spot_img
Home Blog Page 2238

ଜାଣନ୍ତୁ ୩୦ ବର୍ଷ ହେବ କେଉଁଠି ରହିଥିଲା ଦାଉଦ ଇବ୍ରାହିମ୍

ଇସଲାମବାଦ: ଭାରତରେ ମୋଷ୍ଟ ଓ୍ବାଣ୍ଟେଡ୍ ଭାବେ ଘୋଷଣା ହୋଇଥିବା ଦାଉଦ ଇବ୍ରାହିମର ନିଧନ ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ ତଥାପି ଅଣ୍ଡର ଓ୍ବାଲ୍ଡର ପ୍ରସିଦ୍ଧ ଡନର ପରଲୋକ ହୋଇଥିବା କୁହାଯାଉଛି । ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ମୃତ୍ୟୁ ଗୁଜବ । ପାକିସ୍ତାନରେ ଆଗୁଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଫଳରେ ସୋସିଆଲ୍ ମିଡିଆ ବି ଠପ୍ ହୋଇଛି । ଦାଉଦକୁ କେହି ବିଷ ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି। ଦାଉଦକୁ ଗୁରୁତର ଅବସ୍ଥାରେ ପାକିସ୍ତାନ କରାଚିର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଦୁଇ ଦିନ ତଳେ କରାଚିରେ ଏକ ହସ୍ପିଟାଲରେ ଦାଉଦ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ପାକିସ୍ତାନରେ ଦୀର୍ଘ ୩୦ ବର୍ଷ ହେବ ରହି ଆସୁଥିବାବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରି ଆସୁଥିଲା । ଏଜେନ୍ସି ଦ୍ବାରା ପ୍ରକାଶିତ ରିପୋର୍ଟ ମୁତାବକ କରାଚିରେ ବିଳାସପୂର୍ଣ୍ଣ ବଙ୍ଗଳାରେ ଦୀର୍ଘ ୩୦ ବର୍ଷ ହେବ ରହି ଆସୁଥିବା ଦାଉଦ ଇବ୍ରାହିମ୍ । ୬୭ ବର୍ଷୀୟ ଦାଉଦର ଘରକୁ ବହୁ କମ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା । ପୂର୍ବରୁ ଅନେକଥର ଅସୁସ୍ଥ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲେ କ୍ୟାମେରା ,ବହ ମିଡିଆ ସାମନାରୁ ତାକୁ ଲୁଚାଇ ରଖାଯାଉଥିଲା । ପାକିସ୍ତାନରେ ତିନୋଟି ଘର ଦାଉଦ ନାମରେ ରହିଥିବା ସରକାରୀ ଦଲିଲରୁ ଜଣା ପଡ଼ିଛି । କରାଚିରେ ହ୍ବାଇଟ ହାଉସରେ ସେ ଦୀର୍ଘଦିନ ଧରି ରହୁଥିବାବେଳେ ପରିବାର ସହ ଅନେକଥର ଦୁବାଇ ଯିବା ଆସିବା କରୁଥିଲା । କରାଚିର ନୁରବାଦ କଲୋନୀରେ ଦାଉର ଘର ରହିଛି । ପାହାଡ଼ିଆ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ୨୦୦୩ରେ ଆମେରିକା ଆତଙ୍କବାଦୀଭାବେ ଘୋଷଣା କରିବା ପରେ ଦୀର୍ଘବର୍ଷ ହେବ ପାକିସ୍ତାନରେ ଲୁଚି ରହିଥିଲା । କଡ଼ା ସୁରକ୍ଷା ଭିତରେ ଘରେ ରହିଥିଲା । ISI ଦ୍ବାରା କଡ଼ା ସୁରକ୍ଷା ଦିଆଯାଉଥିବାବେଳେ ବୁଲେଟପ୍ରୁଫ ଜାକେଟ ଏବଂ କାରରେ ବାହାରକୁ ଯାଉଥିବା ସୂଚନା ମିଳିଛି ।

ଦେହରେ ରାପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣ

କୋରାପୁଟ: ଦେହରେ ରାପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣର ନୂଆ ତରିକା । ୨୮ କିଲୋ ଗଞ୍ଜେଇ ସହ ଯୁବକ ଗିରଫ । ମାଫିଆଙ୍କ ଏଭଳି  ନୂଆ ତରିକାକୁ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ ଧରିଛି। କୋଲକାତା ଅଞ୍ଚଳର ଜଣେ ଯୁବକ ନିଜ ଦେହରେ ସେଲୋ ଟେପ୍ ଗୁଡାଇ, ତା’ ଭିତରେ ୮ କିଲୋ ଗଞ୍ଜେଇ ରଖିବା ସହ ବ୍ୟାଗରେ ୨୦ କିଲୋ ଗଞ୍ଜେଇ ଚାଲାଣ କରୁଥିଲା । ପାଡୁଆ ଥାନା ପୋଲିସ ତାକୁ ଦଳେଇପୁଟ ଗାଁ ନିକଟରେ କାବୁ କରିଛି । ଜବତ ଗଞ୍ଜେଇ ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ସୀମାକୁ ଚାଲାଣ ହେଉଥିଲା । ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସ ଡାଳେଡାଳେ ଗଲେ ମାଫିଆ ପତ୍ରେ ପତ୍ରେ ଯାଉଥିବାରୁ ଏହା ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି।

ଆସନ୍ତାକାଲି ହେବ ଆଇପିଏଲ ୨୦୨୪ ପାଇଁ ନିଲାମୀ, ଜାଣନ୍ତୁ ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ହେବ ଦୁବାଇରେ ନିଲାମୀ । ଏଥର ବିସିସିଆଇ ନୂଆ ଯୋଜନା କରିଛି । ଯେଉଁଥିରେ ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହିତ ରାଶିର ବ୍ୟବସ୍ଥା କରାଯିବ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଆଇପିଏଲ ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆରେ ସାମିଲ ହେଲେ ଫ୍ରାଞ୍ଚାଇଜମାନେ ପ୍ରଥମେ ପ୍ରଥମେ କେବଳ ମ୍ୟାଚ ଫିସ ହିଁ ଦେଉଥିଲେ । ଏବେ ଯଦି କୌଣସି ଆଇପିଏଲ ଅନକ୍ୟାପ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କୁ ଅଧିକ ଦରମା ମିଳିବ। ଅର୍ଥାତ ପୂର୍ବରୁ କୌଣସି ଅନକ୍ୟାପ ଖେଳାଳି ଆଇପିଏଲ ବିଡିଂରେ ଯେତିକି ମୂଲ୍ୟରେ କିଣାଯାଇଥିବେ ସେହି ଅନୁସାରେ ହିଁ ତିନି ବର୍ଷ ଯାଏଁ ଦରମା ମିଳୁଥିଲା ।

ଏବେ ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ମଧ୍ୟରେ ଯଦି କୌଣସି ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି ତେବେ ଆଇପିଏଲରେ ତାଙ୍କୁ ସେହି ଅନୁସାରେ ଦରମା ମିଳିବ । ତିନି ବର୍ଷଯାକ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ । ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ ଖେଳାଳି ।  ଯେଉଁଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ୩୩୩ ଖେଳାଳିରୁ ୧୧୬ କ୍ୟାପଡ ଓ ୨୧୫ ଅନକ୍ୟାପଡ ଖେଳାଳି ବିଡିଂରେ ସାମିଲ ହୋଇଛନ୍ତି । ସେହିପରି ୧୧୯ ବିଦେଶୀ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ଥିବାବେଳେ ଇଂଲଣ୍ଡରୁ ସର୍ବାଧିକ ୨୫ ଖେଳାଳି ସାମିଲ ଅଛନ୍ତି । ତେବେ ଆସନ୍ତାକାଲି କେଉଁ ଖେଳାଳିଙ୍କ ଦର କେତେ ଉଚ୍ଚା ରହିବ ସେ ନେଇ ଅଙ୍କ କଷା ଚାଲିଛି । ସହଯୋଗୀ ଦେଶର ୨ ଖେଳାଳୀ ବିଡିଂରେ ମଧ୍ୟ ସାମିଲ ହେବେ ।

ଏହି ତାଲିକାରେ ରହିଛନ୍ତି ଜଣେ ଓଡ଼ିଆ ଖେଳାଳି । ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ସ୍ଥାନ । ବିଭିନ୍ନ ଦଳରେ ୭୭ ଖେଳାଳିଙ୍କ ପାଇଁ ଖାଲି ପଡ଼ିଛି ସ୍ଥାନ । ଆଇପିଏଲରେ ୩୦ ବିଦେଶୀ ଖେଳାଳୀଙ୍କୁ ନେଇ ପାରିବେ ଦଳ । ୨୩ ଜଣ ଖେଳାଳୀଙ୍କ ସର୍ବନିମ୍ନ ମୂଲ୍ୟ ରହିଛି ୨ କୋଟି ଟଙ୍କା । ୧୩ ଜଣଙ୍କ ବେସ ପ୍ରାଇସ ରହିଛି ଦେଢ କୋଟି କୋଟି ଟଙ୍କା । ୨ କୋଟି ଟଙ୍କା ବର୍ଗରେ ଭାରତର ୩ ଖେଳାଳି ଅଛନ୍ତି । ହର୍ଷଲ ପଟେଲ, ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବଙ୍କ ସର୍ବନିମ୍ନ ମୂଲ୍ୟ ୨ କୋଟି ରହିଛି । ଗୁଜରାଟ ଟାଇଟାନ ପାଖରେ ଅଛି ସର୍ବାଧିକ ୩୮. ୧୫ କୋଟି ଟଙ୍କା । ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି ଟଙ୍କା ରହିଛି । ୧୦ ଦଳ ପାଖରେ ଅଛି ମୋଟ ୨୬୨.୯୫ କୋଟି ଟଙ୍କା ।

ପୁଣି ବର୍ଷାରେ ବେହାଲ ତାମିଲନାଡ଼ୁର ସ୍ଥିତି

ଚେନ୍ନାଇ: ତାମିଲନାଡୁରେ ପୁଣି ବର୍ଷା ବିଗାଡ଼ିଲା ସ୍ଥିତି । ୪ ଜିଲ୍ଲାରେ ପ୍ରବଳ ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତିରୁନେଲଭେଲି, ତୁତିକୋରିନ, ଟେନକାସୀ ଏବଂ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଦକ୍ଷିଣ ତାମିଲନାଡୁ ଅଂଚଳରେ ବିତ୍ପାତ ସୃଷ୍ଟି କରିଛି ବର୍ଷା। ୨୪ ଘଣ୍ଟା ମଧ୍ୟରେ ତୁତିକୋରିନ ଜିଲ୍ଲାର ତିରୁଚେନ୍ଦୁର ନାମକ ସ୍ଥାନରେ ସର୍ବାଧିକ ୬୦ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ପଲୟମକୋଟ୍ଟାଇରେ ସର୍ବାଧିକ ୨୬ ସେଣ୍ଟିମିଟର ଏବଂ କନ୍ୟାକୁମାରୀରେ ୧୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି।

ବର୍ଷାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ଷା ସ୍ଥିତିରୁ ୪ ଜିଲ୍ଲାରେ ଆଜି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ଉଦ୍ଧାରକାର୍ଯ୍ୟ ଲାଗି ପ୍ରସ୍ତୁତ ରହିଛନ୍ତି ଟିମ । ସ୍କୁଲ, କଲେଜ, ବ୍ୟାଙ୍କ ଓ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଛୁଟି କରି ଦିଆଯାଇଛି । ଅନେକ ଘରୋଇ କମ୍ପାନୀ ମଧ୍ୟ ଛୁଟି ଘୋଷଣା କରିଛନ୍ତି । ବର୍ଷାରୁ ଟ୍ରେନ, ବସ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି । ତିରୁନିଭେଲି, ଥୁଟିକୁଡ଼ି ଏବଂ କନ୍ୟାକୁମାରୀରେ ସ୍ଥିତି ବିଗିଡିଛିୁ। ୩ ଡ୍ୟାମରୁ ପାଣି ଛଡାଯିବାରୁ ତଳିଆ ଅଂଚଳ ଜଳମଗ୍ନ ହୋଇ ପଡିଛି । ତାମ୍ରପାଣି ନଦୀ ଫୁଲିକି ଚାଲିଛି। ଡ୍ୟାମ ଗୁଡିକର ସଠିକ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।

ସୋମବାର ମଧ୍ୟ ତାମିଲନାଡୁରେ  ପ୍ରବର୍ଷ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ଥିତିର ସମୀକ୍ଷା ଲାଗି ବରିଷ୍ଠ ଅଧିକାରୀଙ୍କ ସହ କିଛି ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଧାରକାର୍ଯ୍ୟ ଲାଗି ରିଲିଫ୍ ବୋଟ୍ ପ୍ରସ୍ତୁତ ରହିଛି। ଦୁଇଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ପ୍ରତି ଟିମରେ ୫୦ ସଦସ୍ୟ ରହିଛନ୍ତି। ସେହିପରି ୩ଟି ଏସଡିଆରଏଫ୍ ଟିମ କନ୍ୟାକୁମାରୀ ଜିଲ୍ଲାରେ ମୁତୟନ ହୋଇଛନ୍ତି। ଏହାବାଦ ୪ ହଜାର ପୋଲିସ କର୍ମୀଙ୍କୁ ପ୍ରଭାବିତ ଅଂଚଳରେ ନିୟୋଜିତ କରାଯାଇଛି। ପ୍ରବଳ ବେଗରେ ପବନ ବହୁଥିବାରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ କରାଯାଇଛି । ତୁତିକୋରିନକୁ ଯିବାକୁ ଥିବା ବିମାନ ଗୁଡିକର ଗତିପଥ ପରିବର୍ତନ କରାଯାଇଛି। ୧୭ଟି ଟ୍ରେନର ଚଳାଚଳ ରଦ୍ଦ କରାଯାଇଛି।

ଲୋକଙ୍କ ହାତ ପାହାନ୍ତାରେ ମିଳିବ ବ୍ୟାଙ୍କିଙ୍ଗ ସେବା, ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ

ଭୁବନେଶ୍ବର: ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ । ଲୋକଙ୍କ ହାତ ପାହାନ୍ତାରେ ମିଳିବ ବ୍ୟାଙ୍କିଙ୍ଗ ସେବା । ରାଜ୍ୟ ସରକାର ପ୍ରତି ପଂଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଘୋଷଣା କରିବା ପରେ ଏଵେ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ପହଂଚାଇବା ପାଇଁ ଅଣ୍ଟା ଭିଡିଛି  ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ । ଲୋକଙ୍କ ପାଖରେ କିଭଳି ସଠିକ ବ୍ୟାଙ୍କିଙ୍ଗ ସେବା ପହଞ୍ଚିବ ସେନେଇ ଭୁବନେଶ୍ୱରରେ ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଛି । ଏହା ସହ ବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା କୁ ମଧ୍ୟ କିଭଳି ସମାଧାନ ହୋଇ ପାରିବ ସେ ନେଇ ବୈଠକ ରେ ବିଶେଷ ଆଲୋଚନା ହୋଇଛି ।

ଶାରଳା ମନ୍ଦିର ମୁଖ୍ୟହୁଣ୍ଡିରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଶାରଳା ମନ୍ଦିର ମୁଖ୍ୟହୁଣ୍ଡିରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲକ୍ଷାଧିକ ଟଙ୍କା, ମୋବାଇଲ ଫୋନ୍‌ ଓ କଟର ମେସିନ ଜବତ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ର ମାଆ ଶାରଳାଙ୍କ ମୁଖ୍ୟହୁଣ୍ଡିର ତାଲା କାଟି ଗତ ୧୪ ତାରିଖରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି କରଞ୍ଜିଆରୁ କେନ୍ଦୁଝର ଜିଲ୍ଲା କେରି ମଇନ ଦାକେଲ ଗାଁର ଋଷି ମହନ୍ତକୁ ଗିରଫ କରିଛି। ତା’ ଠାରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା, ଦୁଇଟି ମୋବାଇଲ ଫୋନ୍, କଟର ମେସନ  ଓ ରେଞ୍ଚି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଋଷି ମହନ୍ତ ଗତ ଜୁନ ମାସରେ ଶାରଳା ମନ୍ଦିରକୁ ଆସି ଲୁଟ କରିବାର ଯୋଜନା ପ୍ରସ୍ତୁତ କରି ଫେରି ଯାଇଥିଲା  । ଗତ ୧୪ ତାରିଖରେ ଚୋରି କରିଥିଲା ବୋଲି ଆଜି ଜଗତସିଂହପୁର ଅତିରିକ୍ତ ଏସପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆଉ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି ।

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପୋଲିସର ଖୋଳତାଡ଼ ଜାରି

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପୋଲିସର ଖୋଳତାଡ଼ ଜାରି। ମାଷ୍ଟରମାଇଣ୍ଡ ଲଳିତ ଝା ସହାୟତାରେ ପୋଡ଼ା ଯାଇଥିବା ୪ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଅଧିକ ପ୍ରମାଣ ସଂଗ୍ରହ ଲାଗି ୬ ରାଜ୍ୟରେ ତନାଘନା ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ,  ମହାରାଷ୍ଟ୍ର ଓ ପଶ୍ଚିମବଂଗରେ ଚାଲିଛି ଖୋଳତାଡ଼ । ଅଭିଯୁକ୍ତଙ୍କ ବ୍ୟାଙ୍କ୍ କାରବାର ଲିଙ୍କ୍ ଯାଞ୍ଚ କରିବାକୁ ଅଲଗା ଅଲଗା ୫୦ଟି ଟିମ କରି ଚାଲିଛି ତଦନ୍ତ। ଅଭିଯୁକ୍ତଙ୍କ ସାଥିରେ ନେଇ ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସାକେତ ଦକ୍ଷିଣ ରେଂଜ ଟିମ୍ ଅଭିଯୁକ୍ତ ସାଗର ଶର୍ମାକୁ ଜେରା କରୁଛି । ସେହିପରି ଜନକପୁରୀରେ ଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମାଷ୍ଟରମାଇଣ୍ଡ ଲଳିତ ଝାକୁ ନେଇ ତଦନ୍ତ ଜାରି ରଖିଛି।

ଲଳିତ ପୋଡ଼ିଥିବା ୪ ସାଥିଙ୍କ ମୋବାଇଲ ଫୋନ ଜବତ କରିଛି ଦିଲ୍ଲୀ ପୋଲିସ । ରାଜସ୍ଥାନର ନାଗୁରରୁ ପୋଡି ଯାଇଥିବା ଅବସ୍ଥାରେ ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଅଭିଯୁକ୍ତ ମନୋରଂଜନ ଡି. କୁ ଦିଲ୍ଲୀ ପୋଲିସର ନ୍ୟୁଡେଲି ରେଂଜ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ନୀଲମକୁ ନ୍ୟୁ ଫ୍ରେଣ୍ଡସ କଲୋନୀ ସ୍ଥିତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜେରା କରୁଛି । ମାମଲାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅଲଗା ଅଲଗା ତଦନ୍ତକାରୀ ଟିମକୁ ଜେରା ପାଇଁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ଟିମ ଜେରା କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଏନଏଫସି ସ୍ପେଶାଲ ସେଲ୍ ଟିମ୍ ପୁଣିଥରେ ଜେରା କରିବ ବୋଲି ଜଣାପଡିଛି ।

ମେଡିକାଲରେ ଭର୍ତ୍ତିହେଲେ ଭେଟେରାନ ଅଭିନେତ୍ରୀ ତନୁଜା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ମାଆ ତନୁଜା ମେଡିକାଲରେ ଭର୍ତ୍ତି । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି । ହଠାତ ଅସୁସ୍ଥ ହୋଇ ପଡ଼ିଥିବାବେଳେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ଚିକତ୍ସିତ ହେଉଛନ୍ତି । ସେ ଏବେ ଆଇସିୟୁରେ ରହିଥିବା ସୂଚନା ମିଳିଛି । ୮୦ ବର୍ଷୀୟା ତନୁଜାଙ୍କ ଉପରେ ଏବେ ଡାକ୍ତରମାନେ ନଜର ରଖିଛନ୍ତି । ଶୀଘ୍ର କିପରି ସେ ସୁସ୍ଥ ହେବେ ସେ ନେଇ ବହୁ ପ୍ରଂଶସକମାନେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ୧୯୪୩ ସେପ୍ଟେମ୍ବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ତନୁଜା ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ତାଙ୍କ ନିଖୁଣ ଅଭିନୟକୁ ଆଜି ମଧ୍ୟ ବେଶ ପ୍ରଂଶସା କରାଯାଉଛି । ହାତୀ ମେରା ସାଥୀ, ଦୋ ଚୋର ଭଳି ବହୁ ସୁପରହିଟ୍ ଫିଲ୍ମରେ ନିଜର ଜ୍ବଳନ୍ତ ଅଭିନୟର ଛାପ ଛାଡ଼ିଛନ୍ତି।

ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା: ଗ୍ରାମ ରୋଜଗାର ସେବକ- ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ହେଲେ ଅଁଳାଯୋଡ଼ି ଗାଁର ସୌମ୍ୟ ରଞ୍ଜନ ମାହାନା। ବୟସ ୨୬ ବର୍ଷ । ସେ କଣାସ ବ୍ଲକରେ ଗ୍ରାମ ରୋଜଗାର ସେବକ ଭାବେ କାମ କରୁଥିଲେ । ସୌମ୍ୟ ନିୟମିତ ଭାବେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ଏକ ଆୟୁର୍ବେଦିକ କ୍ଲିନିକକୁ ଯିବା ଆସିବା କରୁଥିଲେ । ସେଇଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସେ ଆତ୍ମହତ୍ୟା କରିଥିବା ସାଙ୍ଗମାନେ ଘରକୁ ଖବର ଦେଇଥିଲେ । ତେବେ ପରିବାର ଲୋକ ପହଞ୍ଚିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହକରି ସୌମ୍ୟଙ୍କ ବାପା ସୁରେଶ ଚନ୍ଦ୍ର  ମାହାନା ଥାନାରେ ଏତଲା ଦେଇଛନ୍ତି । ଏତଲାରେ ଜଣେ ଝିଅର ନାଁ ସହ ଆଉ ଦୁଇଜଣଙ୍କ ନାଁ ଉଲ୍ଲେଖ ରହିଛି । ଜଣେ ଝିଅ ସହ ସୌମ୍ୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଚର୍ଚ୍ଚା ହେଉଛି । ପ୍ରେମ ପରେ ଝିଅ ପ୍ରତାରଣା କରିବାରୁ ସୌମ୍ୟ ବିରୋଧ କରିଥିଲେ । ଝିଅ କିଛି ଯୁବକଙ୍କ ଦ୍ବାରା ସୌମ୍ୟଙ୍କୁ ହତ୍ୟା କରିଥିବା ସୌମ୍ୟଙ୍କ ଭଉଣୀ  ଅଭିଯୋଗ କରିଛନ୍ତି। ପୋଲିସ୍ ସୌମ୍ୟଙ୍କ ମୃତଦେହ, ସ୍କୁଟି, ମୋବାଇଲ ଫୋନ, ଘରର ଚାବି, ମଦ ବୋତଲ ସହ ଅନ୍ୟ ସାମଗ୍ରୀ ଜବତ କରି ତଦନ୍ତ କରୁଛି । ତଦନ୍ତ ପରେ ସବୁ ସ୍ପଷ୍ଟ ବୋଲି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।

ପୁଣି ଡରାଇଲାଣି କରୋନା, ଫେରିବ କି ମାସ୍କ

ନୂଆଦିଲ୍ଲୀ: କରୋନା ଭାଇରସ କଥା ମନେ ପଡ଼ିଗଲେ ଆଜି ମଧ୍ୟ ଦେହ ସିତେଇପଡ଼େ । ସହଜ ବୋଲି ଭାବିଥିବା ଭାଇରସ ଅନେକଙ୍କ ଜୀବନ ନେଇଛି । ତେବେ ପୁଣିଥରେ କରୋନା ଭାଇରସ ଚିନ୍ତା ବଢ଼ାଇଲାଣି । ରବିବାର ଦେଶରେ ୩୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି । କେବଳ କେରଳର ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୧ ରହିଛି । ତଥ୍ୟ ଅନୁଯାୟୀ ଏହି ରୋଗରୁ ୪,୪୪,୬୯,୭୭୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୯୮.୮ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧.୧୯ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ କରୋନା ଭାଇରସ ଦେଶରେ ଚିନ୍ତାର ବିଷୟ ପାଲଟିଥିଲା ।

କରୋନା ଭାଇରସ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଲୋକେ ମାସ୍କକୁ ଭଉଳି ଗଲେଣି । ସମସ୍ତଙ୍କ ମୁହଁରେ ମାସ୍କ ରହୁଥିବାବେଳେ ଏବେ କିନ୍ତୁ କାଭାଁ ଲୋକ ବ୍ୟବହାର କରୁଛନ୍ତି । ତେବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ହୋଇଥିବାବେଳେ କୁହାଯାଉଛି କି, ପୁଣିଥରେ ମାସ୍କ ଫେରିବ । କେରଳରେ ପୁଣିଥରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାବେଳେ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କ ସଚେତନ କରାଯାଉଥିବାବେଳେ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ସଜାଗ ରହିଛନ୍ତି ।