ଭୁବନେଶ୍ବର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ। ଏପ୍ରିଲ ୧୭ ରୁ ୨୦ ଯାଏଁ ହେବ ସାଙ୍ଘାତିକ ସ୍ଥିତି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ନେଇ ଘୋଷଣା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ପାରଦ ବୃଦ୍ଧି ପାଇବ । ୪୩ ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁବ । ସୃଷ୍ଟି ହେବ ଅସହ୍ୟ ପାଣିପାଗ ସ୍ଥିତି । ଶରୀର ପାଇଁ ଘାତକ ହୋଇପାରେ ବୋଲି ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଏପ୍ରିଲ ମାସରେ ୭୨ ବର୍ଷରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି । ଗତକାଲି ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ଟିଟିଲାଗଡରେ ରେକର୍ଡ କରାଯାଇଛି ।
୬ ସ୍କୁଲ ପିଲାଙ୍କ ଜୀବନ ନେଇଥିବା ବସରେ କ’ଣ ସବୁ ତ୍ରୁଟି ଥିଲା ?
ବ୍ୟୁରୋ ରିପୋର୍ଟ: ହରିୟାଣାର ମହେନ୍ଦ୍ରଗଡରେ ଗତକାଲି ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସ୍କୁଲ କର୍ତ୍ତୁପକ୍ଷ ମଧ୍ୟ ସମାନ ଭାବରେ ଦାୟୀ ଅଛନ୍ତି। ଏଥିପାଇଁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏହି ମାମଲାରେ ସ୍କୁଲ କର୍ତ୍ତୁପକ୍ଷ ଗତକାଲି ଇଦ୍ରେ କାହିଁକି ସ୍କୁଲ ଖୋଲାରଖିଥିଲେ ? ଏବଂ ବସର ରୋଡ୍ ପରିମିଟ୍ ନଥିବା ବେଳେ କାହିଁକି ଚଳାଇବାକୁ ଅନୁମତି ଦିଆଯାଇଥିଲା ସେ ନେଇ କାରଣ ଦର୍ଶଅ ନୋଟିସ୍ ଜାରି ହୋଇଛି। କେବଳ ସେତିକି ନୁହେଁ ବସର ଅନେକ ତ୍ରୁଟି ମଧ୍ୟ ରହିଛି।
ପରିବହନ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସର ଫିଟନେସ୍ ସାର୍ଟିଫିକେଟର ଅବଧି ଛଅ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ରେ ଶେଷ ହୋଇଯାଇଥିଲା । ୧୦୧୭ ମସିହାରୁ ବସର ରୋଡ୍ ଟ୍ୟାକ୍ସ ମଧ୍ୟ ଦିଆଯାଇନାହିଁ। ବସଟିରେ ୱିଣ୍ଡୋ ଗ୍ରିଲ୍ ମଧ୍ୟ ନଥିଲା, ଯଦିଓ ସ୍କୁଲ ପିଲାମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ। ପ୍ରାଥମିକ ଚିକିତ୍ସା ପାଇଁ ବସ୍ ଭିତରେ କୌଣସି ପ୍ରାଥମିକ ସହାୟତା ବାକ୍ସ ରଖାଯାଇ ନଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ବ୍ୟାପକ ନୀୟମ ଉଲ୍ଲଂଘନ କରିଛି । ଏହି ଘଟଣାରେ ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
ବାଙ୍ଗାଲୁରୁ କାଫେ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA
ବ୍ୟୁରୋ ରିପୋର୍ଟ: ବେଙ୍ଗାଳୁରୁ ରାମେଶ୍ବରମ୍ କାଫେ ବିସ୍ଫୋରଣ ଘଟଣା। ଏନଆଇଏକୁ ମିଳିଲା ବଡ଼ ସଫଳତା। କୋଲକାତାରୁ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା NIA। ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ ହୋଇଛି। କୋଲକାତା ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥିରୁ ଆଜି ସକାଳୁ ୨ ସନ୍ଦିଗ୍ଧଙ୍କୁ କାବୁ କଲା ଏନଆଇଏ। ଗିରଫ ୨ ଜଣ ହେଲେ ମୁଶାବୀର୍ ହୁସେନ୍ ସାଜେବ୍ ଓ ଅବଦୁଲ୍ ମଥିନ ତାହା। ମୁଶାବୀର୍ ହୁସେନ୍ ସାଜେବ ରାମେଶ୍ବରମ୍ କାଫେରେ ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିବା ଅଭିଯୋଗ ହୋଇଥିବା ବେଳେ ଅବଦୁଲ୍ ମଥିନ ତାହା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ୨ ସନ୍ଦିଗ୍ଧଙ୍କ ଠାବ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA ସହ କୋଲକାତା, କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳ ପୋଲିସର ସହଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମାଷ୍ଟରମାଇଣ୍ଡ ମଥିନକୁ ଗିରଫ କରିବାକୁ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରେଦଶର ୧୮ଟି ସ୍ଥାନରେ ରେଡ୍ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଜାମିଲ ସରିଫକୁ ମାର୍ଚ୍ଚ ୨୬ରେ ଗିରଫ କରାଯାଇଛି। ଗତ ମାର୍ଚ୍ଚ ପହିଲାରେ ବେଙ୍ଗାଳୁରୁର ରାମେଶ୍ଵରମ କାଫେରେ ଘଟିଥିଲା ଏହି ବିସ୍ଫୋରଣ। ଏଥିରେ ଅନେକ ଗ୍ରାହକ ଆହତ ହୋଇଥିଲେ।
ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ୱାଦିକ
ଖୋର୍ଦ୍ଧା: ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ବାଦିକ। ଖୋର୍ଦ୍ଧା ଛଣଗିରିରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରିକୁ ତୀବ୍ର ବିରୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏହାପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସାମ୍ବାଦିକ।
ଗତକାଲି ଛଣଗିରିରେ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବିଜେପିର ଜନବିରୋଧୀ ନେତା ପ୍ରଶାନ୍ତ ଜଗଦ୍ଦେବ। ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ଯ ଦାୟର ହୋଇଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ରଣକୌଶଳ, ଓଡିଶା ଆସିବେ ସୋନିଆ ଗାନ୍ଧୀ
କୋରାପୁଟ: ନିର୍ବାଚନ ରଣକୌଶଳ ପାଇଁ ପ୍ରସ୍ତୁତ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ। ମେ’ ପ୍ରଥମ ସପ୍ତାହରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶା ଆସିବାର ଯୋଜନା କରାଯାଇଛି।
ମେ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ରହିଛି। କୋରାପୁଟ ଗସ୍ତରେ ଆସିବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାୟଗଡ଼ା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ। ସୋନିଆ ରାହୁଲଙ୍କ ସହ ଷ୍ଟାର ପ୍ରଚାରକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ରାୟଗଡା, ବିଷମକଟକ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ଯୋଗ ଦେବାର ଯୋଜନା କରାଯାଇଛି। ତେଲୁଗୁ ଭୋଟର ବା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କହ୍ନେୟା କୁମାର ରୋଡ ସୋ କରିବେ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା।
ଆସନ୍ତା ୧୯ ତାରିଖରେ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିବେ ସପ୍ତଗିରି। ଆଜି ଜୟପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଜିଲ୍ଲାର ଅନ୍ୟ ୪ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏକାଠି ହୋଇ ଆଲୋଚନା କରିବା ସହ ନିର୍ବାଚନ ପାଇଁ ଗୁରୁମନ୍ତ୍ର ନେଇଛନ୍ତି ।
ବିଜେଡି ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବାକୁ ନବୀନ ନିବାସରେ ପହଞ୍ଚିଲେ ପ୍ରାର୍ଥୀ
ଭୁବନେଶ୍ୱର: ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ। ବିଜେଡିର ଚତୁର୍ଥ ପର୍ଯ୍ଯାୟ ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ଏବଂ ତାଙ୍କ ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବହୁ ପ୍ରାର୍ଥୀ।
ବାଲେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର, ଭୁବନେଶ୍ବର-ମଧ୍ଯ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ନବୀନ ନିବାସରେ ପହଞ୍ଚିଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜlନି, ତାଳଚେର ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ନର୍ଲା ପ୍ରାର୍ଥୀ ମନୋରମା ମହାନ୍ତି ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପହଞ୍ଚିଛନ୍ତି।
ନିର୍ବାଚନରେ ବିଜୟ ପାଇଁ ସମସ୍ତେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ପ୍ରାର୍ଥୀ କରିଥିବାରୁ ଧନ୍ଯବାଦ ଅର୍ପଣ କରିଛନ୍ତି। ବିଧାୟକ ପ୍ରାର୍ଥୀ ପ୍ରଭୁ ଜlନୀ, ଅନନ୍ତ ନାରାୟଣ ଜେନା, ରୋହିତ ପୂଜାରୀ, ଗୀତାଞ୍ଜଳି ରାଉତରାୟ, ବ୍ରଜ ପ୍ରଧାନ, ମନୋରମା ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି ।
ଗାଁ କ୍ଳବ ଘରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ବାଙ୍କୀ: ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। କଟକ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଥିବା ନୂଆ ସାହି କ୍ଳବ ଘର ଭିତରୁ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଘର ବାହାରେ ପଡିରହିଛି ଖଣ୍ଡା, ମୋବାଇଲ ଓ ଚପଲ। ମୃତ ଯୁବକ ଜଣକ ସେହି ଗାଁର ଶୀତଲ ସାହୁ ବୋଲି ପରିଚୟ ମିଳିଛି।
ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହରୁ ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ।

