spot_img
Home Blog Page 2256

ଆଜି ମହୁଆଙ୍କ ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର ପ୍ରସଙ୍ଗ। ଆଜି ମହୁଆଙ୍କ ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ। ଲୋକସଭାରୁ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହୁଆ। ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ବିନା କୌଣସି ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ମହୁଆ କହିଛନ୍ତି, ମୁଁ କୌଣସି ଅପରାଧ କରିନି। ଏଥିକ୍ସ କମିଟିର କୌଣସି ଅଧିକାର ନାହିଁ କାହାକୁ ବହିଷ୍କାର କରିବ। ଏପରି କରି ନାରୀ ଶକ୍ତିକୁ ସଂସଦରେ ଅପମାନିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ବିଜେପି ସରକାରଙ୍କୁ ହରଡ଼ଘଣାରେ ପକାଇବା ଲାଗି ପ୍ରଶ୍ନ କରିବାରୁ ମହୁଆ ୨ କୋଟି ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି। ୫୦୦ ପୃଷ୍ଠାର ଏଥିକ୍ସ ରିପୋର୍ଟରେ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରାଯାଇଥିଲା । ଗତ ୮ତାରିଖରେ ସଂସଦରେ ରିପୋର୍ଟ ଉପସ୍ଥାପନ ହେବାପରେ ଭଏସ ଭୋଟରେ ବହିଷ୍କାରକୁ ସମର୍ଥନ କରିଥିଲେ ବିଜେପି ଓ ସମର୍ଥିତ ସାଂସଦ।

ରାଉରକେଲାରେ ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା

ରାଉରକେଲା: ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା। ରାଉରକେଲା ସିଆଇଏସଏଫ କ୍ୟାମ୍ପସ ପରିସରରେ ଏକ ଗଛରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜାମ୍ମୁ କାଶ୍ମୀର କାଠୁଆ ଅଞ୍ଚଳର ୩୧ ବର୍ଷୀୟ ସାହିଲ କୁମାର।

ତେବେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ସାହିଲଙ୍କ ବିବାହ ତାରିଖ ଠିକ୍ ହୋଇଥିଲା। କିଛିଦିନ ତଳେ ସେ ନିର୍ବନ୍ଧ ସାରି ପୁଣି ରାଉରକେଲା ଫେରି କାର୍ଯ୍ୟରେ ଯୋଗଦେଇଥିଲେ। ଆଜି ସକାଳୁ ଗଛରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବର୍ତ୍ତମାନ ଗୋଟିଏ ପାଖରେ ପଶ୍ଚିମାଝଡ଼ ସକ୍ରିୟ ରହିଛି। ତେଣୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବେଶ କରିପାରୁନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଏହା ଦୁର୍ବଳ ହେବ ଓ ଏହା ପରେ ପୁଣି ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ପ୍ରବଳ ଶୀତ ହୋଇପାରେ। ଏବେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଫୁଲବାଣୀ, କୋରାପୁଟରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।  ଆଗକୁ ବିଭିନ୍ନ ସ୍ଥାନରେ ଶୀତ ସହ କୁହୁଡ଼ି ମଧ୍ୟ ପଡ଼ିପାରେ। ବିଶେଷକରି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ସୁଟିଂ ସେଟରେ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ 

ମୁମ୍ୱାଇ: ଫିଲ୍ମ ସୁଟିଂ ବେଳେ ହାର୍ଟଆଟାକ୍। ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଫିଲ୍ମର ସୁଟିଂ କରୁଥିବାବେଳେ ହୃଦଘାତ ହୋଇଥିବା ସୂଚନା ମିଳିଛି। ଆକ୍ଟର ଅକ୍ଷୟ କୁମାରଙ୍କ ସହ ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି। ସୁଟିଂ ଶେଷ କରିବା ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ବାଇ ବେଲେଭ୍ୟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛି।

ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଠାରେ ଶ୍ରେୟସ୍ ଅପରାହ୍ନରେ ତାଙ୍କ ସହିତ ୱେଲକମ୍ ଟୁ ଜଙ୍ଗଲ ଫିଲ୍ମର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।

ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। ରାଜସ୍ଥାନରେ ଆରମ୍ଭ ହେବ ଭଜନ ଲାଲ ସରକାର। ଜୟପୁରର ଆଲବର୍ଟ ହଲ ପରିସରରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲଲଙ୍କ ସହ ଦୀୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଉତ୍ସବରେ ବିଜେପିର ବରିଷ୍ଠ ନେତାମାନେ ଯୋଗଦେବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି।

ଭଜନ ଲାଲ ଶର୍ମା ବ୍ରାହ୍ମଣ ସମାଜରୁ ଆସୁଥିବା ଜଣେ ମଜଭୁତ ଚେହେରା। ଦୀର୍ଘ ୫୦ ବର୍ଷ ପରେ ରାଜସ୍ଥାନରେ ଜଣେ ବ୍ରାହ୍ମଣ ଚେହେରା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ସାଙ୍ଗନେରରୁ ବିଧାୟକ ହୋଇଛନ୍ତି ଭଜନଲାଲ ଶର୍ମା। ଚାରି ଥର ରାଜ୍ୟ ବିଜେପିର ମହାସଚିବ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ସଂଘ ସହ ତାଙ୍କର ପରିବାରର ଘନିଷ୍ଠତା ମଧ୍ୟ ତାଙ୍କୁ ଟପ୍ ପୋଷ୍ଟ ପ୍ରଥମ ପସନ୍ଦ ସାଜିଥିବା ଚର୍ଚ୍ଚା ହେଉଛି।

 

 

ଆଜି ଏକାମ୍ରକୁ ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଏକାମ୍ର ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ। ଗାଁର କୋଣଅନୁକୋଣରେ ବିକାଶ ହେବ ଆହୁରି ତ୍ବରାନ୍ବିତ। ଆଜି ଏକାମ୍ର ଭୁବନେଶ୍ବରରେ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ। ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ।

ଜଳ ସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍ ନିର୍ମାଣ କରାଯିବ। ଏହାଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂରହେବ। ସେଠାରେ ଭବିଷ୍ୟତରେ ବୋଟିଂ ବ୍ୟବସ୍ଥା ବି କରାଯାଇ ଧଉଳିର ପର୍ଯ୍ୟଟନ ବିକାଶ କରାଯିବ।

ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟାନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩ କେ.ଭି. ଗ୍ରିଡ ସବ୍-ଷ୍ଟେସନ ନିର୍ମାଣ କାର୍ଯ୍ୟର ବି ଶିଳାନ୍ୟାସ କରାଯିବ ।

ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର :  ଆଜି ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଶଙ୍ଖଭବନରେ ବୈଠକ ବସିବ। ଏଥିରେ ସମସ୍ତ ବିଧାୟକ, ସାଂସଦଙ୍କ ସହ ଛାମୁଆ ସଂଗଠନ, କର୍ମକର୍ତ୍ତା, ଆମନ୍ତ୍ରିତ କର୍ମକର୍ତ୍ତା ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଗଣଦୌଡ଼ ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରାଯିବ। ୨୬ ବର୍ଷ ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ନେତୃତ୍ବରେ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି ଅନୁଷ୍ଠିତ ହେବ। ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହେବ।

ଅନ୍ୟପଟେ ରାଜ୍ୟରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ସଫଳ ହୋଇଛି। ପ୍ରତିନିର୍ବାଚନ ମଣ୍ଡଳୀରୁ ୨୦୦ ଲେଖାଏଁ ମୋଟ ୩୦ ହଜାର ସକ୍ରିୟ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜୋନାଲରେ ୨ ଲକ୍ଷ ୮୦ ହଜାର କର୍ମକର୍ତ୍ତା ପ୍ରଶିକ୍ଷଣ ନେଇସାରିଲେଣି। ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଲୋକଙ୍କର ସେବା କରିଆସୁଛି ବିଜୁ ଜନତା ଦଳ। ରାଜନୈତିକ କାର୍ଯ୍ୟକ୍ରମ ସହ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଦଳ ସବୁଠି ପ୍ରଶଂସିତ ହେଉଛି। ଦଳର କର୍ମକର୍ତ୍ତା, ଜନପ୍ରତିନିଧି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପନିର୍ବାଚନ, ସମବାୟ ନିର୍ବାଚନ, ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଭଲପାଇବା  ପ୍ରମାଣିତ ହୋଇଛି । ୩୦ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ୮୦ ପ୍ରତିଶତ ପୌରାଞ୍ଚଳରେ ବିଜେଡି ବିଜୟୀ ହୋଇଛି । ଯାହାକି ଓଡ଼ଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି ।

ସଂସଦ ଷଡ଼ଯନ୍ତ୍ର ମାମଲା, ଆତ୍ମସମର୍ପଣ କଲା ମାଷ୍ଟର ମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ: ସଂସଦ ଷଡ଼ଯନ୍ତ୍ର ମାମଲା । ଆତ୍ମସମର୍ପଣ କଲା ମାଷ୍ଟର ମାଇଣ୍ଡ ଲଳିତ ଝା । ଦିଲ୍ଲୀ କର୍ତ୍ତବପଥ ଥାନାରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ ପରେ ଅଭିଯୁକ୍ତ ଲଳିତକୁ ଗିରଫ କରିଛି ପୋଲିସ । ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ୪ଜଣଙ୍କୁ ଆତଙ୍କବାଦୀ ନିରୋଧୀ ଆଇନ, ୟୁଏପିଏ ଅଧୀନରେ ଗିରଫ କରାଯାଇଛି । ଅପରାଧିକ ଷଡ଼ଯନ୍ତ୍ର ପରି ସଂଗୀନ ଦଫା ମଧ୍ୟ ଲାଗିଛି । ସେହିପରି ୪ ଅଭିଯୁକ୍ତଙ୍କୁ ଘରେ ରଖିଥିବା ଅଭିଯୋଗରେ ଗୁରଗାଓଁର ଭିକି ଶର୍ମା ଓ ତାଙ୍କ ପତ୍ନୀ ରେଖାଙ୍କୁ ଅଟକ ରଖାଯାଇଛି ।ନିଲମ ଆଜାଦ୍ ଓ ଅମୋଲ ସିନ୍ଦେଙ୍କ ଭିଡିଓ ସୁଟ୍ କରିଥିଲେ ଲଳିତ ।

ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ୨୪ ଵର୍ଷୀୟ ଏନେମ ଲୁଗୁନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀଙ୍କ ଘର ଝିରପାଣି ଥାନା ଅନ୍ତର୍ଗତ ମାଷ୍ଟରଟୋଲି । ଏଏନଏମ ଲୁଗୁନ ହତ୍ୟା ମାମଲାରେ ଗିରଫ ହୋଇ ୨୦୨୧ରୁ ରାଉରକେଲା ସ୍ବତନ୍ତ୍ର ଜେଲ ହାଜତରେ ଥିଲା । ତେବେ ସେ ଅସୁସ୍ଥ ଥିବାରୁ ରାଉରକେଲା, ବୁର୍ଲା ଓ କଟକରେ ଚିକିତ୍ସିତ ହେଉଥିବା ରାଉରକେଲା ସ୍ବତନ୍ତ୍ର ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ସକାଳେ ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଇନ ଅନୁସାରେ ମାଜିଷ୍ଟ୍ରେଟ ସ୍ତରୀୟ ଓ  ଜୁଡିସିଆଲ ତଦନ୍ତ ହେଵ ଵୋଲି ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ

କଳାହାଣ୍ଡି: ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ । ହେଲିକେପ୍ଟର ଯୋଗେ ଆଜି ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବା ପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ବୈଠକ  ଅନୁଷ୍ଟିତ ହୋଇଥିଲା । ଏଥିରେ ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଏଡିଜିପି ଦେବବ୍ରତ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, କଳାହାଣ୍ଡି ଏସପି ଅଭିଳାଷ ଜି, ବୌଦ୍ଧ ଏସପି ରାଜ ପ୍ରାସାଦ, କନ୍ଧମାଳ ଏସପି, ସୁଧାଂଶୁ ପାତ୍ର, ବଲାଙ୍ଗୀର ଏସପି ହୃଷୀକେଶ ଡି. ଖିଲାଡ଼ି, ନବରଙ୍ଗପୁର ଏସପି ରୋହିତ ବର୍ମା, ନୂଆପଡ଼ା ଏସପି ରାଘବେନ୍ଦ୍ର ରେଡ୍ଡୀ ଓ ସିଆରପିଏଫ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ମାଓ ସ୍ଥିତିର ସମୀକ୍ଷା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସମୀକ୍ଷା କରାଯାଇଥିଲା । ପରେ ଜିଲ୍ଲାର ମଦନପୁର ରାମପୁରକୁ ଯାଇ ଥାନା ପରିଦର୍ଶନ କରିବା ସହ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜିପି । ଜିଲ୍ଳାର ୧୩ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ମାଓ ସ୍ଥିତି କିଭଳି ରହିଛି ତାହାର ଟିକିନିଖି ସମୀକ୍ଷା କରିଛନ୍ତି ଡିଜିପି । ଛତିଶଗଡ଼ ଅଞ୍ଚଳର ମାଓବାଦୀ କଳାହାଣ୍ଡି ଅଞ୍ଚଳର ବିଭିନ୍ନ ଜଙ୍ଗଲକୁ ଯିବା ଆସିବା କରୁଥିବା ଜଣାପଡ଼ିଛି ।