ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ । ଭାରତୀୟ ନିର୍ବାଚନ କମିଶନ କହିଲେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ଭୋଟରଙ୍କୁ ଆହ୍ବାନ କଲେ ନିର୍ବାଚନ କମିଶନର । କହିଲେ ସମସ୍ତ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ । ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ମୋଟ୍ ୩୭, ୮୦୯ ବୁଥରେ ମତଦାନ ହେବ । ୨୨,୬୮୫ ଓ୍ବେବ କାଷ୍ଟି ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡ଼ବଡ଼ ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ । ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ । ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ କଡ଼ା ନିର୍ଦ୍ଦେଶ । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ । ନିରପେକ୍ଷ, ସ୍ବଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ।
ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍
ନନ୍ଦିଘୋଷ ବ୍ୟୁରୋ: ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍ । ପାଣିପାଗ, ବର୍ଷା ପରିମାଣର ମଧ୍ୟ ମିଳିବ ସୂଚନା । ଏଥିପାଇଁ ଆଜି ଇସ୍ରୋ ପ୍ରେରଣ କରିବ INSAT – 3DS ଉପଗ୍ରହ । ଶ୍ରୀହରିକୋଟା ସତିଶ ଧାୱନ୍ ମହାକାଶ କେନ୍ଦ୍ରରୁ ହେବ ଉତକ୍ଷେପଣ । ଅପରାହ୍ନ ୫ଟା ୩୫ରେ ମହାକାଶକୁ ଯିବ ଉପଗ୍ରହ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT – 3DS । ଅତ୍ୟାଧୁନିକ ବ୍ୟବସ୍ଥା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ । ମହାକାଶଯାନ GSLV – F14 ଦ୍ଵାରା ଉପଗ୍ରହର ପ୍ରେରଣ କରାଯିବ । ୫୧.୭ ମିଟର ଲମ୍ବ ଜିଓସିନକ୍ରୋନସ୍ ସ୍ପେସ ଲଞ୍ଚିଂ ଭେହିକଲ GSLV – F14 । ୪୨୦ ଟନ ଓଜନର ମହଜାଗତିକ ପଦାର୍ଥ ବୋହିନେବାର ଏହା କ୍ଷମତା ରଖିଛି । ଲଞ୍ଚିଂ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ଶ୍ରୀ ଚେଙ୍ଗାଲାମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ପ୍ରବାସୀ ଭାରତୀୟଙ୍କ ବିବାହ ନେଇ ବଡ଼ ନିୟମ
ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଭାରତୀୟ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପରେ ହେଉଥିବା ବିବାଦ, ବିଶେଷ କରି ଠକାମୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଲ କମିଶନ। ଏହି ଚିନ୍ତାକୁ ଦୂର କରିବା ପାଇଁ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ସହ ବିବାହର ପଞ୍ଜିକରଣ ଭାରତରେ ବାଧ୍ୟତାମୂଳକ କରିବାକୁ ସୁପାରିଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏନଆରଆଇ ଭାରତୀୟ ନାଗରିକଙ୍କ ସହ ବିବାହ କରିା ପରେ ଠକେଇ ମାମଲା ବଢୁଛି ଯାହା ଚିନ୍ତାଜନକ । ଏଭଳି ମାମଲା ଲଗାତାର ବଢିବାରେ ଲାଗିଛି। ଏଥିରେ ବିଶେଷ କରି ଭାରତୀୟ ମହିଳାଙ୍କୁ ପ୍ରଭାବିତ ହେବାକୁ ପଡୁଛି। ରିପୋର୍ଟରେ ସୁପାରିଶ କରାଯାଇଛି ଯେ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ୱୁ ବିବାହକୁ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ କରାଯିବା ଦରକାର। ଏଥିରେ ବିବାହ ଏବଂ ବିବାହ ବିଛେଦ ବା ଛାଡପତ୍ର, ଭରଣ ପୋଷଣ ନିୟମ ଏବଂ ସର୍ତ୍ତ ସାମିଲ ହେବା ଦରକାର। ଏହାସହ ଜୀବନସାଥୀ ଏବଂ ପିଲାଙ୍କ ଭରଣ ପୋଷଣ ସହ ଏନଆରଆଇ ଏବଂ ଓସିଆରଆଇଙ୍କୁ ଆବଶ୍ୟକତା ପଡିଲେ ସମନ ଏବଂ ଅନ୍ୟ ସମ୍ବନ୍ଧୀୟ ନ୍ୟାୟିକ ଦସ୍ତାବିଜ୍ ସାମିଲ ଅଧିକାର ନିୟମ ହେବା ଆବଶ୍ୟକ।
ପାସପୋର୍ଟରେ ଲେଖାଯାଉ ବିବାହ ପଞ୍ଜୀକରଣ ନମ୍ବର। ବିବାହ ପୂର୍ବରୁ ବର କନ୍ୟାଙ୍କ ନିଜ ବୈବାହିକ ସ୍ଥିତିର ଘୋଷଣା, ପତି-ପତ୍ନୀଙ୍କ ପାସପୋର୍ଟକୁ ପରସ୍ପର ସହ ଯୋଡିବା ଏବଂ ଉଭୟଙ୍କ ପାସପୋର୍ଟ ଉପରେ ବିବାହ ପଞ୍ଜୀକରଣ ସଂଖ୍ୟା ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବା ପାଇଁ ପାସପୋର୍ଟ ଅଧିନିୟମ ୧୯୬୭ରେ ସଂଶୋଧନ କରିବା ବାଧ୍ୟତାମୂଳକ କରିବା। ଲ କମିଶନଙ୍କ ସୁପାରିଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏଭଳି ବିବାହ ସହ ଜଡିତ ବିବାଦର ସମାଧାନ ଅଧିକାର ଘରୋଇ ଅଦାଲତଙ୍କୁ ଦିଆଯାଉଛି।
ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣା, ବିଦା ହେଲେ ୪ ଛାତ୍ର
ବ୍ରହ୍ମପୁର: ରାଗିଂ କରି କ୍ଯାମ୍ପସରୁ ବିଦା ୪ ଛାତ୍ର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଣ୍ଟି ରାଗିଂ ସେଲ। ରାଗି କରିଥିବା ଚତୁର୍ଥ ବର୍ଷର ୨ ଛାତ୍ରଙ୍କୁ କ୍ଯାମ୍ପସରୁ ବାହାର କରିଛନ୍ତି କର୍ତ୍ତୃପକ୍ଷ। ମେଡିକାଲ କଲେଜର ଜଣେ ଦ୍ବିତୀୟ ବର୍ଷର ଛାତ୍ରକୁ ଚତୁର୍ଥ ବର୍ଷର ୪ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଚତୁର୍ଥ ବର୍ଷର ଦୁଇ ଛାତ୍ରଙ୍କୁ ଦୁଇ ମାସ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଗିଂକୁ ପ୍ରସୟ ଦେଇଥିବା ଅଭିଯୋଗରେ ଚତୁର୍ଥ ବର୍ଷର ଅନ୍ୟ ଦୁଇ ଛାତ୍ରଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ଓ କ୍ଲାସକୁ ନ ଆସିବାକୁ ନିର୍ଦ୍ଦଶ ଦିଆଯାଇଛି।
ଏହି ଚାରି ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସେମାନଙ୍କ ପରିବାରକୁ ଜଣାଇ ଦିଆଯାଇଛି। ରାଗିଂର ଶିକାର ଛାତ୍ରଙ୍କ ବାପା ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ କଲେଜ ଡ଼ିନ୍, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଫାଇଭ-ଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିଭଳି ଛାତ୍ର ଜଣଙ୍କୁ ମାଡ଼ ହୋଇଛି ସେ ନେଇ ମଧ୍ୟ ଫଟୋ ପୋଷ୍ଟ କରିଥିଲେ। ଏହାପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏମକେସିଜି ମେଡ଼ିକାଲ କଲେକୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ମେଡ଼ିକାଲ କଲେଜର ଆଣ୍ଚି ରାଗିଂ ସେଲ ରାଗିଂର ଶୀକାର ଛାତ୍ର ଓ ରାଗିଂ କରିଥିବା ଛାତ୍ରଙ୍କୁ ଡ଼କାଇ ତଦନ୍ତ କରିଥିଲେ। ଆଗାମୀ ଦିନରେ କିଭଳି କଲେଜରେ ରାଗିଂ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲ କଲେଜର ଭାରପ୍ରାପ୍ତ ଡ଼ିନ ।
ପୁଣି ବିଜେପିକୁ ଟାର୍ଗେଟ କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ବିଜେପି ଉପରେ ପୁଣିଥରେ ବର୍ଷିଛନ୍ତି । ଦିଲ୍ଲୀ ବିଧାନସଭାରେ ଫ୍ଲୋର ଟେଷ୍ଟକୁ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି କି, ଏହି ଗୃହ କେବଳ ଆମର । ଆମର ସଂଖ୍ୟା ଗରିଷ୍ଠତା ରହିଛି। ଆମର ଦୁଇ ବିଧାୟକ ଆସି କହିଛନ୍ତି କି, ବିଜେପି ନେତାମାନେ ସେମାନଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ଆମେ ଏହାକୁ କିଭଳିଭାବେ ପ୍ରମାଣ ଦେବୁ । ବେଳେବେଳେ ସେମାନେ ସମ୍ପର୍କୀୟଙ୍କ ଘର କିମ୍ବା ପାର୍କରେ ଭେଟ ହୁଅନ୍ତି । ସେପଟେ ଷଷ୍ଠଥର ଲାଗି ଇଡି ନୋଟିସ ହୋଇଥିବାବେଳେ କେଜ୍ରିଓ୍ବାଲ କହିଛନ୍ତି ବିଜେପି ଜାଣିଶୁଣି ତାଙ୍କୁ ଫସାଇବାକୁ ଚାହୁଁଛି । ଯଦିଓ ସେମାନେ ଚକ୍ରାନ୍ତ କରି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରନ୍ତି କିନ୍ତୁ ମୋର ଚିନ୍ତାଧାରାକୁ କେବେ ଗିରଫ କରିପାରିବେ ନାହିଁ । ଏବେ ଲୋକମାନେ ପାଚରୁଛନ୍ତି କି, ମୋଦୀ କେଜ୍ରିଓ୍ବାଲଙ୍କୁ ହଟାଇବାକୁ ଚାହୁଁଛନ୍ତି କି? ଏବେ ବିଜେପିକୁ ଆମ ଆଦମୀ ପାର୍ଟୀ ଚ୍ୟାଲେଞ୍ଜ କରୁଛନ୍ତି । ୨୦୨୪ରେ ଯଦି ବିଜେପି ନହାରେ ତାହେଲେ ୨୦୨୯ରେ ଦେଶରୁ ବିଜେପିକୁ ଆପ ମୁକ୍ତି କରିବ ।
ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଆମକୁ ଫସାଇବା ପାଇଁ ବହୁତ ଚକ୍ରାନ୍ତ କରା ହେଉଛି । କିନ୍ତୁ ଆମକୁ କୋଟି କୋଟି ଲୋକ ଭଲ ପାଇବା ଦେଉଛନ୍ତି । ଲୋକଙ୍କ ଆଶୀର୍ବାଦ ଆମ ସହ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ବିଧାୟକଙ୍କୁ ବିଜେପ କିଣୁଥିବାବେଳେ ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ସେପଟେ କେଜ୍ରଓ୍ବାଲ କହିଛନ୍ତି କି ଆପ ପୂଣ୍ୟ ରାଜନୀତି କରୁଥିବାବେଳେ ଭାଜପା ପାପ ରାଜନୀତି କରୁଛି । ଲୋକଙ୍କ ହୃଦୟରେ ଆମେ ରହିଛୁ ।
ହାତ ଦେଖି ଭବିଷ୍ୟତ କହୁଛନ୍ତି ବାବା
ଭୁବନେଶ୍ବର: ହାତ ଦେଖି ଭବିଷ୍ୟତ କହୁଛନ୍ତି ବାବା। ଖଣ୍ଡଗିରି ମେଳାରେ ଏବେ ତ୍ରିକାଳଦର୍ଶୀ ବାବାଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଖଣ୍ଡଗିରି ପାଦ ଦେଶରେ ଚାଲିଥିବା କୁମ୍ଭମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ଓ ସନ୍ଥ ଯୋଗ ଦେଇଛନ୍ତି। ମେଳାରେ ତ୍ରିକାଳଦର୍ଶୀ ବାବାଙ୍କ ପାଖରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି। ହସ୍ତରେଖା ଓ କପାଳ ରେଖା ଦେଖି ପଣ୍ଡିତ ଭକ୍ତ ଚରଣ ଦାସ ଓ ରାଜେଶ୍ବତ ଦାସ ମହାରାଜା ଲୋକମାନଙ୍କ ଅତୀତ, ବର୍ତମାନ ଓ ଭବିଷ୍ୟତ କହିପାରୁଛନ୍ତି।
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI
କଟକ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ବେସଡ ସିସିଟିଭି କ୍ୟାମେରା । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି । ଆଜି ତାର ଡ୍ରାଏ ରନ୍ କରାଯାଉଛି।ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ ଜଣ ଅବଜର୍ଭର ଏହି କମାଣ୍ଡ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଅଛନ୍ତି।
କମଲନାଥ ‘ହାତ’ ଛାଡି ‘ପଦ୍ମ’ ଧରିବେ କି ? X ପ୍ରଫାଇଲରୁ ହଟିଲା କଂଗ୍ରେସ
ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ । ଲୋକସଭା ନିର୍ବାଚନ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏଠାରେ ପହଞ୍ଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପଦ୍ମ ପୋଖରୀରେ ସାମିଲ ହେବେ । ସାଂସଦ ପୁଅ ନକୁଳ ନାଥଙ୍କ ସହ ସେ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ୧୭ ଫେବୃଆରୀ ପୂର୍ବରୁ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି କମଲନାଥ । ସେ ଆଜି ପୁଅ ସହ ଦିଲ୍ଲୀ ଗସ୍ତ କରିପାରନ୍ତି ।
ସେପଟେ ସାଂସଦ ନକୁଲନାଥ X ପ୍ରଫାଇଲରୁ କଂଗ୍ରେସର ଚିହ୍ନ ହଟାଇ ଦେଇଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନତ୍ରୀ ଦିଗବିଜୟ ସିଂ କହିଛନ୍ତି କମଲନାଥଙ୍କ ସହ ଆଲୋଚନା ହୋଇଛି । ସେ ଏବେ ଛିନ୍ଦୱାଡାରେ ଅଛନ୍ତି । ନିଜ ରାଜନୈତିକ କ୍ୟାରିଅର ନେହେରୁ ଓ ଗାନ୍ଧୀଙ୍କ ସହ ଆରମ୍ଭ କରିଥିବା ବ୍ୟକ୍ତି ଏକଦା ଇନ୍ଦିରାଙ୍କ ସହ ମିଶି ବିଜେପିକୁ ଚେକ୍ ଦେଇଛନ୍ତି । ସେହି ବ୍ୟକ୍ତି ଗାନ୍ଧୀ ପରିବାରର ହାତ ଛାଡିଦେବା କଥା ସମ୍ପୂର୍ଣ୍ଣ ଅବିଶ୍ବସନୀୟ ।
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଚାଞ୍ଚଲ୍ୟ, ରେଳ ଧାରଣାରେ ପଡିଛି ୪ ମୃତଦେହ
ସୁନ୍ଦରଗଡ: ବଣାଇଁରେ ଚାଞ୍ଚଲ୍ଯ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକରୁ ୪ ଜଣଙ୍କ ମୃତଦେହ ଠାବ। ବିମଳାଗଡ଼-କିରିବୁରୁ ରେଳ ଧାରଣାର କିରିବୁରୁ ପାଖରେ ପଡ଼ିଛି ୪ ମୃତଦେହ। ୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ।
ଟ୍ରାକ୍ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପରିବାରକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
୧୯ ବର୍ଷରେ ଆଖି ବୁଜିଲେ ‘ଦଙ୍ଗଲ’ ଅଭିନେତ୍ରୀ ସୁହାନୀ ଭଟ୍ଟନାଗର
ମୁମ୍ବାଇ: ଆଉ ନାହାନ୍ତି ଦଙ୍ଗଲ ଗାର୍ଲ ସୁହାନୀ ଭଟ୍ଟନାଗର। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । କୁହାଯାଉଛି ଯେ, ଚିକିତ୍ସା ପାଇଁ ସୁହାନୀ ଯେଉଁ ମେଡିସିନ୍ ଖାଉଥିଲେ ତାର ସାଇଡ ଇଫେକ୍ଟ ଯୋଗୁଁ ତାଙ୍କ ଶରୀରରେ ପାଣି ଭର୍ତ୍ତି ହୋଇଯାଇଥିଲା । ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୁହାନୀ ଭଟ୍ଟନାଗର ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ। ଦଙ୍ଗଲ ଚଳଚ୍ଚିତ୍ରରେ ସେ ଅମିର ଖାନଙ୍କ ସାନ ଝିଅ ଭୂମିକାରେ ନଜର ଆସିଥିଲେ। ଆଜି ହୁଏତ ସୁହାନୀ ଏଇ ଦୁନିଆରେ ନାହାନ୍ତି କିନ୍ତୁ ‘ଦଙ୍ଗଲ’ରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ।

