spot_img
Home Blog Page 2229

ଇରାନ ଉପରେ ପାକ୍ ସେନାର ଆକ୍ରମଣ ପରେ ସାରା ପାକିସ୍ତାନରେ ଆଲର୍ଟ

ଇସଲାମବାଦ : ପାକିସ୍ତାନରେ ହାଇ ଆଲର୍ଟ। ଇରାନ ଉପରେ ପାକ ସେନାର କିଲର ଡ୍ରୋନ ଓ ରକେଟ୍ ହମଲା ପରେ ଆଲର୍ଟ ମୋଡରେ ରହିଛି ପାକିସ୍ତାନ ସେନା। ଇରାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହିଛି । ଏହି ଆକ୍ରମଣରେ ୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାର ଦୁଇ ଦିନ ପୁର୍ବରୁ ଇରାନ ପାକିସ୍ତାନର ସିସ୍ତାନ-ବଲୁଚିସ୍ଥାନ ଉପରେ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନର ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

ଉଭୟ ଦେଶ ମଧ୍ୟରେ କେତେବେଳେ ବି ଯୁଦ୍ଧ ଆରମ୍ଭ ହୋଇଯାଇପାରେ । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନକୁ ପଛରୁ ସମର୍ଥନ କରୁଛି ଇରାନ । ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଇରାନ । ତେବେ ପାକିସ୍ତାନ ଉପରେ ହମଲା କରିଥିବା ଇରାନ କାହିଁକି ହୁଥି ଆତଙ୍କୀଙ୍କୁ ପ୍ରଶୟ ଦେଉଛି ବୋଲି କହିଛି ଆମେରିକା।

ଯୁଦ୍ଧ ପରିସ୍ଥିତିକୁ ନେଇ ଉଭୟ ଇରାନ ଏବଂ ପାକିସ୍ତାନକୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ କରିଛି ଜାତିସଂଘ ଏବଂ ଆମେରିକା। ହ୍ବାଇଟ ହାଉସ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ କିର୍ବି ପାକିସ୍ତାନ ଓ ଇରାନ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । ଉଭୟ ଦେଶ ଚୀନ ସହ ଭଲ ସମ୍ପର୍କ ଥିବାରୁ ମଧ୍ୟସ୍ଥି କରିବାକୁ ଆଗ୍ରହ ପ୍ରକାଶ କରିଛି । ସେପଟେ ଭାରତ ଏହି ପ୍ରସଙ୍ଗକୁ ନେଇ ସମଦୂରତା ବଜାୟ ରଖିଛି । ପାକିସ୍ତାନ ଓ ଇରାନର ଏହା ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବ ନାହିଁ କହିଛି ଭାରତ। ଆସନ୍ତା ଫେବ୍ରୁଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ଇରାନ ଉପରେ ଆକ୍ରମଣ କରିଛି ପାକିସ୍ତାନ ।

ଅନଲାଇନ୍ ଗେମ୍ ପାସୱାର୍ଡ ନଦେବାରୁ ସାଙ୍ଗକୁ ମାରି ପୋଡିଦେଲେ ୪ ସାଙ୍ଗ

କୋଲକାତା :  ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ  ।  ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା ।  ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି  । ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି ।

ମୃତକ ନାବଳକ ଜଣକ ହେଲେ ୧୮ ବର୍ଷୀୟ ପାପାଇ ଦାସ । ଗତ କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ  ।  ନାବାଳକଙ୍କ ମାଆ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ସେମାନଙ୍କୁ ନାବାଳକ ନ୍ୟାୟ ବୋର୍ଡରେ ହାଜର କରାଯିବ  ।

ଭୁଲ୍ ମାଗିଲେ ‘ଅନ୍ନପୂର୍ଣ୍ଣୀ’ ସିନେମା ଷ୍ଟାର ନୟନତାରା

ନନ୍ଦିଘୋଷ ବ୍ୟୁରୋ :  ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଫିଲ୍ମକୁ ସେନସର ବୋର୍ଡର ସ୍ବୀକୃତି ସତ୍ତ୍ବେ ଏହାକୁ ଓଟିଟି ପ୍ଲାଟଫର୍ମକୁ ବାହାର କରାଯିବ ବୋଲି ସେ କେବେ ଆଶା କରିନଥିଲେ । ତେବେ ଦର୍ଶକଙ୍କ ଭାବନାକୁ ଆଘାତ ହୋଇଥିବାରୁ ନୟନତାରା ଏବଂ ଅନ୍ନପୂର୍ଣ୍ଣୀ ସିନେମାର ପୁରା ଟିମ ତରଫରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସିନେମାରେ କିଛି ଦୃଶ୍ୟକୁ ନେଇ ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ସିନେମାକୁ ନେଇ ନେଇ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଅଭିନେତ୍ରୀ ନୟନତାରାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଥିଲା । ମାମଲା ରୁଜୁ ହେବା ପରେ ଓଟିଟି ପ୍ଲାଟଫର୍ମରୁ ସିନେମାକୁ ବାଦ ଦିଆଯାଇଥିଲା । ଗତ ଡିସେମ୍ବର ପହିଲାରେ ଅନ୍ନପୂର୍ଣ୍ଣୀ ସିନେମା ହଲରେ ରିଲିଜ୍ ହୋଇଥିଲା। ସିନେମାରେ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ବିବାଦୀୟ ଡାଏଲଗ ସହ ଲଭ୍ ଜିହାଦକୁ ପ୍ରୋତ୍ସାହିତ ବିଷୟ ରହିଥିବା ଅଭିଯୋଗ ହୋଇଥିଲା।

ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ : ଆଗତ ହେବ କାମଚଳା ବଜେଟ୍‌

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଏଥିରେ ୭ଟି କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନକୁ  ଅନୁମୋଦନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ  ।

ସୂଚନା ଅନୁଯାୟୀ ୫ ତାରିଖ ପୂର୍ବାହ୍ନ ୧୧ଟାରେ ଅଧିବେଶନ ବସିବ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିଥିବାବଳେ ୮ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ । ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଦିନ ଲେଖାନୁଦାନ ପାଇଁ ବି ଆସିବ ପ୍ରସ୍ତାବ । ୯ତାରିଖରେ ଲେଖାନୁଦାନ ବ୍ୟୟ ମଂଜୁରୀ ବିଲ୍ ଗୃହରେ ପାରିତ ହେବ  । ୬ ଓ ୭ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ ।

ଏୟାର ହୋଷ୍ଟେସଙ୍କୁ କାମୁଡି ପକାଇଲେ ଯାତ୍ରୀ; ଟୋକିଓରେ ଜରୁରୀ ଅବତରଣ କଲା ବିମାନ

ନନ୍ଦିଘୋଷ ବ୍ୟୁରୋ :  ଅଧାରୁ ଟୋକିଓ ଫେରିଲା ଆମେରିକା ଯାଉଥିବା ଅଲ୍ ନିପନ୍ ଏୟାରଓ୍ବେଜ୍ (ANA) ବିମାନ । ବିମାନର ଜଣେ ଯାତ୍ରୀ ନିଶାରେ ଚୁର ହୋଇ ଜଣେ ଏୟାର ହୋଷ୍ଟେସଙ୍କୁ କାମୁଡି ଦେବାରୁ ଜରୁରୀ ଅବତରଣ କଲା ବିମାନ ।  ପ୍ଲେନ୍ ଲ୍ୟାଣ୍ଡିଂ ହେବା ପରେ ହିଁ ଯୁବକଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ୫୫ ବର୍ଷୀୟ ବ୍ୟକ୍ତି  ଅତିଧିକ ମଦ୍ୟପାନ କରି ଜଣେ ଏୟାର ହୋଷ୍ଟେସଙ୍କୁ କାମୁଡି ପକାଇଥିଲେ  । ଯାହା ଫଳରେ ଫ୍ଲାଇଟ୍ ଆଟେଣ୍ଟାଣ୍ଟ ଜଣକ ଆହତ ହୋଇ ପଡିଥିଲେ ।  ଏହି ଘଟଣା ପରେ ବିମାନରେ ଥିବା ୧୫୯ଯାତ୍ରୀଙ୍କୁ  ହନେଡା ବିମାନ ବନ୍ଦରରେ ଅବତରଣ କରାଇ ଦିଆଯାଇଛି । ଏହାପରେ ଏପରି କାଣ୍ଡ ଭିଆଇଥିବା  ମଦ୍ୟପ ଯାତ୍ରୀ ଜଣକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା  । କିନ୍ତୁ ନିଶା ଛାଡିବା ପରେ ଯାତ୍ରୀ ଜଣକ କିଛି ମନେ ନାହିଁ ବୋଲି ପୋଲିସକୁ କହିଛି ।

ଆମେରିକା, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ନୌ-ସମରାଭ୍ୟାସକୁ ମୁହଁତୋଡ଼ ଜବାବ

ନନ୍ଦିଘୋଷ ବ୍ୟୁରୋ : ଆମେରିକା, ସାଉଥକୋରିଆ ଓ ଜାପାନର ମିଳିତ ନୌ-ସମରାଭ୍ୟାସକୁ ନର୍ଥକୋରିଆର ମୁହଁତୋଡ ଜବାବ । ସାମରିକ ଡ୍ରିଲ ପ୍ରତିବାଦରେ ନର୍ଥକୋରିଆ କରିଛି ଅଣ୍ଡରଓ୍ବାଟର ନ୍ୟୁକ୍ଲିୟର ଡ୍ରୋନ । ମିଳିତ ସମରାଭ୍ୟାସରେ ଆମେରିକାର ଆଣବିକ ଶକ୍ତିସମ୍ପନ୍ନ ବିମାନବାହୀ ଜାହାଜ ସାମିଲ ହୋଇଥିବାରୁ ଉତକ୍ଷିପ୍ତ ହୋଇଛି ନର୍ଥକୋରିଆ । ଓ୍ବାଶିଂଟନ, ସିଓଲ ଓ ଟୋକିଓକୁ କଡା ଜବାବ ଦେବାକୁ ନର୍ଥକୋରିଆ ଏହି ପଦକ୍ଷେପ ନେଇଛି । ନର୍ଥକୋରିଆ କହିଛନ୍ତି- ଦେଶର ନିରାପତ୍ତା ଉପରେ ଏହି ନୌସମରାଭ୍ୟାସ ଏକ ଚାଲେଞ୍ଜ ହୋଇଛି । ପ୍ରତିବାଦରେ ନର୍ଥକୋରିଆ ପରୀକ୍ଷା କରିଛି ହେୟର-୫-୨୩ ଆଣବିକ ଅସ୍ତ୍ର ।

ସାରା ଦେଶରେ କୁହୁଡ଼ିରାଜ, ଘନକୁହୁଡ଼ିର ଆସ୍ତରଣରେ ଜନଜୀବନ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ସାରାଦେଶରେ ଜାରି କୁହୁଡ଼ିରାଜ । ଅଧିକାଂଶ ରାଜ୍ୟରେ ଘନକୁହୁଡି଼ର ଆସ୍ତରଣ । ସମଗ୍ର ଉତ୍ତରଭାରତ ସମେତ ଅନ୍ୟାନ୍ୟ ରାଜ୍ୟରେ କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେହିପରି ଟ୍ରେନ ଓ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ହୀନସ୍ତା ହୋଇଛନ୍ତି । ତେବେ ଦିଲ୍ଲୀରେ ଗତକାଲି ତୁଳନାରେ ଆଜି ଭିଜିବିଲିଟି ଉନ୍ନତ ହୋଇଥିବା ସୂଚନା ମିଳିଛି ।

ସାରା ଉତ୍ତରଭାରତରେ ଶୀତର ରାଜୁତି ଜାରି ରହିଛି । ଦିଲ୍ଲା ପାଲାମ ବିମାନବନ୍ଦରରେ ଭିଜିବିଲିଟି ୧୫୦ ମିଟର ରହିଛି । ସେପଟେ ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ କୁହୁଡି ଯୋଗୁ ଜୀବନ ପ୍ରଭାବିତ ହୋଇଛି । ଗତ କିଛି ଦିନ ଧରି ସାରା ଉତ୍ତରଭାରତରେ ଏହି ପରିସ୍ଥିତି ଲାଗି ରହିଛି । ବିଭିନ୍ନ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ବିମାନର ଉଡାଣ ସମୟ ପରିବର୍ତ୍ତନ ନେଇ ସୂଚନା ଜାରି କରାଯାଇଛି ।

ପୁଣି ଜଣଙ୍କର ଜୀବନ ନେଲା ଅନୁଗୁଳ ଏନଏଚ୍-୫୫ ; ଦୁର୍ଘଟଣାରେ ଆଶାକର୍ମୀ ମୃତ

ଅନୁଗୁଳ : ଜାତୀୟ ରାଜପଥ ୫୫ର ଦୁରବସ୍ଥା । ପୁଣି ଗଲା ଜଣଙ୍କର ଜୀବନ । ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶକର୍ମୀଙ୍କର ଜୀବନ । ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ହେଲା ଆଶାକର୍ମୀଙ୍କ ମୃତ୍ୟୁ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସିଏଚସି ଅଧିନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ସେ ମାଧପୁର ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ତାଙ୍କ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ ୫୫ ଉପରେ ଦୁର୍ଘଟଣା ଘଟି ଥିବା ବେଳେ ଜାତୀୟ ରାଜପଥର ଦୁରବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦ୍ଵକା ଦେଇଛି ।

ଘନ କୁହୁଡ଼ି ହେଲା କାଳ ; ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ପିଟିଲା ବାଇକ

ଜଳେଶ୍ୱର : ଘନ କୁହୁଡ଼ି ହେଲା କାଳ। ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ପିଟିଲା ବାଇକ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ କମର୍ଦ୍ଦା ବିଦ୍ୟୁତ ବିଭାଗର କର୍ମଚାରୀମାନେ କାମ ସାରି ଫେରୁଥିବା ବେଳେ ଉଲୁଡା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲେ । ଗୁରୁତର ଯୁବକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୁଜରାଟ ଭଦୋଦରାରେ ଡଙ୍ଗା ବୁଡ଼ି ଘଟଣା; ୧୬ଜଣଙ୍କ ସଲିଳ ସମାଧି

ଗାନ୍ଧିନଗର : ଗୁଜରାଟ ଭଦୋଦରାରେ ଡଙ୍ଗା ବୁଡ଼ି ଘଟଣା । ଦୁର୍ଘଟଣାରେ ୧୪ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ମୃତ୍ୟୁ ଘଟିଛି । ଭଦୋଦରାର ହରକାନି ଦ୍ରଦରେ ବୁଡିଯାଇଛି ଡଙ୍ଗା । ଉଦ୍ଧାରକାରୀ ଟିମ ପହଞ୍ଚି ହ୍ରଦ ମଧ୍ୟରୁ ମୃତକଙ୍କ ମୃତଦେହ ଉଦ୍ଧାର କରିଛି । ଭଦୋଦରା ଉପକଣ୍ଠରେ ଥିବା ଏହି ହ୍ରଦକୁ ପିକନିକ୍ କରିବାକୁ ଯାଇଥିଲେ ଛାତ୍ରଛାତ୍ରୀ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ଟିମ ମୁତୟନ ହୋଇଛନ୍ତି । ବୋଟରେ ମୋଟ ୨୭ ଜଣ ଥିବା ଭଦୋଦରା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।