spot_img
Home Blog Page 2183

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ ରିପୋର୍ଟ : ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । ଆମେରିକା ସିକାଗୋରେ ଭାରତୀୟ ଛାତ୍ରଙ୍କୁ ଅମାନୁଷିକ ଆକ୍ରମଣ। ୪ ଜଣ ଲୁଟେରା ଭାରତୀୟ ଛାତ୍ରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସୟିଦ୍ ମଜାହିର ଅଲ୍ଲୀ ନାମକ ଭାରତୀୟ ରକ୍ତାକ୍ତ ଅବସ୍ଥାରେ ସହାୟତା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏନେଇ ମଜାହିରଙ୍କ ପତ୍ନୀ ସୟେଦା ରୁକୁଲିଭା ଫାତିମା ରିଜଭି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅବଗତ କରିବା ସହ ସ୍ବାମୀଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ମିଳିପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହାସହ ସ୍ବାମୀଙ୍କୁ ଦେଖିବାକୁ ସିକାଗୋ ଯିବା ଲାଗି ବ୍ୟବସ୍ଥା କରିବାକୁ ସେ ଜୟଶଙ୍କରଙ୍କ ନିକଟରେ ଅନୁରୋଧ କରିଛନ୍ତି।

ଆମେରିକାରେ ଚଳିତବର୍ଷ ୪ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆମେରିକାର ପୁରୁଦ ବିଶ୍ବବିଦ୍ୟାଳୟରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା। ଜାନୁଆରୀ ୧୬ରେ ହରିଆଣାର ୨୫ ବର୍ଷ ବୟସ୍କ ଛାତ୍ର ବିବେକ ସାଇନିଙ୍କୁ ଜର୍ଜିଆର ଲିଥୋନିଆରେ ହତ୍ୟା କରାଯାଇଥିଲା। ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ଯାମ୍ପ୍ସରେ ବିଶ୍ବବିଦ୍ୟାଳୟରେ ଅକୁଲ ଧାବନ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା।

କେନ୍ଦ୍ରର ପାତର ଅନ୍ତର ଅଭିଯୋଗ, ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ

ନୂଆଦିଲ୍ଲୀ: କେନ୍ଦ୍ରର ପାତର ଅନ୍ତର ଅଭିଯୋଗ। ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ଯନ୍ତର ମନ୍ତରରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ଅଧିକାଂଶ ବିଧାୟକ ଯୋଗଦେଉଛନ୍ତି।

ଗତ ମଙ୍ଗଳବାର ରାତିରେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ଦିଲ୍ଲୀରେ ପହଞ୍ଚିଥିଲେ। ଏହି ପ୍ରତିବାଦ ସଭାରେ ୧୩୦ରୁ ଅଧିକ ବିଧାୟକ, ୨୮ ଏମଏଲସି, ଜଣେ ଲୋକସଭା ସାଂସଦ, ୫ ଜଣ ରାଜ୍ଯସଭା ସାଂସଦ ଯୋଗଦେଉଛନ୍ତି। ଏହାସହ ରାଜ୍ୟ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ବାରମ୍ବାର କର୍ଣ୍ଣାଟକକୁ ଅବହେଳା ପ୍ରଦର୍ଶନ କରିଛନ୍ତି। ଅର୍ଥନୈତିକ ଭାବେ ପାତରଅନ୍ତର ମନୋଭାବ ପୋଷଣ କରିଆସୁଛନ୍ତି। ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି। ଶିବକୁମାର କହିଛନ୍ତି ରାଜ୍ଯ ପ୍ରତି ଅବହେଳା ପ୍ରତିବାଦରେ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଏଥିରେ ସାମିଲ ହେବା ଆବଶ୍ଯକ।

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ

କଟକ:  ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ହାଇକୋର୍ଟ ପରିସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ଯ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଶପଥ ପାଠ ଉତ୍ସବରେ ହାଇକୋର୍ଟର ବିଚାରପତି ଓ ହାଇକୋର୍ଟର ଆଇନଜୀବୀ ଉପସ୍ଥିତ ରହିଥିଲେ। ଜଷ୍ଟିସ ଶରଣ ସିଂ ପାଟନା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

୧୯୬୩ ଜାନୁଆରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୨୦୨୫ ଜାନୁଆରୀ ମାସରେ ଅବସର ନେବେ।

ଭାରତକୁ ଅଣ୍ଡର ୧୯ ବିଶ୍ବକପରେ ଫାଇନାଲରେ ପହଞ୍ଚାଇଥିବା ସଚିନ କିଏ?

ନନ୍ଦିଘୋଷ ବ୍ୟୁରୋ: ୧୯ ବର୍ଷରୁ କମ ବିଶ୍ବକପ ଫାଇନାଲରେ ଟିମ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ଦୁଇ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ଉଦୟ ସହରନଙ୍କ ସହ ବଡ଼ ପାଳି ଖେଳିଥିଲେ ସଚିନ ଧାସ୍ । ଯିଏକି ୯୬ ରନର ପାଳି ଖେଳିଥିଲେ । ତେବେ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଭାରତ । ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପାଣି ପିଆଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ସଚିନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ କିଏ ଏହି ସଚିନ? ଯଦି ଆମେ ସଚିନଙ୍କ ସମ୍ପର୍କରେ କହିବା ତାହେଲେ ସେ ମହାରାଷ୍ଟ୍ରର ବିଡର ବାସିନ୍ଦା । ବାପା ସଞ୍ଜୟ ଦାସ ତାଙ୍କ ନାମ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ହିସାବରେ ରଖିଛନ୍ତି । ସଞ୍ଜୟ ମଧ୍ୟ ଜଣେ କ୍ରିକେଟର । ସେ ବିଶ୍ବବିଦ୍ୟାଳୟ ସ୍ତରର କ୍ରିକେଟ ଖେଳିଛନ୍ତି । ସୁନିଲ ଗାଭାସ୍କର ତାଙ୍କ ପ୍ରଥମ ପସନ୍ଦ ଖେଳାଳି ହୋଇଥିବାବେଳେ ପରେ ସଚିନ ତେନ୍ଦୁଲକର ଦ୍ବିତୀୟ ପସନ୍ଦର ଖେଳାଳି । ଏଣୁ ସଚିନଙ୍କ ନାମକୁ ନେଇ ସେ ଏଭଳି ନାମ ରଖିଥିବା ଏକ ଜାତୀୟ ଗଣମାଧ୍ୟମର ଇଣ୍ଟରଭିୟୁରେ କହିଛନ୍ତି । ପୁଅକୁ ଜଣେ ବଡ଼ କ୍ରିକେଟର ହିସାବରେ ଦେଖିବାକୁ ସେ ଇଝା ପ୍ରକାଶ କରିଛନ୍ତି । ତେବେ ନେପାଳ ବିପକ୍ଷ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆକୁ ସଙ୍କଟରୁ ଉଦ୍ଧାର କରିବା ସହ ବଡ଼ ପାଳି ଖେଳିଥିଲେ ସଚିନ । ତେବେ ବଡ଼ ବଡ଼ ଛକା ମାରିବାରେ ମଧ୍ୟ ସେ ବେଶ ମାହିର ।

ଏନଡିଏରେ ସାମିଲ ହୋଇପାରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି !

ବ୍ୟୁରୋ ରିପୋର୍ଟ:  ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ନେତା ଚନ୍ଦ୍ରବାବୁ ନାଇଡୁ। ଆଜି ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ଯାଉଛନ୍ତି। ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏନଡିଏ ସହ ମେଣ୍ଟ ନେଇ କରିପାରନ୍ତି ଆଲୋଚନା। ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମଧ୍ଯ ଆଲୋଚନା କରିବେ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଏନଡିଏର ପୁରୁଣା ସହଯୋଗୀ ଥିଲେ ଚନ୍ଦ୍ରବାବୁ ନାଇଡୁ। ଦୁଇ ଦଳ ସାଥିରେ ଯିବାକୁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।

ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଆନ୍ଧ୍ରରେ ଥିବା ମୋଟ ୨୫ ଲୋକସଭା ଆସନରୁ ୧୦ ଆସନରେ ବିଜେପି ଲଢିବାକୁ ଦାବି କରୁଥିବା ସୂଚନା ମିଳିଛି। ତେବେ ଏନେଇ ଆଲୋଚନା ଜାରି ରହିଛି। ଆଜିର ବୈଠକ ପରେ ବିଜେପି-ଟିଡିପି ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେବ। ପୂର୍ବରୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଜନସେନା ପାର୍ଟି ପବନ କଲ୍ଯାଣଙ୍କ ସହ ସାକ୍ଷାତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସିଟ ଭାଗବଣ୍ଟା ନେଇ କଥାବାର୍ତ୍ତା ହୋଇଥିଲେ। ଉଭୟଙ୍କ ମଧ୍ଯରେ ସିଟ ଭାଗବଣ୍ଟା ନେଇ ନିଷ୍ପତ୍ତି ସ୍ଥିର ହୋଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଓଲଟାଗଣତି ଆରମ୍ଭ ହୋଇଯାଇଛି ବୋଲି କହିଥିଲେ ଚନ୍ଦ୍ରବାବୁ ନାଇଡୁ।

ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ସହ ହେବ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ।  YSR କଂଗ୍ରେସ ଗତ ନିର୍ବାଚନରେ ମୋଟ ୧୭୫ ଆସନ ମଧ୍ଯରୁ ୧୫୧ ଆସନ ହାସଲ କରିଥିଲା। ୨୫ ଲୋକସଭା ଆସନ ମଧ୍ଯରୁ ୨୨ ଆସନ ହାସଲ କରିଥିଲା ।

ବିଶ୍ଵ ଓଡିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର: ବିଶ୍ଵ ଓଡିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ପ୍ରାଚୀନ ଯୁଗ, ମଧ୍ୟ ଯୁଗୀୟ ପ୍ରଦର୍ଶନୀରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଓଡିଆ ଭାଷାକୁ ନେଇ ସ୍ଵତନ୍ତ୍ର ପ୍ରଦର୍ଶନୀ ବୁଲିବା ସହ ଓଡିଆ ଭାଷାର ପ୍ରାଚୀନତା, ବିଭିନ୍ନ ଢଙ୍ଗରେ ବିଭିନ୍ନ ରୂପରେ ଭାଷାର ବ୍ୟବହାର ବାବଦରେ ପଚାରି ବୁଝିଥିଲେ।

ପ୍ରଦର୍ଶନୀକୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ସମ୍ମିଳନୀ ଓ ପ୍ରଦର୍ଶନୀର ଉପାଦେୟତା ବାବଦରେ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ପ୍ରଦର୍ଶନୀ ବୁଲିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଆର ବାଳାକୃଷ୍ଣନ, ଆଇଟି ସଚିବ ମନୋଜ ମିଶ୍ର, ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଓସେପା ନିର୍ଦ୍ଦେଶକ ଅନୁପମ ଶାହାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।

ବିଜେଡିର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ଲାଭ କରିଛନ୍ତି ଡକ୍ଟର ପାତ୍ର। ସେହିପରି କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁର ବି ଏହି ପୁରସ୍କାର ଲାଭ କରିଛନ୍ତି। ଡକ୍ଟର ସସ୍ମିତ ପାତ୍ର ଓ ଶଶୀ ଥରୁରଙ୍କ ବ୍ଯତୀତ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ସାଂସଦ ବି ବିଭିନ୍ନ କ୍ଷେତ୍ର ଲାଗି  ପୁରସ୍କୃତ ହୋଇଛନ୍ତି। ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ଯୁଟାଣ୍ଟ ଭାବେ ପୁରସ୍କୃତ ହୋଇଥିଲେ। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ଓ ବିଜେପି ଲୋକସଭା ସାଂସଦ ମାନେକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି। ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହରେ ଶ୍ରେଷ୍ଠ ମହିଳା ସାଂସଦ ଭାବରେ ପୁରସ୍କୃତ କରାଯାଇଥିଲା। ପ୍ରତିବର୍ଷ ଲୋକସଭାରୁ ୪ଜଣ, ରାଜ୍ୟସଭାରୁ ୨ ଜଣଙ୍କୁ ଲୋକମତ ସଂସଦୀୟ ପୁରସ୍କାର ମିଳିଥାଏ। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଯୋଗ ଦେଇଥିଲେ।

କ୍ଷମା ମାଗନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବିଜେଡି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ବିଧାନସଭାରେ ବର୍ଷିଲା ବିଜେଡି। ରାଜନୈତିକ ଉଦ୍ଦେଶ୍ୟ ରଖି ପରୀ ହତ୍ୟା ମାମଲାରେ ଓଡ଼ିଶାକୁ ବଦନାମ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୋହନ ମାଝିଙ୍କ ସମେତ ବିଜେପି ବିଧାୟକ ଓ ସାଂସଦ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। ଅଦାଲତରେ ପରୀ ହତ୍ୟା ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇଲା ପରେ ବିଜେପିର ମିଛ ଅପପ୍ରଚାର ଏବେ ଧରାପଡିଛି। ପରୀ ହତ୍ୟା ଭଳି ଅନେକ ସ୍ପର୍ଶକାତର ବିଷୟରେ ବିଜେପି ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି। ଏହାର ପ୍ରତିବାଦରେ ଆଜି ଗୃହ ଆରମ୍ଭରୁ ବିଜେପିକୁ ବିଧାନସଭାରେ ବିରୋଧ କରିଛି ବିଜେଡି।

ପରୀ ହତ୍ୟା ଘଟଣାରେ ଗୋଟେ ପଟେ ହୀନ ରାଜନୀତି ଓ ଅନ୍ୟପଟେ ଦୋଷୀକୁ ଖସାଇ ଦେବା ପାଇଁ ଚକ୍ରାନ୍ତ କରିଥିଲା ବିଜେପି। ଦୋଷୀକୁ ଦଣ୍ଡବିଧାନ ସହ ଘଟଣାର ଖୁଲାସା ହୋଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅଦାଲତରେ ରାୟ ଆସିବା ପରେ ମାନବିକତା ଦୃଷ୍ଟିରୁ ବିଜେପି ନେତାମାନେ ତୁରନ୍ତ ମାଗିବା ପାଇଁ ବିଜେଡି ଦାବି କରିଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ମିଛ ବୟାନବାଜିକୁ ନେଇ ଉଭୟ ଗୃହ ଭିତରେ ଓ ବାହାରେ ବର୍ଷିଛନ୍ତି ବିଜେଡି ବିଧାୟକ। ଉଭୟ ନେତାଙ୍କୁ ଦଳ ବହିଷ୍କାର କରିବା ସହ କ୍ଷମା ପ୍ରାର୍ଥନା ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ। ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏପରି ହୀନ ଚକ୍ରାନ୍ତକୁ ଲୋକେ ବୁଝିଲେଣି ଓ ଆଗାମୀ ଦିନରେ ଏହାର ଜବାବ ଓଡ଼ିଶାବାସୀ ଦେବେ ବୋଲି ବିଜେଡି ବିଧାୟକ ଓ ମନ୍ତ୍ରୀମାନେ କହିଛନ୍ତି।

ହାଇକୋର୍ଟର ମୁଖ୍ଯ ବିଚାରପତି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଦିନ ୧୦ ଟାରେ ହାଇକୋର୍ଟ ପରିସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ଯ ବିଚାରପତିଙ୍କୁ ଶପଥପାଠ କରାଇବେ। ଶପଥ ପାଠ ଉତ୍ସବରେ ହାଇକୋର୍ଟର ବିଚାରପତି ଓ ହାଇକୋର୍ଟର ଆଇନଜୀବୀ ଉପସ୍ଥିତ ରହିବେ।

ଜଷ୍ଟିସ ଶରଣ ସିଂ ପାଟନା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ। ୧୯୬୩ ଜାନୁଆରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି। ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୨୦୨୫ ଜାନୁଆରୀ ମାସରେ ଅବସର ନେବେ।

 

ଆରମ୍ଭ ହେଲା ପ୍ରେମ ସପ୍ତାହ, ଆଜି ରୋଜ୍ ଡେ’, ଜାଣନ୍ତୁ କାହାକୁ ଦେବେ କେଉଁ ଗୋଲାପ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍ । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀଯୁଗଳ । ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ’ ଭାବେ ପାଳନ କରାଯାଏ । ତେବେ ଏହି ଦିନକୁ କାହିଁକି ପାଳନ କରାଯାଏ । ଏବଂ ଏହି ଦିନକୁ ପାଳନ କରିବା ପଛରେ ରହିଛି ଏକ ଇତିହାସ । କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ । ଗୋଲାପର ବିଭିନ୍ନ ରଙ୍ଗ ରହିଥିବାବେଳେ କେଉଁ ଗୋଲାପ କାହାକୁ ଦେବେ ତାହା ମଧ୍ୟ ଜାଣି ରଖନ୍ତୁ ।

ରୋଜ୍ । ପ୍ରେମର ପ୍ରତୀକ ହେଉଛି ଗୋଲାପ । ନିଜ ମନର ଭାବନାକୁ ପ୍ରକାଶ କରିବା ପାଇଁ ଆମେ ଗୋଲାପ ଦେଇଥାଉ । ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଥିବାବେଳେ ୭ ଫେବୃଆରୀ ହେଉଛି ରୋଜ ଡେ । ତେବେ ଏହି ରୋଜ ଡେ ଆମେ କାହିଁକି ପାଳନ କରିଥାଉ । ଏହା ପଛରେ ରହିଛି ଇତିହାସ । ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା । ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି । ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ ପ୍ରକାଶ କରିଥିଲେ । ଅନ୍ୟ ଏକ କାହାଣୀ ମଧ୍ୟ ରହିଛି ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ଲୋକେ ନିଜର ପ୍ରେମକୁ ପ୍ରକାଶ ପାଇଁ ମଧ୍ୟ ଗୋଲାପ ଦେଉଥିଲେ । ମାନାଯାଏ କି ରାଣୀ ଭିକ୍ଟୋରିଆ ଏବଂ ରୋମନ ମଧ୍ୟ ନିଜର ପ୍ରେମକୁ ଗୋଲାପ ଦେଇ ଆରମ୍ଭ କରିଥିଲେ । ରେଜ୍ ଡେ’କୁ ନେଇ ଏମିତି ଅନେକ କାହାଣୀ ରହିଛି ।

ତେବେ ଅନେକ ରଙ୍ଗର ରହିଥିବାବେଳେ ପ୍ରେମୀ ଯୁଗଳ ନାଲୀ ଗୋଲାପ ଦିଆନିଆ ହୋଇଥାନ୍ତି । ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ । ହଳଦିଆ ଗୋଲାପ । ସାଙ୍ଗକୁ ହଳଦିଆ । ଯାହାଦ୍ବରା ଆପଣ ନିଜ ସାଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ । ଆପଣ ଧଳା ଗୋଲାପ ମଧ୍ୟ ଜାଣିଥିବେ । ଧଳା ହେଉଛି ଶାନ୍ତିର ପ୍ରତୀକ । ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ । ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ । କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ । ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ । ଅରେଞ୍ଜ ଗୋଲାପ ମାଧ୍ୟମରେ ନିଜ ଇଛାକୁ ପ୍ରକାଶ କରି କେତେ ଭଲ ପାଉଛନ୍ତି ନିଜର ପାର୍ଟନରଙ୍କୁ ଜଣାଇପାରିବେ ।