spot_img
Home Blog Page 2110

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ରାଜନଗର: ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀମାନେ ଜଳଦସ୍ୟୁ ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇଛନ୍ତି। ବନବିଭାଗର ଏକ ୧୧ ଜଣିଆ ପାଟ୍ରୋଲିଂ ଟିମ୍ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ବିରଳ ଅଲିଭି ରିଡ଼ଲେଙ୍କୁ ସୁରକ୍ଷା ପାଇଁ ପେଟ୍ରୋଲିଂ କରୁଥିଲେ।

୧୫ ରୁ ୨୦ ଟି ଟ୍ରଲରରେ ମାଫିଆ ବେଆଇନ୍ ଭାବେ ମାଛ ମାରୁଥିଲେ। ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଟ୍ରଲର ମାଫିଆ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଯିବା ସହ ଆକ୍ରମଣ କରିଥିଲେ। ବନବିଭାଗର କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ।

ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଗହୀରମଥା ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି । ଅନେକ ଥର ବନ କର୍ମଚାରୀଙ୍କ ସହ ଜଳଦସ୍ୟୁ ମୁହାଁମୁହିଁ ହୋଇଛନ୍ତି। ବନ କର୍ମଚାରୀଙ୍କ ସହ ମଧ୍ୟ ଜଳଦସ୍ଯୁ ନିହତ ହୋଇଛନ୍ତି।

ସାତକୋଶିଆରେ ବୁଲୁଛି କଳା କଲରାପତରିଆ, କ୍ୟାମେରାରେ ହେଲା କଏଦ

ସାତକୋଶିଆ:  ଦୁଇ ଶାବକଙ୍କ ସହ ଠାବ ହେଲା କଳା କଲରାପତରିଆ ବାଘ। କଳା ରଙ୍ଗର କଲରାପତରିଆ ବାଘ ଠାବ ହୋଇଛି। ସାତକୋଶିଆ ଜଙ୍ଗଲରେ ୨ ଶାବକଙ୍କ ସହ କଲରାପତରିଆ ବାଘ ଠାବ ହୋଇଛି।

ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। କ୍ଯାମେରା ଟ୍ରାପରେ ୨ ଶାବକଙ୍କ ସହ କଳା କଲରାପତରିଆ ବାଘ ବାଘ ଠାବ ହୋଇଥିବା ଜଣାପଡିଛି।୨ ଶାବକଙ୍କ ମଧ୍ଯରୁ ଗୋଟିଏ ସାଧାରଣ କଲକରାପତରିଆ ଥିବାବେଳେ ଅନ୍ୟଟି କଳା ରଙ୍ଗର ବୋଲି ଜଣାପଡିଛି।

ଦୁଇ ଦିନ ରାଜ୍ୟରେ ଘଡଘଡି ବର୍ଷା, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡି ସହିତ ବର୍ଷା ସମ୍ଭାବନା । ଉପାନ୍ତରୁ ଉପକୂଳ ସୁବଠି ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବଜ୍ରପାତ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ , ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, କନ୍ଧମାଳ , କଳାହାଣ୍ଡି, ବଲାଙ୍ଗୀର , ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି ।

ବର୍ଷା ସମୟରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । କିଛି ସ୍ଥାନରେ କୁଆ ପଥର ବୃଷ୍ଟି ନେଇ ସତର୍କତା ଜାରି କରାଯାଇଛି । ବାକି ୧୬ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡଘଡି ବିଜୁଳି ଅନୁଭୂତ ହେବ । ସେହିଭଳି ଆସନ୍ତାକାଲି ପ୍ରଚଣ୍ଡ ବଜ୍ରପାତ ନେଇ ୧୧ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଉତ୍ତର ଓଡ଼ିଶା ଠାରୁ ଆନ୍ଧପ୍ରଦେଶ ପର୍ଯନ୍ତ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି । ଏହାସହ ଉପକୂଳ ଓଡ଼ିଶା ପାର୍ଶ୍ବବର୍ତ୍ତି ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ପ୍ରଭାବରେ ଓଡ଼ିଶା ମଧ୍ୟକୁ ପ୍ରଚୂରମାତ୍ରାରେ ଜଳିୟ ବାସ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହି ଦୁଇଟି ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଏଭଳି ଭୟଙ୍କର ବଜ୍ରପାତ ହେବବୋଲି ପୂର୍ବାନୁମାନ ଜାରି କରିଛି ପାଣିପାଗ କେନ୍ଦ୍ର । ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ବଜ୍ରପାତ ଜନିତ ବର୍ଷା ଲାଗି ରହିବ । ବର୍ଷା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ତିନିରୁ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିକ । ୨୨ ତାରିଖ ପରଠାରୁ ପୁଣି ଉପରମୁହାଁ ହୋଇପାରେ ତାତି ।

ରେଭ ପାର୍ଟିରେ ସାପବିଷ ବ୍ଯବହାର ମାମଲା: ସତ ମାନିଲେ ବିଗବସ୍ ଓଟିଟି ୱିନର ଏଲଭିସ ଯାଦବ

ନୂଆଦିଲ୍ଲୀ: ସାପ ବିଷ ଯୋଗାଉଥିବା ସ୍ବୀକାର କଲେ ଏଲଭିସ ଯାଦବ। ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ମାନିଛନ୍ତି ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ଯୁବର ଏଲଭିସ ଯାଦବ। ଗତକାଲି ଏଲଭିସ ଯାଦବଙ୍କୁ  ଉତ୍ତରପ୍ରଦେଶ ନୋଏଡା ପୋଲିସ ଗିରଫ କରିଥିଲା। ସାପ ବିଷ ଯୋଗାଉଥିବା ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଏହାସହ  ଗତବର୍ଷ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସେ ଜାଣିଥିବା ମଧ୍ୟ ସ୍ବୀକାର କରିଛନ୍ତି।  ୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା ନେଇ ଅସ୍ବୀକାର କରିଥିଲେ। ରେଭ ପାର୍ଟିରୁ ହିଁ ଅଭିଯୁକ୍ତଙ୍କୁ ଜାଣିଥିବା ବର୍ତ୍ତମାନ ପୋଲିସ ସାମ୍ନାରେ ମାନିଛନ୍ତି ଏଲଭିସ।

ସୂଚନାଯୋଗ୍ୟ, ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର-୪୯ ନୋଏଡା ପୋଲିସ ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଥିଲା। ଏଥିପାଇଁ ଏଲଭିସଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଡାକିଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ କାଲି ଗିରଫ ହୋଇଥିଲେ ଏଲଭିସ। ଏଲଭିସ ରେଭ ପାର୍ଟିରେ ବିଷଧର ସାପର ବିଷ ବ୍ୟବହାର ସହ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ସମୟରେ ଏଲଭିସ ଯାଦବଙ୍କ ନାଁ ତଦନ୍ତ ଘେରକୁ ଆସିଥିଲା। ମାମଲାରେ ପୋଲିସ ୪ ଜଣ ସାପଧରାଳିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉ ବେଳେ ୯ଟି ସାପ ସହ ସାପବିଷ ଜବତ କରାଯାଇଥିଲା।

SBIକୁ ପୁଣି ଝଟକା: ଗୁରୁବାର ସନ୍ଧ୍ୟା ସୁଦ୍ଧା ସତ୍ଯପାଠ ଦଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା।  ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ବଣ୍ଡ ସମ୍ପର୍କରେ ସବିଶେଷ ତଥ୍ଯ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବ୍ଯକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଗୁରୁବାର ସନ୍ଧ୍ୟା ୫ଟା ସୁଧା ସମସ୍ତ ତଥ୍ୟ ଦେବାକୁ SBI ଅଧ୍ୟକ୍ଷଙ୍କୁ ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ କୈାଣସି ତଥ୍ୟ ଲୁଚାଯିବନାହିଁ । ସମସ୍ତ ତଥ୍ୟ ସାର୍ବଜନୀନ ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଥାଉକି, ନିର୍ବାଚନୀ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସବିଆଇର ଆବେଦନ ଉପରେ ମାର୍ଚ୍ଚ 11 ତାରିଖରେ ଶୁଣାଣି ହୋଇଥିଲ । ମାର୍ଚ୍ଚ 12 ସୁଧା ସମସ୍ତ ପ୍ରକାର ବିବରଣୀ ଦେବା ପାଇଁ କୁହାଯାଇଥିଲା । ତେବେ ଜୁନ 30 ପର୍ଯ୍ୟନ୍ତ ଏସବିଆଇ ସମୟ ମାଗିଥିବା ବେଳେ କୋର୍ଟ ଆବେଦନକୁ ଖାରଜ କରିଥିଲେ । ମାର୍ଚ୍ଚ 15 ତାରିଖ ସୁଦ୍ଧା ଓ୍ବେବସାଇଟରେ ପ୍ରକାଶ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।

୫ମାସ ପରେ ଖୋଲିଲା ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି

ରାୟଗଡା: ଖୋଲିଲା ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି। କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି । ୫ମାସ ପରେ ମାଆଙ୍କ ଦାନ ହୁଣ୍ଡି ଖୋଲିଛି। ପୋଲିସର କଡା ସୁରକ୍ଷା ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ହୁଣ୍ଡି ଖୋଲାଯାଇ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଗଣତି କାର୍ଯ୍ୟରେ କୋରାପୁଟ ପଞ୍ଚବଟି ବ୍ୟାଙ୍କ ମୁଖ୍ୟ ଶାଖାର ଅଧିକାରୀ ଏବଂ କର୍ମ କମକର୍ତ୍ତାଙ୍କ ସହ ୨ ଶହ ମହିଳା ସାମିଲ ଅଛନ୍ତି।

ଶେଷଥର ଦାନ ଅକାରରେ ମୋଟ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ସମେତ ବହୁ ସୁନା, ରୂପା ମିଳିଥିଲା। ତେବେ ଗଣତି କାର୍ଯ୍ୟ ସଂଧ୍ୟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଲେ ମନ୍ଦିର କମିଟି ଅଧ୍ଯକ୍ଷ ରାଇସିଙ୍ଗ ବିଡିକା।

ନବୀନ ନିବାସକୁ ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ  ଡକରା, ନିର୍ବାଚନ ରଣନୀତି ନେଇ ବୈଠକ

ନବୀନ ନିବାସକୁ ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ଡକରା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ। ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ବୈଠକରେ ଉପସ୍ଥିତ ଅଛନ୍ତି। ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ନେତା ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି । ନିର୍ବାଚନ ରଣନୀତି ନେଇ ଚାଲିଛି ବୈଠକ।

WPL 2024 ଫାଇନାଲ୍ : RCBର ବିଜୟ ପରେ ଭିଡିଓ କଲରେ ଏମିତି କହିଲେ କୋହଲି

ବ୍ୟୁରୋ ରିପୋର୍ଟ:  ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଭିଡିଓ କଲ କରି ଖୁସିରେ ଝୁମିଲେ ବିରାଟ କୋହଲି। ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ସ୍ମୃତି ମନ୍ଦନାଙ୍କ ଅଧିନାୟକତ୍ୱରେ ଆରସିବିର ରୋମାଞ୍ଚକର ବିଜୟ। ଦିଲ୍ଲୀ କ୍ଯାପିଟାଲ୍ସକୁ ହରାଇ ଆରସିବି ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି।  ଆରସିବି ଚାମ୍ପିୟନ ହେବା ପରେ ବିରାଟ କୋହଲି ଭିଡିଓ କଲ କରି ମହିଳା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଆରସିବି ମହିଳା ଦଳର ବିଜୟରେ ବିରାଟ କୋହଲି ବହୁତ ଖୁସି ଥିବାର ନଜର ଆସିଥିଲେ ।

ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଦନା ଭିଡିଓ କଲରେ ହୋଇଥିବା ବାର୍ତ୍ତାଳାପକୁ ନେଇ କହିଛନ୍ତି ଯେ, ସେ କୋଳାହଳ ଯୋଗୁଁ ବିରାଟ କୋହଲିଙ୍କ କଥା ଶୁଣି ପାରିନାହାନ୍ତି। ସେ ବହୁତ ଖୁସି ନଜର ଆସୁଥିଲେ। ବିରାଟ କୋହଲିଙ୍କ ଭିଡିଓ କଲର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଯେଉଁଥିରେ ସେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।

କହିରଖୁଛୁ କି, ବିରାଟ କୋହଲି ଗତ ୧୬ ବର୍ଷ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇ ଆସୁଛନ୍ତି। ସେ ଆଇପିଏଲରେ ଆରସିବି ପୁରୁଷ ଦଳ ପାଇଁ ୧୬ ଟି ସିଜନ୍ ଖେଳିଛନ୍ତି ଏବଂ ଏଥର ସେ ୧୭ ତମ ସିଜିନ ପାଇଁ ପଡିଆକୁ ଓହ୍ଲାଇବେ। କିନ୍ତୁ ଆରସିବି ପୁରୁଷ ଦଳ କୌଣସି ଟାଇଟଲ ଜିତି ନାହିଁ। ଏପରି ପରିସ୍ଥିତିରେ କୋହଲି ଆରସିବିର ପ୍ରଥମ ଟାଇଟଲ୍ ଜିତିବା ଦେଖି ଖୁସି ହୋଇଥିଲେ।

ସୂଚନା ଅନୁଯାୟା, ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ ହାସଲ କରିଛି। ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଛି।

ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ, ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

ଭୁବନେଶ୍ୱର: ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ। ଏନେଇ ପ୍ରସମିଟ୍ କରି ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ଯା ୨୨ ଦଶମିକ ୮ ପ୍ରତିଶତ ବା  ୧ କୋଟି ରହିଛି। ଏମାନଙ୍କ ସଂସ୍କୃତି, ଜ୍ଞାନ, ବନ୍ଯ ଉତ୍ପାଦନ, ଔଷଧ, ଜୀବନ ଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି। ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି। ଏମାନେ ୭୪ଟି ଉପଭାଷା ବ୍ଯବହାର କରନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ବିଜୁ ଜନତା ଦଳ ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା ଦେବା ସହ ସେମାନଙ୍କ ଶିକ୍ଷା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଆଦିବାସୀ ଅଞ୍ଚଳରେ ୨ ହଜାର ୫ଶହ ସ୍କୁଲ 5T ଉପକ୍ରମରେ ରୂପାନ୍ତର ହୋଇଛି। ୩ ହଜାର ୩ ଶହଟିର ରୂପାନ୍ତର ଚାଲିଛି। ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି।  ୧ ହଜାର ୭୩୪ ସୁବିଦ୍ୟା ସ୍କୁଲ, ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି। ମୋଟ ଅଛନ୍ତି ୧୫ ଲକ୍ଷ ଛାତ୍ରଛାତ୍ରୀ।  ସେମାନଙ୍କୁ  ବୃତ୍ତି ଦିଆଯାଉଛି। ହଷ୍ଟେଲ ନିର୍ମାଣ କରାଯାଇଛି । ଅନ୍ଵେଷା ଜରିଆରେ ୧୭  ଜିଲ୍ଲାର ୨୧ ହଜାର ୬୮୨  ପିଲା ବାହାରେ ପାଠ ପଢୁଛନ୍ତି। ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି। ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି। ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ଯମ ହେଉଛି। ଅର୍ଥନୈତିକ ସ୍ୱାଧୀନତା ପାଇଁ  କରାଯାଇଛି ଲାଭ ଯୋଜନା । ୯୯ ଲକ୍ଷ ଆଦିବାସୀ ଲୋକ ସୁବିଧା ପାଇଛନ୍ତି। ଫାଇଭ-ଟି ଅଧୀନରେ ଇ-ପ୍ରୋକ୍ଯୁରମେଣ୍ଟ କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକାଯାଇଛି। ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ଵସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି। ସୁନ୍ଦରଗଡ଼ରେ କରାଯାଇଛି ୧୭ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ। ପ୍ରାଚୀନ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟ ଯନ୍ତ୍ର ତିଆରି କରାଯାଇଛି। ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ,  ଆଦିବାସୀ  ମ୍ଯୁଜିୟମ, ଏକାଡେମୀ, ୨୩ଟି SDC ଜରିଆରେ ଉନ୍ନତି କରାଯାଉଛି। ଟ୍ରାଇବାଲ ଡେଭଲପମେଣ୍ଟ ସୋସାଇଟି ଜରିଆରେ ଚାକରି ପାଇଁ ଟ୍ରେନିଂ, ଶହେ କୋଟି ଟଙ୍କାରେ ଭୁବନେଶ୍ୱରରେ ଆଦିବାସୀ ଭବନ ପାଇଁ ୫ ଏକର ଜମି ଦିଆଯାଇଛି ବୋଲି କହିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ।

ଖୋର୍ଦ୍ଧା ଜେଲ ଭିତରେ ଅପରାଧୀଙ୍କ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ ଭିତରେ ଅପରାଧୀଙ୍କ ଗଣ୍ଡଗୋଳ, ଜଣେ ଆହତ। ଥାନାରେ ଏତଲା ଦେଲେ ଜେଲର। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଅପରାଧୀକୁ ଆଉ କିଛି ଅପରାଧୀ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଜେଲ ସୁପରିଟେଣ୍ଡେଟ୍ ଖୋର୍ଦ୍ଧା ଆଦର୍ଶ ଥାନାରେ ୭ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

କିଛିଦିନ ତଳେ ଜେଲ ଭିତରୁ ମୋବାଇଲ ମିଳିବା ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା। ମୋବାଇଲ ଜବତ କରିବା ପରେ ପୋଲିସ ଇନ୍ଫର୍ମର ସନ୍ଦେହରେ କୁଖ୍ୟାତ ନିଶା ମାଫିଆ ଗ୍ୟାଙ୍ଗଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଅନ୍ୟ ଏକ ଅଭିଯୁକ୍ତ।