spot_img
Home Blog Page 2270

ବୋରିଗୁମ୍ମାରେ ସଡକ ଦୁର୍ଘଟଣା; ୩ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରବର୍ଗକୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହିତ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ।

ଏହା ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢନ୍ତୁ:- ଅଟୋକୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ୩ ମୃତ

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ; ବଖାଣିଲା ବିକାଶର ଗାଥା

ନୂଆଦିଲ୍ଲୀ: ରାଜ୍ୟ ବିକାଶର ଗାଥା ଶୁଣାଇଥିଲେ ୧୩ଟି ପ୍ରଜ୍ଞାପନ ମେଢ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସ୍ଥାନ ପାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସହିତ ଗ୍ରାମୀଣ ବିକାଶକୁ ଫୋକସ୍ କରାଯାଇଛି। କୃଷି ବିଭାଗର ପ୍ରଜ୍ଞାପନ ମେଢରେ ମିଲେଟ୍ ସମ୍ମିଳନୀ, କିଷାନ ଡ୍ରୋନ୍, କାଳିଆ ଛାତ୍ରବୃତ୍ତି ପ୍ରମୁଖ ସ୍ଥାନ ପାଇଥିଲା।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିବା ବେଳେ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷ୍ମୀ ଯୋଜନା ଫୋକସ୍ କରାଯାଇଥିଲା। ଗୃହ ଉନ୍ନୟନ ବିଭାଗ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ଜଳସାଥୀ ପ୍ରଜ୍ଞାପନ ମେଢରେ ସ୍ଥାନ ପାଇଥିଲା। ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ତୀର୍ଥଯାତ୍ରା ଯୋଜନାକୁ ଦର୍ଶାଇଥିଲା ପର୍ଯ୍ୟଟନ ବିଭାଗ।

ସେହିପରି ଗଣଶିକ୍ଷା ବିଭାଗର ପ୍ରଜ୍ଞାପନ ମେଢରେ ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ପ୍ରଦର୍ଶିତ ହୋଇଥିଲା। ସେହିପରି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଧ୍ୟ ଫୋକସ୍ କରାଯାଇଥିଲା।

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ମୀଦୀପର ଫଟୋକୁ ନେଇ ବିବାଦ ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏତେଟା ଭଲ ନାହିଁ । ଏଭଳି ସମୟରେ ରାଷ୍ଟ୍ରପତି ମୋଇଜୁ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଛନ୍ତି।

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମୋଇଜୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ପାରସ୍ପରିକ ସମ୍ମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଭାରତ ପାଇଁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି କାମନା କରି ମାଲଦ୍ୱୀପବାସୀ ଓ ସରକାରଙ୍କ ତରଫରୁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ବନ୍ଧୁତା ହେଉଛି ଶତାବ୍ଦୀ ପୁରୁଣା।

ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସେଠାକାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥିଲେ। ଯାହାକୁ ନେଇ ମାଲଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଘନେଇଥିଲା। ଏହି ବିବାଦ ଅତ୍ୟଧିକ ଘନେଇବା ପରେ ମାଲଦ୍ୱୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା।

ଅଟୋକୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ୩ ମୃତ

ବୋରିଗୁମ୍ମା: ସଡ଼କ ଦୁର୍ଘଟଣାରେ ୩ ମୃତ, ୧୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁର ଛକ ନିକଟରେ। ଏକ ଅଟୋକୁ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ପଛପଟୁ ଧକା ଦେଇଛି।

ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମଧ୍ୟରୁ ୪ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ବୋରିଗୁମ୍ମା ମେଡିକାଲରେ ଅନ୍ୟ ୯ଜଣ ଭର୍ତି ହୋଇଛନ୍ତି। ତେବେ ଘଟଣାରେ ବୋରିଗୁମ୍ମା ପୋଲିସ ତଦନ୍ତ କରୁଛି।

କର୍ତ୍ତବ୍ୟପଥରେ ଗଡ଼ିଲା ପ୍ରଜ୍ଞାପନ ମେଢ, ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ଆକର୍ଷଣୀୟ ପ୍ରଜ୍ଞାପନ ମେଢ। ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ। ଚଳିତ ବର୍ଷର ଥିମ୍ ରହିଛି ବିକଶିତ ଭାରତରେ ମହିଳ ସଶକ୍ତିକରଣ। ରଘୁରାଜପୁର ଚିତ୍ରକଳା ମାଧ୍ୟମରେ ନାରୀ ସଶକ୍ତିକରଣକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମହିଳାମାନେ କିପରି ଏସଏଚଜି ଗଠନ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ତାକୁ ମଡେଲ୍ ମାଧ୍ୟମରେ ଦର୍ଶାଯାଇଛି। ଆଗରେ ହାତୀର ପ୍ରତିକୃତି ଥିବା ବେଳେ ପଛରେ ରହିଥିଲା ଐତିହ୍ୟ ଗ୍ରାମ ରଘୁରାଜପୁର। ଏଥିରେ ଶିଳ୍ପୀଙ୍କ ଚିତ୍ର ଅଙ୍କନ, ପାରମ୍ପରିକ ଘର, ବିଶ୍ବପ୍ରସିଦ୍ଧ ହସ୍ତଶିଳ୍ପ, ଠାକୁରଙ୍କ ଛତ୍ରୀ, ଡିଜିଟାଲ ଶିକ୍ଷା ପ୍ରମୁଖ ପ୍ରଜ୍ଞାପନ ମେଢକୁ ଆହୁରି ଆକର୍ଷଣୀୟ କରିଥିଲା। ଏହାକୁ ତିଆରି କରିଛନ୍ତି ଶିଳ୍ପୀ କୀର୍ତ୍ତିକିଶୋର ମହାରଣା। ପ୍ରଜ୍ଞାପନ ମେଢ ସହ ସମ୍ବଲପୁରୀ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।

ଆସନ୍ତା ୩ ଦିନ ଯାଏଁ ଅସ୍ତବ୍ୟସ୍ତ କରିବ ଶୀତ ସହ ଘନ କୁହୁଡି

ଭୁବନେଶ୍ୱର: ବର୍ଷାରେ ଲାଗିଲା ବ୍ରେକ, କାଲିଠୁ ପ୍ରବଳ ଜାଡ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଉତ୍ତର-ପଶ୍ଚିମ ଦିଗରୁ ଓଡିଶାକୁ ବହୁଛି ଥଣ୍ଡା ଶୁଷ୍କ ପବନ। ପ୍ରଭାବରେ ଦୁଇଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଏହାର ପ୍ରଭାବରେ ଆଗାମୀ ଦୁଇଦିନ ମଧ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ରାତ୍ରି ସମୟରେ ବାଇକରେ ଲଙ୍ଗ୍ ଡ୍ରାଇଭରେ ଯିବାକୁ ବାରଣ କରାଯାଇଛି। ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡା କୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଆଜି ୧୬ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ରହିବ ବୋଲି ଆକଳନ କରାଯାଇଛି। ତେଣୁ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖନୀୟ ସେବା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ସମ୍ମାନିତ ହେଲେ ପୋଲିସ ଅଧିକାରୀ

ଭୁବନେଶ୍ବର: ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି । ସାହାସିକତା ପାଇଁ ଚନ୍ଦକା SOG ସୁବେଦାର ପ୍ରହଲ୍ଲାଦ ହିମିରିକା , SOG SI ସନ୍ତୋଷ କୁମାର ଗୁରୁ, କୋରାପୁଟ ତୃତୀୟ ବାଟାଲିୟନର ସୁନୀଲ କୁମାର ବରିହା, ବରଗଡ ଜିଲ୍ଲାର କନଷ୍ଟେବଳ ସୁଜିତ କୁମାର ରାଣା ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସିନାଲ ଏସପି ରବୀନ୍ଦ୍ର ନାଥ ଶତପଥୀଙ୍କୁ  ରାଷ୍ଟ୍ରପତି ପଦକ ପାଇଛନ୍ତି ।

ଉଲ୍ଲେଖନୀୟ ସେବା ପାଇଁ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକ, ସ୍ପେଶାଲବ୍ରାଞ୍ଚ ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ରାଜୀବ ଲୋଚନା ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଡିଏସପି ଅମିତା ତ୍ରିପାଠୀ, ଏସିପି ଉମାକାନ୍ତ ପ୍ରଧାନ, ଏସଆଇ ଦିଲ୍ଲୀପ ନାୟକ, ଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ହାଭିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତିର୍କୀ, କନଷ୍ଟେବଳ ସୁଶାନ୍ତ ମାଝୀ ରାଷ୍ଟ୍ରପତି ପଦକ ପାଇଛନ୍ତି ।

ସେହିପରି ସମ୍ମାନଜନକ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ପୂର୍ବାଞ୍ଚଳ ପୋଲିସ  ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ଗଂଜାମ ଏସପି ଜଗମୋହନ ମିନା, ସମ୍ବଲପୁର ଏସପି ମୁକେଶ ଭାମୁ , ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, କମିଶନରେଟ ପୋଲିସ ଏସିପି ମାନସ ଗଡନାୟକ ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇଛନ୍ତି। ସେହିପରି ଇନ୍ସପେକ୍ଟର ଅନୀଲ ଆନନ୍ଦ, ପାଟପୁର ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ଭିଜିଲାନ୍ସ ଆଇଆଇସି ହେମାମାଳିନୀ ନାୟକ, ଏସଆଇ ଦିଲ୍ଲୀପ ନାୟକ, ଏସଆଇ ଯୁଗଳ ସ୍ୱାଇଁ, ଏସଆଇ ସଞ୍ଜୟ ପଟ୍ଟନାୟକଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।  ଏଏସ୍ଆଇ ବିକାଶ ପାତ୍ର, ଏଏସଆଇ ପ୍ରଜାପତି ମେହେର , ହାବିଲଦାର ପ୍ରଶାନ୍ତ ବିଶ୍ୱାଳ ଓ ସିପାହୀ ବିଶ୍ୱକର୍ମା ମୁଣ୍ଡା, କନଷ୍ଟେବଳ ରମେଶ ସାହୁ, ସିପାହୀ କେଦାରନାଥ ମିଶ୍ର, କନଷ୍ଟେବଲ ନରେଶ କୁମାର ଚୌଧୁରୀ ଓ କନଷ୍ଟେବଲ ସନାତନ ସାହୁଙ୍କୁ ମିଳିଛି ସମ୍ମାନଜନକ ରାଜ୍ୟପାଳ ପଦକ ।

 

ବିହାର ରାଜନୀତିରେ ହଟଚମଟ, ନୀତିଶ-ବିଜେପି ଡିଲ୍ ଉପରେ ସିଲ୍ ?

ପାଟନା: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିପାରେ ଆରଜେଡି-ଜେଡିୟୁ ମେଣ୍ଟ । ବିଜେପି ଏବଂ ଜେଡିୟୁ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜେଡିୟୁ-ବିଜେପି ଏକାଠି ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କୁହାଯାଉଛି ଯେ, ବିଜେପିରୁ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି। ଏହି ସମୟରେ ଆଉ ଏକ ବଡ ଖବର ହେଉଛି ଯେ,  ଜେଡିୟୁ ତାର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ଏହା ସହ ନିଜ ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କୁ ମଧ୍ୟ ଆଜି ପାଟନାକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଅନେକ ବିଧାୟକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନୀତୀଶ କୁମାରଙ୍କ ପାଇଁ ଦ୍ବାର ବନ୍ଦ ନୁହେଁ ବୋଲି କହିଛନ୍ତି ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି । ବିଜେପି ମଧ୍ୟ ରାଜ୍ୟ କାର୍ଯ୍ୟ କମିଟିର ସମସ୍ତ ସଦସ୍ୟଙ୍କୁ ପାଟନାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି। କୁହାଯାଉଛି ଯେ, ୨୮ ତାରିଖ ପୂର୍ବରୁ ବିହାରରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

ଜେଡିୟୁ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୮ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ମହାରଣା ପ୍ରତାପ ରାଲିକୁ ମଧ୍ୟ ବାତିଲ କରାଯାଇଛି। ବିହାରରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସହ କରିବା ନେଇ ବିଜେପି ନେତାଙ୍କ ସମର୍ଥନ ଉପରେ କିଛି ବି ରାୟ ଦେଇନାହାନ୍ତି ।

 

 

ମହିଳାଙ୍କ ଜୀବନ ନେଇଗଲା ଗୋଟିଏ ବିସ୍କୁଟ

ନନ୍ଦିଘୋଷ ବ୍ୟୁରୋ: ଚା’ ସାଙ୍ଗରେ ଦୁଇ ଚାରିଟା ବିସ୍କୁଟ ହୋଇଗଲେ ସକାଳଟା ଜମିଯାଏ । ଆମ ଦେଶରେ ପ୍ରାୟ ସବୁ ଲୋକଙ୍କ ପ୍ରଥମ ପସନ୍ଦ ଚା’ ସହ ବିସ୍କୁଟ । କିନ୍ତୁ ଆପଣ କେବେ ଭାବିଛନ୍ତି କି? ଏହି ଚା’ ଏବଂ ବିସ୍କୁଟ ଯେ, କାହା ଜୀବନ ନେଇପାରେ । କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କ ସହ ଏପରି କିଛି ଘଟିଲା ଯେ, ଆପଣ ବି ଜାଣିଲେ ଚକିତ ହୋଇଯିବେ ।

ନ୍ୟୁର୍ୟକର ଜଣେ ମହିଳା ଚା’ ବିସ୍କୁଟ ଖାଇ କୋମାକୁ ଚାଲିଯାଇଛନ୍ତି । ତାଙ୍କର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଲା । ଶେଷରେ ତାଙ୍କୁ ଜୀବନ ହାରିବାକୁ ପଡ଼ିଲା । ମହିଳା ଜଣଙ୍କର ବୟସ ୨୫ ବର୍ଷ । ତାଙ୍କ ନାଁ ହେଉଛି ଓର୍ଲା ବେକ୍ସିନଡେଲ୍ । ଓର୍ଲାଙ୍କୁ ବିସ୍କୁଟ ବହୁତ ପସନ୍ଦ ଥିବାରୁ ସବୁବେଳେ ସେ ଚା’ ସହ ବିସ୍କୁଟ ଖାଉଥିଲେ । ବିସ୍କୁଟ ଖାଇ ଖାଇ ଦିନେ ତାଙ୍କ ଦେହ ଖରାପ ହୋଇଗଲା । କିଛି ଦିନ ମେଡିକାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତ୍ୟୁର କାରଣ ଜାଣିଲା ପରେ ଚକିତ ହୋଇଯାଇଥିଲେ । ବିସ୍କୁଟରେ ବାଦାମ ପଡ଼ିଥିଲା । ମହିଳାଙ୍କର ବାଦାମରେ ଆଲର୍ଜି ଥିବାରୁ ତାଙ୍କର ଦେହ ଖରାପ ହୋଇଥିଲା ।

ଡାକ୍ତରଙ୍କ କହିବା ଅନୁସାରେ ଏହାକୁ ଖାଇବା ପରେ ତାଙ୍କ ଶରୀରରେ ଗଭୀର ରିଆକ୍ସନ ହୋଇଥିଲା ଆଉ ସିଏ କୋମାକୁ ଚାଲିଯାଇଥିଲେ । ତାଙ୍କୁ ବାଦାମ ପ୍ରତି ଆଲର୍ଜି ଥିଲା ବୋଲି ସେ ଜାଣି ନଥିଲେ ।

 

ଏହି ରାଜ୍ୟରେ ବ୍ୟାନ ହେଲା ସିଙ୍ଗଡା-କଚୋଡ଼ି !

ଜୟପୁର: ଏହି ରାଜ୍ୟରେ ବ୍ୟାନ ହେଲା ସିଙ୍ଗଡ଼ା ଏବଂ କଚୋଡ଼ି  । ଆପଣ ଭାବୁଥିବେ ଏହାକୁ ବ୍ୟାନ କରିବା କାହିଁକି ଆବଶ୍ୟକ ପଡ଼ିଲା । ଏହା ତ ଏତେ ଖରାପ ଖାଦ୍ୟ ନୁହେଁ । ଆମ ଦେଶର କୋଣ ଅନୁକୋଣରେ ଏହି ସିଙ୍ଗଡ଼ା ଏବଂ କଚୋଡ଼ି ଲୋକେ ପେଟ ପୁରାଇ ଖାଇଥାନ୍ତି । ସ୍କୁଲ କଲେଜ, ଅଫିସ ଏବଂ ଯେ କୌଣସି ଅନୁଷ୍ଠାନରେ କିଛି ଗୋଟେ କାର୍ଯ୍ୟକ୍ରମ ହେଲେ ଖାଇବାରେ ଆଗ ସିଙ୍ଗଡ଼ା କଚୋଡ଼ି ଦିଆଯାଏ । କିନ୍ତୁ ଏବେ ସରକାର ଏହାକୁ ବ୍ୟାନ୍ କରିଛନ୍ତି । ଜୟପୁରରେ ସରକାରୀ ମିଟିଂରେ ଏବେ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ଏଥିପାଇଁ ମେନ୍ୟୁ ତିଆରି କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାର ମେନ୍ୟୁ ଭାଇରାଲ ହେବାରେ ଲାଗିଛି । ସିଙ୍ଗଡ଼ା କଚୋଡ଼ି ଏବଂ ଜିଲାପି ବଦଳରେ ରେଷ୍ଟେଡ ଜିନିଷ ମିଳିବ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବ ।

ତେଲ ଜିନିଷ ଖାଉଥିବାରୁ ସରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି ଏଥିପାଇଁ ସେମାନଙ୍କୁ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ମିଟିଂ ବେଳେ ଏବେ ରୋଷ୍ଟେଡ ଚଣା, ରୋଷ୍ଟେଡ ବାଦାମ, ମଲଟି ଗ୍ରୀନ୍ ଥିବା ଖାଦ୍ୟ ଇତ୍ୟାଦି ଦିଆଯିବ । ପିଇବା ପାଣିକୁ ନେଇ ବି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ଲାଷ୍ଟିକ୍ ବଟଲ ବଦଳରେ କାଚ ଗ୍ଲାସରେ ପାଣି ଦିଆଯିବ । ବଦଳିଥିବା ଏହି ସବୁ ଜିନିଷ ଏବେ ସଚିବାଳୟର ବିଭିନ୍ନ ବୈଠକରେ ଦେଖାଯିବ । ଏଥିପାଇଁ ଅର୍ଡର ପାସ୍ ହୋଇସାରିଛି ।