spot_img
Home Blog Page 2258

ଓଡ଼ିଶାରେ ପୁଣି ନବୀନ ସରକାର! ଉଭୟ ବିଧାନସଭା ଓ ଲୋକସଭା ଆସନରେ ବଢିବ ବିଜେଡି ସିଟ୍

ଭୁବନେଶ୍ବର: ୨୪ରେ ଓଡ଼ିଶାରେ ବିଜେଡି ସରକାର। ଉଭୟ ବିଧାନସଭା ଓ ଲୋକସଭା ଆସନରେ ବଢିବ ବିଜେଡି ସିଟ୍। ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନବୀନ। ଜାତୀୟ ଗଣମାଧ୍ୟମର ଏଭଳି ଆକଳନ ପରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା । ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ଅତୁଟ ରହିଥିବାରୁ ବିଜେଡିକୁ ପୁଣିଥରେ ଆଶୀର୍ବାଦ କରି ଓଡ଼ିଶାବାସୀ ଶାସନ ଭାର ଦେବେ ବୋଲି ବରିଷ୍ଠ ବିଜେଡି ନେତା କହିଛନ୍ତି। ସେପଟେ ଚବିଶରେ ବିଜେପି ତୃତୀୟ ସ୍ଥାନକୁ ଚାଲିଯିବ ବୋଲି କଂଗ୍ରେସ କହିଛି। ଜାତୀୟ ଗଣମାଧ୍ୟମ ଆକଳନ ଓ ନେତାଙ୍କ ଭବିଷ୍ୟବାଣୀକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

ଚବିଶରେ ବି ନବୀନ ଶାସନ। ବିଜେଡି ସପକ୍ଷରେ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ଲୋକସଭା ଓ ବିଧାନସଭାରେ ବିଜେଡି ରହିବ ନମ୍ବର ଓ୍ବାନ। ବିଜେଡି କହିଲା, ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗିବ ଦଳ। ୨୦୨୪ ସାଧାରଣ ନିର୍ବାଚନରେ ଷଷ୍ଠଥର ଓଡ଼ିଶା ଶାସନର ମଙ୍ଗ ଧରିବ ବିଜେଡି। ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରାଜନୀତି ଇତିହାସରେ ନୂଆ ରେକର୍ଡ କରିବେ। ବିଜେଡି ସପକ୍ଷରେ ରହିଛି ଜନମତ। ପୁଣିଥରେ ଜାତୀୟ ଗଣମାଧ୍ୟମ ଆକଳନରେ ଏପରି ମତ ପ୍ରକାଶ ପାଇଛି । ନବୀନ ଓ ବିଜେଡି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ଅତୁଟ ରହିଥିବା ବିଭିନ୍ନ ଗଣମାଧ୍ୟମର ଜନମତ ସର୍ଭେ ପ୍ରକାଶ କରିଛି। ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡିର ଆସନ ବୃଦ୍ଧି ପାଇବା ସହ ଭୋଟହାର ମଧ୍ୟ ବଢିବ।

ନିର୍ବାଚନର କିଛିମାସ ପୂର୍ବରୁ ୨୪ଫଳାଫଳକୁ ନେଇ ଆସୁଥିବା ରିପୋର୍ଟ ଉପରେ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତା। ୨୦୨୪ରେ ଓଡ଼ିଶାବାସୀ ବିଜେଡିକୁ ପୁଣି ଆର୍ଶୀବାଦ କରିବେ ଓ ଦଳର ବଡ଼ ବିଜୟ ହେବ। ଏପରିକି ଦଳ ଅତୀତର ସବୁ ରେକର୍ଡ ଭାଙ୍ଗିବ ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବିଜେଡିର ବିଜୟ ଧାରା ଜାରି ରହିବ। ନିର୍ବାଚନ ଲାଗି ଯେତେ ସର୍ଭେ ରିପୋର୍ଟ ଆସିବ ସବୁଥିରେ ବିଜେଡି ପ୍ରତି ଜନମତ ରହିବ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି।

୫ଟି ରାଜ୍ୟରେ ନିର୍ବାଚନ ପରେ ଦେଶରେ ବିଭିନ୍ନ ରାଜ୍ୟର ରାଜନୈତିକ ପାଣିପାଗ ନେଇ ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଉଛି । ଏନେଇ ବିଜେପିକୁ କଡା ଟାର୍ଗେଟ୍ କରିଛି କଂଗ୍ରେସ। ଓଡ଼ିଶାରେ ବିଜେପି ୨୪ ନିର୍ବାଚନରେ ତୃତୀୟ ସ୍ଥାନକୁ ଯିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଜେଡି ସପକ୍ଷରେ ଜନମତ ଥିବା କହିଛନ୍ତି ।

୨୬ବର୍ଷ ଜନସେବାକୁ ମୂଳମନ୍ତ୍ର କରି ନବୀନ ଅପରାଜେୟ ଓ ଅପ୍ରତିଦ୍ବନ୍ଦୀ ନେତା ଭାବେ ଦେଶ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୯ ପରେ ପଞ୍ଚାୟତ, ପୌର ଓ ୮ଟି ଉପନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ଏକପାଖିଆ ବିଜୟୀ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ପ୍ରତି ଥିବା ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ବିଭିନ୍ନ ଜାତୀୟ ଗଣମାଧ୍ୟମ ସର୍ଭେ ରିପୋର୍ଟରେ ପ୍ରତିଫଳିତ ହେଉଛି ।

 

ଏକାମ୍ର ବିକାଶରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ

ଭୁବନେଶ୍ବର: ଏକାମ୍ର ବିକାଶରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ । ଗାଁର କୋଣଅନୁକୋଣରେ ବିକାଶକୁ ଆହୁରି ତ୍ବରାନ୍ବିତ କରାଯିବ । ଏନେଇ ଶୁକ୍ରବାର ଏକାମ୍ର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସବୁ ସରପଞ୍ଚ, ସମିତି ସଭ୍ୟ, କର୍ପୋରେଟର, ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ବିଧାୟକ ।

ଏକାମ୍ର ଭୁବନେଶ୍ବରର ଗାଁ ଗୁଡ଼ିକୁ ରୂପାନ୍ତର କରିବା ପାଇଁ ପ୍ରାୟ ୨ଶହ କୋଟିର ମେଗା ପ୍ରୋଜେକ୍ଟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଅପରାହ୍ନ ୫ଟା ରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ ।

ଜଳ ସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍ ନିର୍ମାଣ କରାଯିବ। ଏହାଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୁରହେବ । ଏହାସହ ସେଠାରେ ନିକଟର ଭବିଷ୍ୟତରେ ବୋଟିଂ ବ୍ୟବସ୍ଥା ବି କରାଯାଇ ଧଉଳୀର ପର୍ଯ୍ୟଟନ ବିକାଶ କରାଯିବ । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟାନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଇଟିପୁରଠାରେ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩ କେ.ଭି. ଗ୍ରିଡ ସବ୍-ଷ୍ଟେସନ ନିର୍ମାଣ କାର୍ଯ୍ୟର ବି ଶିଳାନ୍ୟାସ କରଯିବ ।

ଦିନଥିଲା ଭୁବନେଶ୍ବର ଉପକଣ୍ଠରେ ଥିବା ସତ୍ତ୍ବେ, ବିକାଶଠାରୁ ଦୂରରେ ଥିଲେ ଏସବୁ ପଞ୍ଚାୟତ । ହେଲେ ଗତ ଦୁଇ ଦଶନ୍ଧିରୁ ସେମାନେ ଧୀରେ ଧୀରେ ବିକାଶର ସ୍ରୋତରେ ସାମିଲ ହୋଇଛନ୍ତି । ଯାହା ସେମାନଙ୍କ ଆର୍ଥିକ, ସାମାଜିକ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିଛି ।

ଓଡ଼ିଶା ସମେତ ଏକାମ୍ର ବିକାଶ ସବୁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛି । ଯେଉଁଥିପାଇଁ ପୁରୀ ଶ୍ରୀମନ୍ଦିର ପରି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ କାର୍ଯ୍ୟ ମିଶନ ମୋଡରେ ଚାଲିଛି ।

ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ । ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। 5T ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ।

ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା ।  ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି । ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ ।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି ଏବଂ ସେଗୁଡିକର settlement ଚାଲିଛି । ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି । ଅଗଷ୍ଟ ମାସ ୨୬ ଓ ୨୭ରେ 5T  ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା ।

ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା । ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡା ତହସିଲର ଲୋକ ମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି।

ସମସ୍ୟାର ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ନିର୍ଦ୍ଦେଶରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟି ଥିଲେ ଓ ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T  ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ, ଏହିସବୁ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି  ଅବସରରେ  5T  ଓ  ନବୀନ ଓଡିଶା  ଅଧକ୍ଷ  କାର୍ତ୍ତିକ  ପାଣ୍ଡିଆନ୍  କହିଥିଲେ  ଯେ  ସାଧାରଣ    ଲୋକଙ୍କ  ସ୍ଵାର୍ଥ  ସର୍ବୋପରି  .ମୁଖ୍ଯମନ୍ତ୍ରୀଙ୍କ  ଆନ୍ତରିକ  ଉଦ୍ୟମ  ଯୋଗୁଁ  ବହୁ  ବର୍ଷର ସମସ୍ୟା  ସମାଧାନ  ହୋଇପାରିଛି  । ଲଖନପୁର  ରେ  କାର୍ଯ୍ୟକ୍ରମ ରେ  ଯୋଗ  ଦେଇ  ଶ୍ରମ  ମନ୍ତ୍ରୀ  ସାରଦା  ନାୟକ  ଏହି  ଜମି  ସମସ୍ୟା ସମାଧାନ କୁ  ଏକ  ଐତିହାସକ ପଦକ୍ଷେପ ଭାବରେ  ବର୍ଣ୍ଣନା  କରିଥିଲେ  ।

 

କେନ୍ଦୁଝର ଜିଲ୍ଲାରେ ଏବେ ଚିଲିକାର ଭ୍ରମ

କେନ୍ଦୁଝର: ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାରେ ଏବେ ଚିଲିକାର ଭ୍ରମ । ବିଦେଶାଗତ ପକ୍ଷୀଙ୍କର ଆଗମନରେ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଶୀତଋତୁରେ ବଣପାହାଡ ଘେରା ପରିବେଶ ସାଙ୍ଗକୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ସୁରକ୍ଷିତ ସ୍ଥାନ ପାଇଁ ଅଧିକରୁ ଅଧିକ ବିଦେଶାଗତ ପକ୍ଷୀଙ୍କ କେନ୍ଦୁଝର ଆଗମନ ହେଉଛି । ସୂଦୂର ଆମେରିକା ଓ କାନାଡାର ‘‘ରେଡ୍ ହେଡେଡ୍ ଡକସ୍ ପକ୍ଷୀଙ୍କ ସହ ପୋଚର ଓ କିଙ୍ଗ ଫିସର ପକ୍ଷୀ  ଏଠାରେ ଦେଖିବାକୁ ମିଳୁଛି ।

ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ପରିବେଶକୁ ସ୍ବଚ୍ଛ ଓ ମନମୁଗ୍ଧକର କରୁଛି ରାଜ୍ୟ ସରକାରଙ୍କ ବିକାଶ । ଉପଯୁକ୍ତ ସ୍ଥାନ ପାଇଁ ଦୂରଦୂରାନ୍ତରୁ ଓଡ଼ିଶା ଚାଲି ଆସୁଛନ୍ତି ଦେଶ ବିଦେଶର ପକ୍ଷୀ । ଏବେ କେନ୍ଦୁଝରରେ ବି ସୃଷ୍ଟି ହୋଇଛି ଚିଲିକାର ଭ୍ରମ । ପୌରାଞ୍ଚଳ ୬ ନମ୍ବର ଓ୍ବାର୍ଡର ବଡଶାସନ ପୁଷ୍କରିଣୀ ।  ୧୦ ଏକର ପରିମିତ ଏହି ପୁଷ୍କରିଣୀ ୭ କୋଟିରୁ ଉର୍ଧ୍ବ ଟଙ୍କା ବ୍ୟୟରେ ଏବେ ଆକର୍ଷଣୀୟ ହୋଇ ଉଠିଛି । ପୋଖରୀର କାଚକେନ୍ଦୁ ଭଳି ପାଣି ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି । ଗତ କିଛି ଦିନ ହେଲା ଆମେରିକା ଓ କାନାଡାର ‘‘ରେଡ୍ ହେଡେଡ୍ ଡକସ୍’’ଏହି ପୁଷ୍କରିଣୀରେ ଡେରା ପକାଇଛନ୍ତି । ଏଭଳି ସୁନ୍ଦର ବିଦେଶାଗତ ପକ୍ଷୀଙ୍କୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଦେଶାଗତ ପକ୍ଷୀଙ୍କ ପାଇଁ ସ୍ତାନୀୟ ବାସିନ୍ଦା ଖାଦ୍ୟ ଦେବା ସହ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି  ।

କେନ୍ଦୁଝରର ପ୍ରାକୃତିକ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ବେଳେ ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ସେମନଙ୍କୁ ସୁହଉଛି ।ବିଦେଶା ଗତ ପକ୍ଷୀଙ୍କ ମଧ୍ୟରେ ରେଡ୍ ହେଡେଡ୍ ଡକସ୍ସ ସହିତ ପୋଚର ଓ କିଙ୍ଗ ଫିସର ଭଳି ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା କହିଛନ୍ତି କେନ୍ଦୁଝର ଡିଏଫଓ ।

 

୫ ଖଣ୍ଡ ଗାଁର ଲୋକଙ୍କୁ ରୋଜଗାର ଦେଉଛି ମହୁନାଡ଼

ବ୍ରହ୍ମପୁର: ରୋଜଗାର ଦେଉଛି ମହୁନାଡ । ଜାହାଡା ହଜରୁ ମହୁନାଡ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି ମଶାଣି ଭାଗ ସମେତ ୫ଖଣ୍ଡ ଗାଁର ଲୋକେ । ପାଣି ପଙ୍କରୁ ମହୁନାଡ ସଂଗ୍ରହ କରି କରୁଛନ୍ତି ରୋଜଗାର । ରୋଜଗାର ଦେଉଛି ମହୁନାଡ। ଗଭୀର ପାଣି, ପଙ୍କରୁ ହେଉଛି ସଂଗ୍ରହ । ୫ ଖଣ୍ଡ ଗାଁର ଲୋକଙ୍କ ପାଇଁ ବଞ୍ଚିବାର ରାହା ପାଲଟିଛି ଏହି ମହୁନାଡ଼ ବା ପଦ୍ମ ଫୁଲ ନାଡ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତରେ ଥିବା ହଜର । ଗାଁର ୫୦ ପରିବାର ନିର୍ଭର କରୁଛନ୍ତି ଏହି ହଜଉପରେ । ଏଥିରୁ ବାହାରୁଥିବା ମହୁନାଡ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି ଅନେକ ପରିବାର ।  ଦୀର୍ଘ ପାଞ୍ଚରୁ ଛଅ ଘଣ୍ଟା ପାଣି ଭିତରେ ରହି ଗଭୀର ଜଳରୁ ସଂଗ୍ରହ କରାଯାଏ ଲହି ମହୁନାଡ ।

ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ମଶାଣି ଭାଗ ଗାଁର ଲୋକ । ମନରେ ଭୟ ଥିଲେ ମଧ୍ୟ ପେଟ ପାଇଁ ଜାହାଡା ହଜରୁ ମହୁନାଡ ତୋଳି ଗାଁ ଗାଁ ବୁଲି ବିକ୍ରି କରି ଆସୁଛନ୍ତି । ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଲୋଡୁଛନ୍ତି ପରିବାର ଲୋକେ ।

କିଏ ଜିତିବ ଆଜିର ମ୍ୟାଚ୍? ଭାରତ ପାଇଁ କର ବା ମର

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଘରୋଇ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଟି-ଟ୍ୱେଣ୍ଡି ତୃତୀୟ ମ୍ୟାଚରେ ଭାରତ ପାଇଁ ରହିଛି ‘କର ବା ମର ପରିସ୍ଥିତି’। ଦ୍ୱିତୀୟ ମ୍ୟାଚରେ ହାରିବା ପରେ ଟିମ୍ ଇଣ୍ଡିଆ ଆଜି ସମ୍ମାନ ବଞ୍ଚାଇବାକୁ ଶତ ପ୍ରଚେଷ୍ଟା କରିବ । ଦକ୍ଷିଣ ଆଫ୍ରିକାର ୱଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଥିଲା ।

ଭାରତ ୧୯.୩ ଓଭର୍ ଖେଳି ୭ ୱିକେଟରେ ୧୮୦ ରନ୍ କରିଥିବା ବେଳେ ଆରମ୍ଭ ହୋଇଯାଇଥିଲା ବର୍ଷା ହୋଇଥିଲା। ବର୍ଷା କାରଣରୁ କିଛି ସମୟ ଅଟକି ଯାଇଥିଲା ମ୍ୟାଚ୍। ପରେ ମ୍ୟାଚ୍ ଆରମ୍ଭ ହୋଇଥିଲେ ମଧ୍ୟ ଡକ୍ ୱିଥ୍ ଲୁଇସ୍ ନିୟମ ଲାଗୁ ହୋଇଥିଲା, ଯାହା ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇଦା ହୋଇଥିଲା । ବର୍ଷା ପରେ ବଲ କାମ କରିନଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଏହି ନିୟମ ଆଧାରରେ ୧୩ ଓଭରରେ ୫ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ସିରିଜ୍ ବର୍ତ୍ତମାନ ୦-୧ ରେ ଆଗୁଆ ରହିଛି । ଆଜି ସୂର୍ଯ୍ୟକୁମାର ଯାଦବଙ୍କ ଯୁବବାହିନୀ ସିରିଜ୍ ବରାବର ଲକ୍ଷ୍ୟରେ ରହିବେ।

ସମ୍ଭାବ୍ୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଦୀପକ ଚହର ଆଜି ଖେଳିବା ସମ୍ଭାବନା ରହିଛି

କାହିଁକି ସଫେଇ ଦେଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ବହୁତ ରହିଛନ୍ତି । ସେ ଗୋଟିଏ ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ବେଶ ଭାଇରାଲ ହୋଇଥାଏ । ୟୁଜର୍ସମାନେ ଏହାକୁ ଲାଇକ୍, କମେଣ୍ଟ ସହ ସେୟାର କରିଥାନ୍ତି । ନିକଟରେ ପ୍ରୀତିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ  ଯେଉଁ ଭିଡିଓଟି ସେୟାର କରିଛନ୍ତି ସେଥିରେ ସେ ନିଜର ନାମକୁ ନେଇ ସ୍ପଷ୍ଟ କରିଛନ୍ତି ।

ନିକଟରେ କିଛି ୟୁଜର୍ସ ପୋଷ୍ଟ କରିଥିଲେ କି, ତାଙ୍କ ନାମ ଅଲଗା । ମାତ୍ର ଏହାକୁ ସ୍ପଷ୍ଠୀକରଣ ଦେବାକୁ ଯାଇ ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଭିଡିଓରେ ସେ କହିଛନ୍ତି କି, ମୋ ନାମ ପ୍ରଥମରୁ ହିଁ ପ୍ରୀତି ଜିଣ୍ଟା ରହିଛି । ବିବାହ ପରେ କେବଳ ସ୍ବାମୀଙ୍କ ସରନେମରୁ ଜି ରହିଛି । ମାତ୍ର ମୋ ନାମକୁ ଭୁଲରେ ପ୍ରଚାର କରାଯାଉଛି । କୁହାଯାଉଛି କି, ମୋ ନାମ ପୂର୍ବରୁ ପ୍ରିତମ ସିଂହ ଜିଣ୍ଟା ରହିଥିଲା । ମାତ୍ର ଜନ୍ମରୁ ହିଁ ଏହି ନାମ ରହିଛି । ତେବେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଭିଡିଓଟି ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

https://www.instagram.com/reel/C01BgStSX5D/?utm_source=ig_embed&ig_rid=8ed8e722-0daf-4633-a55b-35a7a9a3ca34

ଛତୁଆ ଦେଉଛି ଭଲ ରୋଜଗାର

ବରଗଡ଼: ସଶକ୍ତ ହେଲେ । ଜ୍ଞାନ ଆହରଣ ପାଇଁ ବିଦେଶ ଗଲେ । ପରିଶ୍ରମ ବଳରେ ସ୍ବାବଲମ୍ବୀ ହେଲେ ଏସଏଚଜି ମାଆ । ଛତୁଆ ତିଆରି କରି ଭଲ ରୋଜଗାର କରିପାରିଛନ୍ତି ମିଶନ ଶକ୍ତି ମହିଳା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ସମସ୍ତ ମହିଳା ।

ମହିଳା ଏବେ ଅବଳା ନୁହଁ ସବଳା । ଆଉ ଘର କୋଣରେ ନୁହଁ ବିଦେଶକୁ କରୁଛନ୍ତି ଯାତ୍ରା । ନିଜ ହାତ ତିଆରି ସାମଗ୍ରୀର ପ୍ରଚାର ପ୍ରସାର ସହ ବିଦେଶୀ ଜିନିଷ ଉପରେ କରିପାରୁଛନ୍ତି ଜ୍ଞାନ ଆହରଣ  । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ବିନ୍ଧ୍ୟବାସିନୀ ଓ ଇନ୍ଦ୍ରାବାସିନୀ SHG ଗ୍ରୁପ ଗତ ୨୦୧୧ ମସିହାରୁ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହି ଗୃପ ବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ଦୋକାନକୁ ଛତୁଆ ଯୋଗାଇ ଆଜି ଭଲ ରୋଜଗାର କରିପାରୁଛି । ଛତୁଆ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛନ୍ତି ଏହି ଏସଏଚଜି ମାଆ ମାନେ ।

ଏସଏଚଜି ଗ୍ରୁପ ପାଇଁ ମିଶନ ଶକ୍ତି ଯୋଜନା ବରଦାନ ସାଜିଛି । ପଲ୍ଲୀରୁ ଦିଲ୍ଲୀ ତଥା ବିଦେଶ ଗସ୍ତ କରିବାର ସୁଯୋଗ ପାଇପାରିଛନ୍ତି ଉଭୟ ଗ୍ରୁପର ମହିଳା ମାନେ। ଏହି SHG ଗ୍ରୁପର ମହିଳା ହାଣ୍ଡିଶାଳରୁ ବାହାରି ଫ୍ଲାଇଟ ଯୋଗେ ଦୁବାଇ ଯାତ୍ରା କରିଛନ୍ତି।

ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ SHG ଗ୍ରୁପର ମହିଳା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ

ଗଜପତି: ସ୍ମୃତି ସାଉଣ୍ଟିଛି ଆଦିବାସୀ ଉନ୍ନୟନ ବିଭାଗର ସଂଗ୍ରହାଳୟ । ଏଠି ସଜେଇ ହୋଇଛି ଆଦିବାସୀଙ୍କ  ଲୋକ କଳା, ସଂସ୍କୃତି ଓ ପରମ୍ପରାର ବହୁ ପୁରାତନ ସାମଗ୍ରୀ । ଏଥି ସହ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ଯାହାକୁ ଦେଖି ଆଦିବାସୀଙ୍କ ପୂର୍ବ ସଭ୍ୟତା ଓ ଜୀବନଶୈଳୀକୁ ମନେ ପକାଉଛନ୍ତି ବର୍ତ୍ତମାନର ପିଢ଼ି । ଜିଲ୍ଲାରେ  ରହିଛି ଏଭଳି ଦୁଇଟି ସଂଗ୍ରହାଳୟ ଯାହା ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ । ହେଉଛି ପୁରାତନ କଳା, ସଂସୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପ୍ରସାର । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସୁବଠି ପ୍ରଶଂସା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗତପତି ଜିଲ୍ଲାରେ ଶତକଡା ୬୦ରୁ ଉର୍ଦ୍ଧ୍ବ ଭାଗ ଆଦିବାସୀ ଜନଜାତି ବସବାସ କରୁଛନ୍ତି । ସେମାନଙ୍କ ଚାଲିଚଳନ ବେଶଭୂଷା , କଳା ସଂସ୍କୃତି ତଥା ପରମ୍ପରା ଉପରେ ଜାଣିବାକୁ ପର୍ଯ୍ୟଟକଙ୍କ ଆଗ୍ରହତା ଯଥେଷ୍ଟ ରହିଥାଏ । ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାର ସେରଙ୍ଗ ଓ ଚନ୍ଦ୍ରଗିରି ଠାରେ ପ୍ରତିଷ୍ଠିତ ସଂଗ୍ରହାଳୟରେ ସଂଗୃହିତ ଆଦିବାସୀଙ୍କ ବହୁ ପୁରାତନ ଉପକରଣମାନ ଆଦିବାସୀଙ୍କ ପୁରାତନ ସଭ୍ୟତାର ଚିତ୍ର ବଖାଣୁଛି । ଯାହା ବର୍ତ୍ତମାନ ସମାଜରେ ଦେଖିବାକୁ ବିରଳ ହୋଇପଡିଛି । ଏହା ଦେଖି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପର୍ଯ୍ୟଟକ।

ବର୍ତ୍ତମାନ ଆଦିବାସୀ ସମାଜରେ ଶିକ୍ଷାର ଅନେକ ଅଗ୍ରଗତି ଘଟିଛି । ଆଧୁନିକତାର ଅନୁକରଣ କରୁଛନ୍ତି ଲୋକେ । ଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଛି ଏମାନଙ୍କ ପୁରାତନ ସଂସ୍କୃତି, ପରମ୍ପରା, ବେଶ ପୋଷାକ ଓ ଜୀବନଶୈଳୀ। ଯାହାକୁ ସଂଗ୍ରହ କରି ସାଇତି ରଖିବାକୁ ଉଦ୍ୟମ କରିଛି ପ୍ରଶାସନ । ଯାହା ଆଗାମୀ ପିଢ଼ି ପାଇଁ ସ୍ମୃତିପାଲଟିଛି । ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ସଉରା ଉନ୍ନୟନ ଅଧିକାରୀ ।

କରିନାଙ୍କ ଉପରେ କାହିଁକି ରାଗିଲେ କାଜୋଲ?

ମୁମ୍ବାଇ: କରିନା କପୁର ଖାନ୍ ଏବଂ କାଜୋଲଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ’କଭି ଖୁସି କଭି ଗମ୍’ ଫିଲ୍ମରେ ଉଭୟ ଭଉଣୀଭାବେ ନଜର ଆସିଥିଲେ । ସେମାନଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି । ତେବେ ଉଭୟଙ୍କ ମଧ୍ୟରେ କଥା କଟି ହୋଇଥିବା ଖବର ଶୁଣିବାକୁ ମିଳିଛି । ବଲିଉଡର ବହୁ କଳାକାରମାନେ ଏକାଠି ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କଥା ଚାଲିଥିଲା । ଏହି ସମୟରେ କାଜୋଲ କହିଥିଲେ କି, ସେ ସିରିଏଲ କିଲର ଭାବେ ଅଭିନୟ କରିବାକୁ ଚାହୁଁଛନ୍ତି । କିନ୍ତୁ ମୋତେ ଜଣାନାହିଁ କି, ମୁଁ ଏଥିରେ ନିଖୁଣ ଅଭିନୟ କରିପାରିବି କି, ତାହା ଜାଣିନାହିଁ ।

ତେବେ କରିନା ଏହି ସମୟରେ କହିଥିଲେ କି, ତୁମେ ବହୁତ ଆଗ୍ରେସିଭ୍ ଏବଂ ତୁମର ଭାଓଲେଟ୍ ବ୍ୟବହାର ରହିଛି । ଏହାସହ ସେ କହିଥିଲେ କି, ୯୦ ଦଶକରେ ତୁମର ବହୁତ ଖରାପ କାର ରହିଥିଲା । ଏହାସହ କାଜୋଲ କହିଥିଲେ କି, ତୁମେ କେବେ ମୋ କାରରେ ବସିଛନ୍ତି କି? ଏଭଳି ଭାବେ ଉଭୟଙ୍କ ମଧ୍ୟରେ କଥାକଟି ହୋଇଥିବାବେଳେ ତୁମେ ଚୁପ୍ ରହୁ ବୋଲି ସେ କହିଛନ୍ତି ।