spot_img
Home Blog Page 2135

ବଦଳୁଛି ଓଡ଼ିଶାର ଜୀବନଧାରଣ ମାନଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କମୁଛି ଗରିବୀ। ସାମଗ୍ରିକ ଅର୍ଥନୈତିକ ବିକାଶ ଯୋଗୁଁ ଲଗାତର ଦାରିଦ୍ର୍ୟ ହ୍ରାସ କରି ପୂରା ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନୀ ଜାରି ରଖିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ଅର୍ଥନୈତିକ ପରିଚାଳନା ଓ ସଫଳ  ଜନକଲ୍ୟାଣ ଯୋଜନା ଯୋଗୁଁ ଦାରିଦ୍ର୍ୟ ହ୍ରାସରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଛି ଓଡ଼ିଶା। ନୀତି ଆୟୋଗଙ୍କ ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଦ୍ରୁତ ଦାରିଦ୍ର୍ୟ ହ୍ରାସ କରିବା ଯୋଗୁଁ ୨୦୩୦ ବେଳକୁ ଓଡିଶା ଗରିବ ମୁକ୍ତ ହୋଇଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବଦଳୁଛି ଓଡ଼ିଶାର ଜୀବନଧାରଣ ମାନଦଣ୍ଡ। ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ମୁହଁରେ ଫୁଟାଉଛି ହସ। ଗରିବୀ କବଳରୁ ମୁକୁଳୁଛି ଓଡ଼ିଶା। ଦ୍ରୁତ ହ୍ରାସ ପାଉଛି ଦାରିଦ୍ର୍ୟ। ସ୍ଥିର ସରକାର। ନିରବଚ୍ଛିନ୍ନ ଲୋକାଭିମୁଖୀ ଯୋଜନା। ଲୋକଙ୍କ ପେଟ ପୂରୁଛି, ପକେଟ ପୂରୁଛି । ଲଗାତର ଭାବେ କମିଚାଲିଛି ଦାରିଦ୍ର୍ୟ। ଗରିବୀ ଦୂରାଇବାରେ ପୂରା ଦେଶରେ ଓଡ଼ିଶା କରିଛି ଭଲ ପ୍ରଦର୍ଶନ। ଦେଶର ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବା ବେଳେ ଓଡ଼ିଶାର ୧୧.୦୭ ପ୍ରତିଶତ ରହିଛି ।

୨୦୦୫-୦୬ରେ ଦାରିଦ୍ର୍ୟ ହାର ୬୩.୮୪  ପ୍ରତିଶତ ଥିଲା। ଯାହା ୨୦୧୫-୧୬ରେ ୨୯.୩୪ ପ୍ରତିଶତକୁ ଖସିଥିଲା। ପୁଣି ୨୦୧୯-୨୧ରେ ଏହା ୧୧.୦୭ ପ୍ରତିଶତକୁ କମିଛି । ଓଡ଼ିଶାରେ ଏକକୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛି। ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଲଗାତର ଭାବେ ସାରା ଦେଶରେ ଗରିବୀ ହ୍ରାସ କରିବାରେ ଓଡ଼ିଶା ରେକର୍ଡ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶାସକ ବିଜେଡି କହିଛି।

ଟଙ୍କିକିଆ ଚାଉଳ, ବିଜୁ ପକ୍କା ଘର ଯୋଜନାରେ କଚ୍ଚାଘରକୁ ପକ୍କାଘର କରିବା, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, ଉନ୍ନତ ଭିତ୍ତିଭୂମି, ବ୍ୟାପକ ପୁଞ୍ଜିନିବେଶ ଜରିଆରେ ନିଯୁକ୍ତି ସୃଷ୍ଟି ଓ ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଯୋଗୁଁ ରାଜ୍ୟରେ ଲଗାତର ଭାବେ ଦାରିଦ୍ର୍ୟ କମୁଛି । ସରକାରଙ୍କ ସଫଳ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଫଳରେ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ଦୂର ହୋଇପାରିଛି । ଯାହା ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଁ ବେଶ ସହାୟକ ହୋଇଛି ବୋଲି  ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି । ଏପରି ଧାରା ଜାରି ରଖିଲେ ୨୦୩୦ ବେଳକୁ ଓଡ଼ିଶାରୁ ଗରିବୀ ଇତିହାସ ହୋଇପରିବ ବୋଲି ବିଶେଷଜ୍ଞ କହିଛନ୍ତି।

ପୁଣିଥରେ ଡାଲି, ତେଲ ଦର ଆକାଶଛୁଆଁ

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ଟାର୍ଗେଟ୍ କରି ଲୋହିତ ସାଗରରେ ଥମୁନି ହାଉଥି ବିଦ୍ରୋହୀ ଓ ସୋମାଲି ଜଳଦସ୍ୟୁଙ୍କ ଆକ୍ରମଣ । ବାରମ୍ବାର ଆକ୍ରମଣ ପରେ ଗତକାଲିଠୁ ୧୮ଟି ସିପିଂ କମ୍ପାନୀ ଲୋହିତ ସାଗରରେ ବନ୍ଦ କରିଛନ୍ତି ପରିବହନ। ଏବେ ବଜାରରେ ହୁ ହୁ ହୋଇ ବଢିଲାଣି ଖାଦ୍ୟ ସାମଗ୍ରୀ ଦର । ଯୋଗାଣ ଶୃଙ୍ଖଳ ବିଗିଡ଼ିବାରୁ ହରଡ଼ ଡାଲି ସମେତ ଖାଇବା ତେଲ ଦର ବଢିବାରେ ଲାଗିଛି । ଦୁଇଦିନରେ ଡାଲି ଓ ତେଲ ଦରରେ ୫୦ରୁ ୬୦ ଟଙ୍କା ବଢିଛି । ସେପଟେ ଏହାର ସୁଯୋଗରେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଖାଦ୍ୟ ସାମଗ୍ରୀ ହୋର୍ଡିଂ କରିବାକୁ ପଛାଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଭାଙ୍ଗିଲା ଯୋଗାଣ ଶୃଙ୍ଖଳ । ବଜାରରେ ନିଆଁ । ଡାଲି, ତେଲ ଦର ପୁଣି ଥରେ ଆକାଶଛୁଆଁ । ଲୁହ ନୁହେଁ ରକ୍ତ କନ୍ଦାଇବ ଲୋହିତ ସାଗର । ବାରମ୍ବାର ଆକ୍ରମଣକୁ ଡରି ୧୮ଟି ଅନ୍ତଃରାଷ୍ଟ୍ରୀୟ ଜାହାଜ କମ୍ପାନୀ ଗତକାଲିଠୁ ଲୋହିତ ସାଗରରେ ବନ୍ଦ କରିଛନ୍ତି ପରିବହନ । ଫଳରେ ଭାରତକୁ ଅତ୍ୟାବଶ୍ୟକ ସାମଗ୍ରୀ ଆସିବା ଏକ ପ୍ରକାର ଠପ୍ । ଦରଦାମ ବୃଦ୍ଧିରେ ଅଣ୍ଟା ସଳଖି ପାରୁନି ଖାଉଟି । ଶୀତଦିନରେ ବି ମହଙ୍ଗା ସବୁବର୍ଷର ରେକର୍ଡ ଭାଙ୍ଗିଛି । ଭାରତକୁ ଟାର୍ଗେଟ୍ କରି ଲୋହିତ ସାଗରରେ ପଣ୍ୟଦ୍ରବ୍ୟ ନେଇ ଆସୁଥିବା ଜାହାଜ ଉପରେ ଆକ୍ରମଣ ଜାରି ରହିବାରୁ ହରଡ଼ ଡାଲି, ଖାଇବା ତେଲ ଦର ବଢିବା ଆରମ୍ଭ ହୋଇଛି ।

ଗତ ଦୁଇଦିନରେ ୧୨୨ ଟଙ୍କା ଥିବା ହରଡ଼ ଡାଲି ଏବେ ୧୩୫ ଟଙ୍କା । ୧୪୦ ଟଙ୍କାରେ ମିଳୁଥିବା ଡାଲି ଏବେ ହେଲାଣି ୧୫୦ ଟଙ୍କା । ସେହିପରି ପାମୋଲିନ୍ ଟିଣ ୮୧୦ ଟଙ୍କା ମିଳୁଥିଲା  । ଏବେ ହେଲାଣି ୮୩୦ ଟଙ୍କା । ୧୫ ଲିଟର ସୂର୍ଯ୍ୟମୁଖୀ ଦର ଥିଲା ୯୧୦ ଟଙ୍କା । ଏବେ ହେଲାଣି ୯୮୦ ଟଙ୍କା । ୧୭୪୦ ଟଙ୍କାରେ ମିଳୁଥିବା ସୂର୍ଯ୍ୟମୁଖୀ ଦର ବୃଦ୍ଧି ଘଟି ହୋଇଛି ୧୭୮୦ ଟଙ୍କା । ଚାହିଦା ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ଦର ଷ୍ଟକ୍ କମ୍ ହେବାରୁ ଦର ଧୀରେ ଧୀରେ ବଢିବାରେ ଲାଗିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, ସୁଯୋଗ ଉଣ୍ଡି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରୁଛନ୍ତି । ନିରବ ବସିଛନ୍ତି କେନ୍ଦ୍ର ସରକାର ।

ଭାରତକୁ ଜଳପଥରେ କମ୍ ଖର୍ଚ୍ଚରେ ପଣ୍ୟ ଦ୍ରବ୍ୟ ଆସିବାରେ ଲୋହିତ ସାଗରରେ ଗଲ୍ଫ  ଅଫ୍ ଏଦେନ୍ ବାଟ ବଡ଼ ସହାୟକ ହୋଇଥାଏ । ହାଉଥି ବିଦ୍ରୋହୀ ଓ ସୋମାଲି ଜଳଦସ୍ୟୁଙ୍କ ଯୋଗୁ ଏହି ଜଳପଥ ଆଉ ସୁରକ୍ଷିତ ନୁହେଁ । ଏହାର ବିକଳ୍ପ ବାଟ ହେଲା ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ । ଏହି ବାଟ ଦେଇ ଭାରତର ଆରବ ସାଗରରେ ଜାହାଜକୁ ପହଞ୍ଚିବାକୁ ହେଲେ ଅନ୍ୟୁନ ୧୦ ଦିନ ଅଧିକ ଲାଗିବ । ଯେଉଁଥିପାଇଁ ଜାହାଜ ପରିବହନ ଖର୍ଚ୍ଚ ବି ଅଧିକ ରହିବ । ଆଉ ଏହି ଅତିରିକ୍ତ ଖର୍ଚ୍ଚ ଖାଉଟିଙ୍କୁ ଦେବାକୁ ପଡ଼ିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏହା ପୂର୍ବରୁ ଶେଷ ଦିନର ପ୍ରସ୍ତୁତିକୁ ନେଇ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ପାଣ୍ଡିଆନ। ଭକ୍ତଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ସହ ରାସ୍ତାର ଉଭୟ ପାର୍ଶ୍ୱରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଲୋକଙ୍କ ସହ ସେଲଫି ନେଇଥିଲେ କାର୍ତ୍ତିକ ପାଣ୍ଡିଆନ୍।

 

ଜାଣନ୍ତୁ ଏହି ଦେଶରେ କାହିଁକି ଖାଆନ୍ତି କୁକୁର ମାଂସ

ନନ୍ଦିଘୋଷ ବ୍ୟୁରୋ: କୁକୁର ମାଂସ ଖାଇବା କଥା ଶୁଣିଲେ ଆମେ ସାଧାରଣତଃ ନାକ ଟେକିଥାଉ । ମାତ୍ର ଏମିତି ଦେଶ ରହିଛି ଯେଉଁଠାରେ ଲୋକମାନେ କୁକୁର ମାଂସ ଖାଇଥାନ୍ତି । ମାତ୍ର ଏଠାରେ କୁକୁର ମାଂସ ବିକ୍ରି କରିବା ନିଷେଧ ଘୋଷଣ କରାଯାଇଛି । କିନ୍ତୁ ଲୋକେ ଖାଇବା ଉପରେ କୌଣସି ପ୍ରତିବନ୍ଧକ ଲାଗିନାହିଁ । ଦକ୍ଷିଣ କୋରିଆରେ ଏଭଳି ନିୟମ ଲାଗୁ ହୋଇଛି । କୁକୁରଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସକୁ ବିକ୍ରି କରିବା ଅପରାଧ ବୋଲି ଘୋଷଣା କରାଯାଇଛି ।

ଉନିବିଂଶ ଶତାଦ୍ଦୀରେ ଦକ୍ଷିଣ କୋରିଆରେ ଗୋମାଂସ ସବୁଠାରୁ ମହଙ୍ଗା ଥିଲା । ବିବାହ ଉତ୍ସବଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକେ ଏହାକୁ ଖାଉଥିଲେ । ଏହାର ମାଦ ଏତେ ରହୁଥିଲା କି, କାଟିବା ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ୁଥିଲା । ଏଣୁ ଲୋକେ ଦ୍ବିତୀୟ ଖାଦ୍ୟ ଭାବେ କୁକୁର ମାଂସ ଖାଇବାକୁ ବାଛିଥିଲେ । ଯଦିଓ ପ୍ରଥମେ କିଛି ସଂପ୍ରଦାୟର ଲୋକେ ଖାଇନଥିଲେ କିନ୍ତୁ ସମୟ କ୍ରମେ ସମସ୍ତ କୁକୁର ମାଂସ ଖାଇବା ଆରମ୍ଭ କରିଥିଲେ । ପରେ କୁକୁର ମାଂସ ଏଠାକାର ସୁସ୍ବାଦୁ ଖାଦ୍ୟରେ ପରିଣତ ହୋଇଥିଲା । ଏଠାକାର ଲୋକେ ବିଶ୍ବାସ କରନ୍ତି କି, କୁକୁର ମାଂସ ସହଜରେ ହଜମ ହୁଏ । ଏହା ଖରାଦିନେ ଅଧିକ ଶକ୍ତି ବଢ଼ାଇଥାଏ ।

ସମୟକ୍ରମେ ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାର ପରିମାଣ ମଧ୍ୟ କମିବାରେ ଲାଗିଛି । ୨୦୧୫ ମସିହାରେ ୨୭ ପ୍ରତିଶତ ଲୋକେ କୁକୁର ମାଂସ ଖାଉଥିଲେ । ମାତ୍ର ୨୦୨୩ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣା ପଡ଼ିଛି କି ମାତ୍ର ୭ ପ୍ରତିଶତ ଲୋକେ ଏହି ମାଂସ ଖାଉଛନ୍ତି । ନୂଆ ନିୟମ ଅନୁଯାୟୀ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ । ୨୦୨୭ ପୂର୍ବରୁ ଏହି ବ୍ୟବସାୟ ବନ୍ଦ କରାଯିବ ବୋଲି କୁହାଯାଉଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବରେ ସମସ୍ତେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ । ଏଥିପାଇଁ ସବୁଠି ଭକ୍ତି ଓ ଉଲ୍ଲାସ । ଉତ୍ସବରେ ସମସ୍ତେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ରାଜ୍ୟରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବ ପାଇଁ ୧୭ ତାରିଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଛୁଟି ଘୋଷଣା କରିଛନ୍ତି। ଅଧିକରୁ ଅଧିକ ଜନସାଧାରଣ ତଥା ଭକ୍ତ ଉତ୍ସବରେ ସାମିଲ ହେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ, ଗଣମାଧ୍ୟମରେ ସିଧାପ୍ରସାରଣ ହେଉଥିବା ଲୋକାପର୍ଣ ଉତ୍ସବ ପ୍ରଦର୍ଶନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ଦ୍ବାରା ସେଠାରେ କାର୍ଯ୍ୟ କରୁଥିବା କ୍ରମଚାରୀମାନେ ଲୋକାର୍ପଣ ଉତ୍ସବ ଦେଖିପାରିବେ। ରାଜ୍ୟବାସୀ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏହି ମହୋତ୍ସବକୁ ଦର୍ଶନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ବାଲୁକା କଳାରେ ପରିକ୍ରମା ପ୍ରକଳ୍ପ

ପୁରୀ: ଶ୍ରୀକ୍ଷେତ୍ର ଏବେ ଶ୍ରୀଜଗନ୍ନାଥ ମୟ । ସବୁଠି ଶ୍ରୀ ଜଗନ୍ନାଥଙ୍କ କଥା,ଗାଥା ଓ ମହିମାର ଚର୍ଚ୍ଚା । ବୁଧବାର ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ଏଥିପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି । ଶ୍ରୀମନ୍ଦିରର ଚାରିଦ୍ବାରରେ ବେଦପାଠ ସହ ଯଜ୍ଞ ସ୍ଥଳରେ ଶ୍ରୋତିୟ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଗଗନ ପବନ ମୁଖରିତ । ସେପଟେ ସମୁଦ୍ରକୂଳରେ ବାଳୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନିଖୁଣ ଭାବରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁସଜ୍ଜିତ ଚର୍ତୁର୍ଦ୍ଧାମୂର୍ତ୍ତୀଙ୍କ ସମ୍ମୁଖରେ ପରିକ୍ରମା ପ୍ରକଳ୍ପକୁ ନିଖୁଣ ଭାବେ ବାଲୁକାରେ ନିର୍ମାଣ କରିଛନ୍ତି । ପୁରୀକୁ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ବାଲୁକା କଳାରେ ପରିକ୍ରମା ପ୍ରକଳ୍ପକୁ ଦେଖି ଭାବବିହ୍ବଳ ହୋଇପଡିଛନ୍ତି।

କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ୩ ଚିତାବାଘ ଶାବକ ସହ ୬ ବୟସ୍କ ବାଘଙ୍କ ମୃତ୍ୟୁ ଘଟିଥିଲା ।ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ସହ କୁନୋ ନ୍ୟାସନା ପାର୍କରେ ଚିତାବାଘ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଲାୟନ ପ୍ରୋଜେକ୍ଟ ନିର୍ଦ୍ଦେଶକ ଚିତାବାଘର ମୃତ୍ୟୁ ନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି । ତେବେ ବାଘର କେମିତି ମୃତ୍ୟୁ ହେଲା ଏ ନେଇ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଚିତାବାଘ ଶୌର୍ଯ୍ୟକୁ ବେହୋସ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଉଦ୍ଧାର କରାଯାଇଥିଲା।

ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି ୪ ବନ୍ଧୁ, ଅଜଣା ବ୍ୟକ୍ତିଙ୍କ ଶବ ସଂସ୍କାର ସାଙ୍ଗକୁ କରୁଛନ୍ତି ଅସ୍ଥି ବିସର୍ଜନ

ସୁନ୍ଦରଗଡ଼: କଥା ରେ ଅଛି ଯାହାର କେହି ନାହିଁ ଜଗତେ, ତାପାଇଁ ଅଛନ୍ତି ସ୍ୱୟଂ ସାଆନ୍ତେ। ଏ କଥାକୁ  ସତ୍ୟ ପ୍ରମାଣିତ କରିଛନ୍ତି ସୁନ୍ଦରଗଡର ୪ଜଣ ବନ୍ଧୁ। ଅଜଣା ଶବକୁ ଶ୍ମଶାନରେ ପୋଡିବା ସହ ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ତି୍ରବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କରାଉଛନ୍ତି। ଏଥିପାଇଁ ୪ ବନ୍ଧୁଙ୍କୁ ଶ୍ମଶାନ ବନ୍ଧୁର ଆକ୍ଷା ମିଳିଛି।

ଜଳୁଛି ଜୁଇ ନିଆଁ । ଆରପାରିରେ ପ୍ରିୟ ପରିଜନ । କିନ୍ତୁ ଅଜଣା ଶବ ପାଇଁ ଟୋପେ ଲୁହ ଝରାଇବାକୁ କେହି ନାହିଁ। ଆଉ ଯଦି କେହି ଅଛି ସମୟ ସ୍ରୋତରେ ସେମାନେ ଅସହାୟ। ମଶାଣୀ ଯାଏଁ କାନ୍ଧ ଦେବାକୁ କାହାର ସାହାସ ନାହିଁ । ହେଲେ ଏପରି ଅସମୟରେ ଅସହାୟ ଶବର ବନ୍ଧୁ ପାଲଟିଛନ୍ତି ସୁନ୍ଦରଗଡର କିଛି ଦରଦୀ ବନ୍ଧୁ । ଅଜଣା ମୃତଦେହ ଆଣି ପୋଡିବା ପରେ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରୁଛନ୍ତି ଏମାନେ। ୫୬ଟି ଅସ୍ଥି କଳସ ରଖି ତ୍ରିବେଣୀ ସଙ୍ଗମ କୂଳରେ ଚାଲିଛି ଅସ୍ଥି ବିର୍ସଜନ ପୂଜା। ବୈଦିକ ରୀତିନୀତିରେ ହେଉଛି ମନ୍ତ୍ର ଉଚ୍ଚାରଣ ।

ଅସ୍ଥିକୁ ବିର୍ସଜନ କରିବା ସହିତ ବୁଡ ପକାଇ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା କରିଛନ୍ତି ୪ ବନ୍ଧୁ। କେବଳ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କଲେ ମୋକ୍ଷ ପ୍ରାପ୍ତି ହୁଏ ତାହା ନୁହେଁ, ରୀତିନୀତି ଅନୁସାରେ ଗୟାର ଫଲଗୁ ନଦୀରେ ବାଲୁକା ପିଣ୍ଡ ମଧ୍ୟ ପ୍ରଦାନ କରାଯାଇଥାଏ। ତାପାଇଁ ପ୍ରୟାଗରାଜରୁ ଆସି ଗୟାରେ ଫଲଗୁ ନଦୀ ତଟରେ ପିଣ୍ଡଦାନ ପାଇଁ ପୂଜାର୍ଚ୍ଚନା କରି ବାଲୁକା ପିଣ୍ଡ ପ୍ରଦାନ ହୋଇଛି ।

କରୋନା ସମୟରୁ ଏଭଳି ସେବା ଜାରି ରଖିଛନ୍ତି ଏହି ୪ ବନ୍ଧୁ । କରୋନା ତାର କାୟା ବିସ୍ତାର କରିଚାଲିଥାଏ । ପ୍ରତିଦିନ ୫ ରୁ ୧୦ କରୋନା ରୋଗୀ ଙ୍କ ମୃତୁ୍ୟ ହେଉଥାଏ । ରୋଗ ଭୟରେ ଆତ୍ମୀୟ ପରିଜନ ପାଖ ମାଡୁନଥାନ୍ତି । ପ୍ରଶାସନ ପାଇଁ ବି ଏତେ ସଂଖ୍ୟାରେ ମୃତଦେହ ଦାହ ସଂସ୍କାର କରିବା ମୁଣ୍ଡବ୍ୟଥା ପାଲଟିଥିଲା । ଆଉ ସେହି ସମୟରେ ଆଗେଇ ଆସିଥିଲେ ସୁନ୍ଦରଗଡ ସହରର ୪ ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ ପଣ୍ଡା , ଶିଶିର ବେହେରା , ଚିନ୍ଟୁ ରକ୍ସା , ଦେବେନ୍ଦ୍ର ସାହୁ । ଦିନ ରାତି ଜୁଇ ଜଳୁଥାଏ  ତେବେ ଥକିନପଡି ଦିନ ରାତି ଶବଦାହ କରୁଥାନ୍ତି ଏହି ୪ ଶ୍ମଶାନ ବନ୍ଧୁ । ସେବେଠୁ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ଯାଏ ଚାଲିଛି। ହଜାରରୁ ଉର୍ଦ୍ଧ୍ବ ଶବ ଦାହ କରିବା ସହ ୨୦୦ ରୁ ଉର୍ଦ୍ଧ୍ବ ଅପରିଚିତଙ୍କ ଅସ୍ଥି ବିର୍ସଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସେବା ପାଇଁ ଶ୍ମଶାନ ବନ୍ଧୁର ପରିଚୟ ମଧ୍ୟ ମିଳିଛି ।

 

ୟୁଟ୍ୟୁବ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା

ବାଙ୍କୀ: ୟୁଟ୍ୟୁବ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା। ବାଙ୍କୀ ମାଟିରେ ଫଳିଲା ବେଦେଶୀ ଫଳ। ୟୁଟୁବ ଦେଖି ଡ୍ରାଗନ ଫ୍ରୁଟ ଚାଷ କଲେ ଶଶାଙ୍କ ପରିଡା । ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣ ଶ୍ରମିକଙ୍କୁ ଦେଇଛନ୍ତି ରୋଜଗାର।

ଓଡିଶାରେ ବି ହେଉଛି ବିଦେଶୀ ଫଳ । ସୁହାଉଛି ଅନୁକୂଳ ପରିବେଶ । ବାଙ୍କୀ ଡମପଡା ଅଞ୍ଚଳର ଶଶାଙ୍କ ପରିଡା । ୟୁଟ୍ୟୁବ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫ୍ରୁଟ ଚାଷ କରି ସ୍ବାବଲମ୍ବୀ ପାଲଟିଛନ୍ତି ଶଶାଙ୍କ ପରିଡା । ପ୍ରଥମେ ସେ ୫ରୁ ୭ ଏକର ଜମିରେ ୩୦୦୦ ଡ୍ରାଗନ ଚାରା ଲଗାଇଥିଲେ । ଯାହା ୮ରୁ ୯ ମାସ ମଧ୍ୟରେ ଡ୍ରାଗନ ଫଳିବା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଶଶାଙ୍କ ୩୦ରୁ ୪୦ କିଲୋ ଡ୍ରାଗନ ଫ୍ରୁଟ ଅମଳ କରିଥିବା ବେଳେ ବର୍ତ୍ତମାନ ୩ କ୍ୱିଣ୍ଟାଲରୁ ଅଧିକ ଡ୍ରାଗନ ଫ୍ରୁଟ ଅମଳ ହେଉଥିବା ନେଇ ଶଶାଙ୍କ କହିଛନ୍ତି ।

ଡ୍ରାଗନ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସାଙ୍ଗକୁ ୧୦ଜଣ ଶ୍ରମିକଙ୍କୁ ରୋଜଗାର ଦେଇଛନ୍ତି ଶଶାଙ୍କ । ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏହି ଡ୍ରାଗନ ଚାଷ ପଛରେ ରହିଛି ତାଙ୍କ ପିଲା ଦିନର ବନ୍ଧୁ ସୌମେନ୍ଦ୍ରଙ୍କ ହାତ । ଦୁହେଁ ମିଶି ବିଦେଶୀ ଡ୍ରାଗନ ଚାଷ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଶଶାଙ୍କ ପରିଡ଼ା ନିଜର ବାଡ଼ିରେ ଏହି ବିଦେଶୀ ଫଳ ଚାଷ କରି ସେଥିରୁ ଉତ୍ପାଦନ ହେଉଥିବା ଡ୍ରାଗନ ଚାରା ଓ ଫଳ ,ଭୁବନେଶ୍ୱର ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି  ।

 

ଦାମୀ କପଡ଼ା ଚୋରୀ କରି ଚର୍ଚ୍ଚାରେ ଏହି ମହିଳା ସାଂସଦ

ନନ୍ଦିଘୋଷ ବ୍ୟୁରୋ: ସାଂସଦଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଦାମୀ କପଡ଼ା ଚୋରୀ କରି ଚର୍ଚ୍ଚାରେ ମହିଳା ସାଂସଦ । ସାଂସଦଙ୍କ ନାମରେ ତିନୋଟି ଅଭିଯୋଗ ରହିଥିବାବେଳେ ଦୁଇଟି ଚୋରୀ ଅଭିଯୋଗ ଆସିଛି । ନୁ୍ୟଜିଲାଣ୍ଡର ଗ୍ଲୋଲରିଜ ଗରହାମ ନାମକ ସାଂସଦଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବାବେଳେ ସେ ଇସ୍ତଫା ଦେଇ ଦେଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ସାଂସଦ ହୋଇ ଏଭଳି ଅଭିଯୋଗ ଆସିଥିବାକୁ କିଛି ଲୋକ ବିଶ୍ବସ କରୁନଥିବାବେଳେ ଆଉ କିଛି ସମାଲୋଚନା କରୁଛନ୍ତି । ସାଂସଦ ଇସ୍ତଫାର କାରଣ କହିଛନ୍ତି କି, ସେ ମାନସିକ ଅଶାନ୍ତି ଅଛନ୍ତି । ଯେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି ।

୨୦୨୩ ମସିହାରେ ହିଁ ସାଂସଦଙ୍କ ବିରୋଧରେ ଏହି ତିନୋଟି ଯାକ ଅଭିଯୋଗ ଆସିଛି। ଅକଲାଣ୍ଡର ଏକ ବିଳାସପୂର୍ଣ୍ଣ ପୋଷାକ ଦୋକାନରୁ ଚୋରୀ କରିଥିଲେ । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଥିବାବେଳେ ଯାଞ୍ଚ କରିଛି । ତେବେ ଅଭିଯୋଗ ଆସିଥିବା ଗ୍ଲୋଲରିଜଙ୍କ ପ୍ରକୃତ ଘର ଇରାନରେ । ସେ ପିଲାଦିନୁ ନ୍ୟୁଜିଲାଣ୍ଡରେ ରହିଥିବାବେଳେ ଏଠାରେ ଆଇନ ପାଠ ପଢ଼ିଥିଲେ । ଆଇନ ଉପରେ ତାଙ୍କର ଅଧିକ ଜ୍ଞାନ ରହିଥିବାବେଳେ ସେ ସାଂସଦ ହୋଇଥିଲେ । ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ ଚାପ ପକାଯିବାକ କାରଣରୁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚୋ ହେଉଛି ।