spot_img
Home Blog Page 2100

ମା’ଙ୍କ ମଜାଳିଆ କଥା ଶୁଣି କୋମାରୁ ଉଠିଗଲା ଝିଅ, ଜାଣନ୍ତୁ କ’ଣ ସେହି କଥା..

ମିଚିଗାନ: ମା’ଙ୍କ ମଜାଳିଆ କଥା ଶୁଣି କୋମାରୁ ଉଠିଗଲା ଝିଅ। ଏଭଳି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ। ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜେନିଫର ଫ୍ଲେବେଲେନ ନାମକ ମହିଳା ପାଖାପାଖି ୪ ବର୍ଷ ୧୧ ମାସ ପରେ କୋମାରୁ ଉଠିଛନ୍ତି । ୨୦୧୭ରେ ସେ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ପରେ ସେ କୋମାକୁ ପଳାଇଯାଇଥିଲେ ।

ତେବେ ଡାକ୍ତର ମାନେ ତାଙ୍କର ବ୍ରେନ୍ କାମ କରୁନଥିବା କହିବା ସହ ସେ କୋମାରୁ ଫେରିବା ନେଇ ଆଶା ହରାଇ ସାରିଥିଲେ । କିନ୍ତୁ ଡାକ୍ତର କଥାକୁ କର୍ଣ୍ଣପାତ କରିନଥିଲେ ମା’ ପେଗୀ । ଆଉ ଝିଅ ପାଖରେ ସବୁବେଳେ ରହି ତା’ କଥାବାର୍ତ୍ତା କରୁଥିଲେ । ଦୀର୍ଘ ସମୟର ଅପେକ୍ଷା ପରେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଘଟିଥିଲା ଚମତ୍କାର। ପାଖରେ ବସିଥିବା ମାଆ ମଜାକଥା ଶୁଣାଇବା ବେଳେ ଉଠି ବସିଥିଲେ ଜେନିଫର । ସେ କୋମାରୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଚିକିତ୍ସା କରୁଥିବା ଡାକ୍ତର ଏହାକୁ ଚମତ୍କାର ବୋଲି କହିଛନ୍ତି । ଜେନିଫର ଠିକରେ କଥା କହିପାରୁନଥିଲେ ବି ଆମ ଗହଣରେ ସକ୍ରିୟ ରହୁଥିବା ମାଆ ପେଗୀ କହିଛନ୍ତି। ଜେନିଫର କୋମାକୁ ଯିବା ବେଳେ ତାଙ୍କୁ ୩୫ ବର୍ଷ ହୋଇଥିଲା । ଏହି ଅବସରରେ ମା’ ପେଗୀ କହିଛନ୍ତି, ସବୁ ସ୍ୱପ୍ନ ଦିନେନା ଦିନେ ସତ ହୁଏ । ଆଉ ଆଜି ସେହି ଦିନ’’।

ରାଜ୍ୟରେ ଉଦଘାଟିତ ହେଲା ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣର ଆଉ ଗୋଟିଏ ଫର୍ଦ୍ଦ।‌ ଉଦଘାଟିତ ହେଲା ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଏହି ଶିକ୍ଷା ସୌଧକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ମସିହାରୁ ଏହା ଅସ୍ଥାୟୀ ଭାବେ କୌସ୍ତୁଭ ଇଞ୍ଜିନିୟରିଂ କଲେଜରେ ଆରମ୍ଭ ହୋଇଥିବାବେଳେ ନୂତନ ସ୍ଥାୟୀ ବିଲଡିଂକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।‌

ଅନ୍ଧାରୁଆ ଠାରେ ପ୍ରସ୍ତାବିତ ୨୫ ଏକର ଜାଗାରେ ଆଇକନିକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀ ଯୁକ୍ତଦୁଇ ପଢିବାର ବ୍ୟବସ୍ଥା ରହିଛି। ରାଜ୍ୟରେ ଥିବା ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାର ସୁବିଧା ପାଇବେ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ +୨ ଅଧ୍ୟୟନ ସହିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।

ବିଶେଷତଃ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷିତ ୧୫ ପ୍ରତିଶତ ଡାକ୍ତରୀ ଓ ଇଞ୍ଜିନିୟରିଂ ସିଟରେ ପଢ଼଼ା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ନିଟ୍‍ ଓ ଜେଇଇରେ ଉତ୍ତମ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୧ ମସିହା ସେପ୍ଟେମ୍ବର ୫ ଅର୍ଥାତ୍ ଗୁରୁ ଦିବସରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତି ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।‌ ରେକର୍ଡ ସମୟରେ ଏହାର ନିର୍ମାଣ ଶେଷ ହୋଇଛି।

ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଦୁଇଟି ବିସ୍ଫୋରଣ, ୨୬ ମୃତ

ବାଲୁଚିସ୍ତାନ: ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏପଟେ ନିର୍ବାଚନ ପୂର୍ବରୁ ବାଲୁଚିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ଅନେକ ଲୋକ। ପ୍ରଥମ ବିସ୍ଫୋରଣଟି ପିଶିନ ଜିଲ୍ଲାର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ଯୁ ଘଟିଥିଲା।

ସେହିପରି ଦ୍ବିତୀୟ ବିସ୍ଫୋରଣ ଆଫଗାନିସ୍ତାନ ସୀମା କିଲ୍ଲା ସୈଫୁଲ୍ଲା ଅନ୍ତର୍ଗତ ଜାମିଏତ ଉଲେମା ଇସଲାମ ସଂଗଠନର କାର୍ଯ୍ୟାଳୟ ନିକଟରେ ଘଟିଛି। ଏଥିରେ ୧୪ ଜଣଙ୍କ ମୃତ୍ଯୁ ଘଟିଥିଲା। ଦୁଇଟି ବିସ୍ଫୋରଣ ପଛରେ ପାକିସ୍ତାନୀ ତାଲିବାନ ଓ ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନର ହାତ ଥିବା ଆଶଙ୍କା କରାଯାଇଛି।

ତେବେ ପ୍ରଥମ ବିସ୍ଫୋରଣରେ ଆହତମାନଙ୍କୁ ପିଶିନ ଜିଲ୍ଲାର ଖାଜାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଶରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଆତଙ୍କ ଖେଳାଇଛି। ନିର୍ବାଚନ ଲାଗି ଦେଶରେ ପ୍ରଚାର ଅଭିଯାନ ଚାଲିଥିବାବେଳେ ଏହି ବିସ୍ଫୋରଣ ଚିନ୍ତାର କାରଣ ହୋଇଛି।

Xରେ ଟ୍ରେଣ୍ଡ କରୁଛି #VKPandianInmetaverse, ଜାଣନ୍ତୁ…

ଭୁବନେଶ୍ୱର: ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ କରୁଛି #VKPandianInmetaverse। ବିଶ୍ବ ଓଡିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ବୁଲିବାବେଳେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ମେଟାଭର୍ସ ଷ୍ଟଲକୁ ଯାଇ ଟେକନିକ ଦେଖି ଅଭିଭୂତ ହୋଇଥିଲେ । ଏହି ପ୍ରସଙ୍ଗ ଏବେ ଏକ୍ସରେ ଟ୍ରେଣ୍ଡ କରୁଛି ।

ମେଟାଭର୍ସ କଣ ବୋଲି ଯୁଜର୍ସଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି। ବିଶ୍ବ ଓଡିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ଓ ସଂସ୍କୃତି ଆଗକୁ କଣ ହେବ ସେନେଇ ଗଠନ କରାଯାଇଛି ଡୋମ ଅଫ ଫ୍ଯୁଚର। ଡୋମ ଅଫ ଫ୍ଯୁଚରର ଗୋଟିଏ ଅଂଶ ହେଉଛି ମେଟାଭର୍ସ। OCAC ମେଟାଭର୍ସକୁ ଡିଜାଇନ କରିଛି। ଯେଉଁଥିରେ ଆୟୋଜିତ ପ୍ରଦର୍ଶନୀକୁ ଆପଣ ଘରେ ବସି ମୋବାଇଲ ଜରିଆରେ ଦେଖିପାରିବେ। ଏଥିପାଇଁ ସ୍ୱତନ୍ତ୍ର QR କୋଡ୍ ପ୍ରସ୍ତୁତ ହୋଇଛି। ଯାହାର ନିଜେ ପ୍ରତ୍ଯକ୍ଷ ଅନୁଭୂତି ନେଇଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗୋଟିଏ ଜାଗାରେ ରହି ପୂରା ପ୍ରଦର୍ଶନୀ ଦେଖି ପ୍ରଶଂସା କରିଥିଲେ। ପ୍ରଦର୍ଶନୀର ମେଟାଭର୍ସ ଡିଜାଇନ୍ ଯୁବପିଢିଙ୍କ ମନ ଜିତୁଥିବାବେଳେ 5T ଅଧ୍ଯକ୍ଷ ଷ୍ଟଲ ପରିଦର୍ଶନ ପରେ ଏହା ଏବେ ଟ୍ରେଣ୍ଡ କରୁଛି।

ଚାକିରି ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଗରମ ଡାଲି ଢାଳିଦେଲା ଯୁବକ

ନୂଆଦିଲ୍ଲୀ: ମହିଳାଙ୍କୁ ୭ ଦିନ ଧରି ଦୁଷ୍କର୍ମ ପରେ ଗରମ ଡାଲି ଢାଳିଦେଲା ଯୁବକ। ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଏକ ଲୋମହର୍ଷଣ ଘଟଣା। ନିର୍ଯାତନାର ଶିକାର ମହିଳା ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ପାରସ ନାମକ ଯୁବକ ମହିଳାଙ୍କୁ ଚାକିରି ଦେବାକୁ କହି ଦିଲ୍ଲୀ ଡାକିଥିଲେ। ଦୀର୍ଘ ୭ ଦିନ ଧରି ଦୁଷ୍କର୍ମ କରିବା ସହ ଶାରିରୀକ ନିର୍ଯାତନା ଦେଉଥିଲେ। ଲୁହାଛଡ଼ରେ ମାଡ଼ ମାରିବା ସହ ମହିଳାଙ୍କ ଉପରେ ଗରମ ଡାଲି ଢାଳିଦେଇଥିଲା ପାରସ। ମହିଳା ଜଣକ ଅଭିଯୁକ୍ତ ପାରସର ସାଥି ବୋଲି ଜଣାପଡିଛି। ଗତ ୨ ତାରିଖରେ ଅଭିଯୁକ୍ତ ପାରସକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଜାନୁଆରୀ ୩୦ରେ ଘଟଣା ପୋଲିସ ନଜରକୁ ଆସିଥିଲା। ମହିଳାଙ୍କୁ ଅଭିଯୁକ୍ତ ପାରସ ନିସ୍ତୁକ ମାଡ଼ ମାରିବା ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା।

ମହିଳା ଉଦ୍ଧାର ପରେ ପୋଲିସକୁ ଅତ୍ୟାଚାରର ସବୁ କଥା କହିଥିଲେ। ଚାକିରି ଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଘରେ ବନ୍ଦ କରି ରଖିଥିଲା ଅଭିଯୁକ୍ତ ପାରସ। ଅଭିଯୁକ୍ତ ପାରସ  ମହିଳାଙ୍କ ସାଥି ଥିଲା। ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଂଚଳରେ ଉଭୟ ମାସେ ଧରି ରହି ଆସୁଥିଲେ। ମହିଳା ଜଣଙ୍କୁ ଲଗାତାର ନିର୍ଯାତନା ଦେଇଥିଲା ଅଭିଯୁକ୍ତ ପାରସ। ୩୦ ଜାନୁଆରୀରେ ଦିଲ୍ଲୀ ପୋଲିସର ପିସିଆରକୁ ସୂଚନା ମିଳିବା ପରେ ଖବର ଜଣାପଡିଥିଲା। ମହିଳା ଜଣଙ୍କୁ ଯୁବକ ଜଣକ ମାଡ଼ ମାରୁଥିବା ଖବର ପାଇ ଘଟଣାସ୍ଥଳରୁ ଉଦ୍ଧାର କରି ଦିଲ୍ଲୀ ଏମସରେ ଭର୍ତ୍ତି କରିଥିଲା। ମହିଳାଙ୍କ ଶରୀରର ୨୦ଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସଂପାଦକଙ୍କ ସିଧା ଆଟାକ

ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ଯାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଆଟାକ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ଯାୟ ମିଳିବା ପରେ ସୋସିଆଲ ସାଇଟ ଏକ୍ସରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ।

ସେ କହିଛନ୍ତି, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଧର୍ମେନ୍ଦ୍ର ହୀନଉଦ୍ୟମ କରିଥିଲେ। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଉଦ୍ଯମ କରିଥିଲେ। ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ହୀନକାର୍ଯ୍ୟକୁ ଓଡ଼ିଶାବାସୀ ଦେଖିଛନ୍ତି। ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ ବୋଲି କହି ବର୍ଷିଛନ୍ତି ପ୍ରଣବ। ଗତକାଲିର ରାୟ ପରେ ତାଙ୍କ ଅନ୍ତରାତ୍ମା କିଭଳି ତାଙ୍କୁ ଶାନ୍ତିରେ ରଖାଇ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ। ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ମହାପାପ କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ସେଥିପାଇଁ ସେ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରସିଦ୍ଧ ତୀର୍ଥସ୍ଥାନ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ

ରାଉରକେଲା: ଓଡ଼ିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରା। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏହି ଯାତ୍ରା ଗତକାଲିଠୁ ଓଡ଼ିଶାରେ ପହଞ୍ଚିଛି । ଏଥିରେ ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀ ପ୍ରସିଦ୍ଧ ତୀର୍ଥସ୍ଥାନ ବେଦବ୍ୟାସ ମନ୍ଦିରରେ ପହଞ୍ଚି ବେଦବ୍ୟାସ ମନ୍ଦିର ପରିସରରେ ଥିବା ବାବା ବାଲୁଙ୍କେଶ୍ୱର ମହାଦେହବ ଓ ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବେଦବ୍ୟାସ ଗୁମ୍ଫା ସହିତ ଅନ୍ୟ ମନ୍ଦିର ପରିଦର୍ଶନ କରି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ଗତକାଲି  ରାହୁଲ ଗାନ୍ଧୀ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଠାରୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରାରେ ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ଯାତ୍ରାରେ ସାମିଲ ହୋଇଛନ୍ତି। ଆଜି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଯାତ୍ରା  କରିବା ପରେ ପାନପୋଷ ଛକଠାରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦଭୋଦନ ଦେଇଥିଲେ।

ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା କରି କେନ୍ଦ୍ର ବିଜେପି ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଆଛାଦିନର ମିଥ୍ୟା ପ୍ରତିଶୃତି ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଅହେତୁକ ଦରଦାମ ବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି।  ରାହୁଲ ଗାନ୍ଧୀ ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି।

ରାହୁଲ ଗାନ୍ଧୀ ଆଜି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ରାହୁଲ ଗାନ୍ଧୀ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଆସନ୍ତାକାଲି  ଅପରାହ୍ନରେ ରାହୁଲ ଗାନ୍ଧୀ ଛତିଶଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି।

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ ରିପୋର୍ଟ : ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । ଆମେରିକା ସିକାଗୋରେ ଭାରତୀୟ ଛାତ୍ରଙ୍କୁ ଅମାନୁଷିକ ଆକ୍ରମଣ। ୪ ଜଣ ଲୁଟେରା ଭାରତୀୟ ଛାତ୍ରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସୟିଦ୍ ମଜାହିର ଅଲ୍ଲୀ ନାମକ ଭାରତୀୟ ରକ୍ତାକ୍ତ ଅବସ୍ଥାରେ ସହାୟତା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏନେଇ ମଜାହିରଙ୍କ ପତ୍ନୀ ସୟେଦା ରୁକୁଲିଭା ଫାତିମା ରିଜଭି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅବଗତ କରିବା ସହ ସ୍ବାମୀଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ମିଳିପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହାସହ ସ୍ବାମୀଙ୍କୁ ଦେଖିବାକୁ ସିକାଗୋ ଯିବା ଲାଗି ବ୍ୟବସ୍ଥା କରିବାକୁ ସେ ଜୟଶଙ୍କରଙ୍କ ନିକଟରେ ଅନୁରୋଧ କରିଛନ୍ତି।

ଆମେରିକାରେ ଚଳିତବର୍ଷ ୪ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆମେରିକାର ପୁରୁଦ ବିଶ୍ବବିଦ୍ୟାଳୟରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା। ଜାନୁଆରୀ ୧୬ରେ ହରିଆଣାର ୨୫ ବର୍ଷ ବୟସ୍କ ଛାତ୍ର ବିବେକ ସାଇନିଙ୍କୁ ଜର୍ଜିଆର ଲିଥୋନିଆରେ ହତ୍ୟା କରାଯାଇଥିଲା। ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ଯାମ୍ପ୍ସରେ ବିଶ୍ବବିଦ୍ୟାଳୟରେ ଅକୁଲ ଧାବନ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା।

କେନ୍ଦ୍ରର ପାତର ଅନ୍ତର ଅଭିଯୋଗ, ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ

ନୂଆଦିଲ୍ଲୀ: କେନ୍ଦ୍ରର ପାତର ଅନ୍ତର ଅଭିଯୋଗ। ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ଯନ୍ତର ମନ୍ତରରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ଅଧିକାଂଶ ବିଧାୟକ ଯୋଗଦେଉଛନ୍ତି।

ଗତ ମଙ୍ଗଳବାର ରାତିରେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ଦିଲ୍ଲୀରେ ପହଞ୍ଚିଥିଲେ। ଏହି ପ୍ରତିବାଦ ସଭାରେ ୧୩୦ରୁ ଅଧିକ ବିଧାୟକ, ୨୮ ଏମଏଲସି, ଜଣେ ଲୋକସଭା ସାଂସଦ, ୫ ଜଣ ରାଜ୍ଯସଭା ସାଂସଦ ଯୋଗଦେଉଛନ୍ତି। ଏହାସହ ରାଜ୍ୟ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ବାରମ୍ବାର କର୍ଣ୍ଣାଟକକୁ ଅବହେଳା ପ୍ରଦର୍ଶନ କରିଛନ୍ତି। ଅର୍ଥନୈତିକ ଭାବେ ପାତରଅନ୍ତର ମନୋଭାବ ପୋଷଣ କରିଆସୁଛନ୍ତି। ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି। ଶିବକୁମାର କହିଛନ୍ତି ରାଜ୍ଯ ପ୍ରତି ଅବହେଳା ପ୍ରତିବାଦରେ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଏଥିରେ ସାମିଲ ହେବା ଆବଶ୍ଯକ।

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ

କଟକ:  ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ହାଇକୋର୍ଟ ପରିସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ଯ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଶପଥ ପାଠ ଉତ୍ସବରେ ହାଇକୋର୍ଟର ବିଚାରପତି ଓ ହାଇକୋର୍ଟର ଆଇନଜୀବୀ ଉପସ୍ଥିତ ରହିଥିଲେ। ଜଷ୍ଟିସ ଶରଣ ସିଂ ପାଟନା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

୧୯୬୩ ଜାନୁଆରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୨୦୨୫ ଜାନୁଆରୀ ମାସରେ ଅବସର ନେବେ।