spot_img
Home Blog Page 2117

ଆଜି ୬ ଜିଲ୍ଲାରେ ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରିଛି ଫାଇଭ-ଟି ସ୍କୁଲ ରୂପାନ୍ତରଣ। ନୂଆ ଜାଗରଣ ସହ ପିଲାଙ୍କ ମଧ୍ୟରେ ଭରିଛି ନୂଆ ଉର୍ଜା। ଫାଇଭ-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲାର ୮୦, ସୁବର୍ଣ୍ଣପୁର ଜିଲ୍ଲାର ୧୪, ପୁରୀ ଜିଲ୍ଲାର ୫୩, ନୟାଗଡ଼ ଜିଲ୍ଲାର ୭୫, ବୌଦ୍ଧ ଜିଲ୍ଲାର ୧୦, ନବରଙ୍ଗପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭ଶହ ୯୪ଟି ସ୍କୁଲର ଲୋକାର୍ପଣ କରାଯାଉଛି।

ପୂର୍ବରୁ ୩ଟି ପର୍ଯ୍ୟାୟରେ ୬ ହଜାର ୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଫାଇଭ-ଟି ସ୍କୁଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି।

ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ

ବ୍ୟୁରୋ ରିପୋର୍ଟ: ଭାରତ ମହାସାଗରରେ ଚୀନର ଉପସ୍ଥିତି ବଢିବାରେ ଲାଗିଛି । ଚୀନର ଏକ ନୂଆ ଗୁଇନ୍ଦା ଜାହାଜ ଏବେ ମାଳଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ମାଳଦ୍ୱୀପ ପକ୍ଷରୁ ଚୀନ ଜାହାଜକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଠିକ ବୋଲି କୁହାଯାଇଛି । ମାଳଦ୍ୱୀପ କହିଛି ଯେ ସେ ଚୀନ ଜାହାଜକୁ ସ୍ୱାଗତ କରିବ । ମାଳଦ୍ୱୀପ ଏକ ବୟାନ ଜାରି କରି କହିଛି ଯେ, ସେ ବନ୍ଧୁରାଷ୍ଟ୍ରର ଜାହାଜକୁ ସ୍ୱାଗତ କରିବ। ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ।

ଏସବୁ ଭିତରେ ଭାରତୀୟ ନୌସେନା ଚୀନ ଜାହାଜର ଗତିପଥ ଉପରେ ନଜର ରଖିଛି। ମାଳଦ୍ୱୀପ ସରକାର ସ୍ପଷ୍ଟ କରିଛନ୍ତି ଯେ, ଚୀନ ଜାହାଜ ମାଳଦ୍ୱୀପର ଜଳ କ୍ଷେତ୍ରରେ କୌଣସି ଅନୁସନ୍ଧାନ କରିବ ନାହିଁ । ମାଳଦ୍ୱୀପ ଏହା ମଧ୍ୟ କହିଛି ଯେ, ଚୀନର ଏହି ଜାହାଜ ରୋଟେସନ୍ ଏବଂ ରିପ୍ଲେସମେଣ୍ଟ ପାଇଁ ମଞ୍ଜୁରୀ ଲୋଡ଼ିଥିଲା ।

ସେପଟେ ଚୀନ ଜାହାଜ ଏପରି ଏକ ସମୟରେ ମାଳଦ୍ୱୀପ ପହଞ୍ଚୁଛି, ଯେତେବେଳେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଅନ୍ୟପଟେ ଚୀନ ସହ ମାଳଦ୍ୱୀପର ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଭାରତୀୟ ନୌସେନାର ଗତିବିଧି ଜାଣିବା ପାଇଁ ଚୀନ ଜାହାଜ ପଠାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଆଜି ବରଗଡ଼ ଧନୁଯାତ୍ରାର ଦଶମ ଦିନରେ ବେନି ଭାଇଙ୍କ ନଗର ଭ୍ରମ

ବରଗଡ: ମଥୁରାରେ କୃଷ୍ଣ ବଳରାମ । ଦୁଇଭାଇଙ୍କୁ ନେଇ ଅକ୍ରୁର ମଥୁରା ଆସିଥିବାରୁ ଉତଫୁଲ୍ଲିତ ମହାରାଜା କଂସ । ଧନୁଯାତ୍ରାରେ ଛଳନା କରି ମାରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କଂସ ଓ ତାଙ୍କ ଅସୁର ବନ୍ଧୁ । ଆଜି ଧନୁଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗବିଜୟ ଯାତ୍ରା ରଙ୍ଗସଭାରେ କୃଷ୍ଣଙ୍କୁ ମାରିବାକୁ ପାରିଷଦଙ୍କ ସହ ମନ୍ତ୍ରଣା କରିବେ ।

ସେପଟେ ମଥୁରା ଆସିବା ପରେ ନଗର ଭ୍ରମଣରେ ବାହାରିବେ କୃଷ୍ଣ ବଳରାମ। ରାସ୍ତାରେ ଯିବାବେଳେ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ହେବ। କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦୃଶ୍ୟ ଅଭିନିତ ହେବ। ସେହିପରି ଉପଜିଲ୍ଲାପାଳଙ୍କ ଭବନରେ କୃଷ୍ଣ ବଳରାମଙ୍କ ପୂଜାର୍ଚ୍ଚନା ପରେ ବୃନ୍ଦାବନ ଗୃହରେ ବିଶ୍ରାମ ନେବ ବେନି ଭାଇ । ଯାତ୍ରାର ନବମ ଦିନରେ କୃଷ୍ଣ ଭକ୍ତିରେ ଲୀନ ମୁନୀ ଋଷିଙ୍କ ଉପରେ ଅତ୍ୟାଚାର କରିଥିଲେ

ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ

ପୁରୀ: ଆଜି ନୂଆ ଓଡ଼ିଶାର ଇତିହାସରେ ଯୋଡ଼ିହେବ ଆଉ ଏକ ଉଜ୍ୱଳ ଅଧ୍ୟାୟ। ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ। ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ। ଦିନ ସାଢେ ୧୧ଟାରେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି। କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ। ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ସ୍କୁଲ ଅଫ ଲର୍ଣ୍ଣିଂ ତଥା ଏକାଡେମିକ ବିଲ୍ଡିଂ। ଏଠାରେ ପିଲାମାନେ ପଢିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। କ୍ୟାମ୍ପସରେ ୩ଟି ହଷ୍ଟେଲ ରହିଥିବାବେଳେ ଏହାକୁ ତାରକା ହୋଟେଲ ଭଳି ପ୍ରସ୍ତୁତ କରାଯାଇଛି। ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି। ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କ୍ୟାମ୍ପସକୁ ପାଣ୍ଡିଆନଙ୍କ ଲଗାତାର ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ  ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ୨୪ ଜଣ ହିସାବରେ  ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରୁଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ସତ୍ୟବାଦୀର ପଞ୍ଚସଖାଙ୍କ ପ୍ରତି ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ।

ଆଜିଠୁ ତିନି ଦିନିଆ ଦୁବାଇ ଗସ୍ତରେ ଯିବେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର : ଏବେ ହାଣ୍ଡିଶାଳ ନୁହେଁ ବିମାନରେ ଦୁବାଇ ଯାତ୍ରା। ଏକ୍ସପୋଜର ଭିଜିଟରେ ଯିବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ତିନି ଦିନିଆ ଦୁବାଇ ଗସ୍ତରେ ଯିବେ ୧୧ ଜିଲ୍ଲାର ୩୫ ଜଣ ମହିଳା। ଗଞ୍ଜାମ, ଝାରୁସୁଗୁଡ଼ା,କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ମାଆମାନେ ଦୁବାଇ ଗସ୍ତ କରିବେ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି।

ଦୁବାଇ ଯାତ୍ରା ପୂର୍ବରୁ ସମସ୍ତେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ। ଦୁବାଇ ଗସ୍ତ ସମୟରେ ଏକାଧିକ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବେ ମିଶନ ଶକ୍ତି ମହିଳା । ସେଠାରେ କିପରି ବ୍ୟବସାୟ ହେଉଛି ଏବଂ ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଛି  ସେନେଇ ମହିଳାମାନେ ଅନୁଧ୍ୟାନ କରିବେ। ଓଡିଶାର ଧାନ, ଚାଉଳ, ମାଣ୍ଡିଆ, ହସ୍ତଶିଳ୍ପ ଭଳି ସାମଗ୍ରୀ କିଭଳି ରପ୍ତାନି ହୋଇପାରିବ ସେଉପରେ ମଧ୍ୟ ଆଲୋଚନା କରିବେ। ଏହା ସହିତ ମାଆମାନେ ବିଭିନ୍ନ ଜାଗା ବୁଲି ଦେଖିବେ। SHGରୁ SMEର ଯାତ୍ରା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଆମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ମୁଖ୍ୟସ୍ରୋତକୁ ଆଣିଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।

ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ : ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଏହାପୂର୍ବରୁ ଅଭ୍ୟାସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଗଡ଼ୁଥିବା ଦେଖିବାକୁ ମିଳିଛି । ବିକଶିତ ଭାରତକୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଚୂଡ଼ାନ୍ତ ଅଭ୍ୟାସ ପରେଡରେ ଭାଗ ନେଇଛି । ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହୋଇଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ଭା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ ଗତକାଲି ରାତିରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନ ସମ୍ମୁଖରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପ୍ୟାରେଡ ପରେ ପରେ ପଞ୍ଚମ ପ୍ରଜ୍ଞାପନ ମେଢ ଭାବରେ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା ।

ପ୍ରଜ୍ଞାପନ ମେଢ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରଦର୍ଶନ କରିଥିବାବେଳେ ମେଜର ଉଭୟ ପାର୍ଶ୍ବରେ ବାଲେଶ୍ବର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ  । ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଓଡିଶାର ଏହି ପ୍ରଜ୍ଞାପନ ମେଢ ନିର୍ମାଣ କରାଯାଇଛି । ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶା ସମେତ ୧୬ ଟି ରାଜ୍ୟ ଓ ୯ ଟି ମନ୍ତ୍ରାଳୟର ୨୬ ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିଛନ୍ତି । ୨୮ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରର ଝଙ୍କାର ହଲରେ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢଗୁଡିକୁ ପୁରସ୍କୃତ କରାଯିବ ।

ଆସନ୍ତା ଏପ୍ରିଲ ୧୬ରେ ସାଧାରଣ ନିର୍ବାଚନ ହେବାକୁ ନେଇ ବଢ଼ିଲା ଚର୍ଚ୍ଚା !

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧୬ରେ ହେବ କି ସାଧାରଣ ନିର୍ବାଚନ । ଅଫିସରଙ୍କୁ ସର୍କୁଲାର ଜାରି କରିବା ପରେ ବଢିଲା ଚର୍ଚ୍ଚା । ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲା ଦିଲ୍ଲୀ CEO କାର୍ଯ୍ୟାଳୟ  । ଏପ୍ରିଲ ୧୬ ସମ୍ଭାବ୍ୟ ନିର୍ବାଚନ ତାରିଖ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି । ଏଥିରେ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ଜଣାଇବାକୁ ସର୍କୁଲାରରେ ନିର୍ଦ୍ଦେଶ ରହିଛି । ଏପ୍ରିଲ ୧୬କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଏହି ସର୍କୁଲାର ଭାଇରାଲ ହେବା ପରେ ସ୍ପଷ୍ଟିକରଣ ଦେଲେ ଦିଲ୍ଲୀ ସିଇଓ ।

ଏପ୍ରିଲ ୧୬କୁ କେବଳ ଆନୁମାନିକ ତାରିଖ ଭାବେ ଉଲ୍ଲେଖ କରାଯାଇଥିଲା  । ତେବେ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ  । ଏହି ତାରିଖକୁ ଆନୁମାନିକ ଭାବେ ଲକ୍ଷ୍ୟରେ ରଖି ନିର୍ବାଚନ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ରହିଛି ।

ମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସପ୍ତମ ଦିନରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରଛନ୍ତି ମୁଖ୍ୟମନ୍ତ୍ରୀ  । ଏହାସହ ପୁଣିଥରେ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଗସ୍ତ କରିଥଇଲେ  । ଭକ୍ତମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ  ଓ  ସନ୍ତୋଷ ପ୍ରକାଶ କରିଥଲେ ।

ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା। ମନ୍ଦିର ଚତୁଃପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରୁଛି ।

କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ : କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ । କର୍ପୂରୀ ଠାକୁର ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ । ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ କର୍ପୂରୀ ଠାକୁର । କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଗତକାଲି ଜେଡିୟୁ ନେତା ଭାରତ ରତ୍ନ ଦେବା ସହି ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ ।

ଜାନୁଆରୀ ୨୪ ତାରିଖ ବିହାରରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଜନ ନେତା କର୍ପୁରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । କର୍ପୁରୀଙ୍କ ଜୟନ୍ତୀ ପାଳନ କରିବାକୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି ।

ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଏକ୍ସପୋଜର ଭିଜିଟରେ ମିଶନ ଶକ୍ତି ମାଆ । ଏବେ ହାଣ୍ଡିଶାଳ ନୁହେଁ ସିଧା ବିମାନରେ ଦୁବାଇ ଯାତ୍ରା । ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଠାରୁ ତିନି ଦିନିଆ ଦୁବାଇ ଗସ୍ତରେ ଯାଇଛନ୍ତି 11 ଜିଲ୍ଲାର 35 ଜଣ ମାଆ । 11 ଜିଲ୍ଲା ଭିତରେ ଗଞ୍ଜାମ, ଝାରୁସୁଗୁଡ଼ା,କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ମାଆ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ ।shgଏବେ msme ହେବା ପରେ ମାଆ ମାନେ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।ଦୁବାଇର ଏକାଧିକ ବିଜନେସ ମ୍ୟାନଙ୍କ ସହିତ ଆଲୋଚନା କରିବେ ମିଶନ ଶକ୍ତି ମହିଳା । ସେଠି କେମିତି ବ୍ୟବସାୟ ହେଉଛି, ସେମାନେ କିପରି ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଉଛନ୍ତି । ଏହା ସହିତ ସେମାନଙ୍କ ବ୍ୟବହାର କେମିତି ରହିଛି ସେନେଇ ଅନୁଧ୍ୟାନ କରିବେ  ।  ଓଡିଶାର ଧାନ , ଚାଉଳ , ମାଣ୍ଡିଆ , ହସ୍ତଶିଳ୍ପ  ଭଳି ସାମଗ୍ରୀ କିଭଳି ରାପ୍ତାନି ହୋଇପାରିବ ସେ ଉପରେ ଆଲୋଚନା କରିବେ । ଏହା ସହିତ ମାଆମାନେ ବିଭିନ୍ନ ଜାଗା ବୁଲି ଦେଖିବେ ।

SHGର ମାଆମାନେ କିପରି SME ଗଠନ କରିବେ ସେ ନେଇ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆମର  ଅନ୍ନଦାତା ଥିଲେ ଏବେ କର୍ମଦାତା ପାଲଟିଛନ୍ତି। ମିଶନ ଶକ୍ତି ମାଆମାନକୁ ସ୍ୱାବଲମ୍ବୀ କରିବା ସହିତ ମୁଖ୍ୟସ୍ରୋତକୁ ଆଣିଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ  ଧନ୍ୟବାଦ ଜଣାଇଛନ୍ତି । ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ମିଶନ ଶକ୍ତିର ମାଆମାନେ ବିଦେଶ ଗସ୍ତ ସମୟରେ ସେମାନଙ୍କ ଦକ୍ଷତା ବିକାଶ କରିବା ସହ, ଆନ୍ତର୍ଜାତୀୟ ମାନର ସାମଗ୍ରୀ ପ୍ରସ୍ତୁତ କରିବା ଓ ସେଗୁଡିକର ବ୍ୟବସାୟ କରିବା ଦିଗରେ ଅଭିଜ୍ଞତା ହାସଲ କରିବା ଲକ୍ଷ୍ୟ ରହିଛି ।