spot_img
Home Blog Page 2120

କୋଲକାତାରେ ମମତା ବାନାର୍ଜୀଙ୍କ ସଦଭାବନା ରାଲି

କୋଲକାତା: କୋଲକାତାରେ ମମତା ବାନାର୍ଜୀଙ୍କ ସଦଭାବନା ରାଲି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀ ମନ୍ଦିରରୁ ବାହାରିଥିଲା ଏ ସଦଭାବନା ରାଲି। କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା ପରେ ମମତା ଏହି ରାଲି ଆରମ୍ଭ କରିଥିଲେ। ମମତାଙ୍କ ସଂଗତି ରାଲି କୋଲକାତାର ହଜରା ମୋରେ ଅଂଚଳରୁ ବାହାରିଥିଲା। ହଜାର ହଜାର ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ଟିଏମସିର ନେତା ଓ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ।

ଏହି ରାଲିରେ ମମତା ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ବାରା ଦର୍ଶନ କରିଛନ୍ତି। ଏହି ରାଲି ପରେ ପାର୍କ ସର୍କସ ମୈଦାନରେ ଏକ ବିଶାଳ ଜନସମାଗମକୁ ସମ୍ବୋଧିତ କରିଥିଲେ ମମତା ବାନାର୍ଜୀ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ନଦେଇ ମମତା ଏହି ରାଲିର ଆୟୋଜନ କରିଥିଲେ।

ବିମାନଯାତ୍ରା ପାଇଁ କାଳ କୁହୁଡ଼ି, ସପ୍ତାହେ ହେଲାଣି ବିମାନଯାତ୍ରୀ ହଟହଟା

ଭୁବନେଶ୍ୱର: ଡିସେମ୍ବରରୁ ଫେବ୍ରୁଆରୀ। ତିନି ମାସ ବିମାନଯାତ୍ରାକୁ ଘନଉଛି ବିପଦ। ପ୍ରତିବର୍ଷ କୁହୁଡ଼ି ଯୋଗୁ ବିମାନ ଅବତରଣ ଓ ଟେକ୍ ଅପ୍ କରିହେଉନି। ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ। ଚଳିତ ବର୍ଷ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରୁ ଭୁବନେଶ୍ବର ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି ପାସେଞ୍ଜର। ଖାଲି ସେତିକି ନୁହେଁ ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ କନେକ୍ଟିଂ ଫ୍ଲାଇଟରେ ୪ରୁ ୫ ଗୁଣ ଅଧିକ ଟିକେଟ୍ ଭଡ଼ା ପଡୁଛି । ପ୍ରତିକୂଳ ପାଗ ଉପରେ କାହାର ନିୟନ୍ତ୍ରଣ ନାହିଁ।

କିନ୍ତୁ କୁହୁଡ଼ି ସମୟରେ ଯାତ୍ରୀ କିପରି ଅଧିକ ମୂଲ୍ୟ ଦେଇ ଟିକେଟ୍ ନ କିଣିବେ ସେଥିପାଇଁ ଡିଜିସିଏ ଦାୟୀ। ବାରମ୍ବାର ଡିଜିସିଏକୁ ଟିକେଟର ସର୍ବୋଚ୍ଚ ଦର ସବୁ ବିମାନ କମ୍ପାନୀଙ୍କ ପାଇଁ ଧାର୍ଯ୍ୟ କରିବାକୁ ଅନୁରୋଧ କରାଯାଉଛି । କିନ୍ତୁ ଏ ଦିଗରେ ଏପର୍ଯ୍ୟନ୍ତ ଡିଜିସିଏ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଯାତ୍ରୀ ଫି ବର୍ଷ ଅଧିକ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି।

ଗତ ସପ୍ତାହେ ହେଲାଣି ଡାଇରେକ୍ଟ ଫ୍ଲାଇଟର ଟିକେଟ୍ କ୍ୟାନସଲ ହେଉଛି । ଏ ନେଇ ଯାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି । ଟୁର୍ ଅପରେଟରମାନେ ବି ଯାତ୍ରୀଙ୍କୁ ସୁବିଧା ଅନୁଯାୟୀ ଟିକେଟ୍ ଯୋଗାଇପାରୁନାହାନ୍ତି । ଯାତ୍ରୀଙ୍କ ପାଇଁ ଭଲ ସୁବିଧା ଦେଉଥିବା ବିମାନ କମ୍ପାନୀ ଅଧିକ ଅର୍ଥ ବି ଚାର୍ଜ୍ କରୁଛନ୍ତି । ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରରେ ଲୋ-ଭିଜିବିଲିଟିରେ ବିମାନ ଅବତରଣ ଓ ଟେକ୍ ଅପ୍ ପାଇଁ କ୍ୟାଟ୍-୩ ବ୍ୟବସ୍ଥା ହୋଇନାହିଁ । ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ଭିତ୍ତିଭୂମି ବିକାଶ ନ କଲେ କୁହୁଡ଼ି ସମସ୍ୟା ଯୋଗୁଁ ଭୁବନେଶ୍ବରରେ ଅବତରଣ କରିବାକୁ ଥିବା ବିମାନ କୋଲକାତାରେ ଯାତ୍ରୀ ଅବତରଣ କରିବାକୁ ବାଧ୍ୟ ହେଉଛନ୍ତି ।

ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ନବାବ ସୈଫ ଅଲ୍ଲି ଖାନ ହସ୍ପିଟାଲରେ ଭର୍ତ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସହ ଡାକ୍ତରଖାନାରେ ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଖବର ଅଭିନେତାଙ୍କର ସମସ୍ତ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି।

ସୂଚନାନୁସାରେ, ସୈଫ ଅଲ୍ଲି ଖାନଙ୍କ ଆଣ୍ଠୁ ଏବଂ କାନ୍ଧ ଭାଙ୍ଗି ଯାଇଥିଲା। ତାଙ୍କୁ ଆଜି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସୈଫଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଛି। ସୈଫଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛନ୍ତି।

ଅସ୍ତ୍ରୋପଚାର ପରେ ସୈଫ କହିଛନ୍ତି ଯେ, ଅସ୍ତ୍ରୋପଚାର ସଫଳ ହୋଇଛି। ବର୍ତ୍ତମାନ ମୁଁ ଭଲ ଅଛି। ସମସ୍ତ ପ୍ରଶଂସକଙ୍କ ଆର୍ଶିବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହା ପ୍ରଥମ ନୁହେଁ ଯେ ସୈଫ ଅଲ୍ଲି ଖାନ ଆହତ ହୋଇଛନ୍ତି। ଏହାପୂର୍ବରୁ ସେ ସୁଟିଂ ସେଟରେ ଅନେକ ଥର ଆହତ ମଧ୍ୟ ହୋଇଥିଲେ। ୨୦୧୬ରେ ରଙ୍ଗୁନ୍ ଫିଲ୍ମର ସୁଟିଂ ସମୟରେ ସୈଫଙ୍କ ଆଙ୍ଗୁଠିରେ ଆଘାତ ମଧ୍ୟ ଲାଗିଥିଲା।

IAS ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ୧୭ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ। ବଦଳିଲେ ୧୭ ଜିଲ୍ଲାର ଜିଲ୍ଲାପାଳ। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଞ୍ଜନ କୁମାର ଦାସ ହେଲେ କେନ୍ଦ୍ରାଞ୍ଚଳ ଆରଡିସି। ଏହାସହିତ ତାଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ହୋଇଛନ୍ତି ସମର୍ଥ ବର୍ମା ।

ସେହିପରି ବିଜୟ କୁମାର ଦାସ ପୁରୀର ନୂଆ ଜିଲ୍ଲାପାଳ ହୋଇଥିବାବେଳେ ଆଶିଷ ଠାକରେ ମୟୂରଭଞ୍ଜ , ବିନିତ ଭରଦ୍ବାଜ କଟକ, ଚଞ୍ଚଳ ରଣା ଖୋର୍ଦ୍ଧା, ସ୍ବଧାଦେବ ସିଂ ନୟାଗଡ଼ ଜିଲ୍ଲାପାଳ ହୋଇଛନ୍ତି । ଅବଦ୍ଦଲ ଅକ୍ତାର ଅନୁଗୁଳ, ବିଶାଲ ସିଂ କେନ୍ଦୁଝର, ଶୁଭଙ୍କର ମହାପାତ୍ର ଯାଜପୁର, କୀର୍ତ୍ତିଭାସନ କୋରାପୁଟ, ଏସ.ଏମ. ବିକାଶ କେନ୍ଦ୍ରାପଡ଼ା, ଜେ. ସୋନାଲ ବୌଦ୍ଧ, ଏ. ସୁନୀଲ ସମ୍ବଲପୁର, ଆଦିତ୍ୟ ଗୋଏଲ ବରଗଡ଼, ଅନ୍ୟା ଦାସ ସୋନପୁର, ମନୋଜ ସତ୍ୟମ ମହାଜନ ରାୟଗଡ଼ା, ପିଏସ. ପ୍ରକାଶ ମାଲକାନଗିରି, ଗୌରବ ଶିବରାଜ ଇସଲଓ୍ବାର ବଲାଙ୍ଗୀର ଜିଲ୍ଲାପାଳ ହୋଇଛନ୍ତି।

ଅପରପକ୍ଷେ ମନିଷା ବାନାର୍ଜୀ ସମାଜ କଲ୍ୟାଣ ନିର୍ଦ୍ଦେଶିକା ହୋଇଥିବା ବେଳେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହୋଇଛନ୍ତି ଲଘୁ ଖଣିଜ ସଂପଦ ନିର୍ଦ୍ଦେଶକ । ନିଖିଲ ପଓ୍ବନ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସିଏମସି କମିଶନର, ସିଏସ ରାଠୋର ପଞ୍ଚାୟତିରାଜ ଯୁଗ୍ମ ସଚିବ, ଅନନ୍ୟା ଦାସ ହସ୍ତତନ୍ତ ଯୁଗ୍ମ ସଚିବ, ଟି ଆଉ ସାଧାରଣ ଉଦ୍ୟୋଗ ବିଭାଗ କମିଶନର ହୋଇଛନ୍ତି । କୁଲକର୍ଣ୍ଣି ଆଶୁତୋଷ ରାଉରକେଲା ମ୍ୟୁନିସପାଲ କମିଶନର, ମଧୁମିତା ବିଇଏମସି କମିଶନର ହୋଇଛନ୍ତି ।

ବିଭୂତି ଭୂଷଣ ନାୟକ ମୟୂରଭଞ୍ଜ ଏଡିଏମ ହୋଇଥିବାବେଳେ ଧିନା ଦସ୍ତାଗର ବ୍ରହ୍ମପୁର ଉପଜିଲ୍ଲାପାଳ, ରୀନା ପ୍ରଧାନ ବାଲିଗୁଡ଼ା ଉପଜିଲ୍ଲାପାଳ, ପି.ଏ. ରାଜେସିର୍କ ହେଲେ ବାଲେଶ୍ବର ଉପଜିଲ୍ଲାପାଳ, କୀରଣଦିପ ସହୋଟା ହେଲେ ଗୁଣୁପୁର ଉପଜିଲ୍ଲାପାଳ, ରେହନ ଖତ୍ରୀ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧିମନ ଚକମା ଧର୍ମଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି । ସେହିପରି ବିମଳେନ୍ଦୁ ରଏ ଇପିଏମ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ବାଇଁ ହେଲେ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ହୋଇଛନ୍ତି ।  ନରହରି ସେଠୀ ହୋଇଛନ୍ତି ଜଳସଂପଦ ବିଭାଗ ଅତିରିକ୍ତ ସଚିବ ।

ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ହସ୍ପିଟାଲରେ ଭର୍ତ୍ତି

ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ବିଶ୍ୱକପ୍ ୨୦୨୩ର ହିରୋ ମ୍ୟାକ୍ସୱେଲଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯାଇଥିଲା। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ।

ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବ୍ ରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବ୍ ରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ ପାର୍ଟି ଚାଲିଥିବା ସମୟରେ ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ  କରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଆହୁରି ମଧ୍ୟ କୁହାଯାଉଛି ଯେ ମ୍ୟାକ୍ସୱେଲ ଅଧିକ ସମୟ ଧରି ହସ୍ପିଟାଲରେ ରହିନଥିଲେ। ଚିକିତ୍ସା ପରେ ସେ ଫେରି ଆସିଥିଲେ। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଏହି ଘଟଣାରେ ତଦନ୍ତ ଖୁବଶୀଘ୍ର ହୋଇପାରେ ବୋଲି ଚର୍ଚ୍ଚା ହୋଇଛି।

ରାଜ୍ୟ କ୍ୟାବିନେଟରେ ୧୪ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ସୂଚନା ଅନୁଯାୟୀ,  ଓଡ଼ିଶାରେ ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ। ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । କଟକ ନରାଜରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ ।

କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି- ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଭି ଲାଗି ପ୍ରକ୍ରିୟା ଚାଲିଛି । ଏନେଇ ଶିଳ୍ପ ବିଭାଗ, ଇପିକଲ ତରଫରୁ ମାନୁଫାକଚରରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମିଳିଛି ମଂଜୁରୀ । ୬ଜିଲ୍ଲାରେ ୧ଲକ୍ଷ ଏକର ଜମିରେ କଫି ଚାଷ କରିବା ଲକ୍ଷ୍ୟ । MSME ବିଭାଗର ଏକ ପ୍ରସ୍ତାବକୁ ମଧ୍ୟ ମିଳିଛି ମଂଜୁରୀ । ଲିଜ ଜମିକୁ ସ୍ଥିତିବାନ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିପାଇଁ କନଭର୍ସନ ଫି ୧୦ରୁ ୩ପ୍ରତିଶତକୁ ହ୍ରାସ । ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୨୪କୁ ମଂଜୁରୀ । ବାୟୋଟେକ୍ନୋଲୋଜି ଷ୍ଟାର୍ଟ-ଅପକୁ ମିଳିବ ଆର୍ଥିକ ସୁବିଧା । ଗଠନ ହେବ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁପ ।

ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ୨୬ରୁ ବଦଳିବ ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ଝିପିଝିପି ବର୍ଷା। ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଗତକାଲିଠାରୁ ଲାଗିରହିଛି ବର୍ଷା। ଆଗାମୀ ୨୫ ତାରିଖ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଅପରପକ୍ଷେ ୨୬ରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା। ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଅଧିକ ପଢନ୍ତୁ:- ସାରା ରାଜ୍ୟରେ କୋହଲା ପାଗ, ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ସତର୍କତା ଜାରି

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁରକୁ ଘନ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମ ହେଲେ ଅନେକ ଶିଶୁ, ଜାଣନ୍ତୁ କ’ଣ କହୁଛନ୍ତି ପରିବାର

ଗାଜିଆବାଦ: ଅଯୋଧ୍ୟାରେ ସୋମବାର ଦିନ ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏହି ଐତିହାସିକ ଦିନକୁ ନେଇ ସାରା ଦେଶରେ ଖୁସି ଏବଂ ଉତ୍ସାହର ମାହୋଲ ଦେଖାଦେଇଛି । କେତେକ ସ୍ଥାନରେ ଶୋଭା ଯାତ୍ରା ବାହାରିଥିବା ବେଳେ ଆଉ କିଛି ସ୍ଥାନରେ କଳଶ ଯାତ୍ରା କରାଯାଇଛି ।

ଏହି ଅବସରରେ ଗାଜିଆବାଦ ଜିଲ୍ଲା ମହିଳା ହସ୍ପିଟାଲରେ ଅନେକ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ମହିଳାମାନେ ନିଜ ଜନ୍ମିତ ସନ୍ତାନକୁ ଭାଗ୍ୟବାନ ପୋଲି ବିବେଚନା କରିଛନ୍ତି ।

ପ୍ରାଣ ପ୍ରତିଷ୍ଠା ଦିନ ସନ୍ତାନ ପ୍ରସବ କରିଥିବା ମା’ ମାନେ କହିଛନ୍ତି, ଆମେ ଖୁବ୍ ସୌଭାଗ୍ୟଶାଳୀ । କାରଣ ଭଗବାନ ରାମ ମାନବ ବେଶରେ ଆମ କୋଳରେ ଜନ୍ମ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟ ଜଣେ ମହିଳା କହିଛନ୍ତି ଯେ ମୋ ପୁଅ ଆଜି ଜନ୍ମ ହୋଇଛି। ମୁଁ ତାଙ୍କ ନାମ ଲବକୁଶ ରଖିବି।  ଅନ୍ୟ ଜଣେ ମହିଳା କହିଛନ୍ତି ଯେ ମୁଁ ମୋ ପୁଅର ନାମ ରାମ ରଖିବି।  ଅପରପକ୍ଷେ ଯେଉଁ ମାନଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି, ସେମାନେ ନିଜ ଝିଅର ନାମ ସୀତା ରଖିବେ ବୋଲି ଚର୍ଚ୍ଚା ହେଉଛି ।

ଷ୍ଟେଜରୁ ପଡ଼ି କମ୍ପାନୀ ସିଇଓଙ୍କ ମୃତ୍ୟୁ; ରାମୋଜୀ ଫିଲ୍ମ ସିଟି ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଷ୍ଟେଜରୁ ପଡ଼ି କମ୍ପାନୀ ସିଇଓଙ୍କ ମୃତ୍ୟୁ। କମ୍ପାନୀର ଏକ ଏରିଏଲ୍ ଷ୍ଟେଜ୍ କାର୍ଯ୍ୟକ୍ରମବେଳେ ଉପରୁ ଖସି ସିଇଓଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦ ସ୍ଥିତ ଭିସଟେକ୍ସ ଏସିଆ ନାମକ କମ୍ପାନୀ ସିଇଓ ସଂଜୟ ଶାହାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କମ୍ପାନୀର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଇଓ ସଂଜୟ ଶାହା ।

ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଚାଲିଥିଲା ଏହି କାର୍ଯ୍ୟକ୍ରମ। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା । ଏହି ଅଘଟଣ ସମୟରେ ପାଖାପାଖି ୭ଶହ କର୍ମଚାରୀ ବସିଥିଲେ। ଏରିଏଲ ଷ୍ଟେଜ ସୋ ଦେଖିବାକୁ ଲୋକେ ଏକାଠି ହୋଇଥିଲେ। ଏଥିଲାଗି ଏକ ସ୍ବତନ୍ତ୍ର ଷ୍ଟେଜ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ୨୦ ଫୁଟ୍ ଉଚ୍ଚକୁ କ୍ରେନ ଜରିଆରେ ଉଠାଯାଇଥିଲା। ଏଥିଲାଗି ୬ ମିଲିମିଟର ଲୁହାର ତାର ବ୍ୟବହାର ହୋଇଥିଲା। ତେବେ ଦୁର୍ଭାଗ୍ୟବଶତଃ ଷ୍ଟେଜର ଗୋଟିଏ ପଟ ଲୁହା ତାର ଛିଡି ଯିବାରୁ ଷ୍ଟେଜରୁ ତଳକୁ ଖସି ପଡିଥିଲେ ସିଇଓ ସଂଜୟ ଶାହ । ତାଙ୍କ ସହ ଥିବା ଅନ୍ୟଜଣେ ବ୍ୟକ୍ତି ମଧ୍ୟ ତଳେ ପଡିଯାଇଥିଲେ।

ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଂଜୟଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାକୁ ନେଇ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; କାହିଁକି ସାମିଲ ହେଲେନି ବଲିଉଡର ଏହି ସେଲିବ୍ରିଟି

ଅଯୋଧ୍ୟା: ବଲିଉଡର ଅନେକ ସେଲିବ୍ରିଟି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି । ଏହି ସମାରୋହରେ ଅଂଶଗ୍ରହଣ କରିବାକୁ ଅକ୍ଷୟ କୁମାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର କିନ୍ତୁ ଏହି ଶୁଭ ଦିନରେ ଅଂଶ ଗ୍ରହଣ କରିପାରିବେ ନାହିଁ। ତେବେ କାହିଁକି ଏବଂ କେଉଁ କାରଣରୁ ଅଭିନେତା ଅଯୋଧ୍ୟାରେ ପହଞ୍ଚି ପାରିଲେ ନାହିଁ । ନିକଟରେ ସେ ଏକ ଭିଡିଓ ସେୟାର କରି ଏହାର କାରଣ ଦର୍ଶାଇଛନ୍ତି। ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ଅଛନ୍ତି।

ଆକ୍ସନ ହି୍ରୋ ଅକ୍ଷୟ କୁମାର ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ ଅକ୍ଷୟ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ଜୋର୍ଡାନରେ ଅଛନ୍ତି । ସେ ସେୟାର କରିଥିବା ଭିଡିଓ ମଧ୍ୟ ସେଠାରୁ କରାଯାଇଥିଲା।

ଅକ୍ଷୟ କୁମାର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଶ୍ରୀ ରାମଙ୍କ ଶୁଭ ଦିନରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଜୟ ଶ୍ରୀ ରାମ । ଏହା ପରେ ସେ ଲେଖିଛନ୍ତି, ‘ ମୁଁ ଅକ୍ଷୟ କୁମାର ଏବଂ ମୋର ବନ୍ଧୁ ଟାଇଗର ଶ୍ରଫ ମୋ ସହ ଅଛନ୍ତି। ଆମ ଦୁହିଁଙ୍କ ଠାରୁ ଜୟ ଶ୍ରୀ ରାମ ତୁମ ସମସ୍ତଙ୍କୁ । ସାରା ବିଶ୍ୱରେ ରାମ ଭକ୍ତଙ୍କ ପାଇଁ ଆଜି ବହୁତ ବଡ ଦିନ । ଅନେକ ଶହ ବର୍ଷ ଅପେକ୍ଷା କରିବା ପରେ ଏହି ଦିନ ଆସିଛି ଯେ ରାମ ଲାଲା ଅଯୋଧ୍ୟାରେ ଥିବା ତାଙ୍କ ମହାନ ମନ୍ଦିରକୁ ଆସୁଛନ୍ତି। ଅକ୍ଷୟଙ୍କ ପୋଷ୍ଟକୁ ରାମ ଭକ୍ତ ଏବଂ ସେମାନଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଫିଲ୍ମର ପୋଷ୍ଟର ଦର୍ଶକଙ୍କ ମଧ୍ୟରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଥିଲା। ଅକ୍ଷୟ ଏବଂ ଟାଇଗରଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର, ପ୍ରୀତିରାଜ ସୁକୁମାରନ୍, ଆଲାୟା ଫର୍ନିଚର୍ୱାଲା, ଜୁଗଲ୍ ହଂସରାଜ ଏବଂ ଅନିଲ ଧାୱନଙ୍କ ସମେତ ଅନେକ କଳାକାର ନଜର ଆସିବେ।