ଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଉତ୍ସବର ମଜା ନେବେ ରାଜଧାନୀବାସୀ । ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ଏଥିରେ ଅନୁଷ୍ଠିତ ହେବ ସଙ୍ଗୀତର ମୂର୍ଚ୍ଛନା । ଯେଉଁଠାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ । ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକ କାର୍ଯ୍ୟକ୍ରମ ରହିଛି। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁଙ୍କ ଭଳି କଳାକାର ଯୋଗଦେବେ । ସେହିପରି ୪ ଫେବ୍ରୁଆରୀ ସଙ୍ଗୀତର ତାଳେ ତାଳେ କାର୍ଯ୍ୟକ୍ରମରେ ଅନୁରାଧା ପୌଡୱାଲ,ସୁରେଶ ୱାଡେକର ଯୋଗଦେବେ । ୫ ତାରିଖରେ ଅଭୁଲା ଅତୀତ, ୬ରେ ଭାଷା ହିଁ ଭବିଷ୍ୟତ, ୭ରେ ବସନ୍ତର ସ୍ୱର, ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା, ୯ରେ ତୁମେ ଚାହିଁଲ ବୋଲି କାର୍ଯ୍ୟକ୍ରମରେ ଜୁବିନ ନୌତାଆଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଉତ୍ସବରେ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ ସାମିଲ କରାଯାଇଛି। ଗୋଟିଏ ଷ୍ଟଲରେ ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ରାତ୍ରିକାଳୀନ ବଜାର ଖୋଲିବ। ଭୁବନେଶ୍ୱର କାହାଣୀ ଉତ୍ସବ ବା ଭୁ-ଫେଷ୍ଟୋର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଏପିଜେ ଅବଦୁଲ କାଲାମ ପାର୍କ, ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ୨୦୦ଟି ଡ୍ରୋନ ସାମିଲ ହେବ ।
ପୁଣି ଦୁଲୁକିଵ ବିଶ୍ବର ସର୍ଵ ଵୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍
ରାଉରକେଲା: ପୁଣି ଦୁଲୁକିଵ ବିଶ୍ବର ସର୍ଵ ଵୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ । ଫେବୃଆରି ୧୨ ତାରିଖ ଠାରୁ ଫେବୃଆରି ୧୮ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେଵ ମହିଳା FIH ହକି ପ୍ରୋ ଲିଗ । ସେହିପରି ଫେବୃଆରି ୧୯ ତାରିଖ ଠାରୁ ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଵ FIH ହକି ପ୍ରୋ ଲିଗ ପୁରୁଷ ମ୍ୟାଚ । ଫେବ୍ରୁଆରି ୧୨ ତାରିଖ ମହିଳା ଵିଭାଗରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ । ସେହିପରି ଫେବୃଆରି ୧୯ ତାରିଖ ପୁରୁଷ ଵିଭାଗରେ ଆୟରଲ୍ୟାଣ୍ଡ ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଫେବୃଆରି ତିନି ତାରିଖ ଠାରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା FIH ହକି ପ୍ରୋ ଲିଗ ।
ଫେବୃଆରି ତିନି ତାରିଖ କଳିଙ୍ଗ ଷ୍ଟାଡିୟମ ଠାରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଭୁବନେଶ୍ୱରରେ ଫେବୃଆରି ୧୦ ତାରିଖ ଠାରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ FIH ହକି ପ୍ରୋ ଲିଗ ଅନୁଷ୍ଠିତ ହେଵ। ଭୁବନେଶ୍ଵର ଓ ରାଉରକେଲା ଠାରେ FIH ହକି ପ୍ରୋ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୁଷ FIH ହକି ପ୍ରୋ ଲିଗରେ ଆୟରଲ୍ୟାଣ୍ଡ, ଇଣ୍ଡିଆ, ସ୍ଫେନ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିବେ। ସେହିପରି ମହିଳା FIH ହକି ପ୍ରୋ ଲିଗରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା, ଚାଇନା, ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିବେ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁଣି ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାରୁ ହକି ଖେଳାଳି ଓ ଦର୍ଶକ ଖୁସି ପ୍ରକାଶ କରିଛନ୍ତି ।
ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ
ଭୁବନେଶ୍ବର: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ। ୬ତାରିଖ ସନ୍ଧ୍ୟାରେ ତାଙ୍କୁ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ। ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏବେ ରାହୁଲଙ୍କ ଭାରତ ନ୍ୟାୟ ଯୋଡ଼ୋ ଯାତ୍ରା ବିହାରରେ ଚାଲିଛି ।

