spot_img
Home Blog Page 2273

ୟୁରୋପରେ ମାରାତ୍ମକ ଜୀବାଣୁ ସଂକ୍ରମଣରେ ୫ମୃତ୍ୟୁ, ଏକାଧିକ ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ : ୟୁରୋପରେ ମାରାତ୍ମକ ଜୀବାଣୁ ସଂକ୍ରମଣରେ ୫ଜଣଙ୍କ ମୃତ୍ୟୁ ସହ ଅନେକ ସଂକ୍ରମିତ ହୋଇଛନ୍ତି । ଏହାକୁ ‘ପାରା ଜ୍ବର’ ବା ପ୍ୟାରୋଟ ଫିଭର ବୋଲି ଡାକ୍ତର କହିଛନ୍ତି । ଏହି ଜୀବାଣୁ ମନୁଷ୍ୟ ଦେହରେ ପ୍ରବେଶ କରିବା ପରେ ଭୟଙ୍କର ସଂକ୍ରମଣ ହୁଏ । ପ୍ରଭାବରେ ଥଣ୍ଡା,ଜ୍ବର ଓ ମୁଣ୍ଡବିନ୍ଧା ଜନିତ ରୋଗ ହୋଇଥାଏ । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଜ୍ବର ହେବା ଆଶଙ୍କା ରହିଛି ।

  • ୟୁରୋପରେ ପାରା ଜ୍ୱରର ସାଂଘାତିକ ବିସ୍ଫୋରଣ ଘଟିଛି
  • ସାଧାରଣତଃ ପକ୍ଷୀମାନଙ୍କ ଠାରେ ଦେଖାଯାଉଥିବା ଜୀବାଣୁ ଦ୍ବାରା ଏବେ ମଣିଷଙ୍କ ଶ୍ବାସନଳୀରେ ପ୍ରବଳ ସଂକ୍ରମଣ ହେଉଛି ।
  • ଏହା ଦ୍ବାରା ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଶୁଷ୍କ କାଶର ଲକ୍ଷଣ ଅନ୍ତର୍ଭୁକ୍ତ |

ଏହାକୁ ଡାକ୍ତରୀ ଭାଷାରେ ସାଇଟାକୋସିସ୍ ବୋଲି କୁହାଯାଏ । ସାଧାରଣ ଭାଷାରେ ଏହାକୁ ପ୍ୟାରୋଟ୍ ଜ୍ୱର ମଧ୍ୟ କୁହାଯାଏ, ଅନେକ ୟୁରୋପୀୟ ଦେଶରେ ବାସ କରୁଥିବା ଲୋକଙ୍କୁ ଏବେ ଏହି ରୋଗ ପ୍ରଭାବିତ କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ, ସ୍ୱିଡେନ ଏବଂ ନେଦରଲ୍ୟାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏଭଳି ସଂକ୍ରମଣ ମୁଖ୍ୟତଃ  ସଂକ୍ରମିତ ପକ୍ଷୀମାନଙ୍କ ସଂପର୍କରେ ଆସିଲେ ତାହା ମଣିଷ ମାନଙ୍କୁ ହୋଇଥିବା କହିଛନ୍ତି ଡାକ୍ତର । ୨୦୨୩ ଏବଂ ୨୦୨୪ ମସିହାର ଆରମ୍ଭରେ ସାଇଟାକୋସିସ୍ ରୋଗର ବୃଦ୍ଧି ପରିଲକ୍ଷିତ ହୋଇଥିଲା, ବିଶେଷ ଭାବରେ ନଭେମ୍ବର-ଡିସେମ୍ବର ୨୦୨୩ରେ ଏହି ଜୀବାଣୁ ଚିହ୍ନିତ ହୋଇଥିଲା |

ସାଇଟାକୋସିସ୍ କ’ଣ?

ସାଇଟାକୋସିସ୍, ଯାହାକୁ ପାରା ଜ୍ୱର ମଧ୍ୟ କୁହାଯାଏ, ଏହା ଶ୍ବାସକ୍ରିୟା ସଂକ୍ରମଣ ଯାହା କ୍ଲାମିଡୋଫିଲା ସାଇଟାକୋସିସ୍ ଜୀବାଣୁ ଦ୍ବାରା ସୃଷ୍ଟି ହୋଇଥାଏ । ଏଭଳି ଜୀବାଣୁ ସାଧାରଣତଃ ପକ୍ଷୀମାନଙ୍କଠାରେ ଦେଖାଯାଏ। ମଣିଷଙ୍କ ଠାରେ ଏଭଳି ସଂକ୍ରମଣ ସାଧାରଣତଃ ସଂକ୍ରମିତ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ । ଜନସଂଖ୍ୟା ଥିବା ଅଞ୍ଚଳରେ ସଂକ୍ରମିତ ପକ୍ଷୀ ଯଥା, ପୋଷା ପକ୍ଷୀ,ହଂସ,ଶୁଆ ଏବଂ ଏମାନଙ୍କୁ ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ ଏବଂ ବଗିଚାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କଠାରେ ଦେଖାଯାଇଥାଏ | ପ୍ରଭାବିତ ଦେଶଗୁଡିକରେ ସମ୍ଭାବ୍ୟ ଏକ୍ସପୋଜର୍ ଏବଂ ମାମଲାର କ୍ଲଷ୍ଟର ଚିହ୍ନଟ କରିବାକୁ ଏପିଡେମୋଲୋଜିକାଲ୍ ଅନୁସନ୍ଧାନ ଆରମ୍ଭ ହୋଇଛି ।  ସାଇଟାକୋସିସ୍ ର ପ୍ରାଦୁର୍ଭାବ ନିର୍ଣ୍ଣୟ କରିବାକୁ ବନ୍ୟ ପକ୍ଷୀମାନଙ୍କ ଠାରୁ ନମୁନା ସଂଗ୍ରହ ଓ ବିଶ୍ଳେଷଣ କରାଯାଉଛି । WHO ସଂପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିବା ସହ  ଏହା ବର୍ତ୍ତମାନ ଅଧିକ ବିପଦଜନକ ନୁହେଁ ବୋଲି କହିଛି ।

ଲକ୍ଷଣ ଓ ରୋଗର ଚିକିତ୍ସା —

ସାଇଟାଟାକୋସିସ୍ ଲକ୍ଷଣ ମଧ୍ୟରେ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଶୁଖିଲା କାଶ ଅନ୍ତର୍ଭୁକ୍ତ | WHO ଅନୁଯାୟୀ, ଅଧିକାଂଶ ଲୋକ ଜୀବାଣୁ ସଂସ୍ପର୍ଶରେ ଆସିବା ପରେ 5 ରୁ 14 ଦିନ ମଧ୍ୟରେ ଚିହ୍ନ ଏବଂ ଲକ୍ଷଣ ବିକାଶ ଆରମ୍ଭ କରନ୍ତି | ତୁରନ୍ତ ଆଣ୍ଟିବାୟୋଟିକ୍ ଚିକିତ୍ସା କଲେ ନିମୋନିଆ ଭଳି ଜଟିଳତାକୁ ଏଡାଇବା ସମ୍ଭବ ହୋଇଥାଏ । ଉପଯୁକ୍ତ ଆଣ୍ଟିବାୟୋଟିକ୍ ଚିକିତ୍ସା ସହିତ, ସାଇଟାକୋସିସ୍ କ୍ୱଚିତ୍ ମାରାତ୍ମକ ହୋଇଥାଏ ଓ କମ୍ ମୃତ୍ୟୁ ଆଶଙ୍କା ରହିଛି | କେତେକ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥାଏ । WHOର କହିବାନୁସାରେ ଏହି ଜୀବାଣୁ ମଣିଷଙ୍କ ଠୁ ମଣିଷ ସଂକ୍ରମଣର କମ୍ ସମ୍ଭାବନା ରହିଛି । ସଠିକ୍ ନିରାକରଣ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଏହି ରୋଗକୁ ସଫଳତାର ସହିତ ପରିଚାଳନା କରିପାରିବ | WHO ସାମ୍ପ୍ରତିକ ସୂଚନା ଉପରେ ଆଧାର କରି ଏକ କମ୍ ବିପଦମୂଳକ ମୂଲ୍ୟାଙ୍କନ ବଜାୟ ରଖିଛି |

ଇଣ୍ଡୋନେସିଆରେ ଚଳିବ ଭାରତୀୟ ‘ଟଙ୍କା’

ନନ୍ଦିଘୋଷ ବ୍ୟୁରୋ : ବିକଶିତ ଦେଶର ମୁଦ୍ରା ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଭାରତ ଏବଂ ଇଣ୍ଡୋନେସିଆ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟରେ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏ ସମ୍ପର୍କରେ ଏକ MOU ସ୍ୱାକ୍ଷର କରିଛନ୍ତି। ଡଲାର, ୟୁରୋ, ପାଉଣ୍ଡ କିମ୍ବା ଅନ୍ୟ କୌଣସି ବିଦେଶୀ ମୁଦ୍ରାର ପ୍ରାଧାନ୍ୟକୁ ରୋକିବା ପାଇଁ ଇଣ୍ଡୋନେସିଆ ଏବଂ ଭାରତ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ଦ୍ୱିପାକ୍ଷିକ ବାଣିଜ୍ୟରେ ସ୍ଥାନୀୟ ମୁଦ୍ରା ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏବଂ ବ୍ୟାଙ୍କ ଇଣ୍ଡୋନେସିଆ (BI) ଗୁରୁବାର ଏକ ସ୍ମାରକପତ୍ର ସ୍ୱାକ୍ଷର କରିଛନ୍ତି । BI ହେଉଛି ଇଣ୍ଡୋନେସିଆର କେନ୍ଦ୍ରୀୟ ବ୍ୟାଙ୍କ | ଆରବିଆଇ ବିବୃତ୍ତିରେ କହିଛି ଯେ ସୀମାରେ କାରବାର ପାଇଁ ଭାରତୀୟ ଟଙ୍କା ଏବଂ ଇଣ୍ଡୋନେସିଆ ରୁପିଆ (IDR) ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ବ୍ୟବସ୍ଥା ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କୁ ସମ୍ପୃକ୍ତ ଘରୋଇ ମୁଦ୍ରାରେ ବିଲ୍ ଏବଂ ଦେୟ ପ୍ରଦାନ କରିବାରେ ସହଜ କରିବ | ଏହା ଟଙ୍କା ଏବଂ ଇଣ୍ଡୋନେସିଆ ମୁଦ୍ରା ପାଇଁ ବୈଦେଶିକ ମୁଦ୍ରା ବଜାରର ବିକାଶରେ ସହାୟକ ହେବ | ଆରବିଆଇ କହିଛି ଯେ ସ୍ଥାନୀୟ ମୁଦ୍ରାର ବ୍ୟବହାର କାରବାର ଖର୍ଚ୍ଚ ଏବଂ ସମାଧାନ ସମୟ ହ୍ରାସ କରିବ।

ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବା ଉଭୟ ଦେଶର ଉଦ୍ଦେଶ୍ୟ କଣ ? ତାହେଲେ ଜାଣନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ବ୍ୟାଙ୍କ ଇଣ୍ଡୋନେସିଆର ରାଜ୍ୟପାଳ ପେରି ୱାର୍ଜିୟୋଙ୍କ ଦ୍ୱାରା ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଆରବିଆଇ କହିଛି, ଦ୍ୱିପାକ୍ଷିକ ଭାବରେ ରୂପୀ ଏବଂ IDR ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ହେଉଛି ଏମଓୟୁ ର ଉଦ୍ଦେଶ୍ୟ।’ ଆରବିଆଇ ଏହା ମଧ୍ୟ କହିଛି ଯେ ଉଭୟ ଦେଶ ସହମତି ଅନୁଯାୟୀ ସମସ୍ତ ସାମ୍ପ୍ରତିକ ଆକାଉଣ୍ଟ କାରବାର, ଅନୁମତିପ୍ରାପ୍ତ ପୁଞ୍ଜି ଆକାଉଣ୍ଟ କାରବାର ଏବଂ ଅନ୍ୟ କୌଣସି ଅର୍ଥନୈତିକ ଏବଂ ଆର୍ଥିକ କାରବାର ଏମଓୟୁ ଅନ୍ତର୍ଭୁକ୍ତ ।

 

ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ଯାରେ ଉନ୍ନତି ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ଯ ସରକାରଙ୍କ ଫୋକସରେ ବରିଷ୍ଠ ନାଗରିକ । ଏବେ ବୟସ୍କ ମାନଙ୍କ ଅନୁପାତ ବୃଦ୍ଧି ଘଟୁଥିବାରୁ ରାଜ୍ଯ ବରିଷ୍ଠ ନାଗରିକ ନୀତିରେ ସଂଶୋଧନ କରାଯିବ । ଓଡିଶା ବରିଷ୍ଠ ନାଗରିକ ନୀତି ୨୦୧୬ରେ ସଂଶୋଧନ ଲାଗି ରାଜ୍ଯ ସରକାର ଉଦ୍ଯମ ଆରମ୍ଭ କରିଛନ୍ତି । ଏନେଇ ନୀତି ପ୍ରଣୟନ ଉଦେଶ୍ଯରେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ଯକ୍ଷତାରେ ଏକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୬ ବେଳକୁ ଓଡିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ଯା ପ୍ରାୟ ୭୦ ଲକ୍ଷରେ ପହଞ୍ଚିଥିବା ନେଇ କୁହାଯାଉଛି । ତେଣୁ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ଯାରେ ବିଶେଷ ଉନ୍ନତି ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ, ଭାଗୀଦାରିରେ ଉନ୍ନତି ସେବାଯତ୍ନ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବୈଠକରେ ଗୁରୁତ୍ତ୍ଵରୋପ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ମିଳିତ ଜାତିସଂଘ ପାଣ୍ଠି-UNFPAର ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସଂଶୋଧନ ନୀତି ପ୍ରଣୟନ ନିମନ୍ତେ ଏହି ସବୁ ବିଚାର ବିମର୍ଶ ପରାମର୍ଶ କରାଯାଇଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଲାଗିରହିଛି କୋହଲା ପାଗ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ହାଲୁକା ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିବ। ବିଶେଷ କରି ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ବରରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ଏହାସହ କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ମଧ୍ୟମ ଧରଣର ବର୍ଷା ହେବ। ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି।Low-Pressure Area swills Odisha, Bihar; Jharkhand, Chhattisgarh, West  Bengal- Maharashtra, Telangana to get heavy rains | Skymet Weather Services

ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିବ। ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।  ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଥିଲା । ୩୮ ଡିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଥିଲା ।

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସମସ୍ତ ଅଧିକାରୀଙ୍କୁ ସ୍ଵତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର : କମିଶନରେଟ ପୋଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡ଼ିଓ, ଏବ ଅବକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ହୋଇଛି ଆଲୋଚନା । ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ କାମ କରିବ ।

ରାସ୍ତା ଘାଟରୁ ହଟିବ ରାଜନୈତିକ ଦଳ ମାନଙ୍କର ପ୍ରଚାର ପୋଷ୍ଟର । Bmc ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ପବ୍ଲିକ ପ୍ଲେସରୁ ସମସ୍ତ ବିଜ୍ଞାପନକୁ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ କରାଯିବ ଓ bmc ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ । ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଁଚି ସାରିଛି । କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି ।ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ଟ୍ରେନିଂ।

ଭାରତର ଉତ୍ତର ପୂର୍ବ ଲୋକଙ୍କ ସହ କାହିଁକି ସମ୍ପର୍କ ବାନ୍ଧିବାକୁ ଚାହୁଁଛନ୍ତି ତାଇୱାନର ଶ୍ରମମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ତାଇୱାନର ଶ୍ରମ ମନ୍ତ୍ରୀ ସୁ ମିଙ୍ଗ-ଚୁନ୍ ନିକଟରେ ଭାରତକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ଜାତିଭିତ୍ତିକ ମନ୍ତବ୍ୟ କୁହାଯାଉଛି । ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ବାସ୍ତବରେ ସୁ ମିଙ୍ଗ-ଚୁନ୍ କହିଥଲେ ଯେ ତାଇୱାନ ଭାରତର ଉତ୍ତର ପୂର୍ବ ଲୋକଙ୍କୁ ନିଯୁକ୍ତି ଦେବ କାରଣ ସେମାନଙ୍କର ଚର୍ମ ରଙ୍ଗ ଏବଂ ଖାଇବା ଅଭ୍ୟାସ ତାଇୱାନର ଲୋକଙ୍କ ସହ ସମାନ। ତାଇୱାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଫେବୃଆରୀ ୧୬ରେ ତାଇୱାନ ଶିଳ୍ପରେ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ପରେ ହିଁ ଭାରତୀୟ ଶ୍ରମିକ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ତାହେଲେ ଜାଣନ୍ତୁ ତାଇୱାନର ଲୋକମାନେ ଏବଂ ସେମାନଙ୍କର ଖାଦ୍ୟ, ପାନୀୟ ଭାରତର ଉତ୍ତର-ପୂର୍ବ ଅଞ୍ଚଳ ସହିତ କେତେ ସମାନ | ତାଇୱାନରେ କେଉଁ ଧର୍ମରେ ଅଧିକ ଲୋକ ଅଛନ୍ତି ? ତାଇୱାନର ଅସ୍ତିତ୍ୱ ପାଇଁ ସର୍ବଦା ବିପଦ ରହିଥାଏ | ଏହାର କାରଣ ହେଉଛି ଚୀନ୍ ସହିତ ପୁରୁଣା ବିବାଦ | 

ଚାଇନା ତାଇୱାନକୁ ଏକ ପ୍ରଦେଶ ଭାବରେ ଦେଖେ ଯାହା ଏଥିରୁ ଅଲଗା ହୁଏ ଏବଂ ତାଇୱାନକୁ ନିଜକୁ ଏକ ପୃଥକ ଦେଶ ଭାବରେ ଦେଖେ। ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ପାଇଁ ଏହା ହେଉଛି ଏକମାତ୍ର କାରଣ | କିନ୍ତୁ ଏସବୁ ସତ୍ତ୍ୱେ ତାଇୱାନର ନିଜସ୍ୱ ସଂସ୍କୃତି ଅଛି ଯାହାକୁ ସେ ଗ୍ରହଣ କରନ୍ତି | ତାଇୱାନର ରାଜଧାନୀ ହେଉଛି ତାଇପେଇ | ଜନସଂଖ୍ୟା ପ୍ରାୟ ୨ କୋଟି ୩୮ ଲକ୍ଷ ଲୋକ | ଗଣତାନ୍ତ୍ରିକ ସରକାର ଏଠାରେ କାର୍ଯ୍ୟ କରେ | ଏହାକୁ ତାଇୱାନର ସାଧାରଣ ଲୋକ ମନୋନୀତ କରନ୍ତି | ଏଠାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ପ୍ରତିଶତ ତାଇୱାନର ମୂଳ ବାସିନ୍ଦା | ୧୫ ପ୍ରତିଶତ ଲୋକ ଚାଇନାରୁ ଏଠାକୁ ଆସିଥିବାବେଳେ ଅବଶିଷ୍ଟ ୫ପ୍ରତିଶତ ଅନ୍ୟ ଦେଶର ଲୋକ ଅଟନ୍ତି। ତାଇୱାନର ପ୍ରାୟ ୯୩ପ୍ରତିଶତ ଲୋକ ନିଜକୁ ବୌଦ୍ଧ, ତାଓବାଦୀ ବୋଲି ଭାବନ୍ତି। ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ୪.୫ ପ୍ରତିଶତ | ଚୀନ୍ ଗୃହଯୁଦ୍ଧ ସମୟରେ ପ୍ରାୟ ୨୦ହଜାର ମୁସଲମାନ ତାଇୱାନକୁ ପଳାଇଥିଲେ। ୧୯୮୦ଦଶକରୁ ମିଆଁମାର ଏବଂ ଥାଇଲ୍ୟାଣ୍ଡର ହଜାର ହଜାର ମୁସଲମାନ ଉନ୍ନତ ଜୀବନ ଖୋଜିବା ପାଇଁ ତାଇୱାନକୁ ଯାଇଥିଲେ।

ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଜାଗର ପାଇଁ କେମିତି ରହିଛି ପ୍ରସ୍ତୁତି ?

ଢେଙ୍କାନାଳ : ରାତି ପାହିଲେ ଜାଗର ଯାତ୍ରା । ଢେଙ୍କାନାଳର ପ୍ରସିଦ୍ଧ ଶୈବ ପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ତ୍ୱରାନିତ ହୋଇଛି । ଜାଗର ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପବିତ୍ର ଜାଗର ଯାତ୍ରା ପାଇଁ ମନ୍ଦିର ପରିସ୍କାର ପରିଚ୍ଛନତା , ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବ । ଚଳିତ ବର୍ଷ ରାଜପୁରଧାଙ୍କ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନିତିକାନ୍ତି ପରେ ପ୍ରାପ୍ତ ୩ଘଣ୍ଟା ୫୫ ମି.ସମୟରେ ମନ୍ଦିର ଉପରକୁ ମହାଦିପ ଉଠିବାର ସମୟ ଧାର୍ଯ୍ୟ କରାଯାଇଛି ।

ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏଥିସହିତ ୫ ଜଣ ଡିଏସପି ,୧୩ଜଣ ଇନିସପେକ୍ଟର ,ଏସ୍ଆଇଙ୍କୁ ମିଶି ୮୧ ଜଣଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଚଳିତ ବର୍ଷ ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି  ।

ଆଜି ଘୋଷଣା ହୋଇପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ। ଆଜି ବସୁଛି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଜି ସନ୍ଧ୍ୟା ୬ଟାରେ ବସିବ ବୈଠକ। ଏହି ବୈଠକ ପରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ  ପ୍ରାର୍ଥୀ ତାଲିକା ଘୋଷଣା ହେବ । ଅଧିକାଂଶ  ରାଜ୍ୟ ନିଜ ନିଜର ସ୍କ୍ରିନିଂ କମିଟି ବୈଠକ ଶେଷ କରିଛନ୍ତି । ସେହି ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ ଲାଗି ନିର୍ବାଚନ କମିଟି ନିଷ୍ପତ୍ତି ନେବ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା

ଏହି ବୈଠକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ, ଅମ୍ବିକା ସୋନି, ଅଧୀର ହେବେ । ରାଜସ୍ଥାନର ୨୫ଟି ଆସନ ଲାଗି ରାଜ୍ୟ ସ୍କ୍ରିନିଂ କମିଟି ତାର ତାଲିକା ପଠାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜେପି ନିଜର ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଜାଗର ପାଇଁ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ନୀତିକାନ୍ତି ସମୟ ଜାଣନ୍ତୁ

ଭୁବନେଶ୍ୱର : ରାତି ପାହିଲେ ମହାଶିବରାତ୍ରି । ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର ।  ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। କାଲି ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହେବ । ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୨ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ୩ଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମ୍ସି ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଆଜି ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି। ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଉଛି । Maha Shivratri: 'Mahadeepa' lifted atop Lingaraj Temple in Bhubaneswar – ThePrint – ANIFeed

ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯିବ। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିସନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ ।

କୁଆଡ଼େ ସ୍ଥାନାନ୍ତର ହେବ ଭୁବନେଶ୍ୱରର ଝାରପଡା ଜେଲ ଜାଣନ୍ତୁ ?

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଜାମୁଝରି ମୁକ୍ତାକାଶ ଜରାଶ୍ରମ ପରିସର ଓ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ଛତାବର ଠାରେ ରାଜ୍ୟର ଏକ ମଡେଲ ଜେଲ ନିର୍ମାଣ କରାଯିବ। ଭୁବନେଶ୍ୱରର ଝାରପଡା ଜେଲ ସ୍ଥାନାନ୍ତର କରାଯିବ। ଏହି ଉଦେଶ୍ୟରେ ଆସନ୍ତା ୧୨ ତାରିଖରେ ମଡେଲ ଜେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏନେଇ ଆଜି ଜେଲ ଡିଜିଏମ ଏମ. ପ୍ରସାଦ ସେହି ଅଞ୍ଚଳ ପରିଦର୍ଶନ କରିଥିଲେ। ମଡେଲ ଜେଲର ପରିସୀମା 35 ଦଶମିକ 2ଏକର ରହିଥିବାବେଳେ ୨ ହଜାର ୫୦୦ କଏଦୀ ରହିବା ଲାଗି ବ୍ୟବସ୍ଥା ହୋଇଛି। ଏହା ୬ ମହଲା ବିଶିଷ୍ଟ ହେବ ଏବଂ ୨ ବର୍ଷ ମଧ୍ଯରେ ଏହାର ନିର୍ମାଣ ସରିବ।