spot_img
Home Blog Page 2205

ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ଏକ ଦୁର୍ଲଭ ଘଣ୍ଟା

ସଜେଇ ହେଉଛି ଅଯୋଧ୍ୟା । ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଚାଲିଛି ଜୋରଦାର୍  ପ୍ରସ୍ତୁତି । ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ  ଦେଶର କୋଣ ଅନୁକୋଣରୁ ଉପହାର ଆସୁଥିବା ବେଳେ  ଅଯୋଧ୍ୟା ଉତ୍ତରପ୍ରଦେଶର ଏକ ପରିବା ବିକାଳୀ ଅଯୋଧ୍ୟା ରାମ ମନ୍ଦିର ପାଇଁ ନଅ ଟି ଦେଶର ସମୟ ଦେଖାଉଥିବା ଏକ ଦୁର୍ଲଭ  ଘଣ୍ଟା ଉପହାର ରେ ଦେଇଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ମୌ ସହରର  ଜଣେ ପରିବା ବିକାଳୀ ଅନୀଲ୍ କୁମାର ସାହୁ ରାମ ମନ୍ଦିର କର୍ତୁପକ୍ଷଙ୍କୁ ଏକ ବିଶ୍ବ ଘଡି ଉପହାରରେ ଦେଇଛନ୍ତି । ନଅଟି ଦେଶର ସମୟ ଦେଖାଉଥିବା ଏହି ଖାସ୍ ଘଣ୍ଟାଟି ଭବ୍ୟ ରାମ ମନ୍ଦିରର ପରିସରରେ ଲାଗିବ । ଏହି ଘଣ୍ଟାରେ ଏକା ସମୟରେ ନଅଟି ଦେଶର ସମୟ ଦେଖାଇବ ।

ଅନୀଲ୍ କୁମାର ସାହୁ କେବଳ ରାମ ମନ୍ଦିର ନୁହେଁ ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରକୁ ମଧ୍ୟ ଏକ ବିଶ୍ବ ଘଣ୍ଟା ଉପହାର ରେ ଦେଇଛନ୍ତି । ଏହି ବିଶ୍ବ ଘଣ୍ଟା ଟି ଅନୀଲ୍ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ମହା ସଚିବ ଚମ୍ପତ ରାୟଙ୍କୁ ଦେଇଛନ୍ତି । ସେହିଭଳି ଗୁଜୁରାଟ ସୁରଟର ଜଣେ ହୀରା ବ୍ୟବସାୟୀ ରାମ ମନ୍ଦିର ଥିମ୍ ରେ ହାର ତିଆରି କରିଛନ୍ତି । ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ହାର ଉପହାର ଦେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏହି ହାରଟି ଅଯୋଧ୍ୟା ରାମ ମନ୍ଦିରର ବିଷୟବସ୍ତୁ ଉପରେ ଆଧାରିତ । ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ  ପାଇଁ  ପ୍ରାୟ ୪୦୦୦ ସାଧୁ ସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଛି । ତେବେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ସ୍ଥିତ ଭବ୍ୟ ରାମ ମନ୍ଦିରର  ଉଦଘାଟନ ହେବ  ।

ଗତ ୨୪ ଘଣ୍ଟାରେ ଆଉ ଦୁଇ କୋଭିଡ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଲା

ଭୁବନେଶ୍ୱର: କଡ଼ ଲେଉଟାଉଛି କରୋନା। ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୫ରେ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା।

ଅନ୍ୟପଟେ ମୁକାବିଲା ପାଇଁ ଆହୁରି ସର୍ଭେଲାନ୍ସ ବଢାଯିବା ନେଇ ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ଯାହାର ଲକ୍ଷଣ ଦେଖାଯାଉଛି, ତୁରନ୍ତ ପରୀକ୍ଷା କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗର ଅପିଲ୍। ସେପଟେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜେଏନ୍.୧ ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

+୨ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ। ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ୍ କାର୍ଡ ଆଣିବେ।

ସାମ୍ସ ୱେବସାଇଟ www.samsodisha.gov.inକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତ୍ତୃପକ୍ଷ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଲେଜକୁ ଅବଗତ କରାଇଛି। ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ।

କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କର୍ତ୍ତୃପକ୍ଷ ମେଲ୍ ଜରିଆରେ ବୋର୍ଡକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ୩ ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ କରିଛନ୍ତି ଫର୍ମ ଫିଲଅପ୍।

ଗାଡ଼ି ସଜାଡୁଥିବା ବେଳେ ମାଡିଗଲା ହାଇଓ୍ବା; ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ: ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଦୁର୍ଘଟଣା। ଗାଡି ସଜାଡୁଥିବା ବେଳେ ମାଡିଗଲା ହାଇଓ୍ବା। ଚିପ୍ସ ବୋଝେଇ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମନ୍ଦାରୀ ପୋଲ ନିକଟରେ ଦୁଇଟି ଆଇରନ ବୋଝେଇ ଟ୍ରକ ରାସ୍ତାରେ ରଖି ଚକ ବଦଳାଉଥିଲେ।

ଏହି ସମୟରେ ପଛରୁ ଏକ ଚିପସ୍ ବୋଝେଇ ହାଇୱା ଆସି ଧକ୍କା ଦେଇଥିଲା  । ସିଟ୍ କାଟି ହାଇୱା ଚାଳକଙ୍କୁ ବାହାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇରନ ବୋଝେଇ ଟ୍ରକର ହେଲପରଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇଛି। ଖବର ପାଇ ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳିକୁ ନେଇ ଏମିତି କହିଲେ ସୁନିଲ ଗାଭାସ୍କର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମାନା କରିଥିବାବେଳେ କେ.ଏଲ. ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋର ଦେଇଛି। ୧୦୫ ବଲରୁ ୭୦ ରନର ପାଳି ଖେଳି ଅପରାଜିତ ଅଛନ୍ତି ରାହୁଲ। ଜୟସ୍ବାଲ, ରୋହିତ ଏବଂ ଗିଲ୍ ବିଫଳ ହେବାପରେ କୋହଲି ଦଳର ମଙ୍ଗ ସମ୍ଭାଳିଥିଲେ।

ମାତ୍ର ରାହୁଲ ଏକମାତ୍ର ଖେଳାଳିଭାବେ ଭାରତ ପକ୍ଷରୁ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଯାହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କାର ପ୍ରଂଶସା କରିଛନ୍ତି। ସେ କହିଛନ୍ତି କି, ଏହି ୭୦ ରନର ପାଳି କୌଣସି ଶତକୀୟ ପାଳିଠାରୁ କମ ନୁହେଁ। ଏହାସହ ଇରଫାନ ପଠାନ ମଧ୍ୟ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଲଢ଼ୁଆ ପାଳି ପାଇଁ ଭାରତ ୨୦୦ ରନ କରିବାରେ ସକ୍ଷମ ହୋଇଛି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୦୮ ରନରେ ୮ ଓ୍ବିକେଟ ହରାଇଛି। ରାହୁଲ ଏବଂ ସିରାଜ ଆଜି ଖେଳ ଆରମ୍ଭ କରିବେ। ରାହୁଲ ଶତକୀୟ ପାଳି ଖେଳିବେ ବୋଲି ଫ୍ୟାନ୍ସମାନେ ଆଶା କରିଛନ୍ତି। ସେପଟେ ରାହୁଲ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନଭାବେ ଓପନିଂ କରିଥିବାବେଳେ ପ୍ରଥମଥର ପାଇଁ ଟେଷ୍ଟରେ ମିଡିଲ ଅର୍ଡର ସମ୍ଭାଳିଛନ୍ତି।

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଲା ଅସୁସ୍ଥ ଦନ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ହରିହରପୁର ଜଙ୍ଗଲରେ ଶେଷରେ ଆଖି ବୁଝିଲା ଅସୁସ୍ଥ ଦନ୍ତା। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହରପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ ଖବର ପ୍ରସାରଣ ହୋଇଥିଲା। ଖବର ପାଇବା ପରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା ରଣପୁର ବନବିଭାଗ ।

ତେବେ ଭୋର ସମୟରେ ହୋଇଛି ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଛି । ହାତୀର ଆଗ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା । ଏକ୍ସ-ରେ କରି କାରଣ ଖୋଜୁଥିଲେ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ଦଳ ।

ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପ, ସମୀକ୍ଷା କରିବେ 5T ଅଧ୍ୟକ୍ଷ

ଆରଡି: ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପ। ପୀଠ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ଯ। ଏଥିପାଇଁ ରାଜ୍ଯ ସରକାର ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା। ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି । ଏହି କାର୍ଯ୍ଯ କିପରି ହୋଇଛି, ତା’ସହ ଦ୍ବିତୀୟ ପର୍ଯ୍ଯାୟ କାର୍ଯ୍ଯ କେତେବାଟ ଆଗେଇଛି, ଏହାର ସମୀକ୍ଷା କରିବାକୁ ଆଜି ଆରଡି ଗସ୍ତ କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆରଡି ପୀଠରେ ପହଞ୍ଚି ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମନ୍ଦିର ରୂପାନ୍ତରଣ କାର୍ଯ୍ଯର ସମୀକ୍ଷା କରିବେ । ସେହିପରି ସେବାୟତଙ୍କ ସହ ମଧ୍ୟ ଆଲୋଚନା କରିବେ 5T ଅଧ୍ୟକ୍ଷ । ଏଥିପାଇଁ ପୀଠରେ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଆରଡି ପରେ ଧାମନଗର ଅସୁରାଳିରେ ବିକାଶ କାର୍ଯ୍ଯ ସମ୍ପର୍କରେ ସାଧାରଣ ସଭାରେ ଯୋଗଦେବେ। ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମ୍ପର୍କରେ କରିବେ ଆଲୋଚନା। ଶେଷରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ଜିଲ୍ଲାର ବିକାଶ ନେଇ ଆଲୋଚନା କରିବେ 5T ଅଧ୍ୟକ୍ଷ।

ରାଜ୍ୟରେ ହାଲୁକା ଶୀତ ସହ ଘନ କୁହୁଡ଼ି ଜାରି

ଭୁବନେଶ୍ୱର: ହାଲୁକା ଶୀତ ସହ କୁହୁଡି କରିବ କଲବଲ। ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସ୍ତରଣ ଅନୁଭୁତ ହେବ। ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଟକ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡାର ଅଧିକାଂଶ ସ୍ଥାନରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସତର୍କତା ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ବିଶେଷ କରି ପରିବହନ ବିଭାଗ ଏବଂ ପୋଲିସକୁ ଗାଡି ଚଳାଚଳ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘନ କୁହୁଡି ସମୟରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହୁଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ବିଭିନ୍ନ ଦୁର୍ଘଟଣା ଜୋନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ଫଳରେ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ବିଭିନ୍ନ ସମସ୍ୟା ନେଇ ଦୀର୍ଘ ମାସେ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପୂର୍ବରୁ କିଛି ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୫ ଦଫା ଦାବିରେ ରାସ୍ତା ଅବରୋଧ ଯୋଗୁ ମାସେ ଧରି ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।

ଗତକାଲି ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବା କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଆଲୋଚନା ପରେ ସମସ୍ୟାର ସମାଧାନ ହେବା ସହ ପୁଣି ଶିମିଳିପାଳ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଆଜିଠୁ ପୂର୍ବଭଳି ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ବୁଲିପାରିବେ।

ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ

ଭୁବନେଶ୍ୱର: କଡ଼ ଲେଉଟାଉଛି କରୋନା। ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ମୋଟ୍ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ବସ୍ତିର କଥା ହେଉଛି ସମସ୍ତ ତିନି ଜଣଙ୍କ ନିକଟରେ କମ ଲକ୍ଷଣ ରହିଛି। କେବଳ ଯାହା ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନଥିବାବେଳେ ଘରେ ଆଇସୋଲେସନରେ ରହିଛନ୍ତି।

ପ୍ରୋଟୋକଲ ଅନୁସାରେ ସମସ୍ତଙ୍କର କେସ ଷ୍ଟଡି କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ତୃତୀୟ ବ୍ୟକ୍ତିଙ୍କ ଯାଞ୍ଚ କରାଯାଉଛି। ଅନ୍ୟପଟେ ମୁକାବିଲା ପାଇଁ ଆହୁରି ସର୍ଭେଲାନ୍ସ ବଢାଯିବ କହିଛି ସ୍ବାସ୍ଥ୍ୟ ବିଭାଗ। ଯାହାର ଲକ୍ଷଣ ଦେଖାଯାଉଛି, ତୁରନ୍ତ ପରୀକ୍ଷା କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ।

ସେପଟେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜେଏନ୍.୧ ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।