spot_img
Home Blog Page 211

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ନକ୍ସଲ ନିହତ। ଆନ୍ଧ୍ର ମାରେଡମଲ୍ଲୀ ଜଂଗଲରେ ହୋଇଛି ଏନକାଉଣ୍ଟର। ଘଟଣା ସ୍ଥଳରେ ଗ୍ରେହାଉଣ୍ଡ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ୬ ଜଣ ନିହତ ହୋଇଥିଲେ। ଟପ୍ ମାଓନେତା ହିଡମା ଓ ତାଙ୍କ ପତ୍ନୀ ସମେତ ୬ ମାଓବାଦୀ ନିହତ ହୋଇଥିଲେ। ଏହା ସହିତ ଆନ୍ଧ୍ର ପୋଲିସ ୫୦ ଜଣ ନକ୍ସଲଙ୍କୁ ଗିରଫ କରିଛି। କ୍ରିଷ୍ଣା, ଇଲୁରୁ, ଏନଟିଆର୍ ବିଜୟୱାଡ଼ା, କାକିନାଡ଼ା ଓ କୋନସିମା ଜିଲ୍ଲାରୁ ଏହି ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ କ୍ୟାଡର ନକ୍ସଲ, ଲଜିଷ୍ଟିକ୍ସ ଏକ୍ସପର୍ଟ, ଯୋଗାଯୋଗ ଅପରେଟର ଓ ସଶସ୍ତ୍ର ପ୍ଲାଟୁନ ସଦସ୍ୟ। ଏମାନେ ସମସ୍ତେ ହିଡମାର ସହଯୋଗୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦଣ୍ଡକାରଣ୍ଯ ନେଟୱର୍କରେ କାମ କରୁଥିଲେ।

ସାଲିଆସାହି ବସ୍ତି ଉଚ୍ଛେଦକୁ ନେଇ ଏମିତି କହିଲେ ପିସିସି ସଭାପତି

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ସଲିଆସାହିରେ ବସ୍ତି ଉଚ୍ଛେଦ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା । ବସ୍ତି ଉଚ୍ଛେଦ ନେଇ ଗତ କାଲି ବିଏମସି କମିଶନରଙ୍କ ସହିତ କଥା ହୋଇଛି । ଜଙ୍ଗଲରେ ରାଜ୍ୟରେ ଦୀର୍ଘ ବର୍ଷ ହେଲା ଆଦିବାସୀ ମାନେ ବସବାସ  କରୁଥିଲେ । ସେମାନେ ପଟା ପାଇବାର ହକ ଥିଲା । ବିଜେପି ସରକାରର ମୁଖ୍ୟମନ୍ତ୍ରୀ ହେବା ପରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ପଟା ଦେବା ପରିବର୍ତ୍ତେ  ବସ୍ତି ବାସିନ୍ଦାଙ୍କୁ ଜୋର ଜବରଦସ୍ତ ଉଛେଦ କରୁଛନ୍ତି। ବିକାଶ ପାଇଁ ଉଛେଦ କରୁଛନ୍ତି କରନ୍ତୁ । କିନ୍ତୁ ଜମି ଅଧିଗ୍ରହଣ, କ୍ଷତି ପୂରଣ ଦେଇ ପଟା ଦେଇ କରନ୍ତୁ ।

ଯିଏ ନିୟମ ଅନୁସାରେ ତଥ୍ୟ ଦେବେ ନିୟମ ଅନୁସାରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରାଯିବ ନେଇ ବିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି । ମୁ ସେଠାକୁ ଯିବାର ଥିଲା, କମିଶନର ୩ ଦିନ ସମୟ ମାଗିଛନ୍ତି। ସଭିଙ୍କୁ ଥଇଥାନ କରିବା ନେଇ ବିଏମସି କମିଶନର କହିଥିବା ଭକ୍ତ କହିଛନ୍ତି।

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଉପରେ ରେଡ୍,  କେନ୍ଦ୍ରାପଡ଼ା ପୋଲିସର ଚେକିଂ, ବ୍ଲକିଂ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁରରୁ ସନ୍ଦିଗ୍ଧ ବେଆଇନ ବାଂଲାଦେଶୀ ଧରାପଡ଼ିବା ପରେ କେନ୍ଦ୍ରାପଡ଼ାରେ ବି ଧରପଗଡ଼। ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ରାତିରେ ବି ହୋଇଥିଲା ବ୍ଳକିଂ ଓ ଚେକିଂ । ଏପରିକି ଘର ଭଡ଼ା ଦେଇଥିବା ମାଲିକ ଓ ଘର ଭଡ଼ା ନେଇଥିବା ଲୋକଙ୍କୁ ହଜାର ହେବା ପାଇଁ ଡକାଯାଇଥିଲା। କେନ୍ଦ୍ରାପଡ଼ାର ବିଭିନ୍ନ ବସ୍ତିରେ ରହୁଥିବା ସନ୍ଦିଗ୍ଧ, ଦିଲାରପୁର, ବଡ଼ହାଟ, ରଣପଡ଼ାର ଅନେକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଡକାଇ ଟାଉନ ଥାନାରେ ପଚରା ଉଚରା କରାଯାଇଥିଲା। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରାଯାଇଥିଲା।

୧୧ ଜଣଙ୍କ ସହ ଡେଟ୍, କିନ୍ତୁ ଏବେ ବି କୁମାରୀ : ଜନ୍ମଦିନରେ ଜାଣନ୍ତୁ ସୁସ୍ମିତା ସେନଙ୍କ ଲଭ ଷ୍ଟୋରୀ…

ନନ୍ଦିଘୋଷ ବ୍ୟୁରୋ: ସୁସ୍ମିତା ସେନ୍, ବଲିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ଅଭିନେତ୍ରୀ । କିନ୍ତୁ ଏଯାଏ ସେ ବିହାର କରିନାହାଁନ୍ତି । ତାଙ୍କ ଅଭିନୟର ଯାଦୁ ସାଙ୍ଗକୁ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ତେବେ ଆପଣ ଜାଣନ୍ତି କି, ଏହି ଅଭିନେତ୍ରୀ ନିଜର କ୍ୟାରିୟର ମଧ୍ୟରେ ୧୧ ଜଣଙ୍କ ସହ ଡେଟ୍ କରିଛନ୍ତି । ଯେଉଁ କାରଣରୁ ସେ ଲାଇମଲାଟକୁ ମଧ୍ୟ ଆସିଛନ୍ତି । ଆସନ୍ତୁ ଏହି ପାଠରେ ଜାଣିବା ତାଙ୍କ ଜୀବନ କାହାଣୀ..

୧୯୯୪ ମସିହାର ଲୋକଲୋଚନକୁ ଆସିଥିଲେ ସୁସ୍ମିତା । ପ୍ରଥମ ଭାରତୀୟ ଭାବେ ମିସ ୟୁନିଭର୍ସ ଜିତିଥିଲେ । ଏହାପରେ ସେ ବଲିଉଡରେ ଅଭିନୟ କରିବା ଲାଗି ସୁଯୋଗ ପାଇଥିଲେ । ୧୯୭୫ ମସିହାରେ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତ୍ରୀ ୧୧ ଜଣଙ୍କ ସହ ସମ୍ପର୍କରେ ରହିଥିଲେ । କିନ୍ତୁ ସେ ଏବେ ବି କୁମାରୀ ଅଛନ୍ତି ମାତ୍ର ସନ୍ତାନର ମାଆ ଅଟନ୍ତି ।

ସୁସ୍ମିତା ସେନଙ୍କ ପ୍ରେମ ସମ୍ପର୍କର ତାଲିକା ବହୁତ ବଡ଼। ସେ ହଟମେଲର ପ୍ରତିଷ୍ଠାତା ସବୀର ଭାଟିଆ ଏବଂ ନିର୍ଦ୍ଦେଶକ ମୁଦାସର ଅଜିଜଙ୍କୁ ଡେଟ୍ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହା ବ୍ୟତୀତ, ଏହି ଅଭିନେତ୍ରୀଙ୍କ ନାମ ହୋଟେଲ ବ୍ୟବସାୟୀ ସଞ୍ଜୟ ନାରଙ୍ଗ ଏବଂ ହ୍ରିତିକ୍ ଭାସିନଙ୍କ ସହ ଯୋଡା ଯାଇଥିଲା। ସୁସ୍ମିତା ତାଙ୍କଠାରୁ 15 ବର୍ଷ ସାନ ରୋହମନ ଶାଲଙ୍କୁ ମଧ୍ୟ ଡେଟ୍ କରିଥିଲେ। ସେମାନଙ୍କ ବ୍ରେକଅପ୍ ପରେ, IPL ପ୍ରତିଷ୍ଠାତା ଲଳିତ ମୋଦିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଆଲୋଚନା ହୋଇଥିଲା। ଉଭୟଙ୍କ ବ୍ୟକ୍ତିଗତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗୋଟିଏ ସମୟରେ, ତାଙ୍କର ଏକାକୀତା ଦୂର କରିବା ପାଇଁ, ସୁସ୍ମିତା ସେନ ଝିଅମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମେ ୨୦୦୦ ମସିହାରେ ଝିଅ ରେନିକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ, ଏବଂ ତା’ପରେ, ୧୦ ବର୍ଷ ପରେ, ୨୦୧୦ ମସିହାରେ, ଅଭିନେତ୍ରୀ ତାଙ୍କର ସାନ ଝିଅ ଆଲିସାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ।

ଦଶମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନୀତିଶ କୁମାର ? ଜାଣନ୍ତୁ କେବେ ଏବଂ କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ..

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଶେଷ ହୋଇଛି ବିହାର ନିର୍ବାଚନ । ଜନତା ଏନଡିଏ ସପକ୍ଷରେ ମତ ଦେଇଛନ୍ତି । ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ? ନୀତିଶ କୁମାର ନା ଆଉ କିଏ ? ଏହାକୁ ନେଇ ଲାଗି ରହିଛି ସସପେନ୍ସ । କାରଣ ଏବେ ଦିଲ୍ଲୀରେ ଚାଲିଛି ଘନ ଘନ ବୈଠକ । ଯଦି ନୀତିଶଙ୍କୁ ଏନଡିଏ ମୁଖ୍ୟମନ୍ତ୍ରୀ କରେ ତାହେଲେ ସେ ଦଶମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ନଅ ଥର କାର୍ଯ୍ୟ କରିଛନ୍ତି, ଯେଉଁଥିରେ ୨୦୦୦ ମସିହାରେ ସାତ ଦିନର ଏକ ସଂକ୍ଷିପ୍ତ କାର୍ଯ୍ୟକାଳ ଅନ୍ତର୍ଭୁକ୍ତ, ଯାହା ବହୁମତ ଅଭାବରୁ ଶେଷ ହୋଇଥିଲା। ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ। ନୀତିଶ କୁମାର ପ୍ରଥମ ଥର ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସାତ ଦିନ ପାଇଁ ଦାୟିତ୍ୱ ନେଇଥିଲେ। ସେ ମାର୍ଚ୍ଚ ୩ ତାରିଖରେ ଶପଥ ଗ୍ରହଣ କରିଥିଲେ। ସେ ବିଜେପି ସହିତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲେ, ନଭେମ୍ବର ୨୪, ୨୦୦୫ ରେ କ୍ଷମତା ଗ୍ରହଣ କରିଥିଲେ। ନଭେମ୍ବର ୨୬, ୨୦୧୦ ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ସେ ବିଜେପି ସହିତ ସରକାର ଗଠନ କରିଥିଲେ।

ଜେଡିୟୁ ନେତା ନୀତିଶ କୁମାର ୨୦୧୫ ନଭେମ୍ବର ୨୦ରେ ପାଟନାର ଗାନ୍ଧୀ ମଇଦାନରେ ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ଅଭିନନ୍ଦନ ଜଣାଇଥିଲେ। ବିଧାନସଭା ନିର୍ବାଚନରେ ​​ମହାଗଠବନ୍ଧନକୁ ବିଜୟୀ କରାଇଥିବା ଜେଡିୟୁ ନେତା ନୀତିଶ କୁମାର ତାଙ୍କ ଦଳ ଆରଜେଡି ଏବଂ କଂଗ୍ରେସ ସହିତ ସରକାର ଗଠନ କରିଥିଲେ।

୨୦୧୭ ମସିହାରେ, ବିହାର ରାଜ୍ୟପାଳ କେଶରୀ ନାଥ ତ୍ରିପାଠି ୨୭ ଜୁଲାଇ, ୨୦୧୭ରେ ପାଟନାରେ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ। ନୀତିଶ କୁମାର ଚାରି ବର୍ଷ ପରେ ଏନଡିଏକୁ ଫେରିଥିଲେ ଏବଂ ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ମହାଗଠବନ୍ଧନରୁ ଅଲଗା ହୋଇ ବିଜେପି ସହିତ ପୁଣି ଥରେ ସରକାର ଗଠନ କରିଥିଲେ। ରାଜ୍ୟପାଳ ଫାଗୁ ଚୌହାନ ୧୬ ନଭେମ୍ବର, ୨୦୨୦ରେ ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ। ଜେଡିୟୁ ମୁଖ୍ୟ ନୀତିଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସପ୍ତମ ଥର ପାଇଁ ଶପଥ ନେଇଥିଲେ।

ନୀତିଶ କୁମାର ଅଗଷ୍ଟ ୧୦, ୨୦୨୨ରେ ପାଟନାର ରାଜଭବନରେ ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଗୋଟିଏ ଦିନ ପୂର୍ବରୁ, ସେ ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ତାଙ୍କର ମେଣ୍ଟ ଭାଙ୍ଗି ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଯୋଗ ଦେଇଥିଲେ। 28 ଜାନୁଆରୀ, 2024ରେ ପାଟନାର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନୀତିଶ କୁମାର ରେକର୍ଡ ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେହି ଦିନ ପୂର୍ବରୁ, ସେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD)ରୁ ଇସ୍ତଫା ଦେଇ ବିଜେପି ନେତୃତ୍ୱାଧୀନ NDAକୁ ଫେରି ଆସିଥିଲେ।

ଶ୍ରୀମନ୍ଦିରରେ ଆଜି ଠାରୁ ଦେବଦୀପାବଳି ନୀତି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ଠାରୁ ଦେବଦୀପାବଳି ନୀତି । ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଅନୁଷ୍ଠିତ ହେବ। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି। ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି ଦୀପାବଳି ଦିନ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି ଠିକ ସେହିପରି ମହାପ୍ରଭୁ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜିଉ ମାନେ ଶ୍ରାଦ୍ଧବେଶରେ ସଜ୍ଜିତ ହୋଇ ସତ୍ୟଯୁଗର ଅଦିତି ଓ କଶ୍ୟପ, ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ତଥା ଦ୍ୱାପର ଯୁଗର ଦେବକୀ ଓ ବସୁଦେବ ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ।

ବିହାର ସସପେନ୍ସ : ଆଜି ବସିବ ଏନଡିଏ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଜି ବିହାର ସସପେନ୍ସ ହେବ ସ୍ପଷ୍ଟ। ବସିବ ଏନଡିଏ ବୈଠକ। ଏହି ବୈଠକରେ ଏନଡିଏର ୨୦୨ ନବନିର୍ବାଚିତ ବିଧାୟକ ଯୋଗଦେବେ। ଏହା ସହ ଏନଡିଏ ପକ୍ଷରୁ ଘୋଷଣା ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ। ଏହି ବୈଠକରେ ବିଜେପି, ଜେଡିୟୁ, ଏଲଜେପି(ଆର), ହାମ ଓ ଆରଏଲଏମର ବିଧାୟକମାନେ ଯୋଗଦେବେ। ସମ୍ଭବତଃ ନୀତୀଶ କୁମାରଙ୍କୁ ପୁଣି ଥରେ ନେତା ନିର୍ବାଚିତ କରିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି। ସେପଟେ ବିଜେପିର ବି ବିଧାୟକ ଦଳ ବୈଠକ ବି ବସିବ। ଏଥିରେ ଦଳର ନେତା ନିର୍ବାଚନ କରାଯିବ। ବିଜେପି ବିଧାୟକ  ବୈଠକ ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତିଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।…

ଆସନ୍ତାକାଲି ପାଟନା ଗାନ୍ଧୀ ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହେବେ। ସେପଟେ କଣ ହେବ ବିହାରର ନୂଆ ମନ୍ତ୍ରିମଣ୍ଡଳର ରୂପରେଖ l ଏନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି ଅଙ୍କକଷା l ବିଶେଷ କରି ବାଚସ୍ପତି ପଦକୁ ନେଇ ଦୁଇ ଦଳ ଭିତରେ ଚାଲିଛି ଟଣାଓଟରା l ଏହା ସହ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ଲାଗି ବି ଚାଲିଛି ଶୀତଳ ଯୁଦ୍ଧ l ସବୁ କିଛି ସତ୍ତ୍ବେ ବିଜେପି ବାଚସ୍ପତି ପଦ ଲାଗି ଜୋର ଧରିଥିବାବେଳେ ନୀତୀଶ କୁମାର ବି ନିଜ ଜିଦରେ ଅଟଳ ଥିବା ସୂଚନା ମିଳିଛି l ଗତ ବିଧାନସଭାରେ ବିଜେପିର ନନ୍ଦ କିଶୋର ଯାଦବ ବାଚସ୍ପତି ଥିବାବେଳେ ଜେଡିୟୁର ନରେନ୍ଦ୍ର ନାରାୟଣ ଯାଦବ ଉପବାଚସ୍ପତି ଥିଲେ l ଏବେ ସେହି ଫର୍ମୂଲା ବଳବତ୍ତର ରହିବ ନା ଅନ୍ୟ କିଛି ହେବ ତାହାକୁ ନେଇ ସସପେନ୍ସ ଜାରି ରହିଛି l

ଭାରତରେ ସୋସିଆଲ ମିଡିଆ ସାଇଟ ଏକ୍ସ ସର୍ଭର ଡାଉନ

‘X’ ସର୍ଭର ଡାଉନ। ଭାରତରେ ସୋସିଆଲ ମିଡିଆ ସାଇଟ ଏକ୍ସ ସର୍ଭର ଡାଉନ ହୋଇଛି। ସାଇଟରେ ହୋଇପାରୁନି ଅପଲୋଡ। ଡାଉନଲୋଡ ଓ ପୋଷ୍ଟିଂ ମଧ୍ୟ ଅଟକି ରହିଛି। ଏକ୍ସ ଡାଉନ ହେବାରୁ ଭାରତରେ ଲକ୍ଷାଧିକ ୟୁଜର ହନ୍ତସନ୍ତ ହୋଇଛନ୍ତି। ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହେଉଛି X। ସର୍ଭର ଡାଉନ ସରିବାରୁ ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଝଟକା

ନନ୍ଦିଘୋଷ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଝଟକା। ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଛି ଆମେରିକା। ଅନମୋଲକୁ ବହିଷ୍କାର କରିଛି ଆମେରିକା ଡିପାର୍ଟମେଣ୍ଟ ଅଫ ହୋମଲ୍ଯାଣ୍ଡ ସିକୁରିଟି। ବାବା ସିଦ୍ଦିକୀ ମର୍ଡର, ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ବଲିଉଡ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ଗୁଳିମାଡ ଘଟଣାରେ ଭାରତ ପକ୍ଷରୁ ୱାଣ୍ଟେଡ ଥିଲା ଅନମୋଲ। ଗତବର୍ଷ ନଭେମ୍ବରରେ ଆମେରିକାରେ ଗିରଫ ହୋଇଥିଲା ଅନମୋଲ। ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରତ୍ୟର୍ପଣ ପ୍ରକ୍ରିୟା। ତା ନାମରେ ଜାରି ହୋଇଥିଲା ରେଡ କର୍ଣ୍ଣର ନୋଟିସ। ତା ନାମରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନମୋଲ ନାମରେ ୧୮ଟି ମାମଲା ରହିଛି। ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇର ନୀଲମନଗର ଇଲାକାରେ ପୁଅ ଜିସାନ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିଲେ ୩ ଦୁର୍ବୃତ୍ତ। ବାବା ସିଦ୍ଦିକୀଙ୍କୁ ଶିବ କୁମାର ଗୌତମ ୬ ରାଉଣ୍ଡ ଫାୟାର କରିଥିବାବେଳେ ସେଥିରୁ ୩ ଟି ଗୁଳି ସିଦ୍ଦିକୀଙ୍କ ଶରୀର ଭେଦ କରିଥିଲା। ଶିବକୁମାରକୁ ସହଯୋଗ କରିଥିଲେ ହରିଆଣାର ଗୁରୁମେଲ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ। ଏହି ଘଟଣାରେ ଶିବକୁ ଧରିଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ।

ପୃଥିବୀ ଆଡ଼କୁ ମାଡ଼ିଆସୁଛନ୍ତି ଏଲିୟନ

ନନ୍ଦିଘୋଷ ବ୍ୟୁରୋ: ପୃଥିବୀ ଆଡ଼କୁ ମାଡ଼ିଆସୁଛନ୍ତି ଏଲିୟନ। କୌଣସି ଏକ ମହାଜାଗତିକ ଅଣ୍ଡାକୃତି ଯାନରେ ବହୁତ ସ୍ପିଡରେ ମାଡ଼ିଆସୁଛନ୍ତି। ଏତେ ସ୍ପିଡରେ ଯାନଟି ମାଡ଼ିଆସୁଛି ହୋଇପାରେ ପୃଥିବୀ ସହିତ ଧକ୍କା। ପୃଥିବୀବାସୀଙ୍କ ଉପରେ କଣ ଏଲିୟନ ହମଲା କରିବେ ? କରିପାରନ୍ତି ଧରିତ୍ରୀ ଉପରେ କବଜା। କଣ ହେବ ପୃଥିବୀର ଅବସ୍ଥା ? କଣ ଧ୍ବଂସ ପାଇଯିବ ଜୀବଜଗତ ? ଆଶା ଆଶଙ୍କାରେ ବିଶ୍ବବାସୀ। ତେବେ ବୈଜ୍ଞାନିକଙ୍କ ମତ କୌଣସି ଏକ ଅଜଣା ମହାଜାଗତିକ ତାରା ମଣ୍ଡଳରୁ ଛିଟିକା ପଡ଼ିଥିବା ଧୂମକେତୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି।

ପୃଥିବୀ ଆଡ଼କୁ ମାଡ଼ି ଆସୁଛନ୍ତି ଏଲିୟନ। ତା ପୁଣି ଏକ ବୃହତ ମହାକାଶ ଯାନରେ। ଏହି ଅଦ୍ଭୁତ ଯାନ ମାଡ଼ି ଆସୁଛି ସବୁଜ ସୁନ୍ଦର ପୃଥିବୀ ଆଡ଼କୁ। ଯେଭଳି ବେଗରେ ମାଡ଼ି ଆସୁଛି, ଲାଗୁଛି ପୃଥିବୀକୁ ଏଲିୟନ କବଜା କରିବାକୁ ଆସୁଛନ୍ତି। ଏଭଳି ଆଚମ୍ବିତ କଲାଭଳି ଦୃଶ୍ଯ ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା। ଆଉ ଆସନ୍ତା ଡିସେମ୍ବର ଶେଷ ଆଡ଼କୁ ପୃଥିବୀ ଦେହରେ ସେହି ଯାନଟି ମାଡ଼ ହୋଇପାରେ। ଯଦି ମାଡ଼ ହେବ ତାହେଲେ କଣ ହେବ ପୃଥିବୀ ଅବସ୍ଥା ? କଣ ଧ୍ବଂସ ପାଇଯିବ ପୃଥିବୀ ? କଣ ଏଲିୟନମାନେ ପୃଥିବୀର ଜୀବଜଗତ ଉପରେ କବଜା କରି ସବୁ କିଛି ନିଜ ନିୟନ୍ତ୍ରଣକୁ ନେଇଯିବେ ? ଏଭଳି ମାଳ ମାଳ ପ୍ରଶ୍ନ ଏବେ ବୈଜ୍ଞାନିକଙ୍କ ମନରେ। ବୈଜ୍ଞାନିକଙ୍କ କହିବା କଥା, ଏହା ଆମ ସୌରମଣ୍ଡଳର ନୁହେଁ। ଏଥିପାଇଁ ନାସାର ବୈଜ୍ଞାନିକ, ଜାପାନର ବୈଜ୍ଞାନିକ ଓ ଅନ୍ଯଦେଶର ମହାକାଶ ବିଜ୍ଞାନୀଙ୍କ ଭିତରେ ଆତଙ୍କ ଖେଳିଯାଇଛି। ମାତ୍ର ଦୁଇ ସପ୍ତାହ ତଳେ ଆକାଶଗଙ୍ଗା ସୌରମଣ୍ଡଳରେ ଦୃଶ୍ଯମାନ ଏହି ଯାନଟି କେତେବେଳେ ରହିଯାଉଛି, ତ ପୁଣି କେତେବେଳେ ଗତିଶୀଳ ହେଉଛି। ପ୍ରତି ସେକେଣ୍ଡ ପିଛା ଏହା ୪୮ କିଲୋମିଟର ବେଗରେ ଗତି କରୁଥିଲା। ଏବେ କିଛି ଦିନ ହେଲାଣି ଏହାର ବେଗରେ ୨.୮ କିଲୋମିଟର ହ୍ରାସ ପାଇଛି। ଏହାର ନାଁ 3i ATLAS । ଗତମାସ ୩୦ ତାରିଖରେ 3i ATLAS ସୂର୍ଯ୍ଯଙ୍କୁ ଅତିକ୍ରମ କରି ସାରିଛି। ଏବେ ଯାନଟି ପୃଥିବୀ ଠାରୁ ୩୧ କୋଟି ୧୫ ଲକ୍ଷ ୩୬ ହଜାର ୭୫୩ କିଲୋମିଟର ଦୂରରେ ରହିଛି।

୨୦୨୫ ଜୁଲାଇ ୨୫ ତାରିଖରେ ଆଟାଲାସ ସଂସ୍ଥାର ବୈଜ୍ଞାନିକ ଟେଲିସ୍କୋପ ଜରିଆରେ ପ୍ରଥମେ 3i ATLASକୁ ଦେଖିଥିଲେ। ଏଭଳି ଏକ ଅଦ୍ଭୁତ ଜିନିଷ ମହାକାଶରେ ଦେଖିବାକୁ ପାଇଥିଲେ। ତାରାପୁଞ୍ଜ ଭିତରୁ ଏକ ଉଜ୍ଜଳ ଆଲୋକ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଇଥିଲା। ଢାଙ୍କି ଦେବାର କ୍ଷମତା ରଖୁଛି ଏହି ଯାନ। ବାସ୍ତବରେ ଏହା ଯାନ ନା ଆଉ କିଛି। ଧୀରେ ଧୀରେ ବୈଜ୍ଞାନିକଙ୍କ ଭିତରେ ଏହି ବିଷୟରେ ଜାଣିବାକୁ ଆରମ୍ଭ ହୋଇଗଲାଣି ଉତ୍ସୁକତା। କେତେକ ବୈଜ୍ଞାନିକଙ୍କ ମତରେ ଏହା ଗୋଟିଏ ବଡ଼ ଧୂମକେତୁ। ଆଉ ଏହା ବରଫ ଓ ଧୂଳିକଣାରେ ତିଆରି ହୋଇଛି। ପ୍ରାୟ ୪୦୦ କୋଟି ବର୍ଷ ପୂର୍ବେ ଏହାର ଗଠନ ହୋଇଥିଲା। ଏହା ମଝିରୁ ଏଭଳି ଉଜ୍ଜ୍ବଳ ଆଲୋକ ବାହାରୁଛି, ଲାଗୁଛି ସତେ ଯେପରି ଅଗ୍ନି ବର୍ଷା ହେଲାଭଳି। କାହିଁକି ଏହି ଧୂମକେତୁର ନାଁ ରହିଛି 3i ATLAS ? I ମାନେ ଇଣ୍ଟରଷ୍ଟେଲାର। ଯାହାର ଅର୍ଥ ଏହି ଧୂମକେତୁଟି ମହାଜଗତରୁ ଆସିଥିବା ପିଣ୍ଡ। 3 ମାନେ ଏହି ମହାଜାଗତିକ ପିଣ୍ଡ ପୃଥିବୀକୁ ୩ ଥର ଆସିଲାଣି। ପୂର୍ବରୁ ୨୦୧୯ ଓ ୨୦୨୩ରେ ପୃଥିବୀ ଆଡ଼କୁ ଆସିଥିଲା ୨ଟି ମହାଜାଗତିକ ପିଣ୍ଡ। ବିଶେଷଜ୍ଞ କହିଛନ୍ତି, ଏହି ମହାଜାଗତିକ ପିଣ୍ଡଟି ଅନ୍ଯ ଗ୍ରହ ତାରା ମଣ୍ଡଳରୁ ଛିଟିକି ଆସିଛି।

ଗବେଷଣାରୁ ଜଣାପଡ଼ିଛି, ଧୂମକେତୁର ମୁହଁରେ କେତେଗୁଡ଼ିଏ ଉଜ୍ବଳ ତାରକା ପିଣ୍ଡ ରହିଛି। ଯାହା ଯୋଗୁ ଯେତେବେଳେ ସେ ପୃଥିବୀର ଅକ୍ଷାଂଶ ନିକଟବର୍ତ୍ତୀ ହେଉଛି, ତାହା ଉଜ୍ବଳ ଆଲୋକରେ ଝଲସୁଛି। ଏହାର ଲମ୍ବ ୪ କିଲୋମିଟର ଏବଂ ଓସାର ଅଧ କିଲୋମିଟର ପର୍ଯ୍ଯନ୍ତ ରହିଛି। କେତେକ ବୈଜ୍ଞାନିକଙ୍କ କହିବା କଥା, ଆମେରିକାର ମ୍ଯାନହଟ୍ଟନ ସହରର ଆୟତନ ଯେତିକ ସେତିକି ବଡ଼ ଏହି ଧୂମକେତୁର ଆକାର। ପୂର୍ବରୁ ଆଉ ଏକ ଧୂମକେତୁ ପୃଥିବୀ ଆଡ଼କୁ ଆସିଥିଲା। ଯାହାର ଓସାର ଥିଲା ୩.୮ କିଲୋମିଟର। କିନ୍ତୁ ସୂର୍ଯ୍ଯଙ୍କ ନିକଟବର୍ତ୍ତୀ ହେବା ମାତ୍ରେ ଧୂମକେତୁଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। କିନ୍ତୁ ଏହି ମହାଜାଗତିକ ପିଣ୍ଡଟି ଅତି ବିଚିତ୍ର। ସୂର୍ଯଙ୍କୁ ୨୦ ଦିନ ତଳେ ଅତିକ୍ରମ କରିସାରିଥିଲେ ବି ଏହି ଧୂମକେତୁର କିଛି ନଷ୍ଟ ହୋଇନି। ଯାହା ବୈଜ୍ଞାନିକ ଓ ଭୂତତ୍ତ୍ବବିତଙ୍କୁ ଚକିତ କଲାଣି। ତାହେଲେ ଏ ଧୂମକେତୁ କଣ ବାସ୍ତବରେ ପୃଥିବୀକୁ ଧକ୍କା ଦେବ ? ତା ହେଲେ କଣ ହେବ ପୃଥିବୀର ଅବସ୍ଥା ? ଯଦି ପ୍ରଚଣ୍ଡ ରୌଦ୍ରତାପ ଯାହାର କିଛି କରିପାରିନି, ମଣିଷ ତାକୁ କିପରି ଅଟକାଇବ? ବିଶ୍ବର ବୈଜ୍ଞାନିକ ମହାକାଶ ବିଜ୍ଞାନୀ ଏବେ 3i ATLAS ପଛରେ। ଏତେବଡ଼ ଧୂମକେତୁ ପ୍ରବଳ ବେଗରେ ମାଡ଼ିଆସୁଥିବାରୁ କେମିତି ପୃଥିବୀଙ୍କୁ ବଞ୍ଚାଇବାକୁ ପଡ଼ିବ ସେ ନେଇ ଜାରି ରହିଛି ପ୍ରୟାସ। ବୈଜ୍ଞାନିକଙ୍କ ଆକଳନ ପୃଥିବୀ ଆଡ଼କୁ ଆସୁଥିବା ଧୂମକେତୁଟି ପୃଥିବୀ କକ୍ଷ ଦେଇ ଅତିକ୍ରମ କଲାବେଳକୁ ୨୭ କୋଟି କିଲୋମିଟର ଦୂରରେ ରହିବ। ସୂର୍ଯ୍ଯଠାରୁ ରହିବ ୩୦ କୋଟି କିଲୋମିଟର ଦୂରରେ। କୌଣସ ଗ୍ରହ ସହ ମାଡ଼ ନହୋଇ ଧୂମକେତୁଟି ସାମାନ୍ଯତମ ସୂର୍ଯ୍ଯଙ୍କ ଆଡ଼କୁ ଢଳେଇ ଚାଲିଯିବ।

ମହାକାଶ ବିଜ୍ଞାନୀଙ୍କ ମତରେ, ଆଗରୁ ବି ପୃଥିବୀକୁ ଅନେକ ଗ୍ରହାଣୁ ଓ ଧୂମକେକୁ ମାଡ଼ି ଆସିଛି। ତଥାକଥିତ ପ୍ଲୁଟୋ ଗ୍ରହ ଦୂରତାରେ ଥିବା ବରଫ ଓ ଧୂଳିକଣା ମହାଜାଗତିକ ପିଣ୍ଡରେ ପରିଣତ ହୋଇ ସୂର୍ଯ୍ଯଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି। ତେବେ ଆସନ୍ତା ୧୦୦ ବର୍ଷ ଭିତରେ ପୃଥିବୀକୁ ଧୂମକେତୁ ମାଡ଼ ହେବାର ସମ୍ଭାବନା ନଥିବା କହିଛନ୍ତି ବିଶେଷଜ୍ଞ।