spot_img
Home Blog Page 2262

ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲେ ୨ ଲକ୍ଷ ଟଙ୍କା ସୁପାରୀ

ମୁମ୍ବାଇ: ପୁଅ ପୁଅ ହେଉଥିବା ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲେ ୨ ଲକ୍ଷ ଟଙ୍କା ସୁପାରୀ । ନିର୍ଯାତନା ପହଁଚିଥିଲା ଚରମ ସିମାରେ । ଶେଷରେ ସ୍ବାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ । ପୁଅ ଚାହୁଁଥିଲେ ସ୍ୱାମୀ । କିନ୍ତୁ ପୁଅ ହେଉ ନଥିଲା । ସେଥିପାଇଁ ସ୍ତ୍ରୀଙ୍କୁ ଦେଉଥିଲେ ନିର୍ଯାତନା । ପୁଣି ଥରେ ବିବାହ କରିବେ ବୋଲି ବାରମ୍ବାର ଦେଉଥିଲେ ଧମକ। ନିର୍ଯାତନା ଅସହ୍ୟ ହେବାରୁ ସ୍ୱାମୀଙ୍କୁ ମାରିବାକୁ ୨ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ସ୍ତ୍ରୀ । ସ୍ୱାମୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସ୍ତ୍ରୀକୁ ଗିରଫ କରିଛି ପୁଲିସ୍ । ଘଟଣାଟି ଘଟିଛି ମହାରାଷ୍ଟ୍ରର ପୁନେର ନିଗଡୀ ଥାନାର ଅକୁର୍ଡି ଅଞ୍ଚଳରେ । ପୁଲିସ୍ ଉକ୍ତ ମହିଳା ଙ୍କ ସହିତ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଅମନ ପୂଜାରୀ ଓ ଶିବମ ଦୁବେ। ଅମନ ଓ ଶିବମଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି ।

୭ଟି ଝିଅଙ୍କ ମା’ଏହି ମହିଳା ଜଣଙ୍କ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇସାରିଥିଲେ। ସେଥିପାଇଁ ନିଜେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ପୂର୍ବରୁ ପ୍ରୟାସ କରିଥିଲେ। ସେଥିରେ ସଫଳ ନହେବାରୁ ସେ ଅମନ ଓ ଶିବମଙ୍କୁ ୨ ଲକ୍ଷ ଟଙ୍କା ଦେଇ ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ଏହି ମହିଳାଙ୍କ ଜଣେ ଝିଅ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଡିସେମ୍ବର ୭ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅମନ ଓ ଶିବମ ତାଙ୍କ ଘରକୁ ଆସିଥିଲେ । ସେତେବେଳେ ତାଙ୍କ ମା’ଘରେ ନଥିଲେ। ସେ ତାଙ୍କର ଜଣେ ଭଉଣୀକୁ ସାଙ୍ଗରେ ନେଇ ବାହାରକୁ ଯାଇଥିଲେ କିନ୍ତୁ ସେତେବେଳେ ତାଙ୍କ ବାପା ଘରେ ଥିଲେ। ସେ ବେଡ୍ ରୁମରେ ଶୋଇଥିଲେ । ଅମନ ଓ ଶିବମ ତାଙ୍କ ବାପା କେଉଁଠି ଅଛନ୍ତି ବୋଲି ତାଙ୍କୁ ପଚାରିଥିଲେ। ସେ ଶୋଇଛନ୍ତି ବୋଲି କହିବାରୁ ଅଭିଯୁକ୍ତ ଦ୍ୱୟ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ପ୍ରାୟ ଅଧାଘଣ୍ଟା ପରେ ତାଙ୍କ ବାପା ଚିତ୍କାର କରୁଥିବା ସେ ଓ ତାଙ୍କର ଅନ୍ୟ ଭଉଣୀମାନେ ଶୁଣିବାକୁ ପାଇଥିଲେ। ସେ ତାଙ୍କ ବାପାଙ୍କ ରୁମ୍କୁ ଦୌଡ଼ି ଯାଇଥିଲେ। ସେଠାରେ ତାଙ୍କୁ ଅମନ ଓ ଶିବମ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ସେ ଦେଖିଥିଲେ । ସେ ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଖସି ପଳାଇବାରେ ସଫଳ ହୋଇଥିଲେ।

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ଅଛି। ଅଭିଯୋଗକାରୀ ଅଭିଯୁକ୍ତ ଦ୍ୱୟଙ୍କୁ ଜାଣିଥିଲେ। ପୁଣି ପୁଲିସ୍ ରେକର୍ଡରେ ମଧ୍ୟ ସେମାନଙ୍କ ନାଁ ଥିଲା । ତେଣୁ ସେମାନଙ୍କୁ ଖୋଜିବାରେ ପୁଲିସ ଅଧିକ ଦିନ ଲାଗିଲା ନାହିଁ। ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଉକ୍ତ ମହିଳାଙ୍କ ନାଁ ନେଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ଚାହୁଁଥିଲେ ଓ ସେଥିପାଇଁ ସେମାନଙ୍କୁ ଟଙ୍କା ଦେଇଥିଲେ ବୋଲି ଉଭୟ ପୁଲିସ୍କୁ କହିଥିଲେ। ପୁଲିସ୍ ଉକ୍ତ ମହିଳାଙ୍କୁ ପଚରାଉଚରା କରିବା ବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ ଓ ପୂର୍ବରୁ ମଧ୍ୟ ଅନେକ ଥରେ ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ପ୍ରୟାସ କରିଥିଲେ ବୋଲି କହିଥିଲେ ।

୭୦୦ ଖଣ୍ଡ ସାବୁନରେ ଘୁଞ୍ଚିଲା ୩ମହଲା ଘର

କାନାଡ଼ା: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ । କିନ୍ତୁ ଏକ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କାନାଡାର ଏକ ସହର ନୈାବା ସ୍କୋଟିଆରେ ଏପରି ଘଟଣା ଦେଖିବାକୁ ମିଳିଛି । ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି । ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୦୦ଟନର ୩ମହଲା ବିଲ୍ଡିଂକୁ ଘୁଞ୍ଚାଇ ଦେଇଛନ୍ତି ।

କାନାଡାର ସ୍କୋଟିଆ ସହରରେ ଏହି ବିଲ୍ଡିଂ ୧୮୨୬ରେ ତିଆରି କରାଯାଇଥିଲା । ଯାହାକୁ ପରେ ଏଲମ୍ବୁଡ ହୋଟେଲ ଭାବେ ପରିବର୍ତ୍ତନ କରାଯାଇଥିଲା । ୨୦୧୮ରେ ଏହି ବିଲ୍ଡିଂକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ଏହାକୁ ଭଙ୍ଗା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ରିଅଲ ଇଷ୍ଟେଷ୍ଟ କମ୍ପାନୀ ଗ୍ୟାଲେକ୍ସି ପ୍ରପୋଟିଜ ଏହି ବିଲ୍ଡିଙ୍ଗର ମାଲିକାନାକୁ କିଣି ନେଇଥିଲା । ଏବଂ ପର ମୂହୁର୍ତ୍ତରେ ଏହାକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ୩୦ଫୁଟ୍ ପର୍ଯ୍ୟନ୍ତ ଘୁଞ୍ଚାଇ ନେଇଥିଲା।

ଏହାକୁ ନେଇ କମ୍ପାନୀ ମାଲିକ ଶୋଲଡେନ ଶ୍ଟେନ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ନୂଆ ବିଲଡିଂ ତିଆରି ହେବା ପରେ ପୁରୁଣା ବିଲଡିଂକୁ ଅନ୍ୟ ସ୍ଥାନକୁ ଶିଫ୍ଟ କରାଯିବାର ଯୋଜନା ରହିଛି । ଏପରି ଟେକ୍ନୋଲଜି ଦ୍ୱାରା ଐତିହାସିକ କାରୁକାର୍ଯ୍ୟକୁ ସଂରକ୍ଷିତ ରଖିବା ସହ ପୁର୍ନସ୍ଥାପିତ ମଧ୍ୟ କରାଯାଇପାରିବ।

ଭୁବନ ଗଣଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଢ଼େଙ୍କାନାଳ: ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ । ଅଭିଯୁକ୍ତ ପ୍ରଦୀପ ସାହୁକୁ ଅନୁଗୁଳ ଜିଲ୍ଲାରୁ ଏବଂ ସହଯୋଗୀ ମଙ୍ଗୁଳି ଦେହୁରୀକୁ ପାଣିକୋଇଲି ନିକଟରୁ ଗିରଫ କରିଛି ଭୁବନ ପୋଲିସ ଓ ଭୁବନେଶ୍ଵର ସ୍ଵତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ । ଗତ ଅକ୍ଟୋବର ୨୧ ତାରିଖ ଦିନ ଘଟିଥିଲା ଗଣ ଦୁଷ୍କର୍ମ ଘଟଣା । ଭୁବନରୁ ମହିଳା ଜଣକ ନିଜ ସ୍ବାମୀଙ୍କ ସହିତ  ନିଜ ଘର କାଳିଆପାଣିକୁ ଫେରୁଥିବା ସମୟରେ ବାରୁଆଁ କାଜୁ ଜଙ୍ଗଲ ନିକଟରେ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ୪ ଜଣ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ପୀଡିତା ଭୁବନ ଥାନାରେ ଅଭିଯୋଗ କରିବା ପରେ ଭୁବନ ପୋଲିସ ତଦନ୍ତ କରି ବିକ୍ରମ ଜେନାଙ୍କୁ ଗିରଫ କରିଥିଲା । ବୁଧବାର ମୂଖ୍ଯ ଆସାମୀ ପ୍ରଦୀପ ସାହୁ ଓ ସହଯୋଗୀ ମଙ୍ଗୁଳି ଦେହୁରୀକୁ ଗିରଫ କରିବାରେ ସକ୍ଷମ ହୋଇଛି । ଉଭୟ ଅଭିଯୁକ୍ତଙ୍କ ଘର ଭୁବନ ବ୍ଲକ ଅନ୍ତର୍ଗତ ଗଡନୃଶିହଂ ପ୍ରସାଦ ।

ସରପଞ୍ଚଙ୍କ ପୁଅକୁ ହତ୍ୟା ଘଟଣା, ଅଭିଯୁକ୍ତ ମହିଳା ଗିରଫ

ଫୁଲବାଣୀ: ସରପଞ୍ଚଙ୍କ ପୁଅକୁ ହତ୍ୟା ଘଟଣା। ହତ୍ୟାକାରୀ ମହିଳାଙ୍କୁ ଗିରଫ କଲା ପୋଲିସ୍ । ଗତ ୧ ତାରିଖରେ କନ୍ଧମାଳ ଜିଲ୍ଲା ଦଡ଼କୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା । ଦଡ଼କି PEOଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଛେଦ ରିପୋର୍ଟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ତଦନ୍ତ କରିଥିଲା ପୋଲିସ୍ । ଅଭିଯୁକ୍ତ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ସଂଜିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମହିଳଙ୍କୁ ନିକଟରୁ କିଛି ଟଙ୍କା ମଧ୍ୟ ହଡ଼ପ କରିଥିବା ତଦନ୍ତବେଳେ ଜଣାପଡ଼ିଛି । ଟଙ୍କା ଫେରାଇବା ବଦଳରେ ସେ ମହିଳାଙ୍କୁ ବ୍ଲାକମେଲ କରୁଥିଲା । ୩୦ ତାରିଖ ରାତିରେ ସଂଜିତ ମହିଳାଙ୍କୁ PEOଙ୍କ ବାସଭବନକୁ ଡାକିଥିଲା । ନିଶାର ଚୂର ସଂଜିତ ଶୋଇଥିବାବେଳେ ମହିଳାଜଣକ ତକିଆରେ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ।

ସଂସଦ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ଆକ୍ରାମକ,ନିଶାନାରେ ବିଜେପି

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସୁରକ୍ଷା ବଳୟକୁ ନେଇ ଉଠାଇଛି ପ୍ରଶ୍ନବାଚୀ । କଂଗ୍ରେସ କହିଛି କି, ବିଜେପି ସାଂସଦଙ୍କ ପାସରେ ସେମାନେ ପ୍ରବେଶ କରିଥିବାବେଳେ ଅଭିଯୁକ୍ତମାନେ ବିଜେପିର ଅତିଥୀ । ଏଣୁ ସେମାନେ ନୂଆ ସଂସଦ ଭବନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନକୁ ଘୋଡ଼ାଇବା ପାଇଁ ସରକାର ଚେଷ୍ଟା କରୁଥିବା କୁହାଯାଉଛି ।

ସେପଟେ ସଂସଦର ସୁରକ୍ଷାବଳୟ ଭେଦ କରିବା ଘଟଣାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି । ପାଞ୍ଚ ଜଣ ଧରାପଡ଼ିଥିବା ବେଳେ ଜଣେ ଏବେ ବି ଫେରାର ଅଛି  । ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ । ସେଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି । ଏମାନଙ୍କ ଘର ମହୀଶୂରରେ । ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ ।

ଅମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ । ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି । ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କରିବାର ନାରା ଦେଇ ଏମାନେ ବିକ୍ଷୋଭ କରିଥିଲେ । ସମସ୍ତେ ସମସ୍ତଙ୍କୁ ଜାଣିଛନ୍ତି । ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ । ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି । ସଂସଦର ସୁରକ୍ଷା ଭେଦ କରିବା ଘଟଣାରେ ସାମିଲ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଧରାପଡ଼ିଛନ୍ତି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ବାହାରୁ ଆସିଥିଲେ । ସେମାନେ ଗୁରୁଗ୍ରାମରେ ଥିବା ଲଳିତ ଯାଦବଙ୍କ ଘରେ ରହିଥିଲେ । ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି । ୬ଷ୍ଠ ଯୁବକ ଜଣଙ୍କ କିଏ, ତାହା ଏଯାଏ ଜଣାପଡ଼ିନି । ଏହି ୬ ଜଣ ଯାକ ମିଳିତ ଭାବେ ଗୁରୁଗ୍ରାମ ସ୍ଥିତ ରୁମରେ ଆଜିର ଘଟଣା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଡ଼ କରାଯାଇଥିଲା । ପରେ ନିଜ ଯୋଜନା ଅନୁସାରେ ପଦକ୍ଷେପ ନେଇଥିଲେ ।

ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ MoU

ଭୁବନେଶ୍ବର: ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ MoU । ତୀରନ୍ଦାଜ ଓ କ୍ଲାଇମ୍ବିଂ ସ୍ପୋର୍ଟ୍ସ ପାଇଁ MoU ସ୍ବାକ୍ଷରିତ କରାଯାଇଛି । ଦୁଇ ଅଲିମ୍ପିକ କ୍ରୀଡା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଟାଟା ତୀରନ୍ଦାଜ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏକାଡେମୀ । ପରବର୍ତ୍ତୀ ପର୍ଯ୍ୟାୟରେ ତୃଣମୂଳସ୍ତରରେ ହେବ ଏକାଡେମୀ । ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ପ୍ରତିଭାର ବିକାଶ କରାଯିବ । ଯୁବ ଖେଳାଳିଙ୍କୁ ଜାତୀୟ,ଅନ୍ତର୍ଜାତୀୟ କ୍ରୀଡା ପାଇଁ ପ୍ରସ୍ତୁତ କରାଯିବ । ଉଦୀୟମାନ ଖେଳାଳିଙ୍କୁ ସରକାର ସବୁ ପ୍ରକାର ପ୍ରୋତ୍ସାହନ ଦେବେ । ତୀରନ୍ଦାଜ ଦେଶର ପୂରାତନ ପାରମ୍ପରିକ ଖେଳ: ମୁଖ୍ୟମନ୍ତ୍ରୀ । ଟାଟା ଷ୍ଟିଲ ଭାଗିଦାରୀରେ କ୍ରୀଡାର ବିକାଶ କରାଯିବ ।

୧୦୦ ବର୍ଷର ଓଡ଼ିଶା ପାଇଁ ପ୍ଲାନ୍

ଭୁବନେଶ୍ବର: ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ୧୦୦ବର୍ଷରେ ରାଜ୍ୟରେ ସାମାଜିକ ସ୍ଥିତିର ଆକଳନ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୩୬ ବେଳକୁ ରାଜ୍ୟର ଜନସଂଖ୍ୟା ୫କୋଟି ଛୁଇଁବ । ଏବେ ଜନସଂଖାର ୧୨ ପ୍ରତିଶତ ବୟସ୍କ ଥିବା ବେଳେ ୨୦୩୬ ବେଳକୁ ଏହା ବଢି ୧୭ ପ୍ରତିଶତରେ ପହଞ୍ଚିବ। ପୁରୁଷଙ୍କ ହାରରେ ମହିଳାଙ୍କ ଅନୁପାତ ବି ବଢିବ । ୧୦୦ବର୍ଷର ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ ସହ ସାମାଜିକ, ଅର୍ଥନୈତିକ ସ୍ଥିତି କେମିତି ରହିବ, ଏଥିପାଇଁ ଆମକୁ କିପରି ପ୍ରସ୍ତୁତ ରହିବାକୁ ହେବ, ସେନେଇ ଆଲୋଚନା ହେଉଛି। ସୁସ୍ଥ ରହିବାକୁ ହେଲେ ଆଜିକାଲିର ଫାଷ୍ଟଫୁଡ୍ ଛାଡ଼ି ମାଣ୍ଡିଆ ଭଳି ପୁରୁଣା ଖାଦ୍ୟକୁ ଆଦରିବାକୁ ହେବ। ବୟସ୍କଙ୍କ ଯତ୍ନ ନେବାକୁ ପ୍ରସ୍ତୁତ ରହିବାକୁ ହେବ।

ଗାଁ ଗାଁରେ ମିଳୁଛି ମୋମୋ। ଗଳିକନ୍ଦିରେ ପିଜା,ବର୍ଗର। ୨୦୩୬ରେ ସୁସ୍ଥ ରହିବାକୁ ହେଲେ ଅଲଟ୍ରା ପ୍ରସେସଡ୍‌ ଫୁଡ୍ ଛାଡ଼ି ପୁରୁଣା ଦେଶୀ ଖାଦ୍ୟ ଖାଇବା ଜରୁରୀ। ମାଣ୍ଡିଆ ଏହାର ଶ୍ରେଷ୍ଠ ଉଦାହରଣ। ଶହେ ବର୍ଷର ଓଡ଼ିଶାରେ ଆସିବାକୁ ଥିବା ପରିବର୍ତ୍ତନର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫାଷ୍ଟଫୁଡର ବ୍ୟାପକ ବ୍ୟବହାର ଯୋଗୁଁ ଡାଇବେଟିସ୍, କିଡନୀ, ବ୍ଲଡ୍ ପ୍ରେସର ଭଳି ରୋଗୀ ବଢିଚାଲିଛି। ସାଇଲେଣ୍ଟ କିଲର ଭାବେ ଜୀବନ ନେଉଛି ଫାଷ୍ଟଫୁଡ୍। ଏହାର ବିକଳ୍ପ ଭାବେ ପୁରୁଣା ଅଭ୍ୟାସ ଆପଣାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଖାଦ୍ୟ ନିରାପତ୍ତା ବିଶେଷଜ୍ଞ। ଏଥିପାଇଁ ସରକାରୀସ୍ତରରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଙ୍ଗଠନ, ଗଣମାଧ୍ୟମ ଗାଁଗଣ୍ଡାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନତା ଉପରେ ଗୁରୁତ୍ବ ନିହାତି ଆବଶ୍ୟକ ।

୨୦୩୬ ବେଳକୁ ସାରା ଦେଶ ଭଳି ଓଡ଼ିଶାରେ ବି ଡେମୋଗ୍ରାଫିକ ପରିବର୍ତ୍ତନ ହେବ। ୧୦୦ବର୍ଷର ଓଡ଼ିଶାରେ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ହେବ। ଜନସଂଖ୍ୟା ୫କୋଟି ଛୁଇଁବ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ ବଢିବ। ଯଦିଓ ଯୁବବର୍ଗଙ୍କ ସଂଖ୍ୟା ବଢିବ, ହେଲେ ସମସ୍ତଙ୍କ ଫୋକସ ବରିଷ୍ଠ ନାଗରିକଙ୍କ ଉପରେ ରହିବ । ୨୦୩୬ ବେଳକୁ ବୟସ୍କଙ୍କ ଯତ୍ନ ନେବାକୁ ପ୍ରସ୍ତୁତି ଜରୁରୀ । ଏହା ଏକ ସାମାଜିକ ସମସ୍ୟା ସହ ଯୁବପୀଢିଙ୍କ ପାଇଁ ଏକ ସୁଯୋଗ ମଧ୍ୟ ଆଣିବ । ପ୍ରତି ୧୦ଜଣରେ ୨ ଜଣ ବରିଷ୍ଠ ନାଗରିକଙ୍କ ସେବା କରିବାକୁ ସରକାରୀ ସ୍ତରରେ, ସାମାଜିକ ସ୍ତରରେ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ।

ନୀତି ଆୟୋଗ, ୟୁଏନ୍ଏଫପିଏ, ସିଓ୍ବାଇଏସଡିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ବିକାଶ କନକ୍ଲେଭ ଜରିଆରେ ୨୦୩୬ ବେଳକୁ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ପ୍ରସଙ୍ଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ, ପ୍ରଶାସକ, ଗବେଷକ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିୟମ, ମଧ୍ୟପ୍ରଦେଶର ଧାର୍ମିକ ସ୍ଥଳରେ ଲାଉଡ୍ ସ୍ପିକର ବ୍ୟାନ୍

ଭୋପାଳ: ଆକ୍ସନ ମୁଡରେ ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ବୁଧବାର ଶପଥ ଗ୍ରହଣ କରିଥିବାବେଳେ ରାଜ୍ୟରେ ଏକ ନୂଆ ନିୟମ ଜାରି କରିଛନ୍ତି । ସେ କହିଛନ୍ତି ରାଜ୍ୟର ଧାର୍ମିକ ସ୍ଥଳରେ ଲାଉଡ୍ ସ୍ପିକର ବ୍ୟାନ୍ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ କ୍ରମେ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନିୟମିତ କିମ୍ବା ଅନିୟନ୍ତ୍ରିତ ଶବ୍ଦ ପ୍ରସାରଣ ଉପକରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କେବ​ଳ ଅନିୟନ୍ତ୍ରିତ ସାଉଣ୍ଡ ଆମ୍ପ୍ଲିଫାୟାର ବ୍ୟବହାର ଉପରେ କଟକଣା ଲଗାଯାଇଛି। କିନ୍ତୁ ନିୟମିତ ଏବଂ ନିୟନ୍ତ୍ରିତ (ଅନୁମୋଦିତ ଡେସିବେଲ ବ୍ୟବହାର) ଉପରେ କଟକଣା ଲଗାଯାଇନାହିଁ । ଲଉଡ ସ୍ପିକର ଦ୍ବାରା ଶବ୍ଦ ପ୍ରଦୂଷଣ ହେବା ସହ ଲୋକଙ୍କ ଦେହ ଖରାପ ହେଉଛି । ଏହାକୁ ଦୃଷ୍ଟିରେ ରଖି ସେ ଏଭଳି ଘୋଷଣା କରିଥିବା କହିଛନ୍ତି ।

ଅର୍ଜୁନ ପୁରସ୍କାର ପାଇପାରନ୍ତି ମହମ୍ମଦ ସାମି, କ୍ରୀଡ଼ାମନ୍ତ୍ରୀଙ୍କୁ BCCIର ଚିଠି

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଦମଦାର ବୋଲିଂ କରିଥିଲେ ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ମହମ୍ମଦ ସାମି । ପ୍ରତମ ୪ଟି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ମାତ୍ର ଶେଷ ୭ ମ୍ୟାଚରେ ୩୪ ଓ୍ବିକେଟ ଅକ୍ତିଆର କରିଥିବା ସାମିଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ BCCI ପକ୍ଷରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି । ଫାଇନାଲରେ ଯଦିଓ ଭାରତ ଅଷ୍ଟ୍ରେଲିଆଠାରୁ ହାରିଥିଲା । କିନ୍ତୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସାମିଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ଏଣୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ ବୋଲି କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି । ତେବେ ସମ୍ମାନଜନକ ଖେଳ ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳ ପୁରସ୍କାର ପାଇଁ ବ୍ୟାଡମିଣ୍ଟନ ଯୋଡ଼ି ସ୍ବାତିକ ସାଇରାଜ ଏବଂ ଚିରଗ ରେଡ୍ଡିଙ୍କ ନାମକୁ ଚୟନ କରାଯାଇଛି । ତେବେ ଦ୍ବିତୀୟ ସମ୍ମାନ ଜନକ ଖେଳ ପୁରସ୍କାର ଅର୍ଜୁନ ପୁରସ୍କାର ଦେବାକୁ ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଛି ।

ସେପଟେ ଅର୍ଜୁନ ପୁରସ୍କାରକୁ ନେଇ ସାମିଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି କି, ଏହା ହେଉଛି ଏକ ସମ୍ମାନଜନକ ପୁରସ୍କାର । ଏହା ପାଇବା ମୋ ପାଇଁ ସ୍ବପ୍ନ । ପାଇଲେ ବହୁତ ଖୁସି ହେବି । ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ସାମି ଟେଷ୍ଟ ସିରିଜରେ ଖେଳିବେ । ଯାହାକି ତାଙ୍କର ଫିଟନେସର ପରୀକ୍ଷା ଦେବାକୁ ପଡ଼ିବ । ତେବେ ଟି-୨୦ ବିଶ୍ବକପ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଚାମ୍ପିୟନ ହେବା ପାଇଁ ଯୋଜନା ଆରମ୍ଭ କରିଛି ଟିମ ଇଣ୍ଡିଆ ।

ପୁଣି ବିତ୍ତୀୟ ପରିଚାଳନାରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ବର: ବିତ୍ତୀୟ ପରିଚାଳନାରେ ଓଡ଼ିଶା ପୁଣି ଏକ ନମ୍ବର । ବଡ଼ ବଡ଼ ରାଜ୍ୟ ପାଇଁ ଆର୍ଥିକ ଶୃଙ୍ଖଳାରେ ଓଡ଼ିଶା ଏବେ ରୋଲ ମଡ଼େଲ ସାଜିଛି । ରିଜର୍ଭ ବ୍ୟାଙ୍କର ନୂଆ ରିପୋର୍ଟରେ ଓଡ଼ିଶା ଅଣଟିକସ ରାଜସ୍ବ ଆଦାୟରେ ଦେଶର ପ୍ରଥମ ସ୍ଥାନ ବଜାୟ ରଖିଛି ବୋଲି କୁହାଯାଇଛି । ସେହିପରି ଋଣହାର ଦେଶରେ ସବୁଠୁ କମ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଋଣଭାର ଜିଏସଡିପି ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ଆକଳନ କରିଛି  ରିଜର୍ଭ ବ୍ୟାଙ୍କ । ରାଜ୍ୟରେ 5T ସଂସ୍କାର ପାଇଁ ଆର୍ଥିକ ପରିଚାଳନା ଶୃଙ୍ଖଳିତ ହେବା ସହ ସବୁ କ୍ଷେତ୍ରରେ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି  । ଲୋକାଭିମୁଖୀ ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପକୁ ରାଜ୍ୟ ସରକାର ଫୋକସ ଦେଇ ପୂରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶାସକ ଦଳ କହିଛି ।

ବିତ୍ତୀୟ ପରିଚାଳନାରେ ଓଡ଼ିଶା ଟପର । କମିଛି ଋଣହାର,ବଢିଛି ଅଣଟିକସ ରାଜସ୍ବ ଆଦାୟ  । 5T ଉପକ୍ରମ ଆର୍ଥିକ ପରିଚାଳନାକୁ କରିଛି ଶୃଙ୍ଖଳିତ  । ବିକାଶ ସହ ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟ ଅର୍ଥନୀତି ।  ଆର୍ଥିକ ପରିଚାଳନାରେ ଓଡ଼ିଶା ପୁଣି ଏକ ନମ୍ବର ପ୍ରମାଣିତ ହୋଇଛି । ଅଣଟିକସ ରାଜସ୍ବ ଆଦାୟ ଶୀର୍ଷରେ ପହଞ୍ଚିଥିବାବେଳେ  ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି ରୂପାନ୍ତରଣ ଓଡ଼ିଶା । ସେହିଭଳି ଓଡ଼ିଶାର ଋଣଭାର ସାରା ଦେଶରେ ସର୍ବନିମ୍ନ ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ମୋଟ ଘରୋଇ ଉତ୍ପାଦର ମାତ୍ର ୧୩.୯ ପ୍ରତିଶତ ରହିବ ।

ଫଳରେ ରାଜ୍ୟ ଆହୁରି ୧୫ ପ୍ରତିଶତ ଋଣ  କରିପାରିବ । କେବଳ ଋଣ ପରିଚାଳନା ନୁହେଁ, ରାଜସ୍ବ ଆଦାୟ 5T ଉପକ୍ରମ ଯୋଗୁଁ ଶୀର୍ଷରେ ପହଞ୍ଚିଛି । ଯାହା ଦେଶପାଇଁ ରୋଲ ମଡ଼େଲ ସାଜିଛି । ଆରବିଆଇ ରିପୋର୍ଟ ଅନୁସାରେ ୨୦୨୦-୨୧ରୁ ୨୦୨୨-୨୩ ଯାଏ ଓଡ଼ିଶା ନିଜସ୍ବ ଅଣଟିକସ ଆଦାୟ ସର୍ବାଧିକ ରହିଛି । ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜି, ଦ୍ରୁତ ଶିଳ୍ପାୟନ ଯୋଗୁଁ  ଗାଁରୁ ସହର ବିକାଶ ଆଗେଇଚାଲିଥିବା ବେଳେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶକାରୀ ଆସୁଥିବାବେଳେ ରାଜ୍ୟର ଆର୍ଥିକ ସ୍ଥିତି ମଜଭୁତ ରହୁଛି । ଆଗକୁ ଓଡ଼ିଶା ଆର୍ଥିକ ପରିଚାଳନା କ୍ଷେତ୍ରରେ ଆହୁରି ବଡ଼ ସଫଳତା ପାଇବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଓଡ଼ିଶାର ବକେୟା ଦେୟ ସାରା ଦେଶରେ ସବୁଠୁ କମ୍ ରହିଛି । ରାଜ୍ୟ ମୋଟ ଘରୋଇ ଉତ୍ପାଦର ୧୩.୯ ପ୍ରତିଶତ ରହିଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ବକେୟା ଦେୟ ୧,୩୯,୦୦୨ କୋଟି ଟଙ୍କା ଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ତାହା ୧,୨୯,୮୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୪ ସୁଦ୍ଧା ତାହା ୧,୨୦,୯୮୭ କୋଟି ଟଙ୍କା ରହିବ ବୋଲି ଆକଳନ କରଛି ରିଜର୍ଭ ବ୍ୟାଙ୍କ । ରିପୋର୍ଟ ଅନୁସାରେ ଓଡ଼ିଶାର ବକେୟା ଦେୟ ହାର ୨୦୨୩ ବଜେଟ୍ ଆକଳନରେ ୧୬.୮ ପ୍ରତିଶତ ଥିଲା। ୨୦୨୨ରେ ତାହା ୨୦.୭%, ୨୦୨୧ରେ ୨୬.୧%, ୨୦୨୦ରେ ୨୬.୮ ପ୍ରତିଶତ ଓ ୨୦୧୯ରେ ୨୧.୨ ପ୍ରତିଶତ ଥିଲା। ସବୁ ଦିଗକୁ ଧ୍ୟାନ ଦେଇ ବିତ୍ତୀୟ ପରିଚାଳନା ଓଡ଼ିଶା କରୁଥିବାରୁ ପୂରା ଦେଶ ପାଇଁ ଏବେ ରୋଲ ମଡେଲ ସାଜିଛି ବୋଲି ଶାସକ ଦଳ କହିଛି ।

୨୦୦୦ ମସିହା ପୂର୍ବରୁ ଓଡ଼ିଶାରେ ଓଭର ଡ଼୍ରାଫ୍ଟ ହେଉଥିବା ବେଳେ ଦୁର୍ବଳ ଆର୍ଥିକ ସ୍ଥିତି ଦେଇ ଗତି କରୁଥିଲା ରାଜ୍ୟ  । ନବୀନଙ୍କ ଶାସନଭାରର ଦାୟିତ୍ବ ନେବା ପରେ ଓଡ଼ିଶାର ଅର୍ଥନୀତି ସ୍ପିଡ ଧରିବା ସହ ପ୍ରତିବର୍ଷ ବଜେଟର ଆକାର ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଉଛି । ଖଣି ଓ ଅବକାରୀ ରାଜସ୍ବ ମଧ୍ୟ ବ୍ୟାପକ ଭାବେ ବୃଦ୍ଧି ପାଉଛି । ଯାହା ଓଡ଼ିଶାକୁ ସବୁ କ୍ଷେତ୍ରରେ ସମୃଦ୍ଧ କରିଛି । ବିତ୍ତୀୟ ପରିଚାଳନାର ଏହି ଫର୍ମୁଲା ପୂରା ଦେଶକୁ ଏବେ ବାଟ ଦେଖାଉଛି ।