ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ । ଆସନ୍ତାକାଲି ଏହି ରାଙ୍କିଂ ପ୍ରକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ । ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ – HMIS ବେଞ୍ଚମାର୍କ ଅନୁସାରେ ରୋଗୀ ସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ ଅକ୍ୟୁପାନ୍ସି, ସର୍ଜରୀ ସୁବିଧା, ଗୁଣବତ୍ତା ପରି ୩୨ ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ରାଙ୍କିଂ ତିଆରି ହୋଇଛି । ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ପ୍ରକାଶ ପାଇବ ରାଙ୍କିଂ । ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର । ଆସନ୍ତାକାଲି ଲୋକସେବା ଭବନରେ ଆୟୋଜିତ ହେବାକୁ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କୋଭିଡ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ୍ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ଟି ପୁରସ୍କାର ଦିଆଯିଵ । ଏହା ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।
ପ୍ରେମ ସପ୍ତାହରେ ଜୀବନ ହାରିଲେ ପ୍ରେମୀ ଯୁଗଳ
ନବରଙ୍ଗପୁର: ଚାଲିଛି ପ୍ରେମ ସପ୍ତାହ। ଖୁସିରେ ୭ ଦିନକୁ ପାଳୁଛନ୍ତି ପ୍ରେମୀ ଯୁଗୋଳ। ହେଲେ ପ୍ରେମ ସପ୍ତାହରେ ଆସିଛି ଦୁଃଖଦ ଖବର। ନବରଙ୍ଗପୁର ଜିଲ୍ଲା ବୁର୍ଜା ଗାଁରେ ପ୍ରେମୀ ଯୁଗଳ କରିଛନ୍ତି ଆତ୍ମହତ୍ୟା। ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ସନାଧାର ଭତ୍ରା ହେଉଛନ୍ତି ଉମରକୋଟ ପୂଜାରିଗୁଡ଼ା ଗ୍ରାମର । ପ୍ରେମିକା ପ୍ରିୟଙ୍କା ଗଣ୍ଡ ହେଉଛନ୍ତି ନିକଟସ୍ଥ କୁର୍ସୀ ଗ୍ରାମର।
ବିବାହ ପାଇଁ ସାମାଜିକ ସ୍ବୀକୃତି ନମିଳିବାରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅପରାହ୍ନରେ ବସିବ ବୈଠକ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଆସିପାରେ। ଏହସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।
ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।
ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ, ଘରେ ପଶି ମରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଝରିଗାଁ ଥାନା ଭାଲୁ କନାରୀ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି ୧୪ ଲକ୍ଷ ଟଙ୍କା। ବ୍ୟବସାୟୀ ଅମୀୟ ଦାସ ଏକୁଟିଆ ଘରେ ଥିବା ବେଳେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଡକାୟତ।
ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ ଡକାୟତ। ଅମୀୟଙ୍କ ହାତ ବାନ୍ଧିଦେବା ସହ ବେକରେ ଖଣ୍ଡା ଲଗାଇ ଘରେ କଳାକନା ବୁଲାଇଥିଲେ ୮ରୁ ୧୦ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରା ଦଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା
ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷାଣା ହୋଇଥିବାରୁ ସବାଗତ କରିଛନ୍ତି ଲୋକେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ୧୦୦୦, ୧୨୦୦ ଓ ୧୪୦୦ ଅର୍ଥ ରାଶି ପାଇବେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରାଯାଇଛି।
5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଭତ୍ତା ଟଙ୍କା ବୃଦ୍ଧି ପାଇଁ ଅଭିଯୋଗ କରିଥିଲେ ଲୋକେ। ଆଉ ଏହି କଥାକୁ କାର୍ତ୍ତିକ ପାଣ୍ଡିଆନ ହୃଦୟଙ୍ଗମ କରିଥିଲେ। ଆଉ ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ଆଉ ଭତ୍ତା ଟଙ୍କା ବୃଦ୍ଧି ପରେ ହିତାଧିକାରୀ ମାନେ ବେଶ ଖୁସି ଥିବା ବେଳେ ସେମାନଙ୍କ କହିବା କଥା ଏହି ଟଙ୍କା ଏବେ ସେମାନଙ୍କୁ ବହୁ ସହାୟକ ହେବ। ଏଥିପାଇଁ ଆଜି ଅନୁଗୁଳ ବିଜୁ ମୈଦାନ ଠାରେ ଶତାଧିକ ହିତାଧିକାରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଆଦି ଯୋଗ ଦେଇଥିଲେ।
କତାରରୁ ମୁକୁଳିଲେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନ
ବ୍ୟୁରୋ ରିପୋର୍ଟ: ଭାରତୀୟ କୂଟନୀତିର ବଡ ବିଜୟ। ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି।
କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅପିଲ କରିଥିଲେ। ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।
ଏହି ଫଳରସ ସହ ଖାଆନ୍ତୁ ଆଇରନ ବଟିକା, ମିଳିବ ଭଲ ଫାଇଦା
ବ୍ୟୁରୋ ରିପୋର୍ଟ: ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ଡାକ୍ତରମାନେ ଅନେକ ଲୋକଙ୍କୁ ଆଇରନ ଟାବଲେଟ୍ ନେବାକୁ ପରାମର୍ଶ କରନ୍ତି । ଆଇରନ ଶରୀର ପାଇଁ ଏକ ଜରୁରୀ ଉପାଦାନ। ଏହା ହେମୋଗ୍ଲୋବିନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍ ଯାହା ଶରୀରରେ ଅମ୍ଳଜାନ ବହନ କରିଥାଏ । ଲୌହ ବା ଆଇରନର ଅଭାବ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଗର୍ଭାବସ୍ଥାରେ ମହିଳାମାନଙ୍କୁ ଏହି ଲୌହ ବା ଆଇରନ ଅଭାବକୁ ବହୁତ ସାମ୍ନା କରିବାକୁ ପଡିଥାଏ। ମହିଳାମାନଙ୍କୁ ଗର୍ଭାବସ୍ଥାରେ ଆଇରନ ଟାବଲେଟ୍ ଦିଆଯାଏ । ଯାହାଫଳରେ ସେମାନଙ୍କ ଶରୀରରେ ରକ୍ତ ଅଭାବ ହୋଇନଥାଏ।
ଆଇରନ ଟାବଲେଟକୁ ପାଣି ସହିତ ନଖାଇ ଯଦି ତାହାକୁ କମଳା ରସ ବା ଅରେଞ୍ଜ ଜୁସ୍ ସହିତ ଖାନ୍ତି ତେବେ ଏହା ଶରୀରର ପାଇଁ ବେଶ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଟାବଲେଟର ଅବଶୋଷଣ ଶୀଘ୍ର ଘଟେ ଏବଂ ଏହାର ପ୍ରଭାବ ଆମ ଶରୀରରେ ଶୀଘ୍ର ଦେଖାଦିଏ । ହିମୋଗ୍ଲୋବିନ୍ ଅଭାବକୁ ଦୂର କରିବାରେ ଆଇରନ୍ ଏବଂ ଭିଟାମିନ୍ ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଆପଣ ଭିଟାମିନ୍ ସି ମିଶ୍ରିତ ଖାଦ୍ୟ ସହିତ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତି, ଏହା ଶରୀରରେ ଆଇରନ୍ ସଠିକ୍ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଲୋକଙ୍କୁ କମଳା ରସ, ଲେମ୍ବୁ ପାଣି ଭଳି ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ।
ଡାକ୍ତରଙ୍କ ସୂଚନା ଅନୁଯାୟୀ, ଆଇରନ ଟାବଲେଟ୍ ବ୍ୟତୀତ ସବୁଜ ପତ୍ରଯୁକ୍ତ ପନିପରିବାରେ ମଧ୍ୟ ପ୍ରଚୁର ପରିମାଣରେ ଆଇରନ ଥାଏ। ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ପତଳା ପ୍ରୋଟିନ୍, ସାମୁଦ୍ରିକ ଖାଦ୍ୟ, ଡାଲି, ଡାଲି, ଟୋଫୁ, ଶାଗୁଣା, କାଲ, ବ୍ରୋକୋଲି ଇତ୍ୟାଦି ଖାଇବା ଜରୁରୀ ହୋଇଥାଏ । କଞ୍ଚା କଦଳୀ ଲୌହର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଯଦି ଏହି ଜିନିଷଗୁଡ଼ିକୁ ଲେମ୍ବୁ ରସ ମିଶାଇ ଖିଆଯାଏ, ତେବେ ଆପଣ ଉତ୍କୃଷ୍ଟ ଫଳାଫଳ ପାଇପାରିବେ।
ଏହାବ୍ୟତୀତ ବିଶ୍ୱାସ କରାଯାଏ ଯେ ଲୁହା ପାତ୍ରରେ ଖଟା ଜିନିଷ ରାନ୍ଧିବା ଆପଣଙ୍କ ଖାଦ୍ୟରେ ଲୌହ ବା ଆଇରନର ପରିମାଣ ବଢ଼ାଇଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଶରୀରରେ ଲୌହ ଅଭାବ ଦୂର ହୋଇଥାଏ। ଏହି ଖାଦ୍ୟ ଏବଂ ପାନୀୟ ଯେକୌଣସି ସମୟରେ ଖାଇ ପାରିବେ।
ଆଜି ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ଯ ପରୀକ୍ଷା
ପାଟନା: ଆଜି ବିହାର ବିଧାନସଭାରେ ଶକ୍ତି ପରୀକ୍ଷଣ। ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆସ୍ଥାଭୋଟକୁ ଲକ୍ଷ୍ଯ କରି ଚାଲିଛି ରିସୋର୍ଟ ପଲିଟିକ୍ସ। କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ନିଆଯାଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ସଂଖ୍ୟା ୧୨୮ ରହିଛି। ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି।
ସେପଟେ ବିରୋଧୀ ମେଣ୍ଟରେ ଅଛନ୍ତି ୧୧୪ ସଦସ୍ୟ। ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାଯକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। ଏହି ଦଳର ସଦସ୍ଯ ସଂଖ୍ୟା ମାତ୍ର ଜଣେ। ବିହାର ବିଧାନସଭାରେ ମ୍ଯାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ଯ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛି। ଆରଜେଡି ବିଧାୟକମାନେ ତେଜସ୍ବୀ ଯାଦବଙ୍କ ବାସଭବନରେ ରହିଥିବାବେଳେ କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦରେ ରହିଛନ୍ତି। ବିଧାନସଭାରେ ଉପସ୍ଥିତ ରହିବା ଲାଗି ନିଜର ବିଧାୟକଙ୍କ ଲାଗି ହ୍ବିପ ଜାରି କରିଛନ୍ତି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ନେତା ଜିତନରାମ ମାନଝି।

