spot_img
Home Blog Page 2163

ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଲା ପଖାଳର କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ପଖାଳ । ଓଡ଼ିଆଙ୍କ ସ୍ବତନ୍ତ୍ର ପରିଚୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ । ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ଦହି ପଖାଳ ସହ ପୂଜା ମଣ୍ଡପରେ ବିନା ପିଆଜ ରସୁଣରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲୋକଙ୍କୁ ପରସା ଯାଇଥିଲା। ଓଡ଼ିଆ ଅସ୍ମିତାର ପରିଚୟ ଏବଂ ପଖାଳକୁ ଘରେ ଘରେ ପହଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ପଖାଳ ସହ ଆଳୁ ବାଇଗଣ ଭରତା, ବଡିଚୁରା, ବାଇଗଣ ଚପ୍, କଦଳୀ ଭଜା, ସଜନା ଛୁଇଁ ଆଳୁ ବେସର, ସାଗମୁଗ, ପାମ୍ପଡ, କାକୁଡ଼ି ଭଳି ୧୫ରୁ ୧୬ ପ୍ରକାର ବ୍ୟଞ୍ଜନ କରାଯାଇଥିଲା। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଶତ୍ରୁଘ୍ନ ବିଶ୍ବାଳ ।

ବିଶ୍ବ ପଖାଳ ଦିବସରେ ଆଜି ଗାଁରୁ ସହର ସବୁଠି ପଖାଳ ଖାଇ ମଜା ନେଇଛନ୍ତି ଲୋକେ । ଲୋପ ପାଉଥିବା କଂସା ପିତଳ ବେଲାକୁ ୩୮ ବର୍ଷ ହେଲା ସଂଗ୍ରହ କରି ସୁନ୍ଦର ସଂଗ୍ରହାଳୟ ନିର୍ମାଣ କରିଛନ୍ତି ଭୁବନେଶ୍ୱର ଜାଗମରା ତୁଳସୀ ବିହାର ଅଞ୍ଚଳର ସୁଦର୍ଶନ ସାହୁ। ଐତିହ ଗବେଷକ ଏବଂ ସଂଗ୍ରାହକ ଭାବରେ ବେଶ ପରିଚିତ ସୁଦର୍ଶନ । ପେଶାରେ ସେ ଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର କିନ୍ତୁ ନିଶା ତାଙ୍କର କଂସା ପିତଳ ବେଲା ସଂଗ୍ରହ କରିବା । ତାଙ୍କ ପଖାଳ କଂସା ଗ୍ୟାଲେରୀରେ ୧୫୦ ବର୍ଷ ପୁରୁଣା  କଂସା ପଖାଳ ବେଲା ରହିଛି। ପ୍ରାୟ ୩୦ ପ୍ରକାର ବେଲା ରଖିଛନ୍ତି ସୁଦର୍ଶନ । ମାଟୁ କଂସା ବେଲା , ଅଣ୍ଟା ଭଙ୍ଗା, ପୋଚ, ମାଟିଆ କେଳା, ରାମ ସାଇ, ଅଟକାଳି, ଛାତି ପୁଲାଣିଆ, ଓଉଖମା, ଟଭା ଫାଳିଆ, ଗୋଲ ବେଲା, ବାଲେସେରୀ, ରେକାବି, ଲହରି ବେଲା ଭଳି ଅନେକ ପ୍ରକାର ବେଲା ରହିଛି ତାଙ୍କ ସଂଗ୍ରହାଳୟରେ।

ବିଶ୍ବ ପଖାଳ ଦିବସରେ ଆଜି ଗାଁରୁ ସହର ସବୁଠି ପଖାଳ ଖାଇ ମଜା ନେଇଛନ୍ତି ଲୋକେ । ଲୋପ ପାଉଥିବା କଂସା ପିତଳ ବେଲାକୁ ୩୮ ବର୍ଷ ହେଲା ସଂଗ୍ରହ କରି ସୁନ୍ଦର ସଂଗ୍ରହାଳୟ ନିର୍ମାଣ କରିଛନ୍ତି ଭୁବନେଶ୍ୱର ଜାଗମରା ତୁଳସୀ ବିହାର ଅଞ୍ଚଳର ସୁଦର୍ଶନ ସାହୁ। ଐତିହ ଗବେଷକ ଏବଂ ସଂଗ୍ରାହକ ଭାବରେ ବେଶ ପରିଚିତ ସୁଦର୍ଶନ । ପେଶାରେ ସେ ଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର କିନ୍ତୁ ନିଶା ତାଙ୍କର କଂସା ପିତଳ ବେଲା ସଂଗ୍ରହ କରିବା । ତାଙ୍କ ପଖାଳ କଂସା ଗ୍ୟାଲେରୀରେ ୧୫୦ ବର୍ଷ ପୁରୁଣା  କଂସା ପଖାଳ ବେଲା ରହିଛି। ପ୍ରାୟ ୩୦ ପ୍ରକାର ବେଲା ରଖିଛନ୍ତି ସୁଦର୍ଶନ । ମାଟୁ କଂସା ବେଲା , ଅଣ୍ଟା ଭଙ୍ଗା, ପୋଚ, ମାଟିଆ କେଳା, ରାମ ସାଇ, ଅଟକାଳି, ଛାତି ପୁଲାଣିଆ, ଓଉଖମା, ଟଭା ଫାଳିଆ, ଗୋଲ ବେଲା, ବାଲେସେରୀ, ରେକାବି, ଲହରି ବେଲା ଭଳି ଅନେକ ପ୍ରକାର ବେଲା ରହିଛି ତାଙ୍କ ସଂଗ୍ରହାଳୟରେ।

 

ଆଇଭିଏଫ ନେଇ ଆସିଲା କେନ୍ଦ୍ର ଗାଇଡଲାଇନ

ନନ୍ଦିଘୋଷ ବ୍ୟୁରୋ: ଇନଭିଟ୍ରୋ ଫର୍ଟିଲାଇଜେସନ ନେଇ ବୟସ ସୀମା ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର। ଗ୍ଯାଙ୍ଗୱାରରେ ନିହତ ପଞ୍ଜାବ ଗାୟକ ସିଦ୍ଧୁ ମୋସେୱାଲାଙ୍କ ବାପା-ମା ଆଇଭିଏଫ ଜରିଆରେ ଏକ ସନ୍ତାନର ଜନକ-ଜନନୀ ସାଜିବା ପରେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଗତ ସପ୍ତାହରେ ସେମାନେ ଆଇଭିଏଫ ଜରିଆରେ ଦ୍ବିତୀୟ ସନ୍ତାନ ଲାଭ କରିଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସେମାନଙ୍କୁ ହରକତ କରୁଛି ବୋଲି ଅଭିଯୋଗ କରିଥିଲେ ମୋସେୱାଲାଙ୍କ ବାପା ବଲକୌର ସିଂ। ମୋସୱାଲାଙ୍କୁ ହତ୍ଯା କରାଯିବା ଘଟଣାର ପ୍ରାୟ ୨ ବର୍ଷ ପରେ ଗତ ଶନିବାର ମୋସେୱାଲାଙ୍କ ୫୮ ବର୍ଷ ବୟସ୍କା ମା ଚରଣ ସିଂ ଆଇଭିଏଫ ଜରିଆରେ ଏକ ପୁତ୍ର ସନ୍ତାନ ହାସଲ କରିଥିଲେ। ଏହାକୁ ନେଇ ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କଠାରୁ ଏକ ରିପୋର୍ଟ ତଲବ କରିଥିଲେ। ଏହି ରିପୋର୍ଟ ପ୍ରାପ୍ତ ହେବା ପରେ କେନ୍ଦ୍ର ସରକାର ଦର୍ଶାଇଥିଲେ ଆଇଭିଏଫ ଲାଗି ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। କେନ୍ଦ୍ର ସରକାର ଜାରି କରିଥିବା ପତ୍ରରେ ଦର୍ଶାଇଛନ୍ତି ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ନିୟାମକ ଆଇନ ୨୦୨୧ର ଧାରା ୨୧(ଜି)(୧) ଅନୁସାରେ ଆଇଭିଏଭର ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। ଗତ ୨୦୨୨ ମେ ୨୯ ତାରିଖରେ ପଞ୍ଜାବର ମାନସାରେ ମୋସେୱାଲାଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା।

ମେଣ୍ଟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ

ନୂଆଦିଲ୍ଲୀ:  ମେଣ୍ଟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣି ଏକ ବଡ଼ ବୟାନ ଦେଇଛନ୍ତି। ଗତକାଲି ନ୍ଯୁଜ୍ ୧୮ର ରାଇଜିଂ ଭାରତ ସମିଟରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ପାଖାପାଖି ସମର୍ଥନ କରିଛନ୍ତି ଅମିତ ଶାହ। ଶାହ କହିଛନ୍ତି, ମେଣ୍ଟ ସବୁବେଳେ ଭୋଟ ହାସଲ ପାଇଁ ହୋଇନଥାଏ।

ଗତକାଲି ପାଣ୍ଡିଆନ କହିଥିଲେ ଯେ, ମେଣ୍ଟ ଯଦି ହୁଏ ତାହେଲେ ତାପଛର କାରଣଟି ହେଉଛି ଉଭୟ ରାଜ୍ଯ ଓ କେନ୍ଦ୍ରର ବୃହତ୍ତର ସ୍ବାର୍ଥ ପାଇଁ ହେବ। ରାଜ୍ଯରେ କ୍ଷମତାକୁ ଆସିବା ପାଇଁ ବିଜେଡିକୁ ବିଜେପିର ଆବଶ୍ଯକତା ନାହିଁ ଏବଂ କେନ୍ଦ୍ରରେ ବିଜେପିକୁ କ୍ଷମତାକୁ ଆସିବା ଲାଗି ବିଜେଡିର ଆବଶ୍ଯକତା ନାହିଁ। ଏହି ବିବୃତି ଉପରେ ପ୍ରତିକ୍ରିୟା ରଖି ଶାହ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ଯରେ ଜାତୀୟ ହିତ ନିମନ୍ତେ କିଛିକିଛି ରାଜନୈତିକ ଦଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଆସିଛନ୍ତି। ବିଜେଡିକୁ ଇଙ୍ଗିତ କରି ସେ ଏହି ବକ୍ତବ୍ଯ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସେହିଭଳି ଓଡ଼ିଶାରେ ବିଜେପି ମେଣ୍ଟ କରି ଲଢିବ କି ଏକାକୀ ଲଢିବ ସେନେଇ ନିଷ୍ପତ୍ତି ହେବାପରେ ପରବର୍ତ୍ତୀ ପଦକ୍ଷେପ ଚିନ୍ତା କରାଯିବ ବୋଲି ଶାହ କହିଛନ୍ତି ।

ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଶଙ୍ଖ ଫୁଙ୍କିଲେ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ମିଶିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ଅଧିରାଜ ପାଣିଗ୍ରାହୀ। ଗତକାଲି ସେ କଂଗ୍ରେସ ଛାଡି ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ ଚେୟାରମ୍ଯାନ ମଧ୍ଯ ଶଙ୍ଖ ଫୁଙ୍କିଛନ୍ତି। ୪୦ ସରପଞ୍ଚ ଓ ୩୪ ସମିତି ସଭ୍ଯଙ୍କ ସହ ମୋଟ ୭୪ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମଧ୍ଯ ବିଜେଡିରେ ସାମିଲ ହୋଇଛନ୍ତି। ଆଜିର ମିଶ୍ରଣ ପର୍ବରେ ଉପସ୍ଥିତ ରହି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ, ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ପାଛୋଟି ନେଇଥିଲେ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଅଧିରାଜ ପାଣିଗ୍ରାହୀ। ଆଗକୁ ସେ ଯାହା ନିର୍ଦ୍ଦେଶ ଓ ଦାୟିତ୍ବ ଦେବେ ସେ ତାକୁ ପାଳନ କରିବେ। ଗୁଣ୍ଡୁଚି ମୂଷା ହୋଇ ବିକଶିତ ଓଡ଼ିଶା ଦିଗରେ କାମ କରିବେ ବୋଲି କହିଛନ୍ତି ଅଧିରାଜ। ଅନ୍ଯପଟେ ସମସ୍ତଙ୍କୁ ପୂର୍ବପେକ୍ଷା ବିଜେଡିରେ ଅଧିକ ସମ୍ମାନ ମିଳିବ। ସମସ୍ତେ ମିଳିମିଶି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବା ବୋଲି ଆହ୍ବାନ ଦେଇଥିଲେ ସାଂଗଠନିକ ସଂପାଦକ। ମୁଖ୍ଯମନ୍ତ୍ରୀଙ୍କ ନିରବ ସାଧକ ହୋଇ ଓଡ଼ିଶାକୁ ଏକ ନମ୍ବର ରାଜ୍ଯରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିରେ ସମସ୍ତଙ୍କ ସହଯୋଗ ଆବଶ୍ଯକ ବୋଲି କହିଥିଲେ ପ୍ରଣବ।

ପୁଡୁଚେରୀକୁ ରାଜ୍ଯମାନ୍ଯତା, DMKର ନିର୍ବାଚନୀ ଇସ୍ତାହାରରେ ଘୋଷଣା

ବ୍ୟୁରୋ ରିପୋର୍ଟ: ନିଟ ବ୍ଯାନ, ପୁଡୁଚେରୀକୁ ରାଜ୍ଯମାନ୍ଯତା। ନିଜର ନିର୍ବାଚନୀ ଇସ୍ତାହାରରେ ଏସବୁ ପ୍ରତିଶ୍ରୁତି ଦେଇଛନ୍ତି ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମ.କେ. ଷ୍ଟାଲିନ। ନିର୍ବାଚନୀ ଇସ୍ତାହାର ଘୋଷଣା ଅବସରରେ ଉପସ୍ଥିତ ଥିଲେ ଡିଏମକେ ସାଂସଦ କାନିମୋଜି।

ନିର୍ବାଚନୀ ଇସ୍ତାହାରରେ ଯେଉଁସବୁ ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ସେଗୁଡିକ ହେଲା ରାଜ୍ଯଗୁଡିକୁ ସଂଘୀୟ ମାନ୍ଯତା ଦେବା, ଚେନ୍ନାଇରେ ସୁପ୍ରିମକୋର୍ଟ ବେଞ୍ଚ ଗଠନ, ପୁଡୁଚେରୀକୁ ରାଜ୍ଯପାହ୍ୟା ମାନ୍ଯତା, ନୂଆ ଶିକ୍ଷାନୀତି ପ୍ରତ୍ଯାହାର, ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ, ସରକାରୀ ସ୍କୁଲରେ ସକାଳୁଆ ମିଲ୍, ନିଟକୁ ନିଷିଦ୍ଧ କରିବା, ସାରା ଦେଶରେ ପ୍ରତି ମହିଳାଙ୍କୁ ମାସିକ ୧ ହଜାର ଟଙ୍କା, ଟୋଲଗେଟଗୁଡିକୁ ହଟାଇବା, ସିଏଏକୁ ହଟାଇବା, ଶିକ୍ଷା ଲୋନକୁ ଛାଡ କରିବା, ନୂଆ ଆଇଆଇଟି, ଆଇଆଇଏମ, ଆଇଆଇଏସସି, ଆଇଆଇଏଆରଆଇ ପ୍ରତିଷ୍ଠା ଇତ୍ଯାଦି।

ଏପ୍ରିଲ ପହିଲାଠାରୁ ମହଙ୍ଗା ହେବ ଔଷଧ ସାମଗ୍ରୀ

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ମହଙ୍ଗା ହେବ ଔଷଧ। ୮୦୦ ଜରୁରୀ ଔଷଧର ମୂଲ୍ୟ ବଢ଼ିବ। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକାରେ ରହିଥିବା ଔଷଧ ମୂଲ୍ୟରେ ୦.୦୦୫୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଔଷଧ ଦର ବୃଦ୍ଧି କରିବାକୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ନିକଟରେ ଦାବି ହେଉଛି।

ଏହାପୂର୍ବରୁ, ୨୦୨୨ ମସିହାରେ ଔଷଧର ମୂଲ୍ୟ ରେକର୍ଡ ୧୨ ପ୍ରତିଶତ ଏବଂ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଔଷଧର ମୂଲ୍ୟ ବର୍ଷକୁ ଥରେ ଅନୁମୋଦନ କରାଯାଇଥାଏ। ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକର ମୂଲ୍ୟ ୧୫ ରୁ ୧୩୦ ପ୍ରତିଶତକୁ ବୃଦ୍ଧି ପାଇଛି। ପାରାସିଟାମୋଲର ମୂଲ୍ୟ ୧୩୦ ପ୍ରତିଶତ ଏବଂ ଉତ୍ତେଜମ ଔଷଧ ସମାଗ୍ରୀର ମୂଲ୍ୟ ୨୬୨ ପ୍ରତିଶତ ବୃଦ୍ଧି ପାଇଛି। ଏହା ବ୍ୟତୀତ ଅନେକ ଜିନିଷର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇଛି । ଏକ ହଜାରରୁ ଅଧିକ ଔଷଧ ଉତ୍ପାଦନକାରୀଙ୍କ ନେତୃତ୍ୱ ନେଉଥିବା ଏକ ଲବି ଗୋଷ୍ଠୀ ମୂଲ୍ୟ ବଦଳାଇବାକୁ ସରକାରଙ୍କଠାରୁ ଅନୁମତି ଲୋଡିଥିଲେ। ସେ କହିଛନ୍ତି ଯେ ଶିଳ୍ପ ଖର୍ଚ୍ଚରେ ପରିବର୍ତ୍ତନ ଆଣୁଛି। ଗତ ଦୁଇଥର ଔଷଧ ମୂଲ୍ୟରେ ଦୁଇ ଅଙ୍କ ବୃଦ୍ଧି କରାଯାଇଥିଲା। ହେଲେ ବର୍ତ୍ତମାନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ହେବାକୁ ଯାଉଛି। ଜରୁରୀ ଔଷଧ ସାମଗ୍ରୀ ତାଲିକାରେ, ଏପରି ଔଷଧଗୁଡିକୁ ସାମିଲ କରାଯାଇଛି ଅନ୍ତର୍ଭୁକ୍ତ ଯାହାକି ଅଧିକାଂଶ ଲୋକଙ୍କ ପାଇଁ ଉପଯୋଗୀ। ଏଥିରେ ପାରାସିଟାମୋଲ, ଆଜିଥ୍ରୋମାଇସିନ୍ ଏବଂ ଭିଟାମିନ୍ ଏବଂ ମିନେରାଲ୍ସ ଆଦି ଅନ୍ତର୍ଭୁକ୍ତ।

ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କଲେ ପୂର୍ବତନ କ୍ରିକେଟ କ୍ଯାପଟେନ ଜାଭେଦ ମିଆଁଦାଦ

ବ୍ୟୁରୋ ରିପୋର୍ଟ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ କ୍ରିକେଟ କ୍ଯାପଟେନ ଜାଭେଦ ମିଆଁଦାଦ। ମୁସଲିମ ସମୁଦାୟ ଲାଗି ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଅନେକ କିଛି କରିଛନ୍ତି ବୋଲି କହିଛନ୍ତି ମିଆଁଦାଦ। ସେ କହିଛନ୍ତି- ଦାଉଦଙ୍କୁ ସେ ଦୀର୍ଘଦିନ ତଳୁ ଜାଣିଛନ୍ତି। ତାଙ୍କ ପୁଅ ସହ ଦାଉଦଙ୍କ କନ୍ୟା ବିବାହ କରିଥିବା ଘଟଣା ତାଙ୍କ ଲାଗି ଗୌରବର ବିଷୟ। ତାଙ୍କ ବୋହୂ ଉଚ୍ଚଶିକ୍ଷିତା ଓ ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଛାତ୍ରୀ।

ବିଗତ ୨୦୦୫ରେ  ଦୁବାଇରେ ବ୍ୟାପକ ନିରାପତ୍ତା ବଳୟରେ ମିଆଁଦାଦଙ୍କ ପୁଅ ଜୁନେଦଙ୍କ ସହ ଦାଉଦ କନ୍ୟା ମହରୁଖଙ୍କ ବିବାହ ସମ୍ପନ୍ନ ହୋଇଥିଲା । ସେତେବେଳେ ଏହି ବିବାହ ବିଶ୍ବରେ ଚର୍ଚ୍ଚାର କାରଣ ହୋଇଥିଲା । ଏକ ସାକ୍ଷାତକାରରେ ମିଆଁଦାଦ କହିଛନ୍ତି- ଦାଉଦଙ୍କ ପରିବାର ସମ୍ପର୍କରେ ଲୋକଙ୍କ ଅନେକ ଭୁଲ ଧାରଣା ରହିଛି । ଦାଉଦଙ୍କୁ ସଠିକ୍ ଭାବେ ବୁଝିବା କଷ୍ଟସାଧ୍ୟ। ଦାଉଦଙ୍କୁ ନେଇ ଲୋକେ ଯାହା ଭାବୁଛନ୍ତି ତାହା ଠିକ୍ ନୁହେଁ। ବିଗତ ୧୯୯୩ ମାର୍ଚ୍ଚରେ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୨୫୦ରୁ ଅଧିକ ଲୋକ। ସେହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଅଭିଯୋଗରେ ଦାଉଦକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ। ପରେ ପରେ ପଳାତକ ସାଜିଥିଲେ ଦାଉଦ ।

୧୯୭୦ ଦଶକରେ ମୁମ୍ବାଇରେ ଡି-କମ୍ପାନୀ ପ୍ରତିଷ୍ଠା କରିଥିବା ଦାଉଦ ସମୟ କ୍ରମେ ଗ୍ଯାଙ୍ଗଷ୍ଟାରରେ ପରିଣତ ହୋଇଯାଇଥିଲେ। ପାକିସ୍ତାନର କରାଚିର କ୍ଲିଫଟନ ଅଞ୍ଚଳରେ ଦାଉଦ ବାସ କରୁଥିବା କୁହାଯାଉଥିବା ସତ୍ତ୍ବେ ଏହାକୁ ଖଣ୍ଡନ କରିଆସୁଛି ପାକିସ୍ତାନ । ୬୬ ବର୍ଷ ବୟସ୍କ ମିଆଁଦାଦ ନିଜର କ୍ରୀଡା ଜୀବନରେ ୧୨୪ ଟେଷ୍ଟ ଓ ୨୩୩ଟି ଓ୍ବାନଡେ ଖେଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଉଦ୍ଧାର ହେବେ ୯ ହଜାର ଶିଶୁ, ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ

ବ୍ୟୁରୋ ରିପୋର୍ଟ: ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ। ତୁରନ୍ତ ୯ ହଜାର ଶିଶୁଙ୍କୁ ଉଦ୍ଧାର ଲାଗି ଆରମ୍ଭ ହେବ ରେସ୍କ୍ୟୁ ଅପରେସନ। ୟୁକ୍ରେନ ପକ୍ଷରୁ ବାରମ୍ବାର ବୋମା ବର୍ଷଣ କରାଯାଉଥିବାରୁ ସେମାନଙ୍କୁ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବେଲଗୋରୋଡରୁ ଶିଶୁମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଗଭର୍ଣ୍ଣର ଭି. ଗ୍ଲାଡକୋଭ। ସୀମା ସୁରକ୍ଷା ଲାଗି ଏକ ବଫର ଜୋନ କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନକ ପରେ ଶିଶୁଙ୍କୁ ରକ୍ଷା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ବୋଲଗୋରୋଡ ଅଞ୍ଚଳରେ ଥିବା ତୈଳ ରିଫାଇନେରୀଗୁଡିକ ଉପରେ ୟୁକ୍ରେନ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଉଛି । ସ୍ଥାନୀୟ ଲୋକମାନେ ବି ମୃତାହତ ହେଉଛନ୍ତି । ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶିଶୁ । ଏହି ଅଞ୍ଚଳରେ ଗତ ସପ୍ତାହରେ ୧୬ଜଣଙ୍କ ମୃତ୍ଯୁ ହେବା ସହ ୯୮ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ତୁରନ୍ତ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେଣେ ଋଷ ପକ୍ଷରୁ ବିଭିନ୍ନ ଧରଣର ଉନ୍ନତମାନର ମିସାଇଲ, ୩୨୦ଟି ସାହିଦ ଡ୍ରୋନ, ୯୦୦ଟି ଗାଇଡେଡ ଏୟାର ବମ୍ବ ବ୍ୟବହୃତ ହୋଇଥିବା ଅଭିଯୋଗ କରିଛି ୟୁକ୍ରେନ।

ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ସହ ଫତେଗଡ ରାମ ମନ୍ଦିରରୁ ଚୋରି

ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠରୁ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍। ଗ୍ୟାସ କଟର ସହାୟତାରେ ହୁଣ୍ଡି ବାକ୍ସ କଟା ଯାଇଥିବା ଅନୁମାନ। ସକାଳୁ ଟ୍ରଷ୍ଟ ସଦସ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୬ ମାସ ହେବ ହୁଣ୍ଡି ବାକ୍ସ ଖୋଲାଯାଇନଥିଲା। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରି ହୁଣ୍ଡି ବାକ୍ସରେ ଦାନ ଦେଇଥାନ୍ତି। ବିଳମ୍ବିତ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତ ହୁଣ୍ଡିବାକ୍ସ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ମାନେଜର।

ଅନ୍ୟପଟେ ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି। ବିଳମ୍ୱିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୁପା ଲୁଟିନେଲେ ଦୁର୍ବୃତ୍ତ। ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ଘଟଣାସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ସକାଳୁ ମନ୍ଦିର ପୂଜାରୀ  ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାସହ ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଇଛନ୍ତି। ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଶତ୍ରୁକୁ ସଂହାର କରିବ ସାଗର କବଚ, ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇଦିନିଆ ମିଳିତ ସମରାଭ୍ୟାସ

ପୁରୀ: ଶତ୍ରୁକୁ ସଂହାର କରିବ ସାଗର କବଚ। ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ। ଶତ୍ରୁକୁ ସଂହାର କରିବା ସହ ଆତଙ୍କବାଦୀଙ୍କୁ ପ୍ରବେଶ ନକରାଇବା ପାଇଁ ନୌସେନାର ଅଭିନବ ପ୍ରୟାସ। ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି।

ସମୁଦ୍ରରେ ‘ସାଗର କବଚ’ର ସମରାଭ୍ୟାସ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳର ନୂଆଗଡ, କାଳିଆକଣ, ସହନ, କୋଣାର୍କ ଚନ୍ଦ୍ରଭାଗା ଅଂଚଳରେ ନୌସେନା ଓ ପୋଲିସର ରଣକୌଶଳ ପ୍ରଦର୍ଶନ। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ଯରେ ଆଜି ଠାରୁ  ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ। ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି ।