spot_img
Home Blog Page 2168

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ

ଭୁବନେଶ୍ବର: ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ। ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ଯ ବିଜେପି କୋଳାଇ ନେଉଛି। ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା। ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା। ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି -୨୦୧୯ରେ ଯେଉଁ ନେତାମାନଙ୍କୁ ଟିକେଟ ଦେବାର ସମ୍ଭାବନା ନଥିଲା ବା ଟିକେଟ ଦେବା ସମ୍ଭାବନା କ୍ଷୀଣ ଥିଲା , ଯେଉଁମାନଙ୍କୁ ଦଳରୁ ବାହାର କରିଦିଆଯାଇଥିଲା ଏବଂ ଯେଉଁମାନେ ବିଜେଡିରେ ନିଜର ଭବିଷ୍ଯତ ଦେଖିପାରୁ ନଥିଲେ ସେମାନଙ୍କୁ ରାଜ୍ଯ ବିଜେପି କୋଳେଇ ନେଇଥିଲା।

ମାତ୍ର ଫଳାଫଳ କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି। ୨୦୨୪ ପୂର୍ବରୁ ବିଜେପିରେ ଦେଖାଯାଇଛି ୨୦୧୯ ଫର୍ମୂଲା। ଯେଉଁମାନେ ଜଘନ୍ଯ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ,  ଯେଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ତଡା ଖାଇଥିଲେ, ଯେଉଁମାନେ ବିଜେଡିରୁ ଟିକେଟ ପାଇବେନି ବୋଲି ନିଶ୍ଚିତ ହୋଇଥିଲେ ସେମାନେ ରାଜ୍ଯ ବିଜେପିରେ ସାମିଲ ହେଉଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ଓଡ଼ିଶା ବିଜେପି ଆହୁରି ନୈରାଶ୍ଯଜନକ ପ୍ରଦର୍ଶନ କରିବାକୁ ଯାଉଛି। ଯେଉଁମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ସେମାନଙ୍କୁ ରାଜ୍ଯବାସୀ ଗ୍ରହଣ କରିବେ ନାହିଁ। ୨୦୧୯ରେ ଏଭଳି ନେତାଙ୍କୁ ରାଜ୍ଯବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ଯବାସୀ ଜବାବ ଦେବେ ବୋଲି ସେ କହିଛନ୍ତି।

ନାଁ ନନେଇ ବିରାଟଙ୍କୁ ଗାଭାସ୍କରଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ବଡ଼ ଖେଳାଳିଙ୍କ ନାମ ନନେଇ ସମାଲୋଚନା କରିଛନ୍ତି । ଯଦିଓ ସେ କାହା ନାମ ନେଇ ନାହାନ୍ତି ତଥାପି ଏହା ବିରାଟ କୋହଲିଙ୍କ ଉପରକୁ ନିଶାନା ଯିବା ଭଳି ମନେ ହେଉଛି । ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେଇ କହିଛନ୍ତି କି, କୌଣସି ଜଣେ ଖେଳାଳିଙ୍କ ବିନା କୌଣସି ଦଳ ଜିତି ଯାଇନଥାଏ । ଖେଳରେ ଟିମ ସ୍ପିରିଟ ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଦଳର ପ୍ରଦର୍ଶନ ମ୍ୟାଚ ଉପରେ ନିର୍ଭର କରିଥାଏ । ୨୦୨୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଉଦାହରଣ ଦେଇ ଗାଭାସ୍କର କହିଛନ୍ତି କି, କୋହଲି ଜଣେ ଷ୍ଟାର ଖେଳାଳି । ତଥାପି ତାଙ୍କ ବିନା ଦଳ ଏହି ଗସ୍ତରେ ବିଜୟୀ ହୋଇଥିଲା । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ପୂର୍ବରୁ ଏଭଳି କହିଛନ୍ତି ଗାଭାସ୍କର । କହି ରଖୁଛୁ କି, କୋହଲି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିନାହାନ୍ତି ।

୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଯେତେବେଳେ କୋହଲିଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା ସେତେବେଳେ ଛୁଟିରେ ଆସିଥିଲେ ବିରାଟ । ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ହାରି ଯାଇଥିଲା । ମାତ୍ର କୋହଲିଙ୍କ ଅନୁପସ୍ଥିତି ଯୁବ ଖେଳାଳିଙ୍କମାନେ ଡେବ୍ୟୁ କରିଥିଲେ । ଆଉ ଭାରତ ସିରିଜ ବିଜୟୀ ହୋଇଥିଲା । ଏପରିକି ସେହି ସିରିଜରେ ସିନିୟର ଖେଳାଳିମାନେ ମଧ୍ୟ ଆହତ ରହିଥିଲେ । ଆଜିଙ୍କ୍ୟା ରାହାଣେଙ୍କ ନେତୃତ୍ବରେ ଦଳ ବିଜୟ ହାସଲ କରିଥିଲା । କେବଳ ଏହି ଗୋଟିଏ ଉଦାହରଣ ନୁହେଁ ଏଭଳି ବହୁ ଉଦାହରଣ ଦେବା ସହ ସମାଲୋଚନା କରିଥିଲେ ଗାଭାସ୍କର ।

ପାକିସ୍ତାନରେ ଆଉ ଜଣେ ଭାରତ ବିରୋଧୀ ଆତଙ୍କବାଦୀର ରହସ୍ୟମୟ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ପୁଣି ଜଣେ ଭାରତ ବିରୋଧୀ ଆତଙ୍କବାଦୀର ମୃତ୍ୟୁ । ଗତ କିଛି ମାସ ମଧ୍ୟରେ ବହୁ ଭାରତ ବିରୋଧୀ ଆତଙ୍କବାଦୀଙ୍କ ପାକିସ୍ତାନରେ ହତ୍ୟା କରାଯାଉଥିବାବେଳେ ପୁଣି ଏକ ନୂଆ ନାମ ଯୋଡ଼ି ହୋଇଯାଇଛି । କୁଖ୍ୟାତ ଆତଙ୍କବାଦୀ ଶେଖ୍ ଜାମିଲ ଉର ରେହମାନ ପାକିସ୍ତାନର ଆବଟ୍ଟାବାଦରେ ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ରେହମାନର ଘର କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ । ଅକ୍ଟୋବର ୨୦୨୨ ମସିହାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ତାକୁ ଆତଙ୍କବାଦୀ ଘୋଷଣା କରିଥିଲା । ଜାମ୍ମ୍ୁ କାଶ୍ମୀରର ବହୁ ଆତଙ୍କବାଦୀ ହମଲାରେ ଜଡିତ ଥିଲା । ପାକିସ୍ତାନର ସୁଫିଆ ଏଜେନ୍ସି ସହ ମିଶି କାମ କରୁଥିଲା ।

ଟିଟିଲାଗଡ଼ରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ପ୍ରଦାନ କଲେ 5T ଅଧ୍ୟକ୍ଷ

ଟିଟିଲାଗଡ଼: ଟିଟିଲାଗଡ଼ରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ପ୍ରଦାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। । ଏହି ସ୍କଲାରସିପ୍ ଜରିଆରେ ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ଯାହାଦ୍ବାରା ଛତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ଅର୍ଥର ଅଭାବ ରହିବ ନାହିଁ। ସେହିପରି ନୂଆ-ଓ ମ୍ୟାଜିକ୍ କାର୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଏହି କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବ। ଯାତାୟତ ଓ ଓ୍ବାଇଫାଇ ଭଳି ଅନେକ ସୁବିଧା ପାଇବେ ଛାତ୍ରଛାତ୍ରୀ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ଅଧିକ ସଂକ୍ୟାରେ ଆକ୍ଟିଭିଟିରେ ସାମିଲ ହେବେ, ସେହି ଅନୁସାରେ କାର୍ଡ ରିଚାର୍ଜ ହେବ। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖ ରାଜ୍ୟ ସରକାର ଏହି ନୂଆ-ଓ ସ୍କଲାରସିପ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ଯୁକ୍ତ ୩ ଏବଂ ପିଜିର ୬ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ନରେଶ ମହାନ୍ତି

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିକୁ ଫେରିଲେ ଯାଜପୁର ଜିଲ୍ଲା ରସୁଲପୁରର ନରେଶ ମହାନ୍ତି । ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନରେଶଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରୋ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପୁଣିଥରେ ଘର ବାହୁଡ଼ା କରିଥିବା ନରେଶ କହିଛନ୍ତି । ସେ ବିଜେପି ଛାଡି ପୁଣିଥରେ ବିଜେଡିକୁ ଫେରିଛନ୍ତି । ପୂର୍ବରୁ ସେ ବିଜେଡିରେ ଥିଲେ । ପୂର୍ବରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ଥିଲେ । ତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ସେ ବିଜେପି ପଳାଇଥିଲେ । ସେ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବାକୁ ମନସ୍ତ କରିଥିଲେ ।

ମୋବାଇଲରେ କ୍ରିକେଟ୍ ମ୍ୟାଚ୍ ଦେଖିବା ନିଶା ପାଇଁ ହୋଇଥିଲା ଏହି ବଡ଼ ରେଳ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାୟଗଡ଼ା ପାସେଞ୍ଜର ଟ୍ରେନ ବିଶାଖାପାଟଣାମ ପଲାସା ମଧ୍ୟ ଦୁର୍ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଟ୍ରେନର ଲୋକ ପାଇଲଟ ଏବଂ ସହାୟକ ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ସେମାନଙ୍କ ଅସାବଧାନତା କାରଣରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଇଛି । ତେବେ ଆଗକୁ ଏଭଳି ଭୁଲର ପୁନରାବୃତ୍ତି କିଭଳି ନହେବ ସେ ଉପରେ ରେଳବାଇ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

କହି ରଖୁଛୁ କି, ଅକ୍ଟୋବର ୨୯, ୨୦୨୩ ମସିହା ସଂନ୍ଧ୍ୟା ୭ଟାରେ ଏହି ଟ୍ରେନ ଦୁର୍ଘଟଣା ଘଟିଥିଲା । ବିଜୟନଗରମ ଜିଲ୍ଲାର କଣ୍ଟାକାପଲ୍ଲୀରୀ ଏହି ଦୁର୍ଘଟଣା ଘଟିଥିଲା । ଯଦିଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ ତଥାପି ଅକାଳରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା । ସେପଟେ ରେଳବାଇର ନୂଆ ନିୟମ ସମ୍ପର୍କରେ ଆଲୋକପାତ କରିଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିଛନ୍ତି କି, ଆଗାମୀ ଦିନରେ ଏଭଳି କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ସଚେତନ ହୋଇଯିବୁ । ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।

 

ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାପା, ମା, ପୁଅ । ବାପା ଶ୍ରୀଦାମ ମଣ୍ଡଳଙ୍କ ମୃତଦେହ ଘର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ବନ୍ଦ ଘରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମା’ ଜୟନ୍ତୀ ମଣ୍ଡଳ ଓ ପୁଅ ପରିକ୍ଷିତ ମଣ୍ଡଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଲା, ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଆସନ୍ତା ୬ ତାରିଖରୁ BSKY ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ବିଏସକେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦଫାରେ ସମ୍ବଲପୁର ଓ ଖୋର୍ଦ୍ଧାର ହିତାଧିକାରୀଙ୍କୁ ମିଳିବ ନବୀନ କାର୍ଡ। ଯେଉଁମାନେ ବିଏସକେଓ୍ବାଇ କାର୍ଡରୁ ବଞ୍ଚିବ ହୋଇଥିବେ  ସେମାନଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ। BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗର ଚିକିତ୍ସା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେଓ୍ବାଇ ପଞ୍ଜିକୃତ ଘରୋଇ ହସପିଟାଲରେ କେବଳ ଜଟିଳ ରୋଗର ମାଗଣା ଚିକିତ୍ସା ପାଇପାରିବେ ଜନସାଧାରଣ । ଏବେ ରାଜ୍ୟର ୯୦ ପ୍ରତିଶତ ଅର୍ଥାତ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ପାଇବେ ମାଗଣା ଚିକିତ୍ସା ସୁବିଧା। ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । ବିଏସକେଓ୍ବାଇ ନବୀନ କାର୍ଡ ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଥିଲାଗି ସମସ୍ତ ଖର୍ଚ୍ଚ ନିଜ ପାଣ୍ଠିରୁ ବହନ କରିବେ ଓଡ଼ିଶା ସରକାର । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ସେହିପରି ୬ ତାରିଖରେ ନବୀନ ମ୍ୟାଜିକ କାର୍ଡ ଓ୍ବେବସାଇଟର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

 

ଅନନ୍ତଙ୍କ ପ୍ରି- ଓ୍ବେଡିଂରେ ଧୋନୀ-ସଲମାନଙ୍କ ମଧ୍ୟରେ ହେଲା କି ବିବାଦ, କାହିଁକି ଉଭୟ ଉଭୟଙ୍କୁ କଲେ ଅଣଦେଖା?

ନନ୍ଦିଘୋଷ ବ୍ୟୁରୋ: ମୁକେଶ ଅମ୍ବାନୀଙ୍କ ପୁଅଙ୍କ ପ୍ରି-ଓ୍ବେଡିଂରେ ସାମିଲ ହୋଇଛନ୍ତି ବହୁ ସେଲିବ୍ରେଟୀ । ତେବେ ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥୀଙ୍କ ଭିଡିଓମାନ ସାମନାକୁ ଆସୁଥିବାବେଳେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି କି, ସଲମାନ୍ ଖାନ ଏବଂ ମହେନ୍ଦ୍ର ସିଂ ଧୋନୀ ଉଭୟ ଉଭୟଙ୍କୁ ଅଣଦେଖା କରିବା ଦେଖିବାକୁ ମିଳିଛି । କେହି କାହା ମୁହଁକୁ ମଧ୍ୟ ଚାହିଁ ନଥିଲେ । ପାଖରେ ଥିବା ଅନ୍ୟ ଅତିଥୀମାନେ ନିଜ ନିଜ ମଧ୍ୟ ବାର୍ତ୍ତାଳାପ କରିଥିଲେ । ଏପରିକି ଅନ୍ୟମାନଙ୍କ ସହ କଥା ହୋଇଥିଲେ କିନ୍ତୁ ସଲମାନ ଏବଂ ମାହି କୌଣସି କଥା ହୋଇନଥିଲେ । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ତେବେ ଉଭୟ ମଧ୍ୟ କିଛି ବିବାଦ କେବେ ମଧ୍ୟ ଦେଖିବାକୁ ମିଳିନଥିବାବେଳେ ଏଭଳି କାହିଁକି ହେଉଛି ବୋଲି ମଧ୍ୟ କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି ।

https://www.instagram.com/reel/C4BjfrIvaYG/?utm_source=ig_embed&ig_rid=25a6e670-35b6-4d71-aa38-abe45a5fcf1e

 

ଶ୍ରେୟସ-ଇଶାନଙ୍କ ଘଟଣାରେ ଜୟ ଶାହାଙ୍କୁ ଏମିତି କହିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ରଣଜୀ ଖେଳିବାକୁ ମନା କରିବା ପରେ ଶ୍ରେୟସ ଆୟାର ଏବଂ ଇଶାନ କିଶାନଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ କଟିଯାଇଛି । ବାର୍ଷିକ ଚୁକ୍ତିନାମା କଟିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିସିସିଆଇର ଏଭଳି ନିଷ୍ପତ୍ତିକୁ କିଛି କ୍ରିକେଟର ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ତେବେ ବସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ମାମଲାରେ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେବା ସହ ଶ୍ରେୟସ-ଇଶାନଙ୍କ ସପକ୍ଷରେ କହିଥିବା ଦେଖିବାକୁ ମିଳିଛି । ଜୟଶାହା ଏବଂ ରୋଜର ବିନ୍ନିଙ୍କୁ ଖାସ୍ ସନ୍ଦେଶ ପଠାଇଛନ୍ତି ଗାଙ୍ଗୁଲି । ଦାଦାଙ୍କୁ ଏକ ପ୍ରଶ୍ନ କରାଯାଇଥିଲା କି, ଏବେ କା ସମୟରେ ଯୁବ କ୍ରିକେଟରଙ୍କ ମାର୍ଗଦର୍ଶକ କଣ ହୋଇପାରେ । ଏହାର ଜବାବରେ ଗାଙ୍ଗୁଲି କହିଥିଲେ କି, ଇଶାନ କିଶାନଙ୍କ କଥା ଯଦି କହିବା ତାହେଲେ ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଇଶାନଙ୍କ ସିଧା କଥା ହେବା ଦରକାର । ଦୀର୍ଘଦିନ ହେବ ଏକଦିବସୀୟ ଏବଂ ପରେ ଦିନିକିଆ କ୍ରିକେଟ ଖେଳିଛନ୍ତି । ସେ କଣ ଜଣେ ଖରାପ ଖେଳାଳି କି? ସେପଟେ ଶ୍ରେୟସ ମାମଲାରେ କହିଥିଲେ କି, କେଉଁ କାରଣରୁ ମନା କଲେ ତାହା ତାଙ୍କ ଉପରେ ନିର୍ଭର କଣେ । କିନ୍ତୁ ଜଣେ ଖେଳାଳି କୌଣସି ଚାପରେ ରହିଥିବା କାରଣରୁ ଏଭଳି କହିଥାଇ ପାରନ୍ତି ।