spot_img
Home Blog Page 2154

ଆବୁଧାବିରେ ନିଯୁକ୍ତି ଦେବାକୁ କହି ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର : ବିଦେଶରେ ଚାକିରୀ ନାଁ ରେ ଚୁନ। ନିରୀହ ଯୁବକଙ୍କ ଜୀବନ ସହ ଖେଳିଲା ଠକ ସଂସ୍ଥା । ଆବୁଧାବିରେ ଚାକିରୀ ଦେବାକୁ କହି ୭୮ ଓଡ଼ିଆ ପିଲାଙ୍କ ଠାରୁ ପାଖାପାଖି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇର ଆସିଛି ସଙ୍ଗୀନ ଅଭିଯୋଗ। ଆନ୍ଧ୍ରପ୍ରଦେଶ ବିଜୟନଗରମ ସ୍ଥିତ ଲାଇଫ ଲାଇନ ଟ୍ରାଭେଲ ନାମକ ସଂସ୍ଥା ଆବୁଧାବିରେ ଚାକିରୀ ଦେବାକୁ କହି ବାଲୁଗାଁ ଓ ବାଣପୁର ଅଞ୍ଚଳର ୭୮ ଜଣ ଯୁବକଙ୍କ ଠାରୁ ମୁଣ୍ଡପିଛା ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲା।

ଚେନ୍ନାଇରୁ ଆବୁଧାବି ଯିବା ପାଈଁ ସମସ୍ତ ଲୋକଙ୍କ ପାଖରୁ ବିମାନ ଟିକେଟ ଓ ଭିସା ଆସିଥିଲା। ଗତ ମାସ ୫ ତାରିଖରେ ସମସ୍ତ ଲୋକଙ୍କୁ ବିଜୟନଗରମରେ ପହଞ୍ଚିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ସମସ୍ତେ ୫ ତାରିଖ ସକାଳୁ ନିଜର ସାର୍ଟିଫିକେଟ ଓ ଲଗେଜ୍ ଧରି ପହଞ୍ଚିଥିଲେ। ଫୋନ ଯୋଗେ ସୋସିଆଲ ମିଡିଆରେ ତାଙ୍କର ମୋଟିଭେସନାଲ କ୍ଳାସ ହେବ ବୋଲି କୁହାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ନିର୍ଦ୍ଦିଷ୍ଟ ଠିକଣାରୁ ଉଭାନ ହୋଇଯାଇଥିଲା ସଂସ୍ଥା। ଯୋଗାଯୋଗ କରିବା ବେଳକୁ ସଂସ୍ଥା ପରିଚାଳକଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା।

ସେପଟେ ଏୟାରପୋର୍ଟରେ ଖବର ନେବା ବେଳକୁ ଫ୍ଲାଇଟ ଟିକେଟ ମଧ୍ୟ କ୍ୟାନସଲ ହୋଇଯାଇଥିଲା। ଝାଳ ବୁହା ଟଙ୍କା ନେଇ ଛୁ ମାରିଥିଲା ଠକ ସଂସ୍ଥା । ଏ ନେଇ ଯୁବକମାନେ ବିଜୟନଗରମ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ଏସପି ଘଟଣା ବିଷୟରେ ଜାଣିବା ପରେ ଟ୍ରାଭେଲ ଅଫିସକୁ ପୋଲିସ ପଠାଇ ଠକାମୀର ଶିକାର ଯୁବକ ମାନଙ୍କର ପାସପୋର୍ଟ ଓ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଲେଟରପ୍ୟାଡ଼, ଷ୍ଟାମ୍ପ ଆଦି ଜବତ କରିଛନ୍ତି। କିଛିଦିନ ମଧ୍ୟରେ ଠକକୁ ଗିରଫ କରାଯିବ ଓ ଠକେଇ ଟଙ୍କା ଫେରିପାଇବା ଆଶାରେ ଯୁବକ ମାନେ ବିଜୟନଗରମ ଷ୍ଟେସନ ନିକଟରେ ଏକ ହୋଟେଲ ରେ ରହି ନ୍ୟାୟ ଭିକ୍ଷା କରିଛନ୍ତି।

ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି; ହରହର ମହାଦେବ ଧ୍ଵନିରେ କମ୍ପୁଛି ପୀଠ

ନୂଆଦିଲ୍ଲୀ : ନେପାଳ ପଶୁପତିନାଥ ମନ୍ଦିରରେ ଆରମ୍ଭ ହୋଇଛି ଶିବରାତ୍ରି ତଥା ଜାଗର ଯତ୍ରା । ଚଳଚଞ୍ଚଳ ପୁରା ନେପାଲର ରାଜଧାନୀ କାଠମାଣ୍ଡୁ । ହର ହର ମହାଦେବ ଧ୍ବନୀରେ କମ୍ପୁଛି ପୀଠ ପରିସର । ସକାଳ ୩ଟା ୧୫ ମିନିଟ ସମୟରୁ ଆରମ୍ଭ ହୋଇଚି ପଶୁପତିନାଥଙ୍କ ପ୍ରଥମ ପୂଜା। ୩ ଜଣ ପଣ୍ଡିତଙ୍କ ଦ୍ବାରା ପୂଜା ସମ୍ପନ୍ନ କରାଯାଉଛି ।

ଓଡ଼ିଆ ଧର୍ମ ପରି ଷୋଳ ପୂଜା, ଅଧିବାସ, ରୁଦ୍ରାଭିସେକ୍, ହରହରି ଭେଟ ଓ ଷୋଡ଼ଶ ଉପଚାର ସହିତ ସ୍ଵତନ୍ତ୍ର ଆଳତୀ କରାଯାଉଛି ।ପୂରୁଣା ପରମ୍ପୀପରା ଅନୁଯାଇ ଏଠାରେ ପ୍ରଭୁ ଶିବଙ୍କ ଠାରେ ଫୁଲ ଅପେକ୍ଷା ବେଶୀ ଲାଗି ହେଉଛି ରୁଦ୍ରାକ୍ଷ । ବିଶେଷ କରି ୬୦୦୦ ସାଧୁ, ନାଗା ବାବା ଏହି ପର୍ବରେ ଯୋଗ ଦେଇଛନ୍ତି । ଗତକାଲି ୨ ଲକ୍ଷ ଲୋକ ଭକ୍ତଙ୍କ ସମାଗମ ମନ୍ଦିରରେ ଦେଖିବାକୁ ମିଳିଥିଲା।

ଆଜି ୧୫ ଲକ୍ଷ ଭକ୍ତ ,ସାଧୁ ଏକତ୍ରିତ ହେବେ ବୋଲି ସୂଚନା ଦେଇଛନ୍ତି ମନ୍ଦିର କମିଟି । ସନ୍ଧ୍ୟା ୫ଘଟିକା ୪୫ ମିନିଟ ସମୟରେ ମନ୍ଦିର ବେଢ଼ାରେ ଥିବା ବାଗମତି ନଦୀ କୂଳରେ ସ୍ଵତନ୍ତ୍ର ଆରତୀ କରାଯିବ।ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ସମ୍ମୁଖ ଦ୍ଵାରଟି ଖୋଲା ଯାଇଛି । ଭିଡକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ,ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପର୍ଯ୍ୟଟକ ମାନକୁ କିପରି କୌଣସି ଅସୁବିଧା ହେବ ନାହିଁ ତା ଉପରେ ଗୁରୁତ୍ବ ଦେଇଛି ସ୍ଥାନୀୟ ପ୍ରଶାସନ ଓ ମନ୍ଦିର କମିଟି।

ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଭେଟି ; କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ମହିଳା ଦିବସରରେ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି।ଏଲପିଜି ସିଲିଣ୍ଡର ଦର କମିଲା ଶହେ ଟଙ୍କା।ସବସିଡିଯୁକ୍ତ ଏଲପିଡି ସିଲିଣ୍ଡର ମୂଲ୍ୟ ଶହେ ଟଙ୍କା କମ କରିଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗ୍ୟାସ ଦର ଶହେ ଟଙ୍କା କମ କରିଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଗ୍ୟାସ ଦର ହ୍ରାସ ଫଳରେ ବିଶେଷ ଭାବେ ନାରୀ ଶକ୍ତି ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଗ୍ୟାସ ଦର କମାଯାଇଥିବାରୁ ଦେଶର କୋଟି କୋଟି ପରିବାର ଏହାଦ୍ଵାରା ଉପକୃତ ହେବେ। ରୋଷେଇ ଗ୍ୟାସର ଦର ହ୍ରାସ କରି ଏହାକୁ ପ୍ରତି ଘରେ ଏହାକୁ ପହଞ୍ଚାଇବା ସହ ସୁସ୍ଥ ପରିବେଶ ଗଠନ ଲାଗି ସମସ୍ତ ପରିବାର ପ୍ରତି ଏହା ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳାଙ୍କ ସଶକ୍ତ କରିବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ସହ ଜୀବନଯାପନ ଆହୁରି ସୁଗମ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

ଭୁବନେଶ୍ୱର : ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିବ। ବିଶେଷ କରି ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଗତକାଲି ରାଜଧାନୀ ଭୁବନେଶ୍ବରରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଥିଲା। ଏହାସହ କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିବ। ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।

ଆଜି ଆନ୍ତର୍ଜାତିକ ମହିଳା ଦିବସ; ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବାକୁ ସାରା ବିଶ୍ଵ ପାଳୁଛି ଏହି ଦିନ

ନନ୍ଦିଘୋଷ ବ୍ୟୁରୋ : ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ସଂଘର୍ଷ, ସ୍ଵାଧୀନତା ଆନ୍ଦୋଳନ, ଅଧିକାର ଏବଂ ସଫଳତା ଉପରେ ଆଲୋକପାତ କରିବାର ଦିନ। ଆଜିର ଏ ଦିନ ବିଶ୍ଵରେ ମହିଳାଙ୍କୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସମାନ ଭାଗିଦାରୀର ପଥ ପ୍ରଦର୍ଶିତ କରୁଛି।୧୯୭୫ରେ ଅନ୍ତରାଷ୍ଟ୍ରୀୟ ମହିଳା ବର୍ଷ ଅବସରରେ ଜାତିସଂଘ ପ୍ରଥମେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା।

୧୯୭୭ ପରଠାରୁ ବିଧିବଦ୍ଧ ଭାବେ ଏହି ଦିବସ ପାଳନ ହୋଇଆସୁଛି। ଜାତିସଂଘରେ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ମହିଳାଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ। ଏହା ଲିଙ୍ଗଭେଦ, ମହିଳା ଏବଂ ବାଳିକାଙ୍କ ସଶକ୍ତୀକରଣ ଏବଂ ସୁସ୍ଥ ଜୀବନଯାପନ ଲାଗି ଅଧିକାର ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହାର ମୂଳ ଲକ୍ଷ୍ଯ ମହିଳାଙ୍କୁ ଆର୍ଥିକ ଭାବେ ସକ୍ଷମ କରିବା।..ଭାରତରେ ଆନ୍ତର୍ଜାତିକ ମହିଳା ଦିବସର ମହତ୍ଵ ଲଗାତାର ବଢିବାରେ ଲାଗିଛି।

ମହିଳାଙ୍କୁ ସଶକ୍ତ କରିବା ସହ ଶିକ୍ଷା, ରୋଜଗାର ଏବଂ ରାଜନୀତିରେ ସେମାନଙ୍କ ସମାନ ଅଂଶୀଦାର ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ। ମହିଳାଙ୍କ ଜୀବନକୁ ପ୍ରଭାବିତ କଲାଭଳି ପ୍ରସଙ୍ଗ ବିଷୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି। ଅନ୍ତରାଷ୍ଟୀୟ ମହିଳା ଦିବସ ଭାରତରେ ମହିଳାଙ୍କ ଅଧିକାର ନେଇ ଜାରି ରହିଥିବା ଆନ୍ଦୋଳନକୁ ମନେ ପକାଉଛି।

ଦେଶରେ ଅଭୂତପୂର୍ବ ବିକାଶ ସତ୍ତ୍ବେ ଏବେବି ମହିଳାଙ୍କୁ ନେଇ ଆମ ସମାଜରେ ଭେଦଭାବ, ହିଂସା ଏବଂ ସମାଜିକ ବ୍ଯାଧିର ସାମନା କରିବାକୁ ପଡୁଛି। ଯାହାକି ମହିଳାଙ୍କ ସମ୍ପୂର୍ଣ୍ଣ ଉନ୍ନତି ଏବଂ ବିକାଶରେ ବାଧା ସାଜିଛି। ଆଜିକାର ଦିନ ମହିଳା ଏବଂ ଅନ୍ଯ ସହଯୋଗୀମାନଙ୍କ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରୁଛି। ସମାନତା ଏବଂ ଆଇନଗତ ଲଢେଇରେ ଏକତା ଭାବକୁ ବୃଦ୍ଧି କରୁଛି। ମିଳିମିଶି ଏକ ଉଚିତ ସମାଜ ଗଠନ ଦିଗରେ କାମ କରିବାକୁ ପ୍ରେରଣା ପ୍ରଦାନ କରୁଛି। ଏହା କେବଳ ଗୋଟିଏ ଦିବସ ନୁହେଁ ବରଂ ମହିଳାଙ୍କ ବିକାଶ ନେଇ ପଦକ୍ଷେପ ଗ୍ରହଣ କରିବାର ଦିନ। ଯେଉଁଠାରେ ସମସ୍ତ ମହିଳା ଆଗକୁ ବଢିପାରିବେ ଏବଂ ନିଜର କ୍ଷମତାକୁ ପୂରଣ କରିପାରିବେ।

ଓଲଟିଲା ବରଯାତ୍ରୀ ଗାଡି; ୩ ମୃତ ଓ ୧୪ ଆହତ

ସୁନ୍ଦରଗଡ଼ :ବରଯାତ୍ରୀ ଗାଡି ଦୁର୍ଘଟଣା ଘଟି ୩ ମୃତ। ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ଆମଝରଣ ନିକଟରେ ବରଯାତ୍ରୀଙ୍କୁ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ୧୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଝାରଖଣ୍ଡ ବାନପୋଷାଇତା ଗାଁରୁ ୨୦ ବରଯାତ୍ରୀଙ୍କୁ ନେଇ ଆସୁଥିଲା ଏହି ପିକଅପ୍ ଭ୍ୟାନ। ଗାଡିରେ ବରଯାତ୍ରୀ ନେଇ ସୁନ୍ଦରଗଡ଼ ଜିଲ୍ଲାର ଅଟାଘାଟ ଗାଁକୁ ଆସୁଥିଲେ। ତେବେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ପାଇଵା ପରେ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର : ମହାଶିବରାତ୍ରି ଲାଗି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। କ୍ରାଉଡ଼ ମ୍ୟାନେଜମେଣ୍ଟକୁ ଗୁରୁତ୍ୱ ଦେଇଛି ବିଭାଗ । ୪ ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗି ରହିବେ । ୫ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି, ୨୧ ଜଣ ଥାନାଧିକାରୀ, ୮୪ ଜଣ ଏସଆଇ ଓ ୯୩ ଜଣ ଏଏସଆଇ ଜଗିବେ ସାରା ସହର ।

ସେକ୍ସନ ଫୋର୍ସଙ୍କ ଉପରେ ରହିବ ଜାଗର ସୁରକ୍ଷା ଦାଇତ୍ୱ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ ବ୍ୟବସ୍ଥା ହୋଇଛି । ମନ୍ଦିର ପରିସର ନିକଟରେ ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିବେ । ସିସିଟିଭି କ୍ୟାମେରା ଚାରିଆଡେ ମୁତୟନ କରାଯିବ। ସହରରେ ସାଧା ପୋଷାକରେ ପୋଲିସ ଅଧିକାରୀ ମୁତୟନ ରହିବେ। ଭକ୍ତଙ୍କ ପାଇଁ ପାଣି,ସେଡ ବ୍ୟବସ୍ଥା ହୋଇଛି,ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ସେବା ଯୋଗାଇବେ।

ଚଳଚଞ୍ଚଳ ଶୈବପୀଠ, ଉପବାସ ରହି ଜାଗର ଜାଳିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର : ଆଜି ମହା ଶିବରାତ୍ରୀ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର।ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଭୋରରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଉପବାସ ରହି ଜାଗର ଜାଳିବେ ଶୈବଭକ୍ତ ।

ଭୋର ୩ ପହଡ ଖୋଲିବା ପରେ ୩ ଟାରୁ ସାଢେ ୩ଟା ମଙ୍ଗଳ ଆଳତୀ ଓ ଅବକାଶ ନୀତି । ଭୋର ୩ ଟା ୩୦ରୁ ଦିନ ୧୧ଟା ପର୍ଯ୍ଯନ୍ତ ସାହାଣମେଲା ଦର୍ଶନ ରହିଛି । ଏହାପରେ ଛାମୁ ପରିଷ୍କାର, ମାହାସ୍ନାନ ଓ ବେଶ, ସୂର୍ଯ୍ଯପୂଜା, ଦ୍ବାରାପାଳ ପୂଜା, ଶୀଜୀଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ସକାଳ ଧୂପ, ଭୋଗ ମଣ୍ଡପ ନିତୀ ହେବ । ପୁଣିଥରେ ସାହାଣମେଲା ପରେ ସନ୍ଧ୍ଯା ଆଳତୀ ଓ ଟେରାଫିଟା, ଶ୍ରୀଜୀଉଙ୍କ ମାଜଣା, ଯାତ୍ରା ପୂଜା ଓ ବେଢା ଏବଂ ତୀର୍ଥ ଜଳ ଆନୟନ ନିତୀକାନ୍ତି କରାଯିବ । ଚାରି ପ୍ରହର ପୂଜା ପରେ ହରିହର ଭେଟ ହେବ ବୋଲି ନିତୀନିଘଣ୍ଟ କରାଯାଇଛି ।

ବାବା ଲିଙ୍ଗରାଜଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯାଇଛି।

ଭୁବନେଶ୍ବର ଜନତା ମୈଦାନ ନିକଟରେ ଜାତୀୟ ଧ୍ୱଜା କ୍ଷେତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ହଜାର ୬ଶହ ବର୍ଗ ମିଟର ପରିସୀମାରେ ଏହି National Flag Plazaକୁ ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଯେଉଁଥିରେ ୧୦୦ ଫୁଟ  ଉଚ୍ଚରେ ଥିବା ଏକ ମାଷ୍ଟ ଉପରେ ଏହି ପତାକାକୁ ଅବସ୍ଥାପିତ କରାଯାଇଛି । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଡିଏ ଅଧ୍ୟକ୍ଷ ଜି. ମାଥିଭାଥାନନ୍, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ସମେତ ଓଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ଲାଜା ଜାତୀୟ ପତାକାର ସୃଷ୍ଟି ଠାରୁ ଆରମ୍ଭ କରି ଏହାର ଐତିହାସିକ ସଂଘର୍ଷର ଏକ ସ୍ମରଣକାରୀ ଗାଥା ଭାବରେ ଏହାର କାହାଣୀକୁ ବର୍ଣ୍ଣନା କରିବ। ଷ୍ଟେନଲେସ୍ ଷ୍ଟିଲ୍ ପ୍ଲେଟରେ ସଜ୍ଜିତ ବାଲୁକା ପଥର ପ୍ୟାନେଲଗୁଡିକ ୧୯୦୭ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ରହିଥିବା ପତାକା ଗୁଡିକୁ ୟୁଭି ମୁଦ୍ରିତ କରି ଏହାର ପ୍ରଦର୍ଶନ କରିବ । ଏହି ପ୍ୟାନେଲଗୁଡିକୁରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିବ । ଭାରତୀୟ ସମ୍ବିଧାନର ସ୍ୱୀକୃତିପ୍ରାପ୍ତ ୨୨ ଟି ସରକାରୀ ଭାଷାରେ ଜୟ ହିନ୍ଦ୍ ଲେଖା ରହିବା ସହିତ ହିନ୍ଦୀ ଏବଂ ଓଡିଆ ବର୍ଣ୍ଣରେ ଜାତୀୟ ସଂଗୀତ ଏହି ପ୍ୟାନେଲର ଶୋଭାବର୍ଦ୍ଧନ କରିବ । ଏହି ଫ୍ଲାଗ ପ୍ଲାଜାର ପରିକଳ୍ପନା ବିଏମସିରୁ ଆରମ୍ଭ ହୋଇଥିଲା । ପରେ, ଓଡିଶା ଖଣି ନିଗମ  ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ର BUKC ମିଳିତ ଉଦ୍ୟମ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା ।  ଫ୍ଲାଗ ପ୍ଲାଜାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ବିଡିଏ ଉପରେ ରହିବ । ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପତାକା ଜନସାଧାରଣଙ୍କୁ ଏହାର ଉପସ୍ଥିତିର ସିଧାସଳଖ ଦୃଶ୍ୟ ସଂଯୋଗ ପ୍ରଦାନ କରିଥାଏ କରିବ ।

ବାଲୁକା ପଥରରେ ଆବୃତ କାନ୍ଥ ପ୍ୟାନେଲଗୁଡିକ, ଦର୍ଶକମାନଙ୍କୁ ବର୍ଷ ବର୍ଷ ଧରି ଆମର ଜାତୀୟ ପତାକାର ବିବର୍ତ୍ତନ ବିଷୟରେ ଏକ ଶିକ୍ଷଣୀୟ ଯାତ୍ରା ସମ୍ବନ୍ଧରେ ଏକ ସମ୍ୟକ ଧାରଣା ପ୍ରଦାନ କରିବାରେ ସହାୟକ ହେବ। ଏହି ପ୍ଲାଜା ମଧ୍ୟରେ ଛୋଟ ପିଲାଙ୍କ ଖେଳ ପଡିଆ ଏବଂ ସମସ୍ତ ବୟସ ବର୍ଗର ବ୍ୟକ୍ତିଙ୍କୁ ମନୋରଞ୍ଜନ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା ରହିବ, ପାର୍କରେ ଥିବା ଆଖପାଖ ପରିବେଶକୁ ବାଧା ନ ଦେଇ ଏହି ସବୁ ସୁବିଧା ଜନ ସାଧାରଣ ଙ୍କ ପାଇଁ ଉନ୍ମୁକ୍ତ ରହିବ । ଏହି ପ୍ଲାଜାରେ ଦେଶାତ୍ମବୋଧକ ଗୀତ ବଜାଇବା ପାଇଁ ଅଡିଓ ସାଉଣ୍ଡ ସିଷ୍ଟମ ଏବଂ ଏକ ୱାଟର ଫାଉଣ୍ଟେନ ମଧ୍ୟ ରହିଛି । ନିକଟସ୍ଥ ଅନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ବୃହତ ସମାବେଶକୁ ଦୃଷ୍ଟିରେ ରଖି ଏହି ପ୍ଲାଜାର ଡିଜାଇନ୍ କରାଯାଇଛି। ୩.୬ ଏକର ପରିମିତ ଭୁବନେଶ୍ୱରର ସବୁଠାରୁ ପ୍ରିୟ ସ୍ଥାନ ଏହି ମହାତ୍ମା ଗାନ୍ଧୀ ପାର୍କ, ଜୟଦେବ ବିହାରର ଜନତା ମୈଦାନ ନିକଟରେ ଅବସ୍ଥିତ,  ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଅବସ୍ଥାପିତ ରହିଛି। ଏହି ପ୍ରକଳ୍ପର ସମାପ୍ତି ପରେ ପାର୍କର ସମୁଖରେ   ଥିବା ୫୬୦୦ ବର୍ଗ ମିଟର ଜମିକୁ ପୁନଃଜୀବିତ କରିଛି ଏବଂ ଏହି ପରିସୀମାର ପୁନରୁଦ୍ଧାର କରିଛି । ଏହି ପଦକ୍ଷେପ କେବଳ ଭୁବନେଶ୍ୱରର ସାଂସ୍କୃତିକ ଅଭିବୃଦ୍ଧିକୁ ସମୃଦ୍ଧ କରିବା ସହିତ ଦେଶର ଐତିହ୍ୟ ଏବଂ ଜାତୀୟତା ବୋଧର ପ୍ରତୀକ ଭାବରେ ଗୌରବ ଗାଥା ବହନ କରିବାରେ ସହାୟକ ହେବ ।

କ୍ଲିନିକ କ୍ରିମ ବ୍ୟବହାର କଲେ ହୋଇପାରେ କ୍ୟାନସର୍

ନନ୍ଦିଘୋଷ ବ୍ୟୁରୋ : ମୁଖସୌନ୍ଦର୍ଯ୍ୟ ଲାଗି ଆପଣ ବ୍ଯବହାର କରୁଛନ୍ତି କି କ୍ଲିଅରସିଲ କିମ୍ବା କ୍ଲିନିକ କ୍ରିମ। ତେବେ ସାବଧାନ। ମୁଖ ସୁନ୍ଦର ହେବା ବଦଳରେ ଶିକାର ହୋଇପାରନ୍ତି କର୍କଟରେ। ଏକଥା ଆମେ କହୁନୁ। ଏକ ଆମେରିକୀୟ ସଂସ୍ଥା ପକ୍ଷରୁ ଦିଆଯାଇଛି ଏହି ରିପୋର୍ଟ। ରିପୋର୍ଟରେ କୁହାଯାଇଛି- ଇଷ୍ଟି ଲାଉଡର କମ୍ପାନିର କ୍ଲିନିକ, ଟାର୍ଗେଟ କମ୍ପାନିର ଅପ ଆଣ୍ଡ ଅପ ଓ ରେକିଟ ବେନକାଇସରର କ୍ଲିଅରସିଲରେ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ବେଞ୍ଜିନ ରହିଛି। ଏହି ବ୍ରାଣ୍ଡର କ୍ରିମଗୁଡିକରେ ଏହି ବିଷାକ୍ତ ପଦାର୍ଥ ଥିବା କୁହାଯାଇଛି। ଏନେଇ ସୂଚନା ଦେଇଛି ଆମେରିକୀୟ ଗବେଷଣାଗାର ଭିଲିସ୍ଯୁର ଏଲଏଲସି । ଏହି ରାସାୟନିକ ପଦାର୍ଥ ଚିହ୍ନଟ ହେବା ପରେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ନିକଟରେ ପିଟିସନ ଦାୟର କରିଛି ଭେଲିସ୍ଯୁର। ଏହା ସହ ବଜାରରୁ ଏହି ସାମଗ୍ରୀଗୁଡିକ ପ୍ରତ୍ୟାହାର କରିବା ଦିଗରେ ପଦକ୍ଷେପ ନେବା ଲାଗି ଦାବି କରିଛି କମ୍ପାନି।

ଭେଲିସ୍ୟୁର କହିଛି- ଏହି ଧରଣର ସାମଗ୍ରୀରେ ଆବଶ୍ଯକୀୟ ପରିମାଣଠାରୁ ଅଧିକ ୮ଶହ ଗୁଣ ବେଞ୍ଜିନ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଗ୍ଯାସୋଲିନ ଓ ତମାଖୁରେ ବେଞ୍ଜିନ ହେଉଛି ଏକ ପ୍ରାକୃତିକ ମିଶ୍ରିତ ସାମଗ୍ରୀ। ଏହି ପରିମାଣ ଅଧିକ ହେଲେ ଲ୍ଯୁକେମିଆ ରୋଗ ହୋଇପାରେ। ଭିଲିସ୍ଯୁର ଏଲଏଲସି ସାଧାରଣତଃ ବଡ଼ ବଡ କମ୍ପାନୀର ପ୍ରଡକ୍ଟଗୁଡିକୁ ଗବେଷଣା ଜରିଆରେ ଯାଞ୍ଚ କରାଯାଇଥାଏ। ଭିଲିସ୍ଯୁର ଏଲଏଲସି ପକ୍ଷରୁ ୬୬ଟି ବେଞ୍ଜୋଇଲ ପେରୋକ୍ସାଇଡ ପ୍ରଡକ୍ଟକୁ ଟେଷ୍ଟ କରିଥିଲା। ଏଥିରେ ଥିଲା ବିଭିନ୍ନ କ୍ରିମ, ଲୋସୋନ, ଜେଲ ଇତ୍ଯାଦି। ଏହି ସବୁ ସାମଗ୍ରୀରେ  ବେଞ୍ଜିନ ମିଲିୟନ ପିଛା ୨ ପାର୍ଟସ ଲାଗି ଏଫଡିଏ ଅନୁମତି ଥିବାବେଳେ ବାସ୍ତବରେ ବେଞ୍ଜିନ ପରିମାଣ ୧୨ ପ୍ରତିଶତ ଅଛି ବୋଲି କମ୍ପାନି କହିଛି।