି ପ୍ରାଥମିକ ସହାୟତା ବାକ୍ସ ରଖାଯାଇ ନଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ବ୍ୟାପକ ନୀୟମ ଉଲ୍ଲଂଘନ କରିଛି । ଏହି ଘଟଣାରେ ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
ବାଙ୍ଗାଲୁରୁ କାଫେ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA
ବ୍ୟୁରୋ ରିପୋର୍ଟ: ବେଙ୍ଗାଳୁରୁ ରାମେଶ୍ବରମ୍ କାଫେ ବିସ୍ଫୋରଣ ଘଟଣା। ଏନଆଇଏକୁ ମିଳିଲା ବଡ଼ ସଫଳତା। କୋଲକାତାରୁ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା NIA। ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ ହୋଇଛି। କୋଲକାତା ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥିରୁ ଆଜି ସକାଳୁ ୨ ସନ୍ଦିଗ୍ଧଙ୍କୁ କାବୁ କଲା ଏନଆଇଏ। ଗିରଫ ୨ ଜଣ ହେଲେ ମୁଶାବୀର୍ ହୁସେନ୍ ସାଜେବ୍ ଓ ଅବଦୁଲ୍ ମଥିନ ତାହା। ମୁଶାବୀର୍ ହୁସେନ୍ ସାଜେବ ରାମେଶ୍ବରମ୍ କାଫେରେ ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିବା ଅଭିଯୋଗ ହୋଇଥିବା ବେଳେ ଅବଦୁଲ୍ ମଥିନ ତାହା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ୨ ସନ୍ଦିଗ୍ଧଙ୍କ ଠାବ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA ସହ କୋଲକାତା, କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳ ପୋଲିସର ସହଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମାଷ୍ଟରମାଇଣ୍ଡ ମଥିନକୁ ଗିରଫ କରିବାକୁ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରେଦଶର ୧୮ଟି ସ୍ଥାନରେ ରେଡ୍ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଜାମିଲ ସରିଫକୁ ମାର୍ଚ୍ଚ ୨୬ରେ ଗିରଫ କରାଯାଇଛି। ଗତ ମାର୍ଚ୍ଚ ପହିଲାରେ ବେଙ୍ଗାଳୁରୁର ରାମେଶ୍ଵରମ କାଫେରେ ଘଟିଥିଲା ଏହି ବିସ୍ଫୋରଣ। ଏଥିରେ ଅନେକ ଗ୍ରାହକ ଆହତ ହୋଇଥିଲେ।
ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ୱାଦିକ
ଖୋର୍ଦ୍ଧା: ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ବାଦିକ। ଖୋର୍ଦ୍ଧା ଛଣଗିରିରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରିକୁ ତୀବ୍ର ବିରୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏହାପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସାମ୍ବାଦିକ।
ଗତକାଲି ଛଣଗିରିରେ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବିଜେପିର ଜନବିରୋଧୀ ନେତା ପ୍ରଶାନ୍ତ ଜଗଦ୍ଦେବ। ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ଯ ଦାୟର ହୋଇଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ରଣକୌଶଳ, ଓଡିଶା ଆସିବେ ସୋନିଆ ଗାନ୍ଧୀ
କୋରାପୁଟ: ନିର୍ବାଚନ ରଣକୌଶଳ ପାଇଁ ପ୍ରସ୍ତୁତ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ। ମେ’ ପ୍ରଥମ ସପ୍ତାହରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶା ଆସିବାର ଯୋଜନା କରାଯାଇଛି।
ମେ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ରହିଛି। କୋରାପୁଟ ଗସ୍ତରେ ଆସିବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାୟଗଡ଼ା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ। ସୋନିଆ ରାହୁଲଙ୍କ ସହ ଷ୍ଟାର ପ୍ରଚାରକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ରାୟଗଡା, ବିଷମକଟକ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ଯୋଗ ଦେବାର ଯୋଜନା କରାଯାଇଛି। ତେଲୁଗୁ ଭୋଟର ବା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କହ୍ନେୟା କୁମାର ରୋଡ ସୋ କରିବେ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା।
ଆସନ୍ତା ୧୯ ତାରିଖରେ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିବେ ସପ୍ତଗିରି। ଆଜି ଜୟପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଜିଲ୍ଲାର ଅନ୍ୟ ୪ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏକାଠି ହୋଇ ଆଲୋଚନା କରିବା ସହ ନିର୍ବାଚନ ପାଇଁ ଗୁରୁମନ୍ତ୍ର ନେଇଛନ୍ତି ।

