spot_img
Home Blog Page 2129

ଆମେରିକା, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ନୌ-ସମରାଭ୍ୟାସକୁ ମୁହଁତୋଡ଼ ଜବାବ

ନନ୍ଦିଘୋଷ ବ୍ୟୁରୋ : ଆମେରିକା, ସାଉଥକୋରିଆ ଓ ଜାପାନର ମିଳିତ ନୌ-ସମରାଭ୍ୟାସକୁ ନର୍ଥକୋରିଆର ମୁହଁତୋଡ ଜବାବ । ସାମରିକ ଡ୍ରିଲ ପ୍ରତିବାଦରେ ନର୍ଥକୋରିଆ କରିଛି ଅଣ୍ଡରଓ୍ବାଟର ନ୍ୟୁକ୍ଲିୟର ଡ୍ରୋନ । ମିଳିତ ସମରାଭ୍ୟାସରେ ଆମେରିକାର ଆଣବିକ ଶକ୍ତିସମ୍ପନ୍ନ ବିମାନବାହୀ ଜାହାଜ ସାମିଲ ହୋଇଥିବାରୁ ଉତକ୍ଷିପ୍ତ ହୋଇଛି ନର୍ଥକୋରିଆ । ଓ୍ବାଶିଂଟନ, ସିଓଲ ଓ ଟୋକିଓକୁ କଡା ଜବାବ ଦେବାକୁ ନର୍ଥକୋରିଆ ଏହି ପଦକ୍ଷେପ ନେଇଛି । ନର୍ଥକୋରିଆ କହିଛନ୍ତି- ଦେଶର ନିରାପତ୍ତା ଉପରେ ଏହି ନୌସମରାଭ୍ୟାସ ଏକ ଚାଲେଞ୍ଜ ହୋଇଛି । ପ୍ରତିବାଦରେ ନର୍ଥକୋରିଆ ପରୀକ୍ଷା କରିଛି ହେୟର-୫-୨୩ ଆଣବିକ ଅସ୍ତ୍ର ।

ସାରା ଦେଶରେ କୁହୁଡ଼ିରାଜ, ଘନକୁହୁଡ଼ିର ଆସ୍ତରଣରେ ଜନଜୀବନ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ସାରାଦେଶରେ ଜାରି କୁହୁଡ଼ିରାଜ । ଅଧିକାଂଶ ରାଜ୍ୟରେ ଘନକୁହୁଡି଼ର ଆସ୍ତରଣ । ସମଗ୍ର ଉତ୍ତରଭାରତ ସମେତ ଅନ୍ୟାନ୍ୟ ରାଜ୍ୟରେ କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେହିପରି ଟ୍ରେନ ଓ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ହୀନସ୍ତା ହୋଇଛନ୍ତି । ତେବେ ଦିଲ୍ଲୀରେ ଗତକାଲି ତୁଳନାରେ ଆଜି ଭିଜିବିଲିଟି ଉନ୍ନତ ହୋଇଥିବା ସୂଚନା ମିଳିଛି ।

ସାରା ଉତ୍ତରଭାରତରେ ଶୀତର ରାଜୁତି ଜାରି ରହିଛି । ଦିଲ୍ଲା ପାଲାମ ବିମାନବନ୍ଦରରେ ଭିଜିବିଲିଟି ୧୫୦ ମିଟର ରହିଛି । ସେପଟେ ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ କୁହୁଡି ଯୋଗୁ ଜୀବନ ପ୍ରଭାବିତ ହୋଇଛି । ଗତ କିଛି ଦିନ ଧରି ସାରା ଉତ୍ତରଭାରତରେ ଏହି ପରିସ୍ଥିତି ଲାଗି ରହିଛି । ବିଭିନ୍ନ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ବିମାନର ଉଡାଣ ସମୟ ପରିବର୍ତ୍ତନ ନେଇ ସୂଚନା ଜାରି କରାଯାଇଛି ।

ପୁଣି ଜଣଙ୍କର ଜୀବନ ନେଲା ଅନୁଗୁଳ ଏନଏଚ୍-୫୫ ; ଦୁର୍ଘଟଣାରେ ଆଶାକର୍ମୀ ମୃତ

ଅନୁଗୁଳ : ଜାତୀୟ ରାଜପଥ ୫୫ର ଦୁରବସ୍ଥା । ପୁଣି ଗଲା ଜଣଙ୍କର ଜୀବନ । ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶକର୍ମୀଙ୍କର ଜୀବନ । ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ହେଲା ଆଶାକର୍ମୀଙ୍କ ମୃତ୍ୟୁ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସିଏଚସି ଅଧିନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ସେ ମାଧପୁର ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ତାଙ୍କ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ ୫୫ ଉପରେ ଦୁର୍ଘଟଣା ଘଟି ଥିବା ବେଳେ ଜାତୀୟ ରାଜପଥର ଦୁରବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦ୍ଵକା ଦେଇଛି ।

ଘନ କୁହୁଡ଼ି ହେଲା କାଳ ; ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ପିଟିଲା ବାଇକ

ଜଳେଶ୍ୱର : ଘନ କୁହୁଡ଼ି ହେଲା କାଳ। ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ପିଟିଲା ବାଇକ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ କମର୍ଦ୍ଦା ବିଦ୍ୟୁତ ବିଭାଗର କର୍ମଚାରୀମାନେ କାମ ସାରି ଫେରୁଥିବା ବେଳେ ଉଲୁଡା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲେ । ଗୁରୁତର ଯୁବକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୁଜରାଟ ଭଦୋଦରାରେ ଡଙ୍ଗା ବୁଡ଼ି ଘଟଣା; ୧୬ଜଣଙ୍କ ସଲିଳ ସମାଧି

ଗାନ୍ଧିନଗର : ଗୁଜରାଟ ଭଦୋଦରାରେ ଡଙ୍ଗା ବୁଡ଼ି ଘଟଣା । ଦୁର୍ଘଟଣାରେ ୧୪ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ମୃତ୍ୟୁ ଘଟିଛି । ଭଦୋଦରାର ହରକାନି ଦ୍ରଦରେ ବୁଡିଯାଇଛି ଡଙ୍ଗା । ଉଦ୍ଧାରକାରୀ ଟିମ ପହଞ୍ଚି ହ୍ରଦ ମଧ୍ୟରୁ ମୃତକଙ୍କ ମୃତଦେହ ଉଦ୍ଧାର କରିଛି । ଭଦୋଦରା ଉପକଣ୍ଠରେ ଥିବା ଏହି ହ୍ରଦକୁ ପିକନିକ୍ କରିବାକୁ ଯାଇଥିଲେ ଛାତ୍ରଛାତ୍ରୀ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ଟିମ ମୁତୟନ ହୋଇଛନ୍ତି । ବୋଟରେ ମୋଟ ୨୭ ଜଣ ଥିବା ଭଦୋଦରା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ପୁତନା ଓ ଅନ୍ୟ ରାକ୍ଷସଙ୍କ ନିଧନ ପରେ ମର୍ମାହତ କଂସ

ବରଗଡ଼ : ରାକ୍ଷସ ରାକ୍ଷସୀଙ୍କୁ କୃଷ୍ଣ ବଳରାମ ବଧ କରିବା ପରେ ଭୟଭୀତ ହୋଇଛି କଂସାସୁର । ଶତ୍ରୁ ଶକ୍ତିଶାଳୀ ଜାଣିବା ପରେ କିପରି କଳେବଳେ କୌଶଳେ କୃଷ୍ଣଙ୍କୁ ମାରିବ ସେନେଇ ଚିନ୍ତାରେ ମଥୁରା ନରେଶ । ଏଥିପାଇଁ ପାରିଷଦବର୍ଗଙ୍କ ସହ କରିଛନ୍ତି ବୈଠକ । ବରଗଡ଼ ଧନୁଯାତ୍ରାରେ ପଞ୍ଚମ ଦିନରେ ଆଜି ମହାରାଜା ବ୍ରହ୍ମଚାରୀ ଅଞ୍ଚଳରେ ଦିଗବିଜୟ କରିବେ ।

ସେହିପରି ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଜାମଳାର୍ଜୁନ ଉଦ୍ଧାର, କାଳୀୟ ଦଳନ, ବିଶ୍ବରୂପ ଦର୍ଶନ ଦୃଶ୍ୟ ମଞ୍ଚସ୍ଥ ହେବ । ଗତକାଲି କୃଷ୍ଣଙ୍କୁ ମାରିବାକୁ କଂସ ରାକ୍ଷସୀ ପୁତନା ସମେତ ତୃଣା, ବକା, ଶକଟା, ଷଣ୍ଡା ଆଦି ରାକ୍ଷସଙ୍କୁ ପ୍ରେରଣ କରିଥିଲା । ତେବେ କୃଷ୍ଣଙ୍କୁ ମାରିବାର ସବୁ ଯୋଜନା ଫେଲ ମାରିଛି । ପୁତନାଙ୍କୁ ସ୍ଥନ୍ୟପାନ କରିବା ଆଳରେ ତାର ଜୀବନକୁ ଶୋଷଣ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ସେହିପରି ତୃଣା, ବକା, ଶକଟା ଓ ଷଣ୍ଡାଙ୍କୁ ବଧ କରିଛନ୍ତି ବେନି ଭାଇ । ଏହି ଖବର ପାଇବା ପରେ ଭୟଭୀତ କଂସ ମହାରାଜ ଦିଗବିଜୟରୁ ଫେରି ପାରିଷଦ ବର୍ଗଙ୍କ ସହ ଆପାଦତାଳୀନ ବୈଠକ କରିଛନ୍ତି ।

ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା; ୫ ମୃତ, ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଭଞ୍ଜନଗର- ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା  । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା । ଅନ୍ୟ ଦୁଇ ମୃତକ ହେଲେ ଦୁଲାଡର ଶ୍ରୀକାନ୍ତ ଗୌଡ଼ ଓ ମନୁ ଡାକୁଆ । ଦୁଲାଡର ପୂର୍ଣ୍ଣ ଗୌଡ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଏକ ବାଇକରେ ୩ ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିଲେ । ଦୁଇଗାଡ଼ି ମଧ୍ୟରେ ବରାଡି ନିକଟ ରେ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ  । ତେବେ ଅଧିକ ଗୁରୁତର ଥିବା ଜୟନ୍ତ ବାଡ଼ତ୍ୟାଙ୍କୁ ଭୁବନେଶ୍ୱର ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୁନସୁନିଆ ଶାଗର ଫାଇଦା

ନନ୍ଦିଘୋଷ ବ୍ୟୁରୋ: ଆମ ଓଡିଶାରେ ଶାଗ ଲୋକଙ୍କର ବହୁତ ପ୍ରିୟା ହୋଇଥାଏ ବହୁତ ପ୍ରକାର ଶାଗ ଲୋକ ଏଠାରେ ଖାଇ ଥାନ୍ତି ଆପଣ ଅନ୍ୟ ରାଜ୍ୟ ମାନଙ୍କରେ ଏତେ ପ୍ରକାର ଶାଗ ଖାଇବାର ଦେଖି ନଥିବେ କିନ୍ତୁ ଓଡିଶାରେ ଶାଗ ବିନା ଚାଲିବ ନାହିଁ ଏଠାରେ ବହୁତ ପ୍ରକାର ଶାଗ ଆପଣ ଖାଇବାର ଲୋକଙ୍କୁ ଦେଖିଥିବେ । ତେବେ ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଡକ୍ଟର ହୁଅନ୍ତୁ ବା ବୈଦ୍ୟ ସମସ୍ତେ ଶାଗ ଖାଇବା ପାଇଁ କୁହନ୍ତି କାହିଙ୍କିନା ଏଥିରେ ବହୁତ ପ୍ରକାର ପୋଶତିକ ଗୁଣ ହୋଇଥାଏ ଯାହା ଆମ ଶରୀରକୁ ବହୁତ ବଳବାନ କରିବା ସହ ଆମ ବହୁତ ପ୍ରକାର ଦୋଷ ଦୂର କରିଥାଏ ।

ସୁନସୁନିଆ ଶାଗ ଖାଇବା ଦ୍ଵାରା ଛୁଆ ମାନଙ୍କ ସ୍ମରଣ ଶକ୍ତି ଭଲ ରହିଥାଏ ଯାହା ଫଳ ସ୍ୱରୂପ ଛୁଆ ଭଲ ପାଠ ପଢନ୍ତି ଆଉ ଅନ୍ୟ ଶ୍ରେଣୀ ରେ ମଧ୍ୟ ଭଲ ରୁହନ୍ତି । ସୁନସୁନିଆ ଶାଗ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉତ୍ତମ ହୋଇଥାଏ କ୍ଯାହିଙ୍କିନା ଏହାକୁ ଖାଇବା ଦ୍ଵାରା ମହିଳାଙ୍କୁ ବହୁତ ପ୍ରକାର ଶକ୍ତି ମିଳିଥାଏ ଯାହା ତାଙ୍କ ସନ୍ତାନକୁ ସ୍ଵସ୍ଥ ରଖିଥାଏ । ସୁନସୁନିଆ ଶାଗ ବୁଢା ବୁଢୀ ମାନଙ୍କ ପାଇଁ ବି ବହୁତ ଲାଭକାରୀ ହୋଇଥାଏ । କେବଳ ସୁନସୁନିଆ ଶାଗ ନୁହ ଅନ୍ୟ ସବୁ ପ୍ରକାର ଶାଗ ବୁଢା ବୁଢୀ ମାନଙ୍କ ପାଇଁ ଲାଭକାରୀ ହୋଇଥାଏ କାହିଙ୍କିନା ଏହି ସବୁ ଶାଗ ଖାଇବା ଦ୍ଵାରା ଆଖି ଦ୍ରୁଷ୍ଟି ବଢିଥାଏ ଆଉ ଶରୀରରେ ଶକ୍ତି ଅନୁଭବ ହୋଇଥାଏ ।

ସୁନସୁନିଆ ଶାଗ ରସ ବାହାର କରି ମହୁ ସହ ମିଶାଇ ଛୁଆ ମାନଙ୍କୁ ଖୁଆଇଲେ ତାଙ୍କ ପତଳା ଝାଡା ବନ୍ଦ ହୋଇଥାଏ ଆଉ ହଜମ ଶକ୍ତି ବଢିବାକୁ ଲାଗିଥାଏ । ସୁନସୁନିଆ ଶାଗ ଖାଇଲେ ମଣିଷ ଶରୀରକୁ ବିଟାମିନ ବି ୧୨ ମିଳିଥାଏ ଯାହା ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇଥାଏ ଆଉ ଏହା ଖାଇବା ଦ୍ଵାରା ଆମ ଶରୀର ବହୁତ ପ୍ରକାର ରୋଗରୁ ବଞ୍ଚି ରହିଥାଏ । ଆଜିକା ସମୟରେ ବ୍ରଣ ସମସ୍ତଙ୍କ ପାଇଁ ବଡ ସମସ୍ୟା କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ସୁନସୁନିଆ ଶାଗ ରସ ବାହାର କରି ବ୍ରଣ ଉପରେ ଲଗାଇଲେ ଯେତେ ଖରାପ ମୁହଁ ଥିଲେ ମଧ୍ୟ ବ୍ରଣ ଭଲ କରି ଚେହେରା ସୁନ୍ଦର କରିଥାଏ । ସୁନସୁନିଆ ଶାଗ ଦିନରେ ଖାଇବା ଉଚିତ ଏହାକୁ ରାତିରେ ଖାଇବା ଉଚିତ ନୁହ କାହିଙ୍କିନା ଏହା ରାତିରେ ଖାଇଲେ ଓଲଟା କାମ କରିଥାଏ ।

ଲୁଣ ନେଉଛି ବର୍ଷକୁ ୧୮ ଲକ୍ଷ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଲୁଣ କାରଣରୁ ହେଉଛି ଅନେକ ରୋଗ, ବର୍ଷକୁ ଯାଉଛି ୧୮ ଲକ୍ଷ ଲୋକଙ୍କ ଜୀବନ ପ୍ରତ୍ୟେକ ବ୍ୟଞ୍ଜନର ସ୍ୱାଦ ବଢ଼ାଉଥିବା ଥି ଲୁଣ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏବେ ବିବାଦ ଘେରରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅନୁସାରେ, ମାତ୍ରାଧିକଧି ଲୁଣ ବ୍ୟବହାର ଯୋଗୁ ବିଶ୍ୱରେ ୧୮.୯ ଲକ୍ଷ ଲୋକ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି । ଏହା ଉଚ୍ଚ ରକ୍ତଚାପ ଓ ଏକାଧିକଧି ହୃଦ୍ ସମସ୍ୟାର କାରଣ ହୋଇଛି । ଲୁଣରେ ଥିବା ଥି ସୋଡିୟମ୍ କୋଷିକାଗୁଡ଼ିଗୁଡ଼ିକର ସ୍ୱାଭାବିକ କାର୍ଯ୍ୟ କଳାପରେ ସାହାଯ୍ୟ କରେ । କ୍ଷୀର, ମାଂସ ଓ ମାଛ ଭଳି ଅନେକ ଖାଦ୍ୟରେ ଏହା ପ୍ରାକୃତିକ ରୂପେ ମିଳେ । କିନ୍ତୁ ମାତ୍ରାଧିକଧି ସୋଡିୟମ୍ ହୃଦ୍ଘାତ, ଷ୍ଟ୍ରୋକ୍, ଅପମୃତ୍ୟୁମୃ ତ୍ୟୁ ଆଶଙ୍କା ବଢ଼ାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେର୍ଟ ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୟସ୍କଙ୍କ ପାଇଁ ଦିନକୁ ୨୦୦୦ ମିଲିଗ୍ରାମ୍ରୁ ମ୍ ରୁ କମ୍ ସୋଡିୟମ୍ ଖାଇବାକୁସୁପା ସୁ ରିଶ କରିଛି । ଏହା ଗୋଟିଏ ଛୋଟ ଚାମଚଠୁ ଟିକିଏ କମ୍ । ତେବେ ପିଲାଙ୍କ ଆବଶ୍ୟକତା ଅନୁସାରେ ସୋଡିୟମ୍ ଦିଆଯିବା ଦରକାର ବୋଲି ଏହା ସ୍ପଷ୍ଟ କରିଛି । ଆୟୋଡାଇଡ୍ ଲୁଣ ଖାଇବାକୁମଧ୍ୟ ହୁ କହିଛି, ଯାହା ସୁସ୍ଥସୁ ମସ୍ତିଷ୍କ ବିକାଶ ପାଇଁ ଗୁରୁଗୁରୁତ୍ୱପୂର୍ଣ୍ଣପୂ ର୍ଣ୍ଣ । ଲୁଣ ଖାଇବା ସମ୍ପୂର୍ଣ୍ଣମ୍ପୂ ର୍ଣ୍ଣବନ୍ଦ କରିବା ଅସମ୍ଭବ କିନ୍ତୁ ମାତ୍ରାଧିକଧି ଲୁଣ ବ୍ୟବହାର ଅଭ୍ୟାସ କମାଇବା ସହିତ ପ୍ରକ୍ରିୟାକୃତ ଖାଦ୍ୟଠୁ ଦୂରରେ ରହି ସତେଜ ଖାଦ୍ୟ ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରସ୍ତାବ ଦେଇଛି ।

ମଧ୍ୟପ୍ରାଚ୍ୟରେ ନିଆଁ, ଭାରତରେ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ନିଆଁ, ଭାରତରେ ସଂକଟ। ଲୋହିତ ସାଗରରେ ନୌ-ପରିବହନ ବାଧାପ୍ରାପ୍ତ ହେବାରୁ ବିଦେଶରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଓ ଅଶୋଧିତ ତୈଳ ଦର ବଢୁଛି। ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ୭୭ ଡଲାରରୁ ବଢି ୭୮ ଡଲାରରେ ପହଞ୍ଚିଲାଣି। ବ୍ୟାରେଲ ୮୦ ଡଲାର ଉପରକୁ ଯାଇପାରେ। ଭାରତ ସରକାର ପ୍ରଭାବ ପଡ଼ିବନି ବୋଲି ଯେତେ କହିଲେ ବି ସ୍ଥିତି ଭଲ ନାହିଁ। ପୂର୍ବରୁ ଅଶୋଧିତ ତୈଳଦର ଆଶାତୀତ ହ୍ରାସ ବେଳେ ବି ପେଟ୍ରୋଲ ଡିଜେଲ୍ ଦର କମାଇନଥିଲେ କେନ୍ଦ୍ର ସରକାର। ସାଧାରଣ ନିର୍ବାଚନରେ ଦର ନକମାଇବାକୁ ମହଙ୍ଗା ନୌ-ପରିବହନକୁ ଆଳ କରିପାରନ୍ତି। ତେଣୁ ଖାଉଟି ଆହୁରି ମହଙ୍ଗା ମାଡ଼ ସହିବେ ସିନା ଆଶ୍ବସ୍ତି ମିଳିବନି।

ବିଗିଡ଼ିଲାଣି ମଧ୍ୟପ୍ରାଚ୍ୟ ସ୍ଥିତି । ଯୁଦ୍ଧ ସ୍ଥିତି ପାଇଁ ବଜାରରେ ଲାଗିଲାଣି ନିଆଁ। କେନ୍ଦ୍ର ସରକାର ଯେତେ ମନାକଲେ ବି ଭାରତରେ ତେଲ, ଡାଲି ମହଙ୍ଗା ହେଲାଣି। ଲୋହିତ ସାଗରରେ ହାଉଥି ବିଦ୍ରୋହୀ, ସୋମାଲିଆ ଜଳଦସ୍ୟୁଙ୍କ ଆକ୍ରମଣ ବଢିଚାଲିଛି। ପ୍ରଭାବିତ ହୋଇଛି ଅନ୍ତରାଷ୍ଟ୍ରୀୟ ନୌ-ପରିବହନ। ଇଉରୋପ ସମେତ ୫୬ଟି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଲାଣି। ଭାରତର ରିଫାଇନାରୀ ପାଖରେ ଅଶୋଧିତ ତୈଳ ଷ୍ଟକ୍ ବି ସରିଆସୁଛି। ଅଶୋଧିତ ତୈଳ ଦର ଶସ୍ତା ହେବାରୁ ଭାରତର ତୈଳ ବିପଣନ କମ୍ପାନୀଗୁଡ଼ିକ ଚଳିତ ଆର୍ଥିକ ବର୍ଷର ପ୍ରଥମ, ଦ୍ବିତୀୟ ଓ ତୃତୀୟ ତ୍ରୟମାସିକରେ ପ୍ରଚୁର ଲାଭ କରିଛନ୍ତି । ତୃତୀୟ ତ୍ରୟମାସିକରେ ତୈଳ କମ୍ପାନୀ ଲାଭ କରିଛନ୍ତି ୭୫ହଜାର କୋଟି ।

ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ରୁ ୧୦ ଟଙ୍କା ଲାଭ କରୁଛନ୍ତି ତୈଳ କମ୍ପାନୀ। ଲୋହିତ ସାଗରରେ ସ୍ଥିତି ବିଗିଡ଼ିବା ପରେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ବ୍ୟାରେଲ୍ ୭୭ ଡଲାରରୁ ୭୮ଡଲାରରେ ପହଞ୍ଚିଛି । ଯଦି ଦର ୮୦ରୁ ୯୦ ଡଲାର ହୁଏ, ତାହେଲେ ତୈଳ କମ୍ପାନୀ କ୍ଷତି ସହିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିବାକୁ ଦେବେନି। ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର ହ୍ରାସ ନହେବାରୁ ଲୋକେ ଅତିଷ୍ଟ ହେଲେଣି। ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ କରି କେନ୍ଦ୍ର ସରକାର ଲୋକଙ୍କୁ କିଛିଟା ଆଶ୍ବସ୍ତି ଦେବେ ବୋଲି ଆଶ ରଖିଥିଲେ। ହେଲେ ସେ ଆଶା ବି ଏବେ ଫିକା ପଡ଼ିଲାଣି।

ବିକଳ୍ପ ଜଳପଥ ଭାବେ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ଏକମାତ୍ର ବାଟ । କିନ୍ତୁ ପଣ୍ୟବାହୀ ଜାହାଜକୁ ଲମ୍ବା ପଥ ଅତିକ୍ରମ କରିବାକୁ ଥିବାରୁ ନୌ-ପରିବହନ ଖର୍ଚ୍ଚ ଦୁଇଗୁଣ ବୃଦ୍ଧି ପାଇବ। ଏଭଳି ସ୍ଥିତି ଭାରତକୁ ଆସିବାକୁ ଅଶୋଧିତ ତୈଳ, ଡାଲି, ଖାଇବା ତେଲ ଦର ବୃଦ୍ଧି ପାଇବ। ଆଉ ଏହି ବର୍ଦ୍ଧିତ ଦର ଖାଉଟି ଗଣିବେ। ଗଲ୍ଫ ଅଫ୍ ଏଦେନ୍ ବାଟ ଦେଇ ପରିବହନ କରୁଥିବା ୧୮ଟି ଜାହାଜ କମ୍ପାନୀ ବିକଳ୍ପ ଜଳପଥ ଦେଇ ଆସିବାକୁ ସୁରକ୍ଷିତ ମଣୁଛନ୍ତି। ଆସନ୍ତା ଫେବ୍ରୁଆରୀରୁ ୟୁରୋପିଆନ୍ ୟୁନିୟନର ସ୍ବତନ୍ତ୍ର ସେନା ଲୋହିତ ସାହରରେ ପାଟ୍ରୋଲିଂ କରିବେ ବୋଲି ସୂଚନା ମିଳିଛି। ତେବେ ଇସ୍ରାଏଲ-ହମାସ, ଇସ୍ରାଏଲ- ହିଜବୁଲ୍ଲା, ସିରିଆ-ଇରାକ୍ ଓ ପାକିସ୍ତାନ ଉପରେ ଇରାନ୍ର ଆକ୍ରମଣ, ଇରାନ୍ ଉପରେ ପାକିସ୍ତାନର ପାଲଟା ଆକ୍ରମଣ, ମଧ୍ୟପ୍ରାଚ୍ୟରେ ସିହା-ସୁନ୍ନି ବିବାଦ ଅନ୍ତରାଷ୍ଟ୍ରୀୟ ନୌବାଣିଜ୍ୟ ସ୍ଥିତିକୁ ଆହୁରି ସଂଗୀନ କରିଛି।