କାକଟପୁର: କାକଟପୁରକୁ ଡେଇଁଲା ବିଜେପିର ବିଦ୍ରୋହ ନିଆଁ । କାକଟପୁର ପାଇଁ ଟିକେଟ ଘୋଷଣା ପୂର୍ବରୁ ହିଁ ରାଜ୍ୟ ନେତୃତ୍ବଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ତୃଣମୂଳସ୍ତରର ନେତା । ରାଜ୍ଯ ପାର୍ଟି ଅଫିସରେ ଧସେଇ ପଶିବା ସହ କରିଛନ୍ତି ଜୋରଦାର ହଙ୍ଗାମା । ବାଇଧର ମଲ୍ଲିକ ସମର୍ଥକ ରାଜ୍ଯ ମୁଖ୍ଯ କାର୍ଯ୍ୟାଳୟରେ ହଟଗୋଳ କରିଛନ୍ତି । କର୍ମୀଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ନେଦେଲେ ବିଜେପିକୁ ଧ୍ବଂସ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । କର୍ମୀଙ୍କ ଅଭିଯୋଗ ଅନୁସାରେ, ଟିକେଟ ଦେବାରେ ରାଜ୍ଯର ଶୀର୍ଷ ନେତୃତ୍ବ ଟଙ୍କା କାରବାର କରୁଛନ୍ତି । ରାଜ୍ଯ ବିଜେପିରେ ଟିକେଟ କିଣାବିକା ହେଉଛି । ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇଥିଲା ବିଜେପି । ଫଳସ୍ବରୂପ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆଗକୁ କର୍ମୀଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥୀ ନଦେଲେ ଭୋଟ ନାହିଁ ବୋଲି ସଫାସଫା ଶୁଣାଇଦେଇଛନ୍ତି କର୍ମୀ ।
ଡିଏଚଏସ ଅଶ୍ବଚାଳନାରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ରିଦ୍ଧି
ନନ୍ଦିଘୋଷ ବ୍ୟୁରୋ: ପୁଣି ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ । ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ ଡିଏଚଏସ ଦିଲ୍ଲୀ ଅଶ୍ବ ଚାଳନାରେ ଓଡ଼ିଆ ଝିଅ ସିଦ୍ଧି ସାମନ୍ତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରିଦ୍ଧି ୫ ବର୍ଷରୁ କମ୍ ଅଶ୍ବ ଚାଳନାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ରିଦ୍ଧି କନିଷ୍ଠ ପ୍ରତିଯୋଗୀଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭୁବନେଶ୍ବରର କର୍ଣ୍ଣେଲ ଆଶିଷ ସାମନ୍ତରାୟ ଏବଂ ରୋହିଣୀଙ୍କ ସୁକନ୍ୟା ହେଉଛନ୍ତି ରିଦ୍ଧି । ସେ କିଟ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ୟୁକେଜିରେ ପଢ଼ୁଛନ୍ତି । ବଡ଼ ଭଉଣୀ ଋଷିକା ଜାତୀୟ ସ୍ତରରେ ଅଶ୍ବଚାଳନାରେ ସଫଳତା ହାସଲ କରିଥିବାବେଳେ ସେ ତାଙ୍କୁ ଅନୁସରଣ କରୁଛନ୍ତି । ବାପାଙ୍କଠାରୁ ଅଶ୍ବ ଚାଳନାରା ପ୍ରଶିକ୍ଷଣ ନେଉଛନ୍ତି ରିଦ୍ଧି ।
ଜନବିରୋଧୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ଜନତା
ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସବୁଠି ବିରୋଧ। ଜନବିରୋଧୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ଜନତା। ବ୍ରହ୍ମପୁର ଲୋକସଭା ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକର ଗୁଂଡୁରା ପଂଚାୟତ ଓ ବାଦପୁର ପଂଚାୟତ, ସାମନ୍ତରାୟପୁର ପଞ୍ଚାୟତର ବିଭିନ୍ନ ଗାଁରେ କରାଯାଇଛି ବିରୋଧ।
ଜଣେ ଦାଗୀ ନେତାଙ୍କୁ ସେମାନେ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଭୋଟରେ ଏହାର ଜବାବ ଦିଆଯିବ ବୋଲି ପଞ୍ଚାୟତବାସୀ କହିଛନ୍ତି। ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେବେ ବୋଲି କହିଛନ୍ତି। କୋଭିଡ କାଳରେ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାବାସୀଙ୍କ ସୁଖଦୁଃଖ ବୁଝି ନଥିଲେ। ବରଂ ବାହାରେ ଅୟସ କରୁଥିଲେ।
ଯୁବକ ଯୁବତୀଙ୍କୁ ଚାକିରି ନାଁରେ ବ୍ଯାପକ ଠକେଇ କରିଥିଲେ। ଠକେଇ ସହ ବାଲି, ମଦ ମାଫିଆଙ୍କ ସମ୍ପର୍କରେ ଥିବା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ସବୁଠି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ।

