spot_img
Home Blog Page 2179

ଶ୍ରୀମନ୍ଦିର ରତ୍ନଭଣ୍ଡାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାରର  ତାଲିକା ପ୍ରସ୍ତୁତି ତଦାରଖ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ଓ ବିଶିଷ୍ଟ  ହୃଦରୋଗ  ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଅଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ  ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି  ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି  କାର୍ଯ୍ୟର  ତଦାରଖ କରିବେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ଓ ବିଶିଷ୍ଟ ହୃଦରୋଗ  ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଥିବା ବେଳେ ୧୨ ଜଣ ସଦସ୍ୟ ଅଛନ୍ତି ।Puri Srimandir Bhitara Ratna Bhandara Keys Missing Since 1970, Reveals RTI  Report

ଏହି ସଦସ୍ୟମାନେ ହେଲେ – ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ,  ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର,  ଭଣ୍ଡାର ମେକାପ ସେବକ ଗଣେଶ ମେକାପ ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ। କମିଟିର ସଦସ୍ୟ ଆବାହକ ଭାବରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କାର୍ଯ୍ୟ  କରିବେ।

ପୁଷ୍ପା-୨ରେ ଗୋଟିଏ ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ । ଏହି ଫିଲ୍ମ ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ରୋଚକ ତଥ୍ୟ ଆସି ପହଞ୍ଚିଛି । ଏହି ତଥ୍ୟ ଦର୍ଶକଙ୍କ ମନରେ ଆହୁରି ଉତ୍କଣ୍ଠା ଭରିଦେବ । ଫିଲ୍ମର ଗୋଟିଏ ସିନ ରହିଛି ଯାହାର ନାଁ ହେଉଛି ‘ଗଗନଥଲ୍ଲୀ ଜଥାରା ସିନ୍’ । ଏହି ସିନର ସୁଟିଂ ପୂରା ହୋଇଛି । ଏହି ସିନ ପାଇଁ ଫିଲ୍ମ ନିର୍ମାତା ପୂରା ୫୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । ଏହି ସିନ ହେଉଛି ଏକ ଗୀତ ଯେଉଁଥିରେ ଫାଇଟିଂ ରହିଛି ଏବଂ ଇମୋସନାଲ ସିନ୍ ରହିଛି । ୩୦ ମିନିଟର ଏହି ସିନ ପାଇଁ ମୋଟ ୩୫ ଦିନ ସମୟ ଲାଗିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା । ଯେଉଁ ଟଙ୍କାରେ କି ଆଉ ଏକ ଫିଲ୍ମ ତିଆରି ହୋଇ ପାରିବ ।

ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି ।

ଆଲୁ ଅର୍ଜୁନଙ୍କ ଉତ୍ସାହିତ ପ୍ରଶଂସକମାନେ ଉତ୍ସାହର ସହିତ ‘ପୁଷ୍ପା-୨ ରିଲିଜକୁ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁନଃ ନିଶ୍ଚିତ କରିଛନ୍ତି ।  ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪  ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତାମାନେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ପୁଷ୍ପା-୨,  ୨୦୦ ଦିନ ଭିତରେ ରିଲିଜ ହେବ । ସମ୍ପ୍ରତି ଏହାର ସୁଟିଂ ଚାଲିଛି ।

 

ଗୁଣ୍ଡା ନେତା ରାଜ୍ଯ ବିଜେପି ଗେହ୍ଲାପୁଅ

ଭୁବନେଶ୍ବର: ଗୁଣ୍ଡା ନେତା ରାଜ୍ଯ ବିଜେପି ଗେହ୍ଲାପୁଅ । ଲୋକଙ୍କୁ ଗାଡ଼ି ମଡ଼ାଇ ହତ୍ଯା ଉଦ୍ଯମ କରିଥିବା ଅପରାଧିକ ଚରିତ୍ରର ନେତାଙ୍କୁ ଦଳକୁ ପାଛୋଟି ନେଲା ଓଡିଶା ବିଜେପି । ଗୁଣ୍ଡାଗର୍ଦ୍ଦି କରି ବିଜେଡିରୁ ବିଦା ହୋଇଥିବା ହିଂସାସୃଷ୍ଟିକାରୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କୋଳେଇ ନେଇଛି ବିଜେପି । ବିଜେପିରେ କିଏ ମିଶିଲେ ସେଥିରେ ଆମର କୌଣସି ଆପତ୍ତି ନାହିଁ ମାତ୍ର ପ୍ରଶାନ୍ତଙ୍କ ଭଳି ଜଣେ ଅପରାଧିକ ଚରିତ୍ରର ବ୍ଯକ୍ତିଙ୍କୁ ନେଇ ବିଜେପି ପୁଣିଥରେ ତାର ଦୋମୁହାଁ ନୀତି ଦେଖାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଯେଉଁ ପ୍ରଶାନ୍ତ ଜଗଦେବଙ୍କୁ ଆଜି ବିଜେପି ଦଳକୁ ନେଇଛି ସେ ଥରେ ନୁହେଁ ବାରମ୍ବାର ଗୁଣ୍ଡାଗର୍ଦ୍ଦି କରି ସାଧାରଣ ଲୋକଙ୍କ ଜୀବନକୁ ବି ବିପଦରେ ପକାଇଛନ୍ତି । ୨୦୨୧ ମସିହା ସେପ୍ଟେମ୍ବର ୮ ତାରିଖରେ ହିଂସାର ସବୁ ସୀମା ପାର କରିଦେଇଥିଲେ ପ୍ରଶାନ୍ତ ।  ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଡ଼ି ଚଢାଇ ହତ୍ଯା ଉଦ୍ଯମ କରିଥିଲେ । ଏହା ସହ ସେଠାରେ ଉପସ୍ଥିତ ଜନତାଙ୍କ ଉପରେ ମଧ୍ଯ ଗାଡ଼ି ଚଢାଇଦେଇଥିଲେ ।

ପ୍ରଶାନ୍ତଙ୍କ ଗୁଣ୍ଡାଗର୍ଦ୍ଦି ଦେଖି ସେଦିନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିଥିଲେ ନବୀନ । ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ଯ ତାଙ୍କୁ ବହିଷ୍କାର କରାଯାଇଥିଲା । କାରଣ ମୁଖ୍ଯମନ୍ତ୍ରୀ କେବେବି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦିଅନ୍ତି ନାହିଁ । ମାତ୍ର ଆଜି ପ୍ରଶାନ୍ତଙ୍କ ଭଳି  ଜଣେ ନେତାଙ୍କୁ ଦଳକୁ ନେଇ ରାଜ୍ଯ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି । ପ୍ରଶାନ୍ତଙ୍କୁ ସ୍ବାଗତ କରି ସବୁ ଅପରାଧିକ ବ୍ଯକ୍ତି ରାଜ୍ଯ ବିଜେପିର ଗେହ୍ଲା ପୁଅ ବୋଲି ପୁଣି ଥରେ ପ୍ରମାଣିତ କରିଛି ରାଜ୍ଯ ବିଜେପି । କିଛିଦିନ ତଳେ ଜନବିରୋଧୀ ତଥା ଲୋକଙ୍କ ଟଙ୍କା ଲୁଟିଥିବା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ଦଳକୁ ନେଇ ସମାନ ପ୍ରମାଣ ଦେଇଥିଲା ବିଜେପି । ଦଳର ଏଭଳି ଆଭିମୁଖ୍ଯକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଦିଲ୍ଲୀରୁ ବିଜେପି ଟିକେଟରେ ନିର୍ବାଚନ ଲଢିବେ ଅକ୍ଷୟ କୁମାର !

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ନର୍ବାଚନ ଲଢ଼ିବେ କି ଖିଲାଡି କୁମାର । ଏବେ ବିଜେପି ଲୋକସଭା ଆସନକୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି । ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ପରେ ବିଜେପି ଏବେ ପ୍ରତିନିଧିଙ୍କ ନାଁ ସର୍ଟଲିଷ୍ଟ କରୁଛି । ପାର୍ଟିର ନେତାମାନେ ବିଭିନ୍ନ ରାଜ୍ୟରୁ ଆଶାୟୀ ଥିବା ଲୋକଙ୍କ ନାଁ ଏକାଠି କରୁଛି । ଏ ନେଇ ବହୁତ ବୈଠକ ବି ହୋଇଛି । ସମସ୍ତଙ୍କ ନାଁ ଫାଇନାଲ କରିବାକୁ ଆଜି ମିଟିଂ ହେବ । ଉତ୍ତର ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ଏବଂ ବାଂସୁରୀ ସ୍ବରାଜଙ୍କ ନାଁ ରହିଛି । ବାଂସୁରୀ ହେଉଛନ୍ତି ନୂର୍ବତନ ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ । ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାଁ ବି ରେସରେ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ।

ବିଜେପିର ଦିଲ୍ଲୀ ୟୁନିଟ୍ ଅତି କମରେ ଦୁଇଟି ସିଟ୍ ପାଇଁ କିଛି ନାମ ପଠାଇଛି। ଏହି ସପ୍ତାହ ଶେଷ ସୁଦ୍ଧା ବିଜେପିର ପ୍ରଥମ ତାଲିକା ଘୋଷଣା କରାଯାଇପାରେ । ଦଳର ମୁଖ୍ୟ ଜେପି ନାଡ୍ଡାଙ୍କ ନେତୃତ୍ୱରେ ବିଜେପିର ରାଜ୍ୟ ନିର୍ବାଚନ କମିଟି ନାଁ ଠିକ କରିବ। ଏହି ସଭାରେ ପ୍ରାୟ ୨୮ ଜଣଙ୍କ ନାମକୁ ନେଇ ବିଚାର କରାଯିବ। ଦିଲ୍ଲୀର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାଜ୍ୟ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ମତାମତ ଦେବେ। ଏହି ସଭାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଚାଳନା କରିବେ। ପାର୍ଟି ତରଫରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଦିଲ୍ଲୀର ଅଧିକାଂଶ ଆସନ ପାଇଁ ନାମ ଚୟନ ହେବ।

ଓଡ଼ିଶା ଲୋକଙ୍କ ମନୋବଳ ବୃଦ୍ଧି କଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ହେବ

ଭୁବନେଶ୍ବର: ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ଏହି ଅବସରରେ ସ୍ବାଗତ ଭାଷଣ ରଖିଛନ୍ତି ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର । ଏହା ସହ ମଞ୍ଚରେ ଉପସ୍ଥିତ ଅଛନ୍ତି ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

ଏହି ଅବସରରେ ପ୍ରଥମେ ଅଭିଭାଷଣ ରଖିଥିଲେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଥିଲେ ଯେ, ସମସ୍ତଙ୍କୁ ଏକାଠି ବାନ୍ଧି ପ୍ରଗତି ଏବଂ ଭବିଷ୍ୟତର ଉନ୍ନତି ବିଷୟରେ ଚର୍ଚ୍ଚା କରୁଥିବାରୁ ଧନ୍ୟବାଦ । ବିଗତ ୨୪ ବର୍ଷରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ବହୁତ ପ୍ରଗତି କରିଛି । ଓଡ଼ିଶାରେ ଶସ୍ୟ ଉତ୍ପାଦନ ଅଢ଼େଇ ଗୁଣ ଅଧିକା ହୋଇଛି । ପରିବା ଉତ୍ପାଦନ ୩ ଗୁଣ ଅଧିକା ହୋଇଛି । ପୂର୍ବରୁ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲାବେଳେ ଏବେ କିନ୍ତୁ ମାତ୍ର ୧୦ରୁ ୧୧ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ଏହି ସବୁ ଏହି ୨୪ ବର୍ଷ ଭିତରେ ସମ୍ଭବ ହୋଇଛି । ୨୦୩୬ରେ ଆମେ ଓଡ଼ିଶାରେ କ’ଣ ପରିବର୍ତ୍ତନ ଦେଖିବାକୁ ଚାହିଁବେ ସେ ନେଇ ମତ ରଖିଥିଲେ ସଂତୃପ୍ତ ମିଶ୍ର ।

ବିଗତ ୨୪ ବର୍ଷରେ ଆମେ ଯାହା କିଛି କରିଛେ ତାହାର ୩ ଗୁଣ ଆମେ ଆଗାମୀ ୧୨ ବର୍ଷରେ କରିବା । ଅର୍ଥନୀତିରେ ଏହି ବିକାଶ ହୋଇପାରିବ । ୧୯୪୭ ଏବଂ ୧୯୪୯ରେ ଚାଇନା ଏବଂ ଭାରତ ଗୋଟିଏ ସ୍ଥରରେ ଥିଲେ । ଏବେ ଦୁଇ ଜଣ ନୂଆ ଅବତାରକୁ ଆସିଛନ୍ତି । ସେତେବେଳେ ଚାଇନା ଏବଂ ଭାରତର ମୁଣ୍ଡପିଛା ଆୟ ଏକା ଥିଲା । ଏତେ ଏହାରି ଭିତରେ ଆକାଶ ପାତାଳ ଫରକ ରହିଛି । ସେ ତାଙ୍କ ଲୋକଙ୍କ ମନୋବଳ ଏକାଠି କରି ଦେଶକୁ କିପରି ଆଗକୁ ନେବେ ସେ ବିଷୟରେ ଭାବିଲେ । ଯଦି ଆମେ ଓଡ଼ିଶାରେ ସେହିଭଳି ଲୋକମାନଙ୍କର ମନୋବଳ ବୃଦ୍ଧି କରିପାରିବା ତାହାଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ଓଡ଼ିଶାରେ ହୋଇ ପାରିବ ।

ଏହା ପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଜର ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ, ନନ୍ଦିଘୋଷର ଯୌବନ ପ୍ରାପ୍ତି ହୋଇଛି । ଶୈଶବରୁ ଯୁବକ ଅବସ୍ଥାକୁ ଆସିଛି ନନ୍ଦିଘୋଷ ଟିଭି । ଖୁବ କମ୍ ସମୟ ମଧ୍ୟରେ ନନ୍ଦିଘୋଷ ଦର୍ଶକୀୟ ଆଦୃତ ଲାଭ କରିଛି । ଏହା ସହ ସକାଳ ଖବର କାଗଜ ମଧ୍ୟ ତାର ପାଠକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ନନ୍ଦିଘୋଷ ଟିଭି ଏବଂ ସକାଳ ଖବର କାଗଜ ନିଜସ୍ବ ବିଲ୍ଡିଂକୁ ସ୍ଥାନାନ୍ତରୀତ ହୋଇସାରିଛି । ଆମେ ଏବେ HDରେ କାମ କରୁଛୁ । ସବୁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆମେ ଖବର ପରିବେଷଣ କରୁଛୁ । ସକାଳର ଯେତେବେଳେ ପରିକଳ୍ପନା କରାଯାଇଥିଲା ସେତେବେଳେ ବହୁ ଲେକେ ବହୁତ କଥା କହିଥିଲେ । କିନ୍ତୁ ସକାଳ ଆଜି ମହାଦ୍ରୁମରେ ପରିଣତ ହୋଇଛି ।

ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪

ଭୁବନେଶ୍ବର: ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ଏହି ଅବସରରେ ସ୍ବାଗତ ଭାଷଣ ରଖିଛନ୍ତି ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର । ଏହା ସହ ମଞ୍ଚରେ ଉପସ୍ଥିତ ଅଛନ୍ତି ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

ଦିନ ତମାମ ବିଭିନ୍ନ ବିଷୟରେ ହେବ ଚର୍ଚ୍ଚା ଓ ଆଲୋଚନା । ବିଶିଷ୍ଟ ବ୍ଯକ୍ତି ଓ ନିମନ୍ତ୍ରିତ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିଗଦର୍ଶନ ଦେବେ। ପ୍ରମୁଖ ପ୍ରସଙ୍ଗରେ ହେବ ଆଲୋଚନା ।

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ । ଜେଲ ରୋଡ୍ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଧରାପଡ଼ିଛନ୍ତି । ବିଶ୍ବନାଥ ସିଂ ନାମକ ଜଣେ ବ୍ଯକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି ଲାଞ୍ଚ ନେଉଥିଲେ । ଲାଞ୍ଚ ଅର୍ଥ ଜବତ କରିବା ସହ ଅଭିରାମଙ୍କୁ ପଚରାଉଚୁରା କରୁଛି ଭିଜିଲାନ୍ସ । ୨ଟି ସ୍ଥାନରେ ରେଡ୍ କରି ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ପେଶାଲ୍ ଟିମ୍ ।

ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦ ଗିରଫ ହେଲେ ଟିଏମସି ନେତା ଶେଖ୍ ଶାହାଜାହାନ୍

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦ। ଗିରଫ ହେଲେ ଟିଏମସି ନେତା ଶେଖ୍ ଶାହାଜାହାନ୍। ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି। ଶାହାଜାହନଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଥିଲା । ଜାନୁଆରୀ ୫ରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଶେଖ୍ ଶାହାଜାହାନ୍ ଏବଂ ତାଙ୍କର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଘଟଣାର ୫୫ ଦିନ ଶାହାଜାହାନ୍କୁ ଗରିଫ କରିଛି କୋଲକାତା ପୋଲିସ । ସକାଳେ ସରବେରିଆ ଅଞ୍ଚଳରୁ ପୋଲିସ ତାକୁ ଗିରଫ କରିଛି। ଆଜି ଅପରାହ୍ନରେ ଶାହାଜାହନକୁ କୋର୍ଟରେ ହାଜର କରାଯିବ ।  ତେବେ ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ ।  ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ପିକଅପ୍ ଭ୍ୟାନ୍ ଓଲଟି ୧୪ ମୃତ, ୨୧ ଗୁରୁତର ଆହତ

ଭୋପାଳ: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହପୁରା ଥାନା ଅଧିନ ଦିନ୍ଦୋରୀରେ ।

ଗତକାଲି ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଏହି ସବୁ ଲୋକେ ଏକ ପିକଅପ୍ ଭ୍ୟାନରେ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ି ଦ୍ରୁତ ଗତିରେ ଥିଲା । ହଠାତ ଘାଟିରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ବସିଲେ । ଏବଂ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ଘଟିଲା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ଏହା ପରେ ପୋଲିସ୍ ଏବଂ ଅଗ୍ନିସମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା, ପିଏମଏଲ-ଏନ ଓ ପିପିପି ମେଣ୍ଟ କରିବେ ସରକାର

ଇସଲାମାବାଦ: ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା । ଆଜି ହେବ ସଂସଦ ଅଧିବେଶନ । ଦୁଇ ପରିବାରରେ ନିୟନ୍ତ୍ରଣରେ ଥିବା ଦୁଇ ପ୍ରମୁଖ ଦଳ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ସରକାର ଗଠନ ନେଇ କ୍ଷେତ୍ର ପ୍ରସ୍ତୁତ  କରାଯାଇଛି । ଗତକାଲି ପିଏମଏଲ-ଏନ ନେତା ଶେହବାଜ ସରିଫଙ୍କୁ କରାଯାଇଥିଲା ନେତା ନିର୍ବାଚିତ। ବୁଝାମଣା ଅନୁସାରେ ପିଏମଏଲ-ଏନ ନେତା ଶେହବାଜ ସରିଫ ହେବେ ପ୍ରଧାନମନ୍ତ୍ରୀ ଓ ପିପିପି ନେତା ଅସିଫ ଅଲ୍ଲୀ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି ।

ଦୁଇ ଦଳ ମଧ୍ୟରେ ବୁଝାମଣା ଯୋଗୁ ପାକିସ୍ତାନ ତେହରିକ-ଇ-ଇନସାଫର ସରକାର ଗଠନ ଆଶା ଧୂଳିସାତ୍ ହୋଇଛି । ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନେତୃତ୍ବାଧୀନ ପିଟିଆଇ ସର୍ବାଧିକ ଆସନ ହାସଲ କରିଥିଲେ ବି ସରକାର ଗଠନ କରିବାରେ ସକ୍ଷମ ହୋଇପାରିନାହିଁ । ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି, ଉପବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରାଯିବ । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ପିଏମଏଲ-ଏନ ୮୨ ଓ ପିପିପି ୫୪ ଆସନ ହାସଲ କରିଛନ୍ତି  । ପିଟିଆଇ ୯୩ ଆସନ ହାସଲ କରିଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।