spot_img
Home Blog Page 2097

ମୁଁ କେଜ୍ରିଓ୍ବାଲଙ୍କୁ ମଦଠାରୁ ଦୂରେଇ ରହିବାକୁ ବାରମ୍ବାର କହିଥିଲି: ଆନ୍ନା ହଜାରେ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କହିଛନ୍ତି, ମୁଁ ତାଙ୍କୁ (କେଜ୍ରିଓ୍ବାଲ) ମଦ ଠାରୁ ଦୂରରେ ରହିବା ଲାଗି ବାରମ୍ବାର କହିଥିଲି । ମାତ୍ର ସେ ଟଙ୍କା ଲାଗି ମଦ ନୀତି ଲାଗି ଆଗେଇଲେ । ଏହା ହେଉଛି ତାହାର ଫଳ ।

ଆଗକୁ ସେ କହିଛନ୍ତି, କେଜ୍ରିୱାଲଙ୍କ ମଦନୀତିକୁ ବହୁ ରାଜନୈତିକ ଦଳ ସମର୍ଥନ କରିଥିଲେ । ପାଣ୍ଠି ଲାଗି ମଦ ନୀତି କରିବା ଅନୁଚିତ ଥିଲା । ଦିନେ ମଦ ବିରୋଧରେ କେଜ୍ରିୱାଲ ତାଙ୍କ ସହ କାମ କରିଥିଲେ । ମାତ୍ର ପରେ ମଦ ନୀତି ଲାଗି ଆଗଭର ହୋଇଥିଲେ । ୨୦୧୧ରେ ଦୁର୍ନୀତି ବିରୋଧୀ ଅଭିଯାନରୁ ସୃଷ୍ଟି ହୋଇଥିଲା ଆପ୍ । ମାତ୍ର କ୍ରମଶଃ ଆପରୁ ଦୂରେଇ ଯାଇଥିଲେ ହଜାରେ ।

ସେ କହିଛନ୍ତି, କେଜ୍ରିଓ୍ବାଲ ଗିରଫ ହେବା ମୋତେ ଦୁଃଖ ଦେଉଛି । ସେ ମୋ କଥା ଶୁଣି ନଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ତାଙ୍କୁ ଦୁଇ ଥର ଚିଠି ଲେଖିଥିଲି । ହେଲେ ସେ ମୋ କଥା ମାନିଲେନି, ଏବେ ସେହି ମଦ ପାଇଁ ଗିରଫ ହୋଇଛନ୍ତି ।

ପୁରୁଣା ଦିନକୁ ମନେ ପକାଇ ଆନ୍ନା କହିଛନ୍ତି, ନୂଆ ନୂଆ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ମୋ ସହ ମିଶିଥିଲେ, ସେତେବେଳେ ତାଙ୍କୁ କହିଥିଲି ଦେଶର ଭଲ ପାଇଁ ସବୁ ବେଳେ କାମ କରିବ । ହେଲେ ସେମାନେ ଏହି କଥାକୁ ଭୁଲିଗଲେ । ମୁଁ ଏବେ ସେମାନଙ୍କୁ କୌଣସି ଉପଦେଶ ଦେବାକୁ ଚାହୁଁନାହିଁ । ଆଇନ ଓ ସରକାର ଯାହା କରିବା କଥା କରିବେ ।

ଭୁବନେଶ୍ବର: ମାରୁତି ଇଷ୍ଟେଟ ବିଲ୍ଡିଂରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର କିଟ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ । ମାରୁତି ଇଷ୍ଟେଟ ବିଲ୍ଡିଂରେ ଲାଗିଛି ନିଆଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।

କେଜ୍ରିଓ୍ବାଲ ଗିରଫ ପ୍ରତିବାଦରେ ଭୁବନେଶ୍ବରରେ ବିରୋଧ

ଭୁବନେଶ୍ବର: ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ସାରା ଦେଶରେ ଦେଖା ଦେଇଛି ପ୍ରତିବାଦର ସ୍ବର । ଆମ ଆଦମୀ ପାର୍ଟି ସାରା ଦେଶରେ ଆନ୍ଦୋଳନ କରୁଛି । ଗିରଫଦାରୀକୁ ଅଗଣତାନ୍ତ୍ରିକ କହି ଆମ ଆଦମୀ ପାର୍ଟି ତରଫରୁ ପଞ୍ଜାବରୁ କେରଳ ପ୍ରତିବାଦ କରାଯାଉଛି । ଓଡି଼ଶାରେ ମଧ୍ଯ ଗିରଫଦାରୀର ତୀବ୍ର ପ୍ରତିବାଦ କରାଯାଇଛି । ଭୁବନେଶ୍ବରରେ ଆପ ନେତା ଓ କର୍ମୀ ଜୋରଦାର ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ଯର ନିନ୍ଦା କରିଛନ୍ତି ।

ନିର୍ବାଚନୀ ବଣ୍ଡ ଏବେ କେନ୍ଦ୍ର ସରକାରଙ୍କ ମୁଖା ଖୋଲି ଦେଇଥିବାବେଳେ ଏଥିରୁ ନଜର ହଟାଇବାକୁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଆପ ବିରୋଧକୁ ସମର୍ଥନ କରି ଇଣ୍ଡିଆ ମେଣ୍ଟର ସଦସ୍ଯ ଓ ବାମଦଳ ମଧ୍ଯ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଓଡ଼ିଶା ସିପିଆଇ-ଏମଏଲ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ଉପରେ ସାଂଘାତିକ ଆକ୍ରମଣ ବୋଲି ଦଳ କହିଛି ।

ଦେଶରେ ନିର୍ବାଚନ ଘୋଷଣା ସରିଥିବାବେଳେ ଏଭଳି ଗିରଫଦାରୀ ବିରୋଧୀଙ୍କ କଣ୍ଠରୋଧ ଛଡା କିଛି ନୁହେଁ । ଆଗରୁ ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂ, ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ, ମୁଖ୍ଯ ବିରୋଧୀ ଦଳ କଂଗ୍ରେସର ବ୍ଯାଙ୍କ ଆକାଉଣ୍ଟ ଫ୍ରିଜ କରିବା ଘଟଣା ପ୍ରମାଣ କରିଦେଉଛି କେନ୍ଦ୍ର ସରକାର କ୍ଷମତା ପାଇଁ କେତେ ତଳକୁ ଖସିଯାଇପାରନ୍ତି । ମନୀଷ ସିସୋଦିଆ, ସଂଜୟ ସିଂ ଗିରଫ ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇନାହିଁ । ସେମାନଙ୍କ ଟ୍ରାଏଲ ଚାଲିନି କି ବେଲ ମିଳିନି । ତା’ହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ବିନା ବିଚାରରେ ଜେଲରେ ରଖିବା ହେଉଛି କେନ୍ଦ୍ର ଅସଲ ଉଦ୍ଦେଶ୍ଯ ବୋଲି କହିଛି ସିପିଆଇ-ଏମଏଲ । ତେଣୁ ଗିରଫ ନେତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରି ଆନ୍ଦୋଳନ କରିଛି ଦଳ ।

ରାଜ୍ଯ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ଯକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ଯ କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ । ନିର୍ବାଚନ ପୂର୍ବରୁ ହଠାତ୍ ରାଜ୍ଯ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ଯକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ବ ଦିଆଯାଇଛି । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ହଠାତ କାହିଁକି ବିଜୟଙ୍କ ଉପରେ ଖପ୍ପା ହେଲା ଏଆଇସିସି । ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ଏବଂ ବିଭିନ୍ନ ମହଲରୁ ନାନା କଥା ଶୁଣିବାକୁ ମିଳୁଛି।

ବିଜୟ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ଓ ବିଜୟଙ୍କ ବିରୋଧରେ ହାଇକମାଣ୍ଡଙ୍କୁ କିଛି ନେତା ଅଭିଯୋଗ କରିଥିବା ଚର୍ଚ୍ଚା ହେଉଛି। ଏହା ପରେ କଂଗ୍ରେସ ହାଇକମାଣ୍ଡ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ କରିଛନ୍ତି । ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭକ୍ତ ଦାସଙ୍କ ସହ ବରାବର ଯୋଗାଯୋଗରେ ଥିଲେ। ଭକ୍ତ ଦାସଙ୍କ ଯୋଗଦାନ ପ୍ରଚାର ପାଇଁ ଅଧିକ ସହାୟକ ହେବ । ପରିବର୍ତ୍ତନ ଦ୍ବାରା କିଛି ପ୍ରଭାବ ପଡ଼ିବନି। କଂଗ୍ରେସର ବିଭିନ୍ନ ଓ୍ଵିଙ୍ଗ୍ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜୟ ପଟ୍ଟନାୟକ କହିଛନ୍ତି। ଗତକାଲି ଭକ୍ତ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ସଭାପତି ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ବରେ ଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସମନ୍ବୟ କମିଟି ସଭାପତି ଦାୟିତ୍ୱ ଦିଆଯାଇଛି।

ଦିଲ୍ଲୀରେ ରାଜରାସ୍ତାକୁ ଓହ୍ଲାଇଲେ ଆମ ଆଦମୀ ପାର୍ଟିର ଶତାଧିକ କର୍ମୀ

ଭୁବନେଶ୍ବର :  ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ସାରାଦେଶରେ ଦେଖାଦେଇଛି ଆନ୍ଦୋଳନ । ଆମ ଆଦମୀ ପାର୍ଟି ସାରା ଦେଶରେ ଆନ୍ଦୋଳନ କରୁଛି । ଗିରଫଦାରୀକୁ ଅଗଣତାନ୍ତ୍ରିକ କହି ଆମ ଆଦମୀ ପାର୍ଟି ତରଫରୁ ପଞ୍ଜାବରୁ କେରଳ ପ୍ରତିବାଦ କରୁଛି । ଓଡି଼ଶାରେ ମଧ୍ଯ ଗିରଫଦାରୀର ତୀବ୍ର ପ୍ରତିବାଦ କରାଯାଇଛି । ଭୁବନେଶ୍ବରରେ ଆପ ନେତା ଓ କର୍ମୀ ଜୋରଦାର ଆନ୍ଦୋଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ଯର ନିନ୍ଦା କରିଛି ଦଳ । ନିର୍ବାଚନୀ ବଣ୍ଡ ଏବେ କେନ୍ଦ୍ର ସରକାରଙ୍କ ମୁଖା ଖୋଲିଦେଇଥିବାବେଳେ ଏତିରୁ ନଜର ହଟାଇବାକୁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।

ଆପ ବିରୋଧକୁ ସମର୍ଥନ କରି ଇଣ୍ଡିଆ ମେଣ୍ଟର ସଦସ୍ଯ ଓ ବାମଦଳ ମଧ୍ଯ ଯୋଗଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଓଡ଼ିଶା ସିପିଆଇ-ଏମଏଲ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ଉପରେ ସାଂଘାତିକ ଆକ୍ରମଣ ବୋଲି ଦଳ କହିଛି । ଦେଶରେ ନିର୍ବାଚନ ଘୋଷଣା ସରିଥିବାବେଳେ ଏଭଳି ଗିରଫଦାରୀ ବିରୋଧୀଙ୍କ କଣ୍ଠରୋଧ ଛଡା କିଛି ନୁହେଁ । ଆଗରୁ ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂ, ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ, ମୁଖ୍ଯ ବିରୋଧୀ ଦଳ କଂଗ୍ରେସର ବ୍ଯାଙ୍କ ଆକାଉଣ୍ଟ ଫ୍ରିଜ କରିବା ଘଟଣା ପ୍ରମାଣ କରିଦେଉଛି କେନ୍ଦ୍ର ସରକାର କ୍ଷମତା ପାଇଁ କେତେ ତଳକୁ ଖସିଯାଇପାରନ୍ତି ।

ମନୀଷ ସିସୋଦିଆ, ସଂଜୟ ସିଂ ଗିରଫ ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇନାହିଁ । ସେମାନଙ୍କ ଟ୍ରାଏଲ ଚାଲିନି କି ବେଲ ମିଳିନି । ତାହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ବିନା ବିଚାରରେ ଜେଲରେ ରଖିବା ହେଉଛି କେନ୍ଦ୍ର ଅସଲ ଉଦ୍ଦେଶ୍ଯ ବୋଲି କହିଛି ସିପିଆଇ-ଏମଏଲ । ତେଣୁ ଗିରଫ ନେତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରି ଆନ୍ଦୋଳନ କରିଛି ଦଳ ।

ପୁଣି ଇତିହାସ ରଚିଲା ଇସ୍ରୋ; ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।

ଇସ୍ରୋ କହିଛି, ଆରଏଲଭି LEX-02 ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଟେଷ୍ଟ କର୍ନାଟକର ଚିତ୍ରଦୁର୍ଗସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ସକାଳ ୭.୧୦ରେ କରାଯାଇଥିଲା। ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ସଠିକତା ସହିତ ରନୱେରେ ସଫଳତାର ସହ ଅବତରଣ କଲା।

ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ମାମଲା: ୨ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶା ଦ୍ରବ୍ୟ ଚାଲାଣ ଘଟଣା । ୨ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ସସପେଣ୍ଡ ହୋଇଛନ୍ତି  । ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି  । ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି  ।

ଗତ ୧୭ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ  । ସେହିପରି ନାଇଟ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠୀ, ଚିପ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନିଶାଦ୍ରବ୍ୟ କାରବାର ଏବଂ ନାଇଟ ଡ୍ୟୁଟିରେ ଥିଲା ବେଳେ,ନିଶାଦ୍ରବ୍ୟ କେମିତି ଜେଲ ଭିତରକୁ ଆସିଲା, ଆଉ ବାରମ୍ବାର ଜେଲ ସର୍ଚ୍ଚ ପରେ ବି ପୁଲିସ କେମିତି ନିଶାଦ୍ରବ୍ୟ ଜବତ କଲା ସେନେଇ ହୋଇଛି କାର୍ଯ୍ୟାନୁଷ୍ଠାନ  ।

ଆଡମିନିଷ୍ଟ୍ରେଟିଭ ଗ୍ରାଉଣ୍ଡ ଏବଂ ଡ୍ୟୁଟିରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ହୋଇଛି  । ସିସିଟିଭି ଫୁଟେଜରୁ ଦୋଷ ତ୍ରୁଟି ସ୍ପଷ୍ଟ ହୋଇଛି  । ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ପରେ ପୋଲିସ ଚଢ଼ାଉ କରି ନିଶାଦ୍ରବ୍ୟ ପାଇଥିଲା । ଜେଲ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ ।

ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲା : ସୁପ୍ରିମକୋର୍ଟରେ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ଘଟଣା। ତୁରନ୍ତ ଶୁଣାଣି ଲାଗି ସୁପ୍ରିମକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ।ମାମଲାରେ ତଳ କୋର୍ଟରେ ଆବେଦନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଗିରଫ ପରେ ଏ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ।ମାମଲାରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି ଲାଗି ଆବେଦନ କରିଥିଲେ। ତେବେ ପୁଣିଥରେ ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରି ତଳ କୋର୍ଟକୁ ଯିବେ ବୋଲି ଜଣାପଡିଛି।

ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଅସ୍ଵୀକାର କରିବା ପରେ ଇଡି ଗତକାଲି ଅପରାହ୍ନ ୭ଟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଞ୍ଚ ସହ ୨ ଘଣ୍ଟା ଧରି କେଜ୍ରିୱାଲଙ୍କ ପଚରାଉଚରା କରିଥିଲା। ଏହାପରେ ରାତି ୯ଟାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ହେଡକ୍ଵାର୍ଟର ନିଆଯାଇଛି। ମେଡିକାଲ ଟେଷ୍ଟ ପରେ କେଜରିୱାଲଙ୍କୁ ଇଡି ହାଜତରେ ରଖାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ଇଡି। ଏଥିଲାଗି ଇଡି ଅଫିସ ପରିସରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି। ଗିରଫଦାରୀକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି ଆପ ନେତା ଓ କର୍ମୀ। ଗିରଫ ପ୍ରତିବାଦରେ ଆନ୍ଦୋଳନ କରୁଥିବା କିଛି ଆପ୍ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଆଜି ବିଜେପି ମୁଖ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୧୩ ମାସ ଧରି ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଗତ ୬ ମାସ ଧରି ତିହାର ଜେଲରେ ଅଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ଲାଗି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହେବାରେ ଏହି ଘଟଣା ହେଉଛି ପ୍ରଥମ। ଇଡିରେ ହାଜର ହେବା ଲାଗି ୯ଟି ସମନକୁ ପ୍ରତ୍ୟାଖ୍ଯାନ କରିବା ପରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି।

ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ । କଟକର ଏକ ଲଜରେ ଲୁଚିଥିବା ବେଳେ ଗିରଫ କରିଛି ପୋଲିସ। ପୂର୍ବରୁ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାକୁ ଗିରଫ କରିଥିଲା ପୋଲିସ । ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା। ଏକ ଖଣ୍ଡାରେ ଅଞ୍ଜନ ବେହେରାଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଅଭିଯୁକ୍ତ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୌତମ ନାମକ ଅନ୍ୟ ଜଣେ ଯୁବକ । ହତ୍ୟାକାଣ୍ଡରେ ଯୁବତୀ ଜଣଙ୍କ ସାଜିଥିଲେ ରିଙ୍ଗ ମାଷ୍ଟର। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପାରାଦୀପ-ଏରସମା ଅଭିମୁଖେ ଦାମ ରାଉତଙ୍କ ପାର୍ଥିବ ଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର : ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର।

ପୂର୍ବରୁ ବିଧାନସଭାରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଶେଷ ଦର୍ଶନ କରି ଜଣାଇଥିଲେ ଶ୍ରଦ୍ଧାଞ୍ଜଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦାମ ରାଉତଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୮୨ ବର୍ଷ ବୟସରେ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି। ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥରର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।